Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF
Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF

Sucharita Sena

Drama


3  

Sucharita Sena

Drama


ପଶ୍ଚାତାପ ଏକ ମନର ଭାବନା |

ପଶ୍ଚାତାପ ଏକ ମନର ଭାବନା |

10 mins 127 10 mins 127

ନିଧି, ଖୁବ୍ ଚୁଲବୁଲି ଝିଅଟି। ବାପା ମା ଙ୍କର ଗୋଟେ ବୋଲି ଝିଅ । ଭାରି ଗେଲ୍ଲୀ ।ସମୟ କ୍ରମେ ନିଧିର ବିବାହ ବୟସ ଉପନୀତ ହୁଅନ୍ତେ ବାପା ଦେବେନ୍ଦ୍ର ଓରଫ ଦେବ୍ ଙ୍କୁ ନିଜର ଜାମାତା ଭାବରେ ନିର୍ବାଚିତ କଲେ । ଶାନ୍ତ ସରଳ ପିଲାଟି ଥିଲେ ଦେବ୍ । ତା ସହ ଭଲ ଚାକିରୀ

। ଝିଅ ଖୁସିରେ ରହିବ, ତା ଚିନ୍ତା ପଛକୁ ନଥିବ ।ନିଧି ବାପାଙ୍କ କଥାରେ ହଁ ଭରିଥିଲା ବିବାହ ପାଇଁ । ଖୁବ୍ ଯାକ ଯମକରେ ବିବାହ ସମ୍ପର୍ଣ୍ଣ ହେଲା ।ନିଧି ପିତୃ ଗୃହ ତ୍ୟାଗ କରି ଶାଶୁଘରେ ରହିବା ଆରମ୍ଭ କଲା ।

ନିଧି ବିବାହ ସମୟରେ ଯେଉଁଭଳି ଖୁସି ଥିଲା, ସେଭଳି ଖୁସି ଧୀରେ ଧୀରେ ତା ପାଖରୁ ମିଳେଇବାକୁ ଲାଗିଲା । ନିଧିର ବୟସ କମ ଥିଲା ଓ ଦେବ୍ ଥିଲେ ବତିଶ ବର୍ଷର ଯୁବକ । ଯିଏ କି ଅତ୍ୟନ୍ତ ଶାନ୍ତ, କମ୍ କଥା କହୁଥିବା, ଭଲ ମନ୍ଦର ଫରକ ବାରି ପାରୁଥିବା ପିଲା । ଶାଶୁ, ଶଶୁର,ଦିଅର,ନଣନ୍ଦ ସମସ୍ତଙ୍କ ସହ ନିଧି ନିଜକୁ ଖାପ ଖୁଆଇ ନେଇଥିଲା ସତ କିନ୍ତୁ ରାତିହେଲେ ଦେବ୍ ଙ୍କ ପାଖରେ ଲମ୍ବା ଅଭିଯୋଗର ପେଟରା ଖୋଲି ବସେ । ଦେବ୍ ଜାଣି ସାରିଥିଲେ ସ୍ତ୍ରୀଟି ଘରେ ଅତି ଗେଲ୍ହାରେ ଓ ଏକାଟିଆ ବଢିଛି ତେଣୁ ତାକୁ କଷ୍ଟ ହେଉଛି । ସେଥିପାଇଁ ନିଧିକୁ ଧରି ସେ ଘରଠାରୁ ଦୂର ଓ ସହର ଭିତରେ ଘରଟିଏ ନେଇ ରହିଲେ ।

ବିବାହକୁ ଦୁଇ ବର୍ଷ ପୁରି ସାରିଥଏ । ନିଧିକୁ ଦାମ୍ପତ୍ୟ ଜୀବନ ବିରକ୍ତିକର ଅନୁଭବ ହେଲା ।

ଦେବ୍ ବିଲକୁଲ ରୋମାଣ୍ଟିକ ନୁହନ୍ତି । ସ୍ତ୍ରୀ କୁ ମନ ଭିତରେ ଯେତେ ଭଲ ପାଇଲେ କଣ ହେବ ବ୍ୟକ୍ତ କରିବାକୁ ପଡିବ । ନହେଲେ ସ୍ତ୍ରୀଟି କଣ ତ୍ରିକାଳଦର୍ଶୀ ଯେ ମନ ଭିତରେ ଥିବା ଭାବକୁ ଜାଣି ପାରିବ । ନିଧି ଭାବେ ନିଜ ବାପା / ମା ଙ୍କ କଥା, ନିଜ ଶାଶୁ / ଶଶୁର ଙ୍କ କଥା ସେମାନଙ୍କ ଭିତରେ କେତେ ଭଲ ବୁଝାମଣା, କେତେ ଭଲ ପାଇବା ସେଥିପାଇଁ ବିଗତ ପଈତିରିଶ ବର୍ଷ ଅଥବା ତତୋଧିକ ବର୍ଷ ଧରି ଶାନ୍ତିପୂର୍ଣ୍ଣ ଭାବରେ ଜୀବିକା ନିର୍ବାହ କରିଆସୁଛନ୍ତି ।

