Ambuja Mohanty

Drama Inspirational Thriller

4  

Ambuja Mohanty

Drama Inspirational Thriller

କଳୁଷିତ କିଏ

କଳୁଷିତ କିଏ

8 mins
202


ଏକ ସୁନ୍ଦର ହୋଟେଲ୍, ଖୁବ୍ ବଡ଼ ଓ ନାମୀ ଭଳି ଲାଗୁଛି। କାନ୍ଥ ପରଦା ଚଟାଣ କହିଦେଉଛନ୍ତି ତାର ସମ୍ଭ୍ରାନ୍ତପଣିଆ। କିନ୍ତୁ ଏହି ହୋଟେଲ ପଛରେ ଅଛି ଗୋଟିଏ ବେଶୀ ବଡ଼ ନୁହେଁ କିନ୍ତୁ ଗୋଟିଏ ବଡ଼ କୋଠା ଘର। କୋଠା ଘରଟି ସହିତ ପୁରା ହୋଟେଲ୍ ଆଜି ଚଳଚଞ୍ଚଳ। ଏବେ ଭାସି ଆସୁଥିଲା ଏକ କଣ୍ଠ ସ୍ବର ସେହି କୋଠା ଘର ଭିତରୁ।ଆରେ ସବୁ ତୟାର୍ ହୁଅ, ଝିଅ ମାନେ.... ସଂଧ୍ୟା ହେବା ଉପରେ ,ଗ୍ରାହକ ଆସିବେ କହିଲେ ଜଣେ ପୁରୁଷ କଣ୍ଠ। ହେଁ ଠିକ୍ ବୋଲିଛି ଆଜି ହମାରା ହୋଟେଲ୍ କୋ ନେତା ଲୋଗ ଆସିବେ ରେ ,ଭଲ ଭଲ ନାଚ ସବୁ ତୟାର୍ କର। ଆଜି ମନ୍ତ୍ରୀର ପୁଅ ମନ୍ତ୍ରୀ ସାଜିଛି।ସେଥି ପାଇଁ ପରା ଏହି ମହୋତ୍ସବ। ହେଲେ ହଁ ଖାଲି ନୃତ୍ୟ ଗୀତ ଖାଇବା ସବୁ ଉପରେ ଉପରେ ହେବ ଆମ ହୋଟେଲ୍ ରେ ହେଲେ ଭିତିରିଆ ମନୋରଞ୍ଜନ ଭିତରେ। ସମସ୍ତେ ମନେ ରଖ ଯେ ଯେମିତି ଭିତିରିଆ କାରବାର ପାଇଁ ଭିତରକୁ ଛଡା ଅଲଗା କୁଆଡେ ନ ଆସ ନହେଲେ ବିପଦ କହିଲା ନାରୀ କଣ୍ଠ।ହଁ ତାହା ଥିଲା ଭଦ୍ର ମୁଖା ପିନ୍ଧା ହୋଟେଲର ପ୍ରକୃତ ସତ୍ୟ।ଆଉ ସେହି ଦୁଇଜଣ ସେହି ବେଶ୍ୟାଳୟ ଚଳାଉଥିବା ଦୁଇଜଣ ।ଜଣେ ନାରୀ,ଅନ୍ୟ ଜଣେ ପୁରୁଷ। ଆୟାମା ଓ ରାମା ରାଓ।ଏବେ ରାମା ରାଓ ଆଉ ଆୟାମାର ଭାଷଣ ବାଜି ସରିଥିଲା। ଆଉ ସମସ୍ତେ ନିଜ ନିଜ ଜାଗା କୁ ଫେରି ଯାଉଥିଲେ। ସମସ୍ତେ ଚାଲିଯିବା ଦେଖି ଆୟମା ଡାକିଲା ଶେଷକୁ ଯାଉଥିବା ଜଣେ ନାରୀ କବିତା କୁ ଓ କହିଲା ଶୁଣ କବିତା, ଚନ୍ଦ୍ରମା କୁ କହ ସବୁଠୁ ବେଶି ସଜେଇ ହେବ ଆଉ ନାଟକ କରିବନି କେହି ଡାକିଲେ କିମ୍ବା ତାକୁ କେହି ଟିକେ ଛୁଇଁଲେ।ସବୁଠୁ ସୁନ୍ଦରୀ ବୋଲି ହାତ ମାରିବା ପାଇଁ ଦେଉନି ସେ ତା ଦେହରେ। ଆଉ କେହି ଡାକିଲେ ତାକୁ ନିଶା ରେ ଶୁଆଇ ଦେଇ ଖସି ଯାଉଛି ଏମିତି ଯେମିତି ନହୁଏ ଆଜି। ନଚେତ୍ ତା ତଣ୍ଟି କାଟି କଥା ସରିବା ଆଗରୁ ହଉ କହି ଚାଲିଗଲା କବିତା ଗୋଟିଏ ବିରକ୍ତି ଭରା ଚାହାଣୀରେ ଆୟାମା କୁ ଦେଖି।


