Nityananda Sahu

Horror Romance Crime

4.5  

Nityananda Sahu

Horror Romance Crime

।। ଅଦୃଶ୍ୟ ପ୍ରେମ ।।

।। ଅଦୃଶ୍ୟ ପ୍ରେମ ।।

23 mins
439


କଥାରେ ଅଛି" ପ୍ରେମ କଣ ବୁଝିବାକୁ ହେଲେ, ପ୍ରେମରେ ପଡିବାକୁ ହୁଏ । ଆଉ ସେ ପ୍ରେମ ଯେ କେତେ ଶିକ୍ଷା ଦିଏ, ତା ଭଲ ପାଇଥିବା ଜୀବଟିଏ ହିଁ ଜାଣି ଥାଏ । ଜୀବନରେ ହସ ଆଉ ଲୁହକୁ ଯଦି କିଏ ଅଦୃଶ୍ୟ ଭାବେ ବାନ୍ଧି ରଖିଥାଏ, ତାହା ହେଉଛି ପ୍ରେମ । ପ୍ରେମ ହିଁ ସ୍ୱର୍ଗର ଅପ୍ସରୀକୁ ସ୍ୱପ୍ନରେ ଆଣି ରାତି ସାରିଦିଏ ତ ଆଉ କେତେବେଳେ ଅଦିନ ଶ୍ରାବଣ ପରି ଅହରହ ହୃଦୟରେ କୋହ ଭରି, ରାତିର ନିଦ ହଜେ.ଇ. ଦିଏ । ନା" କେବେ ଦେଖେ ସେ ବୟସ ନା" ଜାତିକି ଗୋତ୍ର । ଅଜାଣତେ କାମଦେବଙ୍କ କାୟାରେ ସମ୍ମୋହନ କରି ସ୍ଥିର ହୃଦୟକୁ ଅସ୍ତିର କରିଦିଏ, କେଇ ମୁହୁର୍ତ୍ତର ଆକର୍ଷଣରେ ଭିଜେ.ଇ. । ବାସ ତା ପରେ ଆରମ୍ଭ ହେଇଯାଏ, ପ୍ରେମର ଜୀବନ । ଛାଇ ପରି ରହିଯାଏ ଶେଷ ନିଃଶ୍ୱାସ ଯାଏ, ବେଳେ ବେଳେ ଖୁସି ବାଣ୍ଟି ଦିଏ ପ୍ରେମ ଫଗୁଣର ରଙ୍ଗ ଭରି ଦେଇ ପ୍ରିୟାର କପାଳରେ ନ ହେଲେ ଜଳେ ହୃଦୟ ଶ୍ମଶାନରେ ପାଉଁଶ ତଳର ନିଆଁ ହୋଇ । ଆଜି ଏମିତି ରଙ୍ଗୀନ ସ୍ୱପ୍ନର ଭାବନା ଦୁନିଆଁରେ ଘୁରି ବୁଲୁଛି ସାର୍ଥକ । 

ଧୀରେ ଧୀରେ ଛାତି ଭିତରର ନିଃଶ୍ୱାସର ଗତିରେ ଅସ୍ତିର ଅନୁଭବ କରେ ସାର୍ଥକ "" । ଆଖି ଖୋଲି ଦେଖେ ତ, ବସ୍ କୋଟା ଜଂକ୍ସନର ପାହାଡ଼ି ଘାଟିର ତଳକୁ ଖସୁଛି । ବାଦଲ ସବୁ ଯେମିତି ବସ ସହ ଘଷି ହୋଇ ଯାଉଛନ୍ତି । ସତରେ ସେ କେବେ ବି ଆଗରୁ ପକୃତିର ଏ ସୁନ୍ଦର ରୂପକୁ ଉପଭୋଗ କରିବାର ସୁଯୋଗ ପାଇ ନ ଥିଲା । ଜୀବନର ପ୍ରଥମ ଚାକିରୀ ପାଇଛି ସୁ-ଦୂର କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ ଅଙ୍କାଡେଲି ପ୍ରାଇମେରୀ ସ୍କୁଲରେ ଜୁନିୟର ଶିକ୍ଷକ ଭାବେ । 

ନିଜକୁ ବହୁତ ଭାଗ୍ୟବାନ ଭାବୁଥିଲେ ବି, ମନ ଭିତରେ ଭୟ ଥିଲା ଅନେକ । ଶୁଣିଛି ମାଓବାଦୀ ଏରିଆ, ଆଦିବାସୀ ବହୁଳ ଜାଗା । କେମିତି ରହିବି ଏଠି । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ପଞ୍ଚପଲ୍ଲୀ ଗାଁ କେଉଁଠି, ଆଉ କାହିଁ ଛଅ ଶହ କିଲୋମିଟର ଦୂରରେ କୋରାପୁଟ । ଭାବିକି ଘର ଲୋକଙ୍କ କଥା ବେଶି ମନେ ପଡୁଥାଏ ତାର ।

ସେ ଯାହା ବି ହେଇଯାଉ, ପ୍ରଥମ ଚାକିରୀକୁ କେବେ ବି ଛାଡିପାରିବ ନାହିଁ ?? କାହିଁକି ନା ଆଜି କାଲି ସରକାରୀ ଚାକିରୀଟିଏ ପାଇବା ପାଇଁ ବହୁତ କସରତ କରିବାକୁ ପଡୁଛି । ସିଟି ପାସ କରିବାର ଚାରି ବର୍ଷ ପରେ ଓଟିଇଟିରେ କୃତକାର୍ଯ୍ୟ ହୋଇ କୋରାପୁଟ ଜିଲ୍ଲାରେ ଚାକିରୀ ପାଇଛି । ଏବେ ଆଉ ଘରେ ଶୁଣିବାକୁ ତ ମିଳିବନି ରୋଜଗାରହୀନ କୁଳାଙ୍ଗାରର ଆଖ୍ୟା । 

ଦେଖୁ ଦେଖୁ ବସ ଲମତାପୁଟ ବଜାର ଟପି ମାଛକୁଣ୍ଡ ରାସ୍ତାରେ ଚାଲିଲା । ରାସ୍ତା କଡ଼ରେ ବିଭିନ୍ନ ପ୍ରକାରର ଗଛ । ପରିବେଶକୁ ଆହୁରି ସୁନ୍ଦର କରିଦେଉଥାଏ, ଉଚ୍ଚ ଉଚ୍ଚ ପାହାଡ଼ ଆଉ ବାଦଲର ଅପୂର୍ବ ମିଳନର ଦୃଶ୍ୟ । କୋରାପୁଟରେ ଆସି ବସ ଯୋଗେ ସକାଳ ଛଅ ଟାରେ ପହଞ୍ଚିଲି । ବସ ଷ୍ଟାଣ୍ଡ ପାଖରେ ସୁଲଭ ଶୌଚାଳୟରେ ନିତ୍ୟକର୍ମ ସାରି, ବସ ଷ୍ଟାଣ୍ଡରେ ବୁଝିବାରୁ ଜାଣିଲି ଅଙ୍କାଡେଲିକୁ ଦିନ ଏଗାରଟାରେ ବସ ଅଛି । କଣ କରିବି ବା ଏତେ ସମୟ, ଶୁଣିଥିଲି କୋରାପୁଟ ସହର ମଧ୍ୟ ଭାଗରେ ପ୍ରଭୁ ଜଗନ୍ନାଥଙ୍କର ଶବର ଶ୍ରୀକ୍ଷେତ୍ର ସ୍ଥାପିତ। ମନେ ମନେ ସ୍ଥିର କଲି ପ୍ରଭୁଙ୍କ ଦର୍ଶନ କରି ବିଶ୍ରାମ ନେବି । 

ଦର୍ଶନ ସାରି ମନ୍ଦିରରେ କିଛି ସମୟ ବୁଲିବା ପରେ, ଷ୍ଟାଣ୍ଡରେ ପହଞ୍ଚି ବସ ଯୋଗେ ଆସିଲି ।ଦୀର୍ଘ ପନ୍ଦର ଘଣ୍ଟାର ଯାତ୍ରାର ଯନ୍ତ୍ରଣା ଥିଲା ଅତ୍ୟନ୍ତ କଷ୍ଟଦାୟକ । ଥରେ ଆସି ଘରକୁ ଯିବା ପାଇଁ ଆଉ ଇଚ୍ଛା ହେବ ନାହିଁ ।

ଦେଖୁ ଦେଖୁ ବସ ଅଙ୍କାଡେଲି ବଜାର ପାଖରେ ରହିଲା । ଛୋଟ ମାର୍କେଟ ଆଉ ଚାରିଆଡେ ବିଶାଳ ବିଶାଳ ପାହାଡ଼ ଆଉ ଗଛ ଲତା ପରିପୂର୍ଣ୍ଣ ଭରପୁର ଜାଗା । କେତେ ଶାନ୍ତ ବାତାବରଣ । ଏଠି ରହିବାରେ ଖାଲି ଆନନ୍ଦ ହିଁ ଆନନ୍ଦ । 

ବସରୁ ଓହ୍ଲାଇ ପଚାରି ପଚାରି ସ୍କୁଲରେ ପହଞ୍ଚିଲି। ଚାକିରୀରେ ଯୋଗ ଦେବାର ଦରଖାସ୍ତ ପ୍ରଧାନ ଶିକ୍ଷକଙ୍କୁ ଦେଲି । ରହିବା ପାଇଁ ସାର ମାନେ ରହୁଥିବା ବସ୍ତି ପାଖରେ ଗୋଟେ ଭଡା ଆଡ଼ଜେବେଷ୍ଟ ଘର ବୁଝି ଦେଲେ । ଭଡା ମାତ୍ର ଏକ ହଜାର ଟଙ୍କା, ପାଇଖାନା ଆଉ ଲାଟିନ ଘର ଅଲଗା କିନ୍ତୁ ଘର ସହ ମିଶିକି ଥିଲା । କିନ୍ତୁ ସମସ୍ୟା ଥିଲା ପାଣିର । ଘାଟି ଆଉ ପାହାଡ଼ର ଚଟାଣ ଭିତରେ ମଧୁର ପାଣି ଟୋପେ ପାଇବା ବହୁତ କଷ୍ଟ ଥିଲା । ଏକମାତ୍ର କୂଅ ହିଁ ଥିଲା ଭରସା । ଜୀବନରେ କେବେ ବି କୂଅର ପାଣି ପିଇ ନଥିଲି । ତଥାପି ବେଳେ ବେଳେ ଜୀବନ ସହ ସାଲିସ କରିବାକୁ ପଡେ । ମୁଁ ଚାକିରୀରେ ଯୋଗ ଦେବାର ଦୁଇ ଦିନ ପରେ ପ୍ରଧାନ ଶିକ୍ଷକ ସାର୍ ଛୁଟିରେ କିଛି ଦିନ ପାଇଁ ଚାଲିଗଲେ । ଘରେ କିଛି ଅସୁବିଧା କହି । ମତେ ତ ରହିବାକୁ ପଡିବ । କେବଳ କହିଗଲେ ଅନ୍ଧାର ହେବା ପୂର୍ବରୁ ଘରକୁ ଫେରି ଆସିବ । ବେଶି ରାତିରେ ବାହାରେ ବୁଲିବା ଆଦୌ ଠିକ ନୁହେଁ । କାହିଁକି ନା ମାଓବାଦୀ ମାନେ ଏ ଜାଗାରେ ରାତିରେ ବୁଲୁ ଥାଆନ୍ତି । ସାର୍ ଯିବା ଆଗରୁ ଏ କଥା ବି କହିଥିଲେ ଉଦାହରଣ ସହକି ????? ଗୋଟେ ରାତିରେ ମାଓବାଦୀ ମାନେ ଆସି ମାଛକୁଣ୍ଡ ପୋଲିସ ଫାଣ୍ଡିକୁ ନିଆଁ ଲଗେଇ ପୋଡି ଦେଇଥିଲେ, ଯାହାକୁ ମୁଁ ଆସିଲା ବେଳେ ବାଟରେ ଦେଖିକି ଆସିଥିଲି । 

ମୁଁ ସାରଙ୍କ କଥାରେ ହଁ ମାରି ରହିଲି । ସହରର ଭୋଗ ବିଳାସର ଜୀବନ, ପର୍ବତ ଆଉ ଝରଣା କୂଳରେ କାଟି ପାରିବା ଟିକେ କଷ୍ଟଦାୟକ ଥିଲା !!! ଦୁଇ ତିନି ଦିନି ନିଜକୁ ସନ୍ଧ୍ୟା ହେଉ ହେଉ ବନ୍ଦୀ କରି ରଖିଲି । ମୋର ଶୀଘ୍ର ଶୋଇବାର ଅଭ୍ୟାସ ନ ଥିଲା, ସେଥିପାଇଁ ମତେ ନିଦ ହେବା ପାଇଁ ସମୟ ଲାଗେ । 

ସ୍କୁଲ ସାରି ଆସି, ରାତ୍ରି ଭୋଜନ ସମାପ୍ତ କରି, ଫିତା ଖଟରେ କଡ଼ ଏପେଟ ସେପଟ କରିବା ଭିତରେ, ଘର ଲୋକଙ୍କ କଥା ମନେ ପଡୁଥାଏ । ବାପା ମା"ର ଗୋଟେ ବୋଲି ପୁଅ । ଏମିତି ଜୀବନରେ ରହିବା କଣ ଭାଗ୍ୟରେ ଲେଖା ଥିଲା ? ଭୋଗ ବିଳାସକୁ ଭୁଲି ରୋଷେଇ ଶିଖି ନ ଥିବା ପିଲା ଆଜି ଅଧା ସିଜା ଖାଇ ବଞ୍ଚି ରହିବାକୁ ହେବ କେବେ ସ୍ୱପ୍ନରେ ଭାବି ନଥିଲି । ମୋବାଇଲର ନେଟୱର୍କ ବି ସବୁ ବେଳେ ରହୁନି । ହାତ ଗଣତି ଦୁଇଟି କମ୍ପାନୀ ଜିଓ ଆଉ ବିସଏନଲ ସିମକୁ ଛାଡି ଦେଲେ ଆଉ କିଛି ନାହିଁ । ତାହା ଫୁଣି ସବୁବେଳେ ନେଟୱର୍କ ରୁହେ ନାହିଁ । 

ରାତି ଆସି ବାରଟା ହେବ, କାଲି ରବିବାର, ଛୁଟି ଅଛି । କିଛି କାମ ନାହିଁ ଶୋଇବା ଛଡା । ନିଦ ନ ଲାଗିବା ରୁ, ବାହାରେ ଯାଇ ଟିକେ ବୁଲି ଆସିବାକୁ ସ୍ଥିର କଲି । ପୁନେଇଁ ରାତିର ଜହ୍ନ ଆଲୁଅରେ ଚାରି ଆଡେ କେତେ ସୁନ୍ଦର ମନଲୋଭା ଦୃଶ୍ୟ ଦେଖିବାକୁ ମିଳୁଥାଏ । ଘର ଠାରୁ ଅଧ କିଲୋମିଟର ପରେ ଗୋଟେ ଛୋଟ ଝରଣା ବୋହି ଯାଉଛି । ତା ପାଖକୁ ଲାଗି ସୁନ୍ଦରୀ ନାଁର ଛୋଟ ପାହାଡ଼ଟିଏ । ସେ ପାହାଡ଼ରେ କାଜୁ, ଆମ୍ବ, ପଣସ ଆଉ ଅନେକ ଭେଳିକି ଭେଳି ଗଛ ସବୁ ଅଛି । ସନ୍ଧ୍ୟା ପୂର୍ବରୁ କିଛି ସମୟ ସେଠି ବସିକି ଆସେ । ବହୁତ ଭଲ ଲାଗେ, ସୁଲୁ ସୁଲୁଆ ଶୀତଳ ପବନ ଆଉ ପକୃତିର ଅପୂର୍ବ ମିଳନର ଦୃଶ୍ୟରେ ନିଜକୁ ହଜେ.ଇ. ଦିଏ । ଅନ୍ୟମନସ୍କ ହୋଇ କେତେବେଳେ ସେ ଝରଣା କୂଳରେ ପହଞ୍ଚି ସାରିଥିଲି ଜାଣି ପାରିଲି ନାହିଁ । 

କିଛି ସମୟ ଝରଣାକୁ ଲାଗି ପଡିଥିବା ବିରାଟ ପଥର ଉପରେ ବସି ଜହ୍ନ ଆଲୁଅରେ ଭିଜିବାର ଆନନ୍ଦ ନେବା ଭିତରେ, ହଠାତ ଆଖି ପଡେ ସେଇ ସୁନ୍ଦରୀ ପାହାଡ଼ ଉପରେ।

ସୁନ୍ଦରୀ"" କାହିଁକି ଦିଆ ଯାଇଛି ସେ ପାହାଡ଼ର ନାଆଁ ବୋଲି ପଚାରି ବୁଝିବାରୁ ଜାଣେ " କେହି କେହି କୁହନ୍ତି ସେ ପାହାଡ଼ ଦେଖିବାକୁ ସୁନ୍ଦର, ଆଉ କିଏ କୁହନ୍ତି, ଆଗରୁ ସେ ଜାଗାରେ ସୁନ୍ଦରୀ ବୋଲି ଗୋଟେ ବାଘୁଣୀ ରହୁଥିଲା, ଯାହାକି ପରବର୍ତ୍ତୀ ସମୟରେ ଗାଁ ଲୋକମାନଙ୍କ ହାତରେ ମୃତ୍ୟୁବରଣ କରିଥିଲା। ବାଘୁଣୀ ନାଁ ଅନୁସାରେ ପାହାଡର ନାଁ ସୁନ୍ଦରୀ ପାହାଡ଼ ରଖା ଯାଇଥିଲା । 

ସତରେ ଏ ସୁନ୍ଦରୀ ପାହାଡ଼ ଉପରେ ଜହ୍ନର କିରଣ ପଡିଲା ପରେ କେତେ ସୁନ୍ଦର ଦେଖା ଯାଉଚି । ବର୍ଣ୍ଣନା କରିବା ପାଇଁ କୌଣସି ଭାଷା ପାଉ ନାହିଁ । କିଛି ସମୟର ଅନ୍ୟମନସ୍କ ଭିତରେ ଶୁଣିବାକୁ ମିଳିଛି ଜଣେ ଯୁବତୀର ସୁମଧୁର ସଙ୍ଗୀତର ମୂର୍ଚ୍ଛନା । ଆଃକି ସୁନ୍ଦର ଶାନ୍ତ ପରିବେଶରେ ଏ ସୁମଧୁର ସଙ୍ଗୀତ, ସତରେ ଅତି ମୁଗ୍ଧ କର । ଆଖି ଖୋଜି ବୁଲିଛି, କାହିଁ କେହି ଦେଖା ଯାଉ ନାହାନ୍ତି । ସେଇ ମୁହୁର୍ତ୍ତ ମଧ୍ୟରେ ଯେମିତି ଲାଗିଲା, ସେ ସଙ୍ଗୀତ ହିଁ ମୋ ହୃଦୟରେ ପ୍ରେମ ରୂପକ ଆତ୍ମାକୁ ଜାଗ୍ରତ କରିଲା ପରି ଅନୁଭବ ହେଲା । ଅସ୍ଥିର ହୋଇ ଆଖି ଖୋଜି ବୁଲିଲା ସେଇ ସୁମଧୁର ସଙ୍ଗୀତ ପରିବେଷଣକାରୀ ଯୁବତୀକୁ । କିଛି ଦୂର ପାହାଡ଼ର ପଖା ପାଖି ହେଲା ପରେ ଦେଖିବାକୁ ମିଳିଲା, ଜଣେ ସୁନ୍ଦର ତେଜମୟୀ ତରୁଣୀକୁ । ନିଜର ଟୋକେଇରେ କାଜୁ ଆମ୍ବ ଫଳ ସବୁକୁ ଗୋଟେଇ ଚାଲିଛି । 

ହଠାତ ସେ ଅଟକି ଗଲା, ତାର" ସୁମଧୁର ସଙ୍ଗୀତ ବି ଆଉ ଶୁଣିବାକୁ ମିଳିଲା ନାହିଁ । ବୋଧହୁଏ ସେ ମୋ ଆସିବାର ଆଭାସକୁ ଅନୁଭବ କରି ପାରିଲା । ଦୌଡି ଯାଇ ଲୁଚି ଗଲା, କାଜୁ ଗଛ ପଛପଟେ । ତାର ଭୟକୁ ଲାଘବ କରିବା ପାଇଁ, ମୁଁ ପାଦେ ଆଗେଇ ଯାଇ କହିଲି, ଡରିବାର କିଛି ଆବଶ୍ୟକତା ନାହିଁ। ମୁଁ ରାକ୍ଷସକି ଭୂତ ନୁହେଁ, ତୁମ ପରି ମଣିଷଟିଏ । ମୋ ନାଁ ସାର୍ଥକ । ମୁଁ ଏଠି ସରକାରୀ ସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ପାଇଛି । ତୁମର ସଙ୍ଗୀତରେ ମୁଁ ବିଭୋର ହୋଇ, ତୁମକୁ ଦେଖା କରିବାକୁ ଚାଲି ଆସିଲି । କିଛି ସମୟ ପରେ ସୁନ୍ଦରୀ ଗଛ ପଛ ପଟୁ ବାହାରି ଆସିଲା । ସେ ଆସିବା ମାତ୍ରେ,ମୋ ଆଖି ଝଲସି ଉଠିଲା, ରୂପବତୀ ରାଜକନ୍ୟା ପରି ଚେହେରା, ଶରୀର ଦେଖିବାକୁ ଆକର୍ଷଣୀୟ, ଆଖି ଦୁଇଟି ଯେମିତି ନିଶାସକ୍ତ, ଦେଖୁ ଦେଖୁ ଯିଏ ବି କେହି ତା" ପ୍ରେମରେ ପଡିଯିବ, ଆଉ ମୁଁ ବି ପଡି ସାରିଥିଲି !!!!

ତୁମେ କିଏ ଯୁବତୀ, ତୁମର ପରିଚୟ କଣ ??? 

ମୋର ପ୍ରଶ୍ନକୁ ଶୁଣି ସେ ମତେ ନିରୀହ କରୁଣ ଦୃଷ୍ଟିରେ ଅପଲୋକ ନୟନରେ ଚାହିଁ ରହିଥାଏ । କିଛି ସମୟ ପରେ କହିଲା ମୋ ନାଁ, ପରୀ । ମୁଁ ଏଇ ପାଖ ଗାଁର କେଶବ କିଷାନର ଝିଅ । କାଲି ହାଟ ଅଛି ତ, କିଛି ଫଳ କିଣି ନେଇ ବଜାରରେ ବିକିବା ଆଶାରେ ଆସିଥିଲି । ବହୁତ ସମୟ ହେଲାଣି, ମୁଁ ଏବେ ଆସୁଛି । 

କଣ କହିବି କିଛି ବୁଝି ପାରୁନଥାଏ । ହଠାତ ବାହାରି ଆସିଲା, ଆରେ ଟିକେ ଶୁଣ ? 

ତୁମ ଘରେ କଣ କେହି ନାହାନ୍ତି ? ତୁମେ ଏତେ ରାତିରେ କଣ ପାଇଁ ବାହାରକୁ ଆସୁଛ । ତୁମକୁ କଣ ଡର ଲାଗୁନି ??

ମୋ ପ୍ରଶ୍ନ ଥିଲା ତା ପାଇଁ ଯେମିତି ଯନ୍ତ୍ରଣାର ଅଗ୍ନି ବାଣ । 

ଡର " ହଁ ଲାଗେ ସାର କିନ୍ତୁ ପେଟ ପାଇଁ ତ ସେ ଡରକୁ ଆଜି ନ ହେଲେ କାଲି ଭୁଲିବାକୁ ପଡିବ ଆଉ ସାହସ କରି ସମାଜର ଭୟକୁ ସାମ୍ନା କରିବାକୁ ତ ହେବ । ଆଖିରେ ଥିଲା ତାର ଦୁଃଖ ସାଗରର ସ୍ରୋତ । ମୋ କଣ୍ଠ ସ୍ୱର ବି ବଦଳିଲା ପରି ଲାଗିଲା । ତୁମର କଣ ଅସୁବିଧା ହୋଇଛି ମତେ କହିବନି ??? 

ମତେ ବିଶ୍ୱାସ କର, ମୁଁ ତୁମର କିଛି ବି କ୍ଷତି କରିବି ନାହିଁ । ଭଗବାନଙ୍କ ରାଣ ଖାଇ କହୁଚି । 

ମୁଁ ରାତିର ଗଙ୍ଗଶିଉଳିଟିଏ। ଫୁଟି ଝଡି ଯାଏ ରାତିଟିଏ ପାଇଁ । ଆପଣ ମୋ ଦୁଃଖ କାହାଣୀ ଶୁଣିବେ !!!!

-------ହଁ କାହିଁକି ନୁହେଁ । ଯଦି ତୁମେ ମତେ ବିଶ୍ୱାସ କର, ତା ହେଲେ କହି ପାର !!! 

ପରୀ କଥା କହି କହି ସେଇ ଝରଣା ନିକଟ ପଥର ଖଣ୍ଡ ପାଖରେ ପହଞ୍ଚି ସାରି ଥାଏ । ଅଟିକି ବସି ପଡ଼ିଲା ସେଇ ପଥର ଉପରେ, ମୁଁ ତା ସମ୍ମୁଖରେ ଦଣ୍ଡାୟମାନଥିଲି । 

କଣ କହିବି ସାର ! ମଣିଷ ଜୀବନ ପାଇଛି, ଭାବିଥିଲି ଖୁସିରେ ରହିବି, କେବେ ବି ଦୁଃଖକୁ ମୋ ପାଖକୁ ଛୁଇଁବାକୁ ଦେବି ନାହିଁ । କିନ୍ତୁ ସେମିତି କିଛି ହେଲାନି । ମାଆ ବଞ୍ଚିଥିବା ଯାଏ ହାଟରେ ପରିବା ଫଳ ମୂଳ ଆଉ ହାଣ୍ଡିଆ ବିକି ପରିବାର ଚଳାଏ । ଆମେ ବହୁତ ଖୁସିରେ ଥିଲୁ । ଦିନେ ହାଟ ସାରି ଆସିଲା ବେଳେ ନନ୍ଦପୁର ପାଖରେ ଗାଡି ଦୁର୍ଘଟଣାରେ ମାଆ ଆର ପାରିକୁ ଚାଲିଗଲା । ମାଆ ଥିଲା ବେଳେ ଦୁଃଖ କଣ କିଛି ଜାଣି ନ ଥିଲୁ, ଆମେ ଦୁଇ ଭଉଣୀ । ମୁଁ ଆଉ ମୋ ସାନ ଭଉଣୀ ସୁନା । ବାପା ଥିଲେ ସ୍ଵଭାଵରେ ମଧୁଆ । ଦିନ ରାତି ଦେଶୀ ହାଣ୍ଡିଆ ପି "" ଏଠି ସେଠି ପଡି ରହେ । ମୁଁ ସେତେବେଳେ ମାଛକୁଣ୍ଡ ସ୍କୁଲରେ ଦଶମ ଶ୍ରେଣୀରେ ପଢୁଥାଏ। ବାପାଙ୍କ କୁ-ଅଭ୍ୟାସ ପାଇଁ, ଧୀରେ ଧୀରେ ଘରର ଟଙ୍କା ସବୁ ସରିବାକୁ ଲାଗିଲା । ଘରେ ଖାଇବା ପିଇବାର ଘୋର ଅସୁବିଧା ହେଲା । ଭୋକ ବିକଳ ସହି ନ ପାରି ଭଉଣୀ ମୋର ନିତି ମାଆକୁ ଝୁରି ହୋଇ କାନ୍ଦୁଥାଏ । କଣ କରିବି ? ବଡ଼ ଝିଅ ଘରର, ନିଜର କାନ୍ଧ ଉପରେ ଘରର ସମସ୍ତ ବୋଝ ନେଇ, ଶେଷରେ ବାହାରକୁ ବାହାରିଲି । ପ୍ରଥମେ ପ୍ରଥମେ ବାପା ଗୋଟେ କାମ ବୁଝିଦେଲେ, ଗେଷ୍ଟ ହାଉସରେ । ଅଙ୍କାଡେଲି ଜଳବିଦ୍ୟୁତ ବିଭାଗର ଜେ.ଇ. ସାରଙ୍କ ଘରେ । ସାରଙ୍କର ମ୍ୟାଡମ ଥିଲେ ବହୁତ ଦୟାଳୁ । ସେ ମତେ ତାଙ୍କର ଝିଅ ପରି ଦେଖୁଥିଲେ । ମୁଁ ତାଙ୍କ ଘରେ ଛଅ ସତ ମାସ କାମ କାଲା ଭିତରେ ଯାହା ଟଙ୍କା ପାଉଥିଲି ଅଧା ବାପା ମାଡ଼ ମାରି ମଦ ପିଇବାକୁ ନେଇଯାଉଥିଲେ, ଆଉ ଅଧା ଟଙ୍କାରେ ଆମେ ଦୁଇ ଭଉଣୀ ଚଳୁଥିଲୁ । ଏମିତି କିଛି ଦିନ ଚାଲିବା ଭିତରେ ମୋର ଦଶମ ଶ୍ରେଣୀ ପାଠ ପଢା ସରି ଯାଇଥାଏ । ଦଶମରେ ଆଦିବାସୀ ଝିଅ ଆଉ ଏଇ ସାତ ଖଣ୍ଡ ବସ୍ତିରେ ମୁଁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇଥିଲି । ଭାବିଲି ଆଗକୁ ପାଠ ପଢି ଜୀବନରେ ଗୋଟେ ବଡ଼ ସରକାରୀ ଚାକିରୀ କରିବି । ହେଲେ ମୋ ଭାଗ୍ୟରେ ଆଉ କିଛି ଲେଖିଥିଲା । ଦଶମ ଶ୍ରେଣୀ ସରିବାର ତିନି ଚାରି ମାସ ଭିତରେ ପାଖ କଲେଜରେ +2 କଳାରେ ଶିକ୍ଷା ଆରମ୍ଭ କଲି । ସକାଳୁ ଜେ.ଇ. ସାରଙ୍କ ଘରେ ପାଇଟି କାମ ସାରି କଲେଜ ଯାଏ, ଆଉ ସନ୍ଧ୍ୟାରେ ବାକି କାମ ସାରି ଭଉଣୀକୁ ନେଇ ତାଙ୍କ (ଜେ.ଇ.) ଘରୁ ଫେରି ଆସେ । ନୂଆଁ ନୂଆଁ ଯୌବନରେ ପାଦ ଦେଉଥାଏ, ଶରୀରର ଆକର୍ଷଣ ବି ଦ୍ୱିଗୁଣିତ ହୋଇ ଚାଲୁଥାଏ । ଆଦିବାସୀ ଘର ପିଲା ହେଲେ ବି, ମୋ ସୌନ୍ଦର୍ଯ୍ୟ ଥିଲା ଅନନ୍ୟ କୁଆଡେ ବୋଲି ସାର(ଜେ.ଇ.) ସବୁ ବେଳେ କୁହନ୍ତି । ଧୀରେ ଧୀରେ ତାଙ୍କର ନଜର ମୋ ପ୍ରତି ଖରାପ ହେବାର ମୁଁ ଅନୁଭବ କରୁଥାଏ । କେତେ ଥର ମୋ ଦେହରେ ହାତ ପକେଇ, ଶରୀରକୁ ତାଙ୍କ ବାହୁରେ ଭିଡ଼ିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ମୋ ପ୍ରତିରୋଧ ଏବଂ ମାଆ ସାଆନ୍ତାଣୀଙ୍କ ଉପସ୍ଥିତ ପାଇଁ ମୁଁ ବଂଚି ଯାଏ । କେମିତି ଏ ଲଜ୍ୟା କଥା ବଡ଼ମାଆଙ୍କୁ କହିବି, ସେ କଣ ମୋ କଥାକୁ ବିଶ୍ୱାସ କରିବେ ? କାମ ଛାଡି ଦେଇ ଯିବା ପାଇଁ ସ୍ଥିର କଲେ ବି ଘର ପରିସ୍ଥିତି ପାଇଁ, ବାଧ୍ୟ ହୋଇ ରହିବାକୁ ପଡୁଥାଏ ମତେ । ତା ଭିତରେ ମୁଁ ହାଟକୁ ଯିବା ଆରମ୍ଭ କରିଦେଇ ଥାଏ । ସପ୍ତାହିକ ହାଟରେ ବି ଦି ପଇସା ଭଲ ରୋଜଗାର ହୁଏ । ମାଆ ଠାରୁ ଦେଶୀ ହାଣ୍ଡିଆ ବନେଇବା ଭଲ ସେ ଶିଖି ଯାଇଥିଲି । ସେଥିପାଇଁ ମାଟି ହାଣ୍ଡିରେ ଦେଶୀ ହାଣ୍ଡିଆ ବନେଇ, ହାଟକୁ ନେଇଯାଏ ବିକିବା ପାଇଁ । ମୋ ଆକର୍ଷଣ ଚେହେରା ଆଉ ହାତ ତିଆରି ହାଣ୍ଡିଆ ପିଇବାକୁ ଟୋକା ଠାରୁ ବୁଢା ଯାଏ ସମସ୍ତେ ଆସନ୍ତି । ପଖା ପାଖି ତିନିଟା ହାଟରେ ମୋ ହାଣ୍ଡିଆର ଭଲ ନାଁ ଅଛି। ଲୋକେ ପାଗଳ ହୋଇ ଯାଆନ୍ତି ମୋ ହାତର ହାଣ୍ଡିଆ ପିଇବା ପାଇଁ । 

କାଲି ହାଟ ଅଛି ସେଥିପାଇଁ ଏ କାଜୁ ଫଳ ନେଇକି ଯାଉଛି, ହାଣ୍ଡିଆ କଲେ, ହାଟରେ ବିକିବି ।

ସତରେ ପରୀ " ତୁମେ ମହାନ । ତୁମ ପରି ଝିଅ ଘରର ବୋଝ ମୁଣ୍ଡେଇ ଚଳି ପାରୁଛ ଶୁଣି ବହୁତ ଖୁସି ଲାଗିଲା । 

ହଉ ସାର ମୁଁ ଆସୁଛି !!! 

-----ହଁ ଯେ " କଣ ଆମର ଆଉ ଦେଖା ହେବନି ???? ତୁମ ହାତ ପ୍ରସ୍ତୁତ ହାଣ୍ଡିଆ ଟିକେ ମତେ ଚାଖିବାର ସୁଯୋଗ ଦେବ ନାହିଁ ???

-----ହଁ ନିଶ୍ଚିତ ଦେବି ସାର, ଏତେ ଦିନ ପରେ ଖୋଲା ମନରେ ଆପଣଙ୍କ ସହ କଥା ହୋଇ ପାରିଥିବାରୁ, ଖୁସି ଲାଗିଲା ।

-----ମୁଁ ସବୁଦିନେ ଏଠିକୁ ଆସେ । ଆପଣ ଚାହିଁଲେ ଆସି ପାରିବେ????? 