କିନ୍ତୁ ତା ନିଜ ଜୀବନର ଏ ନୌକା ଦୁଇଟି ବର୍ଷାରେ ରନ୍ଧ୍ର ହେଲା ଭଳି ଅନୁଭବ ହେଉଛି । କିପରି ବାପା ମା ଙ୍କ ଭଳି ରୋପ୍ୟ ଅଥବା ସ୍ଵର୍ଣ୍ଣ ଜୟନ୍ତୀ ପାର କରିବ । ଜୀବନରେ କିଛି ମିଠାସ୍ ଭରିବାକୁ ପଡିବ । ଅନେକ କିଛି ଚିନ୍ତା କଲା । ନିଜର ପ୍ରିୟ ବାନ୍ଧବୀ "ବୌହେହୀ "କୁ କଲ୍ କଲା ।

ନିଧି ପରି ବୌଦେହୀ ବି ଚୁଲବୁଲି ଝିଅଟେ । ପଢାପଢି ସମୟରେ ଦୁହେଁ ମେସ୍ ରେ ସାଙ୍ଗ ହୋଇ ରହୁଥିଲେ । ଅନ୍ତରଙ୍ଗ ବ୍ୟଥାକୁ ଦୁହେଁ ପରସ୍ପର ଆଗରେ ବାଣ୍ଟି ପାରନ୍ତି । ସୁଖ ଦୁଃଖରେ ପରସ୍ପର କୁ କାନ୍ଧବି ଦିଅନ୍ତି ।

ବୌଦେହୀ " ନିଧି, କି ମ୍ୟାରେଜ କଲୁଯେ ମତେ ଏକଦମ୍ ଭୁଲିହିଁ ଗଲୁ । ଆଜି କିପରି ମନେ ପଡିଲା କଣ ଭାଇନା ପାଖରେ ନାହଁନ୍ତିକି ? "

ନିଧି "ତତେ ଭୁଲିଥିଲେ କଲ୍ କରିଥାନ୍ତି କିମିତି । ମୋ ଲାଇଫଟା ପୁରା ବୋରିଂ ଚାଲିଛି । ତୁକିଛି ଟିପ୍ସ ଦେ " ।


ବୌଦେହୀ " ହାଃ ହାଃ, ଆରେ ମ୍ୟାରେଜ ତୋର ହୋଇଛି ଅଥବା ମୋର, ମୁଁ କିମିତି ଜାଣିବି କଣ କଲେ ତୋ ଗାଡ଼ିଟା ରାସ୍ତାରେ ଠିକ୍ ଚାଲିବ ।

ବରଂ କହ ମୁଁ କି ସାହାଯ୍ୟ କରି ପାରିବି " ।


ନିଧି " ଆଛା ଚାଲେ ଗୋଟେ ମଜା କରିବା, ତୁ ମୋ ସ୍ୱାମୀଙ୍କ ପ୍ରେମିକା ବନିଯା ତା ପରେ ଦେଖିବା ଦେବ୍ ରୋମାଣ୍ଟିକ ହେଉଛନ୍ତିକି ନାହିଁ " ।

ବୌଦେହୀ " ଏ ତୁ କଣ କହୁଛୁ, ତୋ ମୁଣ୍ଡ ଖରାପ ହୋଇ ଗଲାଣି " ।

ନିଧି " ଆରେ ତୁ ଵ୍ୟସ୍ତ କାହିଁକି ହେଉଛୁ, ତତେ ସତରେ ମୋ ସଉତୁଣୀ ବାନିବାକୁ କହୁନି, କେବଳ ମିଛରେ ନାଟକ କରିବୁ ହେଲା । ମୁଁ ଦେବ୍ ଙ୍କ ନମ୍ବର ତତେ ପଠାଉଛି, ତୁ ମେସେଜ କର । ହଁ ସବୁ ଚାଟିଙ୍ଗର ସ୍କ୍ରିନସଟ୍ ନେଇ ମତେ ପଠାଇବୁ " ।

ଦୁଇ ବାନ୍ଧବିଙ୍କ ହସର ଲହଡି ଖେଳି ଯାଉଥିଲା ଚାରିଆଡେ ।

କିଛି ସମୟ ପରେ ନିଧିର ଫୋନର ମେସେଜ ଘଣ୍ଟିଟି ଶବ୍ଦ କଲା ଟୁଁ ଟୁଁ । ନିଧି ଦୌଡ଼ି ଆସି ଫୋନ ଦେଖିଲା ବୌଦେହୀ ପଠାଇଥିବା ମେସେଜ।

ନମସ୍କାର ।

କିମିତି ଅଛନ୍ତି?

