Madhabi Patel

Inspirational

3  

Madhabi Patel

Inspirational

ଯୁଦ୍ଧ ଶେଷ ଭାଗ

ଯୁଦ୍ଧ ଶେଷ ଭାଗ

5 mins
146



ଅନିମେଶ ଏବେ ଦିଲ୍ଲୀରେ ପହଞ୍ଚି ସାରିଥିଲା।ତାଙ୍କର ପୁଣି କାଗଜପତ୍ର ଇମିଗ୍ରେସନ ବା ଜାଞ୍ଚ ହେଲା ଓ ବାହାରକୁ ଆସିଲେ।ଏୟାରପୋର୍ଟ ବାହାରେ ସବୁ ଜିଲ୍ଲାର ଲୋକ ନିଜ ରାଜ୍ୟର ନାଆଁ ଲେଖା ବୋର୍ଡ 

ଧରି ଠିଆ ହୋଇଥିଲେ।ନିଜ ରାଜ୍ୟର ନାଆଁଦେଖି ଯାତ୍ରୀମାନେ ସେପଟେ ଯାଇ ଠିଆ ହେଉଥିଲେ।

ସରକାରୀ ଗାଡିରେ ଏବେ ତାଙ୍କୁ ବସାଇ ନିଆଗଲା।ଅନିମେଶର ମନରେ ଏବେ ଖୁସୀ ଆସି ଯାଇଥିଲା।ନିଜ ଦେଶର ମାଟିର ଗନ୍ଧ ନାକରେ ବାଜିଲେ ଏମିତି ମନ ଉତ୍ଫୁଲ୍ଲିତ ହୋଇ ଉଠେ। ସବୁଆଡେ ଲାଗୁଥିଲା ଯେମିତି ଫଗୁଣ ଆସିଛି।କୋଇିର କୁହୁ ଶୁଭୁଛି।ପୁନର୍ଜନ୍ମ ପାଇଥିବାର ଆନନ୍ଦ ଖେଳୁଥିଲା ତା ମନରେ।ନିଜ ଦେଶର ଲୋକଙ୍କୁ ସାମନାରେ ସ୍ବଚ୍ଛନ୍ଦରେ ବୁଲୁଥିବାର ଦେଖି ବଡ ଖୁସୀ ହେଉଥିଲା।ସେଠିକା ଲୋକ କେତେ ଆସଙ୍କିତ ଭୟଭୀତ ହୋଇ ବଞ୍ଚୁଛନ୍ତି।ବିଦେଶ ମାଟିରେ ଏ ସୁଖ କାହି?

ନିଜ ଦେଶରେ ପଢିବାକୁ ସୁବିଧା ମିଳିଲାନି ବୋଲି ସେମାନେ ବାଧ୍ୟ ହୋଇ ବିଦେଶକୁ ଯାଇଥିଲେ।ନହେଲେ କିଏ କଣ ଏତେ ସୁନ୍ଦର ଦେଶକୁ ଛାଡି ଅନ୍ୟତ୍ର ଯାଏ।ଗାଡି ଭିତରୁ ବାହାରକୁ ଝାଙ୍କି ଦେଖୁଥିଲା ବାହାରର ସହରକୁ।ଏତିକି ବେଳେ ଆଖିରେ ପଡିଲା ଓଡିଶା ନିବାସ।ତାହେଲେ ସେମାନେ ଏବେ ଓଡିଶା ନିବାସରେ ରହିବେ?ସେ ଆମ ଦେଶର ପ୍ରଧାନ ମନ୍ତ୍ରୀଙ୍କୁ ମୋଦୀଜୀଙ୍କୁ ଧନ୍ୟବାଦ ଦେଲା ମନେମନେ।ଆକଶଗଙ୍ଗାପରି ଦଳ ଗଠନ କରି ତାଙ୍କ ପରି ସବୁ ଛାତ୍ର ଛ୍ରାତ୍ରୀଙ୍କୁ ବିପଦ ଭିତରୁ ଉଦ୍ଧାରକରି ଆଣିଛନ୍ତି ଓ ଏବେବି ଚେଷ୍ଟା ଜାରି ରଖିଛନ୍ତି।ମୋଦୀଙ୍କ ବ୍ୟକ୍ତିତ୍ବ ପାଖରେ ରଷିଆ ଓ ୟୁକ୍ରେନ ଦୁଇଦେଶ ସମ୍ମାନରେ ମୁଣ୍ଡ ନୁଆଁନ୍ତି।ମୋ ଦେଶର ଲୋକଙ୍କ ଦେହରେ କେହି ହାତ ମାରିବନି ବୋଲି ସେ କଥା ନେଇଥିଲେ ଉଭୟ ଦେଶ ଠାରୁ।ସତକୁ ସତ ଭାରତୀୟ ଛାତ୍ରଙ୍କୁ ସୁବିଧାରେ

