Raja Sekhar CH V

Comedy Others

3  

Raja Sekhar CH V

Comedy Others

ରାଜନେତା ସହ ନଟିଆର ଭେଟ

ରାଜନେତା ସହ ନଟିଆର ଭେଟ

1 min
197


ନଟିଆ ବହୁତ ହିଁ ନାଟୁଆ ପିଲା | ଏବେ ନଟିଆ ୧୮ ବର୍ଷର ବୟସ୍କ ପିଲା ହୋଇ ସାରିଥିଲା | ଏମିତି ତା ପିତାଙ୍କ ଠାରୁ କୁହାଳିଆ ରାଜନେତାଙ୍କ କଥା ଶୁଣୁଥିଲା | ବିଭିନ୍ନ ମିଛ କଥା କହି ମତ ନେବାକୁ ଆସନ୍ତି ବୋଲି ନଟିଆ ଜାଣିଥିଲା |


ଥରେ ନିଜ ଗାଁରେ ଏକ ନେତା ନିର୍ବାଚନ ଲାଗି ମତ ମାଗିବା ପାଇଁ ଗ୍ରାମବାସୀଙ୍କ ପାଖକୁ ଆସିଲେ | ଗାଁର ପୋଖରୀ ପାଖେର ପାଣି ନେବା ପାଇଁ ସ୍ତ୍ରୀଲୋକ ଆସିଲେ | ନେତା ଆସିକି ସ୍ତ୍ରୀ ଲୋକଙ୍କୁ କହିଲା ଯେ ସ୍ତ୍ରୀ ମାନେ ପିଇବା ପାଣି ପାଇଁ କେତେ କଷ୍ଟ କରୁଛନ୍ତି | ଏହା ଅପେକ୍ଷା ନଳକୂପ ନଚେତ ସରକାରୀ କୂପ ଦ୍ୱାରା ପିଇବା ପାଣି ଯୋଗାଇବାର ଘୋଷଣା ପତ୍ର ଦେଖାଇଲା |


ନେତା କହିଲା ଯେ ହିମାଳୟରୁ ଗଙ୍ଗା ଘରକୁ ଆଣିବ ଓ ଭୂମି ତଳରୁ ଜଳ ଗାଁର ଖେତକୁ ପଠାଇବ | ଏମିତି କିଛି ପ୍ରତିଜ୍ଞା ଦେଉଥିଲା ନେତା | ନଟିଆ କହିଲା ଯେ ନେତା ଗାଁକୁ ଜଳମୟ କରି ବନ୍ୟା ଆଣିବାର ଯୋଜନା ଅଛି ରାଜନେତାର | ଟାକୁଆ ବିଶ୍ୱାସ କରିଲେ କେବେ ଆଖିରେ ଲୁହ ଛାଡ ଆଉ କିଛି ନାହିଁ | ଏହି କଥା ଶୁଣି ଗ୍ରାମବାସୀ ହସିବା ଆରମ୍ଭ କରିଲେ |ନଟିଆ କହିଲା ଯେ ନିଶ୍ଚୟ ହସନ୍ତୁ କିନ୍ତୁ ନିଜ ନେତା ବାଛିବା ବେଳେ ଭାବିକିରି ନିଜ ମତ ଦିଅନ୍ତୁ | କାହା କଥାରେ ପଡିବେନି କି କୌଣସି ପ୍ରଲୋଭନରେ ପଡ଼ିବନି |


ଏହା ଶୁଣି ଲୋକଙ୍କ ଚେତନା ଆସିଲା | ହାସ୍ୟ କଥା କହିକି ନିର୍ବାଚନ ମତ ବିଷୟରେ ନଟିଆ ଯଥାର୍ଥ ଜଣାଇଲା |


Rate this content
Log in

Similar oriya story from Comedy