Raja Sekhar CH V

Inspirational

3  

Raja Sekhar CH V

Inspirational

ଅସୀମ ଆତ୍ମବିଶ୍ୱାସ

ଅସୀମ ଆତ୍ମବିଶ୍ୱାସ

5 mins
626


ରଚନା : ଶ୍ରୀ ରାଜଶେଖର ସି 'ଚିମା'

୨୦୦୩ ମସିହା ର କଥା | ଭୁବନେଶ୍ୱର ସହର ରେ ଚନ୍ଦ୍ର ବୋଲି ଏକ ଯୁବକ ରହୁ ଥିଲା | ସେ ତାର +୩ ବିଜ୍ଞାନ ସ୍ନାତକ ପରୀକ୍ଷା ଦେଇ ସାରି ଥିଲା | ପରୀକ୍ଷା ପରିଣାମ ଭଲ ଆସିଥିଲା | ଚାକିରୀ ଖୋଜା ରେ ବ୍ୟସ୍ତ ଥିଲା | ସମୟ ଯାଉ ଥାଏ | ସମାଜ ର ବିଭିନ୍ନ ଲୋକ ଚାକିରୀ ବିଷୟ ରେ ପଚାରି ପଚାରି ଦୁଃଖୀ ଥିବା ମନକୁ ଆହୁରି ଦୁଃଖିତ କରୁ ଥାଆନ୍ତି | ଚନ୍ଦ୍ର ଭାବୁ ଥାଏ ଯେ ଜୀବନ ରେ ଧନ ଅର୍ଜ୍ଜନ କରିବା ପାଇଁ କେବେଳ ଚାକିରୀ ହିଁ ମାର୍ଗ ନ କଣ ? ଘରେ ବି ବହୁତ ଚାପି ପଡୁଥାଏ ! ଏଇଟା ଧୈର୍ଯ୍ୟ ସହ ଶାନ୍ତ ରହିବାର ମୁଖ୍ୟ ସମୟ ଥିଲା |

୨୦୦୧ ମସିହା ରେ ପାଠ ପଢ଼ୁଥିବା ସମୟ ରେ ଚନ୍ଦ୍ର ଏକ ବିଦେଶୀ ଭାଷା ଶିଖିଥିଲା ଯାହା ଥିଲା ଜର୍ମାନୀ ଦେଶର "ଜର୍ମାନ" | ଦୁଇ ଦିନ ଶିଖିବା ପରେ ଭାବିଲା ଯେ ଏହି ଭାଷା ଶିଖିବା କଣ ଏତେ ସହଜ ? କିନ୍ତୁ ପୁଣି ଭାବିଲା ଯେ ୫୦୦ ଟଙ୍କା ଶିକ୍ଷିକାଙ୍କୁ ଦେବା ପରେ ଏବେ ଟଙ୍କା ଫେରସ୍ତ ମିଲିବନୀ | ତେଣୁ ଗୋଟେ ମାସ ଦେଖିବି ବୋଲି ଭାବିଲା | ସବୁ ଦିନ ଜୟଦେବ ବିହାର ରୁ ନାଗେଶ୍ୱର ଟାଙ୍ଗି ପର୍ଯ୍ୟନ୍ତ ସାଇକଲ ( ଦୁଇ ଚକିଆ ବାହନ ) ରେ ଯାଉ ଥାଏ | ଏମିତି ଶିଖୁ ଶିଖୁ ଛଅ ମାସ ଗଲା | ଟିକେ ଭଲ ଭାବେ "ଜର୍ମାନ" ଭାଷା ଜଣା ପଡିଲା ଚନ୍ଦ୍ର କୁ |

