Raja Sekhar CH V

Others

3  

Raja Sekhar CH V

Others

ସ୍ୱାର୍ଥହୀନ ସମୟୋଚିତ ସମ୍ପର୍କ

ସ୍ୱାର୍ଥହୀନ ସମୟୋଚିତ ସମ୍ପର୍କ

4 mins
476


ରଚନା : ଶ୍ରୀ ରାଜଶେଖର ସି 'ଚିମା'

ସମସ୍ତଙ୍କ ଜୀବନ ରେ ଭିନ୍ନ ସମ୍ବନ୍ଧ ଓ ବିଭିନ୍ନ ସମ୍ପର୍କ ଥାଏ । ଆଉ ଚନ୍ଦ୍ରଶେଖର ର ଜୀବନ ରେ ବି ଏମିତି ହିଁ ମାତା-ପିତା, ଭାଇ,ଅନେକ ବନ୍ଧୁ ବାନ୍ଧବ,ସାଙ୍ଗ ଏବଂ ଗୁରୁଜନଙ୍କ ସମ୍ପର୍କ ର ପ୍ରଭାବ ଥିଲା । ଶେଖର ନିଜ ପିଲା ଦିନ ରୁ ଭୁବନେଶ୍ୱର ରେ ଗୋଟିଏ ବିଦ୍ୟାଳୟ ରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ଥିଲା । ତେଣୁ ନିଜ ଛାତ୍ର ଜୀବନ ର ସାଙ୍ଗ ଆଉ ଗୁରୁଜନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଧନ ଗଢ଼ି ସାରିଥିଲା । କାରଣ ପ୍ରତିଦିନ ୭ ଘଣ୍ଟା ଲେଖାଁଏ ବର୍ଷ ପରେ ବର୍ଷ , ୧୪ ବର୍ଷ ତାଙ୍କ ସହ ଦେଖା ହେଉ ଥାଏ । ଏହା ଏକ ଲମ୍ବା ସମୟ । ତେଣୁ ତାଙ୍କ ସହ ଏକ ସ୍ନେହମୟ ସମ୍ପର୍କ ହୋଇଛି ବୋଲି କହିଲେ ଅତିଶୟୋକ୍ତି ହେଵନି ।

କେତେ ଯେ ସାଙ୍ଗ ଆସିଲେ ଏବଂ ରହିଲେ ।କେତେ ଯେ ସାଙ୍ଗ ମଝି ରେ ଆସିଲେ ଆଉ ମଝି ରେ ପଳେଇଲେ । କିନ୍ତୁ ଶେଖର କୁ ସମସ୍ତଙ୍କର କିଛି ନ କିଛି କଥା ମନେ ଥିଲା । ସାଙ୍ଗମାନଙ୍କ ସହ ସେହି ବୁଝା ଅବୁଝା କଥା ବହୁତ ବଢିଆ ଥିଲା । ପୁଣି ଅର୍ଥହୀନ ଝଗଡ଼ା ! । କିଛି ବହୁତ ନିକଟତମ ସାଙ୍ଗ ଥିଲେ ।ଆଉ ଏହି ସ୍ନେହ ବହୁତ ହିଁ ସ୍ୱାର୍ଥହୀନ ଥିଲା । କାରଣ ବିରତି ସମୟ ରେ ଖେଳିବା, ଥଟ୍ଟା କରିବା,ଖାଇବା ପିଇବା ଆଦି ! ଏହା ସବୁ ଦୈନନ୍ଦିନ ଅଭୁଲା ଅନୁଭବ ! ଶେଖର କୁ ଜଣା ନ ଥିଲା ଯେ ଏହା ସବୁ କେବେ ନ କେବେ ଅଭୁଲା ଅତୀତ ହେବ । ବହୁତ ସାଙ୍ଗ ମାନଙ୍କ ସହ ତାହାର ଯୋଗାଯୋଗ ଆଜି ବି ଅଛି ।

