Raja Sekhar CH V

Abstract Fantasy Inspirational

5  

Raja Sekhar CH V

Abstract Fantasy Inspirational

ନିଷ୍କପଟ ପତ୍ରକାର

ନିଷ୍କପଟ ପତ୍ରକାର

2 mins
333



ହାକିମ ବାବୁ କଥାଚିତ୍ରର ପ୍ରମୁଖ ଚରିତ୍ର ହେଲେ ଶ୍ରୀ କାହ୍ନୁ ମାଝୀ ( ଶ୍ରୀ ଅଜିତ ଦାସ) ଓ ବନୁଆ (ଶ୍ରୀ ବିଜୟ ମହାନ୍ତି)| ଉଭୟ ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁତ ଭଲ କଳାକାର |

ତାଙ୍କୁ ନେଇ ଏହି କାହାଣୀ ଆଗକୁ ବଢିବାକୁ ଯାଉଛି ଏବଂ ସମାଜ ପାଇଁ ଏକ ସନ୍ଦେଶ ବି ଦେବାକୁ ଯାଉଛି |


୧୯୮୫ ମସିହାର କଥା | କାହ୍ନୁଙ୍କ ଗାଁର ସମସ୍ତ ଗ୍ରାମବାସୀଙ୍କୁ ଖଣି କାମ ଯୋଗୁଁ ଥଇଥାନ କର ଗଲା | ପ୍ରଶାସନିକ ପଦାଧିକାରୀ ହୋଇକିରି ବି କାହ୍ନୁ କୌଣସି ସାହାଯ୍ୟ କରି ପାରିଲେ ନାହିଁ | କାହ୍ନୁଙ୍କ ପିତାର ପରଲୋକ ହେଲା | ପୁଣି ବାଲ୍ୟାବସ୍ଥାର ବାନ୍ଧବୀ ଧାନୀର ଅତ୍ୟାଚାର ଯୋଗୁଁ ଦେହାନ୍ତ ହୋଇଗଲା | ଏତେ ଦୁଃଖ ନେଇ ଗୁରୁମାତା ଓ ବିନୁଆ ନିଜ ଗାଁ ଛାଡି ନୁଆ ଜୀବନ ଲାଗି ରାଜଧାନୀ ନଗରୀ ଭୁବନେଶ୍ୱରକୁ ଯାଆନ୍ତି | ଯେହେତୁ ଗୁରୁମାତା ପାଠ ପଢ଼ିଥିଲେ, ତେଣୁ କ୍ଷତିପୂରଣ ନିମନ୍ତେ ସରକାରୀ କାର୍ଯ୍ୟାଳୟକୁ ବନୁଆ ସହ ବହୁତ ଥର ବୁଲିଲେ | କିନ୍ତୁ କିଛି ଦୁର୍ନୀତିଗ୍ରସ୍ତ ପଦାଧିକାରୀ ଯୋଗୁଁ କୌଣସି କ୍ଷତିପୂରଣ ମିଳିଲାନି | କିନ୍ତୁ ସେବାନିବୃତ୍ତି ବେତନ ହେଲେ ମିଳୁଥିଲା ଗୁରୁମାତାଙ୍କୁ ଯାହା ଦ୍ୱାରା ନିତିଦିନର ନ୍ୟୁନତମ ବ୍ୟୟ ହୋଉଥିଲା |


ଗୁରୁମାତାଙ୍କ ଏହି ଅବସ୍ଥା ଦେଖି ୨୨ ବର୍ଷୀୟ ବନୁଆ ବହୁତ ଚିନ୍ତା କରି ଏକ ନିର୍ଣ୍ଣୟ ନେଲା | ଯେ ସେ ପାଠ ପଢିବ | ଗୁରୁମାତା ବହୁତ ଖୁସି ହେଲେ | ଦିନବେଳେ ବନୁଆ ଏକ ଦୋକାନରେ କାମ କରୁଥିଲା ଗ୍ରାହକଙ୍କୁ ଜିନିଷ ଦେବା ପାଇଁ | ଆଉ ସନ୍ଧ୍ୟା ବେଳେ ପାଠ ପଢ଼ୁଥିଲା | ଆସ୍ତେ ଆସ୍ତେ ଛଅ ବର୍ଷ ବିତିଗଲେ | ଏବେ ବନୁଆ ଆଗ ଅପେକ୍ଷା ଅଙ୍କ, ଓଡ଼ିଆ ଲେଖା ପଢ଼ା, ଇଂରାଜୀ,ଭୂଗୋଳ ଆଦିରେ ଅବଗତ ହୋଇ ଥିଲା | ଏମିତିରେ ଦଶମ ଶ୍ରେଣୀ ପରୀକ୍ଷା ବ୍ୟକ୍ତିଗତ ଭାବେ ଦେଇ ୭୧ ପ୍ରତିଶତ

