STORYMIRROR

Ambuja Mohanty

Inspirational

4  

Ambuja Mohanty

Inspirational

ସାନିଧ୍ୟ

ସାନିଧ୍ୟ

1 min
21

ଦୀପରୁ ତେଲ ସରି ସରି ଆସୁଥିଲା। ସଳିତା ସଂଘର୍ଷ କରୁଥିଲା ନିଜକୁ ବଞ୍ଚେଇ ରଖିବାକୁ ଶେଷ ବୁନ୍ଦା ତେଲ ଥିବା ଯାଏଁ।କେତେବେଳେ ବାମକୁ,କେତେବେଳେ ଡାହାଣକୁ ମୋଡ଼ି ହୋଇ ପୁଣି କେବେ ଖୁବ୍ ଜୋରରେ ଓ ଖୁବ୍ ଆସ୍ତେ ଜଳି। ଦୀପରେ ଥିବା ସେହି ଶେଷ କିଛି ବଳକା ତେଲ ଏହା ଦେଖି ସଳିତା କୁ ପଚାରିଲା ,ମୋର ଆୟୁ ଶେଷ ହୋଇ ଆସିଲାଣି ତେଣୁ ମୁଁ ଶେଷ ହୋଇ ନିଶ୍ଚିତରେ ଚାଲିଯିବି କିନ୍ତୁ ତୁ?? ତୋର ଅନେକ ଅଂଶ ଏବେ ମଧ୍ୟ ବାକି ଅଛି।ମୋ ଶେଷ ହୋଇଯିବା ହେତୁ ହେଉ କିମ୍ବା ତତେ କେହି ଆଗକୁ ନଠେଲିବା ହେତୁ ହେଉ ତୋର ଜୀବନ ମଧ୍ୟ ଶେଷ ହେବାକୁ ଯାଉଛି ଯାହା ପ୍ରକୃତରେ କଣ ଠିକ??ମତେ ବେଳେବେଳେ ଖୁବ୍ ଦୁଃଖ ଲାଗେ।ନିଜ ଉପରେ ରାଗ ଲାଗେ।କିନ୍ତୁ ମୁଁ ଅସହାୟ।

ସଳିତା ହସି କହିଲା , ଆମେ ସବୁଦିନ ସାଙ୍ଗରେ ରହୁଛେ ତେଣୁ ତୁମର ମୋ ପ୍ରତି ଦୁଃଖ ଅନୁଭବ କରିବା ସ୍ବଭାବିକ।କିନ୍ତୁ ଜୀବନର ଖୁବ୍ କମ୍ ସମୟରୁ ଯଦି ମୋର ଈଶ୍ବରଙ୍କ ସାନିଧ୍ୟ ଲାଭ କରିବା ଯୋଗ ଅଛି ତେବେ ତାହା ମୋର ପରମ ସୌଭାଗ୍ୟ।ଏହି ଜୀବନରେ ଯଦି କିଛି ପ୍ରକୃତ ସତ୍ୟ ଅଛି ତାହା ହେଉଛି ମୃତ୍ୟୁ ।ତେଣୁ ତାହା ପୂର୍ଣ୍ଣ ଭାବରେ ଜଳି ହେଉ କିମ୍ବା ଅଧା ଜଳି ,ଯଦି ଈଶ୍ୱର ପ୍ରାପ୍ତି କରିବା ପାଇଁ ଶୀଘ୍ର ମଉକା ମିଳିଛି ତାହା ଭାଗ୍ୟ ହେବା ଉଚିତ୍।ତେଣୁ ମୁଁ ତୁମ ପାଖରେ କୃତଜ୍ଞ।ତୁମ ଶେଷ ହୋଇଯିବା ହେତୁ ହିଁ ମୋର ଈଶ୍ୱର ସାନିଧ୍ୟ ଶୀଘ୍ର ଲାଭ କରିବା ହୋଇଛି।ତେଲ ତାର ଶେଷ ବୁନ୍ଦାରେ ଥାଇ ମଧ୍ୟ ସଳିତାର ଏହି ଜନ୍ମ ମୃତ୍ୟୁ ରହସ୍ୟ ଓ ଜୀବନ ବଞ୍ଚିବାର ଶୈଳୀ ଦେଖି ପ୍ରଭାବିତ ହେଉଥିଲା।ଧୀରେ ଧୀରେ ଦୁହିଁଙ୍କ ଜୀବନ ଯମୁନା ଶେଷ ହେଉଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational