Bishwaranjan Tripathy

Drama Classics Others

3  

Bishwaranjan Tripathy

Drama Classics Others

ଅଧୁରା ଭ୍ରମଣ

ଅଧୁରା ଭ୍ରମଣ

7 mins
233


କାହାଣି ଆରମ୍ଭ:

ସେଦିନ ରାତିରେ ମୁଁ ଶୋଇଥାଏ,ହଠାତ ମନ କଣ ହେଲା କେଜାଣି, ଭାବିଲି କୁଆଡେ ଗୋଟେ ବୁଲିବାକୁ ଯିବି, ହେଲେ ସ୍ଥିର କରିପାରୁନଥାଏ, କୁଆଡେ ଯିବି,କୁଆଡେ ଗଲେ ଭଲହେବ? ଏମିତି ବହୁତ ସମୟ ଚିନ୍ତା କରିବା ପରେ ଭାବିଲି ଦକ୍ଷିଣ ଓଡ଼ିଶା ର ସ୍ୱର୍ଗ କୋରାପୁଟ ଗ୍ରସ୍ଥ କରିବି। ସେଠି ବହୁତ ଦର୍ଶନୀୟ ସ୍ଥାନ ଥିବାରୁ ବୁଲା ବୁଲି କରିଲେ ମଜ଼ା ଆସିଯିବ। ଅକ୍ଟୋବର ମାସ ଥିବାରୁ ଦଶହରା ପାଇଁ ଆଗକୁ ବି ଅଫସି ମୋର ଲଗାତାର ଭାବେ ୫ ଦିନ ଛୁଟିଥାଏ। ଏମିତି ଭାବୁ ଭାବୁ କେତେବେଳେ ମତେ ନିଦ ଆସି ଯାଇଥିଲା। ପରଦିନ ସକାଳୁ ମୋର ନିଦଭାଙ୍ଗେ ଏକ ସାଙ୍ଗର ଫୋନ କଲ ରେ। ଜୀତନ କରଡ଼, ତାର ଘର ଗଜପତି ଜିଲ୍ଲା ଅନ୍ତର୍ଗତ ଜିରାଙ୍ଗ ଗ୍ରାମରେ। ସେବି ମୋ ଭଳି ତାଙ୍କ ଜ଼ୀଲ୍ଲା ରେ ଚାକିରୀ କରିଛି। ଆମର ପରିଚୟ ହୁଏ ଏକ ଟ୍ରେନିଂ କାର୍ଯ୍ୟକ୍ରମ ରେ ଏଇ ଆମ ଭୁବନେଶ୍ୱର ସ୍ଥିତ ଏକ ହୋଟେଲ ରେ।ସେଦିନ ଫୋନ ରେ ଆମର ବାର୍ତାଳାପ ଏମିତି ଥିଲା।

କାହାଣି ର ପୃଷ୍ଠଭୂମି:

ସକାଳୁ ମୁ ଶୋଇଥାଏ, ମୋ ଫୋନ ହଠାତ ବାଜି ଉଠିଲା, କ୍ରୀଙ୍ଗ ......... କ୍ରୀଙ୍ଗ ......... ସେ ଫୋନ ରିଙ୍ଗ ରେ ମୋର ନିଦ ଭାଙ୍ଗିଯାଏ। ପୁରା ବିରକ୍ତି ଭାବରେ ମନେ ମନେ କହୁଥାଏ, କିଏ ଗୋଟେ ଫୋନ କଲାଣି, କିଛି କାମ ଧନ୍ଦା ନାହିଁନା କଣ, ଏତେ ସକାଳୁ କଲ କରୁଛି। ଏମିତି ଭାବିକି ଫୋନ ଆଡକୁ ହାତ ବଢ଼େଇ ଦେଖେ ତ, ମୋର ଜଣେ ବନ୍ଧୁ ଥିଲେ, ଜୀତନ। ବହୁତଦିନ ପରେ କଲ କରିଥିବାରୁ ମନର ରାଗକୁ ନିୟନ୍ତ୍ରଣରେ ରଖି ଭଲସେ କଥାହେଲି। ଏମିତି ୧୫ମିନିଟ କଥାବାର୍ତ୍ତା ରେ ଆମେ ଆମର ବୃତ୍ତିଗତ ଜୀବନ, ବିବାହ ଓ ପାରିବାରିକ ଜୀବନ,ଆହୁରି ବହୁତ କଥା ହୋଇସାରିଥିଲୁ। ମୁ ଫୋନ କଟ କରିବାକୁ ଯାଉଥାଏ, ହଠାତ ମୋର ମନେପଡ଼ିଲା ମୋର କୋରାପୁଟ ଗ୍ରସ୍ତ ବିଷୟରେ, ସଂଗେ ସଂଗେ ତାକୁ ମୁ ସେବିଷୟରେ କୁହେ, ତାପରେ ସେ କୁହେ ମତେ ଏମିତି,