ଛାଡି ଦେଉଥିଲେ ସେଠାରେ।ଅନେକ ଅନ୍ୟ ଦେଶର ଯୁବକ ଯୁବତୀ ଭାରତୀୟ ତ୍ରିରଙ୍ଗା ଧରି ଖସି ଆସିଛନ୍ତି ଭାରତୀୟଙ୍କ ଦଳରେ।ଏଥିରୁ ମୋଦୀଙ୍କ ପାଓ୍ବାର ଓ

ସମ୍ମାନ କେତେ ଜଣାପଡେ।

ଓଡିଶାଭବନରେ ରହିବାର ସବୁ ସୁବିଧା ଥିଲା।ସେଠି ଏତେଦିନପରେ ଭଲରେ ସଫାହୋଇ ଗଧୋଇଲେ ସମସ୍ତେେ।ନିଜ ଦେଶର ଅନ୍ନର ସ୍ବାଦ ପାଇଲେ।ପେଟପୂରା ସନ୍ତୋଷରେ ଖାଇଲେ ସମସ୍ତେ।ତାପରେ ଆରାମରେ ଶୋଇଲେ ଏତେଦିନପରେ।

ସେଠି ଭୟରେ ଜୀବନ କଟୁଥିଲା।ଶୋଇବାକୁ ଜାଗା ନଥିଲା।ବସିବା ଅବସ୍ଥାରେ ଯାହା ଢୁଳାଉଥିଲେ।ଏମିତିରେ କଣ ଭଲ ନିଦ ଆସିବ।ଏଠି ଆସିଲାପରେ ନିଶ୍ଚିନ୍ତ ହେବାରୁ ଭଲ ନିଦ ଆସିଲା।ସେ ସମୟ ଦେଖି ମାଆ ବାପାଙ୍କୁ ଫୋନ କରିଦେଲା ନିଜ ଦେଶରେ ପହଞ୍ଚିଗଲି ବୋଲି।ମାଆ ବାପା ଟିକେ ଆସ୍ବସ୍ତ ହେଲେ।ତଥାପି ପୁଅ ଆଖି ସାମନାକୁ ନ ଆସିବା ଯାଏ ମନରେ ଶାନ୍ତି ନଥିଲା।

କୁନ୍ତୀ କିଛିଦିନ ଆଗରୁ ଟିଭି ନିଉଜରେ ଦେଖୁଥିଲେ ସମ୍ବଲପୁରର ଜଣେ ଝିଅ ଯା,ର ନାଆଁ ଅର୍ଚ୍ଚିତା ସତପଥୀ ସେ ପ୍ରଥମ ଦଳରେ ୟୁକ୍ରେନରୁ ଫେରି ଆସିଥିଲା।ଭୂବନେଶ୍ବରରେ ତାଙ୍କ ମାଆବାପା ଯାଇ ତାଙ୍କୁ ପାଛୋଟି ଆଣିଲେ।ମାଆଝିଅ କୋଳାଗ୍ରତ ହୋଇ କିଛି ସମୟ କାନ୍ଦିଲେ।ଏତେ ଦିନର ମନର ଛଟପଟ ଲୁହ ହୋଇ ବହି ଆସୁଥିଲା ଉଭୟଙ୍କ ଆଖିରୁ।ହେଲେ ସେ ଲୁହ ଖୁସୀର ଥିଲା।ତା ମାଆ କହୁଥିଲେ ଯଦିଓ ସେ ଅର୍ଚ୍ଚିତାକୁ ପାଇ ଆଜି ବଡ ଖୁସୀ ତଥାପି ସେ ପୂରା ଖୁସୀ ହୋଇ ପାରୁନାହାଁନ୍ତି।କାରଣ ତାଙ୍କର ବଡ ଝିଅ ସେବି ଅନ୍ୟ ଏକ କଲେଜରେ ପଢେ ସେ ଏଯାଏ ଆସି ପାରିନି।ଗୋଟିଏ ଛୁଆ ବିପଦରେ ଥିଲାବେଳେ ମାଆଟେ ଖୁସୀ ମନେଇବ କିପରି?

