ବଂଧୁତାର ପରିଭାଷା
ବଂଧୁତାର ପରିଭାଷା
ମନର ଆବେଗ, ମନର ଭାବ, ମନର ଅକୁହା କଥା କେବଳ ଜଣେ ବଂଧୁ ଅଥବା ବାନ୍ଧବୀ ଆଗରେ କହି ହୁଏ | ଜୀବନରେ ଯଦି ଜଣେ ଭଲ ବଂଧୁ ନଥିବ ତାହେଲେ ଭାବନ୍ତୁତ ଜୀବନ କଣ ଶାନ୍ତିରେ ବିତେଇ ହେବ ? | ବୟସ ବଢିବା ସହିତ ବଂଧୁ ମାନେ ବଢ଼ନ୍ତି | କିଛି ଲୋକ କୁହନ୍ତି " ସେ ଭଲ ପିଲାନୁହେଁ କାହିଁ ତା ସହ ସାଙ୍ଗ ହେଉଛୁ, କଣ ଖରାପ କଥା ଶିଖିବାକୁ " |
ମୁଁ ବୁଝି ପାରେନି ଭଲ ବଂଧୁ ଓ ଖରାପ ବନ୍ଧୁର ସଂଜ୍ଞା କଣ | ମୁଁ ଆଜି ମୋ ଜୀବନର କିଛି କଥା କହିବାକୁ ଚାହୁଁଛି |
ମୁଁ ବିପ୍ର | ବାପା ମା ଙ୍କର ଗୋଟେ ବୋଲି ପୁଅ | ସେଥିପାଇଁ ବୋଧେ ଛୋଟ ବେଳୁ ମୋ ଉପରେ ବେଶୀ ନଜର ଥିଲା ମୋ ପରିବାର ଲୋକମାନଙ୍କର | ଏଟା କରନି ସେଟା କରନି ରେ ମୋ ଜୀବନ ଅଧା ସମୟ ଚାଲିଗଲା | ବାପା ଜଣେ ଶିକ୍ଷକ ହୋଇ ଥିବାରୁ ଶୃଙ୍ଖଳିତ ଜୀବନ ଯାପନ କରିବାକୁ ଚାପ ପଡେ | ମୁଁ ଯେତେବେଳେ ଏ ଦୁନିଆଁକୁ ଜାଣିଲି ଓ ଏକା ରହିବାକୁ ଲାଗିଲି ମତେ ଅନୁଭବ ହେଲା ମୋ ଆଖି ସାମ୍ନାରେ ଆଉ ଗୋଟେ ଦୁନିଆଁକୁ ଲୁଚାଇ ରଖା ଯାଇଛି | ମୋର ଇଛା ହେଲା ସେ ଦୁନିଆରେ ପାଦ ଥାପିବାକୁ | ଯାହାକୁ ଯୁବ ସମାଜ ରଂଗୀନି ଦୁନିଆ କୁହେ | କିନ୍ତୁ ଅନ୍ୟ ମାନଙ୍କ ପାଇଁ ଅସାମାଜିକ ଜୀବନଚାର୍ଯ୍ୟ | ରଂଗୀନି ଦୁନିଆରେ ପାଦ ଥାପିବା ପରେ ମୋର ଅନେକ ବଂଧୁ ବନିଥିଲେ | ଯିଏ ନିଜ ଟଙ୍କାରେ ମତେ ବିଭିନ୍ନ ନିଶା ଖାଇବା ଶିଖାଇଥିଲେ | ମୁଁ ଭାବୁଥିଲି ଏପରି ସାଙ୍ଗ ବୋଧେ ଆଉ କାହାର ଥିବେ କି ନାହିଁ | ଠିକ୍ ଓଲଟା ପଟରେ ମୋ କଲେଜ ସାଙ୍ଗ ଥିଲା ବିବେକ | ନିହାତି ଗରବ ଘର ପିଲା | ଲାଗେ ଗରିବ ଭିତରେ ରହି ରହି