Kartika chandra Tripathy

Tragedy Inspirational Others

3  

Kartika chandra Tripathy

Tragedy Inspirational Others

ଜୋକରର ଲୁହ

ଜୋକରର ଲୁହ

8 mins
70


ଆପଣମାନେ ଚଳଚିତ୍ର ତ ଦେଖୁଥିବେ, ସେଥିରେ କମେଡିଆନ ମାନଙ୍କ ଚରିତ୍ର ବି ଦେଖିଥିବେ, ସତେ ଯେମିତି ମନୋରଞ୍ଜନର ସାଧନ ସେମାନେ, ବିଭିନ୍ନ ପ୍ରକାର କୌତୁକ କରି ଦର୍ଶକ ମାନଙ୍କୁ ହସାଇବା ସେମାନଙ୍କ କାମ, ଆଉ ଦର୍ଶକ ମାନଙ୍କର ସିନେମାର ନାୟକ ଆଉ ନାୟିକା ଙ୍କ ପ୍ରେମ କାହାଣୀ କିମ୍ବା ସେମାନଙ୍କ ଜୀବନରେ ବେଶି ଆଗ୍ରହ ଥାଏ, ଆଉ କମେଡିଆନ ଜୀବନରେ ଦର୍ଶକ ମାନଙ୍କୁ ସେମିତି କିଛି ଆଗ୍ରହ ନଥାଏ, ଚଳଚିତ୍ରରେ ମଧ୍ୟ ସେତେ ସ୍ଥାନ ଦିଆ ଯାଏନି, ସେ ଫିଲ୍ମ ସାରା ସେମାନେ କେବଳ ହାସ୍ୟାସ୍ପଦ ହୋଇରହି ଯାଆନ୍ତି  । ପ୍ରକୃତ ଜୀବନରେ ବି ଏମିତି ବହୁତ ଲୋକ ଅଛନ୍ତି ଯୋଉ ମାନଙ୍କୁ ଜୀବନ ଆଉ ଦୁନିଆ କେବଳ ଗୋଟେ ଜୋକର ବା କମେଡିଆନ କରିଦେଇଛି, ଆଜି ସେମିତି ଗୋଟେ ଜୀବନ ବିଷୟରେ କହିବାକୁ ଯାଉଛି, ଏ କାହାଣୀର ନାୟକ କୌଣସି ସୁନ୍ଦରରୂପ ଥିବା ପ୍ରତିଭାବାନ ବ୍ୟକ୍ତି ନୁହେଁ କି କୌଣସି ଧନୀ ଘରରରାଜକୁମାର ନୁହେଁ, ଏ ହେଉଛି ଏମିତି ଏକ ବ୍ୟକ୍ତିର କାହାଣୀ ଯାହା କେବେ କାହାଣୀ ହୋଇ ପାରିବ ବୋଲି ସେ ଲୋକ ନିଜେ ବି ଭାବି ନଥିବ ।


