Bishwa ranjan Tripathy

Horror Fantasy Thriller

3.4  

Bishwa ranjan Tripathy

Horror Fantasy Thriller

ପ୍ରତିଶୋଧ

ପ୍ରତିଶୋଧ

9 mins
191


ସେଦିନ ଅଫସିରେ ସମସ୍ତ ଷ୍ଟାଫ କଥା ହେବାସହ ଆଲୋଚନା କରନ୍ତି ଯେ ଏକ ପିକନିକ ପାର୍ଟିରେ ସପରିବାରେ ଯିବାପାଇଁ। ଯେହେତୁ ଆଗକୁ ଛୁଟିଥିଲା, ସେ ଛୁଟିର ମଜ୍ଜା ନବା ପାଇଁ ଏହାଠୁ ପ୍ରକୃଷ୍ଟ ମୌକା ଆଉ ଆସିବନି। ତେଣୁ ସମସ୍ତେ ଖୁସି ମନରେ ଗୋଟିଏ ଦିନ ଧାର୍ଯ୍ୟ କରନ୍ତି। କିନ୍ତୁ ସେହି ଅଫସି ରେ ମଧୁ ନାମ୍ନୀ ଝିଅଟିଏ ନୂଆ ନୁଆ ଚାକିରୀରେ ଜଏନ କରିଥାଏ। ଯେହେତୁ ତାର ସ୍ୱାମୀ ମରିଯାଇଥିଲେ ତାଙ୍କ ଚାକିରୀ ଟି ତାଙ୍କ ଧର୍ମପତ୍ନୀ ମଧୁକୁ ମିଳିଯାଇଥିଲା, ସରକାରଙ୍କ ରିହାବିଲିଟେସନ କେସରେ। ତାକୁ ବୟସ ସେହି ୨୮ବର୍ଷ ଭିତରେ ହବ। ଦେଖିବାକୁ ବେଶି ସୁନ୍ଦରୀ ନହେଲେ ବି ଶରୀର ଗଢଣ ଏକଦମ ମସ୍ତ ଥିଲା। ରଙ୍ଗ ସାବନା, ଉଚ୍ଚତା ୫'୪" ଢଳ ଢଳ ଶରୀର ସହ ସେ ଯାହା ବି ପିନ୍ଧୁଥିଲା ତାକୁ ବହୁତ ମାନେ। ପ୍ରାୟତଃ ସେ ଶାଢୀରେ ଅଫସି ଆସେ। ସେହି ଅଫସିର ପ୍ରାୟ ସମସ୍ତ ପୁରୁଷ ଲୋକ ବିବାହିତ ଥିବା ସତ୍ତ୍ୱେ ମଧୁ ଉପରେ ଖରାପ ନଜର ରଖନ୍ତି, କେମିତି ଗୋଟେ ଦୃଷ୍ଟି ରେ ଚାହାନ୍ତି, ସତେ ଯେମିତି ତାକୁ ଚାହାଣୀରେ ବଳାତ୍କାର କରିପକେଇବେ। ମଧୁ ବି ସେମିତି ପତଳା ସିଫନ ଶାଢ଼ୀ କୁ ଯେମିତି ପିନ୍ଧିକି ଆସେ ଯେକେହି ବି ତାକୁ ବୁଲିକି ଚାହିଁବ। ତାଙ୍କ ମଧ୍ୟରେ ଥିଲା ଜଣେ ଅବିବାହିତ ମୁସଲିମ ପୁରୁଷ ଅବଦୁଲ ରସିଦ। ଟିକେ ରଙ୍ଗୀନ ମିଜ଼ାଜର ଲୋକସେ। ନିଜ ଶରୀର ସହ ବେଶଭୁଷା ପ୍ରତି ବହୁତ ଯତ୍ନବାନ ଥିଲା । ଅଫସି ଆସିବା ପୂର୍ବରୁ ସବୁଦିନ ଡ୍ରେସ ର ଭାଙ୍ଗ ଠିକ ଅଛି କି ନାଈଁ ଦେଖିବ, ସେଣ୍ଟ, ଅତର, ପକେଟରେ ପାନିଆ ଇତ୍ୟାଦି ରଖିଥିବ।