ମନଟା ସେମିତି ହୋଇ ଯାଇଛି | ନା ବାହାର ଚାକଚକ୍ୟ ଜୀବନ ପ୍ରତି ଲାଳସା ଅଛି, ନା ତାକୁ ନେଇ ବଂଚିବାର ଇଚ୍ଛା | ବେଶ ସାଧାସିଧା ପିଲା | ବିବେକ ସହିତ ମୋର ବଂଧୁତା କଲେଜ ପଢ଼ିବାର ପ୍ରାରମ୍ଭରୁ | ପ୍ରଥମେ ସେହିଁ ମୋ ଏକ ମାତ୍ର ବଂଧୁ ଥିଲା | ଧୀରେ ଧୀରେ ମୁଁ ଅନ୍ୟ ମାନଙ୍କ ସହ ବନ୍ଧୁତା ବଢ଼ାଇ ଚାଲିଲି | ବିବେକ ମୋ ବହୁତ ପଛରେ ରହିଗଲା | ସେ ଆଗରୁ ଯେପରି ଥିଲା ଏବେବି ଠିକି ସେମିତି କିନ୍ତୁ ମୁଁ ବଦଳି ଗଲି | ମୋ ମନରେ ତା ପ୍ରତି ଥିବା ଭାବନା ପରିବର୍ତ୍ତନ ହୋଇଗଲା | ମୋର ନୂଆ ସାଙ୍ଗ ମାନଙ୍କ ସହ ସମୟ କାଟିବାରେ ଯାଉଥିଲା |
ସେଦିନ ବିବେକ ମୋ ରୁମ୍ କୁ ଆସିଥିଲା | ମୁଁ ଅଚେତ ଅବସ୍ଥାରେ ପଡି ଥାଏ | ବିଗତ ରାତ୍ରରେ ପାର୍ଟି କରି ଏପରି ଅବସ୍ଥା ମୋର | ସମୟ ଦିନ ବାରଟା ହେଲାଣି | ବିବେକ ମତେ ଉଠାଇ ଭଲକି ଗାଧେଇ ଦେଇଥିଲା | ମୋ ଘର ଚଟଣରେ ଗଡୁଥିବା ସେ ମଦ ବୋଟଲ ଗୁଡିକୁ ନେଇ ବାହାରେ ଫୋପାଡ଼ି ଥିଲା | ମୁଁ ସବୁ ଦେଖୁଥାଏ | ତାକୁ ଆସିବାର କାରଣ ପଚାରିଲି | ବେଶ ଗୋଟେ କାମ କରିବା ଭଳି ଉତ୍ତର ଦେଲା " ତତେ ଦେଖିବାକୁ ଆସିଥିଲି, ଦୁଇ ଦିନ ହେଲା କଲେଜ ଯାଇନୁ | ପଢା ପଢି କଥା ଛାଡେ ତୋ ନିଜକୁ ଥରେ ଦେଖିଲୁଣି | କଣ ମିଳୁଛି ତତେ | ମଉସା ଫୋନ କରିଥିଲେ ସଂନ୍ଧ୍ୟାରେ ଆସି ପହଁଚିବେ | ଭାବିଥିଲି ଆସି ଦେଖନ୍ତୁ, ନିଜ ପୁଅ କିପରି ପାଠ ପଢୁଛି | କିନ୍ତୁ ଭଲ ଲାଗିଲାନି ସେ ଜଣେ ଶିକ୍ଷକ | ଅନ୍ୟ ପିଲା ମାନଙ୍କୁ ଙ୍କୁ ମଣିଷ କଲେ, କିନ୍ତୁ ନିଜ ପିଲାକୁ ଏପରି ଅମଣିଷ ହେବା ଦେଖି ନିଜକୁ କ୍ଷମା କରି ପାରିବେ | କେବଳ ତାଙ୍କରି ପାଇଁ ମୁଁ ବ୍ୟସ୍ତ | " |
