Ambuja Mohanty

Drama Crime Thriller

5.0  

Ambuja Mohanty

Drama Crime Thriller

ଏକ ହତ୍ୟା କାଣ୍ଡ

ଏକ ହତ୍ୟା କାଣ୍ଡ

6 mins
458


ଭୋର ପାଞ୍ଚଟା...ଶୀତଦିନ...


ସେଦିନ ବିଚ୍ ରାସ୍ତାରେ ହୋଇଗଲା ଗୋଟିଏ ହତ୍ୟାକାଣ୍ଡ।ଗୋଟିଏ ପନ୍ଦର ବର୍ଷର ଯୁବକକୁ ମୁଣ୍ଡ କାଟି ହତ୍ୟା କରାଗଲା। କି ବିଭତ୍ସ ସେ ହତ୍ୟା, ମୁଣ୍ଡ କାହିଁ ଦୂରରେ ପଡ଼ିଥାଏ। ଚକ୍ଷୁ ଡୋଳା ମାନ ଖୁବ୍ ବଡ଼ ବଡ଼ ହେଇ ଯାଇଥାଏ। ଲାଗୁଥାଏ ସେ ଯେପରି ଆଶା କରି ନଥିଲା ଏହି ମୃତ୍ୟୁକୁ। ଏହି ହତ୍ୟା ହେବ ବୋଲି ସେ ଜାଣି ନଥିଲା।କେହି ଜଣେ ଖୁବ୍ ବଡ଼ ଦାଦା ପାର୍ଟି ଲୋକ ମାରିଥିବେ ବୋଲି ଅନେକ ଲୋକ କଥା ହେଲେ। ହେଲେ କେହି ପ୍ରତ୍ୟକ୍ଷଦର୍ଶୀ ନଥିଲେ ବୋଲି ସମସ୍ତେ କହିଲେ...ସମସ୍ତେ କଣ ମିଛ କହୁଥିଲେ। ଅନେକ ଚାହା ଜଳଖିଆ ଦୋକାନ ସେଠାରେ କିନ୍ତୁ କେହି କେମିତି ଦେଖି ପାରିଲେ ନାହିଁ।ସେ କଣ ପାଟି କରି ନଥିଲା।ବିଚଳିତ ହୋଇପଡ଼ିଲା ପୋଲିସ । କିପରି ଏହି ହତ୍ୟାକାଣ୍ଡ ଯାହାର କେହି ଆଖିରେ ଦେଖିଥିବା ସାକ୍ଷୀ ନାହିଁ। ତଦନ୍ତ ଚାଲିଲା।ସବୁଦିନ ପଚରା ଉଚୁରା କରିବା ଆଦି ଦ୍ଵାରା ସାକ୍ଷୀ ପ୍ରମାଣ ଯୋଗାଡ଼ କରିବା ହେଲେ ସବୁଥିରେ ବିଫଳ ହେଇଥିଲା ପୋଲିସ ।


ସେଦିନ ସଂଧ୍ୟା, ପୋଲିସ ଅଫିସର ବସି ଭାବୁଥିଲେ ଏମିତି ଗୋଟିଏ ହତ୍ୟାକାଣ୍ଡ କୌଣସି ବିନା ସାକ୍ଷୀ ପ୍ରମାଣ ବିନା କିପରି ସମ୍ଭବ...ତେବେ ଏହି ମୁହୂର୍ତ୍ତରେ ଜଣେ ବୃଦ୍ଧ ଆଗମନର ସୂଚନା ହେଲା ତାଙ୍କୁ... ଆଖିରେ କଳା ଚଷମା ଆଉ ହାତରେ ବାଡି..ଏହି ପରି ଅବସ୍ଥାରେ ବୃଦ୍ଧଙ୍କୁ ଦେଖି ପୋଲିସ ବାବୁ ପ୍ରଶ୍ନ କରିଲେ..??

"ସାର୍ ଆପଣଙ୍କ କିଛି ସହାୟତା କରି ପାରିବି କି??"

ନା ନା ଆପଣଙ୍କ ସହିତ କିଛି ସମୟ କଥା ହେବାର ଥିଲା.... ହେଲେ ଏହି ବ୍ୟକ୍ତି ତାଙ୍କର କେହି ସମ୍ପର୍କୀୟ ପ୍ରତୀତ ହେଉନାହାନ୍ତି ତାଙ୍କ ସହ ପୁଣି କିଭଳି ପ୍ରକାର କଥା ବାର୍ତ୍ତା କରିବେ ସେ ?