ଅବଦୁଲ ଥିଲା କିନ୍ତୁ ଟିକେ ଅଲଗା ପ୍ରକାରର ଲୋକ, କହିବାକୁ ଗଲେ ସେ ଥିଲା ଏକ ମଧୁର ବିଷ ସଦୃଶ। ପ୍ରଥମେ ମିଠା କଥା କହି ବନ୍ଧୁତ୍ୱ ସ୍ଥାପନ କରିବ, ଧୀରେ ଧୀରେ ବିଶ୍ୱାସ ଭାଜନ ହୋଇ ବନ୍ଧୁତ୍ୱର ପରବର୍ତ୍ତୀ ପାଦକୁ ଯାଇ ସେହି ମହିଳା ବନ୍ଧୁ ସହ ଛଳନା କରିବା ଇତ୍ୟାଦି ଥିଲା ତାର କାମ। ହେଲେ କେଜାଣି କଣ ପାଇଁ ମଧୁପ୍ରତି ସେ ଆକୃଷ୍ଠ ହୋଇସାରିଥିଲା ଓ ମନେ ମନେ ତାକୁ ବିବାହ କରିବାପାଇଁ ଭାବିନେଇଥିଲା। ବହୁତ ଚେଷ୍ଟା ପରେ ମଧ୍ୟ ମଧୁ ତାର ଫାସରେ ପଡୁନଥାଏ,ତଥାପି ଅବଦୁଲ ତାର ଚେଷ୍ଟା ଜାରି ରଖିଥାଏ। ମଧୁ କେବଳ ତାର ଅଫସି ରେ ଜଣକ ସହ ଭଲରେ ମିସିପାରେ ସେ ଥିଲା ରୋଜି ତାର ବନ୍ଧୁ ତା ସହ ସୁଖ ଦୁଃଖ ସବୁ ସେୟାର କରେ, ଓ ଲଞ୍ଚ ସମୟରେ ଉଭୟ ଖାଇବା ମଧ୍ୟ ସେୟାର କରନ୍ତି।

ସେଦିନର ପ୍ଲାନ ମୁତାବକ ଧାର୍ଯ୍ୟ ହୋଇଥିବା ଦିନ ସମସ୍ତେ ବାହାରନ୍ତି ପିକନିକ ରେ ୨ଦିନ ପାଇଁ। ଇଚ୍ଛା ନଥାଇ ବି ମଧୁ ବାଧ୍ୟହୋଇ ଯାଇଥିଲା ସେଦିନ କେବଳ ତାର ସେହି କଲିଗ ରୋଜିର ଅନୁରୋଧ କ୍ରମେ। କିନ୍ତୁ ସେ ଜାଣିନଥିଲା ଯେ ପିକନିକ ସାତପଡ଼ା ଅଭୟାରଣ୍ୟ ଠିକ କରାହୋଇଛି ବୋଲି।ସେ ଯାହାବି ହଉ ବହୁତ ସୁନ୍ଦର ଭାବେ ସାତପଡ଼ା ପିକନିକ ସ୍ପଟ ସମସ୍ତେ ବୁଲାବୁଲି କରନ୍ତି। ସେହି ପାଖରେ ଥିବା ଏକ ରେଷ୍ଟୁରାଣ୍ଟ ରେ ସମସ୍ତେ ଖାନ୍ତି। ଅବଦୁଲ କିନ୍ତୁ ତାର ଚେଷ୍ଟା ଜାରି ରଖିଥାଏ ମଧୁକୁ ପଟେଇବା ପାଇଁ ହେଲେ ଶତ ଚେଷ୍ଟା ଫଳରେ ସେ ବିଫଳତା ର ସ୍ୱାଦ ଚାଖିବାରୁ, ମନେ ମନେ ବହୁତ ରାଗିବା ସହ ଚିନ୍ତାକରେ ଯେ ଅଏଶ କରିବା ପାଇଁ ଚାହିଁଲେ ଝିଅ ମିଳିଯିବେ ହେଲେ ସତରେ ଜୀବନ ସାଥି କରିବା ପାଇଁ ଚାହିଁଲା ବେଳକୁ ଧରା ଦେବେନି। କଣ ପାଇଁ ଏମିତି ହୁଏ କେଜାଣି। ବାରମ୍ବାର ସେହି ଗୋଟିଏ କଥା ନାଁ ଶୁଣି ଶୁଣି ଅବଦୁଲ ରାଗରେ ସେ ଭଲପାଇବାକୁ ଭୁଲି ତା ମନର କାମନା ଓ ବାସନା କୁ ଚରିତାର୍ଥ କରିବାପାଇଁ ସ୍ଥିର କରେ, ଆଉ ସେହି ମୌକାକୁ ଅପେକ୍ଷା କରେ। ପୁରା ଦିନ ବୁଲାବୁଲି ଶେଷକରି ରାତିରେ ସେଇଠି ରାଜହନ୍ସ ଦ୍ବୀପରେ ବୁକିଙ୍ଗ କରିଥିବା ଏକ କଟେଜ ରେ ନିଜ ନିଜ ରୁମରେ ଯାଇ ରେଷ୍ଟ କରନ୍ତି ସମସ୍ତେ।


ସେତେବେଳକୁ ରାତି ପ୍ରାୟ ୧୨.୦୦ ଟା ପରେ ହେବ, ମଧୁକୁ ନିଦ ଆସୁନଥାଏ, ତେଣୁ ସେ ଚିନ୍ତା କରିଲା ଯେ ନିରୋଳା ରାତ୍ରିର ଜହ୍ନ କିରଣରେ ସାତପଡା ଅଭୟାରଣ୍ୟ କୁ ଆଉଟିକେ ପାଖରୁ ଦେଖିବା ସହ ବେଳଭୂମିର ବାଲୁକା ରେ କିଛିସମୟ ଅତିବାହିତ କରିବ। ଏୟା ଭାବି ସେ ତାର ସାଙ୍ଗ ରୋଜି କୁ ଉଠେଇବାକୁ ଚେଷ୍ଟା କରେ, ହେଲେ ରୋଜି ମନା କରିଦିଏ ଯିବାପାଇଁ ଆଉ ସିଧାସିଧା କହିଦିଏ, ପାଗଳ ନା କଣ ତୁ ? ଏତେ ରାତିରେ କିଏ ଏଇ ଅଭୟାରଣ୍ୟ କୁ ଯାଏ ବୁଲିବାକୁ? ମରିବାକୁ ଇଛା ହେଲାଣି କି ତୋର? ମୁ ଯାଇପାରିବିନି, ତୋର ଯଦି ଇଛା ହଉଛି ତେବେ ତୁ ଯା, ହଁ ତୋ ଭଳି ମୁଁ ଏତେ ଆଡ଼ଭେଞ୍ଚରସ ନୁହଁ ଯେ ଯାଇକି ଏତେ ରାତିରେ ଜଙ୍ଗଲ ରେ ଜନ୍ତୁଙ୍କ ସହ ଜନ୍ତୁ ହୋଇ ବୁଲିବି। ମତେ କ୍ଷମା କରେ, ଓ ମତେ ଟିକିଏ ଶାନ୍ତିରେ ଶୋଇବାକୁ ଦେ। ଏତିକି କହି ରାଗରେ ରୋଜି ଶୋଇଯାଏ।


ମଧୁ କିନ୍ତୁ ମନ ବନେଇସାରିଥାଏ ଯେ ସେ ଯାହାବି ହଉ ଆଜି ରାତିରେ ଅତିକମରେ ଏ ଆଖ ପାଖରେ ଥିବା ସମସ୍ତ ଅଭୟାରଣ୍ୟ କୁ ବୁଲିଦେଖିବ ଆଉ ମଜା ନେବ ରାତ୍ରି କାଳୀନ ଅଭୟାରଣ୍ୟ ବୁଲିବା ମଜ୍ଜା। ତେଣୁ ସେ ସମ୍ପୂର୍ଣ୍ଣ ରେଡି ହୋଇ ବହାରିପଡ଼େ ବୁଲିବା ପାଇଁ। ଜହ୍ନ କିରଣରେ ସବୁକିଛି ପରିଷ୍କାର ଦେଝାଯାଉଥାଏ, ପୁଣି ବେଳେବେଳେ ଗଛ ପତ୍ରମାନଙ୍କ ଆଢୁଆଳରେ ଛାଇ ହୋଇ ଯାଉଥାଏ। ଏମିତି ଛାଇ ଆଲୁଅର ଖେଳ ଭିତରେ ମଧୁ ପୁରା ମଗ୍ନ ହୋଇଯିବା ସହ ଅଭୟାରଣ୍ୟ ର ମଜା ବି ନେଉଥାଏ। ଏହିଭିତରେ ସେ କେତେବେଳେ ସମୁଦ୍ରର ବେଳାଭୂମି ରେ ପହଁଚି ସାରିଥିଲା ସେ ନିଜେ ବି ଜାଣିନଥିଲା। ସମୁଦ୍ର ଗର୍ଜ୍ଜନ ରେ ଜାଣିବାକୁ ପାଇଲା ଯେ ଏବେ ସେ ବେଳାଭୂମି ରେ ପହଂଚିଗଲାଣି।