 ହଁ ରାମା ରାଓ ଆଉ ଆୟାମା ଗୋଟିଏ ନୃତ୍ୟ ଗ୍ରୁପ୍ ଚଳାନ୍ତି ସେହ ସମ୍ଭ୍ରାନ୍ତ ହୋଟେଲ୍ ରେ । ଆଉ ପଛରେ ବେଶ୍ୟାବୃତ୍ତି। ଝିଅ ମାନଂକ ଅସହାୟତାର ଫାେଇ ଚାକିରି ଦେବା ଲାଳସା ରେ ଗୋଟାଇ ଆଣନ୍ତି ସେମାନଙ୍କୁ ଏହି ବୃତ୍ତିକୁ ଆଉ ଗରୀବ ଲାଚାର ନାରୀ କେତୋଟି ଟଙ୍କା ପାଇଁ ହେଉ କିମ୍ବା ପରିବାର ଭରଣ ପୋଷଣ ପାଇଁ ହେଉ ବାଛିନିଏ ଏହି ପନ୍ଥା। ଆଉ ଥରେ ଏ ରାସ୍ତା କୁ ଆସିଲେ ଫେରିବା କଷ୍ଟ।କିନ୍ତୁ ବେଳେ ବେଳେ କିଛି ଅସହାୟ ନାରୀ ଜନ୍ମରୁ ଟାଣି ହୋଇଯାଏ ଏହି ନର୍କ କୁ ନିଜ ଅନିଛାରେ ଠିକ୍ ଚନ୍ଦ୍ରମା ଭଳି। ହଁ ଚନ୍ଦ୍ରମା ସବୁଠାରୁ ସୁନ୍ଦରୀ,ଚନ୍ଦ୍ର ସମ ତେଜସ୍ଵୀ ଓ ସୁନ୍ଦରୀ।ତାକୁ ଦେଖିଲେ କେହି କହିବେ ନାହିଁ ସେ କୌଣସି ବଡ଼ ଘର ଝିଅ ନୁହେଁ ବୋଲି। କିନ୍ତୁ ଚନ୍ଦ୍ରମା କାହାର ଜାରଜ କନ୍ୟା ଯାହାକୁ ଗୋଟାଇ ଆଣିଥିଲେ ରାମା ରାଓ ବୋଲି ସମସ୍ତେ ଜାଣନ୍ତି କିନ୍ତୁ କବିତା କୁହେ ଜଣେ ବ୍ୟକ୍ତି ଆସିଥିଲେ ଖୁବ୍ ସମ୍ଭ୍ରାନ୍ତ ଶ୍ରେଣୀର ଆଉ ତାକୁ ତୋଳି ଦେଇଥିଲେ ରାମା ରାଓ ହାତରେ। ଚନ୍ଦ୍ରମା ହାତରେ ମୁଁହ ରେ ସ୍ଵୟଂ ଚନ୍ଦ୍ର ଙ୍କ ତେଜ ଥିଲା ଆଉ ତା ଠାଣି ଗୋଟିଏ ନବାବୀ ଘର ଭଳି ସେଥି ପାଇ ଆଜି ପର୍ଯ୍ୟନ୍ତ କୌଣସି ଲୋକ ପାଖରେ ସତୀତ୍ଵ ହରେଇ ନଥିଲା ସେ।


କବିତା ଆସି କହିଲା ,ଚନ୍ଦ୍ରମା ବୁଢ଼ୀ କହୁଥିଲା। କାନ ଝୁମୁକା ପିନ୍ଧୁ ପିନ୍ଧୁ କହିଲା ସେ ଜାଣିଛି ମୁଁ। ସେହି କଥା ସେହି ଗପ ବିରକ୍ତ ଲାଗିଲାଣି ମତେ। ଜାଣେ ମୁଁ ମୋର ସତୀତ୍ୱକୁ ଲୁଟେଇ ଦେବାକୁ ବୁଢ଼ୀ ତାର ଜୀବନ ଦେଇଦେବ। କିନ୍ତୁ ନା ଏହା ସମ୍ଭବ ନୁହେଁ,ମୁଁ ନୃତ୍ୟ କରିବି ମନୋରଞ୍ଜନ କରିବି କିନ୍ତୁ କୌଣସି ପୁରୁଷର ଏହି କାମାଗ୍ନି ବୁଝେଇ ପାରିବି ନାହିଁ।ମୁଁ ଜଣେ ମଣିଷ ସର୍କସ ରେ ଥିବା ମାଙ୍କଡ ନୁହେଁ ଯାହାକୁ ସେ ନଚେଇବ ତା ଈଶାରାରେ। ଚକ୍ଷୁରୁ ଅଗ୍ନି ବର୍ଷା ହେଉଥିଲା ଚନ୍ଦ୍ରମାର। କବିତା କହିଲା ତା କାନ୍ଧରେ ହାତ ରଖି, ଚନ୍ଦ୍ରମା ମୋ ଠାରୁ ତୁ ବହୁତ୍ ସାନ ତତେ ଖୁବ୍ ଭଲ ପାଏ ମୁଁ , ତୋ ଆଖିରେ ଦେଖିଛି ମୁଁ ଏହି କଷ୍ଟ ।ତେଣୁ ଅନେକ ଥର କହିଛିି ମୁଁ ଛାଡ଼ିଦେଇ ପଳା ସବୁ। ଏ ସବୁ ତୋ ପାଇଁ ନୁହେଁ।ତୁ ଅନାଥ ନୁହେଁ ତତେ ଅନାଥ କରି ଦିଆ ଯାଇଛି। 


ବେଳେ ବେଳେ ଭାବେ ତୋ ବାପା ର ମୁହଁ ଦେଖିଲେ ତାକୁ ଗୁଳି ଚଲେଇ ଦେବି। ଏତେ ଭଲ କୋଟ ବୁଟ୍ ପିନ୍ଧା ଭଦ୍ର ଲୋକମାନେ ଏତେ ଘୃଣ୍ୟ ମନୋବୃତ୍ତିର ଥାନ୍ତି। ଛି ମୋ ରକ୍ତ ଗରମ ହୋଇଯାଏ ଭାବିଲେ।ଛାଡ଼ ନାନୀ (କବିତା କୁ ନାନୀ ସମ୍ବୋଧନ କରେ ସେ) ୟାର ମୂଲ୍ୟ କଣ। ତମେ ଅନେକ ଥର ମତେ ବଞ୍ଚେଇ ଦେଇଛ ମୋର ସତୀତ୍ଵ ହରେଇବା ବେଳେ। ହେଲେ କେତେଦିନ ଆମେ ବଞ୍ଚିପରିବା। କାହିଁକି ତୁ ଯାଉନୁ ଏହା ସବୁ ଛାଡ଼ି। ବୃଥା ଚର୍ଚ୍ଚାରେ ସମୟ ନଷ୍ଟ କରୁଛୁ ଆମେ ନାନୀ। ତୁମେ ଜାଣ ତୁମକୁ ଛାଡ଼ି ଯିବିନି କୁଆଡେ ମୁଁ। ଯଦି ଯିବା ସାଙ୍ଗରେ ନଚେତ୍ ଯିବା ନାହିଁ। 

ନାଁ ମୁ ଯିବିନି ଏ ରାକ୍ଷସ ମାନକୁ କେମିତି ଅଟକେଇବି ତାହା ମୁଁ ଜାଣେ। ନା ନାନୀ ମୁଁ ଗଲେ ସେମାନେ ତମକୁ ରଖେଇ ଦେବେ ନାହିଁ।ମୁଁ ଲୁଚି ଲୁଚି ଯଦି ଶିକ୍ଷିତ ହୋଇଛି ପାଠ ପଢ଼ିଛି ତମ ପାଇଁ।ଯଦି ତମେ ମତେ ସେହି ବୃଦ୍ଧାଙ୍କ ଠିକଣା ଦେଇନଥାନ୍ତ ତେବେ ମୋର ଆଜି ସ୍ନା୍ତକୋତ୍ତର ଶେଷ କରିବାର ସ୍ବପ୍ନ କେବେ ପୁରା ହୋଇନଥାନ୍ତା। ସେ ଜଣେ ଖୁବ୍ ଭଲ ନାରୀ।ହଁ ଚନ୍ଦ୍ରମା ସେ ତତେ କନ୍ୟା ଭାବରେ ଗ୍ରହଣ କରିବାକୁ ଅପେକ୍ଷା କରି ବସିଛନ୍ତି ତୁ ଥରେ ହଁ କହିଲେ ସେ ତତେ ନେଇ ଦୂରକୁ ଚାଲିଯିବେ ଖୁବ୍ ଦୂରକୁ ଏହି ନର୍କର ରାକ୍ଷସ ମାନେ ତୋ ଛାଇ ପାଇବେ ନାହିଁ।ହେଲେ ନାନୀ ଆମେ ସାଙ୍ଗରେ ଚାଲିଯିବା ନହେଲେ ମୁଁ ବି ତୁମ ସହିତ ଯମ ଯନ୍ତ୍ରଣା ଭୋଗିବାକୁ ପ୍ରସ୍ତୁତ। ମୁରୁକି ହସି କହିଲେ କବିତା ତୁ ମତେ ତୋ ଭଲ ପାଇବାରେ ବାନ୍ଧିଦେଇଛୁ ଲୋ।ସତରେ ଜୀବନରେ ଏତିକି ଚେଷ୍ଟା କରିବି ତତେ ଏହି ନର୍କରୁ ଉଦ୍ଧାର କରିବାକୁ ହଁ ଏବେ କିନ୍ତୁ ଏହି ସବୁ ଛାଡେ,ଚାଲେ ଯିବା ପ୍ରସ୍ତୁତି କରିବା, ଆଜି ଗୋଟିଏ ଭଲ ଗୀତ ରେ ନୃତ୍ୟ ପରିବେଷଣ କରିବାର ଅଛି ଆମକୁ।


