Archana Sahoo

Children Stories Fantasy Inspirational

4.0  

Archana Sahoo

Children Stories Fantasy Inspirational

ଶୁଭ ଶ୍ୱେତା

ଶୁଭ ଶ୍ୱେତା

4 mins
275


ଆରେ ଆରେ ତମେ ଏତେ ଦୂରେଇ ଯାଉଛ କାହିଁକି ? ଏଇ ଦେଖ ଦଶମ ଶ୍ରେଣୀର ଶ୍ରେଣୀରେ କେହି ବି ତ ନାହାଁନ୍ତି । ପାଖା ପାଖି ବସି ଗପିବାକୁ ମତେ ଭଲ ଲାଗେନି । କହି ଉଠି ଗଲା ଝିଅଟି । ଝିଅଟି ବହି ଧରି ଚାଲିଗଲା । ଲୀନା ଆସି କହିଲା ଶୁଣ ସେ ଯାଉ ମୁଁ ତୁମ ପାଖରେ ଅଛି ତୁମେ ମତେ ଭଲ ପାଅ । ଶୁଭ କହିଲା ତୁ ଟା ଅସନି ଉଙ୍କୁଣୀ ମୁଣ୍ଡି ତୋ ସହ ମୁଁ କଥା ହେବିନି । ଯା' ତୁ । ଲୀନା ତା'ର ବିସ୍କୁଟ ଜରିରୁ ବିସ୍କୁଟ ଖାଇ ଖାଇ ଚାଲିଗଲା । ଶୁଭ ଭାବୁଥିଲା ଏ କେମିତିକା ଝିଅ ଯେତେବେଳେ ଦେଖ କିଛି ନା କିଛି ଖାଉଥିବ । ଏଇ ହି ଦେଖା ଦେଖ କେମିତି ବରା ତରକାରୀ ଖାଇ ପୋଷାକରେ ହାତ ପୋଛି ଦେଲା । ଏ ......ହେ ..... ପୋଚରି.......। ଶୁଭ ଦେଖୁଥିଲା ଲୀନାକୁ । ଅତି ମୋଟା ଝିଅ ନୁହେଁ ହେଲେ ଅଧିକ ପୋଚରୀ । ଚୁଟି ଅସଜଡ଼ା , ପାନିଆ ପଶିନି ଚୁଟିରେ ବୋଧେ । ଅସନା ପୋଷାକ । ଖାଲି ଖାଇ ଚାଲିଛି ଅନବରତ । ଶୁଭ ତାକୁ ବୁଝେଇଲା ଅସନି ହେଲେ ରୋଗ ହେବ । ପରିଷ୍କାର ରହିଲେ ତତେ ସମସ୍ତେ ସାଙ୍ଗ କରିବେ । ଏତିକି ବେଳେ ଶ୍ୱେତା ଶୁଭର ମନର ରାଜକୁମାରୀ ଆସି କହିଲା , ମୁଁ ତୁମ ଉପରେ ଫିଦା । ତମେ ବହୁତ ଭଲ ଆଉ ଭଲ କଥା ବି କହିଲ । ଶୁଭ କୁରୁଳି ଉଠି କହିଲା ମତେ ଫିଦାର ସିନେମା ବହୁତ ଭଲ ଲାଗେ । ଶ୍ୱେତା ରାଗିଯାଇ କହିଲା କାଇଁ ମୁଁ କ'ଣ ସେମିତି ସୁନ୍ଦରୀ ନୁହେଁ କି ?

ଶୁଭ - ହଁ ହଁ ତମେ ବହୁତ ସୁନ୍ଦର ହେଲେ .....

ଶ୍ୱେତା- ହେଲେ ପୁଣି କ'ଣ ?

ଶୁଭ - ହେଲେ ତମେ ନା......

ଶ୍ୱେତା- ହଁ ମୁଁ ....

ଶୁଭ -ତମେ ଆମ ଗାଁ ବାଇଆଣି ପରି ଲାଗୁଛ ।

ଶ୍ୱେତା(ଟିକେ ଫୁଲେଇ ହେଇ ବାଡେଇ ବାକୁ ଉଦ୍ୟମ କରି )- ହାଁ ....ହାଁ.... ହାଁ .....ଉଁ .....ଉଁ ......ଶୁଭ ତୁ ଭାରି ଇଏ .....

ଶୁଭ - ଇଏ ମାନେ କ'ଣ ? ମୁଁ ତୋର ଇଏ କି ?

