ଜୀବନର ସାତ ରଙ୍ଗ
ଜୀବନର ସାତ ରଙ୍ଗ
ମୃତ୍ୟୁ ର ଶେଷ ଅବସ୍ଥାରେ କିଛି ବର୍ଷ ର ଛୋଟ ଛୁଆ ଟି ଖନେଇ ଖନେଇ କହିଲା ତା' ମାଆ କୁ ,ମାଆ ମୁଁ କଣ ପାଇଁ ମରି ଯାଉଛି ? ମୁଁ ତତେ ଛାଡି କୁଆଡେ ଯିବାକୁ ଚାହେଁନି ଲୋ ମାଆ । ତୋ କୋଳରେ ସବୁଦିନ ପାଇଁ ରହିବାକୁ ଚାହେଁ ମାଆ । ମାଆ ଟି କହିଲା,ଧନ ରେ ମୁଁ ବି ତୋ ବିନା ମରିଯିବି । ତୋ ବିନା ବଞ୍ଚିବାର ମାନେ କ'ଣ ପୁଅ ? ପୁଅ ଟି ପୁଣି ଖନେଇ ଖନେଇ କହିଲା,ମାଆ ମୁଁ କାହିଁକି ମରି ଯାଉଛି । ମାଆ କହିଲା,ତତେ ରୋଗ ହେଇଛି ରେ ପୁଅ । ପୁଅ ଟି କିଛି ନବୁଝିଲା ପରି କହିଲା,ମାଆ ଏ ରୋଗରୁ କ'ଣ ମୁଁ କେବେ ବଂଚି ଯାଇ ପାରିବିନି କି ? ମାଆ ଟି ମନଦୁଃଖ ରେ କହିଲା ,ହଁ ରେ ବାପା ତୁ ବଞ୍ଚିପାରିବୁ । ହେଲେ ସେଥିପାଇଁ ଅନେକ ପଇସା ଦରକାର । ହେଲେ ଆମ ପାଖରେ ପଇସା ନାହିଁ ରେ ଧନ ।
ଛୁଆ ଟି ମୃତ୍ୟୁକୁ କିଛି ବୁଝି ପାରୁନଥିଲା ବୋଧେ,ତେଣୁ ସେ ଖନେଇ ଖନେଇ ପୁଣି ଥରେ କହିଲା,ମାଆ ମୁଁ ମଲା ପରେ ଆଉ ତୋ ପାଖରେ ରହି ପାରିବିନି କି ? ମଣିଷ ମଲା ପରେ କ'ଣ ନିଜ ବାପାମାଆ ଙ୍କ ଠାରୁ ଦୂର ହେଇଯାଆନ୍ତି କି ? ମାଆ ଟି ନିଜ କାନ୍ଦକୁ ନରୋକି ପାରି କାନ୍ଦି ପକେଇଲା । ନିଜ ଛୁଆ କୁ କୋଳ ରେ ଜାକି କୋହ ଭରି କାନ୍ଦିଲା । ଡାକ୍ତର କହି ସାରିଲେଣି ,ପଇସା ନହେଲେ ପିଲା କୁ ବଞ୍ଚେଇବା ଭାରି କଷ୍ଟ ।
କୁନି ଛୁଆ ଟିକୁ ନେଇ ମାଆ ବହୁତ ମନଦୁଃଖ ରେ ଥିଲା । ପ୍ରତି ମୁହୂର୍ତ୍ତରେ ସେ ମୃତ୍ୟୁ କୁ ଆଖି ସାମ୍ନାରେ ହିଁ ଦେଖୁଥିଲେ । ଦିନେ କୁନି ଛୁଆ ଟି କହିଲା,ମାଆ ତୁମେ ମନଦୁଃଖ କରନି । ଯାହା ହେବାର ଥିବ । ତାହା ନିଶ୍ଚୟ ହେବ । ଯାହା ହେବ ,ସବୁ ଈଶ୍ୱର ଙ୍କ ଇଚ୍ଛା ବୋଲି ମାନି ନେବା । ଏହା କହି ଦୁହେଁ ଡାକ୍ତର ଖାନା ରୁ ଘରକୁ ଆସିଲେ । ବାଟରେ ଦେଖିଲେ,ଶୀତ ରାତିରେ କମ୍ବଳ ବିନା କେତେ ଛୋଟ ଛୁଆ,ବୃଦ୍ଧ ବୃଦ୍ଧା ,ଆହୁରି କେତେ ଭିକାରୀ,ପାଗେଳି ବାହାରେ କାକର ରେ ପଡିଛନ୍ତି । କେତେ ଲୋକ ଭୋକ ଉପାସରେ ପଡି ଛଟ ପଟ ହେଉଛନ୍ତି । ଆହୁରି କେତେ ଔଷଧ ବିନା ମରି ଯାଉଛନ୍ତି ।
ସେ ଦୁହେଁ ସହର ର ଗଳି କନ୍ଦି ବୁଲିବାକୁ ଲାଗିଲେ , ଦେଖିଲେ କିଏ ପେଟ ପାଇଁ ନିଜକୁ ବିକ୍ରି କରି ଦେଉଛି ମଣିଷ ରୂପି ପଶୁ ମାନଙ୍କ ପାଖରେ । ଆଉ କିଏ ପଇସା ଫିଙ୍ଗି ,ପଇସା ର ଗର୍ବ ଦେଖେଇ ଲୁଟିନେଉଛି କାହାର ଜୀବନକୁ ,ବଞ୍ଚିବାର ସ୍ୱାଭିମାନକୁ । ପୁଣି ସେମାନେ ଆଗକୁ ବଢିବାକୁ ଲାଗିଲେ,ଦେଖିଲେ ପ୍ରାୟ ୧୦ ମହଲା ବିଶିଷ୍ଟ ଘରେ କିପରି ଲୋକ ମାନେ କେତେ ଖୁସି ରେ ରହୁଛନ୍ତି । ଚପଲ ର ଦାମ୍ ଅନେକ ହଜାର ଟଙ୍କା,ଦାମୀ ବ୍ୟାଗ୍ ର ଦାମ୍ ସତର ଲକ୍ଷ୍ୟ ଟଙ୍କା ,ଲୁଗା କାର୍ ପୋଷାକ ରେ ସୁନା ଲାଗିଛି ତ ଆଉ କୋଉଠି ସୁନା ଛାଉଣୀ ହାର ଗଦା । ହୀରା ର ମୋତି ନାଉଛି, କାଚ ଲଗା ଘରେ କିଏ ରହୁଛି ତ ଆଉ କିଏ ସୁନ୍ଦର ରାଜମହଲ କରି । ରାଜମହଲ କୁ ଦେଖିଲେ,ଆଖି ଲାଗି ଯାଉଥାଏ । ଦାମୀ ମଦ ଦୋକାନ ରେ ଭାରି ଭିଡ଼ । ପଇସା ଉଡ଼ୁଛି ଏଇଠି। ମାଆ କୁ ଛୁଆ ଟି ଚାହିଁ କହିଲା,ମାଆ ସେମାନେ ତାଙ୍କ ରୋଜଗାର ରେ ସେସବୁ କରିଛନ୍ତି ନା ? ସେ ଏମିତି ବଞ୍ଚିବା ବି ସ୍ୱାଭାବିକ ।