ଅପଣଂକ ସହ କିଛି କଥା ଥିଲା ସମୟ ପାଇଲେ ପ୍ରତିଉତ୍ତର ନିଶ୍ଚୟ ଦେବେ ।

ଆରେ, ଏ ତ କେବଳ ବୌଦେହୀର ମେସେଜ । ଦେବ୍ ଙ୍କର ଗୋଟେ ବି ନାହିଁ । ଦେବ୍ ସବୁବେଳେ ଏମିତି, ତାଙ୍କ ପାଇଁ ତାଙ୍କ କାମ ସବୁକିଛି । ସେ ଯେପରି ପିଲା ବୌଦେହୀ ର ମେସେଜ ଦେଖି ନଥିବେ । ଆଛା ଠିକି ଅଛି ଏବେ ନ ଦେଖିଲେ କଣ ହେଲା, ରାତିରେ ମୁଁ ନିଜେ କିଛି କରି ତାଙ୍କ ଦୃଷ୍ଟିଗୋଚର କରିବାକୁ ପଡିବ ।

ଦେବ୍ ଅଫସି ରୁ ଆସିବା ପରେ ନିଧି ପୋଷା ବିଲେଇ ପରି ହେଉଛି । କିପରି ଜଲ୍ଦି ଦେବ୍ ଙ୍କ କାମ ସରିଗଲେ ସେ ମୋବଇଲ ଧରି ବସିବେ ଓ ବୌଦେହୀର ମେସେଜ ଦେଖିବେ ।ନିଧି ଟିକେ ପରେ ଟିକେ ଦେବ୍ ଙ୍କୁ ଚାହୁଁଥାଏ। ଦେବ୍ ଅନେକ ସମୟ ପରେ ନିଧିକୁ ପ୍ରଶ୍ନ କଲେ କଣ ହୋଇଛି ତୁମର, ଆଜି ତୁମ ମୁଖମଣ୍ଡଳରେ ଟିକେବି ଚିଡି ଚିଡି ର ଲକ୍ଷଣ ନାହିଁ ।

ନିଧି ହାଡବଡେଇ ଗଲା ।

" କେଉଁଠି, କିଛିତ ନାହିଁ । ମୁଁ କେବଳ ଚିଡିଚିଡି ହେବା ତୁମକୁ ସବୁବେଳେ ଦେଖାଯାଏ " । ଏତିକି କହି ନିଧି ମୁହଁ ବୁଲାଇ ଶୋଇପଡ଼ିଲା, ଅଧିକା କିଛି କହିଲେ ଦେବ୍ ସନ୍ଦେହ କରିପାରନ୍ତି । ତାପରଦିନ ଦେବ୍ ଅଫସି ଚାଲିଗଲେ । ବୌଦେହୀ ସହିତ କଥା ହେବା ପାଇଁ ତତ୍ପର ଭାବରେ ନିଧି କଲ୍ କଲା ।

ବୌଦେହୀ " ଆରେ ଏତେ ସକାଳୁ ତୋ ଫୋନ ଆସିବ ବୋଲି ଭାବି ନଥିଲି " ।

ନିଧି " ତୁ ସେ କଥା ଛାଡେ ଆଗେ କହ ଦେବ୍ ତତେ ମେସେଜ କଲେ ? "

ବୌଦେହୀ " ନା, ତୁ ଏମିତି କାନିରେ ବାନ୍ଧି ରଖିଛୁ ତୋ ଦେବ୍ ଙ୍କୁ ସେ ଆଉ କାହାକୁ ଚାହୁଁ ନାହାଁନ୍ତି " ।

ନିଧି " ସେ ଚାହିଁବା ଭଳି ତୁ କିଛି କର ।

ବୌଦେହୀ ଆଛା ରହ ମୁଁ ଚେଷ୍ଟା କରୁଛି "।

ନିଧି ଅପେକ୍ଷା କଲା ବୌଦେହୀ ର ବାର୍ତ୍ତାକୁ , କିଛି ସମୟର ବ୍ୟବଧାନରେ ଫୋନରେ ବାର୍ତ୍ତା ଆସିଗଲା ।

ସୁପ୍ରଭାତ ।

ଆପଣ କିପରି ଅଛନ୍ତି ?