ଶ୍ୱେତା -ହଁ ତୁ ମୋର ଇଏ .... । ଦଉଚି ରହ .....ଖାଲି ହାତରେ ଧରା ପଡ଼ ।

ସେ ଦୁହେଁ ଦଉଡା ଦଉଡ଼ି ହେଉ ଥିଲେ । ଶ୍ୱେତା ଶେଷ ରେ ଧରି ପକେଇଲା ଶୁଭକୁ । ଆଉ ବହେ ବାଡେଇଲା ମିଛରେ ମିଛରେ ଆଉ ଧିରେ ଧିରେ । ଓହ ଓହ କହି ଶୁଭ କହୁଥାଏ ଆଲୋ ମୁଁ ତୋ'ର ଇଏ ଟି ତୁ ମତେ ବାଡ଼ଉଛୁ କ'ଣ ?

ଶ୍ୱେତା - ଇଏ ....ହଁ ଦେଉଛି ରହ ...ନେ ଆଉ ନେ ଆଉ ଟିକେ ନେ ମୋର ଇଏ ......

ଶୁଭ - ହଟାତ୍ ନିରବ ହେଇଗଲା । ସ୍ଥିର ଭାବରେ ଦେଖିଲା ଶ୍ୱେତାକୁ । ଆହା ସେ ରାଗିଲେ ଅଧିକ ସୁନ୍ଦରୀ ଦେଖା ଯାଉଛି। ନାଲି ପଡ଼ିଯାଏ ନାକ । ଗୋରା ମୁହଁରେ ଚୁଟି ପଡି ଆହୁରି ବଢିଆ ଦେଖା ଯାଉଛି ।

ଶୁଭର ନୀରବତା ଦେଖି ଶ୍ୱେତା କହିଲା କ'ଣ ହେଲା ମୋର ଇଏ ? କଅଣ ସେ ଲୀନା ପରି ବିକୁଟୁ ଆଣି ଦେବି କି ? ପାଣିରେ ବୁଡ଼େଇ ଖାଇବୁ । ଆରେ ଆରେ ତୁ ପଥର ହେଇ ଗାଲାଣୁ ନା କ'ଣ ?

ଶୁଭ - ନାଇଁ ସତରେ ମୁଁ ତତେ ବହୁତ ଭଲ ପାଏ ।

ଶ୍ୱେତା - ଆଉ କ'ଣ ମୁଁ ମିଛରେ କହୁଛି ନା କ'ଣ ?

ଶୁଭ - ନା ଯେ....

ଶ୍ୱେତା - ପୁଣି ସେ ନା ଯେ କ'ଣ ?

ଶୁଭ - ତୁ ମତେ ଭଲ ପାଉ କି ନା ?

ଶ୍ୱେତା- ଆଗରୁ ତ ଭଲ ପାଉ ନଥିଲି । ହେଲେ ....

ଶୁଭ - ହେଲେ....

ଶ୍ୱେତା- ହେଲେ ତୋର ପରିଷ୍କାର ଗୁଣ ମତେ ଭାରି ଭଲ ଲାଗିଲା । ତେଣୁ ଏଇ ତ ଏବେ ଏବେ ଭଲ ପାଇ ଗଲି । ତମେ ମୋର ଇଏ ହେଲା ତ ଏବେ ।

ଶୁଭ - ତମେ ମତେ ବିବାହ ପରେ ଇଏ ଡାକିବ ନା କ'ଣ ?

ଶ୍ୱେତା - ନାଇଁ ମ

ଶୁଭ- ଆଉ କ'ଣ ଡାକିବ ?

ଶ୍ୱେତା - ଏଇ ଡାକିବି । ଆଉ ବେଳେବେଳେ ଡାକିବି ହେଇଟି ଶୁଣୁଛ ...!

ଶୁଭ - ଇସ୍...

ଶ୍ୱେତା - କ'ଣ ଇସ୍?

ଶୁଭ - ହେଲେ ମତେ ମୋ ସାଙ୍ଗ ମାନଙ୍କ ଆଗରେ କି ପରିବାରଙ୍କ ଆଗରେ ଏମିତି ଡକିଇବନି ହେଲା ।

ଶ୍ୱେତା - ଆଉ କ'ଣ ଡାକିବି ? ହଁ ମାଙ୍କେଡା ମୁହାଁ ଡାକିବି । ହାଃ....ହାଃ....ହାଃ...

