Madhabi Patel

Inspirational

2  

Madhabi Patel

Inspirational

ଅନୁଭଵରୁ ଶିକ୍ଷା

ଅନୁଭଵରୁ ଶିକ୍ଷା

3 mins
78


ରଶ୍ମିତା ଓ ସୁବ୍ରତ ଜଣେ ସମ୍ପର୍କୀୟଙ୍କ ଘରେ ଭଡାରେ ରହନ୍ତି।ଘରମାଲିକ ଘରର ବାଡିପଟେ ଏକ ରୋଷେଇଘର ସହିତ ବଡହଲ୍ କରିରଖିଥିଲେ।କେବେ କାମରେ ଆସିବ ବୋଲି।ବାଡି ଭିତରେ ସମସ୍ତେ ବ୍ୟବହାର କରିପାରିବେ ଭଳି ସ୍ନାନଘର ଓ ପାଇଖାନାଟେ ବି ଅଛି।ବାଡିରେ କୂଅଟେ ବି ଅଛି।ଲାଇନ ନଥିଲାବେଳେ ପାଣି କାଢିହୁଏ।ଅନେକ ଫଳ ଫୁଲଗଛରେ ବଗିଚାଟି ପରିପୂର୍ଣ୍ଣ।ପୂଜାଫୁଲରୂପେ ଚମ୍ପାକଢି ବିଭିନ୍ନ କିସମର ମନ୍ଦାର ଟଗର ମଲ୍ଲି କନିଅର ଅପରାଜିତା ପ୍ରଭୃତି ବାରମାସ ମିଳିଯାଏ।

ଅମୃତଭଣ୍ଡା ପିଜୁଳି ଦେଶି ଓ କଲମୀ ଜାତୀୟ ଆାମ୍ବ ଡାଳିମ୍ବ ପ୍ରଭୃତି ଫଳ ବି ଲଗାଇଛନ୍ତି।ହେଲେ ଖାଇବାକୁ ଲୋକ ନାହିଁ।ଘରମାଲିକ ମାଲିକାଣୀ ସହରରେ ରୁହନ୍ତି।ଗାଁରେ ତାଙ୍କ ମାଆବୁଢୀଏକା ରହୁଛନ୍ତି।

ବେଳେ ବେଳେ ସେମାନେ ଆସି ତାଙ୍କ କଥା ବୁଝାବୁଝି କରି ଯାଆନ୍ତି।ବିରାଟ ଘର ହେତୁ ଅଧାଘର ଭଡାରେ ଲଗାଇ ଦେଇଛନ୍ତି ଆଉ ଦୁଇଟା ପରିବାର ଭଡା ରୁହନ୍ତି ସେଠି।ହେଲେ ରଶ୍ମିତା ଉପରେ ଆଈବୁଢୀ ନିର୍ଭଭରଶୀଳ |ତାକୁ ସଂପର୍କିୟ ଜାଣି ସୁଖଦୁଃଖରେ କାମରେ ଆସିବ ବୋଲି ଭଡାରେ ରଖିଛନ୍ତି।ରଶ୍ମିତା ଜଣେ ସ୍ନେହୀ ଯୁବତୀ।କଥାବାର୍ତ୍ତା ମାନ୍ୟ ବ୍ୟବହାରରେ କାର୍ପଣ୍ୟ ଭାବନାହିଁ।ସବୁବେଳେ ହସହସ ମୁହଁ।ପରକୁ ଆପଣାର କରିବାର ଭାବ ତା ପାଖରେ ଭରପୁର ରହିଛି।ସେ ପ୍ରାୟତଃ ଯାହା ରୋଷେଇକରେ ଆଈବୁଢୀ ସହ ଭାଗ କରେ।ବୁଢୀବି ତା ବଗିଚାରେ ଯାହା ପନିପରିବା ଫଳମୂଳ ହୁଏ ତାକୁ ଅଧେଦିଅନ୍ତି |ଗୋତି ଶ୍ରମିକ ଜଣେ ଅଛି ବାଡିରେ ସବୁ କାମ କରିବାକୁ ବହୁତ ପୁରୁଣା ଲୋକ ନିଜର ହେଇ ଯାଇଛି।ଏମିତି ପରସ୍ପର ନର୍ଭରଶୀଳ ହୋଇ ଖୁସିରେ ଚଳିଯାଉଥିଲେ ସେମାନେ।