ପରିବେଶ ରଙ୍ଗୀନ୍ ଏବେ କିଛି ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକ ଆସି ପହଁଚିଲେ ଓ ଆସନ ଗେ, ତା ପଛକୁ ପଛ ଅନେକ ଲୋକ ଆସିବାକୁ ଲାଗିଲେ। କେବଳ ପୁରୁଷ ହିଁ ପୁରୁଷ । ମୁଖ୍ୟ ଅତିଥି ଆଗମନକୁ ତଥାପି ପ୍ରତୀକ୍ଷା। ଏବେ ପ୍ରତୀକ୍ଷାର ଅନ୍ତ ଘଟ ଆସିଲେ ମନ୍ତ୍ରୀ ଆଉ ତାଙ୍କର ସୁପୁତ୍ର ।କୁହାଯାଏ ମନ୍ତ୍ରୀ ମହୋଦୟ ଅନେକ ପୂଜା ଅର୍ଚ୍ଚନା ପରେ ପାଇଥିଲେ ଏହି ପୁତ୍ର କୁ ଆଉ ପିତା ଙ୍କୁ ଗର୍ବିତ କରି ପୁତ୍ର ତାଙ୍କ ନାମ କୁ ଆଗେଇ ନେଇଛି ଆଉ ଆଜି ସେ ମଧ୍ୟ। ମନ୍ତ୍ରୀ।ପତ୍ନୀଙ୍କ ମୃତ୍ୟୁ ଘଟିଛି ପୁତ୍ର ଜନ୍ମ ବେଳେ ତେଣୁ ପୁଅକୁ ବାପା ମା ସ୍ନେହ ଦେଇ ବଢାଇଛନ୍ତି ସେ,ସାଙ୍ଗ ଭଳି କାନ୍ଧରେ ହାତ ପକେଇ ତା କଥା ଶୁଣିଛନ୍ତି।ତେଣୁ ପିତା ପୁତ୍ରଙ୍କ ସମ୍ପର୍କ ସବୁଠାରୁ ନିଆରା।


ଆରମ୍ଭ ହେଲା କାର୍ଯ୍ୟକ୍ରମ ଆଉ ଅନ୍ଧାର ହଲରେ ଉପସ୍ଥି ଚନ୍ଦ୍ରମା , ଜହ୍ନ ସମ ଶୀତଳ କିରଣ ଦେଇ। ଆହା ଖୁବ୍ ସୁନ୍ଦରୀ ସେ। ମନ୍ତ୍ରୀ ଚମକି ପଡ଼ିଲେ ଦେଖି ଚନ୍ଦ୍ରମା କୁ ଅବିକଳ ତାଙ୍କ ପତ୍ନୀଙ୍କ ପରି ଚେହେରା ସେହି ନାକ,ଓଠ,ମୁହଁ,ଆଖିରେ ଚଞ୍ଚଳତା ମୁଖରେ ଗାମ୍ଭିର୍ଯ୍ଯ। ଦୋ ଦୋ ପାଞ୍ଚ ହୋଇ ବସିଲେ ମଧ୍ୟ କିଛି କହିଲେନି ସେ,ମନରେ ଆଲୋଡନ,କିଏ ଏହି ,ଏହା କିଭଳି ସମ୍ଭବ କିନ୍ତୁ ଲାଚାର ସେ ଚୁପ୍ ହେଇ ନୃତ୍ୟ କୁ ଉପଭୋଗ କରିବା ପାଇଁ ଚେଷ୍ଟା କଲେ। 