ଅପଣଂକ ଉତ୍ତରକୁ ଅପେକ୍ଷା ରହିଲା ।

ଆଜିବି କେବଳ ବୌଦେହୀର ବାର୍ତ୍ତା, ଏ ଦେବ୍ କିଛି କହିବେ ଅଥବା ନାହିଁ ।

ନିଧି ସବୁଦିନ ଦେଖୁଛି ଦେବ୍ ନିଜ ଅଫିସ କାମରେ ଵ୍ୟସ୍ତ ରହୁଛନ୍ତି । ବୋଧେ କିଛି ଗୁରୁତ୍ୱପୂର୍ଣ କାମରେ ଵ୍ୟସ୍ତ ଅଛନ୍ତି । କାର୍ଯ୍ୟରୁ ମୁକ୍ତ ହେଲେ ନିଶ୍ଚୟ ମେସେଜ ଦେଖିବେ ।

ଚାରିଦିନ ପରେ ନିଧି ଫୋନ ଟୁଁ ଟୁଁ ଶବ୍ଦ ହେଲା ।ମଧ୍ୟାହ୍ନ ସମୟ ନିଧିର ଆଖି ଟିକେ ଲାଗିଯାଇଥାଏ ।ତଥାପି ଫୋନର ଶବ୍ଦରେ ଅଧା ଆଖି ଖୋଲି ଦେଖିଲା ବୌଦେହୀ ର ବାର୍ତ୍ତା । ଅବିଳମ୍ବେ ବସିଗଲା, ନିଦ ଏକଦମ୍ ଯେପରି ଉଡ଼ିଗଲା ଭଳି ଅନୁଭବ ହେଉଥାଏ । ବାର୍ତ୍ତା ପଢିବାକୁ ଆରମ୍ଭ କଲା ।

ବୌଦେହୀ କିପରି ଅଛନ୍ତି ମହାଶୟ ?

ଅପଣଂକ ଉତ୍ତରକୁ ଅପେକ୍ଷା ।

ଦେବ୍ କ୍ଷମା କରିବେ, ଆପଣଙ୍କ ପରିଚୟ ?

ବୌଦେହୀ ବନ୍ଧୁ ବୋଲି ଭାବି ପରନ୍ତି ।

ଦେବ୍ କିଛି ଦିନ ହେବ ଅପଣଂକ ମେସେଜ ଆସିଛି, କିନ୍ତୁ ମୁଁ ଆଜି ଦେଖିଲି ।

ବୌଦେହୀ। ଆଜ୍ଞା, ହୋଇପାରେ ଏହା ମୋର ଦୁର୍ଭାଗ୍ୟ ।

ଦେବ୍ ଏପରି କାଇଁ କହୁଛନ୍ତି ।

ଅପଣଂକ ପରିଚୟ ?

ବୌଦେହୀ ମୁଁ ଋତୁ, ଋତୁପର୍ଣ୍ଣା ରାୟ ।

ଦେବ୍ ଆପଣଂକୁ ଆଗରୁ ଜାଣିଲା ଭଳି ମନେ ହେଉନି | ତଥାପି କୁହନ୍ତୁ କଣ କାମ ଥିଲା ? |

ବୌଦେ।ହୀ : କାମ ତ ଅଛି ନିଶ୍ଚୟ, କିନ୍ତୁ କ୍ଷମା କରିବେ | ଆଜି ନୁହେଁ ଆଉ କେବେ କହିବି |

: ନମସ୍କାର |

ନିଧି ଓଠରେ ହସ ଥିଲା | ତାକୁ ବହୁତ ମଜା ଆସୁଥିଲା | ସେ ଜାଣିଛି ଦେବ୍ ଜଣେ ସ୍ଥିତପ୍ରଜ୍ଞ ବ୍ୟକ୍ତି, ସରଳ ଏବଂ ଗମ୍ଭୀର ମଧ୍ୟ୍ୟ | ସେ କେବେ ଜଣେ ଅପରିଚିତ ସହିତ କଥା ହୋଇ ପାରିବେ ନାହିଁ | ଯେତିକି ଆବଶ୍ୟକ ସେତିକିରେ ସୀମିତି ରହିବେ | କିନ୍ତୁ ବୌଦେହୀ ଠିକି ବିପରୀତ ଏହା ପରେ କଣ ହେଉଛି ଦେଖିବା |

