Raja Sekhar CH V

Inspirational

3  

Raja Sekhar CH V

Inspirational

ସଫଳତା ର ସୋପାନ

ସଫଳତା ର ସୋପାନ

5 mins
467



ଜୀବନରେ ସମସ୍ତେ ସଫଳତା ସମ୍ପଦର ଆଶା କରନ୍ତି । କିନ୍ତୁ ସେହି ବ୍ୟକ୍ତି ସଫଳ ହୋଇ ପାରନ୍ତି , ଯେଉଁମାନେ ନିରନ୍ତର ପ୍ରୟାସ କରନ୍ତି ଓ ନିଜ ସଫଳତାର ସୋପାନ ନିଜେ ସୃଷ୍ଟି କରନ୍ତି । ଏମିତି ହିଁ ଗୋଟିଏ କାହାଣୀ ଆସନ୍ତା କାହାଣୀ ରେ ଜାଣିବାକୁ ମିଳିବ ।


ଭୁବନେଶ୍ୱର ସହରରେ ମହେଶ ବୋଲି ଗୋଟିଏ ଯୁବକ ରହୁଥାଏ । ସେ ଭଲ ପାଠ ପଢୁଥାଏ । ନିଜ ସ୍ନାତକ ଯାନ୍ତ୍ରିକ ବିଦ୍ୟାରେ ୨୦୦୪ ମସିହାରେ କରିଲା । ତା ପରେ ସ୍ନାତକୋତ୍ତର ବି ପ୍ରାପ୍ତି କରି ଥିଲା ୨୦୦୬ ମସିହାରେ । ବର୍ଷେ ଦୁଇ ବର୍ଷ ପର୍ଯ୍ୟନ୍ତ ଚାକିରୀ ପାଇଁ ଚେଷ୍ଟା କରିଲା । କିନ୍ତୁ କିଛି ଚାକିରୀ କୋଉଠି ମିଳିଲା ନାହିଁ । ଆଉ ଏପଟେ ନିଜ ଖର୍ଚ୍ଚ କାହାକୁ ମାଗିବ ? ନିଜ ମାତା ପିତା କେତେ ଦିନ ଦେବେ ? ଏବେ ମହେଶର ବୟସ ୨୫ ବର୍ଷ ୨୦୦୮ ମସିହାରେ । ପୁଣି ଆଗକୁ ଯାଇକି ବିବାହ ବି କରିବାର ଥିଲା ଯେହେତୁ ବାବୁ ଗୋଟେ ଝିଅ ଜ୍ୟୋତିକୁ ଭଲ ପାଉଥିଲେ ଆଉ ଉଭୟ ପରସ୍ପର ପ୍ରେମ କରୁଥିଲେ । ସମୟ ଆଗକୁ ଯାଉଛି । ଅର୍ଥ ରୋଜଗାର କରିବା ହେଉଛି ପୁରୁଷର ଲକ୍ଷଣ । ଏମିତି ହିଁ କିଛି ଦିନ ପରେ , ମହେଶ ଭାବିଲା ଯେ ସେ ଶିକ୍ଷକ-କେନ୍ଦ୍ର ବା କାଚିଙ୍ଗ ସେଣ୍ଟର ରେ ପିଲାଙ୍କୁ ପାଠ ପଢେଇବ । ଆଉ ସହିଦ ନଗର ଭୁବନେଶ୍ୱରର ଏକ ବେସରକାରୀ ସଂସ୍ଥାରେ ବିଭିନ୍ନ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ଅଙ୍କ,ବିଜ୍ଞାନ, ସଂସ୍କୃତ, ଓଡ଼ିଆ ଆଉ ହିନ୍ଦୀ ପଢେଇବା ଆରମ୍ଭ କରିଲା । ଶ୍ରେଣୀ ପଞ୍ଚମ ରୁ ଶ୍ରେଣୀ ଦ୍ୱାଦଶ ( ଯୁକ୍ତ ଦୁଇ ବିଜ୍ଞାନ ବିଦ୍ୟାର୍ଥୀଙ୍କର ରାସାୟନିକ ଶାସ୍ତ୍ର) ମଧ୍ୟ ପଢ଼ଉଥିଲା । ମହେଶର ପଢେଇବା ପଦ୍ଧତି ଟିକେ ଅଲଗା ଥିଲା । ସେ ପିଲାଙ୍କ ସହ ଭଲ ଭାବେ ପ୍ରଶ୍ନ ପଚାରି ଚେଷ୍ଟା କରୁଥିଲା ଯେ ସେମାନେ ସଠିକ ଭାବେ ବୁଝିଛନ୍ତି ନ ନାହିଁ । ଆସ୍ତେ ଆସ୍ତେ ମହେଶର ଖ୍ୟାତି ସାରା ସହରରେ ବ୍ୟାପିଲା । ଅନ୍ୟ ସଂସ୍ଥାମାନେ ବି ମହେଶକୁ ଡାକିବା ଆରମ୍ଭ କରିଲେ । ମହେଶର ଆସ୍ତେ ଆସ୍ତେ ଭଲ ପଇସା ଅର୍ଜନ ହେଲା । କିନ୍ତୁ ମହେଶ ସବୁ ଟଙ୍କାକୁ କିଛି ନଷ୍ଟ କରିଲା ନାହିଁ ।