ଜୀତନ: ଭାଇ ଏକା ଏକା ଯାଉଛ, ଆମକୁ ଟିକେ ଜଣାଉନ, ହଉ ଭାଇ ଯାଅ😏।

ମୁ: ନାଁ ଭାଇ ସେମିତି କିଛି ନାହିଁ, ଅଫସି,ଘର ଟେନ୍ସସନ ରେ ଏତେ ବିରକ୍ତ ଲାଗିଲାଣି ଯେ କୁଆଡେ ଗୋଟେ ବୁଲା ବୁଲି ନକଲେ ମାନସିକ ଶାନ୍ତି ମିଳୁନି, ତେଣୁ ମାନସିକ ଶାନ୍ତି ପାଇଁ କୋରାପୁଟ ଠାରୁ ଆଉ ଭଲ ଜାଗା କିଛି ଓଡ଼ିଶାରେ ନାହିଁ କାହିଁକି ନା ତାର ପ୍ରାକୃତିକ ପରିବେଶ, କୋଳାହଳ ଓ ପ୍ରଦୂଷଣ ମୁକ୍ତ ବାୟୁମଣ୍ଡଳ, ତାସହିତ ବହୁତ ସୁନ୍ଦର ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଆଃ ଚମତ୍କାର।

ଜୀତନ: ହଁ ଭାଇ ସତକଥା,ବହୁତ ବଢିଆ ଆମ କୋରାପୁଟ।

ମୁଁ: ତୁମେ ବାହରୁନ! ସାଙ୍ଗ ହୋଇଯିବା।

ଜୀତନ: ଆରେ ଭାଇ ମୁଁ ବି ଠିକ ସେଇଥିପାଇଁ ଆଜି ତୁମକୁ ଫୋନ କରିଥିଲି।

ମୁଁ: ମାନେ ବୁଝିପାରିଲିନି।

ଜୀତନ: ମନେପକାଅ, ୬ ମାସ ତଳେ ଭୁବନେଶ୍ୱରରେ ଆମର ଏକ ଟ୍ରେନିଂ ସମୟରେ କହିଥିଲ ଆମ ଟାଉନ କୁ ଆସିବା ପାଇଁ, ମୁ ବି ତୁମକୁ କହିଥିଲି ଯେ ସମୟ ସୁବିଧା ଦେଖିକି ନିଶ୍ଚିତ ନିମନ୍ତ୍ରଣ କରିବି। ଆଜି ନିମନ୍ତ୍ରଣ କରୁଛି, କୋରାପୁଟ ଯିବା ପୂର୍ବରୁ ଗଜପତି ରେ ଓଲହେଇଯିବ, ଏଇଠି ଗୋଟେଦିନ ବିତେଇ, ସାଙ୍ଗ ହୋଇଯିବା କୋରାପୁଟ।

ମୁ: ହସିକି 😊 ଭାଇ ମନେ ରଖିଛ ସେଇକଥା! ଶୁଣିକି ଖୁସି ଲାଗିଲା। ଠିକ ଅଛି ଭାଇ ସେୟା ହବ, ମୁ ଆଜି ରାତିରେ ଟ୍ରେନ ରେ ଜଟଣୀ ରୋଡ଼ ରୁ ବାହରିବି।

