Madhabi Patel

Crime Fantasy

3.8  

Madhabi Patel

Crime Fantasy

ଷଡ଼ଯନ୍ତ୍ର

ଷଡ଼ଯନ୍ତ୍ର

5 mins
517



ସରୋଜ ଅନେକ ଦିନରୁ ରୋଗାକ୍ରାନ୍ତ ହୋଇ ହସପିଟାଲ ରେ ପଡିଛି। ତାର କିଡିନି ଟିଏ ଖରାପ ହେଇ ଯାଇଛି ବୋଲି ଡାକ୍ତର କହିଛନ୍ତି। ତା ଦେହକୁ ମେଚ୍ କରିବା ପରି କିଡନି ଖୋଜା ଚାଲିଛି ହେଲେ ମିଳୁନି। ସରୋଜ ପରିବାର ବଡ ଧନୀ। ଟଙ୍କା ଥିଲେ କଣ ହେବ ବେଳେବେଳେ ମଣିଷ ସବୁ ଥାଇ ବି କିଛି କରିପାରେନା। ବିବଶ ହୋଇଯାଏ ଭାଗ୍ୟ ପାଖରେ।

ତାର ଦ୍ବିତୀୟ ସ୍ତ୍ରୀ ରେଖାର ତା ପ୍ରତି ଜମା ଧ୍ୟାନ ନାହିଁ। ସେ ତାର ସଉକ ପୂରା କରିବାରେ ଲାଗିଛି। ଭଲ ଶାଢୀ ସୁନାଗହଣା ପିନ୍ଧି ସାଙ୍ଗଙ୍କ ଗହଣରେ ପାର୍ଟି କରି ନିିଜକୁ ବଡ ଦେଖାଇହେବା ତାର ପ୍ରକୃତି। ବେଳେବେଳେ ସରୋଜ ଭାବେ ରେଖା ତାକୁ ନୁହେଁ ତା ସମ୍ପତିକୁ ବିବାହ କରିଛି। ମାଆ ତାପାଇଁ କେତେ ଛଟପଟ ହେଉଛନ୍ତି।ହେଲେ ରେଖା ର କିଛି କର୍ତ୍ତବ୍ୟ ନାହିଁ ତା'ପ୍ରତି। ସେ ବୋଧହୁଏ ଚାହୁଁଛି ଶୀଘ୍ର ସେ ମରିଗଲେ ନିଜେ ସବୁ ସମ୍ପତିର ମାଲିକାଣୀ ହେବ।


ହସପିିଟାଲ ରେ ଜଣେ ଓ୍ବାଡବଏ ସୁମିତ୍ର କାମ କରେ।ଦେଖିବାକୁ ଅବିକଳ ସରୋଜପରି। କେବଳ ସେ ବୟସରେ ତାର ଅଧାହେବ। କୋଡିଏ ବର୍ଷର ଯୁବକ ଟିଏ। ଅଭାବ ହେତୁ ସେ ଏଇ ଚାକିରି କରୁଛି ଓ ପ୍ରାଇଭେଟରେ ପାଠ ବି ପଢୁଛି। ସେ ଦିନେ ସରୋଜଙ୍କ ସହ ଅଚାନକ ଭେଟ ହେଇଗଲା। ଦୁଇଜଣ ଦୁଇଜଣକୁ ଦେଖି କେମିତି ଆତ୍ମୀୟ ଭାବଟେ ଜନ୍ମ ହେଲା ଉଭୟଙ୍କ ହୃଦୟ ଭିତରେ। କଥାବାର୍ତ୍ତା ହେଉହେଉ ସୁମିତ୍ର ଜାଣିଲା ସରୋଜ କୁ କିଡିନି ଦରକାର। ନିଜ ପଢା ଓ ମାଆଙ୍କ ଚିକିତ୍ସା ପାଇଁ ତାକୁ ଟଙ୍କା ଆବଶ୍ୟକ ଥିଲା।

