Raja Sekhar CH V

Abstract

2  

Raja Sekhar CH V

Abstract

ବାସ୍ତବିକ ପ୍ରେମ

ବାସ୍ତବିକ ପ୍ରେମ

2 mins
472



ପ୍ରେମ କଣ? ଯେତେ ପର୍ଯ୍ୟନ୍ତ ଏହି ଭାବନା ର ଅନୁଭବ ହୁଏନି, ତାହା ଅଭିବ୍ୟକ୍ତ କରି ହେବନି । ଏହା କାହା ସହିତ କେବେ ବି ହୋଇ ପାରେ। ପ୍ରତି ପ୍ରାଣୀକୁ ଜୀବନ-ସାଥୀ ଆବଶ୍ୟକ । ଯୁବାବସ୍ଥା ରେ ପ୍ରେମ ହେଲା ପ୍ରକୃତିର ଉତ୍କୃଷ୍ଟ ଉପହାର। ଦୁଇ ହୃଦୟରେ ପ୍ରଣୟ ପ୍ରଫୁଲ୍ଲିତ ହେବ ପାଇଁ ସମୟ ଲାଗେ ।


୧୯୯୦ ଦଶକ ର କଥା । ଏମିତି ହିଁ କିଛି ଅନୁଭବ ମହେଶ ବୋଲି କିଶୋର ସହ ହେଲା ।ତାହାର ବିଭିନ୍ନ ଝିଅଙ୍କ ସହ ପରିଚୟ ହୋଇ ଥିଲା । କଥା ବାର୍ତ୍ତାବି ହୋଇ ଥିଲା । କିନ୍ତୁ ତାକୁ ଆଭାସ ହୋଉନଥିଲା କି ଏହା ପ୍ରେମ ନ କେବଳ ଆକର୍ଷଣ !


କିଶୋରାବସ୍ଥାରେ ଜୀବନ ର ବାସ୍ତବିକତା ଜଣା ନ ଥାଏ । ସବୁ କିଛି ନୂଆ ନୂଆ ଲାଗେ । କିଛି କର୍ତ୍ତବ୍ୟ ନ ଥାଏ । କାରଣ ମାତା-ପିତା ସବୁ ବ୍ୟବସ୍ଥା କରି ଦେଇ ଥାଆନ୍ତି । ତେଣୁ ପ୍ରଣୟ ର ଭାବନା ହୃଦୟ ରେ ସ୍ଥାନ ନିଏ । ଏମିତି ହିଁ ମହେଶ ସହ ପୁଣି ଠାରେ ହୋଇ ଥିଲା । କିନ୍ତୁ ଦ୍ଵିତୀୟ ଝିଅ ସହ ବି ଏହା ମହେଶ ଜଣେଇଲା ନାହିଁ । କାରଣ ସେ ନିଜେ ସୁନିଶ୍ଚିତ ନ ଥିଲା । ପାଠ ପଢିବା ହିଁ ଉଚିତ ଭାବିଲା ।


କିଛି ବର୍ଷ ପରେ ମହେଶ ବିଜ୍ଞାନରେ ସ୍ନାତକ ପାଠ ପଢିବା ଆରମ୍ଭ କରିଲା ୧୯୯୯ ମସିହାରେ । ଏଇଠି ତାହାର ପରିଚୟ ମାଳାଶ୍ରୀ ବୋଲି ତେଲୁଗୁ ଝିଅ ସହ ହେଲା । ଉଭୟ ଆସ୍ତେ ଆସ୍ତେ ମହାବିଦ୍ୟାଳୟରେ କଥାବାର୍ତ୍ତା କରୁଥାନ୍ତି । ଦିନ ପରେ ଦିନ , ସପ୍ତାହ ପରେ ସପ୍ତାହ ଗଲେ । ମାଳାଶ୍ରୀ ପ୍ରତି ମହେଶକୁ ପ୍ରେମର ଆଭାସ ହେଲା । କାରଣ ମାଳାଶ୍ରୀକୁ ନ ଦେଖିଲେ ବା ମାଳାଶ୍ରୀ ସହ କଥା ନ ହେଲେ , ମହେଶକୁ ଭଲ ଲାଗୁ ନ ଥିଲା । ବହୁତ ଭାବିକି ମହେଶ ନିଜ ମନ ର କଥା ମାଳାଶ୍ରୀ କୁ ଜଣେଇଲା । ଆଗେ ମାଳାଶ୍ରୀ କିଛି ବୁଝି ପାରିଲା ନାହିଁ । କିନ୍ତୁ କିଛି ଦିନ ପରେ ବୁଝି ମହେଶର ପ୍ରସ୍ତାବ କୁ ସମ୍ମତି ଦେଲା ।