ଦୁହିଁ ଙ୍କର ପ୍ରେମ ଗାଡ଼ି ଗଡି ଚାଲିଲା ଏମିତି ହସ ଖୁସିରେ । ଖାଲି ଗପିଲେ । ଆଉ ପଢିଲେନି । ପରୀକ୍ଷା ହେଲା । ହେଲା କ'ଣ ଲେଖିଛନ୍ତି ଜଣା ନାହିଁ ? ହଟାତ୍ ପରୀକ୍ଷା ଫଳ ବାହାରିଲା ଦୁହେଁ ଦଶମ ପରୀକ୍ଷାରେ ପଟା ଫେଲ । ବାପା ମାଆ ବହୁତ ଗାଳି କଲେ । ଘରର ସମସ୍ତେ ବହୁତ ରାଗିଲେ । କହିଲେ କୂଳଅଂଗାର । ତୁ ଘରୁ ବାହାରି ଯାଆ .....। ଏମିତି ବିତିଚାଲିଲା ସମୟ ର ନଈ .....ଦୁହେଁ ୨୪ ବର୍ଷର ହେଇ ଯାଇଥିଲେ । ହେଲେ ପୁଅର ଅଯୋଗ୍ୟ ପଣକୁ ଦେଖି ଶ୍ୱେତାର ବାପ ରାଜି ହେଲେନି ବାହା ଦେବାକୁ ।

ଦୁହେଁ ବାହା ହେଇ ଗଲେ ଲୁଚି କି । ଏବେ ଶୁଭ ମୂଲ ଲାଗିବାକୁ ଚାଲିଲା କାହା ବିଲକୁ । ବୟସ ୨୫ ହେଇଥିଲା ସେତେବେଳକୁ । ଶ୍ୱେତା ଆସି କହିଲା ହେଇଟି ମୋ ପାଇଁ ସାବିତ୍ରୀକୁ .....।

ଶୁଭ ମୋ ପାଖରେ ପଇସା ନାହିଁ ।

ଶ୍ୱେତା ବାହୁନା ପକେଇ କାନ୍ଦିବାକୁ ଲାଗିଲା , ହାଁ ପୋଡା ମୁହାଁ ମାଙ୍କେଡା ମୁହାଁ ପାତି ଲୋ ...ମୋ ଜୀବନ ବରବାଦ ହେଇଗାଲା ଲୋ ....ମୋ ପାଇଁ ତ କେତେ ଭଲ ପ୍ରସ୍ଥାବ ଆସିଥିଲା । ହେଲେ ମୁଁ ଆରି ସହିତ କାହିଁକି ଆସିଲି ଗୋ...ମାଙ୍କେଡା ...

      ବିଳି ବିଳେଇ ଉଠିଲା ଶୁଭ । ନା ନା ମୁଁ ମାଙ୍କେଡା ନୁହେଁ । ନା ନା ମୁଁ ଦଶମ ଫେଲ ନୁହେଁ । ନା ନା ମୁଁ... ମୁଁ ଦଶମ ଫେଲ ନୁହେଁ କି ମାଙ୍କେଡା ନୁହେଁ । ଆଉ ମୋ ଶ୍ୱେତା ... । ହଟାତ ନିଦରୁ ଉଠିଲା ଶୁଭ । ଦେଖିଲା ଚାରିପଟେ ବିଛଣା ପଡିଛି । ତା'ରି ପାଖରେ ଭିଣେଇ ଶୋଇ ଥିଲେ । କହିଲେ ଆରେ ଶାଳକ ମହାଶୟ ଆପଣ ଙ୍କର କ'ଣ ହେଲା କୁହନ୍ତୁ ? ଶୁଭ କହିଲା , ନା ନା ମୋର କି ....କିଛି ... ହେ...ଇନି ତ ।

ଭିଣେଇ କହିଲେ ଓଃ ବୁଝିଲି । ତୁମ ସ୍ବପ୍ନରେ ତୁମ ସ୍ତ୍ରୀ ଆସିଥିଲେ ଆଉ ସେ ଗାଳି ....

ଶୁଭ - ନାଇଁ ତ ...

ଭିଣେଇ - ଆରେ ଶାଳକ ମୋ ସ୍ତ୍ରୀ ବି ଏମିତି ...

ଦୁହେଁ ହସିବାକୁ ଲାଗିଲେ .....

ଶୁଭ ମନେ ମନେ ଭାବୁଥିଲା ଏବେ ମୁଁ ପଢିବି । ଆଉ ଦୁଷ୍ଟ ହେବିନି କି ମାଙ୍କେଡା ହେବିନି । ଏଇ ମିଠା ଶବ୍ଦଟିରେ ପାଣି ପଶିଯିବ । ଯାହାର ନାଁ ମାଙ୍କେଡା ।

ଶୁଭର ଏପରି ଆବସ୍ଥା ଦେଖି ମନେ ମନେ ଭିଣେଇ ବହୁତ ହସିଲେ .......।


      


Rate this content
Log in