ଜୀତନ: ହଉ ଭାଇ ଆଗତରିଆ ସ୍ୱାଗତ କରୁଛି ମୋର ଟାଉନ କୁ, ଭଲରେ ଭଲରେ ଆସିକି ପହଁଚ, ତୁମ ଅପେକ୍ଷା ରେ ରହିଲି।

ମୁ:☺️ ନିଶ୍ଚିତ ଭାଇ, ଏବେ ରହୁଛି।

ଏତେ ସବୁ କଥା ହେବାପରେ ମୁ ଖୁସିରେ ଫୋନ ରଖିଦେଇ ସଙ୍ଗେ ସଙ୍ଗେ ଅନଲାଇନ ରେ ଟିକେଟ ବୁକିଙ୍ଗ କରେଇନିଏ। ତାପରେ ଉଠିକି ନିତ୍ୟକର୍ମ ଶେଷକରି, କିଛି ଗୁରୁତ୍ୱପୂର୍ଣ୍ଣ କାମକୁ ବି ସେସକରିଦିଏ। ତାପରେ ମୋର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ସବୁ ବ୍ୟାଗ ରେ ପୁରେଇ ବ୍ୟାଗ ପତ୍ରରେଡି କରିବାରେ ଲାଗିପଡ଼ିଲି। ସେସବୁ ସରିଲା ପରେ ଘରେ ଅଲଗା ଯାହାସବୁ କାମଥିଲା ସେସବୁ ଶେଷକରିଦିଏ। ଠିକ ରାତି ୮.୩୦ ରେ ରାତି ଖାଇବା ଶେଷକରି, କିଛି ଶୁଖିଲା ଖାଦ୍ୟ ସହ ପାଣି ବୋତଲ ୨ଟା କିଣି ବାହାରିଡିଲି ଜଟଣୀ ଅଭିମୁଖେ। ସେଠି ପାର୍କିଂ ଷ୍ଟାଣ୍ଡ ରେ ବାଇକ କୁ ରଖିଦେଇ ଚାଲିଯାଏ ପ୍ଲାଟଫର୍ମ ଅଭିମୁଖେ।

ଟ୍ରେନ ଆସିବାକୁ ଆହୁରି ୩୦ ମିନିଟ ବାକିଥିବାରୁ ସଂଗେ ସଂଗେ ଜୀତନ କୁ ଫୋନ କରି ଜଣେଇଦିଏ ମୋର ବାହାରିବା ବିଷୟରେ।ତାପରେ ଫୋନ ରଖିଦେଇ ଫେସବୁକ ଟିକେ ଖେଳଉଥାଏ। ହଠାତ ମନେପଡ଼ିଲା ଯେ ସାଙ୍ଗମାନେ ଯାହା ବି କିଛି କରିଲେ ସେସବୁ ଷ୍ଟାଟସ ରେ ଅପଡେଟ କରନ୍ତି। ମତେ ସେସବୁ ନାଟକ ବାଜି ଭଲ ଲାଗେନି ତଥାପି ସେଦିନ କଣପାଇଁ ଇଛା ହେଲା ଏକ ସେଲ୍ଫି ନେଇ ମୋର କୋରାପୁଟ ଟ୍ରିପ ପାଇଁ ଗୋଟେ ଷ୍ଟାଟସ ଅପଡେଟ କରିବା ପାଇଁ। ସଂଗେ ସଂଗେ ଗୋଟେ ସେଲ୍ଫି ନେଇ ଅପଡେଟ କରିଦେଲି।

ଏହିଭିତରେ ଟ୍ରେନ ଆସି ପହଁଞ୍ଚିଯାଏ, ରେଳବାଇ ତରଫରୁ କୁହାଗଲା ଯେ ୫ମିନିଟ ଭିତରେ ଟ୍ରେନ ଛାଡିବ। ମୁ ସଂଗେ ସଂଗେ କମ୍ପାଟମେଣ୍ଟ କୁ ଯାଇ ମୋର ସିଟ ଖୋଜିନେଲି। ସିଟକୁ ଯାଇ ରାତ୍ରି ର ଯାତ୍ରା ପାଇଁ ଯାହା କିଛି ଦରକାର ସେସବୁ ରେଡି କରି ବ୍ୟାଗ କୁ ମୁଣ୍ଡରେ ଦେଇ ଶୋଇଗଲି। ତାପରେ ଫୋନ ଟିକୁ କାଢି ପୁନର୍ବାର ଫେସବୁକ ଖୋଲି ଦେଖେ ତ ମୋ ଷ୍ଟାଟସ ରେ ବହୁତ ସାରା ଲାଇକ, ସହ ଅନେକ କମେଣ୍ଟ ଆସିଥାଏ। ଆହୁରି କିଛି ସାଙ୍ଗ ଇନବକ୍ସ କୁ ବି ମେସେଜ କରିଥାନ୍ତି। ଯାହାକି ଏଠି ଲେଖିବା ସମ୍ଭବ ନୁହେଁ 😜😛 ସେସବୁକୁ ଦେଖିକି ଯେତିକି ଖୁସି ଲାଗୁଥିଲା, ସେତିକି ରାଗ ବି ଲାଗୁଥିଲା। ଏହିଭିତରେ ଟ୍ରେନ ଷ୍ଟେସନ ଛାଡିସାରିଥିଲା। ପୁଣି କିଛିସମୟ ସୋସିଆଲ ମିଡିଆ ବ୍ୟବହାର କରିବା ଭିତରେ ନିଦ ଲାଗିବାରୁ ଫୋନ ବନ୍ଦକରି ଶୋଇଗଲି। ଯେହେତୁ ଏସି ସ୍ଲିପର ସିଟ ଥିଲା ଯାତ୍ରା ରେ ସେମିତି କିଛି ଅସୁବିଧା ହେଇନଥିଲା। ରାତିରେ ମୁଁ ଆଉ ଜମା ବି ଉଠିନି, ଖାଲି ଯାହା ରାତିରେ ଗୋଟେ ଥରେ ଭୋକଲାଗିବାରୁ କଦଳୀ ୨ ଟା, ଗୋଟେ କେକ ସହ ପାଣି ପିଇ ପୁଣି ଶୋଇଯାଇଥିଲି।

ସେତେବେଳକୁ ଭୋର ୫.୦୦ ଟା ହେବ ହଠାତ ଫୋନ ରିଂ ରେ ମୋର ନିଦଭାଙ୍ଗିଲା। ଦେଖିଲା ବେଳକୁ ଜୀତନ ର ଫୋନ। ସେ ପଚାରିଲା ଭାଇ ଏବେ କୋଉଠି, ଆଉ କେତେସମୟ ଲାଗିବ? ମୋର ସେମିତି କିଛି ଆଇଡ଼ିଆ ନଥିବାରୁ ପାଖରେ ବସିଥିବା ଜଣେ ସହଯାତ୍ରୀ ଙ୍କୁ ପଚାରି ବୁଝିଲି, ଯେ ଆଉ ୩୦ ମିନିଟ ଲାଗିବ ପାରଳାଖେମୁଣ୍ଡି ରେ ପହଞ୍ଚିବାକୁ। ଏତିକି କହି ଫୋନ ରଖିଦିଏ।ସଂଗେ ସଂଗେ ଉଠି ସବୁକିଛି ବ୍ୟାଗ ରେ ଭର୍ତିକରି ତଳକୁ ଓଲହେଇ ଆସି ସେହି ଭାଇଙ୍କ ପାଖରେ ଗୋଟେ ସିଟ ରେ ବସିଗଲି। ବୁଝିଲା ବେଳକୁ ସେବି ପରଳାଖେମୁଣ୍ଡି ରେ ଓଲହେଇବେ ବୋଲି କହିଲେ। ଏମିତି କିଛିସମୟ ପାଇଁ ସେ ମୋର ବନ୍ଧୁ ପାଲଟିଗଲେ। କଥାହେବାର କିଛି ସମୟ ଭିତରେ ଟ୍ରେନ ଆସି ପାରଳାଖେମୁଣ୍ଡି ଷ୍ଟେସନ ରେ ଲାଗିଲା। ଆମେ ଦୁହେଁ ସେଇଠି ଓଲହେଇଗଲୁ। ସେ ଭାଇ ତାଙ୍କ ରାସ୍ତାରେ ବାଏ କହି ଚାଲିଗଲେ ଆଉ ମୁଁ ଜୀତନ ସହ ବାଇକ ରେ ବସି ତାର ରୁମ କୁ ଚାକିଲୁ।