ଅଙ୍କ ରଖି ଉତ୍ତୀର୍ଣ୍ଣ ହେଲା | ଗୁରୁମାତା ବହୁତ ଖୁସି ହେଲେ | ପରେ ପରେ ବ୍ୟକ୍ତିଗତ ଭାବେ +୨ କଳା ରେ ରାଜନୀତି ବିଜ୍ଞାନ ରେ ପଢିଲା ଏବଂ ପତ୍ରକାରିତାରେ ସ୍ନାତକ ହାସଲ କରିଲା | ଇବେନ ୧୯୯୬ ମସିହା ହେଲାଣି | ବନୁଆ ଏବେ କିଛି ସମାଚାର ପତ୍ର ପାଇଁ ବାର୍ତ୍ତା ଲେଖିବା ଆରମ୍ଭ କରିଲା | କାହ୍ନୁ ନିଜ କାମରେ ବ୍ୟସ୍ତ ରହିଲା |


ବର୍ଷ ପରେ ବର୍ଷ ବନୁଆ ସମ୍ବାଦପତ୍ରରେ ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ଲେଖା ପ୍ରକାଶ କରିବା ଆରମ୍ଭ କରିଲା | ସହର ଗ୍ରାମ୍ୟ ଅଞ୍ଚଳର ବିଭିନ୍ନ ସମସ୍ୟା ଦର୍ଶାଇବା ଆରମ୍ଭ କରିଲା | ଜଟିଳ ସ୍ଥାନ କୁ ଯାଇ ପିଇବା ପାଣିର ସମସ୍ୟା, ଶିକ୍ଷାର ସମସ୍ୟା, ସାମାଜିକ ସମସ୍ୟା, ସରକାରୀ ଦୁର୍ନୀତି ବିଷୟରେ ଲେଖା ଦ୍ୱାରା ସମାଜରେ ନୂତନ ଚେତନା ସୃଷ୍ଟି କରିଲା |ବିଭିନ୍ନ ବାଡ଼ ବିବାଦରେ ଭାଗ ନେଲା | ଏମିତି ସମୟ ଯାଉ ଯାଉ, ଏକ ସମସ୍ୟାର ଲେଖା ପାଇଁ ସ୍ୱୟଂ କାହ୍ନୁ ବନୁଆକୁ ନିଜ ଦପ୍ତରକୁ ଡାକିଲେ | ଯେବେ କାହ୍ନୁ ଓ ବନୁଆ ପରସ୍ପର ସମ୍ମୁଖରେ ରହିଲେ, ତେବେ କାହ୍ଣୁକୁ ପୁରୁଣା କଥା ମାନେ ପଡିଲା | କିନ୍ତୁ ତେବେ ଡେରି ହୋଇ ସାରିଥିଲା | ବନୁଆ ନିଜ କଷ୍ଟ କିଛି ଭୁଲି ନ ଥିଲା | ସେ ଏତିକି କହିଲା ଯେ ତାର କାମ ଏବେ ନିଷ୍କପଟ ପତ୍ରକାରିତା ଦ୍ୱାରା ସାମାଜିକ ସମସ୍ୟାର ସମାଧାନ କରିବାକୁ ହେବ |ଯେତେ ପ୍ରଲୋଭନ ହେଲେ ବି , ସେ ସତ୍ୟର ସାହାଯ୍ୟ ସଦା ନେବ | ଏମିତି ସାମ୍ବାଦିକ ସମାଜ ପାଇଁ ଏକ ପ୍ରୟୋଜନୀୟ ସମ୍ପଦ | ଏହା ଥିଲା ବନୁଆର ନିଷ୍କପଟ ପତ୍ରକାର ହେବାର କାହାଣୀ |



Rate this content
Log in

Similar oriya story from Abstract