Madhabi Patel

Inspirational

3  

Madhabi Patel

Inspirational

ନିସ୍ତବ୍ଦ

ନିସ୍ତବ୍ଦ

2 mins
137



ଆଜି ଘରଟା ଏକଦମ୍ ନିସ୍ତବ୍ଦ ପାଲଟି ଯାଇଥିଲା ରୋହିତ ସହରରୁ ଫେରିଲା ବେଳକୁ। ଆଠଦିନ ତଳେ ସେ ଏକ ଉପାନ୍ତ ଅଞ୍ଚଳକୁ କାମ ପାଇଁ ଯାଇଥିଲା।ଘରେ ଛାଡି ଯାଇଥିଲା ତା ପତ୍ନୀ ଓ ଭିନ୍ନକ୍ଷମ ପୁଅକୁ।ପୁଅ ଦିନସାରା ପାଟିତୁଣ୍ଡକରି ଘର କମ୍ପାଉଥାଏ।ତା ଭାଷା ଭଲରେ ବୁଝି ହୁଏନି।ଠାରନାରରେ ଯାହା କୁହେ ଏମାନେ ବୁଝନ୍ତି।ତା ପତ୍ନୀ ସୁମିତ୍ରାବି ଏକ ଅଫିସରେ କିରାଣୀ ଚାକିରି କରେ।ପୁଅର ଚିକିତ୍ସାରେ ବହୁତ ଖର୍ଚ୍ଚ ହେଇଯାଏ ତେଣୁ ଦୁଇଜଣ ଯାକ ପତିପତ୍ନୀ ଚାକିରି କରିବାକୁ ବାଧ୍ୟ ହେଇଯାନ୍ତି।ପୁଅର ଦେଖାରେଖା ପାଇଁ ପାଖ ପଡୋଶୀର ଜଣେ ବୁଢୀକୁ ଯୋଗାଡ କରିଛନ୍ତି।ତାଙ୍କ ଅନୁପସ୍ଥିତ ସମୟରେ ସେ ତାର ଯତ୍ନନିଏ।ମାସକୁ ଦଶହଜାର ସେ ନେଇଯାଏ ଏ କାମପାଇଁ।ପୁଅକୁ ସମ୍ଭାଳିବା ବଡ କଷ୍ଟ।ପୁଣି ତାର ଝାଡା ପରିଶ୍ରାବି କଲେ, ସଫାକରିବାକୁ ପଡିଥାଏ।ବୁଢୀର କେହି ନଥିବାରୁ ସେ ଏ କାମପାଇଁ ରାଜି ହେଇଥିଲା।ପୁଅର ହୋ ହଲ୍ଲାରେ ସାରା ପଡାର ନିସ୍ତବ୍ଦତା କଟିଯାଉଥିଲା।ହେଲେ ଆଜି ଘରଟା ଏକଦମ୍ ସୁନ୍ସାନ୍ ଲାଗୁଥିଲା।ପୁଅ ଗଲା କୁଆଡେ? ତାର ସେ ଚପଳାମି ହୋହଲ୍ଲା କରୁନି କାହିଁକି?ସେକଥା ଭାବୁଥିଲେ ରୋହିତ।ଦରଜା ଖୋଲାଥିଲା ଘରେପଶି ଦେଖିଲେ ସୁମିତ୍ରା ଖଟରେ ମୁହଁମାଡି ଶୋଇଛି।ବୋଧହୁଏ ଦେହ ଭଲନାହିଁ ନହେଲେ ଏମିତି ଦିନବେଳାତ କେବେ ଶୁଏନି।ସେ ପାଖକୁ ଯାଇ ତାକୁ ଟିକେ ହାତରେ ହଲାଇଦେଲେ।ସେ ଚେତାଶୁନ୍ୟ ଅବସ୍ଥାରେ ପଡିଥିଲା ଖଟ ଉପରେ।ଶୀଘ୍ର ରୋଷେଇଘରୁ ଗିଲାସେ ପାଣି ଆଣି ତା ମୁହଁରେ ପାଣି ଛାଟିଲେ।କିଛିସମୟ ର ପ୍ରଚେଷ୍ଠା ପରେ ତାର ସଂବିତ୍ ଫେରିଥିଲା।ସେ ଆଖି ଖୋଲିଥିଲା।ରୋହିତକୁ ଦେଖି ତାର ମୁହଁରେ ଏକ କରୁଣ ଭାବ ଫୁଟି ଉଠିଲା।ସେ ରୋହିତ କୁ କୁଣ୍ଡେଇ ଧରି କାନ୍ଦିବାକୁ ଲାଗିଲା।ଏତାଦୃଶ୍ୟ ବ୍ୟବହାର ଦେଖି ରୋହିତ ଆବାକାବା ହେଇଯାଉଥିଲା।ତା ମନରେ ପ୍ରଶ୍ନ ଉଠୁଥିଲା କଣ ହେଇଛି ସୁମିତ୍ରାର?


