ସେହି ଅତର ବୋଳା ଚିଠି
ସେହି ଅତର ବୋଳା ଚିଠି
ଚିଠି ପୁଣି କିଏ ଦେଇଛି ଏହି କମ୍ପ୍ୟୁଟର ଯୁଗରେ , ମହ ମହ ଅତର ବାସ୍ନା ପୁଣି ସେହି ଚିଠି ରେ ଲେଖା ଅଛି "ପ୍ରିୟର ସାନୁ"।
ହେଁ ଏହି ସାନୁ ପୁଣି କିଏ, ତାର ନାମ ଯେ ଶାନ୍ତନୁ। ବୋଧ ହୁଏ ଭୁଲ ବଶତଃ ଏହି ଚିଠି କିଏ ଦେଇଛି ତାକୁ।ପିଅନ କିନ୍ତୁ ମୂର୍ଖ ନୁହେଁ ତାକୁ ହିଁ ଆଣି ଧରେଇଲା।ତେବେ କିଏ ଦେଲା ପଚାରିଲା ବେଳେ କହିଲେ ଆପଣଙ୍କ ସବୁଠାରୁ ନିଜର ଲୋକ,ଯାହାକୁ ଆପଣ ସର୍ବଦା ମନେ ପକାନ୍ତି। ହେଲେ କିଏ??ବାପା???ବୋଉ???ଭାଇ???ନା ସେହି ସ୍କୁଲ୍ ବେଳର ସ୍ୱାତି।କେଜାଣି କିଏ??? ସେହି ଲଳନା ଙ୍କ ଚେହେରା ଦେଖି ଆଖିରେ ଆଖି ମିଶେଇ ପୁଣି ନଜର ଚୋରେଇ ଚିଠି ଖୋଲିବା ପାଇଁ ଆଶା ରଖି ସେ ବାହାରିଲା ଖୋଜିବାକୁ ସେହି ଚିଠିର ଏକମାତ୍ର ମାଲିକାଣୀ ଙ୍କୁ।ଏତେ ବଡ ଅଫିସ ଫ୍ଲୋର ରେ କାହାକୁ ଖୋଜିବ ବୋଲି ପାଗଳ ହେଇଗଲାଣି ସେ। ଧାଁ ଧଉଡ ନ କରି ସେ ମନରେ ଖୋଜିବାକୁ ଆରମ୍ଭ କରିଲା। ଯଦି କିଏ ଅଫିସ ର ହୋଇଥିବ?? ତେବେ କିଏ ଅବିବାହିତ ରହିଛନ୍ତି ଅଫିସ ରେ???
ପ୍ରୀତି, ମିନା, ମାଧୁରୀ, ଚାରୁ???ଏହା ଭାବିଲା ବେଳକୁ ମନର ଶୁଷ୍କ ମରୁଭୂମିରେ ପ୍ରଥମ ବର୍ଷା ଭଳି ଗୋଟିଏ ଭାବନା ଖେଳିଗଲା ଓ ତାଙ୍କ ଆଡ଼କୁ ଟିକିଏ ନଜର ଫେରେଇ ଦେଖିଲା ଶାନ୍ତନୁ, ନା ସେମାନେ ନିଜ କାର୍ଯ୍ୟରେ ବ୍ୟସ୍ତ କୌଣସି ଲକ୍ଷଣ ଲାଗୁନାହିଁ ତାଙ୍କୁ ଦେଖି ଏହି ଚିଠି ତାଙ୍କ ପାଖରୁ ଆସିଥିବ ଏବେ ସେହି ମନର ମରୁଭୂମିରେ ବର୍ଷା ଯେପରି ଅକସ୍ମାତ୍ ବନ୍ଦ୍ ହୋଇଗଲା । ତେବେ କିଏ ହୋଇପାରେ ଏହି ଅତର ବୋଳା ଚିଠିର ମାଲିକ,ତେବେ ଏହା କଣ କେହି ବିବାହିତା ମହିଳା ଦେଇଛନ୍ତି????
ହେଁ ଏହା ଶୁଣିଲା ମାତ୍ରେ ହୃଦୟରେ ଆଲୋଡନ ତାର ବଢ଼ିଗଲା । ତେବେ ସେ କଣ କାହା ଘର ଭାଙ୍ଗିଦେବ।,ନା ନା ସେ ଦ୍ଵିତୀୟ ପୁରୁଷ ହେବନି କାହା ଜୀବନରେ। ଅଫିସ୍ ରେ ମାତ୍ର ଦୁଇ ଜଣ ଅଛନ୍ତି ବିବାହିତା ମହିଳା କିନ୍ତୁ ସେମାନେ ଖୁବ୍ ଖୁସି ଅଛନ୍ତି ତାଙ୍କ ଜୀବନରେ। ଜଣେ ତାଙ୍କ ଭିତରୁ ଅର୍ଦ୍ଧ ବୟସ୍କା। ତାହେଲେ ଯଦି ସେ ହୋଇଥିବେ????? ନା ନା ଅର୍ଦ୍ଧ ବୟସ୍କା ପୁଣି ଗୋଟିଏ ମାଆ କୁ ସନ୍ତାନ ଠାରୁ ଛଡେଇ ନେବା କଣ ଠିକ???
