Bishwaranjan Tripathy

Others

4.0  

Bishwaranjan Tripathy

Others

ମିଛେଇ ମୋନିକା

ମିଛେଇ ମୋନିକା

16 mins
297


ମୋନିକାର କଲେଜ ପଢା ଶେଷହୋଇଯାଇଥାଏ । ସେ ବି ଆଉ ଚାହୁଁ ନ ଥିଲା ଆଗକୁ ପଢିବା ପାଇଁ । ଏମିତିରେ ବି ତାର ଭଲ ପାଠ ହୁଏନି । ବାପା ମାଆଙ୍କ ଏକମାତ୍ର ଅଲିଅଳି ଝିଅ ହୋଇଥିବାରୁ ଘରେ ତାକୁ ଆଗକୁ ଆଉ ପଢିବା ପାଇଁ ବାଧ୍ୟ ବି କରନ୍ତିନି । ତାର ବାପା ସୁବାସ ବାବୁ ଲକ୍ଷ୍ୟ କରନ୍ତି ଯେ ଝିଅର ଫାଇନାଲ ପରୀକ୍ଷା ପରେ ସେ ଟିକେ ଗୁମସୁମ ରହୁଛି, ବେଶି କଥା ବି ହଉନି କାହା ସହ । ସେ ବିଷୟରେ ପଚାରିଲେ କିଛି ୟାଡୁ ସ୍ୟାଡୁ କହି ଫାଙ୍କି ଦେଇ ସେ ଜାଗାରୁ ଚାଲିଯାଏ । ପୁଣି କାହାର ଗୋଟେ ଫୋନରେ ବି ସେ ଡିଷ୍ଟର୍ବ ହଉଥାଏ । କିଛିଦିନ ଏମିତି ବିତିଯାଏ, ମୋନିକାର ମାଆ ସରିତା ମାଡାମ କୁହନ୍ତି ତାଙ୍କ ସ୍ୱାମୀଙ୍କୁ,

ସରିତା: ଆରେ ଶୁଣୁଛ, ଗୋଟେ ଭଲ ବିବାହ ପ୍ରସ୍ତାବ ଆସିଛି ମୋନିକା ପାଇଁ।

ସୁବାସ: ବିବାହ ପ୍ରସ୍ତାବ!

ସରିତା: ହଁ ବିବାହ ପ୍ରସ୍ତାବ, ମୁଁ ଶୁଣିଛି କୁଆଡ଼େ ପିଲାଟି ଭାରି ଭଲ, ଶାନ୍ତ ଶିଷ୍ଟ, ଏହାଛଡା ପୁଅଟି ବେଙ୍ଗାଲୁରୁରେ ସଫ୍ଟୱେର ଇଂଜିନିଅର ବି ଅଛି, ମୋଟା ଅଙ୍କର ଦରମା ବି ପାଉଛି । ତା ବାପା ମାଆଙ୍କର ଦୁଇଟି ପୁଅ । ଏ ହେଉଛି ବଡ ପୁଅ । ସେଇଠି ବିବାହ କରିଲେ ଆମ ଝିଅ ଖୁସିରେ ରହିବ।

ସୁବାସ: ସବୁ ଠିକ ହେଲା ଯେ, ସେ ପୁଅର ଘର କୋଉଠି?

ସରିତା: ତାଙ୍କ ନିଜଘର ଅନୁଗୁଳ ଜିଲ୍ଲାରେ । ହେଲେ ବି ସେମାନେ ଭୁବନେଶ୍ୱରରେ ଫ୍ଲାଟ କିଣି ରହୁଛନ୍ତି।

ସୁବାସ: ମୋନିକାକୁ ପଚାରିଛି ଏ ବିଷୟରେ?

ସରିତା: ତାକୁ କଣ ପଚାରିବି, ତାର ପ୍ରକୃତି ବିଷୟରେ ତ ତମେ ସବୁ ଜାଣିଛ, ତିଳକୁ ତାଳ କରିବ ସେ ଝିଅ । ସେ ରାଜି ହଉ କି ନହଉ, ସେଇଠି ତାର ବିବାହ ହବ।

ସୁବାସ: ଯାହା ହେଲେବି ଗୋଟେ ଥର ତାକୁ ପଚାରି ବୁଝିଦିଅ।

ସରିତା: ତାଠୁ କଣ ପାଇଁ ବୁଝିବି? ତାର କୀର୍ତ୍ତି କଳାପ ତମେ କଣ ଜାଣିନ । ମୁଁ ପଚାରିବିନି, ତୁମେ ଯାଇ ପଚାର।

ସୁବାସ: ଆଛା ହଉ ମୁଁ ପଚାରିଦେବି ।

ପରଦିନ ସକାଳୁ ସୁବାସ ବାବୁ ପଚାରନ୍ତି ମୋନିକାକୁ ଆସିଥିବା ବିବାହ ପ୍ରସ୍ତାବ ଉପରେ । ମୋନିକା ଶୁଣିବା ମାତ୍ରେ କିଛି ନ ଭାବି ସଂଗେ ସଂଗେ ରାଜି ହୋଇଯାଏ । ଆଉ କୁହେ ବାପା ଆପଣ ଯୋଉଠି ଠିକ୍ କରିବେ ମୁଁ ସେଇଠି ବିବାହ କରିବା ପାଇଁ ରାଜି ଅଛି, ମୋର କିଛି ବି ଆପତ୍ତି ନାହିଁ । ସୁବାସ ବାବୁ ମୋନିକାଠୁ କେବେ ବି ଏମିତି ଉତ୍ତର ଆଶା କରିନଥିଲେ । ହଠାତ ମୋନିକାର ସ୍ଵଭାବରେ ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହେବା ସହ ଖୁସି ବି ହୁଅନ୍ତି । ଏହାର କିଛି ଦିନ ପରେ ପୁଅ ଘର ଲୋକେ ଆସନ୍ତି ମୋନିକାକୁ ଦେଖିବା ପାଇଁ।

ପୁଅ ଘର ସେଦିନ ଆସିଥାନ୍ତି ମୋନିକାକୁ ଦେଖିବା ପାଇଁ । ଦେଖା ସାକ୍ଷାତ ସରିଲା, ମୋନିକାକୁ ଦେଖି ସମସ୍ତେ ରାଜି ହୁଅନ୍ତି । କାହିଁକି ବା ରାଜି ନ ହୁଅନ୍ତେ, ମୋନିକା ଦେଖିବାକୁ ଥିଲା ପୁରା ଚଳଚ୍ଚିତ୍ରର ନାୟିକା ପରି । ତାର ରୂପ ଯେମିତି,ରଙ୍ଗ ବି ଥିଲା ସେମିତି, ଶରୀରର ଗଢଣ ପୁରା ଏକ ବିଅର ବୋତଲ ପରି । ଯେ କୌଣସି ପୁଅ ବି ଦେଖିବ ଗୋଟେ ଝଲକରେ ରାଜି ହୋଇଯିବ ବିବାହ ପାଇଁ । ରାହୁଲ ବି କିଛି କମ ନଥିଲା ଦେଖିବାକୁ । ପୁଅ ବି ମୋନିକାକୁ ଦେଖି ପସନ୍ଦ କରେ । ଝିଅ ବି ପସନ୍ଦ କରେ ରାହୁଲକୁ । ତାପରେ ପୁଅ (ରାହୁଲ) ଚାହେଁ ମୋନିକା ସହ ଏକାନ୍ତରେ କିଛି ସମୟ କଥା ହେବା ପାଇଁ, ଅନୁମତି ନେଇ ଉଭୟ ଯାନ୍ତି କିଛି ସମୟ କଥା ହୁଅନ୍ତି, ରାହୁଲ ପଚାରେ,

ରାହୁଲ: ମୋନିକା, ମତେ ବଙ୍କା ଟଂକାରେ କଥା କହି ଆସେନି ତେଣୁ ତୁମକୁ ସିଧା ପଚାରୁଛି, ସତ କହିବ।

ମୋନିକା: ହଁ ପଚାର, କଣ ପଚାରିବ।

ରାହୁଲ: କଲେଜରେ ପଢିବା ସମୟରେ ତୁମର କାହା ସହ ଆଫାୟାର ଥିଲା କି?

