Trushna Das

Horror Tragedy Thriller

4.9  

Trushna Das

Horror Tragedy Thriller

ମାୟା

ମାୟା

8 mins
672


           ସନ୍ଧ୍ୟା ହେଲାଣି... ସବୁ ଭିତରକୁ ଯାଅ ହୁରି ପଡିଛି ଗାଁରେ.... ଆସିବା ସମୟ ହେଲାଣି ମାୟା ପିଶାଚିନୀର। ସବୁ ଗ୍ରାମବାସୀ ଭୟଭୀତ ହୋଇ ଶୀଘ୍ର ଶୀଘ୍ର ନିଜ କାମ ସାରି ଘର ଭିତରକୁ ଯାଉଛନ୍ତି। ମନରେ ଗୋଟିଏ ଡର....ମାୟା।


 ଗାଁର କିଛି ଲୋକ କହୁଛନ୍ତି କଣ ପାଇଁ ସେ ଅଲକ୍ଷଣୀ ମାୟା ଆମ ଗାଁକୁ ଆସିଥିଲା କେ ଜାଣି। ଆମ ଗାଁରେ କଳଙ୍କ ଲଗେଇ ଦେଇ ଗଲା ସବୁ ଦିନ ପାଇଁ... ଛି ଛି ଏତେ ଖରାପ ଚରିତ୍ର ଝିଅ ସେ। ରୂପରେ ପୁଅମାନଙ୍କୁ ନିଜ ଆଡକୁ ଟାଣିବା ଅଭ୍ୟାସ ତାର। 


ଏ କାହାଣୀ ହେଉଛି ଶଙ୍ଖୁଆ ଗାଁର।ସେ ଗାଁର ସରପଞ୍ଚ ବାବୁ ଦିନବନ୍ଧୁ ଜଣେ ଦେବତୁଲ୍ୟ ଲୋକ।ସେ ଲୋକମାନଙ୍କ ସେବାରେ ନିଜକୁ ନିୟୋଜିତ ସବୁବେଳେ କରି ଥାନ୍ତି। ତାଙ୍କର ଦୁଇ ପୁଅ ସମୟ ଆଉ ଅମର। ଦୁଇ ଭାଇ ସହରରେ ରହୁଥିଲେ। ବଡ ପୁଅ ସମୟ ସହରରେ ପଢା ସାରି ଗୋଟିଏ ବଡ଼ କମ୍ପାନୀରେ ଚାକିରୀ କରୁ ଥାଏ ଏବଂ ଅମର ସେଠାରେ ରହି ପଢୁ ଥାଏ। ସେଠାରେ ତାର ମାୟା ସହ ଦେଖା ହେଲା। ମାୟା ବହୁତ ସେହ୍ନୀ ଝିଅ। ସେ ଛୋଟ ବେଳୁ ଅନାଥ ଆଶ୍ରମରେ ବଢିଛି। ଦେଖିବାକୁ ବହୁତ ସୁନ୍ଦର... ଯାହାକୁ କୁହନ୍ତି ମନ ମୋହିନୀ। ସେ ସମସ୍ତଙ୍କ ସହ ଶୀଘ୍ର ମିଶି ଯାଏ। ସେ ବହୁତ ପରୋପକାରୀ। ମନରେ ନ ଥାଏ ତାର ଛନ୍ଦ। ସେ ମା ତାରିଣୀଙ୍କ ବଡ ଭକ୍ତ.... ସବୁ କଥା ସେ ମାଆଙ୍କୁ କହୁଥାଏ। ସେ ବହୁତ ନୀରିହ ଝିଅଟି। ସମୟ ମାୟାକୁ ଭଲ ପାଇ ବସିଛନ୍ତି।ସମୟ ଓ ମୟା ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ସ୍ଥିର କରିଛନ୍ତି। ଦୁଇ ଜଣଙ୍କ ଭିତରେ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କ ଚାଳିଛି। ବର୍ଷେ ତଳେ ସମୟ ମାୟା ସହ ଅମରର ପରିଚୟ କରାଇଛନ୍ତି। ଅମର ମଧ୍ୟ ମାୟାକୁ ଭେଟି ବହୁତ ଖୁସି। ଏମିତି କା ଝିଅ ଭାଗ୍ୟରେ ଥିଲେ ମିଳେ ବୋଲି ତା ଭାଇକୁ କହିଛି। 


ଦୁଇ ମାସ ତଳେ ମାୟାଙ୍କୁ ନେଇ ସମୟ ଗାଁକୁ ଆସିଛନ୍ତି... ତାଙ୍କ ବାପାଙ୍କ ସହ ପରିଚୟ କରାଇ ବିବାହ କରିବା ପାଇଁ। ସରପଞ୍ଚ ବାବୁ ଦିନବନ୍ଧୁ ମଧ୍ୟ ଏ ପ୍ରସ୍ତାବରେ ରାଜି ହୋଇ ଯାଇଛନ୍ତି।ବାହାଘର ଦୁଇ ମାସ ପରେ ହେବାର ସ୍ଥିର ହୋଇଛି। କାରଣ ଅମର ପରୀକ୍ଷା ପରେ ଗାଁକୁ ଆସିଲେ ବାହାଘର ହେବ। 


ମାୟାକୁ ନେଇ ଗାଁରେ ବହୁତ କଥା। ଯେଉଁମାନେ ମାୟା ସହ ମିଶିଛନ୍ତି ସେମାନେ କୁହନ୍ତି ଝିଅଟି ବହୁତ ଭଲ। ଯେଉଁମାନେ ମାୟା ସହ ମିଶି ନାହାଁନ୍ତି ସେମାନେ କୁହନ୍ତି ସରପଞ୍ଚ ବାବୁଙ୍କୁ କଣ ବୋହୂ କରିବା ପାଇଁ ଆଉ କେହି ମିଳିଲେ ନାହିଁ। କାରଣ ମାୟା ଅନାଥ... ତାଙ୍କୁ ଗାଁର ଚାଳିଚଳନ ଜଣା ନ ଥିଲା... ସମସ୍ତଙ୍କ ସହ ଶୀଘ୍ର ମିଶି ଯାଉଥିବାରୁ କିଛି ପୁରୁଣାକାଳିଆ ଲୋକଙ୍କ ମନରେ ତାଙ୍କ ଚରିତ୍ରକୁ ନେଇ ବହୁ ପ୍ରଶ୍ନ ଥିଲା...ସେମାନେ ଭାବୁଥିଲେ ଝିଅ ଚରିତ୍ରହୀନା।ଏ କଥା କିଛି ଦିନ ଭିତରେ ଗାଁରେ ଲୋକମାନଙ୍କ ଭିତରେ ଫୁସୁରଫାସୁର ଚାଲିଛି। 


ଏ କଥା ଶୁଣି ପ୍ରଥମେ ସମୟ ବିଶ୍ୱାସ କରୁ ନ ଥିଲେ। କିନ୍ତୁ ଥରେ ଦୁଇଥର ସେ ମାୟାଙ୍କୁ ଗାଁର ପୁଅମାନଙ୍କ ସହ କଥା ହେବାର ଦେଖିଛନ୍ତି...ଆଉ ତାପରେ ମାୟା ବି ତାଙ୍କୁ କିଛି କଥା ଲୁଚାଉ ଥିବାର ସେ ଅନୁଭବ କରିଥିଲେ।ସେଥିପାଇଁ ସେ ମାୟାଙ୍କୁ ସନ୍ଦେହ କରୁ ଥିଲେ। ମାୟା ଏତିକି କହୁ ଥିଲେ ଏ ଗାଁରେ ଯାହା ଦେଖୁଛ ତାହା ପୁରା ଓଲଟା... ଏଠି ବହୁତ କିଛି କାମ ହେଉଛି ଯାହା ଠିକ ନୁହଁ। ହେଲେ ସମୟ ଆଉ ମାୟାଙ୍କ ଭିତରେ ବହୁତ ଦୂରତା ଆସି ଯାଇଥିଲା... ସମୟ ମାୟାଙ୍କର କଥାକୁ ଆଦୌ ବିଶ୍ୱାସ କରୁ ନଥିଲେ। 


