Bishwaranjan Tripathy

Others

3  

Bishwaranjan Tripathy

Others

କଲେଜ ଟାଇମ

କଲେଜ ଟାଇମ

4 mins
295


କଲେଜ ପଢିବା ସମୟର କଥା ରାଜୁ ସେତେବେଳେ 3 2ୟ ବର୍ଷ ବାଣିଜ୍ୟ ବିଭାଗରେ ଏକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପଢୁଥାଏ, ଘରଠାରୁ ମାତ୍ର ପନ୍ଦର କିମି ଦୂରତ୍ୱରେ ତାର କଲେଜ ଯେହେତୁ କମୁନିକେସନର ଅସୁବିଧା ଥିଲା ଏହା ସହିତ ତାର ଟୁଇସନ ଓ କମ୍ପୁଟର କ୍ଲାସ ରହୁଥିଲା ସେଥିପାଇଁ ସେ ମେସରେ ରହୁଥିଲା । ତାଙ୍କ ମେସରେ ପାଖା ପାଖି କୋଡିଏ ଜଣ ଭଳିଆ ପିଲା ରହୁଥିଲେ । ଖରା ଛୁଟି ହେଇଥାଏ ସମସ୍ତେ ଛୁଟିରେ ଘରକୁ ଯାଇଥାନ୍ତି, ମେସରେ କେବଳ ତିନି ଜଣ ମେସରେ ରହିଥାନ୍ତି (ରାଜୁ କ୍ରିଷ୍ଣା, ଓ ପବିତ୍ର) ଟିକେ ପବିତ୍ର ବିଷୟରେ କହିଦିଏ, ସବୁବେଳେ କୁହେ କି ମୁଁ ଭୂତ ପ୍ରେତଙ୍କୁ ଡରେନି କି ବିଶ୍ୱାସ ବି କରେନି, ସବୁବେଳେ ନାସ୍ତିକ ଭଳି କଥାବାର୍ତ୍ତା କରେ ଆଉ ମନରେ ସେଥିପାଇଁ ବୋଧହୁଏ ତାର ବହୁତ ଗର୍ବ ଥାଏ ଏହା ସହିତ ଅନ୍ୟ ମାନକୁ ଥଟ୍ଟା ବି କରେ ଯଦି କିଏ ଡରିଯାଏ କୌଣସି କଥାରେ । ସେଦିନ (ପବିତ୍ର) ସହିତ ମଜ଼ାକ କରିବା ପାଇଁ ସକାଳୁ ପ୍ଲାନ ହେଇସାରିଥାଏ, ପ୍ଲାନ ଥିଲା ରାଜୁର ଯେ ତାକୁ ଡରେଇବା ପାଇଁ ହେଲେ କିଛି ଠିକ କରିନଥାନ୍ତି କେମିତି ସେସବୁ ହବ?

ଅମାବାସ୍ୟା ରାତି ପ୍ରାୟ ୯.୦୦ ଟା ହେବ ପବିତ୍ର, ମେସ ପାଖ ବ୍ଲକ ଛକକୁ ଯାଇଥାଏ କଣ ସବୁ କିଣା କିଣି କରିବାପାଇଁ, ସେ ସବୁବେଳେ ରାସ୍ତାରେ ନ ଯାଇ ଗୋଟେ ଗଳି ରାସ୍ତା ଥାଏ ସେହି ବାଟରେ ଯିବା ଆସିବା କରେ ଓ ସେହି ରାସ୍ତାରେ ଗଲା ବେଳେ ଗୋଟେ ଭଙ୍ଗା ପାଇଖାନା ପଡେ ସେହି ପାଇଖାନାକୁ କେହି ବି ଯାଆନ୍ତିନି । ଶୁଣାଯାଏ ସେହି ପାଖରେ କୁଆଡେ ଗୋଟେ ମଶାଣି ଥିଲା, ସେ ଜାଗାରେ ଏବେ ଯଦି ଖୋଳାଯାଏ ମଣିଷ କଙ୍କାଳ କୁଆଡେ ମିଳିବ ବୋଲି ଲୋକେ କୁହନ୍ତି । ସେ ମଶାଣି ଏବେ ଆଉ ସେଠି ନାହିଁ ସେ ଜାଗାରେ ଏବେ ଗୋଟେ ମହିଳା ମହାବିଦ୍ୟାଳୟ ଛିଡା ହୋଇଛି, ଯେବେ ସେ କଲେଜ ନିର୍ମାଣ ହୋଇଥିଲା ସେ ସମୟରେ କୁଆଡେ ବହୁତ ଗୁଡିଏ ମଣିଷ କଙ୍କାଳ ମିଳିଥିଲା ବୋଲି ଶୁଣାଯାଏ । 