ଦେବ୍ ସେଦିନ ଘରେ ପହଂଚି ନିଧିକୁ ଡାକିଲେ

ଦେବ୍ : " ନିଧି, ତୁମେ ଏ ନମ୍ବର କୁ ଜଣକି | କିଛି ଦିନ ହେବ ମେସେଜ ଆସୁଛି | ଲାଗୁଚି କୌଣସି ଚିନ୍ହା ପିଲା ର କାମ " |

ନିଧି। : " ମେସେଜ ତୁମକୁ ଆସୁଛି ତ ଚିନ୍ହା ତୁମର ହୋଇଥିବେ | ମୁଁ କିପରି ଜାଣିବି ?| କହି ଚାଲିଗଲା ନିଧି,ଅଧିକ କିଛି କହିଲେ ସତ ଧରାପଡିବା ଭୟ ଟା ଥିଲା |

ପ୍ରତିଦିନ ସୁପ୍ରଭାତ ଓ ଶୁଭରାତ୍ରି ପରି ମେସେଜ ଚାଲିଥିଲା | ନିଧି କୁ ଲାଗୁଥିଲା ସେ ଯେପରି ବାର୍ତ୍ତା ଗୁଡିକୁ ଘୋଷି ଦେଇଛି | ଆଗ ଧଡି କଣ ଥିବ ନଦେଖିବି କହିଦେବ | ନିଧିକୁ ଏ ମେସେଜ ପଢି ପଢି ବି ବୋର ଲାଗିଲାଣି | ସମୟ ଯେପରି ସ୍ଥିର ହୋଇଯାଇଛି |

ଆଜି ବି ବୌଦେହୀ ର ମେସେଜ ଆସିଲା | ନିଧି ଅନିଚ୍ଛାସ୍ୱତେ ପଢିବାକୁ ବସିଗଲା |

ଦେବ୍ : ନମସ୍କାର ମ୍ୟାଡମ |

ବୌଦେହୀ : ନମସ୍କାର |

ଦେବ୍ : କିପରି ଅଛନ୍ତି ?|

ବୌଦେହୀ : ଭଲତ ନଥିଲି କିନ୍ତୁ ଅପଣଂକ ମେସେଜ ଆସିବା ପରେ ଭଲ ଅଛି ବୋଲି କହି ପାରିବି |

ଦେବ୍ : କୁହନ୍ତୁ ମୋ ପାଖରେ କଣ କାମ ଥିଲା? |

ବୌଦେହୀ : ଆପଣ ମତେ ପ୍ରଥମେ କୁହନ୍ତି ଆଜି କିପରି ପ୍ରଥମେ ମେସେଜ କଲେ |

ଦେବ୍ : ଏ କିଛିଦିନ ହେବ ଅପଣଂକ ସୁପ୍ରଭାତ ଓ ଶୁଭରାତ୍ରିର ବାର୍ତ୍ତା ପାଇଁ ଆସୁଛି | କିନ୍ତୁ ଆଜି ନଥିଲା, ଭାଣିଲି ପଚାରି ବୁଝିନେବି | କିଛି ଅସୁବିଧା ନାହିଁତ? |

ବୌଦେହୀ : କ୍ଷମା କରିବେ, ମୁଁ ଟିକେ ଜରୁରୀ କାମରେ ଵ୍ୟସ୍ତ ଅଛି | କାମରୁ ମୁକ୍ତି ହେଲେ ନିଶ୍ଚୟ କଥା ହେବି ରହୁଛି ଆଜ୍ଞା ନମସ୍କାର |

ନିଧି ସବୁ ପଢି ସରିଲା | ତା ମୁଖରେ ହସ ନଥିଲା କିନ୍ତୁ କାହିଁକି? | ନିଜକୁ ନିଜେ ପ୍ରଶ୍ନ କଲା | ସେତ ଏହାହିଁ ଚାହୁଁଥିଲା | ପୁଣି ଅସୁବିଧା କୋଉଟି ରହିଲା | ଭାବିଲା ବୌଦେହୀ କୁ କଲ୍ କରିବ, କିନ୍ତୁ ଇଛା ହେଲାନି | ମେସେଜ କୁ ପୁନଃ ପଠନ କଲା ଆଜି ମେସେଜ ପ୍ରଥମେ ଦେବ୍ ପ୍ରେରଣ କରିଛନ୍ତି | ନିଧିର ମନଟା ଗୋଳେଇ ହେଉଥାଏ |