କିନ୍ତୁ ମାଳାଶ୍ରୀ ମହେଶ କୁ ଏତିକି ପଚାରିଲା ଯେ ସେମାନଙ୍କ ଭାଷା ସଂସ୍କୃତି ସବୁ ଅଲଗା । ମହେଶ ଓଡ଼ିଆ ପରିବାରରୁ ଥିଲା । ମହେଶକୁ ଆମିଷ ପସନ୍ଦ ଥିଲା ଆଉ ମାଳାଶ୍ରୀ ଶୁଦ୍ଧ ନିରାମିଷ । ମାଳାଶ୍ରୀ ପଚାରିଲା ମହେଶକୁ ସେ ତା ସହ ଚାଲି ପାରିବ ତ? ମହେଶ ଜଣେଇଲା ଯେ ତାହାର କେବଳ ମାଳାଶ୍ରୀ ଜୀବନ ଅତିବାହିତ କରିବାର ଥିଲା ।


କିଛି ଦିନ ପରେ ମାଳାଶ୍ରୀର ମାତା-ପିତାଙ୍କୁ ଏହି ପ୍ରେମ ର କଥା ଜଣା ପଡିଲା । ଆଗେ ମାଳାଶ୍ରୀର ପିତା ଶ୍ରୀ ସୁପ୍ରଭାତଙ୍କୁ କଷ୍ଟ ଏବଂ ରାଗ ହେଲା । କିନ୍ତୁ ଉଭୟଙ୍କ ଯୁବାବସ୍ଥା ଦେଖି ସେ ନିଷ୍ପତ୍ତି ନେଲେ ଯେ ଏହି ପ୍ରେମକୁ ସମ୍ମତି ଦିଆ ଯାଉ । ମହେଶକୁ ସେ ଡକେଇଲେ । ମହେଶ ସହ କଥା ହୋଇ ଜଣେଇଲେ ଯେ କେବଳ ପ୍ରେମ ରେ ଜୀବନ ଆଗକୁ ଯାଏନି । ପାଠ ପଢ଼ୁଥିବା ବୟସ ରେ ପ୍ରେମକୁ ଅଟକେଇ ରଖିବା ଉଚିତ । ସ୍ନାତକ ପରୀକ୍ଷା ପରେ ଆଗେ ଚାକିରୀ କିମ୍ବା ବେପାର କରି ଧାନ ଅର୍ଜନ କରିଲେ ଏହି ପ୍ରେମକୁ ପବିତ୍ର ବନ୍ଧନର ରୂପ ଦେଇ ହେବ । ମାଳାଶ୍ରୀ ଆଉ ମହେଶ ଏହି କଥା ପାଇଁ ରାଜି ହେଲେ ଏବଂ କିଛି ଭୁଲ ନ କରିବାର ପ୍ରତିଜ୍ଞା କରିଲେ । ପରୀକ୍ଷା ପରେ ଉଭୟଙ୍କୁ ଚାକିରୀ ମିଳିଲା । ମହେଶ ପରିବାର ବି ଏହି ବନ୍ଧନ ପାଇଁ ଖୁସି ଖୁସି ସହମତି ଦେଲେ ।


ଏହା ଥିଲା ମାଳାଶ୍ରୀ ଓ ମହେଶଙ୍କ ବାସ୍ତବିକ ପ୍ରେମର କାହାଣୀ ।


Rate this content
Log in

Similar oriya story from Abstract