ତାର ରୁମରେ ପହଂଚି ସଂଗେ ସଂଗେ ଫ୍ରେଶ ହବାପାଇଁ ଚାଲିଗଲି। ପୂର୍ବରୁ ସେ ଫ୍ରେଶ ହୋଇ ରେଡି ହୋଇସାରିଥାଏ। ମୁ ଆସିଲା ପରେ ଦୁହେଁ ବ୍ୟାଗପତ୍ର ଧରି ତାର ବାଇକରେ ଯାତ୍ରା ଆରମ୍ଭ କରିଲୁ ତାର ନିଜ ଗାଁ ଜିରାଙ୍ଗ ଅଭିମୁଖେ। ସକାଳ ଜଳଖିଆ କରିନଥିବାରୁ ବାଟରେ ଗୋଟିଏ ଦୋକାନ ପାଖରେ ଜୀତନ ତାର ବାଇକ ଅଟକେଇଲା ଆଉ କହିଲା ଭାଇ ବଜ଼ାର ରେ ମୁ ଜାଣିକି ଜଳଖିଆ କରିନଥିଲି, ଏଇଠି ଖାଇବ ଆଉ ମତେ ଟେଷ୍ଟ କେମିତି କହିବ। ସେତେବେଳକୁ ସମୟ ପ୍ରାୟ ସକାଳ ୭.୩୦ ହବ। ତାପରେ ସେଇଠି ପୁରୀ ତରକାରୀ, ସହ ୨ ଟି ବରା, ଚଟଣୀ, ଆଉ ସମ୍ବର ପୁରା ଏକଦମ ମସ୍ତ 👌👌ଥିଲା। ଖାଇବା ସେଶହେଲା, ତାପରେ ଆଉ ବାଟରେ ନଅଟକି ସିଧା ବାହାରିଲୁ ଜୀରାଙ୍ଗ ଅଭିମୁଖେ।

ଜୀରାଙ୍ଗ ରେ ପହଁଚିଲା ବେଳକୁ ଦିନ ୯.୩୦, ଜୀତନ ମୋତେ କୁହେ ପ୍ରଥମେ ତାର ଘରକୁ ଯିବାପାଇଁ,ହେଲେ ମୁ ମନା କରେ କାହିଁକିନା ମୋର ଉତ୍କଣ୍ଠା ସେତେବେଳକୁ ଦ୍ୱିଗୁଣିତ ହୋଇ ସାରିଥାଏ। ମନେ ମନେ ସ୍ଥିର କରିସାରିଥାଏ ଯେ ପ୍ରଥମେ ଜୀରାଙ୍ଗ ବୁଦ୍ଧ ମନ୍ଦିର ଯାଇ ଦର୍ଶନ କରିବା ସହ ବୁଲାବୁଲି କରି ତାର କାରୁକାର୍ଯ୍ୟ କୁ ଉପଭୋଗ କରିବି। ଯେହେତୁ ସବୁ ବିଷୟରେ ଜାଣିବା ପାଇଁ ମୋର ମନରେ ସବୁବେଳେ କୌତୁହଳ ଥାଏ, ସେଥିପାଇଁ ଜୀତନ୍ ର ଘରକୁ ଯାଇ ଲଂଚ କରିବା କାର୍ଯ୍ୟକ୍ରମ କୁ ଟିକେ ବିଳମ୍ବିତ କରାହେଲା।