ସେହି ପରି ନିଜ ଗୁରୁଜନଙ୍କ ସହ ଶେଖର ର ଏକ ବିଶିଷ୍ଟ ବନ୍ଧନ ହୋଇ ଯାଇ ଥିଲା । ଶେଖର ଧ୍ୟାନ ଦେଇ ନିଜ ଗୁରୁଙ୍କ କଥା ନିଜ ଶ୍ରେଣୀ ରେ ଶୁଣୁଥାଏ ଆଉ ନିଜ ଖାତା ରେ ଲେଖୁଥାଏ । ଯେଉଁ ବିଷୟ ରେ ବେଶୀ ଭଲ ନଥିଲା ଯଥା ଅଙ୍କ , ହିନ୍ଦୀ ଆଦି କୁ ବହୁତ ମନ ଦେଇ ଶୁଣୁଥାଏ । ଦରକାର ପଡ଼ିଲେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ତାଙ୍କ କାର୍ଯ୍ୟବ୍ୟସ୍ତ ନଥିବାବେଳେ, ନିଜ ସନ୍ଦେହ ପଚାରୁ ଥାଏ । କିନ୍ତୁ ଖୁସି ର କଥା ଏଇଟା ଥିଲା ଯେ କୌଣସି ଅଧ୍ୟାପକ କିମ୍ବା ଅଧ୍ୟାପିକା କେବେ ସମୟ ଦେବାକୁ ମନ କରି ନଥିଲେ । ଏହି ଛୋଟ ଛୋଟ କଥା ଶେଖର ର ମନ ରେ ନିଜ ଗୁରୁଜନଙ୍କ ପ୍ରତି ବହୁତ ସାଦର ସୃଷ୍ଟି କରି ଦେଲା । ତାଙ୍କ ପ୍ରତି କୃତଜ୍ଞତା ର ଭାବନା ଜାଗୃତ ହୋଇ ଗଲା ।ଏହା ଏକ ଯଥାର୍ଥ ଯେ ଶେଖର ର ଗୁରୁଜନ ବହୁତ ନିଷ୍ଠା ନିଃସ୍ୱାର୍ଥ ସହ ନିଜ କର୍ତ୍ତବ୍ୟ ର ପାଳନ କରୁଥିଲେ । ପ୍ରପଞ୍ଚ ରେ ସମସ୍ତ ଗୁରୁଜନଙ୍କ ର ନିଜ ଛାତ୍ରଙ୍କ ପ୍ରତି ସ୍ନେହ ହିଁ ଥାଏ ।

ସମୟ ର ଚକ ଘୁରିଲା । ୨୫ ବର୍ଷ ହୋଇ ଗଲା । ସମସ୍ତ ଗୁରୁଜନଙ୍କ ସହ ସଂସ୍ପର୍ଶ ରେ ନ ରହିଲେ ବି ନିଜ ମୁଖ୍ୟ ଅଧ୍ୟାପିକା "ଶ୍ରୀମତୀ ଅନ୍ନପୂର୍ଣ୍ଣା ପଣ୍ଡା" ଙ୍କ ସହ ଶେଖର ର ଯୋଗାଯୋଗ ନିୟମିତ ଭାବେ ଚିଠିପତ୍ର , ଦୂରଭାଷ ଦ୍ୱାରା ରହୁ ଥାଏ । ତାଙ୍କ ସହ ଭେଟ ହେଲେ ଶେଖର ସବୁ ବେଳେ ନିଜକୁ ସେହି ଛାତ୍ର ଜୀବନ ର ଛୋଟ ପିଲା ପରି ମନେ କରୁଥାଏ । ୨୦୧୫ (2015) ମସିହା ଆଷାଢ଼ ମାସ (ଜୁଲାଇ ମାସ ) ର କଥା ।ଭୁବନେଶ୍ୱର ର ଗୋପବନ୍ଧୁ ଛକ ରେ ଶ୍ରୀଜୀଉଙ୍କ ରଥ ଶିରିପୁର ଦିଗ କୁ ଚାଲୁ ଥାଏ। ଶେଖର ନିଜ ୧୯୮୯ ମସିହା (1989) ସପ୍ତମ ଶ୍ରେଣୀ ର ଇଂରାଜୀ ଅଧ୍ୟାପିକା "ଶ୍ରୀମତୀ ଶ୍ୱେତପଦ୍ମା ରଥ" ଙ୍କୁ ଚିହ୍ନିଲା । ସାଙ୍ଗେ ସାଙ୍ଗେ ତାଙ୍କ ଚରଣସ୍ପର୍ଶ କରି ନିଜ ପୁଅ ସହ ନିଜ ପରିଚୟ ଦେଲା । ସେ କିଛି ସମୟ ପରେ ଜାଣିଗଲେ ଆଉ ବହୁତ ଖୁସୀ ହେଲେ । ଏହା ଶେଖର ପାଇଁ ଏକ ଅବିସ୍ମରଣୀୟ ସମୟ । ସେହି ଦିନ ଶେଖର କୁ ଏକ ବିଶେଷ କଥା ର ଆଭାସ ହେଲା । ନିଜ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ନିଜ ଜୀବନ ସଂଘର୍ଷ ଦଉଡ ରେ ସେ ଭୁଲି ଯାଇଛି ବୋଲି ବିବେଚନା କରିଲା। ତେଣୁ ନିଷ୍ପତ୍ତି ନେଲା ଯେ ଗୋଟାଏ ପରେ ଗୋଟାଏ ଯଥାସମ୍ଭବ ନିଜ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଖୋଜିବ ଆଉ ତାଙ୍କ ସହ ଯୋଗାଯୋଗ କରିବ । ଶେଖର ର ପ୍ରୟାସ ଭଲ ପରିଣାମ ଦେଲା । ବହୁତ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଯୋଗାଯୋଗ ଓ ଦେଖାସାକ୍ଷାତ କରି ପାରିଲା ନିଜ ଛୁଟି ସମୟ ରେ । ଏହା ନିଶ୍ଚୟ ଏକ ସୁନ୍ଦର ଅନୁଭୂତି କାରଣ ଏମିତି ଦୁର୍ଲଭ କ୍ଷଣ ସବୁବେଳେ ସମସ୍ତଙ୍କୁ ମିଳେନି । ସମସ୍ତ ଗୁରୁଜନ ବୃଦ୍ଧ ଅବସ୍ଥା ରେ ଥିଲେ । କିନ୍ତୁ ଲାଗୁଥାଏ ଯେମିତି କଲି ର କଥା ଥିଲା । ଶେଖର କୁ ବହୁତ ଅମୁଲ୍ୟ ଆଶୀର୍ବଚନ ମିଳିଲା ନିଜ ଗୁରୁଜନଙ୍କ ଠାରୁ । ଆଉ ଯେବେ ବି ଭୁବନେଶ୍ୱର ରେ କୋଉ ବାଟ ରେ ନିଜ ଗୁରୁଙ୍କ ଘର ଯଦି ପଡ଼େ, ତାହାଲେ ୧୦ ମିନଟ ରହି ତାଙ୍କ ସହ କଥା ହୁଏ ବେଳେ ବେଳେ । କିଛି ଦୁଃଖ-ସୁଖ କଥା ହେବାର ସୁଯୋଗ ମିଳୁଥାଏ । ଏହି ସବୁ ଅମୁଲ୍ୟ କ୍ଷଣ ସର୍ବଦା ସୁନେଲି କ୍ଷଣ ।