ଦେବ୍ ଅଫସି ରୁ ଆସିବା ପରେ ନିଜ ଫୋନଟି ରଖି ବାହାରକୁ ଚାଲିଗଲେ | ନିଧିର ଇଛା ହେଲା ଫୋନ ଆଣି ଦେଖିବାକୁ ବୌଦେହୀ ଆଉ କିଛି ମେସେଜ କରିନିତ ? | ଦେବ୍ ଆଉ କିଛି ପଚାରି ନାହାନ୍ତିତ ? | ଏପରି ଭାବି ଭାବି ଫୋନ ଆଡକୁ ହାତ ନେଉଛି ପଛରୁ ଶୁଭିଲା " ନିଧି ମୋ ଫୋନ ଟି ଛାଡି ଗଲି ଟିକେ ଦେବ " | ଅନିଚ୍ଛାସ୍ୱତେ ନିଧି ଫୋନ ବଢ଼ାଇ ଦେଲା ଦେବ୍ ଙ୍କ ହାତକୁ |

ବୌଦେହୀ ଆଗଭଳି ଆଉ ଦେବ୍ ଓ ତାର ବାର୍ତ୍ତା ନିଧି ପାଖକୁ ପଠାଉନି | ଯଦିବି ଦେଉଛି ଅନେକ କିଛି ସେଥିରୁ ଡିଲିଟ ହେଲା ଭଳି ଲାଗୁଛି | ବୌଦେହୀ କଣ ସେ ବାର୍ତ୍ତାରୁ ଲିଭାଇ ଥିବ | ଏପରି କଣ ଅଛି ଯେ ସେ ଦେଖି ପାରିବନି |

ନିଧି ଯାହାକୁ ଗୋଟେ ମଜା ବୋଲି ଭାବିଥିଲା, ସେ ଧୀରେ ଧୀରେ ତା ହୃଦୟକୁ ଖଣ୍ଡ ବିଖଣ୍ଡିତ କରିବାରେ ଲାଗିଲାଣି | ଯେଉଁ ଦେବ୍ ତାକୁ ଆଗରୁ ଫିକା ଲାଗୁଥିଲେ ତାଙ୍କ ଦେହରେ ଇନ୍ଦ୍ରଧନୁ ବିଛେଇ ହେବା ଭଳି ଲାଗିଲାଣି | ଯାହାକୁ ନିଜର ପ୍ରିୟ ବାନ୍ଧବୀ ଭାବୁଥିଲା ସେ ଏବେ ପରମଶତ୍ରୁ ଭଳି ଲାଗିଲାନଣି | ଦିନ ଢଳି ଢଳି ଯାଉଛି, ମନ ମରି ମରି ଯାଉଛି ହୃଦୟ ଅଜଣା ଭୟରେ ଧରୁଛି | ନିଜ ହାତରେ ନିଜ ଖୁସିକୁ କଣ ନିଧି ମାରିଦେଲା | ତାକୁ କିଛି କରିବାକୁ ପଡିବ |

ସେଦିନ ରାତିରେ ଦେବ୍ ଶୋଇଗଲା ପରେ ତାଙ୍କ ଫୋନକୁ ଧୀରେକି ନିଧି ନେଇ ଆସିଲା | ଋତୁ ନାମରେ ସୁରକ୍ଷିତ ଥିବା ନମ୍ବର ର ବାର୍ତ୍ତାକୁ ଖୋଲି ପଢି ଵାକୁ ଲାଗିଲା, ସେ ଜାଣିଥିଲା ବୌଦେହୀ ହିଁ ତା ନାଆଁ ଋତୁପୂର୍ଣା ବୋଲି କହିଥଲା | ଅବଶ୍ୟ ପୁରୁଣା ମେସେଜ ନଥିଲା କିନ୍ତୁ ଦୁଇଦିନର ମେସେଜ ଉପସ୍ଥିତ ଥିଲା ଫୋନରେ |

ଋତୁ : ତୁମ ସହ ପାର୍କ ଯାଇ ଆଜି ବହୁତ ଖୁସି ଲାଗିଲା |

ଦେବ୍ : ଆଛା, ଏକା ତୁମକୁ କାହିଁକି ମତେ ବି ବହୁତ ଭଲ ଲାଗିଲା |

ଋତୁ : କଣ ଭାବୁଛନ୍ତି? |

ଦେବ୍ : ତୁମ କଥା ଭାବୁଥିଲି ଋତୁ |

ଋତୁ : ତୁମେ ମତେ ବୌଦେହୀ କଣ ପାଇଁ ଡାକୁନା | କେବେଠାରୁ ତ ଜାଣିଲଣି ମୁଁ ଋତୁ ନୁହେଁ ବୌଦେହୀ ବୋଲି |