ଜହ୍ନ କିରଣରେ ସମୁଦ୍ରର ପାଣି ପୁରା ଚିକ ଚିକ କରୁଥାଏ। ଲାଗୁଥାଏ ଯେମିତି ଚାନ୍ଦିର ଗହଣା ସବୁ ଭାସି ଉଠୁଛି ସେହି ସମୁଦ୍ରର ଢେଉରେ। ଜହ୍ନର ଶୀତଳ କିରଣରେ ମଧୁ ଆନମନା ହୋଇଯାଉଥାଏ। ହଠାତ ସେ ଅନୁଭବ କରିଲା ଯେ ତାକୁ କେହି ଜଣେ ପଶ୍ଚାତଧାବନ କରୁଛି, ସେ ଭାବିନେଲା ନିଶ୍ଚିତ ରୋଜି ହୋଇଥିବ, ନହେଲେ ଏତେ ରାତିରେ ଏଠିକୁ କିଏ କଣ ପାଇଁ ଆସିବ? ଏମିତି ଭାବି ଭାବି ସମୁଦ୍ରର ବାଲିରେ ଚିତ୍ର ଆଙ୍କୁଥାଏ ଆଉ ଗୁଣୁଗୁଣୁ ହୋଇ ଗୀତ କଣ ସବୁ ଗାଉଥାଏ। ଜାଣିଶୁଣି କିଛି ନକହି ସେମିତି ସେ ତାର ଗୀତ ଗୁଣୁଗୁଣାଉ ଥାଏ। ଏମିତି କିଛିସମୟ ଯାଏଁ ରୋଜି ନଆସିବାରୁ ତାର ଟିକିଏ ସନ୍ଦେହ ହେଲା, ତେଣୁ ସେ ପଛକୁ ଚାହିଁ ଦେଖେତ ଏକ ଗଛମୂଳରେ କେହିଜଣେ ଛିଡ଼ା ହୋଇଥିବାର ନଜର ଆସିଲା।


ଟିକେ ଦୂର ଥିବାରୁ କ୍ଲିୟର ଦିସୁନଥାଏ ତଥାପି ତଥାପି ଜଣାପଡୁଥିଲା ଯେ ସେଠି ଯିଏ ଛିଡା ହୋଇଥିଲା ସେ ଜଣେ ପୁରୁଷ, ଏତେ ରାତିରେ ନିଛାଟିଆ ଜାଗାରେ ଜଣେ ପୁରୁଷକୁ ଦେଖି ସେ ଡରିଗଲା ଓ ନିଜକୁ ଅସୁରକ୍ଷିତ ମଣିଲା। ତେଣୁ ସେ ତର ତର ହୋଇ ବାହାରିପଡ଼ିଲା ତାର କଟେଜ ଅଭିମୁଖେ। ଏହି ସମୟ ରେ ସେହି ଲୋକଟି ଆସି ମଧୁର ବାଟ ଓଗାଳି କହିଲା, ମଧୁ କୁଆଡେ ଯାଉଛ, ଟିକିଏ ରୁହ ତୁମସହ କିଛି କଥା ଅଛି, ଏହାଠୁ ଆଉ ଭଲ ମଉକା ଆସିବନି। ସେ ଲୋକର କଣ୍ଠସ୍ୱର ଶୁଣିଲା ଶୁଣିଲା ଭଳି ଲାଗୁଥିଲା ମଧୁକୁ,ଟିକେ ସମୟ ଚିନ୍ତା କରିଲା ପରେ ଜାଣିପାରିଲା ଯେ ସେ ହଉଛି ତାଙ୍କ ଅଫିସର ରୋମିଓ ଅବଦୁଲ ରସିଦ। ଜାଣିବାପରେ ସେ ଆହୁରି ତର ତର ହୋଇ ଚାଲିଯାଉଥାଏ, ଅବଦୁଲ ହଠାତ ମଧୁର ହାତକୁ ଧରିପକାଏ ଆଉ ଅନୁରୋଧ କରେ କିଛିସମୟ ତାସହ ଅତିବାହିତ କରିବା ପାଇଁ। କିନ୍ତୁ ମଧୁ ତାର କୌଣସି ବି କଥା ଶୁଣେନି ଓ ତାର ହାତକୁ ଛାଟିଦେଇ ଚାଲିଯିବାକୁ ଚେଷ୍ଟାକରେ। 

ଅବଦୁଲ ରାଗିଯାଏ ମଧୁର ଏମିତି ବ୍ୟବହାର ଦେଖି ଆଉ କୁହେ,

ଅବଦୁଲ: ମଧୁ ମାଡାମ ମୁ ସବୁ ଜାଣିଛି ତୁମ ଅତୀତ ବିଷୟରେ, ଯଦି ଚାହିଁବି ସମସ୍ତଙ୍କ ଆଗରେ ପ୍ରକାଶ କରିଦେଇପାରେ।


ହଠାତ ଅବଦୁଲ ପାଟିରୁ ଏମିତି ଶବ୍ଦ ଶୁଣି ମଧୁର ପାଦ ଅଟକି ଯାଏ, ଆଉ ପଛକୁ ବୁଲି ପଚାରେ,

ମଧୁ: କଣ ଜାଣିଛୁ ତୁ ମୋ ବିଷୟରେ ହାଁ? ରାତି ଅଧରେ ଗୋଟେ ଅସହାୟ ଝିଅର ଫାଇଦା ନେବାକୁ ଚେଷ୍ଟା କରୁଛୁ।