ରବି ଫୁଲବାଣୀର ଗୋଟିଏ ମଫସଲ ଗାଁର ପିଲା, ଜନ୍ମ ବେଳରୁ ଗୋଟିଏ ହାତ କେମ୍ପା, ସିଧା ହୋଇ ପାରେନି, ଗରିବ ଘରର ପିଲା ତେଣୁ ଚିକିତ୍ସା ମଧ୍ୟ ପାରିଲାନି, ଆଉ ଦେଖିବାକୁ ଏତେ ଅସୁନ୍ଦର ଯେ ଥରେ ଚାହିଁଲେ ଆଉ ଥରେ ଲୋକେ ଚାହିଁ ବାକୁ ଇଛା କରନ୍ତିନି, ବହୁତ କଳା ଆଉ ମୋଟା ବି, କିଛି ଲୋକ ତାକୁ ମଇଁଷି ବୋଲି ବି ଡାକନ୍ତି, ଆଗକୁ ଦାନ୍ତ ଦୁଇଟା ଏମିତି ବାହାରି ଥାଏ ଯେମିତି ତା ମୁହଁ କୁ କଦର୍ଯ୍ୟ କରିବାକୁ ବିଧାତା ପଣ କରିଛି, ଆଉ କୌଣସି କାମ ମଧ୍ୟ ସେ ଠିକରେ କରିପାରେନି ସେ, କିଛି ଲୋକ ତାକୁ କାମ ଦେଇ ତା ଅସହାୟତା ଉପରେ ବହୁତ ମଜାକ ଉଡ଼ାନ୍ତି, ଏସବୁ ଭିତରେ ତାକୁ କେବଳ ଜଣେ ହିଁ ବହୁତ ଭଲ ପାଏ ସେ ହେଉଛି ତା ମାଆ , ସେ ଯୁଆଡେ ଯାଇଥିଲେ ବି ଅପେକ୍ଷା କରିରହିଥିବ ସେ ଆସିଲେ ଯାଇ ଖାଇବ, ଆଉ ତା ବାପା ସହରର ଗୋଟେ କାରଖାନାରେ କାମ କରନ୍ତି ସେ ମଧ୍ୟରବି କୁ ଟିକେ ବି ଭଲ ପାଆନ୍ତିନି । ଯେତେବେଳେରବି କୁ ୧୩ ବର୍ଷ ସେତେବେଳେ ତା ମାଆ ଙ୍କ ଦେହ ଭୀଷଣ ଖରାପ ହୁଏ, ସେ ଶଯ୍ୟାଶାୟୀ ହୁଅନ୍ତି,ରବି ସବୁବେଳେ ମାଆ ଙ୍କ ପାଖେ ବସିଥାଏ, ବହୁ କଷ୍ଟରେ ଘରର କାମ କରେ, ଆଉ ସମୟ ପାଇଲେ ମାଆ ଶେଜ ପାଖରେ ବସି ଲୁହ ଝରାଏ, ଆଉ କଣ ବା କରିପାରିବ ସେ, ଆଉ ତା ବାପା ମଝିରେ ମଝିରେ ଆସି ତା ମାଆ କୁ ଦେଖି ଯାଆନ୍ତି ଆଉ ଔଷଧ ପାଇଁ କିଛି ଟଙ୍କା ଦେଇ ଯାଆନ୍ତି ।


କିଛି ଦିନ ପରେ ତା ବାପା ଙ୍କର ବି ଘରକୁ ଆସିବା ବନ୍ଦ ହେଇଗଲା,ରବି କିଛି ଜାଣି ପାରୁ ନଥାଏ, ବାପା ଙ୍କ ପାଖକୁ ବହୁତ ଖବର ପଠେଇବା ପରେ ବି କିଛି ଉତ୍ତର ଆସୁ ନଥାଏ, ତେବେରବି ଆଖ ପାଖରେ ନିଜ ପାଇଁ କିଛି କାମ ଖୋଜୁଥାଏ, ଜଣକ ବିଲରେ ତାକୁ କାମ କରିବାକୁ ମିଳିଲା ମାତ୍ର ଦିନ କେଇଟାରେ ସେ ବି ତାକୁ ବାହାର କରିଦେଲା, କାରଣ ସେ କିଛି କାମ ଭଲରେ କରିପାରୁ ନଥିଲା, ଏମିତି ଦିନେ ତା ମା ଙ୍କ ମୃତ୍ୟୁ ଘଟେ,ରବି ମୁଣ୍ଡ ଉପରୁ ସ୍ନେହର ପଣତ ସବୁଦିନ ପାଇଁ ଉଠିଗଲା, ମାଆର ସବ ସତ୍କାର ଓ ଦଶାହ କାମ ପରେ ବାପା ମଧ୍ୟ ସହର ଚାଲିଗଲେ ଆଉରବି ପାଇଁ କିଛି କାମ ଠିକ କରି ଆସି ତାକୁ ନେଇଯିବେ ବୋଲି କହିଲେ, ଏମିତି ଗୋଟେ ମାସ ବିତିଗଲା କିନ୍ତୁ ବାପା ଙ୍କର କିଛି ଖବର ନାହିଁ, ପାଖରେ ଯେତେ କିଛି ପଇସା ଥିଲା ସେ ବି ସରିଗଲା, ବାପା ଙ୍କ ପାଖେରହୁଥିବା ଗାଁର ଜଣେ ଦାଦା ଙ୍କ ପାଖରୁ ଜାଣିବାକୁ ପାଇଲା ଯେ ତା ବାପା ଅନ୍ୟତ୍ର ବିବାହ କରିଛନ୍ତି, ତାଙ୍କ ସଂସାର ସହ ବେଶ ଖୁସିରେ ଅଛନ୍ତି । କଣ କରିବରବି କିଛି ବୁଝିପାରୁନଥାଏ, ଛୋଟ ପିଲା ତାର ବା ବୁଦ୍ଧି କେତେ କଣ ବା କରିବ ସେ, କିଏ କେତେବେଳେ ଦୟା କରି କିଛି ଖାଇବାକୁ ଦିଅନ୍ତି,ରବି କାହା ପାଖରେ ହାତ ପତାଇ ପାରେନି, କି କାହାକୁ କିଛି ମାଗି ପାରେନି, ଏମିତି କେତେଦିନରହିବ, ପାଖ ଗାଁର ସନିଆ ଜଳଖିଆ ଦୋକାନରେ ତାକୁ କାମ କରିବାକୁ ମିଳିଲା, କିଛି କାମ ଠିକରେ କରିପାରୁ ନଥିଲେ ବି ବହୁତ କଷ୍ଟରେ ଠିକରେ କାମ କରିବାକୁ ଚେଷ୍ଟା କରୁଥିଲା, ଏମିତି ଦୁଇ ୩ ମାସ ବିତିଗଲା, ଦରମା ବାବଦ କୁ କିଛି ମିଳୁ ନଥିଲା ତାକୁ, ଖାଲି ଦୁଇ ଓଳି ଦୁଇ ମୁଠା ଖାଇବା ଛଡ଼ା, ସନିଆ ଠାରୁ ଗାଳି ମାଡ଼ ଖାଇ ସେଇଠି ପଡିରହିଥିଲା ।