ମୋ ଆଖି ସମ୍ନାରୁ ଧୀରେ ଧୀରେ ପରୀ ଜଙ୍ଗଲ ଭିତର ରାସ୍ତା ଦେଇ ଅଦୃଶ୍ୟ ହୋଇ ଗଲା । ରାତି ଆସି ତିନିଟା ବାଜିବ, କାକର ଟୋପାରେ ଦେହ ଶୀତେଇ ଉଠୁଥାଏ । ରୁମକୁ ଫେରି ଶୋଇ ଗଲି । ସକାଳୁ ଟିକେ ବିଳମ୍ବରେ ଉଠି ନିତ୍ୟ କର୍ମ ସାରିଲା ପରେ, ଶେଜରେ କଡ଼ ନେଉଟେଇ ଏପଟ ସେପଟ ହେଲା ପରେ, କାଲି ରାତିରେ ପରୀ ସହ ଦେଖା ହେବା କଥାକୁ ଭୁଲି ପାରୁନଥାଏ । ସତରେ ମୋ ବୟସ ଠାରୁ ଦୁଇକି ତିନି ବର୍ଷ ସାନ ହେବ କିନ୍ତୁ ଆଜି ନିଜ ପରିବାରର ବୋଝ ଉଠେଇବାରେ ସେ ସକ୍ଷମ । ପରୀ ପରି ଝିଅଟିଏ ଯଦି ଜୀବନ ସାଥି ହୋଇଯାଏ, ଏ ସଂସାରରେ ମୋ ଦୁଃଖ ବି କମିଯିବ ।ପରୀ ପରି କାହିଁକି ପରୀ ହିଁ ମୋ ଜୀବନ ସାଥି ହେବାରେ କଣ ଅସୁବିଧା ଅଛି । ଆଜି କାଲି ବୁଝିବା ସୁଝିବାର ଝିଅଟେ ମିଳିବା ଭାରି କଷ୍ଟ । ଘର ଲୋକଙ୍କୁ ମୁଁ ବୁଝେଇ ଦେଇ ପାରିବି । ଆଶା ସେମାନେ ନିଶ୍ଚିତ ମୋ କଥା ଶୁଣିବେ । ଆଜି ରାତିରେ ଦେଖା ହେଲେ ପରୀ, ତାଙ୍କର ଘର ଠିକଣା ମାଗି ନେଇ ନିଶ୍ଚିତ ପ୍ରସ୍ତାବ ପକେଇବି । ତା ପରେ ପରୀଙ୍କର ଇଛା, ସେ ଯାହା ନିଷ୍ପତ୍ତି ନେବେ !!!!!!

ବାହାରେ କିଛି ଲୋକଙ୍କ ପାଟି କରିବାର ଶୁଣିବାକୁ ପାଇଲି। କଣ ହୋଇଛି ଯାଇ ବୁଝେ ତ, କାଲି ରାତିରେ ଜେ.ଇ. ସାରଙ୍କର ଗାଡି ଦୁର୍ଘଟଣାରେ ମୃତ୍ୟୁ ହେବାର ଖବର ଚାରି ଆଡ଼େ ଖେଳି ଯାଇଛି । କେତେ ଲୋକେ କେତେ କଥା କହୁଥାଆନ୍ତି । କିଏ କହୁଥିଲେ, ମଦ ପିଇ ଗାଡି ଚଳେଇ ସୁନ୍ଦରୀ ପାହାଡ଼ରେ ପିଟି ହୋଇ ଝରଣା କୂଳରେ ଛିଟକି ପଡି ମୃତ୍ୟୁବରଣ କରିଛନ୍ତି ତ ଆଉ କିଏ କହୁଥିଲେ ମାଓବାଦୀ ମାନେ ମାରି ଦେଇଛନ୍ତି । କିନ୍ତୁ ସତ କଥା କିଛି ବି ଜଣା ପଡୁନଥାଏ । 

ଭାବିଲି ରାତିରେ ପରୀ ଦେଖା ହେଲେ ବୁଝିନେବି, ସେ ତ ତାଙ୍କ ଘରକୁ କାମ କରିବାକୁ ଯାଏ । ରୁମକୁ ଫେରି ବିଶ୍ରାମ ନେଲି । 

ସନ୍ଧ୍ୟା ଯାଇ ରାତି ହେଲା, ଖାଇ ପିଇ ସାରି କିଛି ସମୟ ଏପଟ ସେପଟ ହେଲା ପରେ, ରାତି ପ୍ରାୟ ଏଗାରଟା ବେଳକୁ ଝରଣା ଆଡେ ଅଗ୍ରସର ହେଲି। ଝରଣା କୂଳରେ କିଛି ସମୟ ବସିଲା ପରେ, ପରୀର ଆସିବା ବିଳମ୍ବ ଦେଖି, ଭାବିଲି ଜେ.ଇ. ସାରଙ୍କ ଦେହାନ୍ତରେ,ସେ ବୋଧହୁଏ, ତାଙ୍କ ପତ୍ନୀଙ୍କ ପାଖରେ ରହି ଯାଇଛି ସାନ୍ତ୍ୱନା ଦେବା ପାଇଁ । ପଖା ପାଖି ଗୋଟେ ଘଣ୍ଟା ଅପେକ୍ଷା କଲା ପରେ, ଯେତେବେଳେ ମୁଁ ଉଠିକି ଘର ଆଡ଼କୁ ଯିବା ପାଇଁ ବାହାରେ, ପରୀ କହିଲା କଣ ଦେଖା ନ କରି ଚାଲିଯିବେ ??? 

ପଛକୁ ବୁଲି ଦେଖେ, ପରୀ ମତେ ଦେଖି ହସୁଥିଲା । ଆଜି ତା ମୁହଁରେ ହସ ଥିଲା ଅତ୍ୟନ୍ତ ଖୁସି ପ୍ରାପ୍ତିର । ଭାବିଲି ସେ ମନ ଦୁଃଖରେ ଥିବ । ତା ଚେହେରାର ହସ ଦେଖି ମତେ ଆଶ୍ଚର୍ଯ୍ୟ ଲାଗିଲା । 

----- ଆଜି କଣ ଏତେ ଖୁସି ପରୀ, କଣ ହେଇଛି ??? -------- କିଛି ନାହିଁ ସାର, ଆଜି ଟିକେ ମୁକ୍ତି ମିଳିଲା ।

--------କି ମୁକ୍ତି ମିଳିଲା ତୁମକୁ ????

----------କାଲି ଆପଣଙ୍କୁ କହିଥିଲି ନା । ଜେ.ଇ. ସାର ଆଉ ମୋ ସମ୍ପର୍କର କଥା । ସାରଙ୍କ ଦେହାନ୍ତରେ ମୁଁ ଯେତିକି ମର୍ମାହତ । ସେତିକି ସନ୍ତୁଷ୍ଟ ମଧ୍ୟ । ନାରୀ ମାଂସ ଲୋଭୀ ଗୋଟେ ଶୃଗାଳ ଆଜି ତା ପାପର ଶାସ୍ତି ପାଇଛି ।ଏତକ କହି ହୃଦୟ ଖୋଲା ହସରେ ହସୁଥିଲା ପରୀ ।

-------କଣ ହେଇଛି ମତେ କହିବନି ???

-------ହଁ ଆପଣଙ୍କ ଛଡ଼ା ଏବେ ମୋ କଥା ଆଉ କିଏ ବା ଶୁଣୁଛି ନା ବିଶ୍ୱାସ କରୁଛି ।!!! ଦିନେ ମାଆ ସାଆନ୍ତାଣୀ ତାଙ୍କ ଘରୁ ଯାଇଥିଲେ ବୁଲି । ମୁଁ କଲେଜ ସାରି ଆସି ବାବୁଙ୍କ ଘରେ ସମସ୍ତ ପାଇଟି କାମ ସାରି, ଘରକୁ ଆସିବାକୁ ବାହାରେ, ବାବୁ କହିଲେ ଚା"ପିଇବା ପାଇଁ । ମାଆ ନ ଥିବାରୁ ମନା କରି ପାରିଲିନି । ରୋଷେଇ ଘରକୁ ଚା" ବନେଇବା ପାଇଁ ଚାଲିଗଲି। ଚା "ବନେଇ ସାରି ତାଙ୍କର ରୁମକୁ ଯାଇ ଚା"କଣ ଦେବି, ବାବୁ ମୋ ହାତକୁ ଧରି ଖଟ ଉପରକୁ ଭିଡି ନେଲେ । ମୋ ଶରୀରର ପ୍ରତିଟି ଜାଗାକୁ ତାଙ୍କର ହାତରେ ଛୁଇଁବାକୁ ଲାଗିଲେ । ପ୍ରଥମେ ମୁଁ ଯେତେ ଚେଷ୍ଟା କଲେ ବି, ତାଙ୍କର ସେ ଶକ୍ତ ବାହୁ ବନ୍ଧନରୁ ନିଜକୁ ମୁକ୍ତି କରି ପାରିଲି ନାହିଁ । ଯେତେ ପାଟି କଲେ ବି, ଶୁଣିବା ପାଇଁ କେହି ନ ଥିଲେ। ଶେଷରେ ସେ ଦିନ ଶିକାର ହୋଇଗଲି ବାବୁଙ୍କ କାମନାର ତୃପ୍ତି ପାଇଁ । ନର ରକ୍ଷାସ ପରି ସେ ମତେ ଉପଭୋଗ କରିବାକୁ ଲାଗିଲେ । ତାଙ୍କର କାମନାର ଅଗ୍ନି ପ୍ରଶମିତ କରି ମୋର ସର୍ବସ୍ୱ ଲୁଟି ନେଲେ । କଳଙ୍କିନୀ ସଜେଇ ଦେଲେ ଚାରି କାନ୍ଥ ମଧ୍ୟରେ। ଧୀରେ ଧୀରେ ଯନ୍ତ୍ରଣାରେ ଛଟପଟ ହୋଇ ଉଠି ଭାବିଲି ଘରେ ଯାଇ ବାପାଙ୍କୁ ସବୁ କହିବି, ବାବୁଙ୍କର ମୁଖା ଖୋଲି ଦେବି କିନ୍ତୁ ସାହସ କରି ପାରିଲିନି । ସମାଜରେ କଳଙ୍କର ପରିଚୟ ନେଇ ବଞ୍ଚିବା ପାଇଁ ନିଜକୁ ଖରାପ ଲାଗୁଥିଲା । ବାପା କି ସମାଜ କଣ ମୋ କଥାକୁ ବିଶ୍ୱାସ କରିବେ?? ବୋଧହୁଏ କେବେ ନୁହେଁ,କିନ୍ତୁ ସବୁ ଶୁଣି ସାରିଲା ପରେ ସମସ୍ତେ ମତେ ହିଁ ନିନ୍ଦା କରିବେ । ମୁଁ ଯଦି ଘର ଛାଡ଼ି ଚାଲିଯିବି, ବାପା ଆଉ ଭଉଣୀର କିଏ ବା ଯତ୍ନ ନେବ?? ନା ଥାଉ, ଏ କଳଙ୍କ ମୋ ଦେହରେ ସେମିତି । ସହିଯିବି ପଛେ କିନ୍ତୁ କାହାକୁ କହିବି ନାହିଁ । ଆଖିର ଲୁହକୁ ଓଠରେ ପିଇ ଘରକୁ ଫେରିଲି । ଦେହ ଖରାପର ବାହାନା ଦେଖେଇ ସାତ ଦିନ ଘରେ ବନ୍ଦୀ ହୋଇ ରହିଲି । ବାବୁ ବି ଥରେ ଦୁଇ ଥର ଘରକୁ ଆସି ବାପାଙ୍କୁ ମୋ ବିଷୟରେ ବୁଝି, ଫଳ, ଔଷଧ ଆଉ କିଛି ଟଙ୍କା ଦେଇ ଚାଲି ଯାଆନ୍ତି । 

ଏତିକିରେ ଦୁଃଖ ସରି ନ ଥିଲା ମୋର । ମାଅ ସାଆନ୍ତାଣୀ ଆସିଲା ପରେ ଭାବିଲି କହି ଦେବି । ତା ପରେ ଭାବିଲି ସେ ଯଦି ମତେ ଭୁଲ ବୁଝି କାମରୁ କାଢି ଦେବେ,କିଛି ଟଙ୍କା ଯାହା ମିଳୁଛି ତାହା ଆଉ ପାଇବିନି । ସେଥିପାଇଁ ଚୁପ ରହିଲି । ବାବୁ ବି ମୋ ହାବଭାଵରୁ ମୁଁ କାହାକୁ କିଛି ନ କହି ରହିଥିବା ଜାଣି ଯାଇଥିଲେ । ସେ ଦିନ ରାତି ପ୍ରାୟ ଆଠଟା ବାଜିବ । ମୁଁ ଘରକୁ ଆସିବାକୁ ବାହାରୁ ଥାଏ । ମାଆ, ମତେ ବାବୁଙ୍କ ଗାଡିରେ ଯିବା ପାଇଁ କହିଲେ । ପ୍ରଥମେ ମୁଁ ମନା କରୁଥିଲି କିନ୍ତୁ ମାଆଙ୍କ କଥା କାଟି ନ ପାରି ବାଧ୍ୟ ହୋଇ ଗାଡିରେ ବସିଲି । ମଟର ସାଇକେଲରେ ଆଗରୁ କେବେ ବି ବସି ନଥିଲି । ବାବୁ କ୍ଷିପ୍ର ଗତିରେ ଗାଡି ଚଳାଉ ଥାଆନ୍ତି । ଏଇ ସୁନ୍ଦରୀ ପାହାଡ଼ ପଛ ପଟ ଜଙ୍ଗଲ ଭିତରକୁ ଗାଡିରେ ମତେ ନେଇଗଲେ । ମୁଁ ପ୍ରତିବାଦ କଲେ ବି, ସେ ଶୁଣିଲେ ନାହିଁ । ଜଙ୍ଗଲ ଭିତରେ ମତେ ଆଉ ଥରେ ଶୋଷଣ କରିବାକୁ ଚେଷ୍ଟା କରିବାରୁ ମୁଁ କୌଶଳ ବଶତଃ ଖସି ଆସିଲି ମୁଖ୍ୟ ରାସ୍ତା ଆଡ଼କୁ ଦୌଡି ଦୌଡି । ରାସ୍ତାରେ ପହଞ୍ଚି ଦେଖେ, ଗୋଟେ ଗାଡିର ଲାଇଟ ଦିଶୁଛି, କିଛି ସମୟ ପରେ ଗାଡିଟି ମୋ ପାଖରେ ପହଞ୍ଚିବାରୁ ଦେଖିଲି, ମାଛକୁଣ୍ଡ ଫାଣ୍ଡିର ଥାନା ବାବୁ । ମୋତେ ବଞ୍ଚେଇବାକୁ ଅନୁରୋଧ କଲି । ମୋ ଅନୁରୋଧକୁ ରଖି, ଜେ.ଇ. ସାରଙ୍କ କଥା ମୋ ଠାରୁ ସବୁ ଶୁଣିଲା ପରେ, ତାଙ୍କୁ ଧରି ଉଚିତ ଶାସ୍ତି ଦେବା ପାଇଁ ମତେ କହିଲେ ଏବଂ କେଉଁ ଜାଗାରେ ସେ ଅଛନ୍ତି କହି, ଗାଡିରେ ବସେଇ ସେଇ ଜଙ୍ଗଲ ପଛ ପଟକୁ ଆଉ ଥରେ ନେଇଗଲେ । ସେଠି ପହଞ୍ଚି ଭାବିଲି ଏବେ ଜେ.ଇ. ସାର ନିଶ୍ଚିତ ଜେଲ ଯିବେ,କିନ୍ତୁ ମୋ ଦୁଃଖ ସେଠି ଆଉ ଦ୍ୱିଗୁଣିତ ହୋଇଗଲା । ଥାନା ବାବୁ ଆଉ ଜେ.ଇ. ସାର ଦୁହେଁ ଥିଲେ ସାଙ୍ଗ ଯାହା ସେମାନଙ୍କର କଥାରୁ ଜାଣିଲି । ନିଜକୁ ଆଉ ଥରେ ଅସୁରକ୍ଷିତ ଭାବିଲି । ପ୍ରାଣ ବଞ୍ଚେଇବା ପାଇଁ ଦୌଡି ବାକୁ ଚେଷ୍ଟା କରିବାରୁ ଥାନା ବାବୁ ମତେ କାବୁ କରି ନେଲେ । ଦୁହେଁ ଏଇ ଜହ୍ନ ରାତିରେ ମତେ ଶାଗୁଣା ସାଜି ମୋ ଦେହକୁ ଜଣଙ୍କ ପରେ ଜଣେ ଉପଭୋଗ କରିବାକୁ ଲାଗିଲେ। ମତେ ନିସ୍ତେଜ ସେଇଟି ଛାଡି ଦେଇ ଜଙ୍ଗଲ ଭିତରେ ଚାଲିଗଲେ । ଦେହରେ ଯନ୍ତ୍ରଣା ଥିଲା ବହୁତ, ସହି ପାରୁନଥିଲି । ଦେହରେ ବଳ ନ ଥିଲା ଉଠିକି ଯିବା ପାଇଁ, ସେମିତି ପଡି ରହିଥିଲି । ତା ପର ଠାରୁ ନିଜକୁ ଅସୁରକ୍ଷିତ ଭାବୁଛି ଦିନ ବେଳା, ସେଥିପାଇଁ ରାତିରେ ବାହାରକୁ ବାହାରୁଛି ଆଉ କିଛି ଫଳ ସଂଗ୍ରହ କରି ଚାଲି ଯାଉଛି । ହାଟରେ ଅନେକ ଥର ମତେ ଫସେଇ ଶୋଷଣ କରିବାକୁ ଚେଷ୍ଟା କରିଛନ୍ତି କିନ୍ତୁ ସାହି ଭାଇ ଆଉ ଦାଦା ମାନେ ଥିବାରୁ, ସେମାନଙ୍କର ସାହସ ହୁଏ ନାହିଁ । ସେମିତି ହିଁ ଆଜି ଯାଏ ତାଙ୍କର ଶିକାର ନଜରରୁ ବଞ୍ଚେଇ ରଖିଛି ନିଜକୁ। ଦେଖା ଯାଉ କଣ ଭଗବାନଙ୍କ ଇଚ୍ଛା । 

ଏତକ କହିବା ଭିତରେ, ପରୀଙ୍କ ଆଖିରେ ଲୁହ ଧାର ଝରି ଯାଉଥାଏ । ଏବେ ଆପଣ କୁହନ୍ତୁ ସାର । ଝିଅ, ଯୁବତୀକି ନାରୀ ହେଉ, ସେମାନେ କଣ କେବଳ ପୁରୁଷଙ୍କର କାମନର ତୃଷ୍ଣା ମେଣ୍ଟେଇବା ପାଇଁ ଜନ୍ମ ନେଇ ଥାନ୍ତିକି ?

----- ନାଇଁ, କେବେ ନୁହେଁ । ନାରୀ ହିଁ ଏ ସଂସାରର ସୃଷ୍ଟିର ଆଧାର। ସେ ହିଁ ପ୍ରକୃତ ଦୈବୀ ଶକ୍ତିର ଅଧିକାରୀ । ସେମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି। ମାନୁଚି ସେମାନେ ଭୁଲ କରିଛନ୍ତି, ଶାସ୍ତି ପାଇବା ନିଶ୍ଚିତ ଦରକାର । ଭଗବାନ ନିଶ୍ଚିତ ତାଙ୍କ ପାପର ଶାସ୍ତି ଦେବେ । 

------ଜଣେ ତ ଶାସ୍ତି ପାଇଗଲା ଆଉ ଜଣେ ନିଶ୍ଚିତ ପାଇବ ଵୋଲି ମୋର ଆଶା ଆଉ ବିଶ୍ୱାସ । ରାତି ଆସି ବଢ଼ିଲାଣି । ଆପଣଙ୍କ ପାଇଁ ହାଣ୍ଡିଆ ଆଣିଛି, ପିଇବେ ନାହିଁ !!!!

-------ହଁ, ଦିଅ ତ ମତେ ?? ମୁଁ କେବେ ବି ଦେଶୀ ମଦ ପିଇ ନାହିଁ । ଆଜି ତୁମେ ମତେ ସେତକ ଚଖେଇ ଖୁସି କରିଦେଲ । ବହୁତ ବଢିଆ ସ୍ୱାଦ, ପୁରା ଘୋଳ ଦହି ପରି ଲାଗୁଛି । 

------ହଉ ସାର ମୁଁ ଆସୁଛି !!!!

-------ଚାଲିଯିବ !!! ଆଉ ଟିକେ ବସ ନା ? ତୁମକୁ ଗୋଟେ କଥା କହିବାର ଥିଲା । ଯଦି ତୁମେ ମତେ ଖରାପ ଭାବିବ ନାହିଁ???

-----ହଁ କୁହନ୍ତୁ ସାର !

----- ଏ କଥା ମୁଁ ତୁମ ଉପରେ ଦୟାକି ତୁମର ପରିସ୍ଥିତିର ଫାଇଦା ଉଠେଇବା ପାଇଁ କହୁ ନାହିଁ । ଏହା ମୋ ହୃଦୟର କଥା । ମୁଁ ବାପା ମା"ଙ୍କର ଗୋଟେ ବୋଲି ପୁଅ । ଘରେ ଆମର ଅଚଳା ଅଚଳ ସମ୍ପତ୍ତି । କିନ୍ତୁ ସବୁ ଥାଇ ଆଜି ମୁଁ ଅଧୁରା । ତୁମେ ଚାହିଁଲେ ମତେ ପୂର୍ଣ୍ଣ କରି ପାରିବ ପରୀ !!

----ମୁଁ ଚାହିଁଲେ, କେମିତି !!!କିଛି ବୁଝି ପାରିଲି ନାହିଁ ସାର ???

-----କେମିତି କହିବି ଜାଣି ପାରୁନି ତୁମକୁ ପରୀ ??? ମୁଁ ତୁମକୁ ବିବାହ କରିବାକୁ ଚାହେଁ । ତୁମେ ଅନୁମତି ଦେଲେ ତୁମ ବାପାଙ୍କୁ କହି ମୁଁ ସମସ୍ତ ଖର୍ଚ୍ଚ ବହନ କରି, ତୁମର ହାତ ଧରି ସାତ ଜନ୍ମର ସାଥି କରିବା ପାଇଁ ତୁମକୁ ଚାହେଁ । 

---ଆପଣ ଏ କଣ କହୁଛନ୍ତି ସାର ??? ସବୁ ଜାଣିଲା ପରେ ବି ଆପଣ ମତେ ବାହା ହେବେ !!! ମୁଁ କେମିତି ବିଶ୍ୱାସ କରିବି ?? ଆପଣ ମୋ ବିଶ୍ୱାସକୁ ଭାଙ୍ଗି ଦେବେ ବୋଲି ଯେ କେମିତି ମୁଁ ଭରସା କରିବି କୁହନ୍ତୁ !!

----------କେବେ ନୁହେଁ ପରୀ । ସବୁ ପୁରୁଷ ନାରୀର ଦେହକୁ ପାଇବାକୁ ଚେଷ୍ଟା କରନ୍ତିନି । କିଛି ପୁରୁଷ ପ୍ରେମରେ ବଞ୍ଚିବାକୁ ଚେଷ୍ଟା କରନ୍ତି । ତୁମର ଅତୀତକୁ ନେଇ ମୋର କେବେ ବି ପ୍ରଶ୍ନ କରିବାର ନାହିଁ । ତୁମେ ମୋ ବର୍ତ୍ତମାନର ସାଥି। କଥା ଦେଉଛି ତୁମକୁ ମୋ ହୃଦୟରେ ଚିର ଦିନ କଣ୍ଢେଇଟିଏ କରି ରଖିବି । 

-------ହେଲେ ସାର । ସବୁ ପୁରୁଷ ସେ ମଧୁର ରାତିରେ ତାଙ୍କର ପ୍ରତ୍ନୀଙ୍କ ଠାରୁ ଯେଉଁ ଟିକେ ଖୁସି ଖୋଜି ଥାଆନ୍ତି, ଆପଣ କଣ ମୋ ଅତୀତକୁ ଭୁଲି ସେହି ରାତି ମୋ ସହ କାଟି ପାରିବେ, ଆଉ ନିଜ ଆଖିରେ ଦେଖି ମୋ ଦେହରେ ଆଜି ବି ଥିବା କାମନା ରାକ୍ଷସଙ୍କର ନଖ ଆଉ ଦାନ୍ତର ଚିହ୍ନକୁ, ପାରିବେକି ନେଇ ବାସର ରାତିର ମହକ ??? ଏତକ କହି ପରୀ ତା ଡ୍ରେସର ଜିପକୁ ଖୋଲି ପଛ ପଟରୁ ପିଠି ଆଉ ବେକରେ ଥିବା ଦାନ୍ତ ଆଉ ନଖ ଚିହ୍ନକୁ ଦେଖାଏ ମତେ ।

------ମୁଁ ତୁମକୁ ଭଲ ପାଏ ପରୀ । ଏବେ ବି କହୁଚି ମୋର ତୁମେ ଦରକାର, ତୁମ ଶରୀର ନୁହେଁ । ଏ ଚିହ୍ନ ଆଜି ଅଛି ସମୟ ସହ ଶରୀରରେ କ୍ଷତ ଶୁଖି ନୂଆଁ ଚର୍ମ ଆସିଯିବ । ମୁଁ ରାଜି ଅଛି ତୁମକୁ ମୋ ଜୀବନର ସାଥି କରିବାକୁ, ତୁମେ କଣ ମୋ ପାଇଁ ତୁମର ଅତୀତକୁ ଭୁଲି ଆସିପାରିବନି ??? କୁହ ପରୀ କୁହ !!!!!

-----------ସବୁ କିଛି ସାଙ୍ଗେ ସାଙ୍ଗେ ନିଷ୍ପତ୍ତି ନିଆ ଯାଏ ନାହିଁ ସାର୍ଥକ ସାର । ମୋ ନିଷ୍ପତ୍ତି ଶୁଣିଲା ପରେ ଆପଣ ନିଜକୁ ପଛରେ ପରିବର୍ତ୍ତନ କରି ଯଦି ମୋ ବିଶ୍ୱାସକୁ ଭାଙ୍ଗି ଦେବେ ?? 

---------ତୁମ ରାଣ ଖାଇ କହୁଚି, କେବେ ବି ତୁମ ବିଶ୍ୱାସକୁ ମୁଁ ଭାଙ୍ଗିବି ନାହିଁ ।

------ତା ହେଲେ ଆପଣଙ୍କୁ କାଲି ମତେ ବିବାହ କରିବାକୁ ପଡିବ । 

-----କାଲି କିନ୍ତୁ କାହିଁକି??? ମୋ ଘର ଲୋକଙ୍କୁ ଖବର ଦେଇ ଧୂମ ଧାମରେ ତୁମକୁ ବାହା ହେବି । ଟିକେ ଅପେକ୍ଷା କର ତ ପରୀ ?

----------ମୋ ପାଖରେ ସମୟ ନାହିଁ । ମୋ ବାପା ଟଙ୍କା ଲୋଭରେ ମତେ ଥାନା ବାବୁ କଥାରେ ପଡି ତାଙ୍କ ଘରକୁ ସବୁ ଦିନ ପାଇଁ ଚାକରାଣୀ କରି ପଠେଇଦେବ । ମୁଁ ଚାହୁଁନି ସେ ମାଂସ ଲୋଭୀ ରକ୍ଷସ ଘରକୁ ଯିବା ପାଇଁ । ସେଥିପାଇଁ ଥାନା ବାବୁ ମତେ ତାଙ୍କ ସାଥିରେ ସହରକୁ ନେବା ଆଗରୁ, ମତେ କାଲି ବିବାହ କରି ପାରିବେ କି, କୁହନ୍ତୁ ଆପଣ ?????

---------ଟିକେ ଭାବି !!!!ନିଶ୍ଚିତ । କାଲି ଆମେ ବିବାହ କରିବା ।

-------ଆଉ ଥରେ କହୁଚି ଆପଣଙ୍କୁ । ଆପଣ ପଛଘୁଞ୍ଚା ଦେବେ ନାହିଁ ତ ? ମୋ ଅତୀତକୁ ସମ୍ପୂର୍ଣ୍ଣ ଜାଣି କାଲି ସକାଳେ !!!!!!

----------ନା କେବେ ନୁହେଁ । ମୁଁ ସେପରି ଦଗା ଦିଆ ମଣିଷ ନୁହେଁ ପରୀ । 

-----------ତା ହେଲେ ମୁଁ ଆସୁଛି । କାଲି ଏଇ ପାହାଡ଼ରେ ଥିବା ବନ ଦେବୀଙ୍କ ମନ୍ଦିରରେ ଅପେକ୍ଷା କରିଥିବି । ସେଇଠି ଆମେ ରାତିରେ ବାହା ହେବା । ତା ପରେ ସବୁ ଦିନ ପାଇଁ ଆପଣଙ୍କ ହୋଇଯିବି ମୁଁ। ରାତି ବେଶି ହେଲାଣି ଏବେ ଚାଲନ୍ତୁ ଯିବା ।।

(ଦୁହେଁ ଖୁସି ମନରେ ଯିଏ ଯାହା ବାଟରେ ଫେରି ଆସିଲୁ )

ରାତିରେ ହାଣ୍ଡିଆ ପିଇ ନିଶାରେ ଝୁମୁଥାଏ । ଭାବିଲି ସକାଳୁ ଘର ଲୋକଙ୍କୁ ଫୋନ କରି କହିବି । ତା ପରେ ଭାବିଲି ସେମାନେ ଯଦି ମୋ ନିଷ୍ପତ୍ତି ଶୁଣି ଖରାପ ଭାବିବେ !!! ନା ଥାଉ, ମୁଁ ପ୍ରଥମେ ପରୀକୁ ବାହା ହୋଇ ସାରେ, ତା ପରେ ସମୟ ଆଉ ସୁବିଧା ଦେଖି ଘରେ କହି ଆଉ ଥରେ ବାହା ହୋଇଯିବି । ଆଗେ ତ ପରୀ ମୋର ହୋଇ ସାରନ୍ତୁ। 

ସ୍ୱପ୍ନର ଦୁନିଆଁରେ ମୁଁ ବିତରଣ କରୁଥିଲି। କିଛି ମୁହୂର୍ତ୍ତର ଦେଖା ଆଉ କେଇ ପଦ କଥାରେ ଯେ ପ୍ରେମ ହୋଇଯାଏ, ମୁଁ ଏବେ ବୁଝି ପାରୁଥିଲି । ଏ ପ୍ରେମ ହିଁ ତ ଅଦୃଶ୍ୟ । କେତେ ବେଳେ କେଉଁ ରୂପରେ ଆସି ହୋଇଯାଏ, କେହି ବି ଜାଣି ପାରନ୍ତି ନାହିଁ ??

କ୍ଲାନ୍ତ ଶରୀର ଆଉ ନିଶା ପ୍ରଭାବରେ ଶୋଇଯାଇଥିଲି ମୁଁ।

--–-------ସକାଳୁ ଉଠି ନିତ୍ୟ କର୍ମ ସାରି ସ୍କୁଲ ଯାଇ ଦେଖେ ତ, ପ୍ରଧାନ ଶିକ୍ଷକ ଆସି ଯୋଗ ଦେଇ ସାରିଥିଲେ । 

--------- ଆପଣ ଏତେ ଶୀଘ୍ର ଛୁଟିରୁ ଚାଲି ଆସିଲେ ସାର !!!! 

-----ସ୍କୁଲକୁ ଜିଲ୍ଲା ଶିକ୍ଷା ଅଧିକାରୀ ଆଉ ଜିଲ୍ଲାପାଳଙ୍କ ଆସିବାର ଖବର ପାଇଲି । ଆଦିବାସୀ ଅଧିକୃତ ଜାଗା, ସେମାନେ ଅନେକ ସମୟ ପରିଭ୍ରମଣରେ ଆସି ବୁଲି ସବୁ ସୁବିଧା ଅସୁବିଧା ବୁଝିକି ଯାଆନ୍ତି । ତୁମେ ତ ଏଠି ନୂଆଁ, କିଛି ବି ଠିକ ସେ ଜାଣିନ । ସେଥିପାଇଁ ମୁଁ ଚାଲି ଆସିଲି । 

------- ଭାବିଲି ସାର ଆସିଗଲେଣି, ତାଙ୍କୁ ମୋ ବାହାଘର କଥା କହିବି !! ତା ପରେ ଭାବିଲି, କିଏ ବା ବିଶ୍ୱାସ କରିବ ମୋ କଥାକୁ, ଥଟ୍ଟା କରୁଛି ଭାବିବେ । ବାହା ହୋଇ ସାରେ ସମସ୍ତେ ଧୀରେ ଧୀରେ ଜାଣିବେ । 

ସାନ୍ଧ୍ୟରେ ମାର୍କେଟରୁ ଫୁଲମାଳ, ସିନ୍ଦୂର ଶଙ୍ଖା କିଣିକି ଆଣି ରଖିଲି । ମଙ୍ଗଳ ସୂତ୍ର ଏଠି ମିଳିବା ବହୁତ କଷ୍ଟ । ପରେ ସହର ଆସି କିଣି ନେଇ ମୋ ପରୀକୁ ପିନ୍ଧେଇ ଦେବି ଭାବି ଘରେ ପହଞ୍ଚିଲି ।

ସନ୍ଧ୍ୟା ଯାଇ ରାତି ହୋଇ ସାରିଥାଏ । ଖାଇବା ସାରି,ଘରୁ ଆସିଲା ବେଳେ ସାଥିରେ କିଣି ଆଣିଥିବା ନୂଆଁ ଡ୍ରେସକୁ କାଢି ପିନ୍ଧିକି ବାହାରି ଗଲି । ବାହାଘର ପାଇଁ ଆବଶ୍ୟକ ଡ୍ରେସକି ସାମଗ୍ରୀ ନଥିଲେ ବି ମନ ଦୁଃଖ ନ କରି ଆଗେଇଗଲି ରାତି ପ୍ରାୟ ଏଗାରଟା ବେଳେକୁ ସୁନ୍ଦରୀ ପାହାଡ଼ ଆଡ଼କୁ । 

ସେ ଦିନ ଥିଲା ଘନ କୁହୁଡି । ଜହ୍ନ ଆଲୁଅରେ ଟିକେ ଝାପ୍ସା ଦିଶୁଥିଲା ବାଟ ସବୁ । ତଥାପି ନ ଡରି ସୁନ୍ଦରୀ ପାହାଡ଼ ନିକଟରେ ଥିବା ବନ ଦେବୀଙ୍କ ମନ୍ଦିର ନିକଟରେ ପହଞ୍ଚି ଲି । ମୋ ଆସିବା ଆଗରୁ ପରୀ ମନ୍ଦିରର କିଛି ଦୂରରେ ଥିବା କାଜୁ ଗଛ ମୂଳେ ବସିଥିଲା । 

