Kartika chandra Tripathy

Romance Tragedy Crime

4  

Kartika chandra Tripathy

Romance Tragedy Crime

ତିନୋଟି ଡାଏରୀ ର କାହାଣୀ

ତିନୋଟି ଡାଏରୀ ର କାହାଣୀ

7 mins
357



ରାତି ରେ ପ୍ରବଳ ବର୍ଷା ,ବିଜୁଳି ଘଡଘଡି ତୁହା କୁ ତୁହା ପବନ । ମୁଁ ଝରକାର କାଚ ଖୋଲି ଦେଖୁଥାଏ , ବର୍ଷା ଛିଟାରେ ମୋ ଦେହ ପୁରା ଭିଜିଯାଇଥାଏ । କିନ୍ତୁ ମୁଁ ଆଜି ବର୍ଷାକୁ କାହିଁକି ଦେଖୁଥିଲି , ବର୍ଷା ତ କେବଳ ବାହାରେ ହେଇ ନଥାଏ ବେଳେ ବେଳେ ମନରେ ଓ ହୃଦୟରେ ବି ବର୍ଷି ଥାଏ । ଆଜି ମୋତେ ଏତେ ଭୟ କାହିଁକି ଲାଗୁଛି , ଆଜି ତ ମୁଁ ଖୁସି ହେବା କଥା ଯେ ମୋର ଏତେ ଦିନର ଯୋଜନା ଆଜି ସଫଳ ହେବାକୁ ଯାଉଛି । ଆଜି ତ ତରୁଣ ଚେତନ ରୂପୀ ଚରିତ୍ରକୁ ଏ ଦୁନିଆ ରୁ ସବୁଦିନ ପାଇଁ ପୋଛି ଦେବାକୁ ଯାଉଛି । ଚେତନ ମୋ ସ୍ୱାମୀ ,ଆମ ବିବାହ କୁ ଚାରି ବର୍ଷ ହେଇଗଲାଣି , ଏବେ ଧୀରେ ଧୀରେ ମୁଁ ତରୁଣ କୁ ଭୁଲି ଚେତନ ଙ୍କୁ ନିଜର କରିବାକୁ ଚେଷ୍ଟା କରୁଥିଲି । ବିବାହ ର ଅନେକ ଦିନ ପର୍ଯ୍ୟନ୍ତ ମୁଁ ମାନସିକ ବିଷାଦ ଗ୍ରସ୍ତ ଥିଲି ତରୁଣ କୁ ଭୁଲି ପାରି ନଥିଲି । ଏଥିପାଇଁ ବହୁତ ବଡ଼ ବଡ଼ ଡାକ୍ତର ଙ୍କ ପରାମର୍ଶ କ୍ରମେ ଔଷଧ ଖାଇ ଧୀରେ ଏ ମାନସିକ ରୋଗ ରୁ ସୁସ୍ଥ ଆଡକୁ ଗତି କରୁଥିଲି । କିନ୍ତୁ ଏଇ ନିକଟରେ ପୁଣି ଥରେ ତରୁଣ ଙ୍କ ସହ ଦେଖା ହେଇଗଲା । ତରୁଣ ଙ୍କ ସହ ଦେଖା ହେବା ପରେ ପୁଣି ଥରେ ତରୁଣ ଙ୍କୁ ପାଇବାର ଇଛା ପ୍ରବଳ ହେଲା । ମୁଁ ଏବଂ ତରୁଣ ପୂର୍ବ ଭଳି ପୁଣି ମିଳାମିଶା ଆରମ୍ଭ କରିଦେଲୁ । ଚେତନ ତ ସବୁବେଳେ କାମ ରେ ବ୍ୟସ୍ତ ରୁହନ୍ତି , ସେ ଏ ବିଷୟରେ କିଛି ବି ଜାଣି ନଥିଲେ । କିନ୍ତୁ ଦିନେ ହଠାତ ଚେତନ ତରୁଣ ଙ୍କୁ ଧରି ଘରେ ଆସି ପହଞ୍ଚିଗଲେ ,ମୁଁ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଲି ଆଉ ଡରିଗଲି ଯେ ଚେତନ ଆଉ ଆମ ବିଷୟରେ ଜାଣି ଯାଇନାହାନ୍ତି ତ ? କିନ୍ତୁ ଚେତନ ସ୍ୱାଭାବିକ ଭାବେ କହିଲେ ଏ ହେଉଛନ୍ତି ତରୁଣ ସାମନ୍ତରାୟ ମୋ ବନ୍ଧୁ କେଉଁ ଗୋଟେ ସେମିନାରରେ ଦେଖା ହେଇଥିଲା ବୋଲି କହୁଥିଲେ ଓ ତା ପରେ ଘନିଷ୍ଠତା କଥା କହୁଥିଲେ । କିନ୍ତୁ ଏ ଘଟଣାର ବହୁ ପୂର୍ବରୁ ମୁଁ ଓ ତରୁଣ ଦୁହେଁ ଚେତନ ର ହତ୍ୟା ର ଯୋଜନା କରିସାରିଥିଲୁ ଓ ଯୋଜନା ମୁତାବକ ସମୟ ଓ ପରିସ୍ଥିତି ଦେଖି ତରୁଣ ଚେତନ କୁ ହତ୍ୟା କରିବେ ତା ପରେ ତରୁଣ ଓ ମୁଁ ଆମର ସଂସାର ଆରମ୍ଭ କରିବୁ । ଚେତନ ହେଉଛନ୍ତି ବାପା ମା ଙ୍କ ଏକମାତ୍ର ସନ୍ତାନ ଅଚଳା ଚଳ ସମ୍ପତି ର ମାଲିକ ଏଣୁ ମୁଁ ସେ ସମ୍ପତି ଓ ସୁଖ ସ୍ଵଚ୍ଛନ୍ଦ ହରେଇବାକୁ ଚାହିଁ ନଥିଲି । ଆମର ଯୋଜନା ଏମିତି ଥିଲା ଯେମିତି ଚେତନର ହତ୍ୟା ହେବ ଓ ଆମ ଉପରେ କାହାର ବି ସନ୍ଦେହ ହେବନି । ହତ୍ୟା ଚୋରି ପାଇଁ ହେଇଛି ବୋଲି ଧରି ନିଆଯିବ । ଏବେ ତ ତରୁଣ ଚେତନ ଙ୍କ ତଥାକଥିତ ବନ୍ଧୁ ,ତେଣୁ ଚେତନ ନଥିଲା ବେଳେ ତ ତରୁଣ ଆସନ୍ତି ଆଉ ଚେତନ ଥିଲା ବେଳେ ବି ଆସନ୍ତି । ଆମେ ରହୁଥିବା ଏହି ଭଡା ଘର ର ଡ୍ରଇଂ ରୁମରେ ପ୍ରାୟତଃ ଚେତନ ଓ ତରୁଣ ବସି ଚେସ୍ ଖେଳନ୍ତି ,ଆଉ ମୋତେ ଚାହା ଓ ପକୁଡି ବନେଇବା ପାଇଁ କୁହାଯାଏ , ଏମିତି ଖେଳନ୍ତି ଓ ପରସ୍ପର କୁ ଆଲିଙ୍ଗନ କରନ୍ତି ଯେମିତି ସେମାନେ ସତରେ ବାଲ୍ୟ ବନ୍ଧୁ । ମୁଁ ଭାବେ ନିଜ ପତ୍ନୀର ପ୍ରେମିକ ସହ କିଏ କଣ ଏତେ ଘନିଷ୍ଠ ହେଇ ପାରେ । ସେମାନେ ସାଙ୍ଗ ହୋଇ ଚେସ ଖେଳନ୍ତି ବ୍ୟାଡ ମିଣ୍ଟନ ଖେଳନ୍ତି ଆଉ ବହୁ ସାମାଜିକ ଓ ରାଜନୈତିକ ପ୍ରସଙ୍ଗ ଉପରେ ବିତର୍କ କରନ୍ତି । ପରେ ଲକ୍ଷ କଲି ତରୁଣ ଆଉ ଚେତନ ନଥିଲା ବେଳେ ବେଶି ଆସୁନାହାନ୍ତି , ଆଉ ଚେତନ ଥିଲା ବେଳେ ଯେତେବେଳେ ଆସୁଛନ୍ତି ମୋ ଠାରୁ ଦୂରେଇ ରହୁଛନ୍ତି ଏହାର କାରଣ ମୁଁ ଜାଣିପାରି ନଥାଏ , ତରୁଣ ଙ୍କ ଠାରୁ ଏମିତି ଦୁରେଇ ରହିବା ମୋତେ ବହୁତ କଷ୍ଟ ଦେଉଥିଲା ,ଯାହାଙ୍କୁ ପାଇବା ପାଇଁ ମୁଁ ଚେତନକୁ ମାରିବାକୁ ଯୋଜନା କରୁଛି କିନ୍ତୁ ଏ କଣ ହେଉଛି ? ଏମିତି ଥରେ ତରୁଣ ଆସି ପହଁଚିଲେ 4 ଟା ବେଳେ ସେତେବେଳେ ଚେତନ ଘରେ ନଥାନ୍ତି ସେ ଆସି ପହଂଚିବା ପରେ ବର୍ଷା ଆରମ୍ଭ ହେଇଯାଇଥିଲା , ମୁଁ ତାଙ୍କୁ ମୋ ବାହୁ ବନ୍ଧନରେ ବନ୍ଦୀ କରିନେଲି , କିନ୍ତୁ ସେ ଖୁଵ୍ କମ ସମୟ ରେ ମୋ ବାହୁ ବନ୍ଧନ ରୁ ନିଜକୁ ମୁକ୍ତ କରିଦେଲେ , ଆଉ ପଚାରିଲେ ଚେତନ କେତେବେଳେ ଆସିବେ , ତମର ସେ ଚେତନ ପାଖେ କଣ ଏତେ କାମ ଯେ ,ତୁମେ କଣ ଭୁଲି ଯାଇଛ ଯେ ଆମେ ତାଙ୍କୁ ମାରିବାର ସବୁ ଯୋଜନା କରି ସାରିଛେ ବୋଲି ସେ ମୋ କଥା ଶୁଣିବା ଭିତରେ ଚେତନ କୁ ଫୋନ କରି ବୁଝିଦେଲେ ଯେ କେତେବେଳେ ଆସିବେ ବୋଲି ଆଉ ଚେତନ କହିଲେ 2ଘଣ୍ଟା ଲାଗିବ ଓ ତାଙ୍କୁ ଘରେ ଅପେକ୍ଷା କରିବାକୁ କହିଲେ , ତରୁଣ ବାଲକୋନୀ କୁ ଚାଲିଗଲେ ଏବଂ ମୋତେ ଗୋଟେ କପ ବ୍ଲାକ କଫି ଆଣିବାକୁ କହିଲେ ଓ ମୁଁ ଦୁଇ କପ କଫି ଆଣି ଆସିଲି ତରୁଣ କୁ କହିଲି କଣ ଦୁଇ ଘଣ୍ଟା ଏଇଠି ଏମିତି ଅପେକ୍ଷା କରି ଆମ ପ୍ରେମ ପାଇଁ ସଞ୍ଚିତ ଥିବା ସମୟ ଟିକୁ ନଷ୍ଟ କରିଦେବ ନା କଣ? ଆଜି କଣ ତୁମର ପ୍ରେମ ବର୍ଷାରେ ମତୁଆଲା ହେବାର ଇଚ୍ଛା ନାହିଁ ? କଫି ପିଉ ପିଉ ତରୁଣ କହିଲେ କଫିଟା ବହୁତ ଭଲ ହେଇଛି ମୋତେ କଫି ସହ ଏ ଅଦିନିଆ ବର୍ଷାକୁ ଉପଭୋଗ କରିବାକୁ ଦିଅ ଆଉ ବାକି ରହିଲା ପ୍ରେମ କଥା ସେଥିପାଇଁ ଦୁଇ ଘଣ୍ଟା କଣ ସାରା ଜୀବନ ବି ପର୍ଯ୍ୟାପ୍ତ ନୁହେଁ । ଛାଡ଼। ଆଉ ଦାର୍ଶନିକ ହୁଅନି ମୁଁ କହି ଉଠିଲି ତମେ କୁହ ଚେତନ କୁ କେବେ ହତ୍ୟା କରିବ? , ତରୁଣ କହି ଉଠିଲେ ଚେତନ ଆଉ କେଉଁଠି ଜୀବିତ ଅଛନ୍ତି ଯେ ଯେତେବେଳେ ସେ ସବୁଠୁ ବିଶ୍ୱାସ କରୁଥିବା ନିଜ ପତ୍ନୀ ଓ ବନ୍ଧୁ ତାଙ୍କ ସହ ବିଶ୍ୱାସ ଘାତକତା କରନ୍ତି ଏହା ହିଁ ତାଙ୍କର ହତ୍ୟା ସହ ସମାନ । ପୁଣି ତରୁଣ କହିଲେ ତମେ ଚେତନକୁ ନିଜ ରାସ୍ତାର କଣ୍ଟା ବୋଲି ଭାବୁଛ ନା ଅନିନ୍ଦିତା ? ତେବେ ତମ ଜୀବନ ର କଣ୍ଟା କାଲି ହିଁ ଶେଷ ହେଇଯିବ ଏତିକି କହି ସେ ଚାଲିଯାଇଥିଲେ । ଆଜି ସେ ଦିନ ଆସି ପହଂଚିଛି କିନ୍ତୁ ଏତେ ସମୟ ହେଲାଣି ତରୁଣ ଆସିନାହାନ୍ତି । ଆଜି କାହିଁକି କେଜାଣି ମୋତେ ବହୁତ ଭୟ ଲାଗୁଛି ,ଆରେ ଏ କଣ ବେଡ଼ ରୁମ ରେ ଥିବା ଗୋଟିଏ କାଗଜ ରେ ଲେଖାଯାଇଛି ଅନିନ୍ଦିତା ମୁଁ ଚେତନ ,ଭାବି ନେବ ଯେ ମୋର ହତ୍ୟା ହେଇଯାଇଛି , ଆଉ କେବେ ଦେଖା ହେବନି ଆଉ ତରୁଣ କୁ ନେଇ ଖୁସି ରେ ରୁହ ।