ବୁଲାବୁଲି କରି ଦେଖିସାରିବା ପରେ ଏହାର ଇତିହାସ ବିଷୟରେ ଜାଣିବା ପାଇଁ ଇଚ୍ଛା ହେବାରୁ, ଜୀତନ୍ ମତେ ଜଣେ ସୌନ୍ୟାସୀ ଙ୍କ ପାଖକୁ ନେଇଗଲା। ତାଙ୍କୁ ପ୍ରଣାମ କରି ମୋର ଜିଜ୍ଞାସା ବିଷୟରେ କହିଲି, ସେ ଜାଣି ଖୁସି ବହୁତ ହୋଇଗଲେ ଆଉ କହିଲେ ଆଜିର ଯୁବପିଢି ଯଦି ଏମିତି ଆଗ୍ରହ ପ୍ରକଟ କରନ୍ତେ ତ ଆମେ ଆଜି ବହୁତ ଉଚ୍ଚରେ ଥାନ୍ତେ। ତାଙ୍କର ସମୟ ଅଭାବ ଥିବାରୁ ସେ ସଂକ୍ଷେପରେ କହିବାକୁ ଆରମ୍ଭ କରିଲେ। ତାଙ୍କର କଥା ଥିଲା ଏମିତି,

ଚନ୍ଦ୍ରଗିରି:

ଚନ୍ଦ୍ରଗିରି ମୋହନା ମଣ୍ଡଳର ଲୋବାରସିଂ ସ୍ଥାନରେ ଅଛି । ଏହି ସ୍ଥାନରେ ଅନେକ ତିବ୍ବତୀୟମାନେ ସେମାନଙ୍କର ଗୃହ ପରିତ୍ଯାଗ କରି ସେଠାରେ ବସବାସ କରନ୍ତି । ଏହି ଜିରାଙ୍ଗ ସ୍ଥାନଟି ମୋହନା ମଣ୍ଡଳ ଅଧିନରେ ଅବସ୍ଥିତ ଯାହା ଦକ୍ଷିଣ ଏସିଆର ବୃହତ୍ତମ ବୁଦ୍ଧ ମନ୍ଦିର ପାଇଁ ଖ୍ଯାତି ଅର୍ଜନ କରିଅଛି । ୨୦୧୦ ମସିହାରେ ସନ୍ଥ ଗୁରୁ ଦଲାଇଲାମା ଏହି ମନ୍ଦିରଟିକୁ ଉଦ୍‍ଘାଟନ କରିଥିଲେ । ଏହାକୁ ମଧ୍ଯ “ମହାବିହାର ସମ୍ରାଜ” ବୋଲି କୁହାଯାଏ ।