ମୋନିକା: ହଠାତ ରାହୁଲ ଠାରୁ ଏମିତି ପ୍ରଶ୍ନ ଶୁଣି ଚମକି ପଡେ ମୋନିକା, ଆଉ କୁହେ ହଠାତ ଏମିତି ପ୍ରଶ୍ନ? ଆଉ ମନେ ମନେ ଭାବୁଥାଏ, ନିଶ୍ଚିତ ସେ ପିଲା କିଛି କହିଛି ମୋ ବିଷୟରେ, ନହେଲେ ତାର ସାଙ୍ଗମାନେ।

ରାହୁଲ: ଆରେ ଉତ୍ତର ଦିଅ, କଣ ଭାବୁଛ?

ମୋନିକା: ଆରେ ନାଇଁ କିଛି ନାହିଁ, ତୁମକୁ କିଏ କଣ ମୋ ବିଷୟରେ କହିଛି କି?

ରାହୁଲ: ମାନେ, କଣ କହିବାକୁ ଚାହଁ ତୁମେ?

ମୋନିକା: ଦେଖ ରାହୁଲ, ମୁଁ ସତ କହୁଛି ମୋର କାହା ସହ ଆଫାୟାର କେବେ ଥିଲା ନା ଏବେ ଅଛି । ଆଉ ଯଦି ଥାନ୍ତା ମୁଁ କେବେବି ଏ ବାହାଘରରେ ରାଜି ହେଇନଥାନ୍ତି।

ରାହୁଲ: ହେଲେ ମତେ କେହି ଜଣେ ଫୋନ କରିକି ୟାଡୁ ସ୍ୟାଡୁ ତୁମ ବିଷୟରେ କହୁଥିଲା।

ମୋନିକା: ଓଃ ମୁଁ ସେୟା ଭାବୁଛି ସେତିକିବେଳରୁ ଏ କାମ ସେଇ ଲଫାଙ୍ଗା ନ ହେଲେ ତାର ସାଙ୍ଗଙ୍କର । ତୁମକୁ ଆଉ କଣ ଲୁଚେଇବି, ସତଟା କହୁଛି ଶୁଣ । କଲେଜରେ ପଢିବା ସମୟରେ ମୋ ପଛରେ କଲେଜର ଅଧା ପିଲା ଲଟୁ ଥିଲେ, ତା ଭିତରୁ ଗୋଟେ ଅଧିକ ପାଗଳ ଥିଲା ରଜତ । ଗୋଟେ ପାଖିଆ ପ୍ରେମ କରି ମୋ ବଞ୍ଚିବା ଦୁର୍ବିସହ କରିଦେଇଥିଲା ସେ, ଏବେ ବି ମୋ ନମ୍ବର କୋଉଠୁ ପାଇକି ଫୋନ କରୁଛି, ଦୁଇ ଥର ନମ୍ବର ଚେଞ୍ଜ୍ କଲିଣି, ତଥାପି ସେ ମୋ ନମ୍ବର କୋଉଠୁ ପାଉଛି କେଜାଣି । ପୁଣି ଦେଖୁନ ତୁମ ନମ୍ବର କୋଉଠୁ ପାଇ ମୋ ବିଷୟରେ ତୁମକୁ କଣ କଣ ସବୁ କହିଛି।

ରାହୁଲ: ତୁମେ ପୋଲିସରେ କମ୍ପ୍ଲେନ କରୁନ କଣ ପାଇଁ?

ମୋନିକା:ଆରେ ତୁମେ ଏ କଥାକୁ ଏତେ ସିରିଅସଲି କଣ ପାଇଁ ନଉଛ, ସେ ବେକାର ଲୋକ ପାଇଁ ମୁଁ ଘରେ କଣ ପାଇଁ ଟେନ୍ସନ ଦେବି କହିଲ, ତା ଛଡା ମୁଁ ପୋଲିସରେ କମ୍ପ୍ଲେନ ଦେଲେ ଅଧିକ ଇଜ୍ଜତ ମୋର ଯିବ, ତେଣୁ ସେସବୁକୁ ମୁଁ ଇଗନୋର କରୁଛି । ତୁମେ ମୋ କଥାରେ ବିଶ୍ୱାସ କରୁଛ ନା?

ରାହୁଲ: ଆରେ ହଁ ବିଶ୍ୱାସ କରୁଛି ବୋଲି ତ ତୁମକୁ ଦେଖିବା ପାଇଁ ଆସିଛି, ଆଉ ଆଜି ସବୁ କିଛି ଫାଇନଲ କରିକି ଯିବୁ।

ମୋନିକା: ମାନେ, କଣ ଫାଇନାଲ କରିବ କି?

ରାହୁଲ: ମୁଦି ପିନ୍ଧା ସହ ନିର୍ବନ୍ଧ କାମ, ସବୁ ଶେଷ କରି ଯିବୁ ଆଜି।

ମୋନିକା: ମନେ ମନେ ଖୁସି ହଉଥାଏ, ଖାଲି ଉପରେ ଉପରେ କହୁଥାଏ, ଏତେ ଜଲ୍ଦିରେ !

ରାହୁଲ: ହଁ ଆମେ ଆଜି ସବୁ ଫାଇନାଲ କରିବା ପାଇଁ ମନ ବନେଇ ଆସିଛୁ । ସେଥିପାଇଁ ତ ତୁମ ସାଥିରେ ୧ଘଣ୍ଟା ହେଲା ସମୟ ଅତିବାହିତ କରିବା ସହ ତୁମକୁ ଆଉଟିକେ ଜାଣିବା ପାଇଁ ଚେଷ୍ଟା କରୁଥିଲି।

ମୋନିକା: ଏ ସବୁ ଶୁଣି ମୋନିକା ଖୁସିରେ କୁରୁଳି ଉଠୁଥାଏ ମନେ ମନେ।

ତାପରେ ଉଭୟ ଉଭୟଙ୍କୁ ନିଜର ଫୋନ ନମ୍ବର ଦିଅନ୍ତି । ମୋନିକା ନମ୍ବର ଟିକୁ ସେଭ କରୁଥାଏ, ହଠାତ ରାହୁଲ ମୋନିକାର ହାତକୁ ଧରି ତାର ଆଙ୍ଗୁଠିରେ ଆଣିଥିବା ହୀରାର ମୁଦିଟିକୁ ପିନ୍ଧେଇଦିଏ । ଆଉ ବିବାହ କରିବା ପାଇଁ ପସ୍ତାଵ ରଖେ, ମୋନିକା ବି ଖୁସିରେ ସଂଗେ ସଂଗେ ରାଜି ହୋଇଯାଏ । ତାପରେ ସାଙ୍ଗ ହୋଇ ହସି ହସି ଆସି ଘରେ ପ୍ରବେଶ କରନ୍ତି । ସେ ଦୁହିଁଙ୍କୁ ଦେଖି ସେମାନଙ୍କ ବାପା, ମାଆଙ୍କୁ ଆଉ କିଛି ଅବୁଝା ନଥାଏ । ସଂଗେ ସଂଗେ ଜଣେ ବ୍ରାହ୍ମଣ ଡକେଇ ନିର୍ବନ୍ଧ କାମ ଶେଷ କରିଦିଅନ୍ତି।

