STORYMIRROR

Siddhartha Sankar Tripathy

Tragedy Action Crime

5  

Siddhartha Sankar Tripathy

Tragedy Action Crime

ମହିଷା ମର୍ଦ୍ଦିନୀ

ମହିଷା ମର୍ଦ୍ଦିନୀ

4 mins
454

 ସ୍ୱପ୍ନ ସାର୍ଥକ ହେଲେ ଜୀବନ ସରସ । ସ୍ୱପ୍ନ ଭାଙ୍ଗିଗଲେ ଜୀବନ ନର୍କଯନ୍ତ୍ରଣା । ଝିଅଟିଏ ଜନନୀ, ଭଗିନୀ, ଜାୟା । ନାରୀ ସୀତା, ସାବିତ୍ରୀ, ଦୁର୍ଗା। ଝିଅଟି ଶାନ୍ତିର ରୂପରେ ସୀତା, ସମର୍ପଣର ରୂପରେ ସାବିତ୍ରୀ, ଅନ୍ୟାୟର ଅନ୍ତ ରୂପରେ ଦୁର୍ଗା ।


   ପୁର୍ବ ପ୍ରଚଳିତ ବେଲ୍ ବଟମ୍ ପ୍ୟାଣ୍ଟ ବଦଳି ସ୍କିନ୍ ଫିଟ୍ ହେଲାପରି ସହମତିଭିତ୍ତିକ ବିବାହର ଧାରା ବଦଳି ୱାଟସ୍ଆପ୍, ଫେସବୁକ, ଟ୍ୱିଟରରେ ପ୍ରେମର ଆରମ୍ଭ ଆଗକୁ ବିବାହ ଉଦ୍ଦେଶ୍ଯରେ । କିଛିଟା ସଫଳ, କିଛିଟା ଅସଫଳ।

  

   ସଫ୍ଟୱେର ଇଞ୍ଜିନିୟରିଂ ପଢାସାରି ରୁବିନା ଚାକିରୀ ଅନ୍ୱେଷଣରେ । ଟ୍ୱିଟର, ଫେସବୁକରେ ଚାକିରୀ ଅନ୍ୱେଷଣ କରୁକରୁ ପରିଚୟ ହୁଏ ସୌମେନ୍ଦ୍ର ସହ । ସୁନ୍ଦର ଭଦ୍ର, ଶାଳୀନ ବ୍ୟବହାର ।


    ଧିରେଧିରେ ପରିଚୟ ଆଦାନପ୍ରଦାନ ଭିତରେ ରୁବିନା ଜାଣିବାକୁ ପାଇଲା ମଧ୍ୟବିତ୍ତ ପରିବାରର ଅବିବାହିତ ପୁଅ ସୌମେନ୍ଦ୍ର, ତାପୁଣି ମେକାନିକାଲ ଇଞ୍ଜିନିୟର ଓ ମାସିକ ଦରମା ଭାରତୀୟମୁଦ୍ରାରେ ପାଞ୍ଚଲକ୍ଷ। କମ୍ପାନୀର ଦରମା ତ ନୁହଁ ପ୍ୟାକେଜ ତା ସାଙ୍ଗକୁ ଆନୁସାଙ୍ଗୀକ ସୁବିଧା ସୁଯୋଗ । 


   ଖୁସିହୋଇଗଲା ରୁବିନା। ବାପାମାଆଙ୍କୁ ସବୁ ବିଷୟ ବର୍ଣ୍ଣନା କଲା ଓ ବିଦେଶରେ ଚାକିରୀପାଇଁ ଅନୁମତି ଲୋଡିଲା । 


   ରୁବିନା କହିଲା ବାପା ଆପଣମାନେ ଅନୁମତି ଦେଲେ ମୁଁ ସୌମେନ୍ଦ୍ରଙ୍କ ସହ ବିଚାରବିମର୍ଷ କରିବି, ତାଛଡା ସଫ୍ଟୱେରରେ ଓଡିଶାରେ ଭବିଷ୍ୟତ ନାହିଁ । ବାପାକହିଲେ ତା ତ ଠିକ୍ ଯେ ଝିଅ, ବିଦେଶ ଚାକିରୀ, ଝିଅପିଲା, ମନଟା କାହିଁକି ମାନୁନାହିଁ । ଅପରପକ୍ଷରେ ତୋର ଯୋଗ୍ୟତା ଅନୁଯାୟୀ ଓଡିଶାରେ ପାତ୍ର ଖୋଜିବା ବି ଆମପାଇଁ କଷ୍ଟକର । ଆମେ କଣ କହିବୁ ? ତୁ ନିଜେ ଚିନ୍ତାକର। 


    ହସିଉଠିଲା ରୁବିନା । କହିଲା, ବୁଝିଲ ବାପା, କେତେ ଶିକ୍ଷିତ ପରିବାର ହେଲେ ବି ପରିବାର ଏଇ ଗୋଟିଏ କଣ୍ଟାରେ ଅଟକିଯାଏ, ଝିଅର ବାହାଘର । ଯୁଗ କୁଆଡେ ଗଲାଣି । ଝିଅ ଆଉ ଅବଳା ଦୁର୍ବଳାର ପ୍ରଚାର କଣ ଆଉ ଅଛି ? ଝିଅର ଭାଗ୍ୟ କଣ ଘରର ଚାରିକାନ୍ଥରେ ? ମାଆ ସ୍ମିତ ହସି କହିଲେ, ନା ରେ ମାଆ ତୁ ମାଆ ହେଲେ ଜାଣିବୁ, ମାଆର ବ୍ୟଥା ବେଦନାର ଚିତ୍ର।


     ଧିରେଧିରେ ସୌମେନ୍ଦ୍ର ସହ ପରିଚୟ ନିବିଡ ହେଲା । ଆରେ, ପୁଅଝିଅର ପରିଚୟ ନିବିଡର ଅର୍ଥ ନୁହେଁ ପ୍ରେମ ହିଁ । ମାନବିକତା ତଥା ଗ୍ରାମପାଖର ଉଚ୍ଚଶିକ୍ଷିତା ଜାଣିବାପରେ ମାନବିକତା ଦୃଷ୍ଟିରୁ ସାହାଯ୍ଯ କରିବାକୁ ଆଗେଇଆସିଲା ସୌମେନ୍ଦ୍ର ଉଚ୍ଚାଭିଳାଷୀ ରୁବିନାକୁ । 


    ସବୁପ୍ରକାର ସାହାଯ୍ଯ ପ୍ରତିଶ୍ରୁତି ପାଇବାପରେ ସ୍ଥିର ହେଲା ରୁବିନା ବିଦେଶ ଯିବ। ଶିକ୍ଷିତ ପରିବାର ।ବାପାମାଆ ବି କଥାବାର୍ତ୍ତା ହେଉଥିଲେ ସୌମେନ୍ଦ୍ର ସହ ।ବିଦେଶଯିବା ସ୍ଥିର ହୋଇଗଲା । ଖୁସିରେ ନାଚୁଥିଲା ରୁବିନା ଓ ରୁବିନାର ଉଜ୍ଜ୍ବଳ ଭବିଷ୍ୟତ ଆଶାରେ ସାରା ପରିବାର। ଗାଆଁସାରା ପ୍ରଘଟ ହୋଇଗଲା। ବାପାମାଆ କହୁଥିଲେ ଝିଅଲୋ, ସୌମେନ୍ଦ୍ର ଭଲପିଲାଟି। ଯଦି ତୋର ପସନ୍ଦ ହେବ, ବାହାଘର କରିଦେବା, ଦୁହେଁ ବିଦେଶରେ ଖୁସିରେ ସଂସାର କରି ବ। 


   ଲାଜେଇ ଯାଉଥିଲା ରୁବିନା। ଖୁସିରେ ନାଚୁଥିଲେ ହିତକାଂକ୍ଷି, ଈର୍ଷାରେ ଜଳୁଥିଲେ କିଛିପରଶ୍ରୀକାତର ଗ୍ରାମବାସୀ । 