ଯେହେତୁ ମହେଶକୁ ଆଗକୁ ଭଲ ଜୀବନ ଅତିବାହିତ କରିବାର ଥିଲା । ଆଉ ସେ ଚାକିରୀ ପାଇବା କଥା ଆଉ ଭାବିଲା ନାହିଁ । ସେ ନିର୍ଣ୍ଣୟ ନେଲା ଯେ ସେ ପାଠ ପଢେଇବା ମାର୍ଗରେ ଆଗକୁ ଯିବ। କିନ୍ତୁ ସେ ଚାହିଁଲା ଯେ ଅନ୍ୟ ଏକ ସ୍ରୋତ ରହୁ ତାଙ୍କ ଅର୍ଜନ କରିବାର । ଏମିତି କଥା କଥା ରେ କିଛି ପିଲାଙ୍କ ସହ କଥା ହେଉ ଥାଏ ଯେ କୋଉ ବେପାରରେ ଜିନିଷ ନଷ୍ଟ ହେବାର ଦ୍ୱାର ନ ଥିବ । କାରଣ ଖାଦ୍ୟ ବେପାରରେ ଖାଇବା ଜିନ୍ସ ନଷ୍ଟ ହେବାର ଭୟ ଥାଏ । ଗୋଟାଏ ପିଲା କହିଲା ଲେଖାଲେଖି ସାମଗ୍ରୀ ଦୋକାନ ଯାହା ଷ୍ଟେସନଇରୀ ଦୋକାନ ବି କୁହ ଯାଏ , ତାହା ଭଲ ହେବ । କାରଣ ଲେଖା ବହି ସମସ୍ତ ପିଲାଙ୍କୁ ଦରକାର ପଡିବ । ତେଣୁ ସେ ନିଜ ଘର ପାଖେର ନୂଆପାଲ୍ଲୀରେ ଏକ ଛୋଟ ଦୋକାନ ଭଡା ରେ ନେଇ ଲେଖାଲେଖି ବହି, ଖାତା ବିକ୍ରି କରିବା ଆରମ୍ଭ କରିଲା । ଏଠି ପାଇଁ ନିଜ ସାନ ଭାଇ ଉମେଶକୁ କାମ ଦେଲା ଯେହେତୁ ସେ ଏତେ ଭଲ ପଢୁ ନ ଥିଲା । ମାତ୍ର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲା । ମହେଶ ସବୁ ଦିନ ପାଠ ପଢେଇବାକୁ ଯାଉ ଥାଏ ସଞ୍ଜବେଳେ ଆଉ ଦିନ ବେଳେ ବହି ଦୋକାନ କାମରେ ବ୍ୟସ୍ତ ଥାଏ । ବେଳେ ବେଳେ ଜ୍ୟୋତି ସହ ଦେଖା ସାକ୍ଷାତ ହେଉ ଥାଏ । ଉଭୟଙ୍କର ବିବାହ ନିଶ୍ଚୟ ହେଲା । କାରଣ ଜ୍ୟୋତିର ପିତାଙ୍କୁ ଏହା ବିଶ୍ୱାସ ହେଲା ଯେ ମହେଶ କିଛି ବି ପରିସ୍ଥିତିରେ ନିଜ ଅର୍ଥବ୍ୟବସ୍ଥାକୁ କଷ୍ଟ ପହଁଚେଇବନି ବୋଲି ।