ଏତିକି ବେଳେ ଗୃହ ଭିତରକୁ ପଶି ଆସିଲେ ରାମା ରାଓ ପରଖିବା ପାଇଁ ଅଭ୍ୟର୍ଥନା,ଏହି ମାନଙ୍କ ଦୟାରୁ ତ ଚାଲିଛି ଏହି ସଂସ୍ଥା ତାଙ୍କର। ହାତ ଯୋଡ଼ି ମୁଣ୍ଡ ନୁଆଇଁ ମନ୍ତ୍ରୀଙ୍କ ସାମ୍ନାରେ ଉପସ୍ଥିତ ହେଲା ପରେ ସେ ଯେତେବେଳେ ତାଙ୍କ ଚେହେରା ଦେଖିଲା ଚମକି ପଡ଼ିଲା ତାଙ୍କୁ ଦେଖି। ଏ କଣ???? ଆଜି ଅତୀତ ଛିଡା ହୋଇଛି ବର୍ତ୍ତମାନର ସେହି ଲମ୍ବା ରାସ୍ତାରେ ଯେଉଁଠି ତାକୁ କେବେ ଛିଡ଼ା ହେବାର ନଥିଲା। ଅତୀତର ଦୃଶ୍ୟ ସବୁ ଆସି ରାମା ରାଓ ଚକ୍ଷୁ ସାମ୍ନାରେ ଉଙ୍କି ମାରିଲେ...ହଁ ସେଦିନ ଏହି ମନ୍ତ୍ରୀ କେମିତି ଏକ ଚପଳମତି ଜନ୍ମିତ ଶିଶୁ କନ୍ୟା କୁ ତା ହାତରେ ତୋଳି ଦେଇ ଚାଲିଯାଇଥିଲେ। କାରଣ ସେ ଥିଲା କନ୍ୟା ଆଉ ମନ୍ତ୍ରୀ ଙ୍କୁ ପୁତ୍ର ଦରକାର୍ ଥିଲା। ସେବେଠୁ ଖୁବ୍ ଯତ୍ନ ରେ ବଢେଇଛି ସେ ଚନ୍ଦ୍ରମା କୁ।ହେଲେ ଆଜି ପିତା ପୁତ୍ର ଆଉ କନ୍ୟା ଗୋଟିଏ ସ୍ଥାନ ରେ ।ପୁତ୍ର କୁ ମିଳିଛି ସମ୍ମାନ ଆଉ ନାମ ଆଉ କନ୍ୟା??? ବଦନାମ ଗଳିରେ ଜଣେ ସୁପ୍ରତିଷ୍ଠିତ ନୃତ୍ୟଶିଳ୍ପୀ।ସ୍ଵୟଂ ର ପରିଚୟ ଖୋଜି ଖୋଜି ସେ ପାଇନାହିଁ, ରାମା ରାଓ ଲାଚାର,ସେ ଦେଖିଛି ଚନ୍ଦ୍ରମା କଷଣ। ନା ନାତାକୁ କହିବା ପାଇଁ ପଡିବ ଯେ ଏ ତାଙ୍କର କନ୍ୟା କାରଣ କାଳେ ଯଦି ସେ ପିତା ପୁତ୍ରଙ୍କ କାମାଗ୍ନି ର ଶିକାର ହେଲା। ଏତେ ବଡ଼ ଅନ୍ୟାୟ ସେ କିଭଳି କରିବ।ଈଶ୍ୱର ତାକୁ କେବେ କ୍ଷମା ଦେବନି ସତରେ। ନା ସେ ଏମିତି କରିବ ନାହିଁ।


କିନ୍ତୁ ଏହି ସମୟରେ ଆୟମା ଆସି ଡାକିଲା ରାମା ରାଓକୁ। କିଛି ଅସୁବିଧା ହୋଇଛି, ଖାଇବା ଆଦି କୁ ନେଇ ।ସେ ତୁରନ୍ତ ଯାଇ ଯେପରି ଦେଖି ଆସେ। । ତରତର ହୋଇ ଚାଲିଗଲା ସେ ପୁଣି ଥରେ ଫେରି ଆସିବା ପାଇଁ ଓ ସମସ୍ତ ସତ୍ୟ ସାମ୍ନାକୁ ଆଣିବା ପାଇଁ କିଛି ଅନର୍ଥ ହେବା ପୂର୍ବରୁ।ଚନ୍ଦ୍ରମା ନୃତ୍ୟ କରି ଥକି ବସିପଡ଼ିଲା ଈଶାରା ଦେଇ କବିତାକୁ ଓ କବିତା ନୃତ୍ୟ ପରିବେଷଣ କରିବା ପାଇଁ ଆସିଲେ ମଞ୍ଚକୁ,ନୃତ୍ୟ ବେଳେ ତାର ନେତ୍ର ଦ୍ବୟ ପହଞ୍ଚିଲେ ମନ୍ତ୍ରୀଙ୍କ ଚେହେରା ରେ ଓ ଚମକି ପଡିଲା ସେ। ଅଥୟ ମନ ଦୋୖଡି ଯାଇ କହିଦେବା ପାଇଁ ଇଛା ହେଉଥିଲା ତାର ସବୁ କଥା ଚନ୍ଦ୍ରମାକୁ କିନ୍ତୁ ହେଲେ ପାଦର ନୁପୁର ବେଡି ସମ ତାକୁ ବାନ୍ଧି ରଖିଥିଲେ । ଚନ୍ଦ୍ରମା ଆସି ବିଶ୍ରାମ ନେଉଥିଲା ତାର ଅନେକ ସମୟ ନୃତ୍ୟ ପରିବେଷଣ ପରେ। ଏତିକି ବେଳେ କବାଟ ରେ ମୃଦୁ ଆଘାତ ଦେଲା କିଏ। ମୁରୁକି ହସିଲା ସେ, ପ୍ରତ୍ୟେକ ଥର ନୃତ୍ୟ ପରିବେଷଣ ପରେ କୌଣସି ଏକ ପୁରୁଷ ନିଜର ପୁରୁଷତ୍ଵ କୁ ସମର୍ପି ଦେବାକୁ ଆସେ ଓ ଦରଜାରେ ଆଘାତ ଠିକ୍ ଏହି ଭଳି।

ଦରଜା ଅଧା ଖୋଲି ମୁହଁ ବାହାର୍ କରି ଦେଖିଲା, ମନ୍ତ୍ରୀଙ୍କ ପୁଅ ଟିକିଏ ଦୂରରେ ଛିଡା ହୋଇଛି,ଚକ୍ଷୁ ମାନେ ଲାଲ, ଏକଦମ୍ ରକ୍ତ ପରି। ମନେ ମନେ ଭାବୁଥିଲା ସେ ଏ ଆମ ଶାସକ ଆମକୁ ଶାସନ କରିବେ।ଆମେ କୋଉ ଭଳି ଶାସକ ବାଛିଚୁ ଆମ ପାଇଁ।କିନ୍ତୁ ତା ଭାବନାରେ ପୂର୍ଣ୍ଣଛେଦ ତାଙ୍କ ପିଏ କହିଲେ। ସାର୍ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ବିତେଇବା ପାଇଁ ଚାହାନ୍ତି ଆପଣଙ୍କ ସହ,କିଛି ଆଳାପ,କିଛି ଗଳ୍ପ।। ଆପଣ ଆସନ୍ତୁ । ମନରେ ଏକ ଧିକ୍କାର ଭରା ହସ ଦେଇ ସେ କହିଲା ହଁ ଠିକ୍ ଅଛି। ଟିକିଏ ରୁହନ୍ତୁ। ଏହା କହି ଦରଜା ଆଉଜେଇ ଦେଇ ଭିତରକୁ ଆସିଲା ସେ ଆଉ ସାଙ୍ଗରେ ରଖିଲା କିଛି ବେହୋସ୍ କରିଦେଉଥିବା ଔଷଧ।


ଏପଟେ ରାମା ରାଓ ନିଜର କାର୍ଯ୍ୟ ଶେଷ କରି କ୍ଷୀପ୍ର ପଦଚାଳନା କରି ଆସି ଦେଖେ ମନ୍ତ୍ରୀଙ୍କ ପୁଅ ନାହିଁ । ମନକୁ ପାପ ଛୁଇଁଲା ତାର ଆଉ କବିତା ର ନୃତ୍ୟ ମଧ୍ୟ ଶେଷ ହୋଇ ଯାଇଥିଲା। ଦୁହେଁ ଏବେ ଏକ ମୁହାଁ ହୋଇ ଦୋୖଡି ଗଲେ ପଛକୁ। ଆଉ ପାଟି କରୁଥିଲେ ଚନ୍ଦ୍ରମା.. ଚନ୍ଦ୍ରମା..

 ସବୁଠାରୁ ଦାମିକିଆ ସାଜସଜ୍ଜା ସେହି କକ୍ଷରେ ଥିଲେ ଦୁହେଁ ।

ଦେଖି ଚାଲିଥିଲା ସେହି ପୁରୁଷ ତାର ସେହି ରାତ୍ରିର ରାଣୀ କୁ। ହଁ ଆଜି ସେ ଖୁସି ଥିଲା କିନ୍ତୁ ସେହି ନାରୀ ?ସେ କଣ ଖୁସି ଥିଲା? ଏକ ଅଦ୍ଭୁତ ନୀରବତା ରାଜୁତି କରୁଥିଲା ସେହି କକ୍ଷରେ। ବାହାରେ ପିଏ ନିଜ କର୍ତ୍ତବ୍ୟ କରୁଥିଲେ ।କେହି ଯେପରି ନ ଯାଇ ପାରିବ ଜଗି ବସିଥିଲେ ସେ।ଏତିକିବେଳେ ପହଞ୍ଚିଲେ କବିତା ଓ ରାମା ରାଓ। ସାର୍ ସାର୍ ଛାଡ଼ନ୍ତୁ ଟିକିଏ ସେ ଝିଅ ଚନ୍ଦ୍ରମା ସହିତ କଥା ଥିଲା। ନା ନା ନୂଆ ମିନିଷ୍ଟର ଙ୍କୁ ଏହି ଭଳି ମୁଁ ଡାକି ପାରିବି ନାହିଁ । ନ ଡାକିଲେ ଅନର୍ଥ ହୋଇଯିବ ଓ ଆପଣ ସେହି ପାପର ଭାଗି ହେବେ,ସେ କିଛି ଯୁକ୍ତି ପୁନଃ କରୁଥିଲେ କିନ୍ତୁ ରାମା ରାଓ ଧକ୍କା ପକେଇ ତାଙ୍କୁ ଦୂରକୁ ହଟେଇ ଦେଇ କବାଟ ପିଟିବାକୁ ଲାଗିଲା ଓ ତା ସହିତ ଯୋଗ ଦେଲେ କବିତା।

