Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Sucharita Sena

Horror


4.5  

Sucharita Sena

Horror


ଭିନ୍ନଏକ ରାତ୍ରି |

ଭିନ୍ନଏକ ରାତ୍ରି |

4 mins 536 4 mins 536


ଏ ପିରିୟଡ଼ ଗଣିତ ସାର ଙ୍କର ଥିଲା, କିନ୍ତୁ ସାର ଆଜି ଅନୁପସ୍ଥିତ ବୋଧେ ନିଜର କେଉଁ ବ୍ୟକ୍ତିଗତ କାମ ପାଇଁ | ଆମକୁ ଭାରି ମଜା ଲାଗୁଥାଏ, ଏ ପିରିୟଡ଼ କେବଳ ମସ୍ତି ହେବ କିନ୍ତୁ ଆମ ଭାବନାକୁ ଭୁଲୁ ପ୍ରମାଣିତ କରି ଶ୍ରେଣୀ ଭିତରକୁ ପଶି ଆସିଲେ ଆମ ପ୍ରିୟ ହିନ୍ଦୀ ଶିକ୍ଷକ |ଆମ୍ଭେମନେ ଖୁସି ନହେଲେ ମଧ୍ୟ ନିରାଶ ବି ନଥିଲୁ, କାହିଁକିନା ସାର୍ ଆମକୁ ବିଭିନ୍ନ କାହାଣୀ ଶୁଣେଇବାରେ ମାହିର ଥିଲେ | ସାର ଙ୍କୁ ଦେଖିବା କ୍ଷଣି ବସିଗଲୁ ନିଜ ଜାଗାରେ, ଓ ଅତି ଆଗ୍ରହର ସହ ଚାହିଁ ରହିଲୁ ସାର୍ ଙ୍କୁ | ସାର ବି କାଳ ବିଳମ୍ବ ନକରି ଆରମ୍ଭ କଲେ କାହାଣୀଟି.......... ଯାହାର ନାଁ ଥିଲା "ଭିନ୍ନ ଏକ ରାତ୍ରି "....... |

ଡ଼କ୍ଟର ରମାକାନ୍ତ ବାବୁ ରୋଗୀ ମାନଙ୍କର ଫାଇଲି ଗୁଡିକ ଭିତରେ ଏମିତି ହଜି ଯାଇଛନ୍ତି ଯେ ଆଉ କେଉଁ ଆଡକୁ ନିଘା ନାହିଁ | ସେ ସବୁବେଳେ ଏମିତି, ଅସହାୟ ମାନଂକ ପାଇଁ ସର୍ବଦା ଉତ୍ସର୍ଗିତ | ପିଲାବେଳୁ ନିଜ ବୋଉ ର ସେବକା ଗୁଣକୁ  ଦେଖିଛନ୍ତି, ସେ କିପରି ଦରଦୀ ଥିଲେ | ବୋଉ ତାଙ୍କର ଆଦର୍ଶ | ସେଥିପାଇଁ ତ ସହରର ଚାକଚକ୍ୟ ଜୀବନ କୁ ଛାଡି ଏଇ ନିଜନ ବଣ ପାହାଡ଼ ଭରା ଆଦିବାସୀ ଅଂଚଳକୁ ଆପଣେଇ ନେଇଛନ୍ତି, ଲକ୍ଷ୍ୟ କେବଳ ନିସ୍ଵର୍ଥପର ସେବା | ବୋଉ ଆରପାରିରେ ସତ କିନ୍ତୁ ସଦାବେଳେ ତାର ସେଇ ବାଣୀ ସର୍ବଦା ତାଙ୍କ କାନରେ ଗୁଂଜରିତ " ମାନବ ସେବିହିଁ ମାଧବ ସେବା " |  