ଏହା ଭାବି ସେ ପାଣି ବୋତଲ ଭରିବା ବାହାନାରେ ଚାଲିଲେ ସେ ଦୁହିଁଙ୍କୁ ଦେଖିବାକୁ।
ତନ୍ମଧ୍ୟରୁ ଜଣେ ଯିଏ ନବବିବାହିତା ସେ ତାଙ୍କୁ ଆଡ ଆଖିରେ ମଧ୍ୟ ଦେଖିଲା ନାହିଁ। କିନ୍ତୁ ଅର୍ଦ୍ଧ ବୟସ୍କ ମହିଳା ଜଣଙ୍କ ତାଙ୍କୁ ଦେଖି ଟିକିଏ ମୁରୁକିହସି ଲେ। ଏବେ କିନ୍ତୁ ମନରେ ତାର ପ୍ରେମ ବଦଳରେ ସତର୍କ ଘଣ୍ଟି ବାଜି ଉଠିଲା। କଣ??? ନା ନା ଏହି ମହିଳା ସେହି ପ୍ରେମ ବୋଳା ଚିଠିର ମାଲିକାଣୀ କେବେ ହୋଇ ନଥିବେ। ହେଲେ ତାର କଳ୍ପନା ଜଳ୍ପନାରେ ବିରାମ ଦେଇ ସେ କହିଲେ ଆରେ ଶାନ୍ତନୁ,ସେ ଟିମ୍ ଲଞ୍ଚ ଲିଷ୍ଟ ତମେ ତିଆରି କରୁଛ ମୋ ନାମ ଯୋଡ଼ି ଦେବ।। ଓଃ ଶାନ୍ତି,ତେବେ ଏହି ଚିଠି ନୁହେଁ କାରଣ ତାଙ୍କ କୋମଳ ହସର ସେ ଯାହା ହେଉ,ଛୋଟ ହଁ ଟିଏ ଭରି ସେ ଚାଲିଗଲା ନିଜ ସ୍ଥାନକୁ ହେଲେ ଆସିଲା ବେଳକୁ ତା ସ୍ଥାନରେ ମ୍ୟାନେଜର, ସକାଳୁ ଏହି ଅତର ବୋଳା ଚିଠି ପାଇଁ କିଛି କାମ କରିନି ସେ। ଦୁନିଆର ଯେତେ ପ୍ରକାର ଭଦ୍ର ଗାଳି ଥିଲା ସେ ଶୁଣିଲା ତାଙ୍କ ଠାରୁ ଓ ନିଜ ସ୍ଥାନରେ ବସି ବିରକ୍ତ ହୋଇ ଭାବିଲା ଯାଉଛି ଖୋଲିକି ଦେଖେ ।ଆଉ ଏତେ ଭାବି ମୁହଁ ଦେଖି କଳ୍ପନାରେ ଯାଇ ଫିଲିମ୍ ଭଳି ଭାବିଲେ ମୋ ମ୍ୟାନେଜର ମତେ ଫୋପାଡି ଦେବ ବାହାରକୁ ସବୁଦିନ ପାଇଁ। ଓଃ ମୁଣ୍ଡ ବିନ୍ଧୁଛି ମୋର । କେଜାଣି ଯଦି କେହି ପୁଅ ଦେଇଥିବ ତାଙ୍କୁ ଏହି ଚିଠି ନା ନା ନା ଏମିତି ସମ୍ଭବ ନୁହେଁ।ଏବେ ସେ ଅତର ବୋଳା ଚିଠି କୁ ଆଉ ପ୍ରହେଳି ନ ରଖି ଖୋଲିଲେ ଆଉ ସେଥିରେ ଲେଖାଥିଲା
"ବାକି ପଇସା କେବେ ଦେବ??? ଫୋନ, ମେସେଜ, ଏମିତି କି ଦେଖା ଚାହାଁ ମଧ୍ୟ କରୁନ କଣ ପଇସା ଉଦରସ୍ତ କରି ଯିବାର ପ୍ଲାନ୍ ଅଛି??? ହଁ ଝିଅ ଭଳି ଲେଖି ଦେଲେ ତମେ ନିଶ୍ଚିତ ପଢିବ ଜାଣିଥିଲି।ଆଜି ଚାରିଟା ବେଳେ ଚାହା ପଏଣ୍ଟ ରେ ଦେଖା ହେବ। "
ଇତି
ତୁମର ଓଡ଼ିଆ ବନ୍ଧୁ ପ୍ରକାଶ
ଏତିକି ପଢିଲା ବେଳକୁ ମୁଁହ ଲାଜରେ ରଙ୍ଗା ପଡିଯାଇଥିଲା ତାଙ୍କର. ଓଃ ସବୁବେଳେ ଦରକାର ବେଳେ ତାକୁ ପଇସା ମାଗନ୍ତି ହେଲେ ଦରମା ପାଇ ସାରିଲେ ଖର୍ଚ୍ଚ ହୋଇଯାଏ ଓ ସେ ଭୁଲି ଯାଆନ୍ତି। ଏବେ କିନ୍ତୁ କିଛି ପଇସା ଅଛି ତୁରନ୍ତ ଦେଇଦେବା ଉତ୍ତମ ବୋଲି ଭାବିଲେ ସେ। ତେଣୁ ନିଜ ସ୍ଥାନରୁ ଉଠି ଜାଇ ଏଟିଏମ୍ କୁ ଯିବା ପାଇଁ ଉଦ୍ୟତ ହେଉଥିଲେ ଓ ପ୍ରକାଶଙ୍କ ବୁଦ୍ଧିକୁ ତାରିଫ ନ କରି ମଧ୍ୟ ରହି ପାରୁନଥିଲେ।
