Madhabi Patel

Inspirational

3  

Madhabi Patel

Inspirational

କଫି

କଫି

2 mins
119



ଚା କି କଫି ଟିକେ ନ ହେଲେ ସୁଜାତାର ମୁ୍ଣ୍ଡ ବିନ୍ଧା ହୁଏ।ସକାଳୁ ଉଠୁ ଉଠୁ ମୁହଁ ନଧୋଇ ତାପାଇଁ ଚା ପହଞ୍ଚି ଯାଉଥିଲା। ହେଲେ ଆଜି ଏଠି ବ୍ୟତିକ୍ରମ ଘଟୁଛି।ଏବେ ସେ ଝିଅରୁ ବୋହୁ ପାଲଟି ଯାଇଛି।

ବିନା ଦାନ୍ତ ଘଷି ସ୍ନାନ ସୌଚ ନସାରି ସେ କିଛି ଛୁଇଁ ପାରିବ ନାହିଁ।ସ୍ନାନସାରି ପ୍ରଥମେ ପୂଜା କରିବ ତାପରେ ସମସ୍ତଙ୍କ ପାଇଁ ଚା କଲାପରେ ନିଜକୁବି ଚା କପେ ମିଳିବ।କନ୍ୟା ଥିଲାବେଳେ ଯେଉଁ ଚପଳପଣ ଥାଏ ହାତଗଣ୍ଠି ପଡିବାପରେ ଆପେ ଆପେ ପାକଳ ହେଇଯାଏ।ସେ ଦୟିତ୍ବର ବୋଝକୁ ମୁଣ୍ଡାଇବାକୁ ନିଜକୁ ପ୍ରସ୍ତୁତ କରି ସାରିଥାଏ।ଅନ୍ୟ ଏକ ନୂତନ ପରିବାରର ସଦସ୍ୟ ମାନଙ୍କୁ ନିଜ ସେବା ଭାବ ସ୍ନେହ ଶ୍ରଦ୍ଧା ବାଣ୍ଟି ଆପଣାର କରିନିଏ।ସେଇ ନୂଆଁ ଘର ତାପାଇଁ ତୀର୍ଥସ୍ଥଳ ପାଲଟିଯାଏ।ସେଠି ତାର ଖଇକଉଡି ବୁଣି ଅନ୍ତିମ ଯାତ୍ରା ହୁଏ।

ସେଠି ସେ ବୋହୁହେବାର ମାନ୍ୟତା ପାଏ,ମାଆ ହେଇ ନାରୀ ଜୀବନର ପୂର୍ଣତା ଆସେ। ପ୍ରିୟା ରୁ ପତ୍ନୀହେଇ କର୍ତ୍ତବ୍ୟ ସମ୍ପାଦନ କରେ।ନିଜକୁ ତିଳ ତିଳ ଜାଳି ଆଲୋକ ଦେଖାଏ ତାର ଛୋଟିଆ ପରିବାରକୁ।ମର୍ଯ୍ୟଦାର ପାଳନକରି ଏକ ସୁନ୍ଦର ସ୍ବର୍ଗରେ ପରିଣତ କରେ ତା ଛୋଟ ଘରଟିକୁ।ଜ୍ଞାନ ଗୁଣ ଶିଖାଇ ରୁଦ୍ଧିମନ୍ତକରେ ତା ସନ୍ତାନକୁ। ଧୂଳିମାଟିର କୁଡିଆକୁ ସେ ଚାହିଁଲେ ସ୍ବର୍ଗ ରେ ପରିବର୍ତ୍ତିତ କରିପାରେ।ଆଉ ନହେଲେ ନର୍କବି ବନାଇପାରେ ତା କଳିହୁଡି ସ୍ବଭାବରେ।।ନାରୀ ଭିତରେ ଭଲ ଖରାପ ଉଭୟ ଗୁଣ ରହିଛି। ସେ ଯେତିକି ମମତାମୟୀ ସେତିକି ଅହଙ୍କାରୀ ଇର୍ଷାଳୁବି ହେଇଥାଏ।ହେଲେ ପ୍ରାୟ ନାରୀ ନିଜ ପରିବାର ପାଇଁ ନିଜ ସନ୍ତାନ ସନ୍ତତିପାଇଁ ମମତାମୟୀହିଁ ହେଇଥାଏ।