ଏମିତି ସମୟ ମାୟାକୁ ଅତ୍ୟଧିକ ସନ୍ଦେହ କରିବାରେ ଲାଗିଲେ।ଦିନେ ସନ୍ଧ୍ୟାରେ ସେ ମାୟାକୁ ଗାଁର ବଦମାସ ଟୋକା ବିକୁ ସହ କଥା ହେବାର ଦେଖିଲେ। ତାପରେ ଆଧା ରାତିରେ ସେ ତାକୁ ମାୟାଙ୍କ କୋଠରୀରେ ଲୁଚି ଲୁଚି କୋଠରୀରେ ପଶିବା ଦେଖିଲେ ତାକୁ ଅଟକାଇବାକୁ ଯିବାରୁ ସରପଞ୍ଚଙ୍କ ଘରେ କାମ କରୁଥିବା ଜଣେ ଚାକର କହିଲା ସେ ବିକୁ କୁ ତିନି ଚାରି ଥର ଦେଖିଛି ମାୟାଙ୍କ କୋଠରୀ ଭିତରକୁ ପଶିବାର ଆଉ ରାତି ବିତାଇ ସକାଳୁ ଆସିବାର। ଏ କଥା ଶୁଣି ସମୟ କଣ କରିବେ କିଛି ଭାବି ପାରିଲେ ନାହିଁ....ଘଣ୍ଟେ ପରେ ସେ ଝରକା ଦେଇ ଦେଖିଲେ ବିକୁ ମାୟାକୁ ଅନୈତିକ ଅବସ୍ଥାରେ ଧରି ଶୋଇଛି... ଏହା ଦେଖି ସମୟ ପୁରା ଭାଙ୍ଗି ପଡିଲେ ଝରକା ଆଉ କବାଟ ବାହାର ଆଡୁ ବନ୍ଦ କରି ଦେଲେ... ନିଷ୍ପତ୍ତି ନେଲେ ସକାଳୁ ମାୟାକୁ ବିକୁ ସହ ଧରିବେ ଆଉ ଏ ବାହାଘର ଭାଙ୍ଗି ଦେବେ। ସମୟ ରାତି ଯାକ ମଦ ପିଇ ସକାଳୁ ଅପେକ୍ଷା କରିଛନ୍ତି.... ଯେମିତି ସକାଳ ହେଲା ସମସ୍ତଙ୍କୁ ଡାକି କବାଟ ଖୋଲି ପାଟି କରିଛନ୍ତି। ମାୟା ପାଟି ଶୁଣି ଉଠାଲା ବେଳକୁ ଦେଖୁଛନ୍ତି ବିକୁ ତାଙ୍କ ଖଟରେ ଶୋଇଛି। ବିକୁ ଉଠି ମାୟାଙ୍କୁ କହୁଛି ଆଜି ମୁଁ ଆଉ ଲୁଚି ଯାଇ ପାରିଲି ନାହିଁ ମୋ ନିଦ ଭାଙ୍ଗିଲା ନାହିଁ।


ସମୟ ପୁରା ରାଗରେ ବରଷି ଗଲେ।ସମୟ ମାୟାଙ୍କ କଥା ଶୁଣିଲେ ନାହିଁ।ମାୟାଙ୍କୁ ବହୁତ କଟୁ ତିକ୍ତ କଥା କହି ଗାଳି ଦେଲେ ଆଉ ବିହାଘର ଭାଙ୍ଗି ଦେଲେ।ଆଉ କହିଲେ ସେ କେବେ ବି ମାୟାଙ୍କୁ ଦେଖିବାକୁ ଭି ଚାହୁଁ ନାହାନ୍ତି... ଜଲଦି ସେ ଗାଁ ଛାଡି ମାୟାଙ୍କୁ ପଳାଇବାକୁ କହିଲେ। 


ମାୟା ଦିନ ଯାକ ସେ ଘରୁ ଆଉ ବାହାରି ନାହାନ୍ତି। କୋଠରୀ ଭିତରେ ଅଛନ୍ତି.... ଆଉ ତାପର ଦିନ କୋଠରୀ ଭିତରୁ ତାଙ୍କ ମୃତ୍ୟୁ ଶରୀର ମିଳିଛି।ଛୁରୀରେ ହାତ କାଟିଛନ୍ତି ଆଉ ପେଟରେ ଛୁରୀ ଭୁଷି ଆତ୍ମହତ୍ୟା କରିଛନ୍ତି... ଆତ୍ମହତ୍ୟା ଚିଠି ମଧ୍ୟ ତାଙ୍କ ଶରୀର ପାଖରୁ ମିଳିଛି ଯେ ଏତେ ନିନ୍ଦା ଅପମାନ ସେ ସହି ପାରୁ ନାହାନ୍ତି ବୋଲି ଆତ୍ମହତ୍ୟା କରିଛନ୍ତି ବୋଲି ଚିଠିରେ ଲେଖା ହୋଇ ଥିଲା। 