 ପିଏ ମଧ୍ୟ ଉତ୍ତ୍ୟକ୍ତ ହୋଇ ମନ୍ତ୍ରୀଙ୍କୁ ଫୋନ କରି ଘଟଣା ସବୁ କହିଲେ।ଏବେ ଦରଜା ରେ ଆଘାତ ପାଇ ଚନ୍ଦ୍ରମା କବାଟ ଖୋଲିଲେ ଆଉ ସାଙ୍ଗରେ ଥିଲେ ମନ୍ତ୍ରୀଙ୍କ ପୁତ୍ର। କିଛି କହିବା ପୂର୍ବରୁ ମନ୍ତ୍ରୀ ଆସି ଉପସ୍ଥିତ ହେଲେ କିନ୍ତୁ ରାମା ରାଓକୁ ଦେଖି ଚକିତ ହୋଇ ଉଠିଲେ।


ସମସ୍ତେ ଥିଲେ ଭାଷା ଶୂନ୍ୟ ଆଉ ଅବାକ୍। କଣ ଘଟୁଥିଲା କେହି କିଛି ଜାଣି ନଥିଲେ।ପିଏ କୁ ଯିବାକୁ ଇଙ୍ଗିତ ଦେଲେ ମନ୍ତ୍ରୀ ଓ ହୋଟେଲର ସେହି ଚାରି କାନ୍ଥ ଭିତରେ ନିବୁଜ ହୋଇ ରହିଗଲେ ଅନ୍ୟ ମାନେ। ପ୍ରଶ୍ନ ଥିଲା ଚନ୍ଦ୍ରମା ମୁହଁରେ???ରାମା ରାଓ ଦୋଷୀ ଟିଏ ଭଳି ସମସ୍ତ କଥା କହିଲେ କିଭଳି କନ୍ୟା ସନ୍ତାନ ଟିଏ ପାଇ ମନ୍ତ୍ରୀ ତା ହାତରେ ଟେକି ଦେଇଥିଲେ ଅନେକ ବର୍ଷ ପୂର୍ବେ। କନ୍ୟା ସନ୍ତାନ କୁ ଏଠାରୁ ସହରରୁ ଅନେକ ଦୂରକୁ ନେଇଯିବାକୁ କହି। କିନ୍ତୁ ସେହି ଝିଅକୁ ଦେଖି ମନ ହେଲାନି ଓ ସେ ପାଖରେ ରଖିଦେଲା ।ଚକିତ ହୋଇ ଚନ୍ଦ୍ରମା ଚାହିଁଲା କବିତା ମୁହଁକୁ ସେ ମଥା ହଲାଇ ସମ୍ମତି ଦେଲା । ପାଦ ତଳୁ ମାଟି ଖସି ଯାଇଥିଲା ଉଭୟ ଭାଇ ଭଉଣୀଙ୍କର। ଚନ୍ଦ୍ରମା କେବଳ ଗୋଟିଏ ପ୍ରଶ୍ନ ପଚାରିଲା କାହିଁକି????ମୋ ସ୍ଥାନ କଣ ଏଠି???? କାହିଁକି ଝିଅକୁ ଜନ୍ମ ଦେଇ ତୁମକୁ କଷ୍ଟ ଲାଗିଲା କିନ୍ତୁ ଆଜି ଏହି ଭଳି ଏକ ସ୍ଥାନରେ କିଛି ନାରୀଙ୍କ ସାମ୍ନାରେ ନିଜର ପୁରୁଷ ପଣିଆ ଦେଖାଇବାକୁ ଲଜ୍ଜ୍ୟା ଲାଗୁନି।ନାରୀ ମାଆ, ନାରୀ ସୃଜନ କାରିଣୀ କିନ୍ତୁ ତାର ସ୍ଥାନ କେଉଁଠି? ଆପଣ ଖୁବ୍ ବଡ଼ ବଡ଼ ନାରା ଅବଶ୍ୟ ଲଗେଇଥିବେ ନାରୀ ବଚାଓ,ବେଟି ବଢାଓ କିନ୍ତୁ କରିଲେ କଣ? ଈଶ୍ୱର ବଡ଼ ଲୋକ ସମୟ ଥାଇ ସବୁ ଜଣା ପଡ଼ିଲା ନଚେତ୍ କଣ ହୋଇଥାନ୍ତା ଆଜି? ଜଣେ ଦୋଷୀ ଭଳି ଛିଡା ହୋଇଥିଲେ ମନ୍ତ୍ରୀ।