Madhabi Patel

Inspirational

3  

Madhabi Patel

Inspirational

ଯୁଦ୍ଧ ଏକାଦଶ ଭାଗ

ଯୁଦ୍ଧ ଏକାଦଶ ଭାଗ

5 mins
177


ଅନିମେଶ ମେଟ୍ରୋ ଭିତରେ ଫେବୃୟାରୀ ପଚିଶିରୁ ସତେଇଶି ଦୁଇଦିନ କେବଳ ବସି ବସି କଟେଇଲା । ପଚିଶି ତାରିଖ ଘରୁ କିଛି ଖାଦ୍ୟ ତିଆର କରି ନେଇଥିଲା । ଛବିଶି ସତେଇଶି ଦୁଇ ଦିନ

ବାହାରେ ଯୁଦ୍ଧ ଚାଲିଥିଲା । ତେଣୁ ଭିତରୁ ବାହାରି ପାରିନ ଥିଲା । ମନ ହେଉଥିଲା ଶୀଘ୍ର ନିଜ ଦେଶକୁ ଉଡି ପଳାନ୍ତା । ହେଲେ ଉଡିବାର ସାଧ୍ୟ ନାହିଁ । ଯଦି ଦୁଇଟା ଡେଣା ଲାଗିଯାନ୍ତା ସେ ନିଶ୍ଚୟ ଉଡି ପଲାନ୍ତା ତା ଜନ୍ମମାଟିକୁ । ସେଇ ତୁଙ୍ଗ ଶିଖରୀଚୂଳ କୁଞ୍ଜ କାନନ ମାଳ ପରି ରୂପମୟୀ ଓଡିଶା ମାଟିକୁ । ତାର ମନେ ପଡୁଥିଲା ଆଲେକଜାଣ୍ଡାର ସେଲ୍କାର୍କଙ୍କ କବିତା 

ଥାଆନ୍ତା ଯଦି ମୋର ବିହଙ୍ଗ ପକ୍ଷ

ଲଙ୍ଘି ଭୀଷଣ ଗିରି ସମୁଦ୍ର ବକ୍ଷ

ଦେଖନ୍ତି ପ୍ରିୟଜନ ମୁଖ କମଳ

ହୁଅନ୍ତା ସନ୍ତାପିତ ପ୍ରାଣ ଶୀତଳ । 

ମାଆ ମାଟି ମନେ ପଡୁଥିଲା ବାରବାର । ତାର ଗାଆଁ ଚାଟଶାଳୀ, ତାର ଇଚ୍ଛା ନଈ,ଆମ୍ବବଣ , ସାଙ୍ଗସାଥୀ,ଭାଇଭଉଣୀ ସଭିଏଁ ମନେ ପଡୁଥିଲେ । 

ଅଠେଇଳ଼ଶି ତାରିଖ ବାହାରେ ଗୋଳାବାରୁଦ ଶବ୍ଦ ଟିକେ ଥମିଥିଲା । ସେ ସେହି ସୁଯୋଗରେ ଘରକୁ ଚାଲି ଆସିଲା । ସେଠି ଆସି ଶୁଣିବାକୁ ପାଇଲା ଅନେକ ଛାତ୍ର ନିଜ ଦେଶକୁ ଫେରିଗଲେଣି । ଆକାଶ ଗଙ୍ଗା ନାମରେ ଏକ ସ୍ୱୟଂସେବକ ଦଳ ପିଲାଙ୍କୁ ନିଜ ଦେଶକୁ ବାହୁଡାଇ ନେବାରେ ସାହାଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏସବୁ ମହତ୍ କାମ କରୁଛନ୍ତି । ଆଗରୁ କେତୋଟି ଝିଅପିଲା ଦଳହୋଇ ଯାଇ ସାରିଲେଣି । 


ସେ ବି ତରତରହୋଇ ବାହାରିଗଲା ଯିବା ପାଇଁ । ବେଶି ଓଜନ ଧରି ଚାଲି ଚାଲି ଯାଇ ପାରିବନି ବୋଲି ସେ ବାନ୍ଧି ରଖିଥିବା ଜିନିଷ ସବୁ ଛାଡି । କେବଳ ଦରକାରୀ କାଗଜ ଓ ଟଙ୍କା ଧରି ବାହାରିଗଲା । ନିଜର ଦୁଇଟା ଲ୍ୟାପଟପ୍ ଓ ହାଡଡିସ୍କ ବି ସେଠି ଛାଡି ଚାଲି ଆସିଲା । ସେତେବେଳେ ଜୀବନ ବଞ୍ଚାଇବା ବଡ ଥିଲା । ତା ଘରେ ବଞ୍ଚିଥିବା ଯାହା ରାସନ ଓ ବଡ ପାଣି ବୋତଲ ଥିଲା ଘର ମାଲିକ କୁ ଦେଇଦେଲା । ଘରମାଲିକ ଦୁଇଜଣ ବୁଢା ବୁଢୀ ଥିଲେ । ସେମାନଙ୍କର କେବଳ ଝିଅ ଦୁଇଜଣ ଥିଲେ । 


ତାପରେ ସେମାନେ ତିନିଜଣ ସାଙ୍ଗ ଅଧରାସ୍ତା ଚାଲି ଚାଲି ଆସିଲେ । ଅମିତ ହମ୍ଜା ନାମରେ ଜଣେ ରାଜସ୍ଥାନୀ ଛାତ୍ର ତା ସହ ରହୁଥିଲା ଆଉଜଣେ ଭାରତର ପିଲା ବି ଥିଲା । ରାସ୍ତାରେ ଆଉ ଦୁଇଜଣ ଭେଟ ହେଲେ ଜଣେ ବୁଦାପେଷ୍ଟ ଆସୁଥିଲା ଓ ଅନ୍ୟ ଜଣ ରୁମାନିଆଁ ଯାଉଥିଲା । । ବାଟରେ ସେମାନେ ଥରେ ଟେକ୍ସି ବୁକ କରିବାକୁ ଚେଷ୍ଟା କଲେ ସୌଭାଗ୍ୟକୁ ଟେକ୍ସି ଗୋଟେର ନମ୍ବର ଲାଗିଗଲା । ଟେକ୍ସି ଆସିବା ପରେ ସେମାନେ ସେଥିରେ ବସି ଟ୍ରେନ ଷ୍ଟେସନ ଯାଏ ଆସିଲେ । ରାସ୍ତାରେ ନିଜର ବଡକ୍ଲାସର ପିଲାମାନଙ୍କୁ ପଦବ୍ରଜରେ ଆସୁଥିବାର ଦେଖିଲେ । ଗାଡିରେ ବସିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ । ହେଲେ ସେମାନେ ମନା କଲେ । କାରଣ ସେମାନେ ବଡ ଦଳଟେ ଥିଲେ । ଗାଡିରେ ସମସ୍ତେ ବସି ପାରିନଥାନ୍ତେ । ରେଲଷ୍ଟେସନର ଦୂରତା ତାଙ୍କ କଲେଜରୁ ଆଠ କିଲୋମିଟର ଦୂରଥିଲା । ତଥାପି ସମସ୍ତେ ଚାଲି ଚାଲି ଆସୁଥିଲେ । ସେଥିପାଇଁ ଓଜନିଆଁ ଜିନିଷ ଟ୍ୟାପଟପ ଆଦି ଛାଡିବାକୁ ପଡିଥିଲା । ବାଟରେ ସାମନାଆଡୁ ଦୁଇଟି ଯୁଦ୍ଧ ଟ୍ୟାଙ୍କ ଆସିବାର ଦେଖିଲେ । ବଡ ଭୟ ପାଇଯାଇଥିଲେ ସେତେବେଳେ । ବୋଧହୁଏ ୟୁକ୍ରେନର ଟ୍ୟାଙ୍କ ଥିଲା ବୋଲି ବଞ୍ଚିଗଲେ । ଶତ୍ରୁ ପକ୍ଷର ହୋଇଥିଲେ ତାଙ୍କୁ ଛାଡିନଥାନ୍ତେ ଗୁଳିରେ ଉଡେଇ ଦେଇଥାନ୍ତେ । 

 

 ଯାହଉ ସେମାନେ ତିନିଜଣ ଖାର୍ଖିବ୍ ରେଲ ଷ୍ଟେସନରେ ପହଞ୍ଚି ସାରିଥିଲେ । ସେମାନେ ସେଠି ଅପେକ୍ଷା କରି ବସିଲେ । ଦୁଇଟା ଟ୍ରେନ ଆସିଲା ହେଲେ ପ୍ରଥମେ ମହିଳା ଓ ଶିଶୁମାନଙ୍କୁ ବସିବାକୁ ସୁବିଧା ଦେଉଥିଲା । ଏମିତି ଦୁଇଟି ଟ୍ରେନରେ ସେମାନେ ଉଠି ପାରିଲେନି । ତୃତୀୟ ଟ୍ରେନରେ ଯାଇ ସେମାନେ ପଶି ପାରିଲେ । ସନ୍ଧ୍ୟା ପାଞ୍ଚ ହୋଇ ସାରିଥିଲା ଟ୍ରେନ ଛାଡିଲା ବେଳକୁ । ଟ୍ରେନ ଛାଡିଲା ହେଲେ ଟ୍ରେନ ଭିତର ଲାଇଟ ସବୁ ବନ୍ଦ କରା ହୋଇଥିଲା । ଶତ୍ରୁପକ୍ଷଙ୍କ ଭୟରେ । ତଥାପି ଟ୍ରେନ ତୀବ୍ର ଗତିରେ ଚାଲିଥିଲା । ଏପରି ଭାବରେ ସେମାନେ ରାଜଧାନୀ କିଭର ଲବିବ୍ ଷ୍ଟେସନରେ ସକାଳ ଦଶଟାରେ ପହଞ୍ଚିଗଲେ । 

ଲବିବରେ ଖାଦ୍ୟ ଓ ପାନୀୟ ଯୋଗାଇ ଦେଉଥିଲେ । ରେଡକ୍ରସବାଲାମାନେ ସେବା ଦେଉଥିଲେ, ଡାକ୍ତରି ସୁବିଧା ବି ଦେଉଥିଲେ । 

ଲବିବରୁ ସେମାନଙ୍କୁ ଚପ୍ ଯାଏ ଯିବାର ଥିଲା । ସେଥିପାଇଁ ବସ ଭଡା କରିବାକୁ ପଡୁଥିଲା । ଗୋଟିଏ ବସରେ ପଚାଶ ଜଣ ଲେଖା ନେଉଥିଲା । ସେମାନେ ସେଠି ପଚାସଜଣ ହୋଇ ବସକୁ ଭଡାରେ ନେଲେ । ବସ୍ ବାଲା ସେଠିକା ଟଙ୍କା ଗ୍ରିଭେନ ନେବ ବୋଲି କହିଲା । ଅନିମେଶ ପାଖେ କେବଳ ଡଲାର ଥିଲା । ସେ ଡଲାରକୁ ଗ୍ରିଭେନରେ ପରିବର୍ତ୍ତିତ କରିଆଣିଲା ଏକ ଦୋକାନରୁ ଓ ଏକଶହ ପଚାଶ ଗ୍ରୀଭେନ ଭଡା ଦେଲା ବସପାଇଁ । 

ଲବିବରୁ ଚପ୍ ଆସିବାକୁ ଦିନ ତିନିରୁ ରାତି ନଅ ବଜିଗଲା । ସେଠାରେ ପୁଣି ଟ୍ରେନ ଧରି ଜାହୁନୀ ଯିବାର ଥିଲା । ସେଠି କଡାକଡି ଇମିଗ୍ରେସନ ବା ଚେକ୍ ଚାଲିଥିଲା । ପ୍ରାୟ ରାତି ଏକ ଯାଏ ଧାଡିରେ ଠିଆହେବାକୁ ପଡିଲା ତେଣୁ ତାର ମୁଣ୍ଡ ବୁଲାଇଲା । ତାକୁ ନେଇ ଏକ ଖଟରେ ଶୋଇବାକୁ ଦେଲେ । ସେଣ୍ଡବିଚ୍ ଓ ଚା ଖାଇବାକୁ ଦେଲେ । ଡିହାଇଡ୍ରେସନ ପାଇଁ ଏସବୁ ହୋଇଛି ବୋଲି ଡାକ୍ତର କହିଲେ ଔଷଧ ଦେଲେ ଖାଇବାକୁ । ଚବିଶି ଫେବୃୟାରୀରୁ ଖାଇବା ଶୋଇବାର ଠିକଣା ନଥିଲା ସେଥିପାଇଁ ଏହା ହୋଇଥିଲା । କେବଳ ତାର ନୁହେଁ ଆଉ ଅନେକଙ୍କ ବି ଏ ସମସ୍ୟା ହେଉଥିଲା ସେଠାରେ । 

ସେଠି କଡାକଡି ଚେକ୍ ହେଉଥିଲା । 

ଚପରେ ବହୁତ ଲୋକ ଭିଡ ଥିଲେ । ସବୁ ଅଞ୍ଚଳରୁ ଲୋକ ଆସି ସେଠି ଜମା ହେଉଥିଲେ । ତାପରେ ନିଜ ଦେଶ ଯାଉଥିଲେ । 

ସେଠିକା ବାସିନ୍ଦାଙ୍କୁ ବାହାର ଦେଶକୁ ଯିବାକୁ ଦେଉ ନ ଥିଲେ । ଅଠରରୁ ଷାଠିଏ ବର୍ଷର ପୁରୁଷ ବାହାର ଦେଶ ଯିବା ମନା ସେଠାରେ । ସେମାନେ ସୈନ୍ୟ ଅଭାବରୁ ଦେଶ ପାଇଁ ଯୁଦ୍ଧ ଲଢିବାକୁ ବାଧ୍ୟ ହେଉଥିଲେ । 

ଝିଅମାନେ ଯାଇ ପାରୁଥିଲେ । ବୁଢାବୁଢୀମାନେ ବି ଯାଇପାରୁନଥିଲେ ବାହାରକୁ । ତାପରେ ତାଙ୍କୁ ଟ୍ରେନ ଟିକେଟ ମିଳି ଯାଇଥିଲା । ବିଦେଶୀ ଛାତ୍ରଙ୍କୁ ଯିବାକୁ ଦେଉଥିଲେ । 

ଚପ୍ରୁ ରାତି ଗୋଟାଏରେ ଟ୍ରେନ ଛାଡିଲା । ଜାହୁନୀରେ ପହଞ୍ଚିବା ବେଳକୁ ରାତି ତିନି ବଜିଥିଲା । ଜାହୁନୀ ହେଉଛି ହଙ୍ଗେରୀର ବର୍ଡର ଜାଗା । ଯଦିଓ ଜାହୁନୀ ଛୋଟ ଷ୍ଟେସନ ଥିଲା ତଥାପି ସେଠାରେ ଲୋକମାନେ ଯାତ୍ରୀଙ୍କ ସେବା କାମ କରୁଥିଲେ । ଖାଦ୍ୟ ପାନୀୟ ଜୁସ ଆଦି ଦେଉଥିଲେ । 

ରାତି ତିନିରୁ ସକାଳ ଆଠଯାଏ ସେଠି ଅପେକ୍ଷାକଲେ ସେମାନେ । 

ସେଦିନ ଥିଲା ମାର୍ଚ୍ଚ ଦୁଇ ତାରିଖ । ପୁଣି ଏକ ଟ୍ରେନରେ ତାଙ୍କୁ ସକାଳ ଆଠଟାରେ ନିଆଗଲା । ଏ ଟ୍ରେନ ମାଗଣାରେ ନେଉଥିଲା ଯାତ୍ରୀମାନଙ୍କୁ । ସେମାନେ ସେଇ ଟ୍ରେନରେ ବୁଦାପେଷ୍ଟ ଯାଏ ଗଲେ । ଜଣେ ସାଙ୍ଗ ସେଠି ରହିଗଲା । ଆଉଜଣେ ରୁମାନିଆ ଚାଲିଗଲା । 