     ସେ ରାତ୍ରି ଭୋଜନ ପରେ ନିଜ ରୋଗୀ ମାନଙ୍କ ଫାଇଲ ଦେଖିବା ନିତ୍ୟକର୍ମ ପରି | ଏହା ଆଜିବି ଜାରି ଅଛି | ବାହାରେ ଝିପିଝିପି ବର୍ଷା ସାଙ୍ଗକୁ ବିଜୁଳିର ଲୁଚକାଳି ଖେଳ ଚାଲିଛି | ଝରକାରେ ଠକ ଠକ ଶବ୍ଦ ହେଲା, ଡାକ୍ତର ବାବୁ ଫାଇଲି ରୁ ମୁଣ୍ଡ ଟେକି ଚାହିଁଲେ | ବୋଧେ ବର୍ଷା ପବନଙ୍କ ଏ କାର୍ସାଦି , ପୁଣି ମୁଣ୍ଡ କୁଂଜୀଦେଲେ ଫାଇଲିରେ | ପୁନଃ ଠକ ଠକ ର ଶବ୍ଦ, ଏଥର ଡାକ୍ତର ବାବୁ ଜାଣିଗଲେ ଏ କାହାର କାର୍ସାଦି ନୁହେଁ ବରଂ ବାହାରେ କିଏ ଅପେକ୍ଷାରତ | ବିଜୁଳି ଆଲୁଅରେ ସେ ଦେଖି ସାରିଥିଲେ ଅଗନ୍ତୁକଙ୍କୁ | ଅବିଳମ୍ବେ ଖୋଲି ଦେଲେ ଦୁଆର, ବାହାରେ ପଚିଶି କି ତିରିଶି ବର୍ଷର ଯୁବକ, ବେଶଭୂଷା ଆଦିବାସୀ ପରି, ବହୁତ ବ୍ୟସ୍ତ ଜଣା ପଡୁଛି |


     ଡାକ୍ତର ବାବୁ କାରଣ ପଚାରନ୍ତେ ଉତ୍ତର ଆସଲା : " ମୋର ମା ' ବୀମାର ପଡିଛି, ଝଅଟି ଆସେ ବାବୁ "| 


 ... ନିଜର ଡାକ୍ତରୀ ଜିନିଷ ସହ ଛତା ଖଣ୍ଡେ ନେଇଁ ବାହାରି ଗଲେ ଡାକ୍ତର ବାବୁ | ଯାହାବି ହୋଇଯାଉ କାହାକୁ ମନା କରି ପାରନ୍ତିନି, ହଁ ଆଜି ଟିକେ ପାଗ ଖରାପ, କିନ୍ତୁ ଡାକ୍ତରବାବୁଙ୍କୁ ନିଜ କର୍ତ୍ତବ୍ୟ କରିବାରେ ପ୍ରତିବନ୍ଧକ ସୃଷ୍ଟି କରିପାରି ନଥିଲା  | 

         

      ଡାକ୍ତର ବାବୁ ଏଠାକୁ ଆସିବା ଛଅ ମାସ ହୋଇ ଗଲାଣି | ରୋଗୀ ବହୁତ ଆସନ୍ତି, ସମୟ ସମୟ ଯାଇ ଘରେ ବି ଦେଖି ଆସନ୍ତି କିନ୍ତୁ ଦିନରେ କେବେ ରାତିରେ ଏପରି ଯାଇ ନାହାନ୍ତି | ପିଲାଟି ଓଦା ହୋଇ ଆଗେଇ ଚାଲିଛି, ଡାକ୍ତର ବାବୁ ତା ଠାରୁ ଢ଼େରେ ପଛରେ | ପିଲାଟି ତା ମା ପାଇଁ କେତେ ବ୍ୟସ୍ତ ସ୍ପଷ୍ଟ ବାରିହେଇ ପଡୁଥାଏ | ଡାକ୍ତର ବାବୁଙ୍କର ନିଜ ବୋଉ କଥା ମନେ ପଡିଗଲା, ଆଖି ଜକେଇ ଆସିଲା | ଯାହା ବି ହୋଇ ଯାଉ ପିଲାଟିର ମା କୁ କିଛି ହେବାକୁ ଦେବେନି | ପାହାଡିଆ ଅଙ୍କା ବଙ୍କା ରାସ୍ତାରେ ଯିବା ଟା ତାଙ୍କ ପାଇଁ ସହଜ ସାଧ୍ୟ ନଥିଲା, ପରନ୍ତୁ ପିଲାଟି ଏତେ ସହଜରେ ଗତି କରୁଥାଏ  ଦେଖିବା ଉପଯୋଗୀ ଥିଲା | 


     ଅନେକ ବାଟ ଆସିଗଲେଣି, ଡାକ୍ତରବାବୁ ଡାକ ଦେଲେ : "ଆରେ, ଆଉ କେତେ ବାଟ "? | ପିଲାଟି ଆଙ୍ଗୁଳି ନିର୍ଦେଶ କଲା, ଡାକ୍ତର ବାବୁ ଚାହିଁଲେ ସେ ଦିଗକୁ, କିଛି ଦୂରତାରେ ଆଲୁଅ ଗୁଡା ଦୃଶ୍ୟମାନ ହେଉଥାନ୍ତି | 

 ଆଦିବାସୀ ମାନଂକ ଘର ଗାଁ ଭଳି ନୁହେଁ, ପୁଳା ପୁଳା ହୋଇ ଘର ବନେଇ ଥାନ୍ତି ପାହାଡ଼ଉପରେ |  

      ଡାକ୍ତରବାବୁ ହଟାତ୍ ରହିଗଲେ ବିଜୁଳି ଆଲୁଅରେ ସେ ସ୍ପଷ୍ଟ ଦେଖି ପରୁଥାନ୍ତି ଆଗରେ ଥିବା ଗୋଟେ ଛୋଟ ବନ୍ଧକୁ, ଯାହାର ତଳେ ପାଣିର ସୁଅ, ସେ ବନ୍ଧ କୋଉ କଂକ୍ରିଟ ର ନଥିଲା ଥିଲା ଗୋଟେ ମୁଣ୍ଡ ବିହୀନ ନଡ଼ିଆ ଗଛ ର | ପିଲାଟି ତା ଉପରେ ଅତି ସାମାନ୍ୟ ଭାବରେ ଚଢିକି ପାର ହୋଇଗଲା , ହେଲେ ଡାକ୍ତରବାବୁ ଗୋଟେ ପାଦ ବି ଆଗକୁ ବଢ଼ାଇ ପାରିଲେନି | ତାଙ୍କ ପାଦ ଥରିବାରେ ଲାଗିଲା | ପିଲାଟି ଆର ପଟରେ ସେମିତି ଚାହିଁ ରହିଥାଏ | 


     ଡାକ୍ତରବାବୁ ଜୋରରେ ଚିତ୍କାର କଲେ : " ଆରେ କଣ କର ମୁଁ ୟା ଉପରେ ଯିବି କିମିତି ? , ତୋ ମା ପାଖରେ ପହଂଚିବା ବିଳମ୍ବ ହେଇଯିବ....... ¡ "|


   ପିଲାଟି ଏତିକି ସୁଣିଛିକି ନାହିଁ ଆଗକୁ... ଆଗକୁ... ଯାଇ ଡାକ୍ତରବାବୁ ଙ୍କ ଦୁଷ୍ଟି ଅଗୋଚର ହୋଇଗଲା | ଡାକ୍ତର ବାବୁ ନିଜକୁ ବଡ ଅସହାୟ ମନେ କରୁଥାନ୍ତି ସେଇ ଗୋଟେ ଯାଗାରେ ମୂର୍ତି ଭଳି ଠିଆ ହୋଇ | 


     କିଛି ସମୟ ପରେ ପିଲାଟି କୋଡ଼ି ଭଳି ସଦୃଶ ଗୋଟେ କଣ ହାତରେ ଧରି ହାଜର ହେଲା, ଅବିଳମ୍ବେ ନଡ଼ିଆ ଗଛର ଗଣ୍ଡିରେ ପାହାଚ ଭଳି ହାଣି ଚାଲିଲା | ତା କାମ ଏତେ ଜଲ୍ଦି ଥିଲା ଯେପରି ଆଖି ପିଛୁଳାକେ ସବୁ ହୋଇଗଲା | 