ଏବେ ସେ ପୁଣି କହିଲା ନା ମୁଁ ଆପଣଙ୍କ ଝିଅ କେବେ ନୁହେଁ, କେବେ ହୋଇ ପାରିବି ନାହିଁ ଆପଣଙ୍କ ଭଳି କଳା ହୃଦୟ ନୁହେଁ ମୋର। ଶେଷରେ ନିଜ ପୁଅକୁ ସେହି କାଳିମା ଭିତରକୁ ଠେଲି ଦେଲେ ସାର୍। ପୁଅ ହତବାକ ଥିଲା ତାର ହୃଦୟ କେବଳ ଘୃଣରେ ଭରି ହେଇ ଯାଇଥିଲା। ସେ କହିଲା ଆପଣ ଏମିତି କରିବେ ଜାଣି ନଥିଲି ମୁଁ ଆପଣଙ୍କୁ ଜେଲ୍ ର ଚାରି କାନ୍ଥ ଭିତରେ ଦେଖିବାକୁ ମୋର ଇଚ୍ଛା। ହେଲେ ଚନ୍ଦ୍ରମା ପୁନଃ ପ୍ରଶ୍ନ କରିଲେ ଆଛା ଆପଣ ମନ୍ତ୍ରୀ ବାବୁ ,ପିତାଙ୍କୁ କହୁଛନ୍ତି କିନ୍ତୁ ଆପଣ କିପରି ରକ୍ଷକ ହୋଇ ଭକ୍ଷକ ସାଜି ପାରିଲେ କହିଲେ। ରାମା ରାଓ ଓ କବିତା ଦୁହେଁ ହତବାକ ଥିଲେ ।କିନ୍ତୁ ଚନ୍ଦ୍ରମା ସ୍ଥିର କରି ସାରିଥିଲା ସେ କହିଲା ନା ଆପଣ ମାନଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ।ଆଉ ଯୋଡିବାକୁ ଚାହେଁନି ମୁଁ କିନ୍ତୁ ଏହି ସ୍ଥାନ ଓ ସହର ମତେ କଷ୍ଟ ଦେବ।ଏବଂ ଆପଣ ଜୀବନ ଥିବା ପର୍ଯ୍ୟନ୍ତ ଓ ମୃତ୍ୟୁ ପରେ ମଧ୍ୟ ଯମ ଯନ୍ତ୍ରଣା ପାଇବେ।ହଁ ଆଗକୁ ଆପଣ ଦୁହେଁ କେବେ ଯଦି ଏହି ଭଳି ସ୍ଥାନକୁ ଯାଆନ୍ତି ତେବେ ଆପଣଙ୍କୁ ମୋ ମୁଁହ ନିଶ୍ଚୟ ଦିଶିବ। ଏହା କହି ସେ କବିତାର ହାତ ଧରି ବାହାରି ଚାଳିଗଲା ଓ ପ୍ରଥମ ଥର ଅଟକେଇ ରଖିଲା ନାହିଁ ରାମା ରାଓ।ସେ ଜାଣିଥିଲା ତାର ଗନ୍ତବ୍ୟ କୁଆଡେ।


କିଛି ଦିନ ପରେ

ରାମା ରାଓ ତାର ଗ୍ରାମକୁ ଫେରି ଆସିଥିଲା ସେହି ଘଟଣା ପରେ।ସେହି ସବୁ କାର୍ଯ୍ୟକୁ ଛାଡ଼ି ଓ ସେଦିନ ଖବର କାଗଜ ର ମୁଖ୍ୟ ପୃଷ୍ଠାରେ ମନ୍ତ୍ରୀଙ୍କ ଆତ୍ମହତ୍ୟା ଖବର ଟିଏ ଦେଖିବାକୁ ପାଇ ବୁଝି ପାରୁଥିଲା ତାଙ୍କର କର୍ମ ଆଜି ତାଙ୍କୁ ଏହି ଦଣ୍ଡ ଦେଇଛି। ଆଜି ସେ ଜାଣିପାରିଥିଲା କଳୁଷିତ କିଏ ।


Rate this content
Log in

Similar oriya story from Drama