ଶେଖର କୁ ଅବଗତ ହେଲା ଯେ ନିଜ ସାଙ୍ଗ ଏବଂ ଗୁରୁଜନଙ୍କ ସହ ସମ୍ବନ୍ଧ ସର୍ବଦା ଏକ ସ୍ୱାର୍ଥହୀନ ସମୟୋଚିତ ସମ୍ପର୍କ ।

ନୀତି କଥା : ସଂସ୍କୃତ ରେ ଏକ କଥା ଅଛି " ଅର୍ଥ ତୁଳାନାମ, ନା ଗୁରୁ ନା ବନ୍ଧୁ !!" ଯାହାର ଅର୍ଥ ହେଲା ଯେ ଅର୍ଥ ପଛରେ ଗୋଡ଼େଇଲେ ନା ଗୁରୁ ମନେ ରୁହନ୍ତି ନା ସାଙ୍ଗ ମନେ ପଡ଼ନ୍ତି । ଅର୍ଥ ଅର୍ଜ୍ଜନ କରିବା ଜୀବନ ଚଳନ ହେତୁ ଆବଶ୍ୟକ । କିନ୍ତୁ ତାହା ଯୋଗୁଁ କେବେ ନିଜ ଗୁରୁଜନ, ବନ୍ଧୁ, ମାତା ପିତାଙ୍କୁ, ଭାଇ ଭଉଣୀଙ୍କୁ ଭୁଲିବେନି । କାରଣ ଏହି ସ୍ୱାର୍ଥହୀନ ସମୟୋଚିତ ସମ୍ପର୍କ ବହୁତ ମୂଲ୍ୟବାନ ଯାହା ଭାଗ୍ୟ ରେ ମିଳିଥାଏ । ଏମିତି ବନ୍ଧନ କୁ ଅର୍ଥ ସହ କେବେ ତୁଳନା କରିବେ ନାହିଁ । ଗୁରୁଜନ ଅଛନ୍ତି ବୋଲି ବିଦ୍ୟାର୍ଥୀଙ୍କର ଜୀବନ ରେ ଜ୍ଞାନପ୍ରକାଶ ଅଛି |


Rate this content
Log in