ତାଙ୍କଠାରୁ ସଂକ୍ଷେପରେ ଶୁଣିସରିବା ପରେ ଆମେ ସେ ଜାଗାରେ ବହୁତ ସାରା ଫୋଟୋ ଉଠେଇଲୁ, ଭିଡିଓ ବି କରିଲୁ। ତାପରେ ଫେରିଆସିଲୁ ସେ ଜାଗାରୁ, ଫେରିଲାବେଳକୁ ସମୟ ପ୍ରାୟ ୨.୩୦ ସେତେବେଲକୁ ଭୋକରେ ପେଟଭିତରେ ଘଡଘଡି ମାରୁଥାଏ। ତେଣୁ ଖାଇବା ପାଇଁ ଚାଲିଲୁ ତାର ଘରକୁ। ଘରେ ପହଂଚି ମଉସା ମାଉସୀଙ୍କୁ ପ୍ରଣାମ କରିଲି। ସଂଗେ ସଂଗେ ମାଉସୀ କହିଲେ ବହୁତ ଡେରି ହୋଇଗଲାଣି ଜଲ୍ଦି ଯାଇ ହାତ ମୁହଁ ଧୋଇହୋଇ ଆସ, ମୁ ଖାଇବା ବାଢୁଛି। ଆମେ ହାତ ମୁହଁ ଧୋଇ ହୋଇ ଆସିଲା ବେଳକୁ ଦେଖିଲୁ ସେମାନେ କେହିବି ଖାଇନଥିଲେ, ଆମକୁ ଅପେକ୍ଷାରେ ଥିଲେ, ଦେଖି ବହୁତ ଦୁଃଖ ଲାଗିଲା। ତାପରେ ସଂଗେ ସଂଗେ ସମସ୍ତେ ମିଶି ଖାଇବା ପର୍ବ ସାରିଲୁ। ଖାଇବାରେ ବହୁତସାର ଆଇଟମ କରିଥିଲେ, ଖାଇବା ଏତେ ଟେଷ୍ଟି ଥିଲା ଯେ ମୁଁ ଦୁଇଥର ମାଗିକି ଖାଇଥିଲି। ଖାଇବା ସରିବା ପରେ ଆମେ ଟିକେ ରେଷ୍ଟ ନେଇ ୩.୩୦ ବେଳକୁ ତାଙ୍କ ଗାଁ ପାଖରେ ଥିବା ଏକ ଝରଣା ଦେଖିବାକୁ ଯାଇଥିଲୁ। ସେ ଝରଣା ଏତେ ସୁନ୍ଦର ଓ ମନମୁଗ୍ଧକର ଥିଲା ଯେ ସେ ଜାଗା ଛାଡି ଆସିବାକୁ ଇଛା ହଉନଥିଲା। ସେଠି ବିହୁତ ଗୁଡିଏ ଫୋଟୋ ଉଠେଇଲୁ, ଭିଡିଓ ବି ବନେଇଲି। ତାପରେ ସେ ଝରଣା ବିଷୟରେ ଜାଣିବା ପାଇଁ ଇଚ୍ଛା ହେବାରୁ ଜୀତନ ମତେ ତାଙ୍କ ଗାଁର ଜଣେ ବୃଦ୍ଧଙ୍କ ପାଖକୁ ନେଇଗଲା, ସେ ବୃଦ୍ଧ ମଉସାଙ୍କୁ ପ୍ରଣାମ କରି ସେ ଝରଣା ବିଷୟରେ ପଚାରି ବୁଝିବାରୁ ସେ ଏମିତି କହିଥିଲେ,