ମୋନିକାର ନିର୍ବନ୍ଧ ଖବର ପାଇ ରଜତ କାହାକୁ କିଛି ନକହି ଘର ଭିତରେ ଫାଶୀ ଲଗେଇ ଆତ୍ମହତ୍ୟା କରେ । ତା ବାପା ମାଆଙ୍କର ସେଥିଲା ଗୋଟିଏ ବୋଲି ପୁଅ, ଦେଖିବାକୁ ସୁନ୍ଦର, ପାଠରେ ବି ଥିଲା ବହୁତ ଭଲ । କିନ୍ତୁ ସେ ଥିଲା ଗରିବ, ତାର ବାପା ମାଆ ତାକୁ ବହୁତ କଷ୍ଟରେ ଏଡେରୁ ଏଡ଼େ କରି ସହରର ବଡ ଇଂଜିନିଅରିଂ କଲେଜରେ ପାଠ ପଢୋଉଥିଲେ, ହେଲେ ଏ ହତଭାଗା ଏମିତି କଣ ପାଇଁ କଲା କେଜାଣି, କେବଳ ସାମାନ୍ୟ ଗୋଟେ ଝିଅ ପାଇଁ ନିଜ ଜୀବନ ହାରିଦେଲା । ଟିକେ ବି ଭାବିଲାନି ନିଜ ବାପା ମାଆଙ୍କ ବିଷୟରେ । ଯିଏ ନିଜେ ନଖାଇ ନପିଇ, ପେଟରୁ କାଟି ତାକୁ ପଢିବାକୁ ଦେଉଥିଲେ, ଏବେ ତାଙ୍କର କଣ ହବ? ଏମିତି କିଛିଦିନ ବିତିଯାଏ, ଏକମାତ୍ର ଭେଣ୍ଡା ପୁଅକୁ ହରେଇବା କଷ୍ଟରେ ଦିନକୁ ଦିନ ସେମାନେ ଦୁର୍ବଳ ହେବାକୁ ଲାଗନ୍ତି, ଶେଷରେ ରୋଗାଗ୍ରସ୍ତ ହୋଇ ବହୁତ କଷ୍ଟ ପାଇବା ସହ ଛଟପଟ ହୋଇ ସେମାନଙ୍କ ଜୀବନ ଚାଲିଯାଇଥିଲା।

ଏପଟେ ମୋନିକାର ବହୁତ ଧୁମଧାମରେ ବିବାହ କାର୍ଯ୍ୟ ଚାଲିଥାଏ । ସମସ୍ତେ ବହୁତ ଖୁସିଥାନ୍ତି, ହଠାତ ଅଘଟଣ ମାନ ସବୁ ଘଟିବାକୁ ଲାଗେ, ଯେମିତିକି ହଠାତ କରେଣ୍ଟ ଚାଲିଯିବା, ସାଉଣ୍ଡ ଅପରେଟରକୁ କରେଣ୍ଟ ମାରିବାରୁ ସେ ମେଡିକାଲରେ ଭର୍ତ୍ତି ହୁଏ । ରାସ୍ତା ଅଧାରେ ପୁଅର ବରଯାତ୍ରୀ ଗାଡି ଖରାପ ହୋଇଯାଏ । ଏମିତି ଅନେକ ଅସୁବିଧା ମାନ ଘଟିବାକୁ ଲାଗେ, ଏସବୁ ଦେଖି ମୋନିକା ଭୟରେ ଭାବିବାକୁ ଲାଗେ, କଣ ପାଇଁ ଏମିତି ସବୁ ହଉଛି । ଆଗକୁ ଆଉ କିଛି ଅସୁବିଧା ହବନି ତ?

ଏମିତି ବସିକି ଭାବୁଥାଏ, ହଠାତ ସେ ବସିଥିବା ରୁମର କବାଟ କେଁ କରି ଖୋଲିବାରୁ ସେ ଚମକି ପଡେ । ବୁଲିପଡ଼ି ଦେଖେ ତ ସାମନାରେ ଥାନ୍ତି ତାର ମାଆ । କେହି ବି ନଥାନ୍ତି ସେତେବେଳେ ତା ପଖରେ । ତାପରେ ତାର ମାଆ କୁହନ୍ତି,

ସରିତା: କଣ ହେଲା ମୋନିକା, ତୁ ଏତେ ଡରୁଛୁ କଣ ପାଇଁ? କଣ ହୋଇଛି ତୋର?

ମୋନିକା: ନାଇଁ ମାମା କିଛି ନାହିଁ, ହଠାତ ଏମିତି ସବୁ ଅସୁବିଧା ମାନ ଘଟିଯାଉଛି ବୋଲି ମୋ ମନକୁ ଖାଲି ପାପ ଛୁଉଁଛି।

ତାପରେ ସରିତା ଦେବୀ ଆସି ମୋନିକା ପାଖରେ ବସିଯାନ୍ତି ଆଉ ତାର ମୁଣ୍ଡରେ ହାତ ରଖି ଧୀରେ ଧୀରେ ଆଉଁସନ୍ତି, ଆଉ କହୁଥାନ୍ତି ତୁ ବ୍ୟସ୍ତ ହୁଅନା, ସବୁ କିଛି ଠିକ ହିଇଯିବ । ତୁ କେବଳ ମୋ କଥାରେ ଥରେ ରାଜି ହୋଇଯା । ହଠାତ ମୋନିକା ଅନୁଭବ କରେଯେ ସେ ସ୍ପର୍ଶ ଅତି କଠିନ ଥିଲା । ଏହା କେବେବି ଜଣେ ସ୍ତ୍ରୀ ଲୋକର ସ୍ପର୍ଶ ହୋଇପରେନା, ତେଣୁ ତାକୁ ଅବାଗିଆ ଲାଗିବାରୁ ସେ ବୁଲି ଦେଖେତ ତାକୁ ନଜର ଆସିଲା ରଜତ ତା ପାଖରେ ବସିଥିଲା, ଆଉ ଅଜବ ପ୍ରକାରରେ ତାକୁ ଛୁଇଁବାକୁ ଚେଷ୍ଟା କରୁଥିଲା।

ତେଣୁ ମୋନିକା ଭୟରେ ପାଟି କରି ଉଠିବାରୁ ତାର ମାଆ ଓ ଅଲଗା କିଛି ଲୋକ ସେ ଘରକୁ ଆସିଗଲେ । ତାପରେ ତାର ମାମା ତାକୁ ଏମିତି ପାଟି କରିବାର କାରଣ ପଚାରନ୍ତି । ସେ କିନ୍ତୁ ତାର ମାଆଙ୍କ ଆଡ଼କୁ ଚାହିଁ କହୁଥାଏ, ତୁ ପଳା ଏଠୁ, ମତେ କଣ ପାଇଁ ହଇରାଣ କରୁଛୁ? ହଠାତ ଏମିତି ଝିଅର ବ୍ୟବହାର ଦେଖି ସରିତା ଦେବୀ ବହୁତ ଚିନ୍ତିତ ହୁଅନ୍ତି । ସେହି ପରଠୁ ମୋନିକା ପାଖରେ କେହି ନା କେହି ଜଣେ ରୁହନ୍ତି।

ଏପଟେ ରଜତର ସାଙ୍ଗମାନେ ମୋନିକା ବିବାହରେ ଆସି ବହୁତ ମିସ କରୁଥାନ୍ତି ରଜତକୁ ଆଉ କଥା ହଉଥାନ୍ତି, ଯୋଉ ଝିଅ ପଢିବା ସମୟରେ ଅନେକ ପୁଅଙ୍କ ସାଥିରେ ଖେଳିବା ସହ ସେମାନଙ୍କ ଜୀବନ ବର୍ବାଦ କରିଦେଇଛି, ପୁଣି ସେହି ଝିଅ ପାଇଁ ରଜତ ତାର ଜୀବନ ବି ଦେଇଦେଲା, ଆଜି ସେ ଝିଅ ଆଉ କାହା ହାତ ଧରି ଘର ସଂସାର କରିବ ବୋଲି ଅଗ୍ନିଙ୍କ ପାଖରେ ପ୍ରତିଜ୍ଞା କରୁଛି । ଦେଖାଯାଉ ଆଗକୁ କଣ କଣ ସବୁ ହଉଛି । ମୋନିକାକୁ ଯିଏ ବିବାହ କରୁଛି, ସେ ବହୁତ ହତଭାଗ୍ୟଟାଏ । ପୁଣି ଆଉ ଜଣେ କହୁଥାଏ, ଆରେ ସେ ମୋନିକାର ରୂପ ଆଉ ଧନକୁ ଦେଖିକି ବିବାହ ଗୋଟିଏ ଦିନରେ ଠିକ କରିଛି । ହଉ ଛାଡ, ଆମ ସାଙ୍ଗ ତ ଆଉ ଏ ଦୁନିଆରେ ନାହିଁ, ସେସବୁ ବିଷୟରେ ଭାବି ଲାଭ ବା କଣ।