ତା ମାଆ ନିଳିମା ବି ଅନ୍ୟଘରେ ଥଣ୍ଡା ଓ ଗୁଣ୍ଡରେ କାମକରିକରି ଆସ୍ତାମା ରୋଗରେ ଧଇଁସଇଁ ହେଉଥିଲେ।ପୁଅ ହୋଇ କିଛି କରିପାରୁନଥିଲା। ପାଠ ପଢିଲେ ବଡ ଚାକିରି କରିବ ଭାବୁଥିଲା ମନରେ। ହେଲେ ପଢାପାଇଁ ଟଙ୍କା ଆସିବ କୁଆଡୁ? ମାଆ ଅନ୍ୟଘରେ କାମକରି ଯାହା ଆଣେ ସେଥିରେ ଘରର ଖାଦ୍ୟ ସାମଗ୍ରୀତକ ଯୋଗାଡ ହୋଇପାରେ।


ସୁମିତ୍ର କିନ୍ତୁ ପାଠରେ ଭଲ କରୁଥିଲା। ପ୍ରାଇଭେଟ ପରିକ୍ଷା ଦେଇବି ପ୍ରଥମ ଶ୍ରେଣୀ ପାଉଥିଲା। ପଢା ଖର୍ଚ୍ଚ ବାହାର କରିବାକୁ ସେ ହସପିଟାଲରେ ପାର୍ଟଟାଇମ୍ କାମ କରୁଥିଲା। ସେଠିକା ଡାକ୍ତର ବିକାଶ ଘରେ ତା ମାଆ କାମକରୁଥିଲା। ପୁଅର ଅସୁବିଧା କଥା ସେ ତାଙ୍କୁ କହିଥିଲା। ସେ ଜଣେ ଦରଦୀ ମଣିଷ ଥିଲେ ବୋଲି ନିଜ ପ୍ରଚେଷ୍ଟାରେ ସୁମିତ୍ରକୁ କାମଟେ ଯୋଗାଡ କରିଦେଲେ।

ସୁମିତ୍ର ନିଜ କିଡିନିଟେ ସରୋଜଙ୍କୁ ଦେବ ବୋଲି ଆଶ୍ବାସନା ଦେଲା। ତାର ରକ୍ତ ପରୀକ୍ଷା ହେଲା।ଯାହା ସରୋଜ ସହ ମେଚ୍ କରିଗଲା। ତାପରେ ଦିନ ନିର୍ଦ୍ଧାରଣ କଲେ ଜାନୁୟାରୀ ସାତରେ ଅପରେସନ ହେବ ବୋଲି। ସରୋଜ ର ପରିବାର କିଡିନି ବିନିମୟରେ ଏକକୋଟି ଟଙ୍କା ଦେବାକୁ ରାଜିଥିଲେ ତାର ଜୀବନ ବଞ୍ଚାଉ ଥିବାରୁ।

ସୁମିତ୍ର ଏକଥା ମାଆ ପାଖେ ଗୋପନ ରଖିଥିଲା। ନିର୍ଦ୍ଧାରିତ ସମୟ ପହଞ୍ଚିଥିଲା। ଦୁଇଜଣ ଯାକ ରୋଗୀ ଓ ଅଙ୍ଗଦାନୀ ଓଟି ଭିତରକୁ ପଶି ସାରିଥିଲେ। ସରୋଜର ବାପା ମାଆ ଭଉଣୀ ରେଖା ସଭିଏଁ ବାହାରେ ବସି ଭଗବାନଙ୍କୁ ପ୍ରାର୍ଥନା କରୁଥାନ୍ତି କାମ ସଫଳ ହେଉ ବୋଲି।

ଠିକ୍ ସେତେବେେ ଜଣେ ଚାକରାଣୀ ପରି ଅର୍ଦ୍ଧବୟସ୍କା ନାରୀ ସେଠି ଦ୍ରୁତଗତିରେ ଧଇଁସଇଁ ହୋଇ ପହଞ୍ଚିଲା। ତାର ଶ୍ବାସ ଫୁଲି ଯାଇଥିଲା। ଫଟା ପୁରୁଣା ଶାଢୀ ପରିହୀତା ସେ ମହିଳା ଜଣକ ଓଟି ବାହାରେ କବାଟ ବାଡେଇ ପାଟି କରୁଥିଲା ବନ୍ଦ କର ଏ ଅପରେସନ। ମୁଁ ମୋର ଏକମାତ୍ର ଧନକୁ ବଳୀ ପକାଇ ପାରିବିନି।

ସେ ମୋର ସବୁକିଛି। ସେ ଭଲରେ ବଞ୍ଚିରହିଲେ ମୋର ଜୀବନ ସାର୍ଥକ ହେବ। ତାର ଜୀବନ ବଦଳରେ ମୁଁ ମୋର ଚିକିତ୍ସା କରିବାକୁ ଚାହୁଁନି। ଶୀଘ୍ର ବନ୍ଦ କର ଏ ଅସ୍ତ୍ରୋପଚାର। ସରୋଜର ପରିବାର ସଦସ୍ୟ ଏତେବେଳକୁ ବୁଝି ସାରିଥିଲେ ସେ ନାରୀ ଜଣକ ସୁମିତ୍ରର ମାଆ ବୋଲି। କୌଣସି ମାଆ ନିଜ ସନ୍ତାନର ଜୀବନକୁ ଏମିତି ବିପଦରେ ପକାଇବାକୁ ଅନୁମତି ଦେବନି।

ଏମିତି କବାଟ ବାଡିଆ ପିଟାରେ ଘଣ୍ଟାଟିଏ କଟିଗଲା।କବାଟ ଭିତରେ ବାରଣ୍ଡା ଟିଏ। ତାପରେ ଓଟି ରୁମ୍ ଥିଲା।ସେ ନାରୀର ଆର୍ତ୍ତ ଚିତ୍କାର ଡାକ୍ତର ଶୁଣି ପାରି ନ ଥିଲେ।


ଅପରେସନ ସରିବା ପରେ ଲାଲବତୀ ଲିଭି ଯାଇଥିଲା।ଡାକ୍ତର କବାଟ ଖୋଲି ବାହାରି ଆସିଲେ। ମୁଖା ଖୋଲି ହସହସ ବଦନରେ କହିଲେ ଅପରେସନ ସଫଳ ହୋଇଛି।

ସରୋଜର ପରିବାର ଖୁସିରେ ଉତ୍ତେଜିତ ହୋଇ ପରସ୍ପରକୁ କୁଣ୍ଡେଇ ପକେଇଲେ। ହେଲେ ସେ ଗରିବ ମହିଳାଟି ନିସ୍ବ ହୋଇ ଯାଇଥିଲା ଯେମିତି। ସେ ଗଛକଟିଲା ପରି ତଳେ ଢଳି ପଡିଲା। ଅନ୍ୟମାନେ ତାକୁ ଉଠାଇ ଅନ୍ୟଜଣେ ଡାକ୍ତରଙ୍କ କୋଠରୀକୁ ନେଲେ। ସେଠି ଡାକ୍ତର ବିକାଶ ବସି ରୋଗୀ ଦେଖୁଥିଲେ। ସେ ନିଳିମାକୁ ଦେଖି ଚିହ୍ନିନେଲେ ଯିଏ ତାଙ୍କଘରେ କାମକରେ।ତାର ରୋଗ ବିଷୟରେ ବି ସେ ଅବଗତ ଥିଲେ। ତେଣୁ ତା ନାକରେ ନବୁଲାଇଜର ମେସିନ ଲଗାଇ ତା ବଢିଥିବା ହୃଦସ୍ପନ୍ଦନକୁ ନର୍ମାଲ ସ୍ତର କୁ ଆଣିଲେ। ସେ ଯେତେ ଧଇଁସଇଁ ହେଉଥିଲା ଏବେ ଟିକେ ସୁସ୍ଥ ଲାଗିଲା।

ବିକାଶ ଜାଣି ପାରୁଥିଲେ ସେ ତାଙ୍କ କଥାଶୁଣି ସୁମିତ୍ରକୁ ରୋକିବାକୁ ଆସିଥିବ। ସେ ହିଁ ସୁମିତ୍ରର କିଡିନି ଦାନ କଥା କହିଥିଲେ ତାକୁ। ସୁମିତ୍ରର ଅବସ୍ଥା ଦେଖି ଏ ଅବସ୍ଥା ହୋଇଛି ନିଳିମାର।

ଜଣେ ଗରିବ ମାଆର ହୃଦୟ ବେଦନା ସେ ବୁଝି ପାରୁଥିଲେ। ବାପା ବିନା ସନ୍ତାନ ପାଳିବା କେତେ କଷ୍ଟ ସେ ତାକୁ ଦେଖି ଜାଣିଛନ୍ତି।ସୁମିତ୍ରର ଦେହ ଖରାପହେଲେ ସେ ତାଙ୍କପାଦତଳେ ପଡିଯାଉଥିଲା ପୁଅକୁ ଭଲ କରିଦିଅ ବୋଲି । ଆଉ ପୁଅ ଭଲ ହୋଇଗଲାପରେ ଆପଣ ମୋ ପାଇଁ ଭଗବାନ କହି ଆଉଥରେ ଜୁହାର ହେଉଥିଲା।ଦୁଃଖିନୀ ମାଆର ହୃଦୟ ବେଦନା ଜାଣି ତ ସେ ସୁମିତ୍ରକୁ ଚାକିରି କରାଇ ଦେଇଥିଲେ। ସେତିକି ନୁହେଁ ସେ ସୁମିତ୍ରକୁ ପଢାପଢି ବୁଝିବାରେ ବି ସାହାଯ୍ୟ କରୁଥିଲେ।

ସୁମିତ୍ର ଜଣେ ଡାକ୍ତର ହେବାକୁ ଚାହୁଁଥିଲା। ସେଥିପାଇଁ ତାକୁ ଅର୍ଥର ଆବଶ୍ୟକତା ଥିଲା।


କେତେଘଣ୍ଟା ପରେ ଦୁଇଜଣଙ୍କ ଚେତା ଫେରିଆସିଥିଲା।ନିଳିମା ସୁମିତ୍ରକୁ ଦେଖିବାକୁ ଯାଇଥିଲା ଭିତରକୁ। ଭିତରେ ଯାଇ ଦେଖିଲା ରୋଗୀ ଜଣକ ଆଉ କେହି ନୁହଁନ୍ତି ନିଜେ ତାର ସ୍ବାମୀ ସୁମିତ୍ରର ବାପା ସରୋଜ ଥିଲେ। ତାହେଲେ ସୁମିତ୍ର ଅଜାଣତରେ ପିତୃଋଣ ସୁଝାଇଛି। ଏକ ପୁଅର କର୍ତ୍ତବ୍ୟ କରିଛି।


ସେତେବେଳେ ସରୋଜଙ୍କ ଚେତା ବି ଫେରି ଆସିଥିଲା।ସେ ନିଳିମାକୁ ଦେଖି ଚିହ୍ନି ପାରିଲେ। ଯେତେବେଳେ ଜାଣିଲେ ସୁମିତ୍ର ନିଳିମାର ପୁଅ ଆଉ ତାର କିଡିନି ତାଙ୍କ ଦେହରେ ମେଚ୍ କରିଗଲା, ସେତେବେଳେ ତାଙ୍କର ପୂର୍ଣ୍ଣ ବିଶ୍ବାସ ହୋଇ ଯାଇଥିଲା ସେ ତାଙ୍କ ଔରଷ ଜାତ ସନ୍ତାନ।ସେ ମିଛ ଅବିଶ୍ବାସରେ ନିଜ ସତୀ ସ୍ତ୍ରୀ ନିଳିମାକୁ ଚରିତ୍ରହିନା କହି ଘରୁ ବାହାର କରିଦେଲେ।

ସେ ଭାବୁଥିଲେ ନିଶ୍ଚୟ ନିଳିମା କିଛି ଷଡଯନ୍ତ୍ରର ଶିକାର ହୋଇ ଯାଇଛି। ସେ ନିଳିମାର କିଛି କଥା ନ ଶୁଣି ତାକୁ ଘରୁ ବାହାର କରିଦେଲେ। ସେ ଜାଣି ନଥି୍ଲେ ସେ ଗର୍ଭବତୀ ଥିଲା ବୋଲି। ଘରଛାଡି ସେ କୋଉ କୋଉ ଅସୁବିଧାର ସମ୍ମୁଖୀନ ହୋଇ ଛୋଟ ପିଲାଟିକୁ ପାଳିଥିବ।ଏତେ ବଡ ଧନୀ ପରିବାରର ସନ୍ତାନ ହୋଇ ସୁମିତ୍ର କେତେ ଅସୁବିଧାରେ ବଢୁଛି। ନିଜ ଅଙ୍ଗ ବିକିବା ଯାଏ ବଳିଦାନ କରିବାକୁ ପଡୁଛି ତାକୁ। ଏସବୁ ଭାବି ବଡ ଅନୁତାପ କରୁଥିଲେ।