ଏବେ କରୋନା ଆସିବା ଦିନୁ ରଶ୍ମିତା ଆଉ ଆଈ ଘରଆଡେ ଯାଇପାରିନି।ଦିନେ ସନ୍ଧ୍ୟା ସମୟରେ ଆଈ ଘରଆଡୁ କିଛି ଶୋରଶବ୍ଦ ନ ଶୁଣି ସେ ଆଈକୁ ବାଡିପଟୁ ବଡପାଟିରେ ଡାକିଲା।ବୁଢୀ କୌଣସିମତେ ଉଠି ବାଡି କବାଟ ଖୋଲି କହିଲେ ତାଙ୍କୁ ଝାଡାହେଉଛି ଦୁର୍ବଳ ହେଇ ପଡିଛନ୍ତି।ରଶ୍ମିତା ତା ଘରେ ଥିବା ଔଷଧ ଡାଲାକୁ ଘାଣ୍ଟି ପକାଇଲା ହେଲେ ଝାଡା ଔଷଧ ସରିଯାଇଥିଲା।ଇଲେକ୍ଟ୍ରାଲ ପାଣି ବି ପିଇବାକୁ ଦେବାକୁ ପଡିବ।ଝାଡାହେବାଫଳରେ ଦେହର ପାଣି ଅଂଶ ନିଶ୍ଚୟ କମିଥିବ |ହେଲେ ଏବେ କଣ କରିବ ଗାଁର ସମସ୍ତଙ୍କ ତାଟି କବାଟ ବନ୍ଦ ହେଇଯାଇଛି କରୋନା ପାଇଁ।ସେ ଗାଁଟି ସହରକୁ ଲାଗି ଥିବାରୁ ପୋଲିସଦଳ ଆସି ବାହାରକୁ କେହି ନ ବାହାରିବା ପାଇଁ ସତର୍କ କରି ଦେଇ ଯାଉଛନ୍ତି।

ସେ କାହାଠୁ ଔଷଧ ପାଇବ?ଗାଁର ଔଷଧବାଲା ସହ ତାଙ୍କର ବ୍ୟବସାୟିକ ସମନ୍ଧ ଅଛି।ତା ସ୍ୱାମୀ ଫାର୍ମାସିଷ୍ଟଥିବାରୁ ଘରେ ଅନେକ ରୋଗି ଆସନ୍ତି।ସେ ଯୋଉ ଔଷଧ ବରାଦ କରନ୍ତି ପାଖ ଦୋକାନରୁ ସମସ୍ତେ କିଣନ୍ତି।ତାଙ୍କ ପାଇଁ ଦୋକାନଟା ଚଳେ ବୋଲି ସେ ତାଙ୍କୁ ଖାତିର୍ କରେ।ଏବେ କୋରୋନା ପାଇଁ ତା ସ୍ୱାମୀ ବେଦାନ୍ତ ହସପିଟାଲ ରେ ରହିଯାଉଛନ୍ତି ଗାଡିଚଳପ୍ରଚଳ ବନ୍ଦଥିବାରୁ।ସେଠି ରହିବାକୁ ସ୍ୱତନ୍ତ୍ର କୋଠରି ମିଳିଛି।ପ୍ରତିଦିନ ବେଡସିଟ ଟାଓ୍ବେଲ ସବୁ ଚେଞ୍ଚ କରା ହେଉଛି।ସେନିଟାଇଜର କରାହେଉଛି କୋଠରି ଗୁଡାକ।ସେଥିପାଇଁ ସେ ଏବେ ପୁଅସହ ଏକା ରହୁଛି ଘରେ|।ଟିପୁ ବୋଲି ବୁଲା କୁକର ଛୁଆଟେ ପାଳିଥିଲା।ଏବେ ବଡହେଲାଣି।ସେ ଘର ବାହାରେ ଶୋଇ ପହରା ଦିଏ ରାତିରେ।ଦିନ ହେଉବା ରାତି ଘରକୁ କାହାକୁ ଛାଡେନି।ଜୋରରେ ଭୁକେ।ସେଥିପାଇଁ ଆଈ କୁହନ୍ତି ଏ କୁକୁରକୁ ଛାଡିଦିଅ।ତାକୁ ଦେଖିଲେ ଡର ଲାଗୁଛି।ହେଲେ କୁକୁରଟି ତା ଘରର ସଦସ୍ୟଟେ ବନି ଯାଇଛି।ତାକୁ ଛାଡିଲେବି ସେ ଘରୁ ଯାଉନି।ଏବେ ସମସ୍ୟାହେଲା ଏ ରାତିରେ ଦୋକାନକୁ ଯିବ କିଏ।ସେ କି ପୁଅ ତ ଏ ବିପଦ ଉଠାଇବେ ନାହିଁ।ସେ ଦୋକନୀର ନମ୍ବରରେ ଫୋନ ଲଗାଇଲା।ତା ସ୍ତ୍ରୀ ଉଠାଇଲା ଫୋନ।ସେ ସବୁ ସମସ୍ୟା କହିବାରୁ ଘର ପଛ ଦରଜାକୁ କାହାକୁ ପଠାଅ ବୋଲି କହିଲା।ସେ ତା କୁକୁର ଟିପୁକୁ ବ୍ୟାଗଟେ ଦେଇ ପଠାଉଛି ବୋଲି କହିଲା।ବ୍ୟାଗରେ କିଛି ଟଙ୍କା ରଖି ସେ କୁକୁର ମୁହଁରେ ପଠାଇଲା।ମାତ୍ର ଦଶମିନିଟ ଭିତରେ କୁକୁର ଔଷଧ ଧରି ଚାଲିଆସିଲା।ଆଜି ବିପଦବେଳେ ପଶୁଟାହିଁ କାମରେ ଆସିଲା।ଏବେ ସେ ବିଲମ୍ବ ନ କରି ଔଷଧ ନେଇ ଆଈକୁ ଖୁଆଇଲା।ଇଲେକ୍ଟ୍ରାଲ ପାଣି କରି ବାରମ୍ବାର ପିଇବାକୁ ଦେଲା।ତାଘରେ ଖାଇବା ଜିନିଷ ଯାହା ପାଇଲା ଆଣି ତାଙ୍କୁ ଖାଇବାକୁ ଦେଲା।ସକାଳକୁ ଆଈ ଟିକେ ଭଲ ହେଇଗଲେ।ସେ କହିଲେ ତୋ ପାଇଁ ବଞ୍ଚିଗଲି ଲୋ ନାତୁଣୀ।ରଶ୍ମିତା କହିଲା ମତେ ଧନ୍ୟବାଦ ଦିଅନି ଦେବାର ଅଛି ତ ଟିପୁକୁ ଦିଅ।ସେ ରାତିରେ ଯାଇ ଔଷଧ ଦୋକାନରୁ ଔଷଧ ଆଣିଛି।ଏବେ ତ ଲୋକମାନେ ଅଛୁଆଁ ବନି ଯାଇଛୁ ସମସ୍ତଙ୍କ ପାଇଁ ଦରଜା ବନ୍ଦ ହେଲେ ପଶୁପକ୍ଷୀଙ୍କ ପାଇଁ ଖୋଲା।ଯାହାକୁ ସବୁବେଳେ ଗାଳିକର ,ସେହିଁ ଆଜି କାମରେ ଆସିଲା। ସେ ଘରମାଲିକକୁ ଫୋନକରି ଆଈଙ୍କ ଦେହ ଖରାପ କଥା କହିଲା।ସେ କହିଲେ ଆମେତ ଏଠି ବନ୍ଦ ଯୋଗୁ ଏବେ ଯିବାକୁ ନିରୁପାୟ।ତୁମେ ନିଜର ଭାବି ତାଙ୍କର ଦେଖାଶୁଣା କରୁଥାଅ।