ମହେଶ ଓ ଜ୍ୟୋତିଙ୍କର ବିବାହ ହୋଇ ଗଲା ୨୦୦୮ ମସିହା ରେ । ଜ୍ୟୋତି ବି ବହି ଦୋକାନ କାମରେ ସାହାଯ୍ୟ କରିବା ଆରମ୍ଭ କରିଲା । ମହେଶକୁ ନିଜ ପତ୍ନୀର ନୂଆ ହାତ ମିଳିଲା । ଉମେଶ ତା ଆଗରୁ ସାହାଯ୍ୟ କରୁ ହିଁ ଥିଲା । ଏବେ ସମୟ ଆସିଲା ଏକ ବଡ ଦୋକାନ ଖୋଲିବାର । ଜ୍ୟୋତି ଏକ ମତ ଦେଲା ଯେ ନୂଆ ଦୋକାନ କୌଣସି ମହାବିଦ୍ୟାଳୟ ନଚେତ ବିଦ୍ୟାଳୟ ଭିତରେ ନଚେତ ଶିକ୍ଷା-କେନ୍ଦ୍ର ପାଖେର ଖୋଲା ଯାଉ । କାରଣ ଏଇଠି ଅଧିକ ପିଲାମାନେ ଆସିବେ । ମହେଶ ଏହି କଥା ଠିକ ଲାଗିଲା । ତେଣୁ ସେ ଏକ ବେସରକାରୀ ବିଦ୍ୟାଳୟରେ ଦୋକାନ ଖୋଲିଲା । ଟିକେ କମ ପଇସାରେ ଖାତା ବହି ବିକ୍ରି କରିଲା । ଏବେ ଦୋକାନ କାମ ପ୍ରାୟଃ ଜ୍ୟୋତି ଆଉ ଉମେଶ ଦେଖୁଥାନ୍ତି । ନିଜ ପାଠ ପଢେଇବା କାମ ମହେଶ ବନ୍ଦ କରିଲା ନାହିଁ । ସେଇଟା ସମୟ ଯାଉ ଯାଉ ଆହୁରି ଭଲ ହୋଇ ଆସିଲା । ମହେଶ ସାରଙ୍କ ନାମ ସମସ୍ତଙ୍କୁ ଜଣା ଥିଲା । ଅଙ୍କ ପାଇଁ ତାଙ୍କଠାରୁ ଭଲ ଅଧ୍ୟାପକ କେହି ନ ଥିଲେ । ଆଉ ଏଇଟା ବି ସତ ଥିଲା ଯେ ମହେଶ ଅତ୍ୟଧିକ ଟଙ୍କା ମାଗୁନଥାଏ । ନିଜ ସୁନାମ ହିଁ ଅର୍ଥ ରୋଜ଼ଗାର କରି ଦେଉ ଥାଏ । ଏମିତି ଯାଉ ଯାଉ ପାଞ୍ଚ ବର୍ଷ ହୋଇ ଗଲା । ଏବେ ମହେଶ ର ଭଲ ଆର୍ଥିକ ପରିସ୍ଥିତି ହୋଇ ସାରିଥିଲା । ବର୍ଷ ରେ ଯେବେ ପିଲାଙ୍କର ଛୁଟି ଥାଏ , ତେବେ ମହେଶ ର ଛୁଟି ଥାଏ । ସେ ଜ୍ୟୋତି ସହ ଭାରତ ଦର୍ଶନ ବି କରୁଥାଏ । ମହେଶ ର ମାତା ପିତା ବି ଖୁସି ଥିଲେ । ଉମେଶ ର ଭଲ କାମ ହୋଉଥିଲା । ନିଜ ପୁଅମାନଙ୍କୁ ନିଜ ଆଖି ଆଜେର ଦେଖିବାର ଭାଗ୍ୟ ଥିବାରୁ ବାପା ମା ବହୁତ ସନ୍ତୁଷ୍ଟ ଥିଲେ ।


ଆଗକୁ ମହେଶର ଦୁଇ ସନ୍ତାନ ହେଲେ । ପୁଅ ଆଉ ଝିଅ । ମହେଶ ନିଜ ଘର ବି କରି ସାରିଥିଲା ଭୁବନେଶ୍ୱର ର ବରମୁଣ୍ଡା ଅଂଚଳରେ । ଏବେ ନିଜ ଘରେ ବି ପିଲାଙ୍କୁ ପାଠ ପଢାଉଥିଲା । ଆସ୍ତେ ଆସ୍ତେ ଦିନ ଏମିତି ଆସିଲା ଯେ ଆଉ ମହେଶକୁ ଅର୍ଥର ଚିନ୍ତା କରିବାକୁ ପଡିଲା ନାହିଁ । କିନ୍ତୁ ସେ ତାର ମୌଳିକ ନୀତି ନିୟମ ଛାଡିଲା ନାହିଁ । ତାହାର ପଢେଇବା ପଦ୍ଧତିରେ କେବେ ପରିବର୍ତ୍ତନ ଆସିଲା ନାହିଁ । ଆଉ ୨୦୧୫ ମସିହା ସୁଦ୍ଧା ମହେଶ ନିଜର ଶିକ୍ଷକ-କେନ୍ଦ୍ର ବି ଖୋଲିଲା । ସେଥିରେ ବହୁତ ପିଲା ଆସିଲେ ପଢିବା ପାଇଁ । ଆଉ କିଛି ବିଷୟ ଏଇଠି ମାଗଣା ଥିଲା ଯାହା ଥିଲା ଓଡିଶା ଇତିହାସ, ଓଡ଼ିଆ ଢଗ ଢମାଳି, ସଂସ୍କୃତ ଶ୍ଳୋକ, ନୀତି ଶିକ୍ଷା, ସାଧାରଣ ଜ୍ଞାନ। ମାତ୍ର ସପ୍ତାହକୁ ଗୋଟାଏ ଦିନ , ତେଣୁ କାହାକୁ କଷ୍ଟ ହେଲା ନାହିଁ । ଏହା ସବୁ ପିଲାଙ୍କର ମାନସିକ ଶକ୍ତି ବଢେଇବା ପାଇଁ ମହେଶର ନୂଆ ପଦକ୍ଷେପ ଥିଲା । ଯେତେବେଳେ ପିଲାମାନେ ମହାରାଜା କପିଳେନ୍ଦ୍ରଦେବର କଥା ହେଉ , ଭଗବଦ୍ଗୀତା ର ନୀତି ଶ୍ଳୋକ, ଢମଣା ବୁଲି ବୁଲି ସେହି ଅଗଣା ପରି ଢଗ ଆଦି ପିଲାଙ୍କର ସୃଜନ ଶକ୍ତି ବଢେଇବା ପାଇଁ ଅତ୍ୟନ୍ତ ଆବଶ୍ୟକ । ତାଙ୍କର ଆତ୍ମା ବିଶ୍ୱାସ ବଢେଇବାରେ ବହୁତ ସହାୟକ । ପିଲାଙ୍କର ମାତା ପିତା ମାନେ ଏହି ସବୁ କଥା ଜାଣି ବହୁତ ଖୁସି ହେଲେ । କାରଣ ନିଜ ପାଠ ସହ , ସଂସ୍କୃତ ଶ୍ଳୋକ ଜାଣିବା ଯୋଗୁଁ ପିଲାଙ୍କର ସ୍ମରଣ ଶକ୍ତି ରେ ବୃଦ୍ଧି ହୋଇଥିଲା । ଆହୁରି ମହେଶ କୁ ବହୁତ ଆଗକୁ ଯିବାର ଅଛି ।


ଏହି ସଫଳତା ମାତ୍ର ସୋପାନର ଏକ ଅଂଶ । ଆଗକୁ ବଡ ଲକ୍ଷ୍ୟ ଅଛି । କିନ୍ତୁ ମହେଶର ନିଜର ଏକ ଅଭିନ୍ନ ପରିଚୟ ହେଲା ଆଉ ଏଥିରେ ତାର ଭାଇ , ପତ୍ନୀ , ମାତା ପିତାଙ୍କର ବଡ ଯୋଗଦାନ ଥିଲା । ସେ ନିଜ ସଫଳତାର ସୋପାନ ସୃଷ୍ଟି କରିଥିଲା ଆଉ ନିଜ ଲୋକଙ୍କର ସାହାଯ୍ୟ ନେଇ ତାଙ୍କ ପାଇଁ ବି ଭଲ ଜୀବନ ସୃଷ୍ଟି କରି ଥିଲା । ଆଶା କରୁଛି ଯେ ମହେଶ ଆହୁରି ବହୁତ ବହୁତ ସଫଳତା ହାସଲ କରୁ ଏବଂ ନିଜ ଶିଷ୍ୟ ମାନେ ନିଜ ଜୀବନରେ ମହେଶକୁ ସଦା ମାନେ ରଖନ୍ତୁ ।


ନୀତି-ଶିକ୍ଷା : ବିଷମ ପରିସ୍ଥିତିରେ ନିଜ ସଫଳତାର ସୋପାନ ନିଜେ ସୃଷ୍ଟି କରି ନିରନ୍ତର ପ୍ରୟାସ କରିଲେ, କେବେ ନ କେବେ ସିଦ୍ଧି ଓ ସମ୍ମାନ ହାସଲ କରି ପାରିବେ ।


Rate this content
Log in

Similar oriya story from Inspirational