----- ଆପଣ ଆସିଗଲେ ସାର୍ଥକ ବାବୁ । ମୁଁ ତ ନିଜକୁ ବିଶ୍ୱାସ କରି ପାରୁ ନାହିଁ !!!!! ଆଉ ଥରେ ଭାବିକି ଦେଖନ୍ତୁ, ମୋ ପରି ଆଦିବାସୀ ଝିଅକୁ ବିବାହ କଲା ପରେ, ଆପଣଙ୍କର ଘରେ ମତେ ବୋହୂ ହେବାର କଣ ସ୍ୱୀକୃତି ଦେବେ ??? ମୁଁ ଆପଣଙ୍କୁ ବାଧ୍ୟ କରୁ ନାହିଁ । ଆପଣ ଚାହିଁଲେ ଏଇ ମୁହୂର୍ତ୍ତରେ ବି ଆପଣଙ୍କ ନିଷ୍ପତ୍ତିରୁ ଓହରି ଯାଇ ପାରିବେ । ମୋର କିଛି ଆପତ୍ତି ନାହିଁ ।

--------ତୁମକୁ ଆଗରୁ କହିଛି ଆଉ ଏବେ ବି କହୁଚି ପରୀ । ପ୍ରେମ କେବେ ହେଲେ, ଉଚ୍ଚ ନୀଚ ଜାତି କି, ଗୋତ୍ର ଦେଖି ହୁଏ ନାହିଁ । ଦୁଇଟି ମନର ମିଳନରେ ହୋଇଥାଏ । ମୋ ହୃଦୟରେ ତୁମ ପାଇଁ ଅସରନ୍ତି ଭଲ ପାଇବା ଅଛି । କୌଣସି କାମନାର ସ୍ପୁହା ନାହିଁ ତୁମ ପ୍ରତି । ମୋ ଭଲ ପାଇବା ପଵିତ୍ର । କୌଣସି ବି ପରିସ୍ଥିତିରେ ତୁମକୁ ମୋ ଠାରୁ ଅଲଗା ହେବାକୁ ଦେବି ନାହିଁ, କଥା ଦେଉଛି ।

---------- ସତରେ ସାର୍ଥକ ବାବୁ, ଆପଣ ମହାନ । ଆପଣଙ୍କ ପରି ଜୀବନ ସାଥି ଯଦି ମିଳେ, ସେ ଝିଅ ନିଜକୁ ସୌଭାଗ୍ୟ ବତୀ ଭାବିବ । ଆପଣଙ୍କ ସହ ମିଶିବାର ଦିନ କେତୋଟି ଭିତରେ ଆପଣଙ୍କ ପରି ଜଣେ ପବିତ୍ର ଆଉ ମହାନ ବ୍ୟକ୍ତି ମୁଁ ଦେଖିନଥିଲି ଆଗରୁ। କିନ୍ତୁ ମୁଁ ଏମିତି ଅଭାଗିନୀ, ନିଜର ଦୁଃଖକୁ ଛାଡି, ଏ ଖୁସିର ସମ୍ପର୍କରେ ବଞ୍ଚିବା ହୁଏତ ମୋ ଭାଗ୍ୟରେ ନାହିଁ !

------- ହେଲେ କଣ ପାଇଁ ପରୀ?? ମୁଁ କଣ ତୁମର ପସନ୍ଦ ଆସିଲି ନାହିଁ, ନା" ତୁମକୁ କିଛି ଖରାପ ବ୍ୟବହାର କରିଛି । 

-----ନାଇଁ ସାର୍ଥକ ବାବୁ । ଆପଣ ବହୁତ ଭଲ । ଆପଣ ଏ ଯାଏ ସମ୍ପୂର୍ଣ୍ଣ ସତ୍ୟ ଜାଣି ନାହାଁନ୍ତି । ମୋର ପକୃତ କଥା ଆଜି ବି ରହସ୍ୟ ଉନ୍ମୋଚିତ ହେବାକୁ ଅଛି । 

------- ଆଉ ପୁଣି କି କଥା ବାକି ଅଛି ମତେ କହିବାକୁ ପରୀ ??? ସବୁ ତ କହି ସାରିଛ ।

----------ଆପଣ ଏବେ ବି କିଛି କଥା ଜାଣି ନାହାନ୍ତି । ଆପଣ ମତେ ଭଲ ପାଆନ୍ତି ସାର୍ଥକ ବାବୁ ମୁଁ ଜାଣେ । ହେଲେ ସତ୍ୟ କଣ କେମିତି ଯେ ଆପଣଙ୍କୁ ବୁଝେଇ କହିବି ଜାଣି ପାରୁ ନାହିଁ !!!! 

----ମୋର ଗୋଟେ ଇଚ୍ଛା ରଖିବେ, ଥରୁଟିଏ ଅଭାଗିନୀ ଟାକୁ ଆପଣଙ୍କ ପବିତ୍ର ହୃଦୟରେ ଆଲିଙ୍ଗନ କରିବାର ସୌଭାଗ୍ୟ ଦେବେ ??

-----ହଁ ନିଶ୍ଚିତ । ମୁଁ ଯେତେବେଳେ ପରୀଙ୍କୁ ଆଲିଙ୍ଗନ କରିବାକୁ ଯାଏ, ତାଙ୍କର ଉପସ୍ଥିତକୁ ମୁଁ ଦେଖି ପାରୁ ଥାଏ ସତ କିନ୍ତୁ ଅନୁଭବ ହୃଦୟରେ କରି ପାରୁନଥାଏ । ଏ କଣ ପରୀଙ୍କୁ ଦେଖି ବି ଆଲିଙ୍ଗନ କରି ପାରୁ ନାହିଁ ? ଆଶ୍ଚର୍ଯ୍ୟ !!! ମୋ ସମ୍ମୁଖରେ ଥିବା ପରୀକୁ ମୁଁ ଦେଖି ପାରୁଛି କିନ୍ତୁ ତାଙ୍କର ଶରୀର ଉପସ୍ଥିତିକୁ କଣ ପାଇଁ ଅନୁଭବ କରି ପାରୁନି ନାହିଁ ଚମକି ପଡି କିଛି ଦୂର ଘୁଞ୍ଚି ଗଲି । 

---------- ନିଜକୁ ଭୟରେ ଥରିବାର ଅନୁଭବ କରୁଥାଏ । ଦେଖିବାକୁ ଆଉ ଥରେ ସେ ସୁନ୍ଦର ତେଜମୟ ଚେହେରାକୁ ଇଚ୍ଛା କରି ଚାହେଁ ତ, ପରୀର ଆଖିରୁ ଲୁହ ବଦଳରେ ରକ୍ତ ବହୁ ଥିଲା । ମୋ ଦେହରେ ପ୍ରାଣ ନ ଥିଲା ପରି ଅନୁଭବ ହେଲା । ପୁରା ଶରୀର ଝାଳରେ ଭିଜି ସାରିଥିଲା । 

-------ଆପଣଙ୍କର ପବିତ୍ର ଭଲ ପାଇବା ପାଇଁ ମୁଁ ଯୋଗ୍ୟ ନୁହେଁ ବାବୁ। ମତେ କ୍ଷମା କରିଦେବେ । ଆଜିର ରାତିରେ ମୋ ଭଲ ପାଇବା ମଣିଷ ସହ ସମୟ କାଟିବା ସହ ଆଉ ଏ ଚେହେରା ପ୍ରାପ୍ତିର ଶେଷ ରାତି ଅଟେ । ଏଇ କିଛି ଦିନ ମଧ୍ୟରେରେ ଆପଣଙ୍କ ସହିତ ବିତି ଥିବା ମୁହୂର୍ତ୍ତ ମୋ ପାଇଁ ସ୍ୱର୍ଗୀୟ ସୁଖ । ଆଗାମୀ ଜନ୍ମରେ ଆଉ ଥରେ ଆପଣଙ୍କର ପ୍ରେମିକା ହୋଇ ଜନ୍ମ ହେବା ପାଇଁ ମା ବନଦେବୀଙ୍କୁ ପାର୍ଥନା କରୁଛି । 

ଆଉ କିଛି କହିବା ପୂର୍ବରୁ, ରାସ୍ତା ପାଖରେ କିଛି ଲୋକଙ୍କ ପାଟି ଶୁଣା ଯାଏ । ସାର୍ଥକ .....ସାର୍ଥକ କହି କିଏ ଡାକୁ ଥିଲେ ??? ଟିକେ କାନ ପାରି ଶୁଣେ ତ, ସାର(ପ୍ରଧାନ ଶିକ୍ଷକ)ଙ୍କ କଣ୍ଠ ସ୍ୱର ପରି ଜଣା ଗଲା । ଧୀରେ ଧୀରେ ସେ ସ୍ୱର ମୋ ପାଖକୁ ନିକଟ ତର ହେବାର ଅନୁଭବ କଲି । ଆଖି ଫେରେଇ ଦେଖେ ତ ପରୀ ମୋ ସମ୍ନାରେ ଅଦୃଶ୍ୟ ଥିଲେ । ତାଙ୍କୁ ଯେତେ ଖୋଜିଲେ ବି ମୋ ନଜର ପାଉନଥାଏ ।

ଠିକ ଏତିକି ବେଳେ କାହାର ହାତ ସ୍ପର୍ଶ ମୋ କାନ୍ଧରେ ଅନୁଭବ କରି ଦେଖେ ତ, ସାରଙ୍କ ସହ କିଛି ଲୋକ ଥିଲେ। ଚମକି ପଡିଲି ।

-------- ଆରେ ଏତେ ରାତି ଆଉ ଘନ କୁହୁଡିରେ ତୁ ଏ ପାହାଡ଼ ପାଖରେ କଣ କରୁଛୁ ସାର ପଚାରିଲେ। ଆରେ କିଛି କହୁନୁ କଣ ପାଇଁ ???

-------ହଁ ନାଇଁ ମାନେ ?????? ଆଖି ବୁଲେଇ ଦେଖିଲି କୋଉଠି ବି ପରୀ ଦେଖା ଯାଉ ନ ଥିଲେ । ନିଦ ନ ଲାଗିବାରୁ ଭାବିଲି ଟିକେ ଝରଣା କୂଳରେ ବସି ଆସିବି, ସେଥିପାଇଁ ବୁଲି ବୁଲି ପାହାଡ଼ ପାଖକୁ କେତେବେଳେ ଚାଲି ଆସିଲି ଜାଣି ପାରିଲି ନାହିଁ ?? ହେଲେ ସାର ଆପଣ କୁଆଡେ ଆସିଥିଲେ ??

------ତୁମେ ଏତେ ରାତିରେ ଘରୁ ବାହାରି ରାସ୍ତା ଆଡେ ଯିବାର ଦେଖି ସାର୍ଥକ ମତେ ଠିକ ଲାଗିଲା ନାହିଁ ???? ମନକୁ ପାପ ଛୁଇଁଲା । ପଛରୁ ତୁମକୁ ଅନେକ ଡାକିଲି । ତୁମେ ବୋଧହୁଏ ଶୁଣିପାରିଲ ନାହିଁ ??? ଘନ କୁହୁଡିରେ କିଛି ଦେଖା ଯାଉନଥାଏ । ତୁମକୁ ଆଉ ଦେଖି ନ ପାରିବାରୁ, ପଛକୁ ଫେରି କିଛି ଲୋକଙ୍କୁ ଧରି ଖୋଜି ଖୋଜି ଆସିଲି, ଏବେ ଚାଲ ଯିବା ।

--------ସାରଙ୍କୁ ଦେଖି,ମୋ ଦେହରେ ଟିକେ ପ୍ରାଣ ଫେରିଲା ପରି ଲାଗିଲା, ମନେ ମନେ ପରୀକୁ ଖୋଜୁଥାଏ । 

---------ଆରେ ଏ କଣ ଏଠି କିଏ ସିନ୍ଦୂର ଶଙ୍ଖା ଆଉ ଫୁଲ ମାଳ ରଖିଛି, କେହି ଜଣେ ବୋଧହୁଏ ସାରଙ୍କୁ ଗୁଣି ଗାରେଡି କରିଛି । ସେମାନଙ୍କ ଭିତରୁ କେହି ଜଣେ କହିଲା ।

-------- ସାର ମତେ ଧରି ଭିଡି ଆଣିଲେ ରାସ୍ତା ଆଡେ । ରାସ୍ତା ଉପରେ ଜହ୍ନ ଆଲୁଅରେ ମୋ ମୁହଁ ଦେଖି ବୋଧହୁଏ ସାର କିଛି ବୁଝିବାକୁ ଚେଷ୍ଟା କରି କଣ ପଚାରିବାକୁ ଉଦ୍ୟମ କରିଲା ବେଳକୁ ହଠାତ ଏକ ଗାଡିର ଦୁର୍ଘଟଣା ହେବାର ଶବ୍ଦ ଶୁଣିବା ପରେ ସମସ୍ତେ ଝରଣା ଆଡକୁ ଧାଇଁଲୁ । ସେଠି ପହଞ୍ଚି ଦେଖିଲୁ, ମାଛକୁଣ୍ଡର ଥାନା ବାବୁ ରକ୍ତରେ ଜୁଡୁବୁଡୁ ହୋଇ ଛଟ ପଟ ହେଉଥିଲେ । ଆଖି ସାମ୍ନାରେ ସମସ୍ତଙ୍କର ଥାନା ବାବୁ ପ୍ରାଣ ତ୍ୟାଗ କରିଦେଲେ । ଏ କଣ ଘଟୁଛି, କିଛି ବୁଝିବା ଆଗରୁ, ପରୀକୁ ଆଉ ଥରେ ମୋ ଆଖି ସମ୍ନାରେ ଦେଖିବାକୁ ପାଇଲି । ସେ ଯେମିତି ମତେ କେଉଁ ଆଡେ ଯିବା ପାଇଁ ପାଖକୁ ଡାକୁ ଥିଲେ । ତାଙ୍କ ପଛେ ପଛେ ମୁଁ ଯିବା ପାଇଁ ଅଗ୍ରସର ହୁଏ, ସାର ମତେ ଅଟକେଇ ଦେଲେ । ମୁଁ କିଛି କହିବା ଆଗରୁ ସାର କହିଲେ କୁଆଡେ ଯିବା । 

ମୋ ପଛେ ପଛେ ଆସନ୍ତୁ । ଆପଣ କଣ ଏଠି ଆଉ କାହାକୁ ଦେଖି ପାରୁ ନାହାନ୍ତି । କାହିଁ କେହି ତ ନାହାନ୍ତି, ସାର କହିଲେ ??

ମୋ ଚାଲିବା ଦେଖି, ସମସ୍ତେ ଥାନା ବାବୁଙ୍କ ମୃତ ଶରୀର ଛାଡି ଚାଲିବା ଆରମ୍ଭ କଲେ । କିଛି ବାଟ ଗଲା ପରେ ପରୀକୁ ଦେଖିଲି । ପାହାଡ଼ ପଛ ପଟରେ ପରୀ ଗୋଟେ ଜାଗାରେ ରହିଗଲେ। ମୁଁ ଥିଲି ଅନ୍ୟମାନଙ୍କ ଠାରୁ କିଛି ଆଗରେ । ମୋର ସମୟ ସରି ଆସିଲା ବାବୁ । ବନ ଦେବୀ ଦେଇଥିବା ଆଶୀର୍ବାଦ କାରଣରୁ ମୁଁ କେବଳ ଜଣଙ୍କୁ ହିଁ ଦେଖା ଦେଇ ମୋ ଜୀବନର ସତ୍ୟା ସତ ଘଟଣା କହିଲା ପରେ, ଯାଇ ମୋ ମୃତ୍ୟୁର ପ୍ରତିଶୋଧ ନେଇ ପାରିବି ବୋଲି ବର ପ୍ରାପ୍ତ କରିଥିଲି । ଆପଣ ହେଉଛନ୍ତି ସେଇ ପବିତ୍ର ଆତ୍ମା ବାବୁ । ମତେ କ୍ଷମା କରିଦେବେ, ଆପଣଙ୍କୁ ମୋ ଭଲ ପାଇବାରେ ଅନ୍ଧ କରି ମୋ ପ୍ରତିଶୋଧକୁ ପୂର୍ଣ୍ଣ କରିପାରିଛି ସତ କିନ୍ତୁ ମୋର ମନରେ ଆପଣଙ୍କ ପ୍ରତି କିଛି ବି କପଟ ନାହିଁ । ଆଜି ଥାନା ବାବୁଙ୍କୁ ମାରି ମୋର ପ୍ରତିଶୋଧ ନେବା ସମାପ୍ତ ହେଲା । ଆପଣଙ୍କୁ, ମୁଁ ବି ବହୁତ ଭଲ ପାଏ । ମୋ ସିନ୍ଥାରେ ଆପଙ୍କର ସିନ୍ଦୂର ଶୋଭା ନ ପାଇ ପାରିଲେ ବି, ଆପଣ ଯଦି ନିଜ ହାତରେ ମୋ ମର ଶରୀରକୁ ସତ୍କାର କରନ୍ତି, ତାହା ହେଲେ ମୋ ଆତ୍ମାକୁ ଶାନ୍ତି ମିଳିବ । ଆପଣ କଣ ଏତିକି କରି ମତେ ଋଣୀ କରି ପାରିବେନି ସାର ? ଏଇ ଆମ ଶେଷ ଦେଖାରେ କଣ କହିବି ପରୀକୁ କିଛି ବୁଝି ପାରୁନଥିଲି । ଆଖିରେ ବୋହି ଆସୁଥାଏ ଅସୁମାରି ଲୁହର ବନ୍ୟା, ନିଜର ମନର ମାନସୀର ପବିତ୍ର ଭଲ ପାଇବା ବି ଅ-ଶରୀର ରୂପରେ ପାଇଲେ ବି ତାଙ୍କର ଆତ୍ମା କିନ୍ତି ବହୁତ ନିର୍ମଳ । କଥା ଦେଉଛି ପରୀ ତୁମକୁ ନିଶ୍ଚିତ ମୁଁ ମୁକ୍ତି କରିବି । ମୋର ଏତକ କଥା ଶୁଣିବା ମାତ୍ରେ ମତେ ଅଦୃଶ୍ୟ ଅବସ୍ଥାରେ ପରୀ ଆଲିଙ୍ଗନ କରି ମିଶିଯାଇଥିଲେ ସେଇ ପଡି ରହିଥିବା କଙ୍କାଳ ମଧ୍ୟରେ । ଆଉ ମୁଁ ସେ ଚେହେରାକୁ ଦେଖି ପାରୀଙ୍କୁ ଯେଉଁ ଅନୁଭବ କରି ପାରିଲି ନ ଛୁଇଁ, ତା ମୋ ଭଲ ପାଇବା ପାଇଁ ଯଥେଷ୍ଟ ଥିଲା । 

ସାର ଆଉ ଅନ୍ୟମାନେ ସେଠି ପହଞ୍ଚି ସାରିଥିଲେ । ସମସ୍ତଙ୍କୁ ଘଟି ଥିବା ଘଟଣା ସମ୍ପର୍କରେ ଜଣେଇଲା ପରେ, ସେମାନେ ରାଜି ହୋଇଯାଇଥିଲେ । ସେଇ ରାତିରେ ହିଁ ପରୀର ନଷ୍ଟ କଙ୍କାଳ ଶରୀରକୁ ମୁଁ ଅଗ୍ନି ସଂଯୋଗ କରି ମୁକ୍ତି ଦେଇଥିଲି । 

ସାରଙ୍କ କହିବା ଅନୁଯାୟୀ, କେହି ବି ଘଟି ଥିବା ଘଟଣାକୁ ବାହାରେ ପ୍ରକାଶ ନ କରିବାକୁ ଅନୁରୋଧ କରିଥିଲେ । ସମସ୍ତେ ଘରକୁ ଫେରି ଆସିଲୁ । 

ତା ପର ଦିନ ସକାଳେ, ସ୍କୁଲରେ ମୁଁ ଚୁପ ଚାପ ଅଫିସ ରୁମରେ ବସି, କଣ ସବୁ କିଛି ଦିନ ଭିତରେ ଘଟିଗଲା, ଭାବୁଥାଏ । ସତରେ ପ୍ରେମ କେତେବେଳେ ହୋଇଯାଏ ଜଣା ପଡେ ନାହିଁ କିନ୍ତୁ ମୁଁ ଯେ ଏମିତି ଏକ ଅଦୃଶ୍ୟ ପ୍ରେମରେ ପଡିବି, ତାହା ଥିଲା ମୋ କଳ୍ପନାର ବାହାରେ । ସାର ଛୋଟ ଝିଅ ଟିକୁ ମୋ ପାଖକୁ ଆଣି ପରିଚୟ ପ୍ରଦାନ କଲେ । ସେଇ ଛୋଟ ଝିଅଟି ଥିଲା ପରୀର ସାନ ଭଉଣୀ । ଅବିକଳ ପରୀ ପରି ସେଇ ଆଖି ଆଉ ମୁହଁ ।କ୍ଲାସରେ ଭଲ ପଢେ ବୋଲି ସାର କହିଲେ । ମୁଁ ସାରଙ୍କୁ ଅନୁରୋଧ କଲି, ସୁନା(ପରୀର ଭଉଣୀ)କୁ ଆଦର୍ଶ ବିଦ୍ୟାଳୟକୁ ପଠେଇବା ପାଇଁ । ତା ଦ୍ୱାରା ପରୀ ଦେଖିଥିବା ସ୍ୱପ୍ନ ନିଶ୍ଚିତ ସାକାର ହେବ । ସାର ମୋ ଅନୁରୋଧ ରଖି ଉଚ୍ଚ ଅଫିସରଙ୍କୁ ଜଣେଇବେ କହିଲେ ଆଉ ସୁନାର ଆଦର୍ଶ ବିଦ୍ୟାଳୟରେ ପାଠ ପଢିବା ଠାରୁ ସମସ୍ତ ଖର୍ଚ୍ଚ ମୁଁ ବହନ କରିବା ସହ ତାର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜ ଉପରକୁ ନେଲି । 

ମନେ ମନେ ଭାବୁଥିଲି ପରୀ ଥିଲେ ନିଶ୍ଚିତ ଖୁସି ହୋଇଥାନ୍ତା । ତୁମକୁ ତ ପାଇ ପାରିଲି ନାହିଁ ପରୀ, ହେଲେ କଥା ଦଉଚି ସୁନାକୁ ନିଶ୍ଚିତ ଉଚ୍ଚ ଶିକ୍ଷିତା କରିବି । ଏ ସାର୍ଥକ ତୁମକୁ ନିଶ୍ଚିତ ଜନ୍ମ ଜନ୍ମ ଯାଏ ଅପେକ୍ଷା କରିବ ପରୀ । 

ଅଦୃଶ୍ୟ ପ୍ରେମ ବି ବେଳେ ବେଳେ ଜୀବନର ଏମିତି କିଛି ଚିତ୍ର ବର୍ଣ୍ଣନା କରେ, ଯେଉଁଠି ସ୍ୱପ୍ନଟିଏ ବି ବାସ୍ତବତା ପରି ଲାଗେ। ଆଉ ଆଜି ମୋ ପାଇଁ ତୁମେ ଜୀବନ୍ତ। ଏଇ କେତୋଟି ରାତିର ସାଥି ହେଲେ ବି । ତୁମକୁ ହିଁ ମୁଁ ଭଲପାଇବା ପରୀ । 



Rate this content
Log in

Similar oriya story from Horror