ହେଲେ ନିଜର କର୍ତ୍ତବ୍ୟକୁ ଆଖି ଆଗରେ ରଖି ସେ କହିଲେ ଆସନ୍ତୁ ସାର୍... ବସନ୍ତୁ..ନା ନା ଏଠାର ନୁହେଁ ଅନ୍ୟତ୍ର.. ଯେଉଁଠାରେ ଆମ କଥା କେହି ଶୁଣି ପାରିବେ ନାହିଁ ହଉ ..ଏହା କହି ପୋଲିସ ତାଙ୍କୁ ପଥ କଢ଼େଇ ନେଇ ଚାଲିଗଲେ ତାଙ୍କ ବ୍ୟକ୍ତିଗତ ରୁମ୍ କୁ ନେଇ ଚାଲିଗଲେ।

ଏବେ ବୃଦ୍ଧ ଚକ୍ଷୁରୁ ଚଷମା କାଢି ପାଖରେ ଥିବା ଟେବୁଲ୍ ରେ ରଖିଲେ ଆଉ ହାତରେ ସେହି ବାଡି କୁ ଆଉଜେଇ ରଖିଲେ। ଆଖିକୁ ହାତରେ ମଳି ସେ ଚାହିଁଲେ ପୋଲିସ ବାବୁଙ୍କ ଆଡ଼କୁ। ପୋଲିସ ଚକିତ ହୋଇ କହିଲେ .. ଆପଣ ଅନ୍ଧ ନୁହନ୍ତି??

ନା ମୁଁ ଅନ୍ଧ ନୁହେଁ..ଆପଣଙ୍କ ସେହି ହତ୍ୟା ଘଟଣାର ଏକମାତ୍ର ସାକ୍ଷୀ ମୁଁ ବୋଧେ।

ମାନେ...ପୋଲିସ କହିଲେ...

ଆପଣ ମୋର ବୟାନ ରେକର୍ଡ କରି ପାରିବେ କିଏ ଜାଣେ ମତେ କେହି ମାରି ଦେଇ ପାରେ।

ମାନେ ...