ମୋ ଧର୍ଯ୍ୟର ବନ୍ଧ ଭାଙ୍ଗି ସାରିଥିଲା | ବିବେକ ମତେ ଅଵିଵେକୀ ଭଳି ଲାଗୁଥିଲା | ସାଙ୍ଗ ହେଲା ବୋଲି ମୋ ଜୀବନ ଉପରେ, ମୋ ବାପା ଙ୍କ କଥା କହିବ | ମୁଁ ଚିତ୍କାର କରି ଉଠିଲି | ମୋ ବାପାଙ୍କୁ ତୁ ଫୋନ କରି ଡାକିଛୁ | ତୋ ପାଖରେ ପଇସା ନାହିଁ ବୋଲି ମତେ ହିଂସା କରୁଛୁ | ମୋ ଜୀବନ ମୁଁ ଯେପରି ଚାହିଁବି ବଞ୍ଚିବି | ତୁକିଏ ମତେ କହିବାକୁ | ସେଦିନ ମୋ ପାଟିକୁ ଯାହା ଆସିଥିଲା ମୁଁ କହିଥିଲି ବିବେକ କୁ ଏପରିକି ଧକା ଦେଇ ରୁମ୍ ର ବାହାରେ ଛାଡି ଦେଇଥିଲି | ବିବେକ ଆଖିରେ ସେଦିନ ମୁଁ ଲୁହ ଜକେଇ ଆସିବା ଦେଖିଥିଲି |ମୋ ମନ କିନ୍ତୁ ତରଳି ନଥିଲା | କାରଣ ମୋ ଆଖିରେ କଳା ରଙ୍ଗର ପଟି ନିଜେ ବାନ୍ଧି ଦେଇଥିଲି |
ବାପା ସଂନ୍ଧ୍ୟାରେ ଆସି ପହଂଚି ଥିଲେ | ଲାଗିଲା ବାପା ଯେପରି ମୋ ବିଷୟରେ ସବୁ କିଛି ଜାଣି ସାରିଥିଲେ | ବହୁତ ଗୁମସୁମ ଭାବରେ ଗୋଟେ ଚୌକି ଉପରେ ବସି ରହିଥିଲେ | ବାପାଙ୍କ ଅବସ୍ଥା ଦେଖିବା ପରେ ବିବେକ ଉପରେ ଆହୁରି ଜୋରେ ରାଗ ଆସିଥିଲା | ଭାବୁଥିଲି ସବୁ ତାରି ଦୋଷ | ସେହିଁ ବାପାଙ୍କୁ ସବୁ କହିଥିବ | ବାପାଙ୍କ ଅବସ୍ଥା ପାଇଁ ସେହିଁ ଦୋଷୀ | କିନ୍ତୁ ଥରେ ମାତ୍ର ମୁଁ ନିଜକୁ ଦେଖିବାକୁ ଚାହିଁ ନଥିଲି | କାରଣ ଭାବୁଥିଲି ମୁଁ ଯାହା କରୁଛି କିଛି ଭୁଲୁ ନାହିଁ | ବାପା ନୀରବରେ ବସି ବସି ଅଖିଆ ଅପିଆ ତା ପରଦିନ ଚାଲିଗଲେ | ଗଲାବଳେ ଏତିକି କହିଗଲେ " ତୋ ଭବିଷ୍ୟତ ତୋ ନିଜ ହାତରେ, ତାକୁ ନଷ୍ଟ କରିଦେନି | ଯେଉଁ ଲୋକର କଥା ଖରାପ ଲାଗେ ସେହିଁ ତୁମର ପ୍ରକୃତ ଶୁଭାକାଂକ୍ଷୀ | ଆଖିରେ ପଡ଼ିଥିବା ପାରଦକୁ ଖୋଲ, ଚିନ୍ହି ଵାକୁ ଚେଷ୍ଟା କର କେଉଁଟା ଠିକ୍ କେଉଁଟା ଭୁଲୁ " |
ବାପା ଚାଲିଗଲେ କିନ୍ତୁ ବାପାଙ୍କ କଥା ଗୁଡା ମୋର ଏ କାନରେ ପଶି ସେ କାନରେ ବାହାରି ଗଲା | ମୋ ସ୍ଵଭାବରେ ନା କିଛି ପରିବର୍ତ୍ତନ ଥିଲା, ନା ମୋ ଭିତରେ କିଛି ଫରକ ଜଣା ପଡୁଥିଲା | ରଂଗୀନି ଦୁନିଆଁର ଚାକଚକ୍ୟ ମତେ ମତୁଆଲା କରୁଥିଲା | ଜୀବନକୁ ଉପଭୋଗ କରିବାର ମଜା କିଛି ନିଆରା ଥିଲା |
ମୋ ପାଖରୁ ଯିବା ପରେ ବାପା ହୃଦଘାତର ଶିକାର ହେଲେ | ଖୁବ୍ କମ ଦିନ ମଧ୍ୟରେ ଆମକୁ ଛାଡି ଆରପାରିକୁ ସବୁଦିନ ପାଇଁ ଚାଲିଗଲେ | ବାପାଙ୍କ ଦଶ କର୍ମରେ ମୁଁ ବିବେକ କୁ ଦେଖିଥିଲି | ମା ' ଭଉଣୀ ସମସ୍ତେ ତାଙ୍କୁ ଭଲ ପାଉଥିଲେ | ମତେ କିନ୍ତୁ ଲାଗୁଥିଲା ମୋ ବାପାଙ୍କ ମୃତୁ ପାଇଁ ବିବେକ ହିଁ ଦାୟୀ | ତାକୁ ଦେଖି ପଦେଟି କଥା ମୋ ପାଟିରୁ ବାହାରି ନଥିଲା | ସେ କିନ୍ତୁ ଯେତିକି ଆବଶ୍ୟକ ମତେ କହୁଥିଲା | ମୁଁ ମନେ ମନେ ଭାବିଥିଲି କି ପିଲାଟି କେଜାଣି ଟିକେ ଖରାପ ଲାଗୁନି, ଯେଉଁ ସାଙ୍ଗ କଥା କହୁନି ତା ଘରେ ଆସି ଏସବୁ କରିବାର ଅର୍ଥ କଣ? | ନିଜକୁ ମହାନ ଭାବୁଛି |
ଏପରି ଭାବନା ବିବେକ ପାଇଁ ମୋ ମନରେ ସବୁବେଳେ ଆସୁଥିଲା | ଖୁବ୍ ଦୂରତା ତା ମୋ ଭିତରେ ପାରିଲିକ୍ଷିତ ହେଉଥିଲା | ମୁଁ କେବେ ଭାବି ନଥିଲି ଜୀବନରେ ତା ସହ ଆଉ ବନ୍ଧୁତା ରହିବ |
କିନ୍ତୁ ସମୟ ବଦଳେ ତା ସହ ବଦଳେ ସମ୍ପର୍କ | ସମୟ ହିଁ ଅବଗତ କରାଏ କିଏ ତୁମ ନିଜର, କିଏ ନୁହେଁ | ଏପରି ଏକ ଯାଗାରେ ଠିଆ କରିଦେବ ଯେଉଁଠି ତୁମେ ନା ପଛକୁ ଫେରି ପାରିବ ନା ଆଗକୁ ଯାଇ ପରିବ | ଏହି ସମୟରେ ଅନେକ ଲୋକ ନୁହନ୍ତି ଜଣେ ହିଁ କିଏ ତୁମ ସହିତ ଠିଆ ହେଵ | ଆଉ ଯିଏ ତୁମ ପାଖରେ ଥିବ ସେହିଁ ତୁମର ସଚ୍ଚା ବନ୍ଧୁ |