ପୁଣି ଜଣେ ସାଙ୍ଗ କହୁଥାଏ, ଆମେ କେତେ ବୁଝେଇଲୁ ରଜତକୁ, ଆରେ ସେ ପିଲା ଭଲ ନୁହଁ, ତୋ ପାଇଁ ସେ ଯୋଗ୍ୟ ନୁହଁ, ସେ କେବେବି ତତେ ଭଲପାଉନି, ସେ କେବଳ ତୋର ଶରୀରକୁ ଭଲ ପାଉଛି, ସେ ଧନୀ ଘର ପିଲା, ତା ପାଇଁ ଏଗୁଡା ହଉଛି ଗୋଟେ ଖେଳ । ତୋ ପାଖରୁ ତାର ମନ ଭରିଗଲେ ପୁଣି ଗୋଟେ ନୂଆ ଶିକାର ଖୋଜିବ । ହେଲେ ସେ ଆମର ଗୋଟିଏ ବି କଥା ଶୁଣିଲାନି । ହଉ ଛାଡ ଗଲା କଥା ଗଲାଣି, ଚାଲ ଆମେ ଭୋଜି ଖାଇ ଘରକୁ ଯିବା, ବହୁତ ଡେରି ହେଲାଣି।

ଏପଟେ ବରଯାତ୍ରୀ ବହୁତ କଷ୍ଟରେ ଗାଡି ଯୋଗାଡ଼ କରି ବିଳମ୍ବରେ ଆସି ପହଞ୍ଚନ୍ତି । ସେତେବେଳକୁ ବାହାଘର ବେଳା ଗଡିସାରିଥାଏ । ତଥାପି ଭଲରେ ଭଲରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୁଏ । ବିବାହ କାର୍ଯ୍ୟ ସରିବାବେଳକୁ ସକାଳ ୫.୦୦ଟା ହୋଇଯାଏ । ବାହାଘର ସରିବା ପରେ ସଂଗେ ସଂଗେ ଝିଅ ବିଦାୟ ନେଇ ତାର ଶାଶୂଘରକୁ ଚାଲିଯାଏ । ମୋନିକା ଯାଇ ତାର ଶାଶୁଘରେ ପାଦ ନଦୋଉଣୁ ବିଭିନ୍ନ ପ୍ରକାର ଅସୁବିଧା ମାନ ଘଟିବା ଆରମ୍ଭ ହୋଇଯାଏ । ଯେମିତିକି ପୁଅ ବୋହୁଙ୍କୁ ବନ୍ଦାପନା କରି ଘରକୁ ନେବାବେଳେ ଦୀପ ଲିଭିଯିବା, ହଠାତ ମୋନିକାର ଶାଢୀରେ ନିଆଁ ଲାଗିଯିବା, ଇତ୍ୟାଦି । ଏମିତି ସବୁ ଅଘଟଣମାନ ସବୁ ଘଟୁଥିବାରୁ, ମୋନିକା ବହୁତ ଚିନ୍ତିତ ଥାଏ।

ସେ ଯାହା ହଉ ବାହାଘର ପରଦିନ ଭଲରେ ଭଲରେ ରିସେପସନ କାର୍ଯ୍ୟ ସରିଗଲା, ଯିଏ ଯୁଆଡେ ଖାଇପିଇ ନିଜ ନିଜ ଘରକୁ ଚାଲିଯାନ୍ତି । ବିବାହ ପରେ ମିଳନର ପ୍ରଥମ ରାତି ହୋଇଥିବାରୁ ମୋନିକା ଅପେକ୍ଷା କରି ବସିଥାଏ ତାର ସ୍ୱାମୀ ରାହୁଲର ଆସିବା ବାଟକୁ, ସେତେବେଳକୁ ରାତି ପ୍ରାୟ ୧.୩୦ ପରେ ହେବ । ରାହୁଲ ସବୁ କାମ ଶେଷକରି ଭଲସେ ଫ୍ରେସ୍ ହୋଇ ଆସି ମୋନିକା ପାଖରେ ବସିଯାଏ । ଆଉ କୁହେ,

ରାହୁଲ: ସରି ମୋନି, ଆସୁ ଆସୁ ଟିକେ ଲେଟ ହୋଇଗଲା, କଣ କରିବି କହୁନ ସବୁକିଛି ମତେ ହିଁ ବୁଝିବାକୁ ପଡୁଛି।

ମୋନିକା: ଲମ୍ବା ଓଢଣୀ ଟାଣି ବସିଥାଏ । କିଛି କହୁନଥାଏ ରାଗରେ।

ରାହୁଲ: ଆରେ କିଛି କହୁନ କଣ ପାଇଁ? କିଛି ତ କୁହ।

ମୋନିକା: ମୁଁ ରାଗିଛି ତୁମ ଉପରେ, ସେତେବେଳୁ ମୁଁ ତୁମକୁ ଅପେକ୍ଷା କରି ବସିଛି, ହେଲେ ତୁମେ ଆସୁନଥିଲ, ମତେ ଏକୁଟିଆ ବହୁତ ଡ଼ରମାଡୁଥିଲା।

ରାହୁଲ: ହଉ ହେଲା ବାବା ସରି, ଆଗକୁ ଆଉ କେବେବି ମୋ ମୋନିକୁ ଏମିତି ଅପେକ୍ଷା କରେଇବିନି । ଓକେ!

ମୋନିକା: ହସିକି କହୁଥାଏ, ଓକେ।

ରାହୁଲ: ଏବେ ଟିକେ ଓଢଣୀଟା କାଢ଼, ମୁଁ ଟିକେ ଦେଖେ ମୋର ମୋନିକୁ, ଆଜି କେମିତି ଦିଶୁଛି ସଜବାଜ ହୋଇ।

ମୋନିକା: ତୁମେ ଓଢଣୀଟା କାଢିଦଉନ।

ତାପରେ ମୋନିକା ବେଡ଼ ତଳକୁ ଆସି ରାହୁଲକୁ ପ୍ରଣାମ କରେ, ତାପରେ ରାହୁଲ ମୋନିକାକୁ ଉଠେଇ ତାର ଛାତିରେ ଧରି ତାର ଓଢଣୀ ଖୋଲି ଦେଖେ, ଆଉ କୁହେ,ସତରେ ମୋନି ତମେ ବହୁତ ସୁନ୍ଦରୀ, ତୁମକୁ ସ୍ତ୍ରୀ ରୂପରେ ପାଇଛି ସେଇଟା ମୋର ଭାଗ୍ୟ । ମୋନିକା ବି କହୁଥାଏ, ମୁଁ ବି ତୁମ ଭଳି ଶାନ୍ତ ସରଳ ସ୍ୱାମୀ ଟିଏ ପାଇ ବହୁତ ଖୁସି, ଯିଏ ମତେ ଏତେ ବୁଝିପାରୁଛି । ଏମିତି କିଛିସମୟ କଥା ହୁଅନ୍ତି । ଏହିଭିତରେ ରାହୁଲ କୁହେ ଆଜି ରାତି ବହୁତ ହେଲାଣି ଚାଲ ଶୋଇପଡିବା, ଆଜିର କାମ କାଲିକୁ କରିବା । ମୋନିକା ସେ କଥା ଶୁଣି ହସିବାକୁ ଲାଗେ । କାହିଁକି ନା ମୋନିକା ପାଇଁ ଏଗୁଡା କିଛି ନୂଆ ନଥିଲା, ସେ ପଢିବା ସମୟରୁ ବହୁତ ପିଲାଙ୍କ ଶଯ୍ୟା ସଙ୍ଗିନୀ ହୋଇସାରିଥାଏ,ତେଣୁ ତାକୁ ରାହୁଲର କଥାଗୁଡା କିଛି ଫରକ ପଡୁନଥାଏ । ତାପରେ ଉଭୟ ଶୋଇଯାନ୍ତି।