ମୁଁ କହୁଛି ଶୁଣନ୍ତୁ..ମୋର ଗୋଟିଏ ପରିବାର ମୁଁ ମୋ ବୋହୂ ଓ ମୋ ନାତି (ଯାହାର ହତ୍ୟା ହେଲା) କୁ ନେଇ।ମୋ ପୁଅ ମୋ ନାତି ଜନ୍ମ ପରେ ଆର ପାରିକୁ ଚାଲିଗଲା ..ସେଥି ପାଇଁ ଜୀବନରେ ଗୋଟିଏ ଅବଶୋଷ ରହିଗଲା। ସବୁ ଠିକ୍ ଥିଲା କିନ୍ତୁ ସେଦିନ ମୋ ବୋହୂର ଜଣେ ପୁରୁଷ ବନ୍ଧୁ ଆମ ଘରକୁ ଆସିଲେ। ତାଙ୍କର ବ୍ୟବହାର ଭଲ ଥିଲା।କିନ୍ତୁ ଦିନକୁ ଦିନ ତାଙ୍କର ଅତ୍ୟଧିକ ମିଳାମିଶା କାହିଁକି ସନ୍ଦେହ ସୃଷ୍ଟି କରିଲା। ମୁଁ ଏହି ବିଷୟରେ କହିଲି କିନ୍ତୁ ସେ ତାକୁ ପ୍ରତ୍ୟାଖାନ କରି ଦେଇ କହିଲା ମୋର ଚିନ୍ତାଧାରା କଳୁଷିତ। ଏହି ପରି କିଛି ଦିନ ପରେ ମୋ ନାତିକୁ ସେ ଅବହେଳା କରିବାକୁ ଲାଗିଲା..ମୁଁ ଏହି ସବୁ ଦେଖି ସହି ପାରେନି। ତେଣୁ ମୁଁ ତାକୁ ବାରମ୍ବାର ତାଗିଦ୍ କରିଲି। ହେଲେ ସେ କମ୍ ନୁହେଁ ମୋ କଥା ଆଦୌ ଶୁଣିଲା ନାହିଁ। ଦିନେ ମତେ ତମ ଆଖି ମୋତିଆ ବିନ୍ଦୁ ଅପରେସନ ହେବ କହି ନେଇଗଲା। ହେଲେ ମୋର ମୋତିଆ ବିନ୍ଦୁ ଆଖି ସହିତ ଅନ୍ୟ ଆଖିକୁ ଅନ୍ଧ କରିବାକୁ ଅନେକ ଅର୍ଥ ଦେଲା।ଏହି କଥା ମୁଁ ନିଜ କାନରେ ଶୁଣିଥିଲି। ହେଲେ ସେତେବେଳେ ମୁଁ ଅଧା ଆନାଷ୍ଟେଶିଆ ଅବସ୍ଥାରେ ଥିଲି। ଏବେ ମୋର ହୋସ ଫେରିଲା ବେଳକୁ ଡାକ୍ତର ମୋର ଆଖି ଖୋଲିବା ପାଇଁ ସମୟ ଦେଲେ।ହେଲେ ସେ ମୋ। ଉପରେ ଏତିକି ଦୟା କରିଥିଲେ ଯେ ମୋ ଚକ୍ଷୁର ଶକ୍ତି ଛଡେଇ ନ ନେଇ। ମୋ କାନରେ ସେ ଫିସ ଫିସ କହିଲେ ଆପଣ ଅନ୍ଧ ହେବାର ବାହାନା କରିବେ। ମୁଁ ବୁଝି ଗଲି ଆଉ ମୁଣ୍ଡ ଟୁଙ୍ଗାରି ସମ୍ମତି ଦେଲି। ମୋ ଆଖି ଖୋଲା ହେଲା ଆଉ ମୁଁ ମୋ ଦୃଷ୍ଟି ଶକ୍ତି ପକେଇଛି ବୋଲି ଚିତ୍କାର କରିବାକୁ ଲାଗିଲି। ହେଲେ ମୋ ବୋହୂ ଆଉ ତା ବନ୍ଧୁର ଚାପା ହସ ଠିକ୍ ଦେଖି ପାରୁଥିଲି।ଏବେ ମୋ ପାଇଁ। ଗୋଟିଏ ରୁମ୍ ଉଦ୍ଦିଷ୍ଟ ଥିଲା ମୁଁ ସେଠି ପଡ଼ିରହେ। ଜଣେ କାମବାଲୀ ମୋର କାମ କରେ ଆଉ ରାତିରେ ଚାଲିଯାଏ।

ବୋହୁ ଓ ତା ବନ୍ଧୁ ଦିନସାରା ପ୍ରେମ ସମ୍ବନ୍ଧରେ ବୁଡି ରୁହନ୍ତି। ହେଲେ କିଛି କହି ପାରେନି ମୁଁ। ମୋ ବାଧା ସିନା ହଟି ଗଲା କିନ୍ତୁ ବିପଦ ଯେ ମୋ ନାତି ଉପରେ ଥିଲା ତାହା ମୁଁ ଜାଣିନଥିଲି। ଜାଣିଥିଲେ ହୁଏତ କିଛି କରିପାରିଥାଆନ୍ତି। ସେଦିନ ରାତିରେ ମୁଁ ନିଦରେ ଥାଏ।ଏତିକି ବେଳେ ମାଆ ପୁଅଙ୍କ ପାଟି ଶୁଣିଲି। ତେଣୁ ମୋ ରୁମ୍ ଝରକାକୁ ଅଳ୍ପ ମେଲା କରି ମୁଁ ଦେଖିଲି କଣ ହେଉଛି। ଯେହେତୁ ସେ ମୋର ଦରଜା ବନ୍ଦ୍ କରି ରଖିଥାଏ ମୁଁ ଯାଇ ପାରୁନଥାଏ। ପୁଅ ଯେହେତୁ ବଡ଼ ହେଲାଣି ସେ ବୁଝି ପାରୁଥିଲା ମାଆର ଏହି କଳାକୃତି ସବୁ। ତେଣୁ ସେ ଖୁବ୍ ରାଗି ପାଟି କରୁଥିଲା।

