STORYMIRROR

Ambuja Mohanty

Romance

4  

Ambuja Mohanty

Romance

ବିବାହିତା

ବିବାହିତା

1 min
409

ତୁମେ କେମିତି କରିପାର ପ୍ରେମ

କଣ ଦେଖି ପାର ନାହିଁ ତୁମେ

ମୋ ଆଲୁଳାୟିତ କେଶ ତଳେ

ଦିକ ଦିକ୍ ହୋଇ ଜଳୁଥିବା

ସେହି ଟୋପେ ନାଲି ସିନ୍ଦୂର??


ତୁମେ କେମିତି ରଚି ପାର କବିତା,

ଆଜି ମତେ ମନେ ମନେ ଭାବି??

ତୁମେ କଣ ଭୁଲି ଯାଉଛ 

ବୟସ ପୂର୍ବରୁ ମଧ୍ୟ

ବୟସର ଅପରାହ୍ନକୁ ମୁଁ

ଧିରେ ଧିରେ ଯାଉଛି ଖୋଜି ।।


କେମିତି ଅନୁଭବ କରିପାର ତୁମେ

ମୋର ଏହି ସୋନ୍ଦର୍ଯ୍ୟକୁ 

ପାଖରେ ଥାଇ ମଧ୍ୟ ସ୍ଵାମୀଙ୍କ

ଚକ୍ଷୁରେ କରି ପାରି ନାହିଁ ଉପଲବ୍ଧି

ମୁଁ ସେହି ଅନୁଭବକୁ ।।


କେମିତି ଅପେକ୍ଷା କରି ପାର ମତେ 

ସେହି ଦୂର ପାହାଡ଼ର ପାଦ ଦେଶରେ

ଗାଁ ମୁଣ୍ଡର ପୋଖରୀ କୂଳରେ

ବୁଢ଼ୀ ଠାକୁରାଣୀଙ୍କ ପିଣ୍ଡା ଉପରେ

ଯେଉଁଠି କେବେ ସୁଖରେ ଥିଲେ କେତେ।।


ତୁମେ କାହିଁକି ବୁଝନାହିଁ ମୁଁ ବିବାହିତା

ମୋର ମନ ଗୋଟିଏ କଣ ଯେ???

ମୁଁ କଣ ଆଉ ସାଜି ପାରିବି ପ୍ରେମିକା 

କଣ ଫେରି ଯାଇ ପାରିବି ସେ ଅତୀତକୁ

ନା ମୋର ଅଛି ଗୋଟିଏ ମନ

ଯାହା ଲୋଡୁଚି ବାସ ଟିକିଏ ଖାଲି

ଟିକିଏ ପ୍ରେମ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance