Madhabi Patel

Inspirational

3  

Madhabi Patel

Inspirational

କନ୍ୟା ରୁ ନଦୀ ଟିଏ

କନ୍ୟା ରୁ ନଦୀ ଟିଏ

4 mins
213


କନ୍ୟାରୁ ନଦୀଟିଏ ହେଇଯାଏ।

ଅତି ଅଳି ଅର୍ଦଳିରେ ବଢିଥିବା କନ୍ୟାଟିଏ କେତେବେଳେ ଯେ ଚପଳତାରୁ ଓହରି ପାକଳ ନାରୀ ଟିଏ ହୋଇଯାଏ।କନ୍ୟାରୁ ମାଁ ର ଭୂମିକାକୁ ଆପଣାଇ ନିଏ ନିଖୁଣଭାବେ।ଭାବିଲେ ଆଶ୍ଚର୍ଯ୍ୟ ଲାଗେ।ସକାଳ ନଅଟାଯାଏ ଶୋଇ ରହୁଥିବା ଝିଅଟା ରାତିସାରା ଅନିଦ୍ରା ରହେ।ପସନ୍ଦର ସବୁ ଜିନିଷକୁ ପଛରେ କରି ଅନ୍ୟର ସୁଖ ଓ ସ୍ବାସ୍ଥ୍ୟର ହିତ ପାଇଁ ସବୁ ତ୍ୟାଗ କରିଦେଇ ପାରେ।

ନଦୀଟିଏ ପରି ସବୁ ପରିବେଶ ରେ ଢାଳି ଦିଏ ନିଜକୁ।ପରିବର୍ତ୍ତନ କୁ ଆପଣାଇ ନିଏ ନିଜର ଅନିଛାସତ୍ତ୍ବେ।ଏହା ଏକ ଈଶ୍ବରୀୟ ଦାନ ନାରୀ ପ୍ରତି।ଆଖି ଆଗରେ ଏମିତିଏକ ପରିବର୍ତ୍ତନର ରୂପରେଖ ଦେଖି ବିଶ୍ବାସ ହୁଏନି।ସ୍ବତଃ ପ୍ରକୃତିର ଏ ନୀୟମକୁ ଦେଖି ମନରେ ଈଶ୍ବରଙ୍କ ପ୍ରତି

ବିଶ୍ବାସ ଉଜ୍ଜୀବିତ ହେବାକୁ ଲାଗେ।

ସେଦିନ ଏପ୍ରିଲ ସାତ ତାରିଖ ଦୁଇହଜାର ଅଠର।ଭୋପାଲ ର ସବୁଠୁ ନାମୀ ବଂସଲହସ୍ପିଟାଲ ରେ ସିଜରିଆନ୍ ହୋଇ କନ୍ୟା

ସନ୍ତାନ ଟିଏ ଭୂମିଷ୍ଠ ହେଲା।ନଅ ମାସ ର ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରଫୁଲ୍ଲତାର ବାତାବରଣ

ଟିଏ ସୃଷ୍ଟି କରି ଅଜା ଆଈ ଦାଦା ଦାଦୀ ବାପା ମାଆ ବନ୍ଧୁବାନ୍ଧବ ସମସ୍ତଙ୍କ ମନରେ ଏକ ଉଲ୍ଲାସର ଲହର ଖେଳିଗଲା।ପିଲାଟି ସକାଳ ଏଗାର ଟା ଛତିସ୍ ମିନିଟ ରେ ଯଦିଓ ଜନ୍ମଲାଭ କଲା ହେଲେ କେହି ତାକୁ ଦେଖି ପାରି ନ ଥିଲେ।

କାରଣ ଲେବର ରୁମ ରୁ କାଢି ସିଧା ତାକୁ ଶିଶୁମାନଙ୍କ ଏନ୍ ଆଇ ସିୟୁ କୁ ନେଇଗଲେ।ପିଲାଟି ମାତୃ ଗର୍ଭରେ ଉଚ୍ଚତମ ତାପମାତ୍ରା ପ୍ରାୟ ଅଠତିରିଶ ଡିଗ୍ରୀରେ ପାଳିତ ହେଉଥାଏ।

ଯେତେବେଳେ ବାହାରକୁ ବାହାରିଆସେ ତାକୁ ପ୍ରାୟ ଛତିଶ ଡିଗ୍ରୀର ସାମନା କରିବାକୁପଡେ।ଯଦି ଏସି ରୁମ ହୁଏ ତାହେଲେ ସିଧାସଳଖ ଏକୋଇଶ ବାଇଶଡିଗ୍ରୀ ଥାଏ।ନବ ଜନ୍ମିତ ସନ୍ତାନ ପକ୍ଷେ ଏତେ ଲମ୍ବା ଦୂରତ୍ବ ଅତିକ୍ରମ କରିବା ସ୍ବସ୍ଥ୍ୟପକ୍ଷେ ହାନିକାରକ ହୋଇପାରେ। ତେଣୁତାକୁଏନ୍ ଆଇ ସିୟୁ ରେ କେତେ ଘଣ୍ଟା ରଖନ୍ଥି।ତାପମାତ୍ରାର ତାଳମେଳ ଓ ତାର ସୁରକ୍ଷା ଦୃଷ୍ଟିରୁ।ସେ ରୁମ୍ର ତାପମାତ୍ରା ମା ଗର୍ଭର ତାପମାତ୍ରା ତୁଲ୍ୟ ହୋଇଥାଏ।ସେ ରୁମ କୁ ଶିଶୁର ବାପା ଛଡା କାହାକୁ ଛାଡନ୍ତିନି ଯିବାକୁ।ଶିଶୁଙ୍କ ସୁରକ୍ଷା ଦୃଷ୍ଟିରୁ ଏପ୍ରୋନ ପିନ୍ଧି ମୁଖବନ୍ଧ ଲଗାଇ ହାତରେ ସେନିଟାଇଜର ର ପରସ୍ତେ ଲଗାଇ ଭିତରକୁ ପଶିବାକୁ ହୁଏ।ସୌଭାଗ୍ୟ କୁ ଶିଶୁର ଦାଦା ଯିଏ ଜଣେ ଶିଶୁ ଡାକ୍ତର ସେ ଲେବର ରୁମ ଦରଜାରେ ଅପେକ୍ଷାରତ ଥିବା ହେତୁ ପିଲାକୁବାହାରକୁ ଆଣିବା ବେଳେ କ୍ଷଣିକ ମାତ୍ର ଦର୍ଶନ କରି ପାରିଥିଲେ।ଶିଶୁଟିସୁରକ୍ଷିତ ଥାଇ ହାତ ଗୋଡ ହଲାଉଥିଲା।


ହେଲେ ବାକିସଦସ୍ୟ ସମସ୍ତେ ଉଦ୍ଗ୍ରୀବ ହୋଇ ଆହୁରି ଛଅ ଘଣ୍ଟାଅପେକ୍ଷା କରିବାକୁ ବାଧ୍ୟ ହେଲେ। ଏପଟେ ପରିବାରର ସମସ୍ତେ

ଶିଶୁ ଜନ୍ମର ଖବର ପାଇ ଫୋନ ପରେ ଫୋନ କରି ଚାଲିଥାନ୍ତି।ଫଟୋ ଦେଖିବାକୁ ମାଗୁଥାନ୍ତି।ଶେଷରେ ପିଲାଟିର ବାପା ଏନ୍ଆଇ ସିୟୁ କୁ ଯାଇ ଓଲଟା କଡ ହୋଇ ଶୋଇଥିବା ମନିଟରିଂଗ ପାଇପଲାଗିଥିବା ଫଟୋ ଟିଏ ନେଇ ଆସିଲା।

ସମସ୍ତଙ୍କୁ ଓ୍ବାଟସ୍ଅପ ଓ ଫେସବୁକ ମାଧ୍ୟମରେ ପଠାଇ ଦିଆହେଲା।ଫଟୋ ଦେଖିଲାପରେ ଟିକେ ସମସ୍ତେ ଆସ୍ବସ୍ତ ହେଲେ।ହେଲେ ଆଉ ଏକ ସମସ୍ୟା ଉପୁଜିଲା ଫୋନ୍ରେ ଶୁଭକାମନାର ସିଲସିଲା ଜାରି ରହିଲା।ଫୋନ୍ ବିଚାରା ର ଆଉ ଫୁରସତ ନ ଥିଲା।ଦୀର୍ଘ ଛଅ ଘଣ୍ଟାର

ଅବସାନ ପରେ ମାଁ କୁ ପ୍ରଥମେ କେବିନ୍ କୁ ନେଇ ଆସିଲେ।ତାର କିଛି ସମୟ ପରେ ଆବେଗ ଓ ଅପେକ୍ଷାର ଅନ୍ତ ହେଲା |


କନ୍ୟା ସନ୍ତାନଟିକୁ ବି ରୁମ୍କୁ ନେଇ ଆସିଲେ ମା ପଖକୁ।ସେଇଟା ଦୁଇ ରୁମ୍ ବାଲା ବଡ କେବିନ ଥିଲା।ବଡ ରୁମ୍ରେ ରୋଗୀଓ ଛୋଟରେ ଆଟେଣ୍ଡାଣ୍ଟ ମାନେ ରହିବାର ପୁରା ବ୍ୟବସ୍ଥା ଥିଲା |ସେଥିପାଇଁ ରାତିକୁ ଦଶ ହଜାର ଭଡା ନେଉଥିଲେ।