ମୋର ଏତିକି ବୁଝିବାରେ ଅନେକ ବିଳମ୍ବ ହୋଇଥିଲା |
ସେଦିନ ମୋ ପାଖକୁ ଅଜଣା ନମ୍ବର ରୁ ଗୋଟେ ଭିଡ଼ିଓ ଆସିଲା | ମୁଁ ଭିଡ଼ିଓ ଟିକୁ ଦେଖି ନିଶ୍ଚଳ ହୋଇଗଲି | ମୁଁ କୌଣସି ଏକ ଝିଅ ସହ ଭିଡ଼ିଓ ରେ ଥିଲି | ଭିଡ଼ିଓ ଟି ଏପରି ତିଆରି ହୋଇଛି ଦେଖିବା ଲୋକ ଭାବିବେ ମୁଁ ସେ ଝିଅସହ ଜବରଦସ୍ତି କରୁଛି | ଭିଡ଼ିଓ କୁ ଦେଖିବା ପରେ ମୋ ତଣ୍ଟି ଶୁଖିଗଲା | ମୁଣ୍ଡ କାମ କରିବା ବନ୍ଦ ହୋଇଗଲା | କିନ୍ତୁ ଏହା କିପରି ସମ୍ଭବ | ମୁଁ କେବେ ବି ଏପରି କରିବାକୁ ଭାବିବି ପାରିବିନି | ଖୁବ୍ ଭଲ ଭାବରେ ସେ ଭିଡ଼ିଓ କୁ ଦେଖି ଚାଲିଥାଏ | କେଉଁଟି? ଏ ଝିଅ କିଏ ଆଗରୁ କେବେ ଦେଖିନି, ମୁଁ ତ ଏ ପିଲା? ହେଲେ କେବେ? ଏପରି ଅନେକ ପ୍ରଶ୍ନ ମୋ ଭିତରେ ଉଙ୍କି ମାରୁଥାଏ | ନିଜକୁ ଭଲ କି ଦେଖିଲି, ନା ମୁଁ ହୋସରେ ତ ନାହିଁ,ନିଶାରେ ଥିବା ବେଳେ ଏ ଭିଡ଼ିଓ ବନାଯାଇଛି |କିଛି ସମୟ ପରେ ଆଉ ଗୋଟେ ମେସେଜ ଆସିଲା
" ଭିଡିଓ କୁ ଦେଖୁଲୁ | ଏବେ କହ ପୋଲିସଷ୍ଟେସନ ଯିବୁ ନା ଦୁଇ ଲକ୍ଷ୍ୟ ଟଙ୍କା ଦେବୁ " |
ମୋ ଭିତରେ ଗୋଟେ ଭୟର ବତାବାରଣ ଖେଳିଗଲା | କଣ ସବୁ ଘଟୁଛି| ଲୋକ ଲଜ୍ୟା ରେ ମୋ ଘର ଲୋକ ବଂଚିବେ କିପରି | ବାପା ଙ୍କ ପରି ବୋଉର କିଛି ହେଇ ଯିବନିତ? | ମୁଁ ଡ଼ରିକି ଟଙ୍କା ଦେବାକୁ ରାଜି ହୋଇଗଲି | ବାପା ଚାଲିଯିବା ପରେ ବୋଉ ମୋ ପଢା ଖର୍ଚ୍ଚ ଉଠାଉ ଥିଲା | ବୋଉ କୁ କହିଲି ମୋର ପଢ଼ାପାଇଁ ଦୁଇ ଲକ୍ଷ୍ୟ ଟଙ୍କା ଦରକାର | ଗୋଟେ ନୂଆ କୋର୍ସ କରିବି | ବୋଉ ଥରଟେ ବି ପ୍ରତିବାଦ କଲାନି କି ପଚାରିଲାନି | ମୋ ଭିତରେ ସେଦିନ ଅନେକ ପରିବର୍ତ୍ତନ ଆସିଲା | ବାପା ଙ୍କ ଶେଷ କଥା ମୋର ବାର