Raja Sekhar CH V

Abstract Classics Inspirational

4  

Raja Sekhar CH V

Abstract Classics Inspirational

ମାର୍ଗପ୍ରଦର୍ଶକ ଶ୍ରୀକୃଷ୍ଣ

ମାର୍ଗପ୍ରଦର୍ଶକ ଶ୍ରୀକୃଷ୍ଣ

2 mins
276


ବେଳେ ବେଳେ ଗୁରୁଙ୍କ ନୀତିବାଣୀ ଦ୍ୱାରା ଶ୍ରୀକୃଷ୍ଣଙ୍କ କଥା ଅବଗତ କରା ଯାଏ | କେବେ ଗୁରୁଙ୍କ କୋଉ କଥା ମନ ଓ ମସ୍ତକରେ ସବୁଦିନ ହେତୁ ମୁଦ୍ରାଙ୍କିତ ହୋଇ ଯାଏ |

ଏମିତି ହିଁ ଏକ ଅଦ୍ଭୁତ ଅନୁଭବ ରବୀନ୍ଦ୍ର ରଥ ବୋଲି ଏକ ବିଦ୍ୟାର୍ଥୀ ଦ୍ୱାରା ଜାଣିବା ଯାହା ଶ୍ରୀକୃଷ୍ଣ ବିଷୟରେ ଜଣାଏ |


୧୯୯୧ ମସିହାରେ ଭୁବନେଶ୍ୱରର ଏକ ବେସରକାରୀ ବିଦ୍ୟାଳୟର ନବମ ଶ୍ରେଣୀରେ "ଡ଼ି" ବିଭାଗରେ ରବୀନ୍ଦ୍ର ସହ ତାହାର ସହପାଠୀ ବିଦ୍ୟାର୍ଥୀ ସାଙ୍ଗମାନେ ପଢୁଥିଲେ | ଶ୍ରୀମତୀ ଗୀତାଞ୍ଜଳି ପାଢ଼ୀ ପଦାର୍ଥ ବିଜ୍ଞାନର ଶିକ୍ଷୟିତ୍ରୀ ଭାବେ ନିୟମିତ ହୋଇ ଥିଲେ। ସେ ସେହି ସମୟରେ ନୂଆ ଥିଲେ ଏବଂ ରବୀନ୍ଦ୍ରର ସାଙ୍ଗ ସାଥୀମାନେ ତାଙ୍କର ଶ୍ରେଣୀରେ ସଠିକ୍ ଭାବରେ ଶୁଣୁ ନଥିଲେ। ଏବଂ ଧୀରେ ଧୀରେ ସେମାନେ ଅନିୟନ୍ତ୍ରିତ ହୋଇଗଲେ। କିଛି ଦିନ ପରେ, ଶ୍ରୀମତୀ ଗୀତାଞ୍ଜଳି ଏମିତି କଥା କଥାରେ , ରବୀନ୍ଦ୍ରକୁ କହିଲେ, " ଶୁଣ ବାପା ! ଶ୍ରୀକୃଷ୍ଣ ସ୍ୱୟଂ ଭଗବାନ ହୋଇ ଗୁରୁ ସାନ୍ଦୀପନିଙ୍କ ନିକଟକୁ ଯାଇ ଶିକ୍ଷା ଗ୍ରହଣ କରିଥିଲେ ଗୁରୁକୁଳର ବିଦ୍ୟାର୍ଥୀ ହୋଇ | ଏହା ଦ୍ୱାରା ଶିକ୍ଷକମାନଙ୍କ ପାଇଁ ସମୁଚିତ ମୂଲ୍ୟ ପ୍ରଦାନ କରିଲେ ଶ୍ରୀକୃଷ୍ଣ। ଆମେ ତ ସର୍ବଶେଷରେ ମଣିଷ ମାତ୍ର । କିଏ ଶିକ୍ଷା ଦେଉଛି ଏବଂ କିପରି ଶିକ୍ଷା ଦିଆଯାଉଛି ତାହା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଧାରଣା ଉପରେ ଧ୍ୟାନ ଦେବା ଉଚିତ ! କିନ୍ତୁ ମୋତେ ଶିକ୍ଷା ଦେବାର କର୍ତ୍ତବ୍ୟ ଦିଆଯାଇଛି ଏବଂ ମୁଁ ତୁମର ସନ୍ଦେହ ଦୂର କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛି। ” ଏହି କଥା ରବୀନ୍ଦ୍ର ଉପରେ ବହୁତ ପ୍ରଭାବ ପକାଇଲା ଏବଂ ସେହି ଦିନଠାରୁ ରବୀନ୍ଦ୍ର ତାଙ୍କର ସଠିକ୍ କଥା ଶୁଣିବାକୁ ଲାଗିଲା ଏବଂ ଅନୁଭବ କରିଲା ଯେ ଶ୍ରୀମତୀ ଗୀତାଞ୍ଜଳି ଅତ୍ୟନ୍ତ ସମ୍ବେଦନଶୀଳ ବ୍ୟକ୍ତି | କିନ୍ତୁ ସେ ହତାଶ ହୋଇ ବିଭାଗ ଛାଡ଼ିଲେ ଏବଂ ତାଙ୍କ ସ୍ଥାନରେ ଶ୍ରୀ ଶରତ ସାହୁ ନବମ ଶ୍ରେଣୀ ଡ଼ି ବିଭାଗରେ ପଢ଼େଇଲେ| ଦିନ ପରେ ଦିନ ଆଗକୁ ପଳେଇଲେ | କିନ୍ତୁ ରବୀନ୍ଦ୍ରର ମନରେ ଶ୍ରୀମତୀ ଗୀତଞ୍ଜଳିଙ୍କ ସୌଜନ୍ୟ ଦ୍ୱାରା ପ୍ରଭୁ ଶ୍ରୀକୃଷ୍ଣଙ୍କ ଗୁରୁଭକ୍ତିର କଥା ସବୁଦିନ ପାଇଁ ରହିଲା | ସବୁ ଶିକ୍ଷକ ମୂଲ୍ୟବାନ |