ସମୟ ଆଉ ସେ ଗାଁରେ ନ ରହି ସେ ଦିନ ଅନ୍ୟ ଏକ ସହରକୁ ପଳାଇଛନ୍ତି।


 ସେ ଦିନ ପାଖରୁ ରାତିରେ ସମସ୍ତେ ମାୟାର ଅତୃପ୍ତ ଆତ୍ମାକୁ ଦେଖୁଛନ୍ତି। ସରପଞ୍ଚ ବାବୁ ଘରୁ ସରପଞ୍ଚ ବାବୁଙ୍କ ଘରୁ ସନ୍ଧ୍ୟା ସମୟରେ ବାହାରେ। 


ମାୟା ମୁହରେ ବାଳ ପଡି ଥାଏ। ବିକଟାଳ ଚିତ୍କାର କରି କାନ୍ଦେ ଆଉ କୁହେ ମୋ ସହ ଯେଉଁ ମାନେ ଏ ସବୁ କରିଛନ୍ତି ସେମାନଙ୍କୁ ମୁଁ ଛାଡିବିନି। ଦେହରେ ତାର ଚାରି ଆଡେ କ୍ଷତ ବିକ୍ଷତ ଚିହ୍ନ... ହାତର ନଖ ବଡ ବଡ... ଆଖି ପୁରା ଲାଲ... ପେଟରେ ଛୁରୀ ଦାଗ...ରକ୍ତର ଛୀଟା... ପୁରା ଭୟଙ୍କର ରୂପ। ସନ୍ଧ୍ୟା ହେଲେ କୁକୁରମାନଙ୍କ କାନ୍ଦ ଆରମ୍ଭ ହୋଇ ଯାଏ। 

 

ଲୋକମାନେ ଭୟଭୀତ ହୋଇ ଘରେ କବାଟ ବନ୍ଦ କରି ରୁହନ୍ତି। ମାୟାର ଅତୃପ୍ତ ଆତ୍ମା ସର୍ବ ପ୍ରଥମେ ବିକୁ କୁ ନୃଶଂସ ଭାବରେ ମାରିଛି... ତାପରେ ସରପଞ୍ଚଙ୍କ ପାଖରେ କାମ କରୁଥିବା ଦୁଇ ଚାକରଙ୍କୁ ମାରିଛି ଯେଉଁମାନେ ସମୟ ପାଖରେ ମାୟା ବିରୁଦ୍ଧରେ କହିଥିଲେ। ଏବେ ଗାଁରେ ମାୟାର ଆତଙ୍କ। ପୂଜାପାଠ କଲେ ବି ମାୟାର ଆତ୍ମାର କିଛି ହେଉନାହିଁ... ଯେଉଁମାନେ ମାୟା ସହ ମିଶି ଥଲେ ସେମାନେ କୁହନ୍ତି... ମାୟା ସେପରି ଝିଅ ନୁହଁ... ତାକୁ ମିଛରେ ନିନ୍ଦା କରାଯାଇଛି... ଆଉ ତା ଉପରେ ମା ତାରିଣୀଙ୍କ ଆଶୀର୍ବାଦ ଥିଲା... ସେଥିପାଇଁ ସେ ତା ମୃତ୍ୟୁର ବଦଲା ଯେମିତି ବି ହେଉ ନେବ। 


ଏମିତି ମାସେ ହେବ ଗ୍ରାମବାସୀମାନେ ମାୟାର ପ୍ରେତ ଭୟରେ ରହିଛନ୍ତି। ମାସେ ପରେ ଅମର ଗାଁକୁ ଆସିଛି।ସନ୍ଧ୍ୟା ସମୟରେ। ସେ ଗାଁ ପୁରା ଶୂନଶାନ ଦେଖି ଆଶ୍ଚର୍ଯ୍ୟ...ସେ କେବଳ ଜାଣିଛି ବାହାଘର ଭାଙ୍ଗି ଯାଇଛି କିନ୍ତୁ ମାୟା ମରି ଯିବା କି ତା ପ୍ରେତାତ୍ମା କଥା ତାକୁ ଜଣା ନ ଥିଲା। ସେ ଘରେ ପହଞ୍ଚି ଦେଖୁଛି ମାୟା ଘର ପଛ ପଟୁ ବାହାରି କୁଆଡ଼େ ଯାଉଛି... ଅମର ମାୟାଙ୍କୁ ଡାକିବାକୁ ଗଲା ବେଳକୁ ସରପଞ୍ଚ ବାବୁ ଆସି ଅମରକୁ ଭିତରକୁ ଟାଣି ନେଲେ ଆଉ ସବୁ କଥା ଖୋଲି କହିଲେ। ଅମର କିନ୍ତୁ ମାୟା ଯେ ଚରିତ୍ରହୀନା ତାହା ବିଶ୍ୱାସ କରିପାରିଲା ନାହିଁ। ତାପର ଦିନ ସକାଳୁ ସେ ଗାଁରେ ସମସ୍ତଙ୍କ ଠାରୁ ମାୟା ବିଷୟରେ ଶୁଣିଲା... କେହି ତାକୁ ବହୁତ ଭଲ କହୁଥାନ୍ତି ତ କେହି ତାକୁ ବହୁତ ଖରାପ କହି ଗାଳି କରୁଥାନ୍ତି। 