    ନୂତନ ଆଶାର ସନ୍ଧାନରେ ବାହାରିଗଲା ରୁବିନା । ଏୟାରପୋର୍ଟରେ ଅପେକ୍ଷା କରିଥିଲା ସୌମେନ୍ଦ୍ର । ଆଜିକାଲି ତ ପୁଅଝିଅ ଅନଲାଇନରେ ଦେଖାସାକ୍ଷାତ ହୋଇସାରିଥାଏ ତେଣୁ ଜାଣିବାରେ ଅସୁବିଧା ନାହିଁ। 

 

     ରୁବିନା ପୂର୍ବନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଚାଲିଲା ସୌମେନ୍ଦ୍ର ସହ। ସୌମେନ୍ଦ୍ର କହିଲା ଦୁଇତିନିଦିନ ବୁଲାବୁଲି କର। ତାପରେ ଆମ କମ୍ପାନୀରେ ଚାକିରୀ । ଖୁସିରେ ରାଜି ହୋଇଗଲା ରୁବିନା। ବିରାଟ ଫ୍ଲାଟ ଦେଖି ଆଶ୍ଚର୍ଯ୍ୟଚକିତ ହୋଇ ରୁବିନା କହିଲା, ଏକାଲୋକ ଏତେବଡ ଘର କଣ ପାଇଁ । ସୌମେନ୍ଦ୍ର କହିଲା ନା ନା ଏଇ ଘର କିଛିଦିନ ହେବ ନେଇଛି, ଏତେବଡ ସଫ୍ଟୱେର ଇଞ୍ଜିନିୟର ରହିବେ ନା । ଲାଜେଇ ଯାଇ ରୁବିନା କହିଲା ଧେତ୍, ଆପଣ କୋଉ କମ୍ କି ?

   

    ମନଖୁସିରେ ସହର ସାରା ଘୁରିବୁଲୁଥିଲା ରୁବିନା । ପ୍ରକୃତରେ ବିଦେଶର ମଜା ଦେଶରେ ନାହିଁ । ଏ ପାଗଳ ଲେଖକଗୁଡାକର ସବୁଥିରେ ଆପତ୍ତି । ପାଶ୍ଚାତ୍ଯ ସଂସ୍କୃତି, ପାଶ୍ଚାତ୍ଯ ସଭ୍ୟତାର ନିନ୍ଦାର ଗାଥାରେ ବହି ଭରିଦିଅନ୍ତି । ସେମାନେ ତ ଜୀବନରେ ଏସବୁ ଦେଖିପାରିବେନି। ବିନା ଖର୍ଚ୍ଚରେ କେଇଧାଡି ଲେଖି ବାହାବା ନେବାର ପ୍ରତିଯୋଗିତା । ପାଞ୍ଚଟଙ୍କିଆ କଲମ ଓ ସରକାରୀ ସପ୍ଳାଇ କିଛି ପେପରରେ ଲେଖିଚାଲନ୍ତି ପାଶ୍ଚାତ୍ଯ ସଭ୍ୟତାର ଗାଥା କଦର୍ଥ କରି । 


     କିଛିଦିନ ବୁଲାବୁଲି କରିବା ଭିତରେ ଘରକୁ ଖୁସିଖବର ଦେଇସାରିଥିଲା ରୁବିନା। ସୌମେନ୍ଦ୍ରର ବ୍ୟକ୍ତିତ୍ବ, ଉନ୍ନତ ଚିନ୍ତାଧାରାର ଚିତ୍ର ସହ ନିଜେ କୁଶଳରେ ଥିବା ବିଷୟ ଜ୍ଞାତ କରାଇସାରିଥିଲା । 