    ଡାକ୍ତରବାବୁ ଅତି ଶୀଘ୍ର ପାଦ ପକାଇ ବନ୍ଧ ଟିକୁ ଅତିକ୍ରମ କରିଗଲେ | ଏଥର ଆଉ ବିଳମ୍ବ କରିବାର ନାହିଁ, ନିଜକୁ ଦୋଷୀ ଭଳି ଭାବି ନିଜର ଚାଲିବା ଗତିକୁ ଦୁଇ ଗୁଣିତ କରିଦିଲେ | ଅନେକ ବାଟ ଗଲା ପରେ ପିଲାଟି ପୁଣି ହାତ ଦେଖାଇଲା ସେଇ ଦିଗକୁ, ଯୋଉଠି ଧିମା ହୋଇ ଆଲୁଅ ଜଳୁଥିଲା | ଡାକ୍ତରବାବୁ ଦୌଡ଼ି ଗଲେ ଉକ୍ତ ସ୍ଥାନକୁ | ଘର ଭିତରେ ଖଟିଆରେ ବୁଢ଼ୀ ଲୋକଟେ ଚେତାଶୂନ୍ୟ ଅବସ୍ଥାରେ ଶୋଇଥିଲା | 

     ଡାକ୍ତର ବାବୁ ନିଜ କାମରେ ଲାଗିଗଲେ, ପିଲାଟି ନିରୀହ ଚାହାଁଣୀରେ ଦୁଆର ବର୍ଷା ଛିଟାରେ ବସିଥାଏ | ଢ଼େରେ କିଛି ସମୟ ପରେ ଡାକ୍ତରବାବୁ ଜଣେଇଲେ 'ମା' ଭଲ ଅଛି, ଚେତା ଫେରିବାକୁ ଟିକେ ସମୟ ଲାଗିବ, ମୁଁ ଏଇଟି ଅଛି, ଚେତା ଆସିଲେ ଦେଖିକି ଯିବି, ତୁ ଯାଅ ପୋଛି ହୋଇକି ଆ | ପିଲାଟି ମୁଣ୍ଡ ଟୁଙ୍ଗାରି ହଁ କହି ଚାଲିଗଲା | ଡାକ୍ତରବାବୁ ଖଟିଆ ପାଖରେ ବସି କି ଚାହିଁ ରହିଲେ, କେତବେଳେ ଆଖି ଲାଗି ଯାଇଛି ଜଣା ନାହିଁ ତାଙ୍କୁ |

 

କାହାର ହାତର ସ୍ପର୍ଶରେ ଡାକ୍ତର ବାବୁଙ୍କ ନିଦ ଭାଙ୍ଗିଗଲା, ବାହାରେ ଚଢେଇ ମନେ କିଚିରିମିଚିରି ହେଉଥାନ୍ତି |ଡାକ୍ତରବାବୁ ଦେଖିଲେ ସେଇ ବୁଢ଼ୀ ମହିଳା, " ମାଉସି କିମିତି ଲାଗୁଛି "? ବୁଢ଼ୀ ଲୋକଟି ଅତି ଆଶ୍ଚର୍ଯ୍ୟ ଭରା ନେତ୍ରରେ ଚାହିଁ ରହିଥାଏ | 

     ଡାକ୍ତରବାବୁ ହସିଦେଲେ କହିଲେ" ମୁଁ ଡାକ୍ତର, କାଲି ତୁମ ପୁଅ ମତେ ନେଇକି ଆସିଥିଲା, ତାରି ପାଇଁ ତୁମେ ଠିକି ହୋଇଗଲ "| ମା ପଚାରିଲା କାହା କଥା କହୁଚ ବାବୁ, ମୁଁ ଏକା ମୋର କେହି ନାହାନ୍ତି | ଡାକ୍ତର ବାବୁ ଜଣେଇବା ପାଇଁ ପିଲାଟିର ହୁଲିଆ ବତେଇବାରେ ଲାଗିଗଲେ, ବୁଢ଼ୀ ଲୋକଟି ସବୁ ଶୁଣି ସାରି କହିଲା ବାବୁ ସେ ଟିକେ ଛୋଟେଇ ଚାଲୁଥିଲା? ........ ଡାକ୍ତରବାବୁ ଖୁସି ହୋଇ ହଁ ଭରିଲେ, ସେ ଜାଣିଗଲେ ଏଥର ପିଲାଟିକୁ ବୁଢ଼ୀ ଜଣକ ନିଶ୍ଚୟ ଚିନ୍ହି ନେବେ, କାହିଁକିନା ସେ ଠିକି ଲକ୍ଷ କରିଥିଲେ ପିଲାଟି ଟିକେ ଛୋଟେଇ ଚାଲୁଥିଲା |