ଏହି ଭାଷା ବିଷୟରେ ଚନ୍ଦ୍ର କୁ ମନେ ପଡ଼ିଲା ଚାକିରୀ ଖୋଜା ସମୟ ରେ | ଭାବିଲା ଯେ ପିଲାଙ୍କୁ ଶିଖେଇ କିଛି ଟଙ୍କା ରୋଜଗାର କରି ପାରିବ ବୋଲି | ତେଣୁ ଏକ ସମାଚାର ପତ୍ରିକା ଏକ ବେସରକାରୀ ସଂସ୍ଥା ରେ ବିଜ୍ଞାପନ ଦେଲା | ୩୦ ଜଣ ବିଦ୍ୟାର୍ଥୀଙ୍କ ଆବେଦନ ମିଳିଲା | ସେଥିରେ ବିଭିନ୍ନ ବୟସ ର ବିଦ୍ୟାର୍ଥୀ ଥିଲେ | କିଛି ମହାବିଦ୍ୟାଳୟ ଛାତ୍ର , କିଛି ବୟସ୍କ ଲୋକ , କିଛି ବିଦ୍ୟାଳୟ ଛାତ୍ର ଆସିଲେ | ଭଲ ଭାବେ ଚନ୍ଦ୍ର ସମସ୍ତଙ୍କୁ ମନ ଦେଇ "ଜର୍ମାନ" ଭାଷା ଶିଖେଇଲା | ପ୍ରାୟଃ ଓଡ଼ିଆ ଅନୁବାଦ କରି ଶିଖାଉଥାଏ | ୪ ମାସ କାଟିଲା | ଅନ୍ୟ ଏକ ମହାବିଦ୍ୟାଳୟ ରୁ ଚନ୍ଦ୍ର କୁ ନିମନ୍ତ୍ରଣ ଆସିଲା ଏହି ଭାଷା ତାଙ୍କ ବିଦ୍ୟାର୍ଥୀଙ୍କୁ ଶିଖେଇବା ଲାଗି | ଆଉ ଛଅ ମାସ ଚନ୍ଦ୍ର ର ଭଲ ଭାବେ ଧନ ଅର୍ଜ୍ଜନ ହେଲା | କିନ୍ତୁ କେତେ ଦିନ ଏମିତି ସେ ଭାଷା ଶିଖେଇବ? ଘରେ ବସିଲେ ତ ଜୀବିକା ମିଲିବନୀ |ଏବେ ସେ ନିଷ୍ପତ୍ତି ନେଲା ବାଙ୍ଗାଲୋର ପରି ବଡ଼ ସହରକୁ ଯାଇ ନୂଆ ଚାକିରୀ ଖୋଜିବ |

କିଛି ସାଙ୍ଗ ମାନଙ୍କ ସହ ଘର ଭଡା ନେଇ ନିଜ ପାଠ ଅନୁସାରେ ଚାକିରୀ ଖୋଜା ଆରମ୍ଭ ହେଲା | ସମୟ ସମୟକୁ ପାଠ ପଢୁଥାଏ ଓ ମନ୍ଦିର ଦର୍ଶନ ବି କରୁଥାଏ |ଏହା କିଛି ସହଜ କାମ ନ ଥିଲା | କାରଣ ପାଳି କରି ରୋଷେଇ କରିଲା ପରେ , ଟାଉନ୍ ବସ୍ ରେ ଧକ୍କା ଖାଇ ଖାଇ ସାକ୍ଷାତ୍କାର କରିଲା ବେଳକୁ କଷ୍ଟ ହୋଉ ଥାଏ | ବେଳେ ବେଳେ ଆରମ୍ଭ ରେ ଚାକିରୀ କଥା ଆରମ୍ଭ ରେ ମନ କର ହୋଉ ଥାଏ | ଆଉ ବେଳେ ବେଳେ ଲାଗୁଥାଏ ଚାକିରୀ ହେଇ ଯିବ | କିନ୍ତୁ କୌଣସି ଶୁଭ ପରିଣାମ ଆସୁ ନ ଥାଏ | ଏମିତି ୯ ମାସ ସରିଗଲା | ପଚାଶ ରୁ ଉପରେ ସାକ୍ଷାତ୍କାର ଦେଇ ସାରି ଥିଲା ଚନ୍ଦ୍ର | ଆଉ ନିଜ ପାଖେର ଥିବା ଟଙ୍କା ବି ସାରି ଆସୁ ଥାଏ | ଜୋତା ର ଅବସ୍ଥା ଖରାପ ହୋଇ ସାରି ଥାଏ |

ଆଉ ଚାକିରୀ ପାଇଁ ହାଇଦ୍ରାବାଦ, ଚେନ୍ନାଇ, କଲିକତା, ପୁଣେ ବି ଯାଇ ଥିଲା ବେଳେ ବେଳେ ରେଳଗାଡ଼ି ର ସାଧାରଣ ରେଳଡବା ରେ | ନା ଖାଇବା ର ଚିନ୍ତା ନା ଶୋଇବାର ଚିନ୍ତା | ନିଜ ପାଖେର ଧନ ନା ଥିଲେ ଜୀବନ କଣ , ଏହା ଚନ୍ଦ୍ର କୁ ବହୁତ ଭଲ ଭାବେ ଆଭାସ ହେଲା | ସମସ୍ତେ ସାହାଯ୍ୟ କରି ପାରିବେନି | କାରଣ ସମସ୍ତଙ୍କ ନିଜ ନିଜ କଷ୍ଟ |

ନିଜ ଧନ ହିଁ ନିଜ ଭଗବାନ !