ଖବର ରିପୋର୍ଟର ପ୍ରଶ୍ନକଲେ ଝିଅମାନଙ୍କୁ ଏତେଦୂର ଛାଡିଲ କାହିଁକି?

ତାର ମାଆ କହିଲେ କୌଣସି ବାପା ମାଆ ସନ୍ତାନକୁ ଖୁସିରେ ବିଦେଶକୁ ଏକଲା ଛାଡେନି।ବାଧ୍ୟ ହୋଇ ମଜବୁରିରେ ଛାଡେ।ଭାରତରେ ଯଦି ସବୁ ପିଲାଙ୍କ ପଢିବା ସୁବିଧା ଥାଆନ୍ତା ତେବେ ସେମାନେ ଏତେଦୂର ପିଲାଙ୍କୁ ଛାଡନ୍ତେ କାହିଁକି?

ଭାରତରେ ଡକ୍ତରି ପାଠ ବ୍ୟୟ ବହୁଳ ଓ ଅଳ୍ପ ସିଟ୍ ରହିଛି।ଯେଉଁ ମାନେ ଭଲ ଛାତ୍ରଛାତ୍ରୀ ଥାଇ ସିଟ୍ ପାଆନ୍ତିନି ତାଙ୍କୁ ଭାରତର ପ୍ରାଇଭେଟ କଲେଜରେ ପଢାଇବାକୁ ସମସ୍ତେ ସକ୍ଷମ ହୋଇ ପାରନ୍ତିନି।କିନ୍ତୁ ୟୁକ୍ରେନ ରେ ତାଠୁ ଅଧା ଖର୍ଚ୍ଚରେ ସେ ପାଠ ପଢିହୁଏ।ସେଥିପାଇଁ ପିଲାଙ୍କୁ ବାଧ୍ୟହୋଇ ବାହାରେ ଛାଡନ୍ତି ଅଭିଭାବକ ମାନେ।

କୁନ୍ତୀ ଏସବୁ ଟିଭିରେ ଦେଖୁ ଥିଲେ।ସେତେବେଳେ ଅିନିମେଶ ବିପଦରେ ମେଟ୍ରୋରେ ଥିଲା।ଅର୍ଚ୍ଚିତା ସେଠିକା ଯୁଦ୍ଧର ଭୟାବହତା ବିଷୟରେ ବର୍ଣନା କରୁୁଥିଲା।ଆଉ କୁନ୍ତୀ ସବୁ ଶୁଣି ଏଠାରେ ଛଟପଟ ହେଉଥିଲେ।କେବଳ ଭଗବାନଙ୍କୁ ଡାକୁଥିଲେ ପୁଅକୁ ତା ପାଖକୁ ସୁକୁଶଳେ ପଠାଇ ଦିଅ ବୋଲି।


ଆଜି ନିଜ ପୁଅ ଦିଲ୍ଲୀ ଯାଏ ପହଞ୍ଚି ଯାଇଛି ଶୁଣି ଭଗବାନଙ୍କୁ କୃତଜ୍ଞତା ଜଣାଉଥିଲେ କୁନ୍ତୀ ।

ପାଞ୍ଚ ମାର୍ଚ୍ଚ ସକାଳ ପାଞ୍ଚଟାରେ ଅନିମେଶ ପୁଣି ଭୁବନେଶ୍ବର ଆସୁଥିବା ବିମାନରେ ବସିଲେ।ଘଣ୍ଟାଏ ଭିତରେ ସେମାନେ ଭୂବନେଶ୍ବର ପହଞ୍ଚିଯାଇଥିଲେ।ଏବେ ମନର ଖୁସୀ ଆହୁରି ବଢି ଯାଇଥିଲା।

ଭୂବନେଶ୍ବରରୁ ପୁଣି ନିଜ ନିଜ ଜିଲ୍ଲାକୁ ସମସ୍ତଙ୍କୁ ଗାଡିର ସୁବିଧାକରି ପଠା ହେଉଥିଲା।ସେମାନେ ତିନିଜଣ ପିଲା ବାଟରେ ଦିଲ୍ଲୀରେ ଭେଟ ହୋଇଥିଲେ।