ପିଲାପାଇଁ ତିରିଶ ଡିଗ୍ରୀ ତାପମାତ୍ରା ଦରକାର ବେଳେ ମା କୁ ଗରମ ଅନୁଭୁତ ହେଉଥିଲା ସେ ରୁମ୍ ରେ।ତେଣୁ ଶିଶୁକୁ ଅନ୍ୟ ରୁମରେ

ଏସି ର ଉତ୍ତପ ବଢାଇ ରଖାହେଲା।ମା ତାର ପସନ୍ଦରେ ଏସି ଚାଲୁ କରି ଶୋଇଲା।ଡାକ୍ତର ଓ ନର୍ସ ମାନେ ସମୟ ଅନୁସାରେ ଆସି ସେବା 

ଯୋଗାଉଥିଲେ।ନର୍ସ ଆସି ପିଲାକୁ ଆଣି ମାଁ ଖୀର ଖୁଆଇବାରେସହଯୋଗ କରୁଥିଲ।

କିନ୍ତୁ ସେ ଖିରରେ ପିଲାର ପେଟ ପୁରିବାର ନ ଥିଲା।ସେଥିପାଇଁ ବାହାରୁ ଡବାକ୍ଷୀର ଦେଉଥିଲା ସମୟ ସମୟରେ।ମାଁ କ୍ଷୀର କିନ୍ତୁ ଶିଶୁ ପାଇଁ ବହୁତ ଉପଯୋଗୀ।ମାଁ ର ଜୀବନ କାଳରେ ଯେତିକି ରୋଗ ହେଇଥାଏ ସେ ସବୁ ରୋଗର ଏଣ୍ଟିବଡି ତା ଖୀର ରେ ମହଯୁଦ ଥାଏ।ଯାହା ଶିଶୁ କୁ ସେ ସବୁ ରୋଗର ପ୍ରତିଶେଧକ ରୂପେ କାମକରେ।ହେଲେ ପିଲାଟି ମାଁ ଖୀର ଖାଇବାକୁ ଅନଭିଜ୍ଞ ଥିବାରୁ ଖପ୍ କରି ନିପଲ୍ କୁ କାମୁଡିବା ବେଳେ ମାଁ କୁ ମାଢିରେ କାଟି କ୍ଷତାକ୍ତ କରଦିଏ।ଥରେ ଥରେ ଖଣ୍ଡିଆ ହେଇ ରକ୍ତ ଝରି ଆସେ।ଏଠି ମଧ୍ୟ ସେ ଅବସ୍ଥା ହେଲା ଗୋଟିଏ ପଟ ଖଣ୍ଡିଆ ହେଇଯିବା ଫଳରେ ସେ ପଟେ ଖୁଆଇବାକୁ ମାଁ ଟି ଅସମର୍ଥ ହେଲା।ଅନ୍ୟ ପଟେ ଯେତିକି ଖୀର ବାହାରୁଥିଲା ପିଲାର ପେଟ ପୁରୁନ ଥିଲା ସେ କନ୍ଦୁଥିଲା।ଏ ବିଷମ ଅବସ୍ଥାରେ ଘରର ଅନ୍ୟ ସଦସ୍ୟ କାହାକୁ ବା ଦୋଷ ଦେବେ।ସେଇ ନିରୀହ ଶିଶୁକୁ ଯିଏ ଅଜାଣତରେ ମାଁ କୁ କାଟି କ୍ଷତାକ୍ତ କରିପକେଇଛି କି ସେଇ ମାଁକୁଯିଏ ପୁରାପେଟ ଖାଦ୍ୟ ଦେଇ ପାରୁନି ଯନ୍ତ୍ରଣା ହେତୁ।