ଅବଦୁଲ: ମୁ ଫାଇଦା ନେଉନି ତୁମର, ଓଲଟି ତୁମକୁ ସାହାଯ୍ୟ କରିବା ପାଇଁ ଚାହୁଁଛି।

ମଧୁ: କଣ ସାହାଯ୍ୟ କରିବ, ମୁ ତୁମଭଳି ଲୋକଙ୍କୁ ବେସ ଜାଣିଛି, ପ୍ରଥମେ ମିଠା ମିଠା କଥା କହିବ, ଆଉ ସେ ଝିଅର ହୃଦୟ ଜିତିବାକୁ ଚେଷ୍ଟା କରିବ। ଯେତେବେଳେ ସେ ଝିଅ ନିଜକୁ ସମ୍ପୂର୍ଣ୍ଣ ରୂପେ ପ୍ରେମରେ ପାଗଳ ହୋଇଯିବ ଆରମ୍ଭ କରିଦେବ ନିଜର ଅସଲ ଖେଳ। ତା ଛଡା ମୋ ଧର୍ମ ଅଲଗା ଆଉ ତୁମ ଧର୍ମ ଅଲଗା ତେଣୁ ମୋର ତୁମ ସହ କଥା ହେବାର ପ୍ରଶ୍ନ ହିଁ ଉଠୁନି।

ଅବଦୁଲ: ମୋ କଥା ମାନିକି ଯଦି ଆସିବ ଆସ ନହେଲେ ତୁମ ବିଷୟରେ ସବୁ ସତକଥା ଅଫସି ର ସମସ୍ତ ଷ୍ଟାଫଙ୍କୁ କାଲି ସକାଳେ କହିଦେବି।

ମଧୁ: କଣ କହିଦବୁ? ତୁ କଣ ଜାଣିଛୁ ମୋ ବିଷୟରେ କହିଲୁ?

ଅବଦୁଲ: ସବୁକିଛି ଜାଣିଛି, ତୁମ ସ୍ୱାମୀର ହତ୍ୟାକାଣ୍ଡ ବିଷୟ ହେଉ ଅବା ତୁମ ପୁରୁଣା ପ୍ରେମିକ ବିଷୟ ହେଉ, ଆଉ ତୁମ ଧନ୍ଦା ବିଷୟରେ ସବୁ ମତେ ଜଣା।

ମଧୁ: ସେସବୁ ଅବଦୁଲ ପାଟିରୁ ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇଯାଏ, ଆଉ କୁହେ ତୁମେ ସତରେ କିଏ କୁହ? ଏତେ ସବୁ କଥା ତୁମେ ଜାଣିଲ କେମିତି? ମୋର ସନ୍ଦେହ ହେଉଛି ଯେ ତୁମେ ଅବଦୁଲ ଜମା ବି ନୁହଁ।

ଅବଦୁଲ: ହଁ ମୁହିଁ ଅବଦୁଲ, ଆଉ ତୁମକୁ ସବୁ କଥା କହିବି ଯଦି ତୁମେ ମୋ ସହ ଆଜି ରାତିରେ କିଛିସମୟ ଅତିବାହିତ କରିବ।


ମଧୁ: ଇଚ୍ଛା ନଥିଲେ ବି ବାଧ୍ୟହୋଇ ଧୀରେ ଧୀରେ ତାର ପାଦ ଅବଦୁଲ ଆଡକୁ ବଢ଼େଇ ଆସିଲା, ଆଉ ପାଖକୁ ଆସି ଦେଖେତ ପୁରା ଅବଦୁଲ ଶରୀର ପରି ମଣିଷ ଟିଏ ଛିଡ଼ାହୋଉଛି। ହେଲେ ମୁହଁଟି ଦେଖାଯାଉନଥାଏ, କାରଣ ସେ ଏକ ଗାମୁଛା ମୁହଁରେ ପକେଇଥାଏ। ତେଣୁ ମଧୁ ପଚାରିଲା ପ୍ରଥମେ ଦୟାକରି କୁହ ମୋ ବିଷୟରେ ଏତେକଥା ଜାଣିଲ କେମିତି? ଆଉ ତୁମ ମୁହଁ ଦେଖା ଟିକେ।

ଅବଦୁଲ:ମୁଁ ଆହୁରି ବି ଜାଣିଛି ତୁମ ବିଷୟରେ, ପ୍ରଥମେ ମୋର ବହୁବନ୍ଧନରେ ଆବଦ୍ଧ ହୁଅ, ପରେ ସବୁକଥା କହିବି।