ଜଣେ ଅନୁଗୁଳର ଥିଲା ସେ ସୁନ୍ଦରଗଡର ଓ ଆଉ ଜଣେ ରାଉରକେଲାର ପିଲା ଥିଲା।

ତିନିଜଣକ ପାଇଁ ଗାଡିଟେ ଭଡାକରି ପଠାଇଦେଲେ । ସରକାରଙ୍କ ତରଫରୁ ଗାଡିଭଡା ମାଗଣା ଥିଲା।

ରାସ୍ତାରେ ପ୍ରଥମେ ଅନୁଗୁଳର ପିଲାଟି ଓହ୍ଲାଇଗଲା, ସେ ସୁନ୍ଦରଗଡରେ ଓହ୍ଲାଇଲା।ତାପରେ ଗାଡି ରାଉରକେଲା ଚାଲିଗଲା ଅନ୍ୟ ପିଲାକୁ ଛାଡିବାକୁ।ଅନିମେଶ ଘରେ ପହଞ୍ଚିବା ପରେ ଘରକୁ ଖୁସୀ ଫେରିଆସିଲା।କୁନ୍ତୀଓ ରଜନୀ ପୁଅକୁ କୋଳାଗ୍ରତ କରିନେଲେ।ଆଖିରେ ତାଙ୍କର ଖୁସୀର ଲୁହ ଝରିପଡିଲା।ଗାଡିରେ ଦିନସାରା ବସିବସି ଅନିମେଶ ଉପରବେଳା ଚାରିଟାରେ ଘରେ ପହଞ୍ଚିଥିଲା ।ବଡ କ୍ଲାନ୍ତ ଲାଗୁଥିଲା ତାକୁ।ଗାଧୁଆଘରୁ ଧୁଆଧୋଇ ହୋଇ ଆସିଲା।କୁନ୍ତୀ ଚା ଜଳଖିଆ କରି ଆଣିଲେ।ମାଆ ହାତତିଆରି ଜଳଖିଆ ଖାଇ ମନ ତୃପ୍ତ ହୋଇଗଲା।ସେ ଟିକେ ଖଟରେ ଗଡିବ ବୋଲି ଗଲାବେଳକୁ ଅନେକ ବନ୍ଧୁ ଓ ଭାଇ ଭଉଣୀଙ୍କ ଫୋନ ଆସିବାକୁ ଲାଗିଲା।ସମସ୍ତେ ତାର କୁଶଳତା ପଚାରୁଥିଲେ।ସେଠିକା କଟୁ ଅନୁଭବ ସବୁ ଜାଣିବାକୁ ଚାହୁଁଥିଲେ ସଭିଏଁ।ସେଦିନ ରାତିରେ ସେ ମନଭରି ଶାନ୍ତିରେ ଶୋଇଲା।ତଥାପି ଥରେ ଥରେ ତା କାନରେ ଗୋଳାବାରୁଦର ଭୟଙ୍କର ଶବ୍ଦ ଶୁଣା ଯାଉଥିଲା।ସେ ଉଠିପଡି ନିଜକୁ ଚିମୁଟି ଦେଖୁଥିଲା ସେ ସତରେ ଘରେ ପହଞ୍ଚି ଯାଇଛି ତ?

ତାପରେ ତାକୁ ବିଶ୍ବାସ ହେଉଥିଲା ସେ ନିଜଘରେ ସୁରକ୍ଷିତ ଅଛି।

ଏଭିତରେ ମାସଟେ କଟିଗଲାଣି।ପ୍ରତିଦିନ ଖବର ଶୁଣୁଛି ଟିଭିରୁ ଏବେ ୟୁକ୍ରେନ ର ନବେ ପ୍ରତିଶତ ରଷିଆ ଧଂସ କରିଦେଲାଣି।ଯୁଦ୍ଧର ବିଭୀଷିକା ଦେଖି ହୃଦୟ ଥରି ଯାଉଛି।ସେ ଥିଲାବେଳେ କୋଠାବାଡି