ସେଦିନ ରେଖା ନିଳିମା ଓ ଏକ ଅଜଣା ଯୁବକର ଧରାଧରି ହେଇଥିବା ଫଟୋ ଦେଖାଇଥିଲା ତାଙ୍କୁ। ଆଉ କହିଥିଲା ଏ ଯୁବକ ସହ ତା ସ୍ତ୍ରୀ ନିଳିମାର ଅବୈଧ ସଂପର୍କ ଅଛି।ବାସ୍ ସେତିକି କଥାରେ ସେ ଉତକ୍ଷିପ୍ତ ହୋଇ ତାକୁ ଘରୁ ବାହାର କରିଦେଲା। ତା ତରଫରୁ କିଛି ସଫେଇ ଦେବାକୁ ଚାହୁଁଥିଲେବି ଶୁଣି ନ ଥିଲା।

ପ୍ରକୃତରେ ନିଳିମା ଜଣେ ଭଲ ଚରିତ୍ରବାନ ଝିଅଥିଲା।ସରୋଜକୁ ପୂର୍ଣ୍ଣ ପ୍ରାଣରେ ଭଲ ପାଉଥିଲା। ସେ ପରିବାରକୁ ସ୍ନେହର ଡୋରରେ ବାନ୍ଧି ରଖିଥିଲା।ସଭିଙ୍କର ଉତ୍ତମ ଯତ୍ନ ନେଉଥିଲା। ସେଥିପାଇଁତ ତା ବାପା ତାକୁ ପସନ୍ଦକରି ବୋହୁ କରିଥିଲେ ।


ସେ ଏକ ମାତୃପିତୃହିନା କନ୍ୟାଥିଲା। ତାର କାକା କାକୀ ତାକୁ ପାଳିଥିଲେ। ହେଲେ ବିବାହ ପରେ ନିଜ ଦାୟିତ୍ବ ସରିଯାଇଥିଲା ତାଙ୍କର। ତାପରେ ସେ ତା ବାପାଙ୍କ ଜମିତକ ବି ପାଇଯାଇଥିଲେ। ନିଳିମାର କେହିନଥିଲେ ଏବେ ସାହାଯ୍ୟ କରିବାକୁ। ସେ ଅନ୍ୟ ସହରକୁ ଚାଲିଯାଇ କେତେ ଜଣକ ଘରେ ଚାକରାଣୀ କାମ କଲା। ତାପରେ ସୁମିତ୍ରର ଜନ୍ମହେଲା।


ନିଳିମାକୁ ସରୋଜ ଜୀବନରୁ ହଟାଇବା ରେଖାର ଷଡଯନ୍ତ୍ର ଥିଲା। ସେ ଭଡାଟିଆ ଯୁବକ ରାହୁଲକୁ ଟଙ୍କାଦେଇ ଏ କାମ କୁ ସୁଚିନ୍ତିତ ଯୋଜନାନୁଯାୟି ସମ୍ପାଦନ କରିଥିଲା ।ନିଳିମା ମଲ୍ଲ୍ କୁ କିଛି କିଣିବାକୁ ଯାଇଥିବା ବେଳେ ଜଣେ କେହି ତାକୁ ଠେଲି ଦେଇଥିଲା। ସେ ସନ୍ତୁଳନ ହରାଇ ପଡିଯାଉଥିବା ବେଳେ ରାହୁଲ ତାକୁ କୋଳେଇ ନେଇଥିଲା। ସେତେବେଳେ ଆଉଜଣେ କିଏ ଫଟୋ ଉଠାଇନେଇଥିଲା। ଯାହାକୁ ରେଖା ନେଇ ସରୋଜ ସମ୍ମୁଖରେ ପ୍ରସ୍ତୁତ କରି ଅବିଶ୍ବାସ ଜାଗ୍ରତ କରିଥିଲା।