ବୁଦାପେଷ୍ଟରେ ବି ବହୁତ ଲୋକ ଭିଡ ହୋଇଥିଲେ । ସେଠି ଡ୍ରେସ ଖାଦ୍ୟ ପାନୀୟ ସବୁ ବଣ୍ଟା ହେଉଥିଲା । ଯେଉଁ ଲୋକ ସେଠିକା ଭାଷା ଜାଣୁନଥିଲେ ଲୋକଥିଲେ ଇଂରାଜୀରେ ଟ୍ରାନସଲେଟ କରି ବୁଝାଇବାରେ ସାହାଯ୍ୟ କରୁଥିଲେ । 

ସେଠାରେ ସବୁ ରାଜ୍ୟର ବସ ଥିଲା । ଭାରତ ଲେଖା ହୋଇଥିବା ବସରେ ସେମାନେ ଚଢିଲେ ଦଳହୋଇ । 

ସେ ବସରେ ଥରକୁ ପଚାଶଜଣ ଲୋକ ନେଉଥିଲା । 

ସେମାନଙ୍କୁ ନେଇ c r f o ଲେଖା ହୋଇଥିବା ଅଫିସରେ ରହିବାକୁ ଦିଆଗଲା । ମାର୍ଚ୍ଚ ଦୁଇ ତାଇଖ ରାତିଟା ସେଠି କଟେଇଲେ । ରାତିରେ ରୋଟି ଭାତ ଡାଲି ଖାଇବାକୁ ଦେଇଥିଲେ ସେଠି । 

ତିନି ତାରିଖ ଦିନ ଦଶବଜେ ଏକ ବସ ଆସି ତାଙ୍କୁ ବସିବାକୁ କହିଲା । ସେମାନେ ଜାଣିନଥିଲେ କୁଆଡେ ଯାଉଛନ୍ତି । ଯାହା କହିଲେ ତାଙ୍କ ଆଦେଶ ମାନି ଯିବାକୁ ବାହାରିଲେ । ଏ ବସ ବଡ ଥିଲା ଦୁଇଶହ ଜଣ ଯାତ୍ରୀ ଥିଲେ ବସରେ । ଦିନ ବାରଟା ବେଳକୁ ବସ୍ ଏୟାରପୋର୍ଟରେ ପହଞ୍ଚିଲା । ସେଠି ଏକ ଘଣ୍ଟା ଅପେକ୍ଷା କରିବା ପରେ ବୋଡିଙ୍ଗପାସ ପାଇଁ ଧାଡି ଲାଗିବାରୁ ବୋଡିଙ୍ଗପାସ ମିଳିଗଲା । ତାପରେ ଗୋ, ଏୟାର ବିମାନରେ ଚଢିଲେ । ସେ ବିମାନଟି ପ୍ରଥମେ ଇରାନ ଯାଏ ଗଲା ସେଠି କିଛି ସମୟ ରହି ବିମାନରେ ତେଲ ଭରିଲା ଓ ଦିଲ୍ଲୀ ଅଭିମୁଖେ ବାହାରିଲା । 

ମାର୍ଚ୍ଚ ଚାରି ତାରିଖ ସକାଳ ଚାରିବଜେ ସେମାନେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଲେ । ଏବେ ଭାରତ ମାଟି ଛୁଇଁବା ପରେ ସଭିଙ୍କ ମନରେ ଟିକେ ଶାନ୍ତି ଫେରିଥିଲା । ନିଜ ଦେଶମାଟିର ଭୁରୁ ଭୁରୁ ମନମତାଣିଆ ସୁଗନ୍ଧଟେ ଆସି ତାଙ୍କ ମନ ପ୍ରାଣକୁ ଉନ୍ମଦନାରେ ଭରିଦେଲା । 

କ୍ରମଶଃ



Rate this content
Log in

Similar oriya story from Inspirational