ଓ ଗାଡି ଆଦି ଧ୍ବଂସ ହୋଇଥିଲା।ହେଲେ ଏବେତ ନର ସଂହାର ଚାଲିଛି ସେଠି।ଚାରିଆଡେ କେବଳ କବ୍ର ଦେଖା ଯାଉଛି।ବୁଚା ର ଏକ ଜାଗାରେ ମେଟ୍ରୋ ଭିତରେ ଶହଶହ ଲୋକ ମରିଛନ୍ତି ତୋପ ମାଡରେ।ନାରୀ ଶିଶୁ ବୁଢାବୁଢୀ କେହି ବାଦ ପଡି ନାହାନ୍ତି।ସେ ସେଠି ଥିଲାବେଳେ ଯୁଦ୍ଧରେ ମରୁଥିବା ସୈନ୍ୟ,ଚୌକିଦାର,କଣ୍ଡକ୍ଟର,ଜନତା ଯିଏ ମରୁଥିଲେ ତାଙ୍କର ଫଟୋ ଚିତ୍ର ଆଣି ରାସ୍ତାରେ ଇଟା ଥାକକରି ସଜାଇ ରଖି ଫୁଲ ଚଢାଇ ସମ୍ମାନ ଦେଉଥିଲେ।ହେଲେ ଏବେତ ଚାରିଆଡେ

କେବଳ ମୃତଲୋକଙ୍କ ଶବ ପଡିଛି।କିଏ କାହାକୁ ସମ୍ମାନ ଦେବ।ଏତେ ସୁନ୍ଦର ଦେଶ ଏବେ ଧ୍ବଂସସ୍ତୁପରେ ପରିବର୍ତ୍ତିତ ହୋଇ ଯାଇଛି।

କେବେ ତେଲ ଡିପୋରେ ଆକ୍ରମଣ ହେଉଛି ତ କେବେ ବିମାନବନ୍ଦର ଜାଳି ନଷ୍ଟ କରି ଦିଆ ଯାଉଛି।ସେଠିକା ସୁନ୍ଦର ସୁନ୍ଦର ବିଶାଳ ଷ୍ଟେଚୁ ସବୁକୁ ରକ୍ଷା କରିବା ପାଇଁ ବଡ ଚେଷ୍ଟା କରୁଥିଲେ ସେମାନେ ହେଲେ ସବୁ ବୃଥାଗଲା।ଏବେତ ୟୁକ୍ରେନର ଶତକଡା ନବେ ଭାଗ ଅଞ୍ଚଳ ରଷିଆ କବ୍ଜା କରିନେଲାଣି।ଯୁଆଡେ ଦେଖିବ ଗାଡିସବୁ ଜଳିପୋଡି ପଡିଛି।ବଡବଡ ଟ୍ରକ, ଟ୍ୟାଙ୍କ ବିମାନ ଜଳି ଖଣ୍ଡଖଣ୍ଡ ବିଛେଇ ପଡିଛି।ୟୁକ୍ରେନର ଲବିବ,ମାରିଆପୋଲ,ଓଡେଶା,ରୁମାନିଆଁ,ବୁଚା,କିବ୍

 ସବୁ ଅଞ୍ଚଳ ଧ୍ବସ୍ତ ହୋଇ ଯାଇଛି ।ଏତେ ସୁନ୍ଦର ସହର ସବୁ ଏବେ ଇଟା ପଥର ସ୍ତୁପ ପାଲଠି ଯାଇଛି।ହେଲେ ବୁଚା ଠାରେ ସବୁଠୁ ନର ସଂହାର ବଳି ଯାଇଛି।ବଙ୍କର ଭିତରେ ରହିଥିବା ତିନିଶହରୁ ଅଧିକ ଲୋକଙ୍କୁ ବମ୍ ପକାଇ ସଂହାର କରା ଯାଇଛି।ସ୍ତ୍ରୀ ମାନଙ୍କ କାନରୁ ଅଳଙ୍କାର ଟାଣି ନିଆ ଯାଇଛି।ତାଙ୍କ ସହ ଯୌନ ଅତ୍ୟାଚାର ବି ହୋଇଛି ବୋଲି ରିପୋର୍ଟର ମାନେ କହିଛନ୍ତି।ସାଧାରଣ ଜନତାଙ୍କୁ ବି ଯାହାକୁ ଭେଟିଛନ୍ତି ମାରିଦେଇଛନ୍ତି।ରଷିଆର ଏ ଅମାନବିକତା କାମ ପାଇଁ ସବୁ ଦେଶ ନିନ୍ଦିତ କରିଛନ୍ତି ତାକୁ।ତଥାପି ତାକୁ ଫରକ ପଡିନି।ଯୁଦ୍ଧ ଏବେବି ଲାଗି ରହିଛି।ପୃଥିବୀର ଅଧା ଅଂଶ ନଷ୍ଟ ହେଲାଣି।ଗୋଟିଏ ସୃଷ୍ଟି ସଜାଇବାକୁ ଭଗବାନଙ୍କୁ ହଜାର ହଜାର ବର୍ଷ ଲାଗିଥାଏ।ଆମର ରହିବା ଉପଯୋଗୀ କରିବା ପାଇଁ ସବୁପ୍ରକାର ସୁବିଧା ଖଞ୍ଜି ସୁନ୍ଦର ଭାବେ ସଜାଇଛନ୍ତି ଭଗବାନ।