ପ୍ରକୃତରେ ରେଖା ପଢିଲା ବେଳୁ ସରୋଜ କୁ ବିବାହ କରିବାକୁ ଚାହୁଁଥିଲା। ରାହୁଲର ଧନ ସମ୍ପଦ ଓ ସରଳ ଚରିତ୍ର ତାକୁ ଆକର୍ଷିତ କରିଥିଲା। ତାକୁ ବୋକା ବନେଇ ତା ସମ୍ପଦରେ ଅୟସ କରିବାକୁ ଚାହୁଁଥିଲା। ହେଲେ ସରୋଜର ବାପା ସେମିତି ଧୂର୍ତ୍ତଝିଅ ଚାହୁଁନ ଥିଲେ। ସେ ସରଳ ପରିଶ୍ରମୀ ଅନାଥ ଝିଅ ନିଳିମାକୁ ବୋହୂ ରୂପେ ବାଛିଥିଲେ। ସେଥିପାଇଁ ସେ ଷଡଯନ୍ତ୍ର କରି ନିଳିମାକୁ ଚରିତ୍ରହିନା ପ୍ରମାଣ କରିଦେଲା। ଆଉ ସେଇ ସୁଯୋଗରେ ସରୋଜକୁ ସମବେଦନା ଦେଇ ବିବାହ କରିନେଲା।ହେଲେ କିଛିଦିନ ପରେ ତାର ଅସଲରୂପ ଆସିଥିଲା ସମସ୍ତଙ୍କ ନଜରକୁ। ସେ କେବଳ ଟଙ୍କାପଇସା ଚାହୁଥିଲା।ପରିବାର ଲୋକଙ୍କ ସେବା କରିବା ଦାୟିତ୍ବ ସମ୍ଭାଳିବା ଜାଣୁନଥିଲା।

ରେଖା ଏକ ଚରିତ୍ରହିନା ଝିଅଥିଲା । ମାଆହେବାର ଯୋଗ୍ୟତା ହରାଇ ସାରିଥିଲା। ବିବାହ ଆଗରୁ ସେ ଗର୍ଭନଷ୍ଟ କରିଥିଲା ଫଳରେ ଗର୍ଭଧାରଣରେ ତାର ବାଧା ଆସୁଥିଲା।ଅନେକ ଡାକ୍ତର ଦେଖାଇ ସେମାନେ ହାରି ପୁତ୍ରପ୍ରାପ୍ତି ସୁଖ ଭୂଲି ଯାଇଥିଲେ।ଏବେ ସୁମିତ୍ରକୁ ଦେଖିଲାପରେ ପୁତ୍ରର ସୁଖ ପାଇବାକୁ ଳାଳାୟିତ ହେଉଥିଲା ସରୋଜଙ୍କ ମନ।

ସରୋଜର ବାପା ମାଆ ନିଳିମା ଓ ସୁମିତ୍ରକୁ ଭେଟି ନିଜ ଭୂଲପାଇଁ କ୍ଷମା ମାଗିଥିଲେ।ସେମାନେ ତାକୁ ବିଶ୍ବାସ କରିବାର ଥିଲା।

ସରୋଜ ଭଲ ହେବାପରେ ରାହୁଲକୁ ଖୋଜି ବାହାର କରିଥିଲା। ତାକୁ ଏ ସବୁ କାହିଁକି କଲୁ ବୋଲି ପଚାରିଲା।ତାପରେ ରାହୁଲ ରେଖାର ଷଡଯନ୍ତ୍ର କଥା ସବୁ କହିଥିଲା।ଏତେଦିନ ତାଙ୍କୁ ଅନ୍ଧାରରେ ରଖି ରେଖା ଘରର ମାଲିକାଣୀ ବନିଥିଲା। ତାର ଅସଲ ଗୁମର ଖୋଲିବା ପରେ ତାକୁ ଘରୁ ବାହାର କରିଦେଲେ ସମସ୍ତେ ମିଶି।

ସୁମିତ୍ରର ଏବେ ଡାକ୍ତର ବନିବାରେ ଆଉ ଅର୍ଥ ପ୍ରତିବନ୍ଧକ ନଥିଲା। ସେତ ଭଲ ପାଠ ପଢୁଥିଲା, ଏବେ ଡାକ୍ତରି ପଢିଲା। ମାଆର ଶ୍ବାସ ରୋଗକୁ ଏବେ ନିଜ

ଚେଷ୍ଟାରେ ଦୂରକୁ ପଠାଇ ଦେଇଥିଲା। ଆଉ ପରିବାର ସାରା ସଭିଏଁ ମିଶି ସୁଖରେ ରହିଲେ।


Rate this content
Log in

Similar oriya story from Crime