   ସୌମେନ୍ଦ୍ର ସହ ବାହାରିଲା ଦପ୍ତରକୁ। ବାପରେ ବାପ । ଏତେବଡ ବହୁଚଳ ପ୍ରସାଦ । ଖୁସି ହୋଇଗଲା ରୁବିନା । ଅଧିକାରୀଙ୍କ ସହ କଥାବାର୍ତ୍ତା ସରିଲା। ଅଧିକାରୀଙ୍କ ସର୍ତ୍ତ ଥିଲା, ଏକମାସ କାମକଲା ପରେ କାର୍ଯ୍ୟଶୈଳୀ ଦେଖି ଏଗ୍ରିମେଣ୍ଟର ନିଷ୍ପତ୍ତି ହେଲା। ଅଫିସ ଯିବା ଆରମ୍ଭ ହେଲା ରୁବିନାର ସୌମେନ୍ଦ୍ର ସହ । 


   ଦିନେ ରୁବିନା ସୌମେନ୍ଦ୍ରକୁ ପଚାରିଲା ତମକୁ ଅଫିସରେ ସୁପରଭାଇଜର କାହିଁକି ଡାକନ୍ତି, ମୋତେ ତ ମ୍ୟାଡମ ଡାକନ୍ତି । ହସିଦେଇ ସୌମେନ୍ଦ୍ର କହିଲା ଏଇଟା ବିଦେଶ। ଏଇଠି ଏପରି ହିଁ ଡାକନ୍ତି। ଆମର ମତଲବ ଦରମାରେ। ବୁଝାଅବୁଝାରେ ରହିଗଲା କଥା। 

  

   ସୌମେନ୍ଦ୍ର ପ୍ରସ୍ତାବ ଦେଲା ଏମିତି ବି ଲିଭଇନ୍ ରିଲେସନରେ ରହୁଛେ। ଜଣେ ଜଣକୁ ଭଲରେ ଜାଣିବାପରେ ବାହା ହୋଇଯିବା । ହଁ ଭରିଲା ରୁବିନା । ଧିରେଧିରେ ସମ୍ପର୍କ ବଢିଲା। ସମ୍ପର୍କର ସେତୁ ଆଉ ପାଦେ ଆଗକୁ ବଢି ଶାରୀରିକ ସମ୍ପର୍କ ବି ଆରମ୍ଭ ହୋଇଗଲା। ଖୁସିଥିଲେ ଦୁହେଁ। 


    ହଠାତ୍ ଦିନେ......

ସୌମେନ୍ଦ୍ରର ପ୍ରସ୍ତାବ ଶୁଣି ଆଶ୍ଚର୍ଯ୍ଯ ହୋଇଗଲା ରୁବିନା । ଅଧିକାରୀଙ୍କ ସହ ଶାରୀରିକ ସମ୍ପର୍କର ପ୍ରସ୍ତାବ ଦେଇଥିଲା ସୌମେନ୍ଦ୍ର। ରୁବିନା କହିଲା, ତମେ କେମିତିକା ସ୍ୱାମୀ । ସ୍ତ୍ରୀକୁ ଅନ୍ୟ ହାତରେ ଟେକିଦେବାକୁ ତିଳେ ବି କୁଣ୍ଠା ନାହିଁ । ସୌମେନ୍ଦ୍ର କହିଲା ଏଇଟା ବିଦେଶରେ ମାମୁଲି କଥା । ଏମିତି ନହେଲେ ଚାକିରୀ ଯିବ, ଖାଇବାକୁ ବି ପାଇବା ମୁସ୍କିଲ । 

  

   ଏଇ ଥରକ ମୋ କଥା ମାନ। ଆମେ କୋଟିପତି ହୋଇଯିବା । 'ଏଇଟା ଅଧିକାରୀଙ୍କୁ ମୋ ଶେଷ ଡାକରା'।ଆଶ୍ଚର୍ଯ୍ଯରେ ରୁବିନା କହିଲା ତାମାନେ ତମେ ଅଧିକାରୀଙ୍କ ପାଇଁ ଆଗରୁ ଏମିତି କେତେ ଡାକରା ଦେଇଛ। ସୌମେନ୍ଦ୍ର କହିଲା, ହଁ ହେଲେ ଏଇ ଡାକରା ଶେଷ ଡାକରା। ତାପରେ ଆମେ କୋଟିପତି। ଆକାଶରୁ ଖସିପଡିଲା ରୁବିନା। କହିଲା ମୁଁ ତମର ଶିକ୍ଷାଗତ ଯୋଗ୍ୟତା ଜାଣିସାରିଛି। ତମେ ମ୍ୟାଟ୍ରିକ ପାଶ୍। ତଥାପି ତମେ ଉଚ୍ଚମନା ଭାବି ମୁଁ ସବୁକିଛି ସମର୍ପଣ କରିଦେଲି। ହେଲେ ତମେ ଜଣେ ଦଲାଲ....!