ଅନିନ୍ଦିତା

ଡାଏରୀ- 2

ମୁଁ ଜୀବନ କୁ ଏକ ଭିନ୍ନ ଦୃଷ୍ଟି କୋଣ ରେ ଦେଖୁଥିବା ମଣିଷଟିଏ , ଅନିନ୍ଦିତା ଜୀବନରେ ମୋ ପାଇଁ ଯେ ସ୍ଥାନ ନାହିଁ ଏକଥା ମୁଁ ବହୁ ପୂର୍ବରୁ ଜାଣି ସାରିଥିଲି ,ଆମର ବିବାହ ପରିବାରର ସ୍ୱୀକୃତି କ୍ରମେ ହେଇଥିଲା ତେଣୁ ଅନିନ୍ଦିତାର ମନ କଥା ଜାଣିବାର ସୁଯୋଗ ମୁଁ ପାଇଲିନି , ଅତୀତର ପୃଷ୍ଠାକୁ ଅତୀତରେ ହିଁ ସମାଧି ଦେଇ ବର୍ତ୍ତମାନରେ ବଞ୍ଚିବାକୁ ଜୀବନ ବୋଲି ଭାବେ ମୁଁ । ନିଜର ଅମାପ ସମ୍ପତ୍ତି ଓ ବ୍ୟବସାୟ ଥିବା ସତ୍ତ୍ୱେ ବି ମୁଁ ଅଧ୍ୟାପନାକୁ ନିଜର ବୃତ୍ତି ଭାବେ ଗ୍ରହଣ କରି ନେଇଛି । ଅନିନ୍ଦିତା ସହ ବିବାହ ପରେ ମୁଁ ତାର ମାନସିକ ରୋଗ ବିଷୟରେରେ ଜାଣିଲି , ବହୁତ ବଡ଼ ବଡ଼ ଡାକ୍ତର ତଥା ମନସ୍ତତ୍ତ୍ୱବିଦ୍ ଙ୍କ ପରାମର୍ଶ କ୍ରମେ ତାହାର ଚିକିତ୍ସା ଚାଲିଲା କୌଣସି ଗୋଟିଏ ଜିନିଷ ପ୍ରତି ଅତ୍ୟଧିକ ଆସକ୍ତ ହେଇଯିବା ତାର ମୁଖ୍ୟ ଲକ୍ଷଣ ଥିଲା । ପରେ ଜାଣିବାକୁ ପାଇଲି ଅନିନ୍ଦିତା ର ପ୍ରେମିକ ଚେତନ ବିଷୟରେ, ଯଦିଓ ଅତୀତର ପୃଷ୍ଠା ଓଲଟେଇ ମୋତେ କିଛି ବି ଆନନ୍ଦ ମିଳୁ ନଥିଲା । ବିବାହ ପରେ ବି ପ୍ରେମିକ ସହ ସମ୍ପର୍କ ଯେ ମୋତେ ଅଜଣା ଥିଲା ତାହା ନୁହେଁ ମୁଁ ଜାଣି ଜାଣି ଚୁପ ରହୁଥିଲି କାଳେ ଚେତନକୁ ପାଖରେ ପାଇ ଅନିନ୍ଦିତା ଙ୍କୁ କିଛି ମାନସିକ ତୃପ୍ତି ମିକିବ ଭାବି । ସେ ଯେ ମୋ ଆଖିରେ ଧରା ନ ପଡି ଯାଉ ସେଥିପାଇଁ ମୁଁ ବହୁ ସମୟ ଧରି ବାହାରେ ରହୁଥିଲି । ଗୋଟେ ଆର୍ଟ ଏକ୍ସଇବିସନ ରେ ତରୁଣ ସହ ମୋର ଦେଖା ହୁଏ ମୁଁ ତାକୁ ଘରକୁ ଡାକି ଆଣିଥିଲି । ତରୁଣ ସହ ଘନିଷ୍ଠ ହେବାର ଅଭିନୟ କରୁଥିଲି କିନ୍ତୁ ତରୁଣ ସାମନ୍ତରାୟଙ୍କ ବ୍ୟକ୍ତିତ୍ବ ଏତେ ବଳିଷ୍ଠ ଯେ ମୁଁ ସତ ସତିକା ତାଙ୍କର ଘନିଷ୍ଠତା ବନ୍ଧୁ ହୋଇ ସାରିଥିଲି , ଅନିନ୍ଦିତା ଙ୍କ ସବୁ ସର୍ତ୍ତ ମାନିବାକୁ ମୁଁ ହିଁ କହିଥିଲି ତରୁଣ କୁ ,ମୁଁ ଏକଥା ଜାଣି ସାରିଥିଲି ଅନିନ୍ଦିତା ଜୀବନ ପଛରେ କେବଳ ତରୁଣ ହିଁ ଖୁସି ଭରି ପାରିବେ । ପରେ ଯେତେବେଳେ ଏ କଥା ଜାଣିଲି ଯେ ଅନିନ୍ଦିତା ତରୁଣ ଦ୍ୱାରା ମୋର ହତ୍ଯା କରିବାକୁ ଚାହୁଁଛି, ମୁଁ ସ୍ଥାଣୁ ହୋଇ ଯାଇଥିଲି ,ମୁଁ ଏହା ନିଶ୍ଚିନ୍ତ ହେଲି ଅନିନ୍ଦିତା ମୋର ମୃତ୍ୟୁ ଚାହୁଁଛି , ମୁଁ ଏକଥା ମଧ୍ୟ ଜାଣିଥିଲି ଚେତନ ମୋର ହତ୍ୟା କରିବା କଥା ଭାବିବି ପାରିବନି ଆଉ ଆତ୍ମହତ୍ୟା ଭଳି କାର୍ଯ୍ୟ ତ ମୁଁ କରିପାରିବିନି , ତେଣୁ ମୁଁ ଆଜି ସବୁ କିଛି ଛାଡି ଚାଲିଯାଉଛି ବହୁତ ଦୂରକୁ ଯୋଉଠି ଅନିନ୍ଦିତାର ଜୀବନ ପରିଧି ମୋତେ ସ୍ପର୍ଶ ବି କରିପାରିବନି। ଆଉ ତରୁଣର ବନ୍ଧୁତ୍ୱ ମୋ ଜୀବନର ସ୍ମୃତି ହେଇ ରହିଯିବ ।