ଏତିକି ବେଳେ ତାର ବନ୍ଧୁ ଆସି ପୁଅକୁ ସାନ୍ତ୍ଵନା ଦେଲା ଆଉ ସେ ଟିକିଏ ବୋଧ ହେବା ବେଳକୁ ମାଆ ପଛରୁ ଆସି ଗୋଟିଏ ଧାରୁଆ ଛୁରୀ ଧରି ତାର ବେକ କାଟି ଦେଲା। ଆଉ କହିଲା ମୋ ପ୍ରେମ ରାସ୍ତାରେ ତୁମେ ଦୁହେଁ କଣ୍ଟା ସାଜିଚ। ମୁଁ କେଉଁ କଣ୍ଟାକୁ ରଖିବାକୁ ଚାହେଁ ନାହିଁ।ପାଟିରୁ ମୋର କଥା ବାହାରି ଆସୁଥିଲା ହେଲେ ମୁଁ ମୁହଁକୁ ହାତରେ ଚାପି ଧରି ନିଜକୁ ଶାନ୍ତ କରିଲି। କାରଣ ଯଦି ମୁଁ ଏବେ ପାଟି କରେ ତେବେ ମୋର ମଧ୍ୟ ହତ୍ୟା କରାଯିବା ସ୍ବାଭାବିକ ଥିଲା। ହେଲେ ଏହି ନର ରକ୍ତ ପିପାସୁ ଡାହାଣୀ ମାଆର ନ୍ୟାୟ କରିବା ଜରୁରୀ ଥିଲା। ତେଣୁ ମୁଁ ନିଜକୁ ସମ୍ଭାଳି ନେଇ ଚୁପ୍ ରହିଲି। ତତ୍ ପାଶ୍ଚାତ ତାର ଶବକୁ ନେଇ ସେମାନେ ବଜାର ରେ ପକେଇ ଦେଇ ଆସିଲେ ।ଆଉ ସବୁ ପ୍ରମାଣ ହଟେଇ ଦେଲେ ରାତି ସାରା ବସି। ଏତିକି କହି ଦୀର୍ଘ ଶ୍ୱାସ ନେଲେ ବୃଦ୍ଧ। କହିଲେ ଆଜି ସମୟ ପାଇ ତୁରନ୍ତ ବାହାରି ଆସିଲି ଆପଣଙ୍କୁ ଏହି ଦୁନିଆ ଆଖିରେ ଅନ୍ଧ ହୋଇଥିବା ଚକ୍ଷୁ ଦେଖିଥିବା ସବୁ ସତ କଥାକୁ ବ୍ୟାଖ୍ୟା କରିବାକୁ। ସେମାନେ ଏବେ ଘରେ ଥିଲେ। ଆପଣ ତୁରନ୍ତ ଯାଆନ୍ତୁ ନଚେତ ଅସୁବିଧା ହେଇଯିବ। ମତେ ଖୋଜି ନ ପାଇ ସେମାନେ ଯଦି ଫେରାର ହେଇଗଲେ ତେବେ ମୋ ବାଳୁତ ନାତି ର ଆତ୍ମା ଶାନ୍ତି ପାଇବ ନାହିଁ। ଏତିକି କହି ଭୋ ଭୋ ହୋଇ କାନ୍ଦି ଉଠିଲେ ବୃଦ୍ଧ।

ପୋଲିସ ମଧ୍ୟ ତୁରନ୍ତ ବୃଦ୍ଧଙ୍କୁ ବସେଇ ଚାଲିଗଲେ ସେ ଦୁହିଁଙ୍କୁ ଆରେଷ୍ଟ କରିବାକୁ। ସେଇୟା ହେଲା। ବୃଦ୍ଧ ଙ୍କ ସାକ୍ଷ୍ୟ ଅନୁଯାୟୀ ସେମାନ ଜେଲ୍ ଦଣ୍ଡରେ ଦଣ୍ଡିତ ହେଲେ। ପୋଲିସକୁ ବୋହୂର ଫିଙ୍ଗର୍ ପ୍ରିଣ୍ଟ ଛୁରୀ ବଗିଚାର ଗୋଟିଏ କୋଣରେ ମିଳିଲା ଯେଉଁଠି ବୃଦ୍ଧ କହିଥିଲେ। ଶେଷରେ ବୃଦ୍ଧଙ୍କୁ ଧନ୍ୟବାଦ୍ ମିଳିଲା ତାଙ୍କ ସାହସିକତା ପାଇଁ