ଏତିକି କହି ମଧୁର ହାତକୁ ଧରି ଟାଣିନିଏ ଅବଦୁଲ ତାର ଛାତି ଉପରକୁ। ଆଉ ଜୋରରେ ତାର ଶରୀରକୁ ଜାବୁଡ଼ି ଧରେ ନିଜ ଶରୀର ଶହ ମିଶେଇ ନିଜ ବଳିଷ୍ଠ ବାହୁବନ୍ଧନରେ। ମଧୁ ଏବେ ଚାହିଁଲେବି ଆଉ ଖସିଯିବାର ମଉକା ନଥିଲା, ତଥାପି ଅସଫଳ ପ୍ରୟାସ କରୁଥାଏ କିଛି ସମୟ ପରେ ମଧୁ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପି ଦିଏ ଅବଦୁଲ ପାଖରେ। ଆଉ ଉପଭୋଗ କରୁଥାଏ ସେହି ଅପୁର୍ବ ଆନନ୍ଦକୁ।


ହେଲେ ଏ କଣ? ଏ ଛୁଆଁ ତ ଆଗରୁ ମୁ ମୋ ଶରୀରରେ ଅନୁଭବ କରିଛି ଠିକ ସେହି ସ୍ପର୍ଶ, ସେହି ଆଲିଙ୍ଗନ, ସେହି ଗରମ ନିଃଶ୍ୱାସ ର ଗନ୍ଧ, ତେବେ ଇଏ କଣ ଅବଦୁଲ ନା ଆଉ କିଏ? ଏମିତି ଅନେକ ଭାବନା ଭିତରେ ଅବଦୁଲ ଶରୀର ସହ ନିଜ ଶରୀରକୁ ସମ୍ପୂର୍ଣ୍ଣ ରୂପେ ମିଶେଇ ସରିଥାଏ ମଧୁ। କିଛିସମୟ ପରେ ଅନୁଭବ କରିଲା ଯେ ତାକୁ କେହି ଜଣେ ଚିନ୍ହ। ସ୍ୱରରେ ଡାକୁଛି, ପୁଣି ଅନୁଭବ କରିଲା ଯେ ସେ ଯାହାର ବାହୁବନ୍ଧନ ରେ ଅଛି ସେହି ଡାକୁଛି ଧୀର ଶାନ୍ତ ସ୍ୱରରେ ମଧୁ.......

ମଧୁ ଡ଼ରିଯାଏ ଆଉ ତାର ବହୁବନ୍ଧନରୁ ବାହାରିଯାଏ, ସେ ବି ବଳପ୍ରୟୋଗ କରେନି, ମଧୁ ଟିକେ ପଛକୁ ଘୁଂଚିଯାଇ ଦେଖେ ତ ତାର ସାମ୍ନାରେ ଥିଲା ରକି ତାର କଲେଜ ବେଳର ପ୍ରେମିକ। ହେଲେ ସେତ ମରିସାରିଛି, ପୁଣି କେମିତି ଆସିଲା ତାର ସାମ୍ନାକୁ। ସେ ନିଜକୁ ବିଶ୍ୱାସ କରିପାରେନି, କଣ ସବୁ ତାସହ ଘଟିଯାଉଛି। ପୁଣି ଟିକେ ଆଖିକୁ ମକଚି ଦେଖେ ତ ତାର ସାମ୍ନାରେ ଥିଲା ତା ସ୍ବାମୀ ବିଜୟ। ସେତେବେଳକୁ ସେ ପୁରା ଡରରେ ସିହିରୀ ଉଠୁଥାଏ। କଣ କରିବ କିଛି ଭାବିପାରୁନଥାଏ। ସେତେବେଳକୁ ସେ ଭାବିନେଇ ସାରିଥିଲା ଯେ ଆଜି ତାର ପ୍ରାଣ ନିଶ୍ଚିତ ଯିବ ସେ ଲୋକ ହାତରେ। ଏମିତି ଭାବି ଭାବି ପୁଣି ଦେଖେ ତ ତାର ସାମ୍ନାରେ ଥିଲା ଅବଦୁଲ।

ଏଥର କିନ୍ତୁ ମଧୁ ଆଉ ନଡରିକି ସାହସ ର ସହ ପଚାରିଲା ତୁମେ କିଏ କଣ ପାଇଁ ମତେ ହଇରାଣ କରୁଛ?