ଏହି କଥା ଗୁଡା ସବୁ ମୁଣ୍ଡରେ ଥାଏ । 

ସେଦିନ ସନ୍ଧ୍ୟାରେ ସଂଗେ ସଂଗେ ପ୍ଲାନ କଲେ ରାଜୁ ଆଉ କ୍ରିଷ୍ଣା କି ଆଜି ତାକୁ ସେଇ ପାଇଖାନା ପାଖରେ ଡରେଇବା । ତାପରେ ୩-୪ଟା ପଲିଥିନରେ ସରୁଗୋଡି, ବାଲି ଭର୍ତ୍ତି କରି ଚାଲିଲେ ସେହି ପାଇଖାନା ଛାତ ଉପରକୁ ଆଉ ଅପେକ୍ଷା କଲେ ପବିତ୍ରର ଫେରିବାକୁ, ହେଲେ ସେ ସେଦିନ କଣ ପାଇଁ କେଜାଣି ଦରକାରଠୁ ଅଧିକ ସମୟ ଡେରି କରୁଥାଏ ଫେରିବାକୁ, ତେଣୁ ରାଜୁ ଓ କ୍ରିଷ୍ଣା ଭାବିଲେ ସେ ବୋଧହୁଏ ମେନ ରୋଡରେ ଦେଇ ଆଜି ପଳେଇଲା, ତା ଭାଗ୍ୟ ଆଜି ଭଲ ଅଛି ଏମିତି ଭାବି ପାଇଖାନା ଉପରୁ ତଳକୁ ଆସିବାପାଇଁ ଚେଷ୍ଟା କରୁଥାନ୍ତି, ହଠାତ ସେପଟୁ କେହି ଜଣେ ହନୁମାନ ଚାଳିସା ଗାଇ ଗାଇ ଆସୁଥିବାର ଶୁଣାଗଲା, ରାଜୁ ପଚାରଲା,

ରାଜୁ: କ୍ରିଷ୍ଣା ଶୁଣିଲୁ କିଏ ଗୋଟେ ହନୁମାନ ଚାଲିସା ଗାଈ ଗାଇ ଆସୁଛି ବୋଧହୁଏ । 

କ୍ରିଷ୍ଣା: ହଁ କିଏ ଗୋଟେ ଆସୁଛି,ପବିତ୍ର ବୋଧହୁଏ ? ହଉ ଚାଲ ଚାଲ ଉପରକୁ । 

ସେତେବେଳକୁ ପବିତ୍ର ପାଇଖାନା ପାଖା ପାଖି ହୋଇସାରିଥାଏ, ତାପରେ ପ୍ଲାନ ମୁତାବକ ମୁଠାଏ ଗୋଡି ତା ଉପରକୁ ଫିଙ୍ଗିଲେ, 

ସେ ସେପଟୁ ପବିତ୍ର ଆବାଜ ଦେଲା କିଏ ସେଠି? ଏ ଦୁହେଁ କିଛି କହୁନଥାନ୍ତି । ଖାଲି ମନେ ମନେ ହସୁଥାନ୍ତି । ଏହିଭିତରେ ପୁଣି ଦୁଇଜଣ ବାଲି ଦୁଇମୁଠା ଫିଙ୍ଗିଲେ, ସେ ପୁଣି ସେମିତି ପଚାରିଲା କିଏ ସେଠି? କିନ୍ତୁ ଏଥର ତା ସ୍ୱରରେ ଟିକେ ଡର ଥିଲା ଭଳି ଲାଗୁଥିଲା, ଏ ଦୁହେଁ କିଛି କହୁନଥାନ୍ତି । ପୁନର୍ବାର ବାଲି,ଗୋଡି ମିସେଇ ଫିଙ୍ଗିଲେ ଦୁଇ ମୁଠା, ତାପରେ ସେ ଚିଲେଇକି କହିଲା ମରିଗଲି ଲୋ ମୋ ବୋଉ ଭୂତ... ଭୂତ.... ବଡପାଟିରେ ଚିଲେଇକି ଦୌଡ଼ିବାକୁ ଲାଗିଲା । 

ଏ ସବୁ କରିବା ପୂର୍ବରୁ ଦୁହେଁ ତାଙ୍କ ରୁମର ଲାଇଟ ଜଳେଇକି ଆସିଥାନ୍ତି । କାହିଁକି ନା, ପବିତ୍ରକୁ ବୋକା ବନେଇବା ପାଇଁ, ସେ ଭାବି ଯେ ସେ ଦୁହେଁ ରୁମରେ ଅଛନ୍ତି । 