ଦୀପାବଳି ସମୀପ ଆସୁ ଥାଏ | ନିଜ ଇମେଲ୍ ରେ ଦେଖିଲା ଯେ ଭୁବନେଶ୍ୱର ରେ ଏକ ଘରୋଇ ସଂସ୍ଥା ର ଚାକିରୀ ପାଇଁ ପରୀକ୍ଷା ଓ ସାକ୍ଷାତ୍କାର ଅନୁଷ୍ଠିତ ହୋଉଛି | ତାହା ଥିଲା ଧନ୍ଵନ୍ତରୀ ତ୍ରୟୋଦଶୀ ର ଦିନ | ପରୀକ୍ଷା ଥିଲା ଦୀପାବଳି ଅମାବାସ୍ୟା ପର୍ବ ର ଦୁଇ ଦିନ (୨) ପରେ | ଆଉ ଭାବିବା ପାଇଁ ସମୟ ନା ଥିଲା | ନରକ ଚତୁର୍ଦ୍ଦଶୀ ର ଦିନ ଥିଲା | ସନ୍ଧ୍ୟା ବେଳେ ଠାକୁରଙ୍କ ପାଇଁ ଦୀପ ଦର୍ଶନ କରାଇ ଭୁବନେଶ୍ୱର ପାଇଁ ବହନ ହେଲା ଚନ୍ଦ୍ର | ୩୬ ଘଣ୍ଟା ର ରେଳଯାତ୍ରା ସାଧାରଣ ରେଳକୋଠରୀ ରେ ଏକ କଷ୍ଟକର ଅବସ୍ଥା | ବସିବା ପାଇଁ ଜାଗା ନାହିଁ | କିନ୍ତୁ କିଛି ସମୟ ପରେ ବସିବା ପାଇଁ ଜାଗା ମିଳିଲା | ଯାତ୍ରା ସମୟ ରେ ଗାଡ଼ି ବିଭିନ୍ନ ସହର ରୁ ଗଲା ବେଳେ ଦୀପାବଳି ପର୍ବ ର ମଜା ଝରକା ରୁ ଦେଖିବାକୁ ମିଳୁଥାଏ | ଏହା ଏକ ଅବିସ୍ମରଣୀୟ ଯାତ୍ରା ଥିଲା | କାରଣ ଗାଡ଼ି ର ତଳ ରେ ଖବରକାଗଜ ପକେଇ ଶୋଇବାକୁ ପଡିଥିଲା | ଚନ୍ଦ୍ର ଏତେ ହତାଶ ଅବସ୍ଥା ରେ ଥିଲା ଯେ ନିଜ ଦିବଙ୍ଗତ ଜେଜେବାପା ଏବଂ ଦିବଙ୍ଗତ ପିଉସୀଙ୍କୁ ମଧ୍ୟରାତ୍ରି ରେ ସ୍ମରଣ କରି ନିଜ ଚାକିରୀ ସମସ୍ୟା ର ସମାଧାନ ପାଇଁ ପ୍ରାର୍ଥନା କରିଲା |

ଭୁବନେଶ୍ୱର ପହଞ୍ଚି ଚନ୍ଦ୍ର ନିଜ ଘରକୁ ଗଲାନି | ନିଜ ସାଙ୍ଗ ମାନଙ୍କ ଘରକୁ ଗଲା ଯୋଉମାନେ ମିଶିକି ଭଡା ଘରେ ରହୁଥିଲେ | ଆଉ ମାତ୍ର ଗୋଟିଏ ଦିନ | କାହାର କୁର୍ତ୍ତା, କାହାର ଜୋତା ନେଇ ପରୀକ୍ଷା ଦେବାକୁ ଗଲା | ପର ଦିନ ସାକ୍ଷାତ୍କାର ପାଇଁ ମନୋନୀତ କରାଗଲା | ରାତି ସାରା ନିଦ ହେଲାନି ଚନ୍ଦ୍ର କୁ | କାରଣ ସହାନଶକ୍ତି ର ଶେଷ ପର୍ଯ୍ୟାୟ ହେଇ ଯାଇ ଥିଲା | ଭିନ୍ନ ବିଭିନ୍ନ ପ୍ରଶ୍ନ ର ସଠିକ ଉତ୍ତର ଦେଇ ଚକ୍ରୀ ହାସଲ କରିଲା ଚନ୍ଦ୍ର | ଏହା ଏକ ଅଦ୍ଭୁତ ସନ୍ତୋଷ ର ମୁହୂର୍ତ୍ତ | ଅନ୍ୟ କୋଉ ପିଲା ର ଭ୍ରାମ୍ୟଭାଷ (ମୋବାଇଲ୍ ଫୋନ୍) ନେଇ ନିଜ ସାଙ୍ଗ ମାନଙ୍କୁ ଖୁସୀ ର ଖବର ଜଣାଇଲା |