ଘରକୁ ଆସିଲେ ବୃଦ୍ଧ..ଆଜି ଅନେକ ଦିନ ପରେ ସେ ଏକୁଟିଆ ଘରେ..ଏତିକିବେଳେ ଜଣେ ନାରୀ ଆସି ତାଙ୍କ କାନ୍ଧରେ ହାତ ରଖିଲା। ସେ କେହି ନୁହେଁ ସେହି କାମ ବାଲି। ସେ କହିଲା ଆପଣ ବହୁତ୍ ଚାଲାକ୍। ଗୋଟିଏ ମିଛ ଲୋତକ ପୂର୍ଣ୍ଣ ନୟନରେ ଆପଣ ସବୁ କଣ୍ଟା ହଟେଇ ଦେଲେ...ସ୍ମିତ ହାସ୍ୟ ଦେଇ ବୃଦ୍ଧ କହିଲେ..ଆଉ କଣ ତୋର ମୋର ପ୍ରେମ କାହାଣୀରେ କେବଳ ଆମେ ରହିବା ଅନ୍ୟ କେହି ନୁହେଁ । ତେବେ ତତେ ମୁଁ ସଂପୂର୍ଣ୍ଣ ସତ୍ୟ କହୁଛି ଶୁଣ... ତୋ ମୋ ପ୍ରେମକୁ କେହି ସୀକୃତୀ ଦେଇ ନଥାନ୍ତେ ତେଣୁ ମତେ ବାଧ୍ୟ ହୋଇ ବୋହୂର ସେଇ ବନ୍ଧୁକୁ ଅନ୍ୟ ଲୋକଙ୍କ ଦ୍ୱାରା କୁହାଇ ତା ପ୍ରତି ପ୍ରେମ ଜାଗ୍ରତ କରିଲି। ମୋ ବୋହୁକୁ ଝିଅ ବୋଲି କହି ତାକୁ ଆଉ ଥରେ ବାହା ହେବାକୁ କହିଲି ଆଉ ସେ ପୁଅ ଯେହେତୁ ଅନାଥ ଥିଲା ତେଣୁ ସେ ଆମ ସହ ରହି ପାରିବ ବୋଲି ମଧ୍ୟ କହିଲି। ନାତିକୁ ବାପା ସ୍ନେହ ମିଳିବ ଇତ୍ୟାଦି ଇତ୍ୟାଦି...ସେ ମୋର ପିତୃ ପ୍ରେମକୁ ସତ ଭାବିନେଲା।ହେଲେ ମୁଁ ନାତିକୁ କିନ୍ତୁ ସେହି କାହାଣୀ କହିଲି ଯାହା ମୁଁ ପୋଲିସ୍ କୁ କହିଥିଲି। ଏବେ ମୋର ଆଖି ଅପରେସନ କଥା ମତେ କହିବାକୁ ହେଲା ଆଉ ବୋହୂ ରାଜି ହେଲା।କାରଣ ତା ପାଇଁ ମୁଁ ଥିଲି ବାପା ତା ପାଇଁ ଦେବତା ଭଳି।ଆଉ ସେ କିପରି ଅବା ମନା କରନ୍ତେ। ସେ ଯାହା ହେଉ ଆଖି ଅପରେସନ ପରେ ତୋର ମୋ ଜୀବନ ଆସିବା ସହଜ ହେଲା ଆଉ ତୁ ମୋ ଅନ୍ଧ ଜୀବନର ସାହାରା ଭଳି ରହିଲୁ ।