ଚେତନ

ଡାଏରୀ -3 

ମୁଁ ତରୁଣ ସାମନ୍ତରାୟ ଜଣେ ଚିତ୍ରକର କିନ୍ତୁ ଏହା ମୋର ପେଶା ନୁହେଁ, ପେଶା ରେ ଅଧ୍ୟାପକ ରାଜନୀତି ବିଜ୍ଞାନର । ଅନିନ୍ଦିତା ମୋ କଲେଜ ବେଳର ବାନ୍ଧବୀ , କଲେଜ ସମୟରୁ ଅନିନ୍ଦିତା ଓ ମୁଁ ଦୁହେଁ ଦୁହିଁଙ୍କୁ ମନ ଦେଇଥିଲୁ , ଅନିନ୍ଦିତାକୁ ମୁଁ ଯେତିକି ଜାଣିଥିଲି ସେ ବହୁତ ଜିଦଖୋର, ସେ ଚାହିଁବା ଜିନିଷ ନ ମିଳିଲେ ସେ ପାଗଳ ପ୍ରାୟ ହେଇଯାଏ ।କଲେଜ ପଢା ଶେଷ ପରେ ତାର ପରିବାର ତାର ଚିକିତ୍ସା ପାଇଁ ଦୂରକୁ ନେଇ ଯାଇଥିଲେ ଏବଂ ପରେ ତାର ବିବାହ ସେଠାରେ କରାଇ ଦେଇଥିଲେ , ମୁଁ ମଧ୍ୟ ନିଜକୁ ବୁଝେଇ ଦେଇଥିଲି , କିନ୍ତୁ ଚାରି ବର୍ଷ ପରେ ହଠାତ ଦିନେ ଅନିନ୍ଦିତା ସହ ଦିଲ୍ଲୀରେ ଦେଖା ହେଇଗଲା, ଏବଂ ଘର ଠିକଣା ଦେଇ ଘରକୁ ଆସିବାକୁ କହିଲା , ଆଉ ମୁଁ ମଧ୍ୟ ସମୟ ଦେଖି ଆସିଥିଲି କିନ୍ତୁ ଅନିନ୍ଦିତା ମୋତେ ବିବାହ କରି ମୋ ସହ ସଂସାର କରିବା କଥା ଚିନ୍ତା କରୁଥିଲା , ପୁଣି ଥରେ ପ୍ରେମ ପ୍ରଣୟରେ ଭିଜିବାକୁ ଚାହୁଁଥିଲା । ମୁଁ କିନ୍ତୁ ଚାହୁଁଥିଲି ସେ ତା ସଂସାରରେ ଖୁସିରେ ରହୁ କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା , ପରେ ମୋର ଚେତନ ଙ୍କ ସହ ବନ୍ଧୁତା ଗଢି ଉଠିଲା ଆଉ ସେ ମୋତେ ଅନିନ୍ଦିତାର ସବୁ ସର୍ତ୍ତରେ ହଁ ଭରିବାକୁ କହୁଥିଲେ । ଚେତନ ଥିଲେ ଜଣେ ମେଧାବୀ ଓ ଉଦାର ବ୍ୟକ୍ତିତ୍ୱ ,ଜୀବନକୁ ନେଇ ତାଙ୍କର ଦର୍ଶନ ଟିକେ ଅଲଗା । ମୋର ସବୁ ଦମ୍ଭ, ପ୍ରେମ ,ପୁରୁଣା ବନ୍ଧୁତା ସରିଯାଇଥିଲା ଯେତେବେଳେ ଅନିନ୍ଦିତା ଚେତନକୁ ହତ୍ୟା କରିବାର ଷଡ଼ଯନ୍ତ୍ର ରଚିଥିଲା । ଚେତନ ଏକଥା ଜାଣି ଭାଙ୍ଗି ପଡ଼ିଥିଲେ ମୁଁ ହିଁ ବୋଧେ ଅନିନ୍ଦିତା ରାସ୍ତାର କଣ୍ଟା ଥିଲି , । କଥା ମୁତାବକ ଚେତନର ହତ୍ୟା କରିବାର ଦିନ ମୁଁ ଆସିକି ପହଂଚିଲି , ଚେତନକୁ ମାରିବାକୁ ନୁହେଁ ଏସବୁ ର ଅନ୍ତ କରିବାକୁ କିନ୍ତୁ ଆସି ଦେଖେ ଚେତନ ନାହାନ୍ତି ଆଉ ଏ ଲେଖା ଛାଡି ଯାଇଛନ୍ତି, ଆଉ ମୁଁ ବି ଅନିନ୍ଦିତା କୁ ଆଖି ଉଠେଇ ଦେଖି ନାହିଁ କେତେବେଳେ ଆସି ମୁ ଘରେ ପହଂଚିଛି ମୁଁ ଜାଣିନି ,ଆଉ ମୁଁ କୁଆଡେ ଯାଉଛି ମଧ୍ୟ ମୁଁ ଜାଣି ନଥିଲି । 

ତରୁଣ

ଏହି ତିନି ଟି ଡାଏରୀ ମୋତେ କେଉଁ ଏକ ପରିତ୍ୟକ୍ତ କୋଠରୀ ରୁ ମିଳିଥିଲା , ପରେ ଜାଣିବାକୁ ପାଇଲି ଚେତନ ଓ ତରୁଣ ବହୁ ପୂର୍ବରୁ ନିରୁଦ୍ଧିଷ୍ଟ ସେହି ଅଞ୍ଚଳ ରୁ ଆଉ ଅନିନ୍ଦିତା ର ହତ୍ୟା ହୋଇଥିଲା ବୋଲି ପ୍ରମାଣ ମିଳିଥିଲା କିନ୍ତୁ ଅନିନ୍ଦିତା ର ହତ୍ୟା କିଏ କଲା ତାହା ଆଜି ବି ରହସ୍ୟ ଘେରରେ।



Rate this content
Log in

Similar oriya story from Romance