ଅମର କିଛି ବୁଝି ପାରିଲା ନାହିଁ...ସେ ସତ କଥା ଜାଣିବା ପାଇଁ ସନ୍ଧ୍ୟାକୁ ଅପେକ୍ଷା କଲା। ସନ୍ଧ୍ୟା ହେଲାରୁ ସମସ୍ତେ ନିଜ ନିଜ ଘରେ ରହିଲେ ଅମର କିନ୍ତୁ ମାୟା ବାହାରିବା ରାସ୍ତାରେ ରହିଲା। ମାୟା ବିକଟାଳ ଚିତ୍କାର କରି ବାହାରିଲା.... ସାମନାରେ ଅମରକୁ ପାଇ ଅଟକି ଗଲା...ତା ନାଲି ଆଖିରୁ ଲୁହ ବହିଗଲା। ଅମର ତାକୁ ଭାଉଜ ଡାକୁଥିଲା। ଅମର ଆଖିରୁ ଭି ଲୁହ ବହି ଗଲା... ଅମର ପଚାରିଲା ଭାଉଜ ଏ ସବୁ କଣ ହେଲା... ସମସ୍ତେ ଯାହା କହୁଛନ୍ତି ମୁଁ ସେ ସବୁ ବିଶ୍ୱାସ କରୁନାହିଁ... ମୁଁ ଜାଣେ ତୁମେ ସେମିତି ନୁହଁ... ଯଦି କିଛି ବି ଅସୁବିଧା ହୋଇଥିଲା ତୁମେ ମୋତେ କହି ପାରିଥାନ୍ତ... ନ ହେଲେ ମୋ ଆସିବାକୁ ଅପେକ୍ଷା କରି ଥାନ୍ତ.... କିନ୍ତୁ ଆତ୍ମହତ୍ୟା କଣ ପାଇଁ କଲ...?


ଏହା ଶୁଣି ମାୟା ଜୋରରେ ଚିତ୍କାର କରି କାନ୍ଦିବାକୁ ଲାଗିଲା। କହିଲା ମୁଁ କିଛି ଭୁଲ କରି ନ ଥିଲି। ଗାଁକୁ ଆସିବା ପାଖରୁ ମୋ ସହ ଖରାପ ହୋଇଛି। ଯେଉଁ ଦିନ ମୁଁ ଏଠି ପହଞ୍ଚିଲି... ରାତିରେ ନିଦ ହେଉନି। ଝରକା ବାଟେ ଦେଖିଲି ଗୋଟିଏ ଗାଡି ଆସି ଲାଗିଛି... ସେ ଗାଡିରୁ କିଛି ପେଟି ଘର ଭିତରେ ରଖା ହେଲା ଆଉ ଦୁଇଟା ଝିଅକୁ ନେଇ ଗାଡି ପଳାଇଲା। ଝିଅ ଦୁଇଟିର ଅବସ୍ଥା ଖରାପ ଥିଲା।ମୁଁ ବାହାରକୁ ବାହାରିବାରୁ ତୁମ ବାପା କହିଲେ ଗାଁ ଝିଅ ଦୁଇଟିର ଦେହ ଖରାପ ହୋଇ ଯାଇଥିଲା ଗାଡି ଡାକି ତାଙ୍କୁ ସହର ପଠା ହେଲା।ହେଲେ ତୁମ ବାପାଙ୍କ ଚାହାଁଣି ମୋତେ ଠିକ୍ ଲାଗୁ ନ ଥାଏ।ତାପର ଦିନ ବି ମୁଁ ଗାଡି, ଝିଅ ଆଉ ପେଟି ଦେଖିଲି। ହେଲେ ତୁମ ଭାଇ ସମୟଙ୍କୁ କିଛି ନ ଜାଣି କେମିତି କହିଥାନ୍ତି।