ସେପଟୁ ଦମ୍ଭିଲା କଣ୍ଠ ସ୍ୱରରେ ଉତ୍ତର ଆସିଲା, ଭୁଲିଗଲୁ ସବୁକଥା କିଛି ବି ମନେ ପଡୁନି ତୋର। ଦୁଇ ଦୁଇଟି ପୁରୁଷଙ୍କ ସହ ସମ୍ପର୍କ ରଖି ହତ୍ୟା କରିସାରିଲା ପରେ ବି ତୋର ମନ ଶାନ୍ତି ହୋଇନି ଯେ ପୁଣି ଆଉ ଜଣେ ପୁରୁଷ ସହ ଏଠି ସେହି କାମ କରିବା ପାଇଁ ଆସିଛୁ।

ମଧୁ: କିଏ ତୁମେ? କଣ ତୁମ ଉଦେଶ୍ୟ? ଦୟାକରି ତୁମର ପରିଚୟ ଦିଅ।


ସେପଟୁ ଉତ୍ତର ଆସିଲା ଭୁଲିଗଲୁ ଏତେ ଜଲ୍ଦି ମୋ ସହ ୫ବର୍ଷର ଛଳନା ପ୍ରେମ କରିଲୁ କଲେଜ ସମୟରେ ଆଉ ବିବାହ କରିନେଲୁ ଆଉ ଜଣକ ସହ ଘର ଲୋକଙ୍କ କଥାରେ। ତଥାପି ମୁଁ ସେସବୁ ସହିଲି, ହେଲେ ବିବାହ ପରେ ବି ତୋର ମନଶାନ୍ତି ହେଲାନି ଯେ ପୁଣି ମୋସହ ମିଛ ସମ୍ପର୍କ ରଖିବାକୁ ଚେଷ୍ଟା କରିଲୁ । ମନେ ପକା ଆଜକୁ ଠିକ ୫ବର୍ଷ ତଳେ ତୋର ଘରକୁ ମତେ ଡକେଇ ମୋ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲୁ, ମୁ'ବି ମୁର୍ଖ ଥିଲି ପୁଣି ତୋର କଥାରେ ବିଶ୍ୱାସ କରି ତୋ ଘରକୁ ଚାଲିଆସିଥିଲି। ଆଉ ଯେବେ ତୋର ସ୍ୱାମୀ ବିଜୟ କେମିତି ଖବର ପାଇ ଘରକୁ ଆସି ଆମ ଦୁଇଜଣଙ୍କୁ ଗୋଟିଏ ବେଡ଼ରେ ଦେଖିନେଲେ ମିଛ ଅଭିନୟ କରି କହିଲୁ, ମୁ ତତେ ଜବରଦସ୍ତି ବଳାତ୍କାର କରିବାକୁ ଚେଷ୍ଟା କରୁଥିଲି। ତୋର ସ୍ୱାମୀ ବି ଥିଲା ବିଚରା ନିରୀହଟା ସେ ତୋର ମିଛ ଅଭିନୟ ସେଦିନ କିଛି ନବୁଝି ପାରି ରାଗରେ ତୋ କଥାରେ ପଡି ମୋତେ ବହୁତ ମାରିଥିଲା। ହେଲେ ତୁ କଣ କଲୁ, ପଛପଟୁ ଆସି ଏକ ଛୁରୀ ସାହାଯ୍ୟରେ ମୋର ହତ୍ୟା କରିଦେଲୁ। ପୁଣି ତୋର ସ୍ୱାମୀକୁ ଲଗେଇ ମୋ ଶବକୁ ପୋତିଦେବାପାଇଁ ପଠେଇଦେଲୁ। ହେଲେ ତୁ ଜାଣିନୁ ତୋର ସ୍ୱାମୀ ଏହି ଜାଗାରେ ଆଣି ମୋ ଶବକୁ ବାଲିରେ ପୋତିଦେଇ ଚାଲିଗଲା। ପରେ ଯେବେ ପୋଲିସ ମୋର ମର୍ଡର କେସ କୁ ଖୋଲତାଡ଼ କରିଲା, ପୋଲିସକୁ ମିଛ ବୟାନ ଦେଇ ତୁ ତୋର ସ୍ୱାମୀକୁ ବି ଶେଷରେ ଜେଲ ପଠେଇଦେଇ ଆରମ୍ଭ କରିଦେଲୁ ତୋର ଅସଲ ଖେଳ। ଆଜି ମୁ ମୋର ପ୍ରତିଶୋଧ ନେଇଛି ତୋଠାରୁ ତୋର ଶରୀର ସହ ଖେଳି। ହାହାହାହାହା।