ଦେବ୍ : କିନ୍ତୁ ତୁମେ ଏ ନାମରେ ମୋ ହୃଦୟରେ ବସି ସାରିଛ |

ଋତୁ : ନିଧି ଜାଣିଲେ? |

ଦେବ୍ : ସେ ଜାଣିବା ଆଗରୁ ମୁଁ ତାଙ୍କୁ ଜଣେଇ ଦେବି |

ନିଧି ର ଆଗକୁ କିଛି ପଢିବାକୁ ନା ଇଛା ଥିଲା ନା ମନ | ଅଦିନିଆ ଝଡି ବର୍ଷାରେ ତା ନୀଡ ବିଖଣ୍ଡିତ | ନିଜକୁ କୋଷିବା ଛଡା ଆଉ କିଛି ନାହିଁ | ଭାବିଲା ବୌଦେହୀ କୁ କଲ୍ କରିବ, କିନ୍ତୁ ଆପଣା ସୁନା ତ ଭେଣ୍ଡି | ବୌଦେହୀ ପର ସେ ତାକୁ ବିଶ୍ୱାସ କରିବା ତା ବିଶ୍ୱାସରେ ବିଷ ଦେବା କୌଣସି ନୂଆ କଥା ନୁହେଁ | ଇତିହାସ ପୃଷ୍ଠା ଲେଉଟାଇଲେ ଏପରି ଅନେକ ମିତ୍ର ମିଳିବେ | ଅଥଚ ଦେବ୍, ତାକୁ ଧୋକା ଦେଇଦେଲେ | ଥରେଟିଏ ବି ଭାବିଲେନି ତା କଥା | ନିଧିକୁ ଆଗରୁ ଅନୁଭବ ହେଉଥିଲା ଦେବ୍ ଙ୍କ ପ୍ରତି ବୋଧେ ହୁଏ ଭଲ ପାଇବା ନାହିଁ | କିନ୍ତୁ ଏବେ ଲାଗୁଛି ସତେ ଅବା ତା ଅତି ପ୍ରିୟ ଜିନିଷ କୁ କିଏ ଛଡାଇ ନେଇଛି | ଯାହା ବିନା ବଞ୍ଚିବା ସବୁଠାରୁ କଷ୍ଟ |

ସାରା ରାତି କାନ୍ଦି କାନ୍ଦି ସତେ ଅବା ଆଖିର ଲୁହ ଶୁଖିଯାଇଛି ଯେପରି | ଦେବ୍ ଯାହା ବି କହିଲେ କୌଣସି ପ୍ରତିଉତ୍ତର ନଥିଲା ନିଧିର | ରାଗରେ ଅଭିମାନରେ ସେ ଯେପରି ଚୁପ ହୋଇଯାଇଥିଲା | ଦେବ୍ ବାହାରି ଗଲେ ଅଫସ୍ | ଓ କହିଗଲେ ଆଜି ଜଲ୍ଦି ଆସିବେ | ନିଧି ସେପରି ଖଟରେ ପଡି ରହିଥାଏ | ଖାଇବା ପିଇବା ସବୁ ବନ୍ଦ | ଦେବ୍ କଲ୍ ପରେ କଲ୍ କରିଚାଲିଥାନ୍ତି କିନ୍ତୁ ନିଧିର ଉଠର ନଥିଲା |

କାହାର କଥାରେ ନିଧି ଉଠି ବସିଲା | ଦେବ୍ ଙ୍କ ସହ ବୌଦେହୀ ପ୍ରବେଶ କରୁଥିଲେ ଘର ଭିତରକୁ | ନିଧିର ଇଚ୍ଛା ହେଉଥିଲା ବୌଦେହୀ ଗାଲରେ ଜୋରେ ଗୋଟେ ଥାପଡ଼ ଦେବାକୁ | କିନ୍ତୁ ପାରିଲାନି, ବୌଦେହୀ ଆସି କୁଣ୍ଡେଇ ପକାଇଲା ନିଧିକୁ | ନିଧି ରାଗିବ କି ମନତଳର ଅକୁହା କଥାକୁ କହିଯିବ ଭାବୁଥିଲା | ଦେବ୍ କଣେଇ କଣେଇ ହସୁଥିଲେ | ନିଧି ଗୋଟେ ଦିନରେ ମାସ ମାସ ଧରି ବିଛଣାରେ ପଡ଼ିଥିବା ରୋଗୀ ଭଳି ଦୃଶ୍ୟମାନ ହେଉଥିଲା |