ସେତ ଏମିତ ପିଲାଙ୍କ ପରି କେବେ କାନ୍ଦେନି।ବଡ ଧୈର୍ଯ୍ୟବତୀ ସାହସୀ ନାରୀଜଣେ।ସବୁ ସମସ୍ୟାକୁ ହାତେଇବା କଳା ତାକୁ ବେଶ୍ ଜଣା।ହେଲେ ଏମିତି କଣ ହେଲା ଯେ ସେ ଭାଙ୍ଗି ପଡିଛି।ସେପଟେ ପାଖରୁମରୁ ପୁଅ ଧିରଜର ବି ପାଟିଶବ୍ଦ କିଛି ଶୁଣା ଯାଉନାହିଁ।କଣ ପୁଅବି ଶୋଇ ପଡିଛି?ଏମିତି ଅନେକ ପ୍ରଶ୍ନ ତା ମସ୍ତିଷ୍କରେ ବାଡିଆପିଟା କରୁଥିବାବେଳେ ସୁମିତ୍ରା ପାଟିଖୋଲିଲା ରୋହିତ ,ଆମ ଧିରଜ ଚାଲିଗଲା କରୋନାରେ। ବୁଢୀ କୋଉଠୁ କରୋନା ସଂକ୍ରମିତ ହେଇ ଆସିଥିଲା।ପୁଅତା ଠାରୁ ସଂକ୍ରମିତ ହେଇଗଲା।ବୁଢୀ କ୍ବାରେନ୍ଟାଇନ୍ରେ ମରିଗଲା।ପୁଅ ଘରେ ଆଜି ସକାଳେ ଆମକୁ ଛାଡି ଚାଲିଗଲା ତାର ସମସ୍ତ ଦାୟିତ୍ବରୁ ମୁକ୍ତକରି।ତାର ଶବବି ମତେ ଦେଲେନି।ପୋଲିସ ଆସି ନେଇଗଲା।କୋଉଠି ଅନ୍ତିମ କ୍ରିୟା ହେଲା ମୁଁ କିଛି ଦେଖିପାରିଲିନି।ଦେହତ୍ୟାଗ ଆଗରୁ ବଡ ଶ୍ବାସକଷ୍ଟ ଭୋଗୁଥିଲା ଛୁଆଟା।ମୁତ ପାଖକୁ ବି ଯାଇ ପାରୁନଥିଲି।ଖବର ଦେବାରୁ ହସପିଟାଲରୁ ନର୍ସଟିଏ ଆସି ତାକୁ ଦେଖୁଥିଲା।ତୁମକୁ ଫୋନ ଲଗାଇଲି ହେଲେ ଲାଗୁନଥିଲା।ରୋହିତ କହିଲା।ମୁଁ ଯୋଉ ଜାଗାରେ ଥିଲି ସେଠି ନେଟଓ୍ବାର୍କ କାମ ଦିଏନି।ସେଥିପାଇଁ ମୁଁ ବି ଫୋନ କରିନି।ହେଲେ ଏଇ ଆଠଦିନ ଭିତରେ ଏମିତି ଘଟଣା ଘଟିଯିବ ବୋଲି ମୋର ଧାରଣା ନଥିଲା।ଆମ ରୋହିତ ଆଜି ଏ ଘରକୁ ନିସ୍ତବ୍ଦ କରି କୁଆଡେ ଚାଲିଗଲା।ବଡ ହଇରାଣ ହେଉଥିଲା ବେଚାରା।ଭଗବାନ ଆରଜନ୍ମରେ ତାକୁ ଭଲ ସୁସ୍ଥକରି ଜନ୍ମଦିଅନ୍ତୁ ପୁନର୍ବାର ଆମରି କୋଳରେ।ମୁଁ ଆସିଲାବେଳୁ ଭାବୁଛି ମୋ ଧିରଜ ଆଜି କେମିତି ଏତେ ଚୁପ୍ଚାପ ସୁନାପିଲା ହେଇଯାଇଛି ବୋଲି।ହେଲେ ସେ ତ ସବୁଦିନପାଇଁ ଆମକୁନିସ୍ତବ୍ଦତା ଭିତରେ ଛାଡି ଚାଲିଗଲା।ଆମେ ସବୁବେଳେ ତାର ଶୋରଶବ୍ଦ ଭିତରେ ରହିଆସୁଥିଲେ ଏତେଦିନ ଅଭ୍ୟାସରେ ପଡି ଯାଇଥିଲା ଆମର।ଏବେ ଏ ନିସ୍ତବ୍ଧତା ଆମକୁ ରଖାଇ ଦେବନି।ବାପା ମାଆର ହୃଦୟ ବିଳାପ କରି ଉଠୁଥିଲା ପୁତ୍ର ବିଚ୍ଛେଦରେ।କରୋନା କେତେ କେତେ ପ୍ରିୟଜନଙ୍କୁ ଅଲଗା କରିଦେଉଛି।କେଜାଣି କେବେ ଅନ୍ତ ହେବ ଏହାର ?ଏବେ ତ ପୁଣି ଚତୁ୍ର୍ଥ ଲହର ଆସିବ ବୋଲି ଶୁଣାଗଲାଣି । ଏବେ ଟିକେ ରିଲେକ୍ସ ହୋଇ ମୁଖା ଖୋଲି ବଞ୍ଚିବାକୁ ଲାଗିଥିଲେ । ପୂର୍ବପରି ଜାନି ଯାତ୍ରା ବିଭାଘର ଆଦି ଜାକଜକମରେ ମନାଉଥିଲେ ହେଲେ ଏବେ ପୁଣି କଡାକଡି ନୀୟମ ପାଳନ କରିବାକୁ ପଡିବ । ନଚେତ୍ ଏ ଟିକା ଫିକା କିଛି କାମ ଦବନି । ଆଗହୁଁ ସାବଧାନ ହୋଇ ରୁହରେ ସମସ୍ତେ । ଗତଥର ଅନେକ ବନ୍ଧୁ ବାନ୍ଧବକୁ ହରାଇଛେ ଏ କରୋନାରେ ।



Rate this content
Log in

Similar oriya story from Inspirational