ପୁଣି ଏକ ଆବାଜ ଆସିଲା ଯେ ଷଡ଼ଯନ୍ତ୍ର କରି ମିଛ ହତ୍ୟାକାରୀ ସଜେଇ ମତେ ଜେଲ ପଠେଇଲୁ ସେତିକିରେ ବି ତୋର ମନ ଶାନ୍ତି ହେଲାନି ଯେ ପୁଣି ଷଡଯନ୍ତ୍ର କରି ଜେଲରେ ମୋ ଖାଦ୍ୟରେ ବିଷ ଦେଇ ମୋର ହତ୍ୟା କରେଇ ମୋର ଚାକିରୀକୁ କବଜା କରିନେଲୁ।ମୋର ବାପା ମା କେତେ ହଇରାଣ ହେଇଛନ୍ତି ସେଗୁଡା ତୋର ଆଖିକୁ ଦେଖା ଗଲାନି।। ସେମାନେ କଷ୍ଟ ପାଇ ପାଇ ଶେଷରେ ଶେଷନିଶ୍ୱାସ ତ୍ୟାଗ କରିଦେଲେ। ତୋ ଭଳି ନାରୀ ଏ ସମାଜ ପାଇଁ କଳଙ୍କ ତୋର ବଞ୍ଚିବାର କୌଣସି ଅଧିକାର ନାହିଁ। ଆଜି ମୁଁ ତତେ ଛାଡିବିନି ଯେମିତି ମୋର ହତ୍ୟା କରେଇବା ସହ, ମୋ ଉପରେ ମିଛ ହତ୍ୟାକାଣ୍ଡର ଦୋଷ ଲଦିଦେଲୁ ତାର ପରିଣାମ ଆଜି ତୁ ନିଶ୍ଚିତ ଭୋଗିବୁ। ଏତିକି କହି ମଧୁକୁ ସେଇଠି ସମୁଦ୍ର ବେଳାଭୂମି ରେ ମାରି ପକେଇଦିଅନ୍ତି।


ରାତି ପାହିଲା ବେଳକୁ ରୋଜି ବହୁତ ଖୋଜା ଖୋଜି କରେ ମଧୁକୁ ହେଲେ ତାକୁ ନପାଇବାରୁ ଅଫସି ର ସମସ୍ତ ଷ୍ଟାଫ ଙ୍କୁ ଜଣାଏ। ପୁଣି ଥରେ ସମସ୍ତେ ମିଶି ବହୁତ ଖୋଜାଖୋଜି କରିଲା ପରେ ଦେଖିବାକୁ ପାଆନ୍ତି ଯେ ସମୁଦ୍ରର ବେଳାଭୂମିରେ ମଧୁର ମୃତ ଶରୀର ପଡିରହିଛି। କାଳବିଲମ୍ବ ନକରି ସଂଗେ ସଂଗେ ପୋଲିସିକୁ ସେହି ବିଷୟରେ ଖବର ଦିଅନ୍ତି। ଖବର ପାଇବା ମାତ୍ରେ ପୋଲିସ ତୁରନ୍ତ ସେହି ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରେ। ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଏ ଯେ ସେହି ଲେଡିର ରେପ ସହ ମର୍ଡର ହୋଇଛି। ତେଣୁ ସଙ୍ଗେସଙ୍ଗେ ଡେଡ଼ବଡିଟିକୁ ପୋଷ୍ଟମର୍ଟମ ପାଇଁ ପଠେଇଦିଏ ପୋଲିସ। କିଛିଦିନ ବ୍ୟବଧାନ ପରେ ପୋଷ୍ଟମର୍ଟମ ରିପୋର୍ଟ ଆସେ ଯେ ବଳାତ୍କାର ସହ ମର୍ଡର କରାଯାଇଛି ଓ ତାର ପ୍ରାଇଭେଟ ପାର୍ଟରୁ କିଛି ସେମେନ ବି ମିଳେ ହେଲେ ପ୍ରମାଣିତ ହୋଇପାରେନା କି ସେଇଟା ମଣିଷର ଥିଲା ନା ଅନ୍ୟ କୌଣସି ଜନ୍ତୁର।

ପୋଷ୍ଟମର୍ଟମ କରିଥିବା ଡାକ୍ତର ବି କୁହନ୍ତି ଯେ ଆଜିଯାଏଁ ସେ ବହୁତ ଶବ ବ୍ୟବଚ୍ଛେଦ କରିଛନ୍ତି ହେଲେ ଏମିତି ପରିସ୍ଥିତି କେବେବି ଆସିନି। ଡାକ୍ତରଙ୍କ ଠାରୁ ଏମିତି କଥା ଶୁଣି ପୋଲିସ ବି ତାର ଶେଷନିଷ୍ପତି ରେ ପହଂଚିପାରେନି ଓ ବହୁତ ତନାଘନା କରିଲା ପରେ ମଧ୍ୟ ସେମିତି କିଛି ସୁରାକ ପୋଲିସ ହାତରେ ନଲାଗିବାରୁ ବାଧ୍ୟହୋଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ଫାଇଲ କୁ ସେଇଠି ବନ୍ଦ କରିଦିଏ। ଆଉ ମଧୁ'ର ମୃତ୍ୟୁ ପରେ ସେହି ପ୍ରତିଶୋଧ ଭରା କାହାଣୀରେ ଯବନିକା ପଡ଼ିଯାଏ।



Rate this content
Log in

Similar oriya story from Horror