"ମା "ଟି କାନ୍ଦି ପକାଇଲା, ପଚାରିଲା ସେ କାଇଁ, କୁଆଡେ ଗଲା.. ...... କହି ବାହାରକୁ ଧାଇଁ ଗଲା, ଏପଟ ସେପଟ ହୋଇ ଖୋଜି ଚାଲିଲା ? ଡାକ୍ତର ବାବୁ ଙ୍କୁ କିଛି ବୁଝା ପଡୁନଥାଏ, କେବଳ ଗୋଟେ ମା ର କୋହ ଭରା କାନ୍ଦ କୁ ଦେଖୁଥାନ୍ତି | ଡାକ୍ତରବାବୁ ତୁନି କରି ପଚାରିଲେ କଥା କଣ??? | 

     ଯାହା ଶୁଣିଲେ ନିଜକୁ ବିଶ୍ୱାସ କରିବା ବାହାରେ ଥିଲା | 

ବିଗତ ତିରିଶି ବର୍ଷ ତଳେ ପାହାଡ଼ରୁ ଖସି ସେଇ ପୁଅର ମୃତ୍ୟୁ  ହୋଇ ସାରିଥିଲା |

   

    ଡାକ୍ତରବାବୁ ଙ୍କ ଦେହଟା ଶୀତେଇ ଗଲା, ତାହେଲେ ଯାହା ସହ କାଲି ରାତିରେ ଥିଲେ ସେ ଅଶରୀ ଥିଲା | ଡାକ୍ତର ବାବୁ ଭାବୁଥିଲେ...... ମା ଟି ପାଇଁ ଗୋଟେ ମୃତୁ ପୁଅର ସ୍ନେହ ଶ୍ରଦ୍ଧା କେତେ | 

   ଡାକ୍ତର ବାବୁ ଘର ବାହୁଡା଼ ସମୟରେ ସେ ନଡ଼ିଆ ଗଣ୍ଡିକୁ ଦେଖିଲେ, କାଲି ରାତିରେ ସେ ପିଲାଟି ହାଣି ଥିବା ସ୍ଥାନ କେଉଁଟିବି ଚିନ୍ନ ନଥିଲା | ଡାକ୍ତରବାବୁଙ୍କୁ ଏବେ ସେ ଗଛର ଗଣ୍ଡି ଉପରେ ଚଡି ଆସିବାକୁ ଡର ନଥିଲା,  ଅତି ସହଜରେ ତା ଉପରେ ଚଢି କି ଆସିଗଲେ | 

 ଓ ବିଗତ ଦିନର ସ୍ମୃତିକୁ ସଉଟୁଥିଲେ...... ତାଙ୍କ ବାପଙ୍କ କଥା ମନେ ପଡୁଥିଲା | ବୋଉ ଚାଲିଗଲା ପରେ ବାପା ଅନେକ ଥର ବୋଉକୁ ଦେଖୁଛନ୍ତି ବୋଲି କହିଥିଲେ |  ହେଲେ ମୁଁ ଶୁଣିନି... ମତେ ଲାଗେ ବାପା ଙ୍କର ଏ ସବୁ ମନର ଭ୍ରମ........ କିନ୍ତୁ ଏବେ ବାପାଙ୍କୁ ପଚାରିବାକୁ ଇଛା ହଉଚି ବୋଉ କଣ ସବୁ କହୁଥିଲା.........??? |


ସାର୍ ଅଟକି ଗଲେ, ଉଠି ଠିଆ ହେଲେ ଆଉ ପଚାରି ବସିଲେ : " ଗପଟି କିମିତି ଲାଗିଲା????" | ମୁଁ ଭାବୁଥିଲି, ସାର୍ ଆଉ ଟିକେ କୁହନ୍ତେ...... | 


               ସମାପ୍ତ |




        



Rate this content
Log in

More oriya story from Sucharita Sena

Similar oriya story from Horror