ଖାଦ୍ୟ ପାନୀୟ ଔଷଧ ଶୟନର ବ୍ୟବସ୍ତା ସବୁ କରିଛନ୍ତି ମାନବ ଓ ପ୍ରାଣୀ ପାଇଁ।ହେଲେ ମୁଢ ମାନବ ନିଜ ଆକ୍ରୋସ ଓ ଅହଂକାର ପାଇଁ ଏତେ ପରିଶ୍ରମକୁ କ୍ଷଣକରେ ବୋମା ପକାଇ ନଷ୍ଟ କରିଦେଉଛି।ଏହାର କୁ ପ୍ରଭାବରେ ପୁଣି ଅନେକ ରୋଗ ପୃଥିବୀକୁ ମାଡିବସିବ।ଲୋକେ ବିକଲାଙ୍ଗ ହୋଇଯିବେ।ଆଗତ ସନ୍ତାନ ସବୁ ରୁଗ୍ମ ଭିନ୍ନକ୍ଷମ ହୋଇ ପାରନ୍ତି।ବିଶାକ୍ତ ବାରୁଦର ପ୍ରଭାବରେ ମାଟି ତାର ଉର୍ବରା ଗୁଣ ହରାଇବ।ଏମିତି ଆହୁରି କୁପ୍ରଭାବ ପଡିିବ।କେତେ ଲୋକ ବେଘର ହୋଇ ଭିଟାମାଟି ଛାଡି ଚାଲି ଯାଇଛନ୍ତି।ଦିନେ ଯିଏ ଧନୀ ବୋଲାଉଥିଲା ନିଜ ଘରଦୁଆର ଛାଡି ଭିକାରୀ ପରି ଜୀବନ ବିତାଉଛି।ସମସ୍ତଙ୍କ ପରିବାର ଛିନ୍ନଛତ୍ର ହୋଇ ଯାଇଛନ୍ତି।ଯୁବକରୁ ଷାଠିଏ ବର୍ଷର ଜନତା ବାଧ୍ୟରେ ଯୁଦ୍ଧ ଲଢୁଛନ୍ତି ଓ ପ୍ରାଣ ଦେଉଛନ୍ତି।ସ୍ତ୍ରୀ ଓ ଶିଶୁମାନଙ୍କ ଅବସ୍ଥା ତ ଅତ୍ୟନ୍ତ ଦୟନୀୟ।ଅଭାବ ଅନାଟନ ଓ ବେଘର ଅବସ୍ଥାରେ ରୋଗ ଶୋକରେ ଜୀବନ କାଟୁଛନ୍ତି।ନିରାପତ୍ତା ନାହିଁ ତାଙ୍କର।ସବୁବେଳେ ବିପଦର ଆସଙ୍କା ଭିତରେ କଟାଉଛନ୍ତି ଜୀବନ।ଯୁଦ୍ଧ ଏକ ସଭ୍ୟତାକୁ ଅନେକ ପଛକୁ ଟାଣି ନେଇଯାଏ।ତାର ଆର୍ଥିକ , ସାଂସ୍କୃତିକ ସବୁପ୍ରକାର