ସେଥିପାଇଁ ମୁଁ ଗାଁ ପିଲାଙ୍କୁ ଭେଟି ସବୁ କଥା ଜାଣିବାକୁ ଚାହିଁଥିଲି।ହେଲେ ତୁମ ଭାଇ ମୋତେ ସନ୍ଦେହ କଲେ.... ମୋ ଚରିତ୍ର ଉପରକୁ ଆଙ୍ଗୁଳି ଉଠାଇଲେ। 


ଦିନେ ମୁଁ ଦେଖିଲି ଯେ ଗାଡି ଆସି ଲାଗିଛି... ଗାଡିରୁ କିଛି ପେଟି ଆଉ ଝିଅମାନଙ୍କୁ ପଛ ବାଟ ଦେଇ ଘରକୁ ନିଆ ଗଲା... ପେଟିରେ କଣ ଥିଲା ତୁମେ ବିଶ୍ୱାସ କରିବ ନାହିଁ। ସେଥିରେ ଡ୍ରଗସ୍ ଥିଲା। ଝିଅମାନଙ୍କୁ ସେଇ ଡ୍ରଗସ୍ ଇନଜେକସନରେ ଦିଆ ହେଲା ଆଉ ତାପରେ ଯାହା ଦେଖିଲି...! 


ଅମର ପଚାରିଲା କଣ ଦେଖିଲ ଭାଉଜ? 


ମାୟାର ଆତ୍ମା କହିଲା... ତୁମ ବାପଙ୍କ ନର ରାକ୍ଷସ ରୂପ। ସେ ଝିଅମାନଙ୍କ ସହ ଯାହା କଲେ ଆଉ ତାପରେ ତାଙ୍କ ଚାକର ମାନେ ମଧ୍ୟ ସେମାନଙ୍କ ସହ ଛି...। 


ଅମର ଶୁଣି କହୁଛି ଭାଉଜ କଣ କହୁଛ ?


ମାୟାର ଆତ୍ମା କହିଲା: ହଁ ସତ। ତୁମ ବାପା ମୋତେ ଦେଖି ପକାଇଲେ ଆଉ ମୋତେ ଧମକ ଦେଲେ ମୁଁ କାହାକୁ କହିଲେ ମୋ ଅବସ୍ଥା ସେ ଝିଅମାନଙ୍କ ପରି ହେବ।ମୁଁ କିଛି ଫଟୋ ଆଉ ଭିଡିଓ ଉଠାଇ ମୋ ଇମେଲ୍ ରେ ରଖିଛି। ପ୍ରମାଣ ଚାହୁଁଛ ତ ମୋ ଇମେଲ୍ ଖୋଲି ଦେଖ। 


ତାପର ଦିନ ମୁଁ କଣ କରିବି ଭାବୁ ଥାଏ। ସନ୍ଧ୍ୟା ସମୟରେ ବିକୁ ଆସି ସହରରେ କେମିତି ଚାକିରୀ ମିଳିବ ସେ ବିଷୟରେ ମୋତେ ପଚାରିଲା... ଆଉ ତାହା ସମୟ ଦେଖି ମୋତେ ସନ୍ଦେହ କଲେ। ତାପରେ ରାତିରେ ତୁମ ବାପା ନିଜେ ମୋତେ ଡ୍ରଗସ୍ ଦେଇ ଶୁଆଇ ଦେଲେ। ତାପରେ ଯାହା ହେଲା ତୁମେ ଶୁଣିଛ। 


ସକାଳେ ସମୟ ପାଟି ଶୁଣି ଉଠିଲା ବେଳକୁ ବି ମୁଁ ଡ୍ରଗସ୍ ନିଶାରେ ଥିଲି... ବୁଝାଇବାକୁ ଚାହିଁ ମଧ୍ୟ ବୁଝାଇ ପାରିଲିନି... ଏବଂ ମଧ୍ୟ ସମୟ ରାଗ ଆଉ ମଦ ନିଶାରେ ଥିଲେ। ତାପରେ ମୁଁ କୋଠରୀ ଭିତରେ ଥାଏ। ତୁମ ବାପା ଆଉ ତାଙ୍କ ଚାକର ସବୁ ମୋତେ ମୋ କୋଠରୀ ଭିତରେ ପଶି ମୋ ହାତ ଗୋଡ ବାନ୍ଧି ମୋତେ ଡ୍ରଗସ୍ ଦେଇ ଦେଲେ।ମୁଁ ସବୁ ଶୁଣି ପାରୁ ଥାଏ... ଅନୁଭବ କରି ପାରୁଥାଏ। ହେଲେ ସେମାନଙ୍କୁ ଆଟକେଇ ପାରିଲି ନାହିଁ କି କହାକୁ ଡାକି ପାରିଲି ନାହିଁ। 