ବଂଶୀଧର କେବଳ ଭଗବାନ ନୁହନ୍ତି | ସେ ସ୍ୱୟଂ ଅନନ୍ତ ଜ୍ଞାନର ପ୍ରତୀକ | ଚକ୍ରଧର ଏକ ବହୁମୁଖ ପ୍ରଜ୍ଞାବାନ୍ ତତ୍ତ୍ୱଜ୍ଞ, ଏକ ଭାବୁକ ବ୍ୟକ୍ତି ,ଏକ ଅନ୍ତରଙ୍ଗ ବନ୍ଧୁ | ଏକ ମହାନ୍ ଧାରଣା - ନିଜ ଭିତରେ ଏକ ଅନୁଷ୍ଠାନ ପ୍ରତିଷ୍ଠାନ । ମହାଭାରତ ଏବଂ ଭଗବାନ କୃଷ୍ଣଙ୍କ କଥା ବହୁତ ପ୍ରମୁଖ । ଏକ ସଫଳ ଜୀବନର ପରିଚାଳନାର ସଂକଳ୍ପ ପ୍ରଦାନ କରିଛନ୍ତି । ସେ ଉଭୟ ଭଲ ଏବଂ ଖରାପ ରାସ୍ତା ଅନୁସରଣର ଫଳାଫଳ ଦେଖାଇଲେ | ଜ୍ଞାନର ଏକ ମହାନ୍ ଭଣ୍ଡାର ଘର ଯିଏ ତାଙ୍କର ପ୍ରତ୍ୟେକ କାର୍ଯ୍ୟକୁ ଯଥାର୍ଥତା ଦେଇଛନ୍ତି | ସେହି ବ୍ୟକ୍ତିଙ୍କୁ ନିଜ ଭାଷାରେ ଉତ୍ତର ଦେବା ପାଇଁ ପଥ ଦେଖାଇଥିଲେ ଯେପରି ଭୀମ ଦୁର୍ଯ୍ୟୋଧନଙ୍କ ପାଇଁ କରିଥିଲେ |


ଦୁର୍ଯ୍ୟୋଧନ କିମ୍ବା ଶକୁନି ଭଦ୍ର ବ୍ୟବହାର ପାଇବାର ଯୋଗ୍ୟତା ରଖିଛନ୍ତି କି? ଯେ କୌଣସି ପରିସ୍ଥିତିରେ ଭଗବାନ ଶ୍ରୀକୃଷ୍ଣ ସର୍ବଦା ଚିନ୍ତାଧାରାରେ ବିଦ୍ୟମାନ ରହିବେ | କହ୍ନେଇଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କଥା ଥିଲା ଯେ ସେ କିପରି ସୁଦାମା, ଉଦ୍ଧବ ଓ ଅର୍ଜ୍ଜୁନଙ୍କ ପରି ସମସ୍ତ ବନ୍ଧୁଙ୍କୁ ପ୍ରାଧାନ୍ୟ ଦେଉଥିଲେ ଏବଂ ଅନ୍ୟମାନଙ୍କ ସମସ୍ତ ତ୍ରୁଟିର ସମାଧାନ ଦେଉଥିଲେ | ସେ ପ୍ରକୃତ ବନ୍ଧୁତ୍ୱର ଏକ ସର୍ବଶେଷ୍ଠ ଉଦାହରଣ | ଶ୍ରୀକୃଷ୍ଣ ହେଲେ ଉତ୍କୃଷ୍ଟ ମାର୍କପ୍ରଦର୍ଶକ |


Rate this content
Log in

Similar oriya story from Abstract