ଦେବ୍ ଆରମ୍ଭ କେଲେ " ନିଧି ଅଭିନୟ ଖାଲି କଣ ତୁମକୁ ଆସେ, ଏ ସବୁର ପ୍ରୟୋଜନ କଣ ଥିଲା | ତୁମେ ତୁମର ସମସ୍ତ କଥା ମତେ କହିପାରିଥାନ୍ତ | ସବୁ କିଛି କହି ହୁଅନି ନିଧି ଅନୁଭବ କରିବାକୁ ବି ପଡେ | ସେଦିନ ତୁମକୁ ମୁଁ କହିଥିଲି ଦେଖ ତୁମର କେହି ଚିନ୍ହା ମତେ ମେସେଜ କରୁଛିକି | ତୁମେ କିନ୍ତୁ ଥରୁଟେବି ମେସେଜ ଦେଖି ନଥିଲ | କୌଣସି ସ୍ତ୍ରୀ ତା ସ୍ୱାମୀ କୁ କିଏ,କିପରି ଓ କାହିଁକି ମେସେଜ କରୁଛି ନଦେଖି ରହିପାରିନଥାନ୍ତା | ମୋର ସେବେଠାରୁ ତୁମ ଉପରେ ସନ୍ଦେହ ହେଲା, ଏ ସବୁ ତୁମ କାମ ନୁଁହେତ | ବୌଦେହୀ ନମ୍ବର କୁ ଖୋଜି ବାହାର କଲି | ତାକୁ ପଚାରିବା ପରେ ସେ ସବୁ ସତକଥା ମତେ କହିଥିଲା | ତାପରେ ଆରମ୍ଭ ହେଲା ମୋର ଅଭିନୟ | କିଛି ଦିନ ହେବ ଜାଣିକି ତୁମ ଦୃଷ୍ଟିକେନ୍ଦ୍ରିତ ହେବା ଭଳି କାମ କରୁଥିଲି | ବୌଦେହୀର ସାହାଯ୍ୟ ବିନା ମୋ ଅଭିନୟ ଶୂନ୍ୟ ଥିଲା | ତୁମେ ରାତିରେ ଫୋନ ନେବା ମୁଁ ଜାଣିଥିଲି | ମୋର ଉଦ୍ୟସ ହିଁ ଥିଲା ତୁମେ ସେ ବାର୍ତାଳାପ କୁ ଦେଖ |

ନିଧି ହୃଦୟର ସେ ଭଗ୍ନ ଗୃହଟି ଯେପରି ଶଙ୍ଖ ମଲ ମଲ ପଥର ଖଚିତ ଦୃଶ୍ୟ ହେଉଥିଲା | ଉଜୁଡି ଯାଇଥିବା ଫୁଲ ବଗିଚାରେ ଗୋଲାପ ଯେପରି ପବନରେ ନୃତ୍ୟରତ ଥିଲା | ପତ୍ର ଝଡ଼ ଦେଇଥିବା ବୃକ୍ଷଟି ଯେପରି ଫଳ ଫୁଲରେ ଭରିଗଲା | ନିଧି କିଛି ନକହି ଦୌଡ଼ି ଗଲା ଦେବ୍ ଙ୍କ ପାଖକୁ, ଗଭୀର ଆଲିଙ୍ଗନରେ ଜଡେଇ ଧରିଲା | ତାକୁ ଲାଗୁଥିଲା ବାପା, ମା ଙ୍କ ଭଳି ରୋପ୍ୟ କି ସ୍ୱର୍ଣ୍ଣ ଜୟନ୍ତୀ ନୁହେଁ ଦେବ୍ ଙ୍କ ସହ ଜନ୍ମ ପରେ ଜନ୍ମ କାଟିବାକୁ | ବୌଦେହୀ ଘରୁ ବାହାରି ଯାଉ ଯାଉ କହୁଥିଲା," ମୁଁ ଆଉ କେବେ ଆସିବି | ଦୁଇ ପ୍ରେମ ପକ୍ଷୀ ସାଙ୍ଗରେ ସମୟ ବିତାଅ |

ନିଧି ଧୀର ଗଳାରେ 'ସରି ' କହୁଥିଲା ଦେବ୍ ଙ୍କ କାନ ପାଖରେ | ଦେବ୍ ଟିକେ ହସି ଦେଇ ନିଧିର ମୁଣ୍ଡ ଆଉଁଷି ଆଣିଲେ ଓ ଶ୍ରଦ୍ଧାରେ କହେଲେ " ମୋ ପାଗେଲିଟା " |


Rate this content
Log in

More oriya story from Sucharita Sena

Similar oriya story from Drama