ସେ ଚା କପ୍ କଣ ତାର ନିଜ ଜୀବନର ସବୁପସନ୍ଦ ତ୍ୟାଗ କରିଦିଏ ନିଜ ପରିବାରର ସୁଖ ପାଇଁ। ନାରୀ ଯେତିକି ଦିଏ କେହି ଦେଇ ପାରିବେନି।ନାରୀ ତାର ସ୍ବଚ୍ଛନ୍ଦତାକୁ ବି ଦାନ କରିଦିଏ ନିଜ ପରିବାର ପାଖରେ।ଅନ୍ୟର ଖୁସିକୁ ଆପଣାର କରେ ସେଥିରେ ସେ ନିଜ ଖୁସି ଖୋଜିନିଏ।ସନ୍ତାନର ମୁଖରେ ଦରୋଟି ହସ ଦେଖିଲେ ସ୍ବାମୀର ମୁହଁରେ ପ୍ରଶାନ୍ତିର ଭାବଟେ ଦେଖିଲେ ସେ ନିଜ ଜୀବନର ସାର୍ଥକତା ହେଲା ବୋଲି ଭାବେ।ନିଜ ଭିତର ଯନ୍ତ୍ରଣା ଆବେଗ ସବୁକୁ ଘୋଡେଇ ରଖେ ଯଉମୁଦ ଦେଇ।ସକାଳୁ ରାତିଯାଏ ଦଉଡୁଥାଏ ଘରର ଏ ମୁଣ୍ଡରୁ ସେ ମୁଣ୍ଡ।ଚୁଲିମୁଣ୍ଡରେ ତାର ଜୀବନ ଆରମ୍ଭ ହେଇ ଅଫିସଯାଏ ଲମ୍ବିଥାଏ।ହେଲେ ସବୁ ଜାଗାରେ ସେ ତାର ଶାଳୀନତା ସରଳ ପଣ ମର୍ଯ୍ୟଦାର ପାଳନକରେ।ନିଜଘରକୁ ଆଉ ଟିକେ ସୁଖ ସମୃଦ୍ଧି ଦେବା ପାଇଁ ଅନବରତ ସହଯୋଗ ଦେଇ ଚାଲିଥାଏ।

ନାରୀ ଯଦି ବ୍ୟଭିଚାରାଣୀ ହେଇଯାଏ,ସ୍ବାର୍ଥପର ହେଇଯାଏ ତାହେଲେ ସେଘରର ସୁଖ ଚୂର୍ଣ ବିଚୁର୍ଣ ହେଇଯାଏ।ଏସବୁ ସୁଜାତା ତା ମାଆକୁ ଦେଖି ଅନୁଧ୍ୟାନ କରି ଶିଖିଛି।ମାଆ କେମିତି ପରିବାରରେ ତାଳମେଳ ରକ୍ଷାକରି ସମସ୍ତଙ୍କୁ ଖୁସୀ ରଖନ୍ତି ନିଜର ପସନ୍ଦକୁ ମାରନ୍ତି ସେ ସବୁ ଅନୁଧ୍ୟାନ କରିଛି ପିଲାବେଳୁ।ଏବେ ତାର ପାଳିଆସିଛି।ସେ ଏବେ କନ୍ୟାରୁ ବଧୂ ପାଲଟିଛି।ଆଜି ତାର ପ୍ରଥମଦିନ ତା ଶାଶୁଘରେ।

ସେ ତାର ଦାୟିତ୍ବ ତୁଲାଇବାକୁ ପ୍ରସ୍ତୁତ ହେଇ ଯାଉଥିଲା। ଏବେ ବେଡଟିର ଅଭ୍ୟାସକୁ ଛାଡିବା ହେଉଛି ତାର ପ୍ରଥମ ବଳିଦାନ।



Rate this content
Log in

Similar oriya story from Inspirational