କ୍ଷତି ହୋଇଥାଏ।ପୁଣିଥରେ ମୁଣ୍ଡଟେକି ଉଠିବା ବଡ କଠିଣ ହୋଇପଡେ।ସମାଜର ବହୁତ ହାନୀ ହୋଇଥାଏ।

ଅନିମେଶ ଥରେ ଦୁଇଥର ଘର ମାଲିକକୁ ଫୋନ କରିଥିଲା।ତାଙ୍କର ଝିଅ ଦୁଇଜଣ ପ୍ରଥମେ ପାଖ ଗାଆଁକୁ ଚାଲି ଯାଇଥିଲେ।ପରେ ସେମାନେ ଜର୍ମାନୀକୁ ଚାଲି ଯାଇଛନ୍ତି।ସେମାନେ ଦୁଇଜଣ ବୁଢାବୁଢୀ ଦେଶବାହାରକୁ ଯାଇ ପାରିବେନି।ସେଠି ସେଇ ନୀତି ଅଛି ବୋଲି ସେମାନେ କହିଲେ।ଯାହା ହେବ ଦେଖାଯିବ ବୋଲି କହୁଥିଲେ।ବଡ ଦୁଃଖରେ ଅଛନ୍ତି ସେମାନେ।ତାଙ୍କ ଘର ଏବେ ବି ସୁରକ୍ଷିତ ଅଛି।ତାଙ୍କ କଲେଜ ବି ସୁରକ୍ଷିତ ଅଛି।କଲେଜ ପାଖର ଅନ୍ୟ କୋଠା ସବୁ ନଷ୍ଟ ହୋଇ ଯାଇଛି।ଅନିମେଶର ଲ୍ୟାପଟପ ଆଜିଯାଏ ସୁରକ୍ଷିତ ଅଛି।ହେଲେ ପୁଣି ଆଣିପାରିବ ବୋଲି ସନ୍ଦେହ ଲାଗେ।ତାର ଏବେ ଅନ ଲାଇନରେ ପାଠପଢା ହେଉଛି।ଦୁଇଜଣ ଅଧ୍ୟାପକ ଏବେବି ସେଠି ଖାର୍ଖିବ ରେ ନିଜଘରେ ଅଛନ୍ତି ବୋଲି କହୁଥିଲେ।ବେଳେବେଳେ ପଢାଥିଲା ବେଳେ ସାଏରନ୍ ବାଜିବା ଶବ୍ଦ ଆସେ।ସେତେବେଳେ କିଛି ସମୟ ପଢା ସ୍ଥଗିତ କରି ଦିଅନ୍ତି।ଶବ୍ଦ ବନ୍ଦ ହେଲେ ପୁଣି ପଢାନ୍ତି।ବାକି ଅଧ୍ୟାପକ ମାନେ ଅନ୍ୟ ଦେଶକୁ ଚାଲି ଯାଇଛନ୍ତି।ସେଠି ରହି ତାଙ୍କ ପାଠପଢା କାମ ଜାରି ରଖିଛନ୍ତି।

ତାଙ୍କ ପାଠପଢାର ଆଗକୁ କଣ ହେବ କିଛି ଜଣାନାଇଁ।ଏତେ ଖର୍ଚ୍ଚ କରି ପଢିବାକୁ ଯାଇଥିଲେ ସବୁ ବୃଥାଗଲା ଏ ଯୁଦ୍ଧ ପାଇଁ।ପିଲାମାନେ ଓ ତାଙ୍କ ବାପାମାଆ ଏଥିପାଇଁ ଚିନ୍ତିତ ଅଛନ୍ତି।ନିଜ ସନ୍ତାନର ଭବିଷ୍ୟତ କଣ ହେବ କିଛି ଭାବି ପାରୁ ନାହାଁନ୍ତି।ତଥାପି ଏତିକି ସନ୍ତୋଷ ଅଛି ଯେ ତାଙ୍କ ପିଲା ସୁରକ୍ଷିତ ତାଙ୍କ ପାଖକୁ ଫେରିଆସିଛି।ଯିଏ ଯୁଦ୍ଧକୁ ସାମନା କରିଛି ସେ ଜାଣିଛି ଯୁଦ୍ଧର ପରିବେଶ କେତେ ଭୟଙ୍କର।କେତେ ଭୟାକୁଳ ହୋଇ ଲୋକେ ରୁହନ୍ତି ସେଠାରେ ।


Rate this content
Log in

Similar oriya story from Inspirational