ଏମିତି କିଛି ସମୟ ଗଡପଡ଼ ହଉ ହଉ ମୋନିକାର ଆଖି ଲାଗିଯାଇଥାଏ, ହଠାତ ସେ ଅନୁଭବ କରିଲା ତାର କଅଁଳ ଶରୀରରେ କାହା ହାତର ଗରମ ସ୍ପର୍ଶ, ଭାବିଲା ରାହୁଲଙ୍କର ଇଚ୍ଛା ହେଲା ବୋଧହୁଏ ସେଥିପାଇଁ ଉଠିକି ଏମିତି କରୁଛନ୍ତି । କିଛି ନ କହି ସେମିତି ଆଝିବୁଜି ପଡିରୁହେ, ସେ ମୋନିକା ଶରୀରର ପ୍ରତେକ ଅଙ୍ଗକୁ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ତାର ଓଠର ସ୍ପର୍ଶରେ ଚୁମିବାକୁ ଲାଗିଥାଏ । ଏମିତି କିଛି ସମୟ ପରେ ମୋନିକା ଅନୁଭବ କରୁଥିଲା ଯେ ଆଗରୁ ସେ ସ୍ପର୍ଶ କେବେ ପାଇଛି, ତଥାପି ସେ କିଛି ନକହି ସେମିତି ନିରବ ଭାବରେ ଶୋଇ ରୁହେ ଆଉ ମଜାନଉଥାଏ ସେହି ନୈସର୍ଗିକ ଆନନ୍ଦର । ଯେବେ ସେ ପ୍ରକୃତ ଆନନ୍ଦକୁ ଅନୁଭବ କରିଲା ସେହି ସମୟରେ ମୋନିକା ଆଖି ଖୋଲି ଦେଖିଲା ବେଳକୁ ତାର ଉପରେ ରାହୁଲ ଥିଲା, ରାହୁଲକୁ ଦେଖି ସେ ଟିକେ ଆଶ୍ୱସ୍ଥି ଅନୁଭବ କରିବା ସହ ରାହୁଲକୁ ଭରପୁର ସହଯୋଗ କରୁଥିଲା ସେହି ଆନନ୍ଦ ପାଇବା ପାଇଁ । ସେହି ସମୟରେ ପୁଣି ରାହୁଲକୁ ପଚାରୁଥିଲା ମୋନିକା,

ମୋନିକା: ଏବେ ପରା ତୁମେ କିଛି ସମୟ ଆଗରୁ କହୁଥିଲ ହାଲିଆ ଲାଗୁଛି, ପୁଣି କେମିତି ଗୋଟେ ଘଣ୍ଟା ନଯାଉଣୁ ତୁମର ମୁଡ଼ଟା ଚେଞ୍ଜ ହୋଇ ପୁଣି ରୋମାଣ୍ଟିକ ହୋଇଗଲା?

ରାହୁଲ: ତୁମେ କଣ ମତେ ଆଗରୁ ଜାଣିନ, କଲେଜ ସମୟରେ ଏମିତି ଅନେକ ଥର ତୁମେ ରାତିରେ ମଜ୍ଜା ଲୁଟିଛ, ପୁଣି ମୋ ସହ ଗୋଟେ ଥର, ମନେପକାଅ । ତୁମ ଠାରୁ ମୋ ବିଷୟରେ ଆଉ ଅଧିକ କିଏ କହିପାରିବ?

ମୋନିକା: ଚମକି ପଡି କୁହେ, କଣ କହୁଛ ତୁମେ, ମୁଁ ତ ତୁମକୁ ଆଗରୁ କେବେ ବି ଦେଖିନଥିଲି କି ଜାଣିନଥିଲି । ତୁମ ସହ ମୋର ପ୍ରଥମ ଦେଖା ଆମର ନିର୍ବନ୍ଧ ଦିନ ହିଁ ହୋଇଥିଲା।

ରାହୁଲ: ଭୁଲିଗଲୁ ଆମର ସେ କଲେଜ ସମୟର ଅଭୁଲା ଅତୀତକୁ । 

ତୁ ଭୁଲିଯାଇଛୁ ହେଲେ ମୁଁ ଭୁଲିପାରୁନି।

ମୋନିକା:କଣ ୟାଡୁ ସ୍ୟାଡୁ ଗପୁଛ,ତୁମ ମୁଣ୍ଡ ଖରାପ ହୋଇଯାଇଛି ନା ମୋ ସହ ଜୋକ କରୁଛ।

ରାହୁଲ: ହସିବାକୁ ଲାଗେ ହାହାହାହାହା, ତୁମ ଭଳି ଝିଅମାନେ କେବେ ଭଲପାଇ ପାରନ୍ତିନି, ଖାଲି ଦେହ ସୁଖ, ଓ ସମୟକୁ ଅତିବାହିତ କରିବା ପାଇଁ ତୁମମାନଙ୍କୁ ଖାଲି ଗୋଟେ ପୁରୁଷ ଲୋଡ଼ା ବାସ।

ମୋନିକା: ପ୍ଲିଜ ସେମିତି କୁହନି ରାହୁଲ,କାହିଁକି ମୋ ସହ ଥଟ୍ଟା କରୁଛ କହିଲ।

ରାହୁଲ: ମୁଁ ଥଟ୍ଟା କରୁଛି ତୋ ସହ! ମୁଁ ଗରିବ, ବହୁତ କଷ୍ଟରେ ମୋ ବାପା,ମା ମତେ ଟାଉନକୁ ପଠେଇଥିଲେ ପାଠ ପଢି ତାଙ୍କର ବୃଦ୍ଧ ଅବସ୍ଥାରେ ଟିକେ ଆଶ୍ରା ହେବାପାଇଁ । ମୁଁ ବି ଠିକସେ ପଢ଼ୁଥିଲି, ବହୁତ ସାଧା ସିଧା ଥିଲି, ହେଲେ ତୁ ମୋ ଜୀବନରେ ଆସି ମତେ ତୋର ମିଛ ପ୍ରେମରେ ,ମିଛ ହସରେ ଫସେଇ, ନୂଆ ନୂଆ ସ୍ୱପ୍ନ ଦେଖେଇବାକୁ ଲାଗିଲୁ । ମତେ ଗୋଟେ ସାଧା ସିଧା ମଣିଷରୁ ଗୋଟିଏ ପାଗଳ ପ୍ରେମିକ ସଜେଇଦେଲୁ, ତୋରି ପାଇଁ କେବଳ ମୁଁ ମୋର ବାପା ମାଆଙ୍କୁ ହତାଦର କରିଛି । କଣ ପାଇଁ ତୁ ଏମିତି କରିଲୁ? କଣ ପାଇଁ ତୁ ମୋର ହାତ ଧରି ଚାଲିବା ଶିଖେଇ,ଅଧା ବାଟରେ ମୋର ହାତ ଛାଡି ଅନ୍ୟର ହାତ ଧରି ବାହା ହୋଇଗଲୁ?

ମୋନିକା ସେତେବେଳକୁ ଡରରେ ଥରୁଥାଏ, ସେ ବୁଝିସାରିଥିଲା ଯେ ସେ ଆଉ କେହି ନୁହଁ ରଜତର ଆତ୍ମା ରାହୁଲ ଦେହରେ ପ୍ରବେଶ କରିଛି, ତେଣୁ ତା ପାଟିରୁ କିଛି ବି ପଦେ ବାହରୁନଥାଏ । ଏହି ସମୟରେ ତାର ଚେତା ବୁଡିଯାଏ । ଆଉ ସେ ସେମିତି ପଡି ରୁହେ । କିଛି ସମୟ ପରେ ରାହୁଲ ମୋନିକା ଉପରୁ ଉଠିଯାଇ ତାର ଜାଗାରେ ଶୋଇଯାଏ । ସକାଳ ହେବାରୁ ରାହୁଲ ଉଠି ଦେଖେ ତ ମୋନିକା ସେମିତି ଶୋଇଛି, ତା ଦେହରେ ଗୋଟେ ବି କପଡା ନାହିଁ, ଏମିତି ମୋନିକାକୁ ଦେଖି ସେ ଆଶ୍ଚର୍ଯ୍ୟ ହୁଏ, ତାକୁ ତାର ଶାଢ଼ୀ ପିନ୍ଧେଇ ସାରି ଡାକିବାକୁ ଚେଷ୍ଟା କରେ । ହେଲେ ମୋନିକା ସେମିତି ଶୋଇରହିଥାଏ । ବହୁତ ଥର ଡାକିବା ପରେ ସେ ନଶୁଣିବାରୁ ବାଧ୍ୟହୋଇ ରାହୁଲ ପାଣି ଆଣି ତାର ମୁହଁରେ ଛାଟେ, ସଂଗେ ସଂଗେ ମୋନିକା ଉଠିପଡି କହୁଥାଏ, ମତେ ଛାଡିଦିଅ ରାହୁଲ ପ୍ଲିଜ ମତେ ଛାଡିଦିଅ, ମତେ ଟିକେ ଦୟା କର ପ୍ଲିଜ । ଏହି ସମୟରେ ରାହୁଲ ଜୋରରେ ମୋନିକୁ ଧରି ତା ନିଜ ଆଡକୁ ଟାଣିଦେବାରୁ ସେ ପ୍ରକୃତିସ୍ଥ ହୁଏ । ଏହାପରେ ରାହୁଲ ପଚାରେ ,

ରାହୁଲ:ତୁମେ କିଛି ଖରାପ ସ୍ୱପ୍ନ ଦେଖିଥିଲ କି, ଏମିତି ଉଲଗ୍ନ ବେଶରେ ବେହୋସ ହୋଇ ପଡିରହିଥିଲ ଯେ?