ସେମାନେ ଆଗକୁ ଟିକିଏ ଗଲେ,ଦେଖିଲେ ଭୋଟ ର ରାଲି ରେ କେତେ ପଇସା ଉଡ଼ୁଛି । ହଁ ଉଡେଇବା ବି କଥା । ହଁ ସେମାନେ ବି ତ ଜୀବନ ସଂଗ୍ରାମ ଲଢ଼ୁଛନ୍ତି ନା ନାହିଁ । ଆହୁରି ଦେଖିଲେ,ଫେବୃଆରୀ ର ପ୍ରେମ ସପ୍ତାହ । କେତେ ଟଙ୍କା ହୋଟେଲ ବାଲା ,କେକ୍ ବାଲା, ଫୁଲ ବାଲା ରୋଜଗାର କରୁଛନ୍ତି । ଲୋକ ମାନେ ବି କେତେ ମଜା କରୁଛନ୍ତି । ଆହୁରି ଟିକିଏ ଆଗକୁ ଯାଇ ଦେଖିଲେ,ଏ କାହା ଘରେ କେତେ ଟଙ୍କା ଘରେ ପୋତା ହେଇଛି । ଏ ଏପଟ କୁ ଚାହିଁ ଦେଖ ମାଆ,ସାଧାରଣ କିରାଣି ଚାକିରୀ କରି କେତେ ଟଙ୍କା ରଖିଛି,ଆଉ ଭିଜିଲାନ୍ସ ବାନ୍ଧି ନେଇ ଯାଉଛନ୍ତି ସେ ଲୋକ କୁ । ମାଆ ସେ ଧଳା ଘରକୁ ଦେଖ,ସୁନା ଗହଣା,ଘର ବାଡ଼ି ଟଙ୍କା ସବୁ ଛାଡି କେମିତି ସେ ଆତ୍ମା ହେଇ ଆକାଶକୁ ଉଡି ଯାଉଛି । ଏହା କ'ଣ ଜୀବନ ର ପରମ ସତ୍ୟତା ? ମାଆ ନିଜ କାନିପଣତ ରେ ଛୁଆ ଟିର ମୁହଁ କୁ ପୋଛି ଦେଇ କହିଲେ,କିନ୍ତୁ ମୋ ଧନ ବଞ୍ଚିବ । ନିଶ୍ଚୟ ବଞ୍ଚିବ । ହେଇ ଦେଖେ ସେପଟକୁ କିଛି ଭଲ ଲୋକ କିପରି ତତେ ସାହାର୍ଯ୍ୟ କରିବାକୁ ଆସୁଛନ୍ତି । ହେଇ ଦେଖେ ଦେବ ଦୂତଙ୍କୁ । ଆଉ ସେପଟକୁ ଦେଖେରେ ଧନ ଆଶାର ଆଲୋକ କେମିତି ଉଇଁ ଉଠୁଛି ପୂର୍ବ ଆକାଶରୁ। ପୁଅଟି ଧୀରେ ଧୀରେ ମାଆ ଟିର କାନ୍ଧ ଉପରକୁ ଅଣେଇ ହେଇ କହୁଥିଲା । ତୁ ମିଛ କାହିଁକି କହୁଛୁ ମାଆ, ଏଇ ତ ଆଉ ଅଳ୍ପ ଦିନ ରହିଲା ମୋ ହାତରେ
ମାଆ ଟି କାନ୍ଦି କାନ୍ଦି ପୁଣି ଥରେ କହିଲା,ନାଇଁ ରେ ଧନ । ସେମିତି କହନା ସେଇ ତ ଆଶାର ଆଲୋକ ଦେଖା ଗଲାଣି । ଏବେ ଦୁଇଟି ଶୁଖିଲା ମୁହଁ ଦେଖା ଯାଉଥିଲା ଅନ୍ଧାର ରେ ,ଜଣେ ମୃତ୍ୟୁ କୁ ନବୁଝି ହସୁଥିଲା,ଆଉ ଜଣେ ମାଆ କୋହ ଫଟେଇ ବିନା ଅବାଜାରେ ହୃଦୟ ରୁ କାନ୍ଦୁଥିଲା..ଜୀବନର ପରମ ସତ୍ୟତା କୁ ଅଣ୍ଡାଳି.ଜୀବନର ସାତରଙ୍ଗ କୁ ସାଉଁଟି ସାଉଁଟି ।