    ଦୃଢ଼ ପ୍ରତିରୋଧ କଲା ସେ । କିଛିନଶୁଣି ତାର ହାତଗୋଡ ଖଟରେ ବାନ୍ଧିଦେଲା । ଅଂଗ୍ରେଜ ଅଧିକାରୀ ପହଞ୍ଚିଲେ, ବଳାତ୍କାର କରି ଆତ୍ମତ୍ରୁପ୍ତିର ହସହସି ଟଙ୍କା ବିଡାଟିଏ ଫୋପାଡିଦେଇ ଚାଲିଗଲେ । 


   ଆରମ୍ଭ ହୋଇଗଲା ରୁବିନାର ବନ୍ଦୀଜୀବନ। କେବଳ ନିତ୍ୟକର୍ମ ପାଇଁ ହାତଗୋଡ ଖୋଲି ସାଙ୍ଗରେ ନିଏ ସୌମେନ୍ଦ୍ର। ପ୍ରତିଦିନ ବଳାତ୍କାର କରନ୍ତି ଅଧିକାରୀ, ସୌମେନ୍ଦ୍ର ଓ ତାର କିଛି ସାଙ୍ଗ । ରୁବିନା ଭାବୁଥିଲା ବୋଧେ ଏଇ ବିଦେଶ ଡାକରା ତାର ଶେଷ ଡାକରା । 


    ସେ ମନେମନେ ଭାବୁଥିଲା, ସୀତା, ଦ୍ରୌପଦୀର ସ୍ୱପ୍ନ ଦେଖୁଦେଖୁ ବନିଗଲା ଶିକ୍ଷିତାବେଶ୍ୟା । ହେଲେ, ଦୁର୍ଗାଚରିତ୍ର ତ ବାକିଅଛି । ହାତରେ ପଡିଲା ଛୁରୀ। ନିତ୍ୟକର୍ମ ବାହାନାରେ ଭୁସିଚାଲିଲା ସୌମେନ୍ଦ୍ରକୁ। ଘର କବାଟ ବନ୍ଦକରି ଦୌଡିଲା ପୋଲିସଷ୍ଟେସନ। ସମସ୍ତ ବିଷୟ ବର୍ଣ୍ଣନା କରିବାସହ ପୁଲିସ ନେଇକି ଆସିଲା ଏପାର୍ଟମେଣ୍ଟ । 


   ବନ୍ଧାହୋଇଗଲେ ସମସ୍ତେ । ରୁବିନା ଫେରିଗଲା ଓଡିଶା ପୁଲିସ ସହାୟତାରେ। ଘରେ ପହଞ୍ଚି ସମସ୍ତ ବିଷୟ ବର୍ଣ୍ଣନା କରି ଭୋ ଭୋ କାନ୍ଦୁଥିଲା ରୁବିନା । ବାପାମାଆଙ୍କ ଧୈର୍ଯ୍ଯ ଓ ସାହାସରେ ନିଜର ବ୍ୟବସାୟିକ ଜୀବନ ଆରମ୍ଭ କରିବା ସହ ସୀମିତ ଆଶାରେ ସୁନ୍ଦର ଜୀବନ ଓ ସୁନ୍ଦର ସଂସାର ବି ଆରମ୍ଭ କଲା। ଆଜି ବି ପତିକୁ ସେହି ଶେଷଡାକରା କଥା କହିଲାବେଳେ ଅଜାଣତରେ ଆଖି କୋଣରେ ଜକେଇଯାଏ ଦୁଇବୁନ୍ଦା ଲୁହ.....!!


Rate this content
Log in

Similar oriya story from Tragedy