ମୋନିକା: କିଛି ନକହି ଚୁପ ରୁହେ,ତାପରେ ରାହୁଲକୁ ଫାଙ୍କିବା ପାଇଁ କୁହେ ତୁମେ ପା କାଲି ରାତିରେ ମୋ ସହ ସହବାସ କରିଛ । ମନେ ପଡୁନି କି କିଛି ତୁମର।

ରାହୁଲ: ତୁମ ମୁଣ୍ଡ ଠିକ ଅଛି ତ? ମୁଁ ପରା ତୁମକୁ ହାଲିଆ ଲାଗୁଛି କହି ଶୋଇଗଲି।

ମୋନିକା: ତୁମର ତାହେଲେ ନିଦରେ କାମ କରିବା ଓ ତାକୁ ସକାଳକୁ ଭୁଲିଯିବା ବେମାରି ଅଛି ନିଶ୍ଚିତ।

ରାହୁଲ: ମୋନିକାଠୁ ଏମିତି କଥା ଶୁଣି ରାହୁଲ ଆଶ୍ଚର୍ଯ୍ୟ ଚକିତ ହବା ସହ, ନିଜକୁ ବିଶ୍ୱାସ କରିପାରେନି । ଆଉ ସେମିତି ମୋନିକାକୁ ଚାହିଁ ରୁହେ।

ମୋନିକା: ଆରେ ଏମିତି ଚାହିଁଛ କଣ ଯେ, ଏ ଦୁଇମହଲା ଘର ଭିତରକୁ, ଗେଟ ଡେଇଁ, ଆଉ ଆମ କବାଟ ବନ୍ଦ ଥିବା ଅବସ୍ଥାରେ କେହି ପଶି କିଛି ଗୋଟେ କରି ଚାଲିଗଲା ବୋଲି ଭାବୁଛ କି?

ରାହୁଲ: ଆରେ ନାହିଁ ସେମିତି କିଛି ନାହିଁ, ହେଲେ ....

ମୋନିକା: ହେଲେ ଫେଲେ କିଛି ନାହିଁ, ତୁମେ ହିଁ କାଲି ମୋସହ ସହବାସ କରିଛ । ଏବେ ଯାଅ ଗାଧେଇକି ଆସ ଜଲ୍ଦି, ତମେ ଆସିଲେ ମୁଁ ଯିବି ପୁଣି ଗାଧେଇବି।

ରାହୁଲ ଗାଧେଇବାକୁ ଚାଲିଯାଏ, ଆଉ ଭାବିବାକୁ ଲାଗେ ମୋନିକାର ସେହି ଉଲଗ୍ନ ହବା ବିଷୟରେ । ଏପଟେ ମୋନିକା ବେଡ଼କୁ ସଜଡ଼ା ସଜଡ଼ି କରି ବ୍ରଶ କରୁଥାଏ । ମୋନିକା ବି ଜାଣିସାରିଥାଏ ଯେ ସେସବୁ କାରନାମା ରଜତ ଆତ୍ମାର । ତେଣୁ ଜଲ୍ଦି କିଛି ଗୋଟେ ବାଟ ନକଲେ ଆଗକୁ ବହୁତ କିଛି ଅସୁବିଧା ହେବ । ଏମିତି ଭାବିବା ଭିତରେ ରାହୁଲ ଗାଧେଇକି ଆସେ ଆଉ ମୋନିକାକୁ କୁହେ, ଜଲ୍ଦି ସବୁ କାମ ଶେଷ କରିବା ପାଇଁ । କାରଣ ସେସବୁ କାମ ସାରିଲେ ସପିଙ୍ଗ କରିବା ପାଇଁ ଯିବା।

ସପିଙ୍ଗ କରିବା କଥା ଶୁଣି ମୋନିକା ଜଲ୍ଦି ଜଲ୍ଦି କାମ ସାରି ରେଡି ହୋଇଯାଏ, ଆଉ ସଂଗେ ସଂଗେ ଉଭୟ ବାହାରିଯାନ୍ତି ସେହି ସହରରେ ଥିବା ଏକ ପ୍ରତିଷ୍ଠିତ ମଲକୁ । ସେତେବେଳକୁ କିଣା କିଣି କରିବାରେ ମୋନିକା ପୁରା ମଗ୍ନ ହୋଇଯାଇଥାଏ । ଏହିସମୟରେ ରାହୁଲ ଏକ ନାଇଟ ଭିଜନ ସ୍ପାଏ କ୍ୟାମେରା କିଣିକି ନେଇଆସେ । ଆଉ ସଂଗେ ସଂଗେ ମୋନିକାକୁ କୁହେ ଘରକୁ ବାହାରିବା ପାଇଁ । ବାହାରେ କିଛି ଖିଆପିଆ କରି ଘରକୁ ଚାଲିଆସନ୍ତି । ରାହୁଲ ତାର ପ୍ଲାନ ମୁତାବକ ଘରେ କ୍ୟାମେରା ଲଗେଇଦିଏ ଆଉ ସେ ରାତିରେ ଜାଣି ଶୁଣି କିଛି ଗୋଟେ ବାହାନା କରି ମୋନିକାଠୁ ଦୁରେଇ ରୁହେ।

ପୂର୍ବ ରାତିଭଳି ସେମିତି ପୁନର୍ବାର ମୋନିକା ସହ ଘଟେ, ଲଗାତାର ଦୁଇଦିନ ସେମିତି ମୋନିକା ସହ ହେବାରୁ ସେ ସମ୍ପୂର୍ଣ୍ଣ ରୂପେ ଡ଼ରିଯାଇଥାଏ । ସକାଳୁ ରାହୁଲ ଉଠି ମୋନିକାକୁ କିଛି ନକହି, ସେ କ୍ୟାମେରା ଚେକ କରିବାରୁ ଯାହା ଦେଖିଲା ସେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲା । ଦେଖିବାକୁ ପାଇଲା ଯେ ସେ ନିଜେ ମୋନିକା ଉପରେ ଅଛି ଆଉ ମୋନିକା ବି ଭରପୁର ସହଯୋଗ କରୁଛି । କିନ୍ତୁ ରାହୁଲ ମନେ ମନେ ଭାବୁଥାଏ, ଏଗୁଡା କେମିତି ସମ୍ଭବ, ମୁଁ ତ ରାତିରେ କିଛି କରିନି, ତଥାପି ମୋନିକା ଉପରକୁ ମୁଁ ଯାଉଛି କେମିତି? ମୋର ତ ସେମିତି କିଛି ମନେ ପଡୁନି । ଏସବୁ ବିଷୟରେ ମୋନିକାକୁ ପଚାରିଲେ ଜଣା ପଡିବ । ରାହୁଲ ଯେବେ ଯାଇ ମୋନିକାକୁ ଏ ବିଷୟରେ ପଚାରେ, ସେ ପୂର୍ବଭଳି ସେମିତି ମିଛ ଅଭିନୟ କରେ, ଆଉ କୁହେ ତୁମେ ତ କାଲିରାତିରେ ସବୁ କିଛି କରିଛ, ପୁଣି ମତେ କାଇଁ ପଚାରୁଛ।