ତାପରେ ଜଲ୍ଦି ଜଲ୍ଦି କ୍ରିଷ୍ଣା ପ୍ରଥମେ ତଳକୁ ଓହ୍ଲେଇ ରୁମକୁ ଚାଲିଆସେ, କିଛି ନଜାଣିଲା ପରି ବସିକି ପଢୁଥାଏ । ପରେ ପରେ ପବିତ୍ର ବି ଯାଇ କ୍ରିଷ୍ଣା ପାଖରେ ହାଜର, ପହଞ୍ଚିକି ସିଧା ରାଜୁ କଥା ପଚାରେ । କ୍ରିଷ୍ଣା ଉତ୍ତର ଦିଏ, ରାଜୁ ହୋଟେଲକୁ ଯାଇଛି ଖାଇବା ଆଣିବା ପାଇଁ, ପବିତ୍ରର ସନ୍ଦେହ ହୁଏ ତଥାପି କିଛି କହିପାରେନି । ପବିତ୍ର ଯିବା ପାଇଁ ବାହାରିଲା ବେଳକୁ ରାଜୁ ଆସି ପହଞ୍ଚିଯାଏ, ସେଇଠୁ ରାଜୁ ପଚାରେ,

ରାଜୁ: କଣ ସବୁ ଗପୁଛ କିରେ ରୁହ ମିଶିକି ଗପିବା । 

ପବିତ୍ର କିଛି କହୁନଥାଏ, କ୍ରିଷ୍ଣା ମୁରୁକି ମୁରୁକି ହସୁଥାଏ, କ୍ରିଷ୍ଣାର ହସ ଦେଖି ପବିତ୍ର ସନ୍ଦେହ କରେ ଆଉ ପଚାରେ

ପବିତ୍ର: ତମେ ଦୁଇଟା ଏବେ କୁଆଡେ ଯାଇଥିଲ କିରେ?

ରାଜୁ: ଦେଖୁଛୁ ପା ମୁଁ ଏଇଟି ଖାଇବା ଧରିକି ଆସୁଛି, ହୋଟେଲରୁ, କ୍ରିଷ୍ଣା କୁଆଡେ ଯାଇଥିବ ମୁଁ ଜାଣିନି, କଣ ହେଲା କି?

ସେ କେମିତି ଗୋଟେ ସନ୍ଦେହ ଚକ୍ଷୁରେ ତାଙ୍କ ଦୁହିଁଙ୍କୁ ଚାହିଁଲା ଓ ସେଠୁ ଚାଲିଗଲା । 

ପରଦିନ ଉଠୁ ଉଠୁ ସକାଳ ଦଶଟା ପରେ ହବ । ଦୁହେଁ ଉଠିକି ଯାଇ ଦେଖିଲା ବେଳକୁ ପବିତ୍ର ରୁମ ଭିତରୁ ବନ୍ଦ ଅଛି । ସେ ଦୁହେଁ ଭାବିଲେ ସେ ବୋଧହୁଏ ଶୋଇଛି, ତାକୁ ଯାଇ ଉଠେଇଲେ । ଆଉ ପଚାରିଲେ,

କିରେ ଏତେବେଳେ ହେଲାଣି ଶୋଇଛୁ କଣ? 

ସେ ସେଠୁ କହିଲା, କାଲି ରାତିରେ ଠିକ ସେ ନିଦ ହେଲାନି ତେଣୁ ଟିକେ ଶୋଇଛି, ତୁମେ ଯାଅ disturb କରନି । ରାଜୁ ଟିକେ ଜାଣିକି ଥଟାରେ କହିଦେଲା ରାତି ସାରାତ ବସିକି ପଢ଼ୁଛୁ, ମୁଁ ଦେଖିଛି ତୋ ରୁମ ଲାଇଟ କାଲି ରାତି ତିନିଟାରେ ବି ଜଳୁଥିଲା, ତତକ୍ଷଣାତ ସେ କାଲିର ଘଟଣା ବିଷୟରେ ସବୁ କହିଲା, ସେ ପୁଣି ଡରି ଡରି କହୁଥାଏ ଆଜି ଘରକୁ ପଳେଇବି, ଏମାନେ ଦୁହେଁ ଟିକେ ଟିକେ ହସୁଥାନ୍ତି । ଆଉ କହୁଥାନ୍ତି, ତୁ ପରା କହୁ ତତେ ଡର ଲାଗେନି ଆଉ ଆଜି ଏମିତି କଣ ହଉଛୁ? ସେ ସେଠୁ ଉତ୍ତର ଦିଏ ନାଇଁ ବେ ମୁ ସିନା ସେମିତି କୁହେ ହେଲେ ମନରେ ଡର କାହାର ନଥାଏ କହିଲୁ । 

ତଥାପି ଏମାନେ ଦୁହେଁ କିଛି ନକହି ପବିତ୍ର ରୁମରୁ ଚାଲିଆସିଲେ । ଆଉ କହିଦେଇ ଆସିଲେ, ଘରକୁ ଯାଆନି ରହ ମେସ ରେ, ରାତିରେ ଯଦି ଡର ଲାଗୁଛି ତେବେ ଆମ ରୁମକୁ ପଳେଇଆସିବୁ ଶୋଇବା । ସେ ହଉ କହି ପୁଣି ଶୋଇଯାଏ । କେତେବେଳେ ଉଠି କାହାକୁ କିଛି ନକହି ଘରକୁ ଛୁ । 



Rate this content
Log in