ଗଣ୍ଡାହାତୀ ଝରଣା

ଗଣ୍ଡାହାତୀ ପାରଳାଖେମୁଣ୍ଡି ଜମିଦାରମାନଙ୍କ ଏକ ମୂଖ୍ଯ କର ଆଦାୟ ସ୍ଥଳୀ ଥିଲା । ଏହାର ନାମରୁ ଜାଣିପାରୁଥିବ ଏଠାରେ ପୂର୍ବରୁ ଅନେକ ହାତୀ ବସବାସ କରୁଥିଲେ । ଯାହା ବର୍ତ୍ତମାନ ସମୟରେ ବିଲୁପ୍ତପ୍ରାୟ ହେବାକୁ ବସିଲାଣି । ଏହି ସ୍ଥାନଟି ମୁଖ୍ଯତଃ “ସୁନ୍ଦର ଜଳପ୍ରପାତ” ପାଇଁ ଖ୍ଯାତି ଅର୍ଜନ କରିଅଛି । ଗଜପତି ଜିଲ୍ଲାରେ ଥିବ ଅଳ୍ପ କିଛି ଜଳପ୍ରପାତ ମଧ୍ଯରୁ ଏହା ଏକ ମୁଖ୍ଯ ଏବଂ ଆକର୍ଷଣୀୟ ଜଳପ୍ରପାତ ଅଟେ । ଏହି ଜଳପ୍ରପାତଟି ୧୨୧୨.୪୦ ହେକ୍ଟର ଜାଗା ବିଶିଷ୍ଟ ଯାହାର ଉଚ୍ଚତା ୨୦ ମି. ଅଟେ । ଏହା ଜିଲ୍ଲାର ମୁଖ୍ଯାଞ୍ଚଳରୁ ୨୭ କି.ମି. ଦୂର ଅଟେ । ତାଙ୍କ ଠାରୁ ଆହୁରି କିଛି ସେ ଗାଁ ବିଷୟରେ ଶୁଣିଲୁ। ଶୁଣିସାରିବା ପରେ ମୁ ଭାବିଲି ଗୋଟେ ବୃଦ୍ଧଲୋକ ଏତେ ପ୍ରାଞ୍ଜଳ ଭାବରେ ତଥ୍ୟ ସହ ମନେରଖି କେମିତି କହିପାରିବ? ମନର ଦ୍ଵନ୍ଦକୁ ଦୁରୀଭୂତ କରିବା ପାଇଁ ଏମିତି ପଚାରୁ ପଚାରୁ ସେ ମଉସାଙ୍କୁ ପଚାରିଦେଲି ସେଇ ପ୍ରଶ୍ନ ଟି। ତାପରେ ସେ ଆମକୁ ତାଙ୍କ ଘର ଭିତରକୁ ଡାକିନେଇ ଦେଖେଇଲେ ସେ ତାଙ୍କ ଜୀବନରେ ଓଡ଼ିଶାର ଯେତେସବୁ ପର୍ଯ୍ୟଟନ ସ୍ଥଳୀ ବିଷୟରେ ସଂଗ୍ରହ କରିଥିବା ତଥ୍ୟ। ସେସବୁ ଦେଖି ମୁ ସ୍ଥମ୍ବିଭୁତ ହୋଇଗଲି। ଏବେ ବି ସେ ଜାରି ରଖିଛନ୍ତି ତାଙ୍କ କାମ ଓ ସେଗୁଡିକୁ ସମୟ ପାଇଲେ ବସି ପଢ଼ନ୍ତି ବୋଲି ସେ କହିଥିଲେ। ପ୍ରକୃତରେ ସେ ଥିଲେ ଜଣେ ଲୁକାୟିତ ଐତିହାସିକ ଲୋକ। ସେତେବେଳକୁ ସମୟ ପ୍ରାୟ ସନ୍ଧ୍ୟା ୬.୦୦ ଟା ବାଜିସାରିଥିଲା। ତାପରେ ଆମେ ଦୁହେଁ ସେ ମଉସାଙ୍କୁ ଧନ୍ୟବାଦ ଦେଇ ପୁନର୍ବାର ପ୍ରଣାମ କରି ସେ ଜାଗାରୁ ଚାଲିଆସିଲୁ।

ସେହି ରାତିରେ ମୁ ଜୀତନ ଘରେ ରହିଥିଲି, ରାତିରେ ଖାଇବା ପିଇବା ଶେଷକରି ଶୋଇବାକୁ ଗଲା ବେଳକୁ ଖବର ଆସିଲା ଯେ ଏହି ଛୁଟିକୁ ରାଜ୍ୟ ଅଫିସ ବାତିଲ କରିଛି କୌଣସି ଏକ ଟ୍ରେନିଂ ପାଇଁ। ତେଣୁ କୋରାପୁଟ ଗ୍ରସ୍ଥ ବାତିଲ କରି ଆମେ ପରଦିନ ସକାଳୁ ଜୀତନ ଓ ମୁ ସାଙ୍ଗ ହୋଇ ଟ୍ରେନ ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲୁ ସେ ଟ୍ରେନିଂ ସେସନ କୁ ଆଟେଣ୍ଡ କରିବା ପାଇଁ।

ସେହି ଅଭୁଲା ଦିନଗୁଡିକ ଏବେ ମନେପଡିଲେ ସେହି ବୌଦ୍ଧ ମନ୍ଦିର ଓ ଝରଣା ର ଚିତ୍ର ସବୁ ମାନସ ପଟରେ ଆଙ୍କି ହେଇଯାଉଛି।

ସମାପ୍ତ।



Rate this content
Log in

Similar oriya story from Drama