ରାହୁଲର ମୋନିକା ଉପରେ ସନ୍ଦେହ ହେବାରୁ ସେ ଜଣେ ଗୁଣିଆ ବାବାଙ୍କ ପାଖକୁ ଯାଇ ସବୁକଥା କୁହେ, ତାପରେ ଗୁଣିଆ କୁହନ୍ତି,

ବାବା: ହଁ ମୁଁ ଦେଖିପାରୁଛି, ତୋର ଘର ଉପରେ ଏକ ଅତୃପ୍ତ ଆତ୍ମାର କଳା ଛାୟା ପଡିଛି, ତେଣୁ ତୋ ସହ ଏମିତି ହଉଛି । ସେ ଆତ୍ମା ତୋ ଦେହରେ ପ୍ରବେଶ କରି ,ତୋ ସ୍ତ୍ରୀ ସହ ସହବାସ କରୁଛି, ଆଉ ତୁ ଏସବୁ ବିଷୟରେ କିଛି ବି ଜାଣିପାରୁନୁ । କିନ୍ତୁ ତୋ ସ୍ତ୍ରୀ ଏସବୁ ବିଷୟରେ ସବୁ କିଛି ଜାଣିଛି, ହେଲେ ସେ ଡରରେ ତତେ କିଛି କହୁନି । ଏମିତି ଯଦି ସେ ତୋ ଦେହରେ ପଶି ତୋ ସ୍ତ୍ରୀ ସହ ତିନି ଥର ସହବାସ କରେ, ତେବେ ତୁ ଆଉ ତୋ ଜୀବନରେ କେବେବି ବାପା ହୋଇପାରିବୁନି । କିନ୍ତୁ ଗୋଟେ ସର୍ତ୍ତରେ ମୁଁ ତତେ ସାହାଯ୍ୟ କରିବି, ଯଦି ତୁ ମୋର ଗୋଟେ କଥାରେ ରାଜି ହବୁ ତେବେ।

ରାହୁଲ: ଆଦେଶ କରନ୍ତୁ ବାବା, ଆପଣ ଯାହା ବି କହିବେ ସେଥିରେ ମୁଁ ରାଜି କଥା ଦେଲି।

ବାବା: ତେବେ ଶୁଣ, ତୁ ତୋର ସ୍ତ୍ରୀର ଇତିହାସ ବିଷୟରେ ଜାଣିଲା ପରେ ବି ତାକୁ ଛାଡ଼ିବୁନି, କଥା ଦେ ମତେ।

ରାହୁଲ: ହଁ ବାବା କଥା ଦଉଛି, କେବେବି ମୋ ମୋନିକୁ ମୋଠାରୁ ଅଲଗା କରିବିନି।

ବାବା: ହଉ ଏବେ ମୁଁ ଯାହା ଯେମିତି କହୁଛି, ସେମିତି କରେ ଆଉ ଯାହା ସବୁ ପୂଜା ପାଇଁ ଦରକାର ସେସବୁ କିଣିକି ନେଇଆସେ । ତତେ ଆଜି ରାତିରେ ଏଇଠି ରହିବାକୁ ପଡିବ।

ରାହୁଲ: ଆଜ୍ଞା ବାବା ଏତିକି କହି,ରାହୁଲ ବଜ଼ାର ଚଳିଯାଏ ଆଉ ଯାହା ଯାହା ବାବା କହିଥିଲେ ସେସବୁ ନେଇଆସେ ରାହୁଲ।

ବାବା: ତୁ ଆଜି ଗୋଟେ ଭଲ ବେଳାରେ ଆସିଛୁ ମୋ ପାଖକୁ, ତୋର ମନୋସ୍କାମନା ନିଶ୍ଚିତ ପୂରଣ ହେବ । କାରଣ ଆଜି ମାସର ପଞ୍ଚମ ଗୁରୁବାର, ଆଜିର ଦିନରେ ସେ ଆତ୍ମାକୁ କାବୁ କରିବା ସହଜ ହେବ । କାବୁ କରିଲାପରେ ତାକୁ ସବୁଦିନ ପାଇଁ ଏ ଦୁନିଆରୁ ମୁକ୍ତି ଦେଇଦେବି । ତୁ ଖାଲି ଟିକେ ଧର୍ଯ୍ୟ ଧରି ରାତିକୁ ଅପେକ୍ଷା କରେ।

ଦିନ ଯାଇ ରାତି ହେଲା, ବାବା ସବୁ ଜିନିଷ ରେଡି କରି ତାଙ୍କର ପୂଜା ପାଠ ଆରମ୍ଭ କରିଦିଅନ୍ତି।

ସେପଟେ ରଜତର ଆତ୍ମା ରାହୁଲକୁ ନପାଇ, ତାର ସାନ ଭାଇ ରୋନିତ ଦେହରେ ପଶି, ମୋନିକାକୁ ବଳାତ୍କାର କରିବାକୁ ଚେଷ୍ଟା କରେ, ଏହି ସମୟରେ ଘରର ଅନ୍ୟ ସଦସ୍ୟ ଉଠିଯାନ୍ତି, ଆଉ ରୋନିତକୁ ଅଟକେଇବାକୁ ଚେଷ୍ଟା କରନ୍ତି, ହେଲେ ବି ସେମାନେ ବିଫଳ ହୁଅନ୍ତି । ରୋନିତର ଏମିତି ଉଗ୍ରରୂପ ଆଗରୁ କେହି ବି ଦେଖିନଥିଲେ । ସେ ସମସ୍ତଙ୍କୁ ଠେଲା ପେଲା କରି କ୍ଷତାକ୍ତ କରି ସାରିଲାଣି ସେତେବେଳକୁ । ମୋନିକା ସେସବୁ ଦେଖି ଭୟରେ ପୁରା ଥରହର । ରୋନିତ ଯେତେବେଳେ ମୋନିକା ଉପରକୁ ଯିବାକୁ ଚେଷ୍ଟା କରେ, ଏକ ଅଦୃଶ୍ୟ ଶକ୍ତି ତାକୁ ସେଠୁ ଟାଣି ନେଇଯାଏ । ତାକୁ ଟାଣି ଟାଣି ନେଇ ସେ ବାବାଙ୍କ ଗୁମ୍ଫାରେ ପହଞ୍ଚେଇଦିଏ।

ତାପରେ ବାବା ଜୋରଜୋରରେ ମନ୍ତ୍ର ପଢି, ଝୁଣା ମାରୁଥାନ୍ତି । ଆଉ ପଚାରୁଥାନ୍ତି,

ବାବା: ତୁ କିଏ, ଆଉ କଣ ପାଇଁ ଏ ନିର୍ଦୋଶି ଗୁଡାଙ୍କୁ ହଇରାଣ କରୁଛୁ?

ଆତ୍ମା: ଖାଲି ହସିବାକୁ ଲାଗେ ହାହାହାହାହା । ହେଲେ କିଛି ବି କୁହେନି।

ବାବା: ତୁ କହିବୁ ନା ମୁଁ ଜବରଦସ୍ତ କଥା ଆଦାୟ କରିବା ପାଇଁ ମୋର ଅସ୍ତ୍ର ଛାଡ଼ିବି।

ଆତ୍ମା: ପୁଣି ସେମିତି କିଛି ନକହି ହସିବାକୁ ଲାଗେ, ହାହାହା ।

ବାବା: ତେବେ ଠିକ୍ ଅଛି ତୁ ସେମିତି ମାନିବୁନି । ତତେ ମାଡ ଦରକାର । ପୁନର୍ବାର ମନ୍ତ୍ର ପଢି ତାକୁ ତଳେ ପକେଇବାକୁ ଚେଷ୍ଟା କରିବାରୁ ସେ ମାନିଗଲା,