ଆଜି ଏମିତି ସମୟ ଆସିଛି ଯିଏ ପାଖରେ ଅଛନ୍ତି ପଡୋଶୀ ହୁଅନ୍ତୁ କି ବନ୍ଧୁ ସେହିଁ କାମରେ ଆସିବେ |

ନିଜ ପୁଅଝିଅ ସବୁ ଦୂରେ ନିରୁପାୟ ଦାୟିତ୍ୱ ତୁଲାଇବା ପାଇଁ।

ଏବେତ ରଶ୍ମିତା ଟିପୁ ଦ୍ୱାରା ରାସନ ସାମାନ ବି ମଗାଇ ଆଣୁଛି।କାଗଜରେ ଜିନିଷର ନାମ ଓ ପରିମାଣ

 ଲେଖି ଟଙ୍କା ଭର୍ତ୍ତି କରିଦେଲେ ସେ ବ୍ୟାଗ ନେଇ ଦୋକାନ ଚାଲିଯାଉଛି।ସେ ଦୋକାନୀକୁ ଫୋନକରି ବତାଇଦିଏ ଟିପୁକୁ ଦେଇଦେବ ବୋଲି।ଆଜି କରୋନା ଆସିବା ପରେ ଆମେ ଅନ୍ୟ ପ୍ରାଣୀଙ୍କ ମହତ୍ତ୍ୱ ବୁଝୁଛୁ।

ଏବେ ଆଈ ବି ଟିପୁ ବିପକ୍ଷରେ କିଛି କହୁ ନାହାଁନ୍ତି ବରଂ ତାଙ୍କର ଗେହ୍ଲା ବନି ଯଇଛି। ବେଳେବେଳେ କିଛି ଖାଇବା ଆଣି ଦେଉଛନ୍ତି।

ଗଛପତ୍ର ପଶୁପକ୍ଷୀ ସମସ୍ତେ ପ୍ରକୁତିର ଅଂଶ ବିଶେଷ।ପ୍ରକୃତି ମଣିଷର ଏକଚାଟିଆ ଅଧିକାର ନୁହେଁ।ଏକଥା ବୁଝିବାକୁ ପଡିବ ମଣିଷକୁ।



Rate this content
Log in

Similar oriya story from Inspirational