ବକ୍ଷରେ ଖାଦ୍ୟ ସଂଚିତ ହେଇ ରହିଛି ହେଲେ ପିଲାକୁ ଦେଇ ପାରୁନି ମାଆଟି।ଗୋଟିଏ ପଟର ଖୀର ଟାଣ ହୋଇ ଜ୍ବର ହେଲାଣି ଅଥଚ ସେ ବିବଶ କିଛି କରିପାରୁନି।ଶେଷରେ ଗରମ ସେକ ଦେବା ଆରମ୍ଭ କଲା ଧିରେ ଧିରେ ଟାଣପଣ ମରି ସେ ଜାଗାଟା କୋମଳ ହେବାକୁ ଲଗିଲା ତାପରେ ସଥିରୁ ଦୁଧ ସକ୍ସନ ପମ୍ପରେ ଦୁଧତକ କାଢି ପିଲାଟିକୁ ଡ୍ରପର୍ ରେ ଦିଆହେଲା ଏବେ ମାଁ ଓ ଝିଅ ଟିକିଏ ଆରାମ ପାଇଲେ।ହେଲେ ଏମିତି କିଛି ଅଭ୍ୟାସ ଯାହା ଜୀବନ ଶୈଳୀରେ ଜୁଡି ଯାଇଥିଲା ତାହା ଛାଡିବା ସମ୍ଭବ ହେଉନଥିଲା।ଏସିକୁ ପୁରା କୁଲ୍ ରେ ରଖି ଶୋଇବା ଯାହା ପିଲା ପାଇଁ ଅସହ୍ୟ।ରାତିରେ ପିଲାଟି ନ ଶୋଇ ଖେଳିବାକୁ

ଲାଗୁଥିଲା।ଗୁହ ମୁତ ସଫା ,ଥର ଥର ଦୁଧ ପିଆ ଫଳରେ ରାତିରେ ଶୋଇ ହେଉନଥିଲା।ଥରେ ଥରେ ଥକ୍କା ଲାଗୁଥିବା ବେଳେ ଦୁଧ ଖୁଆଇବକୁ ଅମତ ହୁଏ। ହେଲେ ତା କୋଳରେ

ନେଇ ଛାଡିଦେଲେ ଖୀରଧାର ପ୍ରସବଣ ପରି ତା ବକ୍ଷରୁ ଝରି ଆସୁଥିଲା ତାର ଡ୍ରେସ ଓଦାକରି। ପିଲାଟିକୁ ଭୋକ ହେଲେ ଆପେ ଆପେ ମାଁ ବକ୍ଷରୁ ଗଙ୍ଗା ଯମୁନା ଧାର ବହି ଆସେ।ଏହା ପ୍ରକୃତିର ନୀୟମ ।ମାଁ ଏଥିରୁ ବାଦ ଯିବ କିପରି ସେ ଝିଅକୁ ପାଖକୁ ଟାଣି ଆଣି ଦୁଧ ପିଆଇବାକୁ ଲାଗେ ଖୁସୀରେ।ଏହା ହିଁ ତ ଏକ ମାଁର କର୍ତ୍ତବ୍ୟ ମାଁ କେବେ ପିଲାର କଷ୍ଟ ସହି ପାରେନା।ନିଜକୁ ଯେତେ କଷ୍ଟ ହେଉ ସେ ସହିଯାଏ ହେଲେ

ପିଲାର ଭୋକ କଷ୍ଟ ସହି ପାରେନା।ପିଲା ହେଲାପରେ ମାଁର ଖାଇବା ପିଇବାର ବି କଟକଣା ହୁଏ ତାର ସ୍ବାସ୍ଥ୍ୟ ଦୃଷ୍ଟିରୁ।ଟିଭି ମୋବାଇଲ ମନାହୁଏ କାରଣ ତାର ରେଡିଏସନ୍ ପିଲାପାଇଁ କ୍ଷତିକାରକ।କନ୍ୟା ଟିଏ ପାଇଁ ଏତେ ଜିନିଷ ଏକାବେଳେ ଛାଡିବା ବହୁତ କଷ୍ଟ।ନିଜର ସୌନ୍ଦର୍ଯ୍ୟ ସଉକ ସୌଖିନ ସାଜସରଞ୍ଜାମ  

ସୁଖ ଗର୍ଭକଷ୍ଟ ଷ୍ଟ୍ରେଚମାର୍କର ବିକୃତପଣ ଗୁହ ମୁତ ସଫା ରାତି ଅନିଦ୍ରା ହୋଇ ଦୁଧ ପିଆ ଏମିତି ଅନେକ କାମ କରିବାକୁ ପଡେ।ପ୍ରକୃତରେ ଏହା ଏକ ସ୍ବତଃ ପ୍ରବୃତ ଦାନ ଈଶ୍ବରଙ୍କର

ଏକ କନ୍ୟାପାଇଁ।ଯାହା ଆପେ ଆପେ ସୃଷ୍ଟି ହୋଇ ପାକଳ କରିଦିଏମନ ମସ୍ତିଷ୍କକୁ।ସେ କନ୍ୟାରୁ ମାଆ ଓ ନଦୀଟିଏ ପାଲଟିଯାଏଦାନ କରିଚାଲେ ନିଜକୁ ଭାଗ ଭାଗ କରିଦେଇ|



Rate this content
Log in

Similar oriya story from Inspirational