ତୁମ ବାପା ମୋ ରୂପର ପ୍ରଶଂସା କରି କହିଲେ ପ୍ରଥମ ଦିନରୁ ସେ ମୋ ସହ ରାତି ବିତାଇବାକୁ ଚାହିଁଛନ୍ତି...ହେଲେ ସମୟ ପାଇଁ କିଛି କରି ନ ଥିଲେ। ଆଉ ମୁଁ ତାଙ୍କ ବିଷୟରେ ସବୁ ଜାଣି ସାରିଛି। କାଳେ କାହାକୁ କହି ଦେବି ସେଥିପାଇଁ ସେମାନେ ଏମିତି କରୁଛନ୍ତି।ଏହା କହି ତମ ବାପା ମୋ ସହ ବଳାତ୍କାର କଲେ.... ତାପରେ ତାଙ୍କ ଚାକରମାନେ ।


ଏତିକି ଶୁଣି ଅମର ନା...ନା...କହି ପଡି ଯାଉଛି ପଛ ପଟୁ ସମୟ ଆସି ଧରିଛନ୍ତି ଅମରକୁ। 


ସମୟ କହିଲେ ସବୁ ଶୁଣି ସାରିଛି ତୁମେ ଯାହା କହିଲ ମାୟା .... ତାପରେ? 


ତାପରେ ମୁଁ ଯନ୍ତ୍ରଣାରେ ଛଟପଟ ହେଉଥାଏ। ପୁରା ଦିନଯାକ ଜଣେ ପରେ ଜଣେ ସେମାନେ ମୋ ପାଖରୁ ନିଜ ଭୋକ ମେଣ୍ଟାଉ ଥାନ୍ତି ।ହେଲେ ମୁଁ କିଛି କରି ପାରୁ ନ ଥାଏ। ମୋତେ ପ୍ରବଳ କଷ୍ଟ ହେଉଥାଏ। ଆଖିରୁ ଲୁହ ଝର ଝର ହୋଇ ବହି ଯାଉଥାଏ।ହେଲେ ସେମାନଙ୍କ ସେ ନୃଶଂସ ରୂପ କଣ କହିବି...! ତୁମ ବାପା ଗୋଟିଏ ଧାରୁଆ ଛୁରୀ ଆଣି ମୋ ହାତ କାଟି ଦେଲେ ଆଉ ପେଟରେ ଛରୀ ଭୁଷି ଦେଇ ଅର୍ଦ୍ଧମରା ଅବସ୍ଥା କରି, ଗୋଟିଏ ଆତ୍ମହତ୍ୟା ଚିଠି ପକାଇ ମୋତେ ଛାଡି ଦେଲେ...ତଡପି ତଡପି ମରିଛି ମୁଁ ସେ ରୁମ ଭିତରେ। ମରିବା ଆଗରୁ ମୁଁ ମାଆଙ୍କୁ ଏତିକି କହିଥିଲି ମୋତେ ଶକ୍ତି ଦିଅ... ମୁଁ ମୋ ମୃତ୍ୟୁର ବଦଲା ନେଇ ପାରେ ଆଉ ମୁଁ ମୋ ସତ୍ୟତା ସମସ୍ତଙ୍କୁ ଜଣାଇ ପରେ । ଆଉ ଦେଖ ମରିଲା ପରେ ବି ତୁମ ବାପା ପୂଜାପାଠ କରାଇ ବି ମୋତେ ଅଟକାଇ ପାରିଲେ ନାହିଁ। ମୁଁ ଜାଣି ଥିଲି ଆଜି ସମୟ ଆସିବେ... ବାପା ଡାକିଛନ୍ତି ମୋ ମୁକ୍ତି ପୂଜା ପାଇଁ। ମୁଁ ବି ମୁକ୍ତି ଚାହେଁ ହେଲେ ମୋ ବଦଲା ପରେ। 


ସମୟ ଆଉ ଅମର ମାୟାର ଇମେଲ୍ ରୁ ସବୁ ପ୍ରମାଣ ପାଇଗଲେ। ହଠାତ୍ ଦେଖିଲେ ମାୟା ଆଖିରୁ ନିଆଁ ବାହାରିଲା ଆଉ ତାଙ୍କ ଘର ସାଙ୍ଗେ ସାଙ୍ଗ ଜଳିଗଲା। ଘର ସହ ତାଙ୍କ ବାପା ଆଉ ସବୁ ବାପାଙ୍କ ବଦମାସ ଚାକରମାନେ ଜଳି ଗଲେ।ନିଆଁ ଧୂଆଁ ପାଇ ଗ୍ରାମବାସୀ ସବୁ ବାହାରକୁ ବାହାରି ଆସିଛନ୍ତି। 


ମାୟାର ଆତ୍ମା ହା ହା ମାରି ହସୁ ହସୁ କାନ୍ଦିବାକୁ ଲାଗିଲା...କହିଲା ମୁଁ ଏମିତି ନ ଥିଲି.... କାହିଁକି ମୋତେ ମୋ ସହ ଏମିତି କଲେ... ବାଧ୍ୟ ହୋଇ ମୁଁ ସେମାନଙ୍କ ମୃତ୍ୟୁର କାରଣ ହେଲି। ସମୟ ଆଉ ଅମର ମୋତେ କ୍ଷମା କରି ଦେବ...।ସମୟ ଆଖିରୁ ଲୁହ ବହି ଯାଉଛି। ସମୟ କହିଲେ ମାୟା ଭୂଲ ତ ମୋର ମାଗିବା କଥା... ମୁଁ ତୁମକୁ ବୁଝି ନ ପାରିବାରୁ ତୁମ ସହ ଏମିତି ହେଲା। ମୋ ବାପା ପାଇଁ ମୋ ମୁଣ୍ଡ ଆଜି ତଳକୁ ହୋଇଯାଇଛି। ଦୁହେଁ ଦୁହିଁଙ୍କୁ ଚାହିଁ କାନ୍ଦୁଛନ୍ତି।ଗ୍ରାମ ଲୋକ ସବୁ ଶୁଣି ଆଶ୍ଚର୍ଯ୍ୟ ହୋଇ ଛିଡ଼ା ହୋଇଛନ୍ତି। 


ମାୟାର ଆଖିରେ ବଦଲାର ନିଆଁ ଆଉ ନାହିଁ... ସେ ଏବେ ମୁକ୍ତି ଚାହେଁ...। ସେ ସମୟକୁ କହିଲା ମୋର ମରିବା ଆଗରୁ ଗୋଟିଏ ଇଚ୍ଛା ଥିଲା ତୁମ ସ୍ତ୍ରୀ ହେବାର। ମୋତେ ତୁମ ସ୍ତ୍ରୀର ପରିଚୟ ଦିଅ ନ ହେଲେ ମୁଁ ମୁକ୍ତି ପାଇବି ନାହିଁ। ମାଆଙ୍କ ସିନ୍ଦୁର ଟିକେ ଆଣି ମୋ ମୁଣ୍ଡରେ ଦିଅ। 


ସମୟ ପାଖ ଘରୁ ମାଆଙ୍କ ସିନ୍ଦୁର ଆଣି ମାୟାର ଆତ୍ମା ମୁଣ୍ଡରେ ଦେଲେ।ମାୟା ସମୟକୁ ମୁଣ୍ଡିଆ ମାରି ଆଖିରେ ଲୁହ ନେଇ ଆଲୋକ ହୋଇ ଆକାଶରେ ମିଶିଗଲା।ସମୟ ନିଶବ୍ଦ ହୋଇ ଛିଡ଼ା ହୋଇଛନ୍ତି...ଅମର ସମୟଙ୍କୁ ଧରି ଅନାଇ ରହିଛନ୍ତି....ଗ୍ରାମବାସୀଙ୍କ ମୁହଁରେ ଗୋଟିଏ କଥା ଆମେ ମାୟାକୁ ବୁଝିପାରି ନ ଥିଲୁ.... ସେ ବହୁତ ଭଲ ଝିଅ ଥିଲା।


Rate this content
Log in

Similar oriya story from Horror