ଆତ୍ମା: ହଁ ମୁଁ ସବୁ କହିବି, ମତେ ଟିକେ ଦୟାକର । ମୁଁ ମରିବା ଆଗରୁ ବହୁତ କଷ୍ଟ ସହିଛି, ଆଉ ମରିବା ପରେ ମୋର ଆତ୍ମା ଅତୃପ୍ତ ହୋଇ ଘୁରିବୁଲୁଛି । ଏସବୁ ଘଟିଛି କେବଳ ସେ ମୋନିକା ପାଇଁ, କଲେଜରେ ପଢିବା ସମୟରେ ସେ ମୋ ସହ ତିନି ବର୍ଷ ପାଇଁ ସମ୍ପର୍କରେ ରହି ବି, ମୋ ନଜର ଆଢୁଆଳରେ ଅଲଗା ପୁଅମାନଙ୍କ ସହ ସମ୍ପର୍କ ରଖେ, ମୁଁ କିନ୍ତୁ ସେସବୁକୁ ବିଶ୍ୱାସ କରିନଥିଲି । କାହିଁକି ନା ମୁଁ ତାକୁ ମୋ ନିଜଠୁ ବି ଅଧିକ ଭଲ ପାଉଥିଲି । ତାପରେ ତା ନିଜ ବିଷୟରେ ସବୁ କିଛି କହିଲା । ସେସବୁ ବିଷୟରେ କହିସାରିଲା ପରେ ସେ କାନ୍ଦିବାକୁ ଲାଗିଲା।

ବାବା: ହଁ ତୁ ତ ମରିଗଲୁ, ହେଲେ ଏ ନିର୍ଦ୍ଦୋଷ ପରିବାରଟାକୁ କଣ ପାଇଁ ହନ୍ତସନ୍ତ କରୁଛୁ?

ଆତ୍ମା: ସେ ମୋ ନାମରେ ନିନ୍ଦା ଦେଇଥିଲା, ମୋର ସାଙ୍ଗମାନଙ୍କୁ କହିଥିଲା ଯେ ମୁଁ ତାକୁ କୁଆଡେ ତିନି ତିନି ଥର ଖରାପ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲି । ଅଥଚ, ସେ ତାର ନିଜ ଆଡୁ ମତେ କୁହେ ଦୈହିକ ସମ୍ପର୍କ ରଖିବା ପାଇଁ । ହେଲେ ମୁଁ ମନା କରେ । କିନ୍ତୁ ଗୋଟେ ଥର ବହୁତ ବାଧ୍ୟ କରିବାରୁ ମୁଁ ମୋ ନିଜ ଉପରୁ ନିୟନ୍ତ୍ରଣ ହରେଇ ବସିଥିଲି । ବାସ ସେତିକି ମୋର ଭୁଲ ଥିଲା । ଆଉ ସେହି ତିନି ଥର ବଦଲା ନେବାପାଇଁ ମୁଁ ଘୁରିବୁଲୁଛି । ଦୁଇ ଥର ହେଇସାରିଛି, ଆଉ ଗୋଟେ ଥର ହେଲେ ମୋର ଆତ୍ମା ଶାନ୍ତି ପାଇଯିବ ଆଉ ମୁଁ ସବୁ ଦିନ ପାଇଁ ଏ ଦୁନିଆ ଛାଡି ଚାଲିଯିବି।

ବାବା: କିନ୍ତୁ ମୁଁ ତତେ ଆଉ ସେମିତି କରିବାପାଇଁ ଦେବିନି, କାରଣ ମୋର ଯିଏ ଶରଣାପର୍ଣ୍ଣ ହୁଏ ମୁଁ ତାକୁ ରକ୍ଷା ନକରିଲା ଯାଏଁ ଛାଡେନି । ଆଉ ତୁ ଯଦି ସେମିତି କରୁ ରାହୁଲ ସବୁଦିନ ପାଇଁ ପିତୃତ୍ୱ ଲାଭ କରିବାରୁ ବଂଚିତ ହେବ।

ଆତ୍ମା: ହାହା ହା ମୁଁ ତ ଠିକ ସେୟା ଚାହୁଁଛି, ମୋନିକା କେବେ ବି ମାତୃତ୍ବ ଲାଭ ନକରୁ, ମତେ ଓ ମୋର ପରିବାରକୁ ଯେମିତି କଷ୍ଟ ଦେଉଛି ସେ ସେମିତି ଜୀବନ ସାରା କଷ୍ଟ ପାଉ।

ବାବା: ଦୁଷ୍ଟ ସେମିତି କିଛି ହବନି, ଯଦି ତୁ ଭଲରେ ଭଲରେ ମୋ କଥାରେ ନମାନିବୁ ତେବେ ବାଧ୍ୟ ହେବି ତୋ ଉପରେ ବଳପ୍ରୟୋଗ କରିବା ପାଇଁ।

ଆତ୍ମା: ଆଉ ମୋର ଆଶା ତାହେଲେ କେମିତି ପୂର୍ଣ୍ଣ ହେବ? ମୁଁ କେମିତି ମୋକ୍ଷ ଲାଭ କରିବି? ତୁମେ କହୁଥିଲ ନା ତୁମ ଶରଣରେ ଯିଏ ଆସିବ, ତୁମେ ତାକୁ କେବେବି ନିରାଶ କରନି, ମୁଁ ବି ତୁମ ଶରଣରେ ଆସୁଛି, ମୋ ଆଶାକୁ ବି ପୂରଣ କର।

ବାବା ପୂର୍ବରୁ ମୋନିକାର ଏକ ନିଚ୍ଛକ ପ୍ରତିକୃତି ତିଆରି କରି ରଖିଥାନ୍ତି । ଯେ କେହି ବି ଦେଖିବ ମାତ୍ ଖାଇଯିବ । ସେ ଆତ୍ମାର ଇଛା ଶୁଣିକି ବାବା କୁହନ୍ତି,

ବାବା:ଠିକ ଅଛି, ସେହି ପ୍ରତିକୃତି ଆଡେ ଆଙ୍ଗୁଳି ନିର୍ଦେଶ କରି ବାବା କୁହନ୍ତି, ଦେଖେ ସେଠି କିଏ ଅଛି, ତୋର ଯାହା ବି ଇଚ୍ଛା ଶେଷ ଥର ପାଇଁ ଯାହା କରିବା କଥା କର । ମୁଁ ମୋ ମନ୍ତ୍ର ବଳରେ ତାକୁ ପୁନର୍ବାର ଠିକ କରିଦେବି, ହେଲେ ଆଗକୁ ଯେମିତି କିଛି ଅସୁବିଧା ନକରୁ । ଆଉ ସବୁଦିନ ପାଇଁ ଏମାନଙ୍କୁ ଛାଡି ଚାଲିଯା।

ସେ ଆତ୍ମା ସଂଗେ ସଂଗେ କିଛି ନବୁଝିପାରି ସେ ପ୍ରତିକୃତି ଉପରକୁ ଲମ୍ଫ ପ୍ରଦାନ କରି ତାର ରାଗକୁ ସମ୍ପୂର୍ଣ୍ଣ ରୂପେ ଶାନ୍ତ କରି ସବୁଦିନ ପାଇଁ ଏମାନଙ୍କୁ ଛାଡି ଚାଲିଯାଏ । ତାପରେ ଏମାନେ ଦୁଇଭାଇ ବାବାଙ୍କୁ କିଛି ଅର୍ଥରାଶି ପ୍ରଦାନ କରିବା ସହ ପ୍ରଣାମ କରି ଚାଲିଆସନ୍ତି । ଘରେ ପହଁଚିଲା ବେଲକୁ ସକାଳ ହୋଇଜାଇଥାଏ । ସେଠି ଯାହା ଯାହା ସବୁ ଘଟିଥିଲା, ସେସବୁ କଥା ରାହୁଲ ତାର ବାପା ମାଆଙ୍କୁ କୁହେ, କେବଳ ମୋନିକାର କଲେଜ ଲାଇଫର ଅଏସ୍ ଜୀବନ କଥାକୁ ଛାଡି । ରାହୁଲର ବାପା ମାଆ କୁହନ୍ତି ଯାହା ହଉ ଗୋଟେ ଗ୍ରହ ଗଲା । କିଛିଦିନ ପରେ ମୋନିକା ଗର୍ଭବତୀ ହୁଏ, ଆଉ ଏକ ପୁତ୍ର ସନ୍ତାନ ଜନ୍ମ ଦିଏ । ଏହାପରେ ସମସ୍ତେ ଖୁସିରେ ଜୀବନ ବିତାନ୍ତି ।



Rate this content
Log in