ବାର ମନେ ପଡି ଯାଉଥାଏ | ମନେ ମନେ ଭାବିଲି ଏ ଟଙ୍କା ଦେଇ ଦେବା ପରେ ମୁଁ ନିଜକୁ ଏ ସବୁ ଥିରୁ ମୁକ୍ତ କରିଦେବି | ଫେରିଯିବି ମୋ ପୂର୍ବ ଜୀବନକୁ | ଯେଉଁଠାରେ କେବଳ ଅନ୍ୟ ପାଇଁ ବଞ୍ଚିବା ଅଛି, ଆଉ ସେ ବଞ୍ଚିବାରେ ଅଶେଷ ଶାନ୍ତି |
କିନ୍ତୁ ମୋ ଭାବନା ଭାବନାରେ ରହିଗଲା | ଦୁଇ ଲକ୍ଷ୍ୟ ଟଙ୍କା ଦେବା ପରେ ସବୁ ସୁଧୁରିଵା ପ୍ରତିବଦଳରେ ବିଗିଡି ଚାଲିଲା | ଏ ଥିଲା ମୋ ପାଇଁ ଚୋରାବାଲି | ଥରେ ପାଦ ପଡିବା ପରେ କେହି ମୁକୁଳିକି ଆସେନି | ସେ ବାଲି ଧସେଇ ନେଇ ଯାଏ ଭିତରକୁ ଭିତରକୁ | ମୁଁ ଏବେ ସେ ଚୋରାବାଲିରେ ସଲିଲ ସମାଧି ନେବା ଭଳି ଅନୁଭବ କରୁଥାଏ | ଦୁଇ ଲକ୍ଷ୍ୟ ଟଙ୍କା ପରେ, ସେମାନଙ୍କ ମାଗିବା ବଢି ଚାଲିଲା | ମୁଁ ଟଙ୍କା ଦେଇ ଚାଲିଥାଏ | ସେଦିନ ରାତିରେ ନିଷ୍ପତି ନେଲି | ଏପରି ମୋ ଘର ଲୋକଙ୍କୁ ମାରିବା ଆପେକ୍ଷ୍ୟା ନିଜେ ମରିଯିଵା ଶ୍ରେୟସ୍କର | ଘରେ ବଢିଲା ଭଉଣୀର ଭବିଷ୍ୟତ କୁ ବି ଖରାପ କରି ସାରିଲିଣି | ବୋଉ କେଉଁଠୁ ଏତେ ଟଙ୍କା ଆଣି ଦେବ | ନା ନିଜକୁ ସମାପ୍ତ କରିଦେଲେ ସବୁ କିଛି ଶେଷ ହୋଇଯିବ |
ନିଜ ପୁରୁଣା କପଡ଼ାକୁ ବାନ୍ଧି ପଙ୍ଖାର ପକାଇଲି | ବୋଉ ପାଖକୁ ଖଣ୍ଡେ ଚଠି ଲେଖିଲି ଯେଉଁଥିରେ ସବୁ କଥା ଉଲ୍ଲେଖ କଲି | ଦୀର୍ଘ ନିଃଶ୍ବସ ନେବା ପରେ ବେକରେ ସେ ଫାସିକୁ ଗଳେଇଲି | କିନ୍ତୁ କେଉଁଠୁ ଥିଲା ସେ ବିବେକ କବାଟ ଭାଙ୍ଗି ପଶି ଆସିଲା | ମତେ ତଳକୁ ଆଣି ମୋ ଗାଲରେ ଶକ୍ତ ଚାପୁଡ଼ା ଟେ ପକାଇଲା | କୁଣ୍ଢେଇ ଧରିଲା ମତେ | ଆଜି ବି ତା ଆଖି ଲୁହ କୁ ମୁଁ ସ୍ପଷ୍ଟ ଦେଖି ପାରୁ ଥାଏ | ସେ ପାଗଳ ଭଳି ହେଉଥାଏ | ତା ବନ୍ଧୁତାକୁ ମୁଁ ଅନୁଭବ କରୁଥିଲି | ମୋ ଛାତି କୋରି ହୋଇ ଯାଉଥିଲା | ମୁଁ ତାକୁ ଧରି ଗୋଟେ ଛୋଟ ପିଲା ପରି କାନ୍ଦିଥିଲି | ସେ କୋଳେଇ ନେଇ ଯାଇଥିଲା ଠିକି ଯେପରି ଜଣେ ବାପା ଅଥବା ବଡ ଭାଇ ପରି | ତା ଭିତରେ ବାପା, ଭାଇ, ବଂଧୁ ସମସ୍ତଙ୍କୁ ଦେଖି ପାରୁଥିଲି | ସେ ଜାଣିବାକୁ ଚାହୁଁଥିଲା କଣ ପାଇଁ ମୁଁ ଏସବୁ କରୁଛି | ମୁଁ ତାକୁ ସେ ଭିଡ଼ିଓ ଦେଖାଇଲି | ସେ ସବୁ ବୁଝି ପାରିଲା | ଆଶ୍ବସନା ଦେଲା ସବୁ ଠିକ୍ ହୋଇଯିବ | ବିବେକ କିଛି ଦିନ ହେବ ମୋ ଉପରେ ନଜର ରଖୁଥିଲା | ଆମ ଘରୁ ତା ପାଖକୁ ଫୋନ ଆସୁଥିଲା | ସେ ଜାଣିଥିଲା ମୁଁ ନିଶ୍ଚିତ ଭାବରେ ଗୋଟେ ବଡ ସମସ୍ୟାରେ ପଡିଛି | ମୋ ଉପରେ ରୀତିମତ ଦୁଷ୍ଟି ରଖିଥିବା ବଂଧୁ କିମିତି ଜାଣି ପାରିବନି ମୁଁ ମରିବାକୁ ଯାଉଛି |
ସେଦିନ ବୁଝିଥିଲି ସଚ୍ଚା ବଂଧୁ କାହାକୁ କୁହନ୍ତି | ବିବେକ ପରି ବଂଧୁ ଯେ ଭାଗ୍ୟରେ ଥିଲେ ମିଳେ ସେ କଥା ବୁଝିବାକୁ ଅନେକ ବିଳମ୍ବ କରିଦେଲି |
ଆମେ ଦୁହେଁ ପୋଲିସ ଷ୍ଟେସନ ଯାଇ ସେ ଭିଡ଼ିଓ ଦେଖେଇବା ପରେ କେସ୍ ଫାଇଲି ହୋଇଗଲା | ଭିଡ଼ିଓ ର ସତ୍ୟାସତ ବି ଜଣା ପଡିଲା, ମୁଁ ନିଶାରେ ଥିବା ବେଳେ ଏ ଭିଡ଼ିଓ କୁ ତିଆରି କରା ଯାଇଛି | ଓ ଏହାକୁ ଏଡିଟିଂ କରି ଝିଅ ସହିତ ଯୋଡ଼ା ଯାଇଛି | ଏ କେସ୍ ସହ ଯୋଡ଼ା ଅନେକ ପିଲାଙ୍କୁ ପୋଲିସ ଆରେଷ୍ଟ କଲା | ମୁଁ ଯାହାଙ୍କୁ ବଂଧୁ ଭାବୁଥିଲି ସେ ଭିଡ଼ିଓ ତିଆରି କରିବାରେ ଅନେକଙ୍କ ହାତ ଥିଲା | ମୁଁ ବିବେକ ଆଖି ସହିତ ଆଖି ମିଶାଇ ପାରୁ ନାଥାଏ | ସମ୍ପୂର୍ଣ୍ଣ ଭାବରେ ମୁଁ ବଦଳି ଗଲି | ବଂଧୁ ର ପରିଭାଷା ମୋ ପାଇଁ ବଦଳି ଯାଇଥିଲା | ମୁଁ ନିଜକୁ ମହାନ ଭାବୁଥିଲି ବିବେକ ମୋ ବଂଧୁ ବୋଲି |