ତା ପର ଦିନ ନିଜ ଘରକୁ ଯାଇ ଖୁସୀ ର ଖବର ଦେଲା | ମାତା ପିତା ବହୁତ ଖୁସୀ ହେଲେ | ଭୁବନେଶ୍ୱର ରେ ହିଁ ଚାକିରୀ ମିଳିଲା | ଚାକିରୀ ସ୍ଥାନ କିନ୍ତୁ ବାଙ୍ଗାଲୋର | ଚନ୍ଦ୍ର କୁ ଜ୍ଞାତ ହେଲା ଯେ ସେ ଅସୀମ ଆତ୍ମବିଶ୍ୱାସ ପାଇଛି ଏହି ଦେଢ଼ ବର୍ଷ ରେ | ଭିନ୍ନ ଲୋକଙ୍କ ସହ ପରିଚୟ, ଧନ ଓ ଖାଦ୍ୟ ର ମୂଲ୍ୟ | ଆଉ ତାହାଠୁ ବେଶୀ ନିଜ ସ୍ଵର୍ଗତଃ ଜେଜେବାପାଙ୍କୁ, ସ୍ଵର୍ଗତଃ ପିଉସୀଙ୍କୁ, ଦୀପାବଳି ପର୍ବ କୁ ନିଜ କୃତଜ୍ଞତା ଜ୍ଞାପନ କରିଲା | ଆଉ ନିଜ ସାଙ୍ଗ ମାନଙ୍କୁ ଜଣେଇଲା ଯେ ସଦା ଧୈର୍ଯ୍ୟ ସହ ଯଦି ରହିବ, ତାହାଲେ ବିଳମ୍ବ ହେଲେବି , ସଫଳତା ନିଶ୍ଚୟ ମିଳିବ | ତା ସହ ଦୀପାବଳି ଖୁସୀ ଦିଏ ବୋଲି ବି ଜଣେଇଲା ଆଉ ପ୍ରତିଦିନ ଠାକୁରଙ୍କ ପାଖେର ଦୀପ ଲଗେଇଲେ ମଙ୍ଗଳ ହେବ ବୋଲି ନିଜ ପରିଚିତ ମାନଙ୍କୁ ଅଭିବ୍ୟକ୍ତ କରିଲା |

ନୀତି କଥା : "ଧୈର୍ଯ୍ୟେ ସାହାସେ ଲକ୍ଷ୍ମୀ "

ଜୀବନ ରେ ଯେତେ କଷ୍ଟ ନଷ୍ଟ ହେଲେ ବୀ, ନିଜ ଧୈର୍ଯ୍ୟ ସାହସ ହରେଇବନି | ନିରନ୍ତର ସଠିକ ଦିଗ ରେ ପ୍ରୟାସ କରିଲେ,

ଶ୍ରୀଲକ୍ଷ୍ମୀଙ୍କ ଅନୁଗ୍ରହ ଓ ସୁନିଶ୍ଚିତ ପରିଣାମ ର ସାମ୍ପ୍ରାପ୍ତି ହେବ | ଭଗବାନ ଏବଂ ନିଜ ଗୁରୁଜନଙ୍କ ଆଶୀର୍ବାଦ ଉପରେ ଭରସା ରଖିବା ଉଚିତ | ନିଜ ପ୍ରାଚୀନ ପରମ୍ପରା କୁ ଜୀବନ ର କୌଣସି ପରିସ୍ଥିତି ରେ ଛାଡିବା ଅନୁଚିତ | ଏମିତି ରହିଲେ ଅସୀମ ଆତ୍ମବିଶ୍ୱାସ ସହ ଜୀବନ ରେ ଆତ୍ମସଂଯମ ରହିବ |


Rate this content
Log in

Similar oriya story from Inspirational