ସେଦିନ ତୁ ଯାଇଥିଲୁ ଘରକୁ..ତୋର ଅନୁପସ୍ଥିତିରେ ମୁଁ ସେଦିନ ପୁଅ ଆଉ ମାଆ ଭିତରେ ଝଗଡ଼ା ଲଗେଇଲି।ସେମାନେ ଝଗଡ଼ା କରି ପରସ୍ପର ବିରୋଧୀ ହୋଇ ଛିଡା ହେଲେ..ଏତିକି ବେଳେ ବୋହୂର ବନ୍ଧୁ ତାକୁ ଭିତରକୁ ଡାକି ନେଇ ବୁଝେଇବା ପାଇଁ ଚେଷ୍ଟା କରିଲା ଆଉ ଏହି ମଉକା ଦେଖି ମୁଁ ନାତିର ଗଳା କାଟିଦେଲି ତାର ପାଟିକୁ ବୁଜି। ସେ ଚକିତ ହୋଇଗଲା ମତେ ଦେଖି ହେଲେ କିଛି କହିବା ଆଗରୁ ତାର ଜୀବନ ଚାଲି ଯାଇଥିଲା। ଏବେ ମୁଁ ଚୁପ୍ ଚାପ୍ ଛୁରୀ ପକେଇ ଦେଇ ଆସିଲି ଏବଂ ବାଥରୁମ୍ ଭିତରେ ଲୁଚି ଗଲି। ବୋହୁ ଓ ତାଙ୍କ ବନ୍ଧୁର କଥୋପକଥନ ପରେ ବୋହୁ ତା ଭୁଲ୍ ବୁଝି ପାରିଲା ଓ ଗାର୍ଡେନରୁ ଫେରି ଭିତରକୁ ଆସି ଏସବୁ ଦେଖି ଚକିତ ହୋଇ ପାଟି କରିଲା ଓ ବିକଳ ହୋଇ ସେ ଛୁରୀକୁ ଧରି ପକେଇଲା।ଦୁହେଁ ଚକିତ ହୋଇ ପୋଲିସ ପାଖକୁ ଯିବାକୁ ବାହାରି ଥିଲେ ଆଉ ଏତିକିବେଳେ ମୋର କଥା ଅନୁଯାୟୀ ତୁ ଆସି ପହଞ୍ଚିଲୁ। ଏମାନଙ୍କ ଏହି ଅବସ୍ଥା ଦେଖି ତୁ ଖୁବ୍ ଭଲ ଅଭିନୟ କରି ସେହି ଶବକୁ ଫୋପାଡି ଦେଇ ପୁଅ ନିଖୋଜ ହେଇଚି ବୋଲି ସକାଳେ ପୋଲିସକୁ କହିବାକୁ କହିଲୁ। ସେମାନେ ମଧ୍ୟ ରାଜି ହେଲେ। କାରଣ ତାଙ୍କ ପାଖରେ କିଛି ମାର୍ଗ ନଥିଲା। ଏବେ ଆମ ପ୍ଲାନ୍ ମୁତାବକ ତୁ ସବୁ ପ୍ରମାଣ ନଷ୍ଟ କରିଲୁ ଆଉ ଏକ ଦୁର୍ବଳ ମୁହୂର୍ତ୍ତରେ ସେମାନଙ୍କ ସାଥି ହେଲୁ। ସେମାନେ ମତେ ନାତି ନିଖୋଜ କଥା କହିଲେ। ଯାହା ମୁଁ ଚାହୁଁଥିଲି। ଆଉ ସଂପୂର୍ଣ୍ଣ ପ୍ଲାନ୍ ମୁତାବକ ଶେଷରେ ମୁଁ ଯାଇ ପୋଲିସକୁ ସବୁ କଥା କହିଲି ଯାହା ମତେ କହିବାର ଥିଲା।ଏତିକି କହି ସାରିବା ପରେ ଦୁହେଁ। ହସି ଉଠିଲେ ଆଉ ନିଜ ବିଜୟ ମନେଇବା ପାଇଁ ପରସ୍ପର କୁ ଆଲିଙ୍ଗନ କରିଲେ।ହେଲେ ଏତିକିବେଳେ ପଛରୁ କରତାଳି ଶୁଭିଲା ଆଉ ଦୁହେଁ ଚମକି ପଛକୁ ଚାହିଁ ଦେଖିଲେ ସେହି ପୋଲିସ ଓ ପୁରା ଫୋର୍ସ। ପୋଲିସ କହିଲେ ହତ୍ୟାକାରୀ ଯେତେ ଚାଲାକ୍ ହେଲେ ମଧ୍ୟ ହତ୍ୟାକାରୀ।ତେବେ ଆପଣଙ୍କ ଉପରେ ସନ୍ଦେହ କରି ଆସିଥିଲି ଆଉ ଯାହା ଭାବିଲି ସେଇୟା ହିଁ ସତ୍ୟ। ତେବେ ନିଜର ଅତିରିକ୍ତ ମୋବାଇଲ ପାଖରେ ରଖନ୍ତୁ। ନଚେତ୍ ସବୁ ସତ୍ୟ ସେହିଁ ଖୋଲିଦିଏ। ଚାଲନ୍ତୁ ଏବେ ଥାନାକୁ।ବୃଦ୍ଧ ଆଉ ତାଙ୍କ ପ୍ରେମିକା ଦୁହେଁ ଏବେ ଜେଲର ସେହି ଚାରି କାନ୍ଥ ଭିତରେ ଜୀବନ ବିତେଇବାକୁ ସଜ୍ଜ୍ୟ ହେଉଥିଲେ।



Rate this content
Log in

Similar oriya story from Drama