ଥରେ କେହି ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ସନିଆ ଦୋକାନ କୁ ପରିବାର ସହ ଖାଇବାକୁ ଆସିଲେ, ସେରବି ତାଙ୍କୁ ଖାଇବା ପ୍ଲେଟ ଦଉଥିଲା,ରବି ଖାଇବା ଦେଉ ଦେଉ ନିୟନ୍ତ୍ରଣ ହରାଇ ତରକାରୀ ପ୍ଲେଟ ଟି ବାବୁ ଙ୍କ ଡ୍ରେସରେ ଢାଳି ହେଇଗଲା, ସନିଆ ଏତେରାଗିଗଲା ଯେରବିର ମୁହଁ କୁ ଗରମ ତେଲ ଫିଙ୍ଗି ଦେଲା, ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରୁଥାଏ ସେ, ଆଃ ପଦେ କହିବାକୁ କେହି ନଥାନ୍ତି, କହିବାକୁ ଗଲେ ଅନ୍ୟମାନଙ୍କ ପାଇଁ ସେ ତ ମଣିଷ ନଥିଲା, ଥିଲା ଗୋଟେ ପ୍ରକାରର ପ୍ରାଣୀ, ନା ମାଆ ନା ବାପା କିଏ ଅଛି ଯେ ତା ପାଇଁ ଠିଆ ହବ, ତାର ଲୁହ ଲହୁ ସବୁ ମାଟିରେ ମିଶୁଥିଲା, ତାର ମୁହଁର ଗୋଟିଏ ପାଖ ଜଳିଯାଇଥିଲା, ମାଆ କଥା ବହୁତ ମନେ ପଡୁଥିଲା, ସେଇଠୁ ଚିନ୍ତା କଲା ସେ ଆଉ ଗାଁରେରହିବନି, ଚାଲିଯିବ ବହୁ ଦୁରକୁ, ସେଇଠୁ ଘର ପାଖ ଷ୍ଟେସନରେ ଆସି କୌଣସି ଗୋଟେ ଟ୍ରେନରେ ଚଢି ଗଲା, ନିଦ ଭାଙ୍ଗିଲା ବେଳ କୁ କୋଉ ଗୋଟେ ଷ୍ଟେସନରେ ଗାଡି ପହଁଚିଛି, ସେ ସେଇଠି ଗାଡିରୁ ଓଲ୍ହେଇ ଗଲା, ବହୁତ ଭୋକ ଲାଗୁଥାଏ, ସେ ପାଣି ପିଇ ସାରି ଷ୍ଟେସନ ପାଖରେ ଥିବା ଗଛ ମୂଳେ ଟିକେ ବସିଗଲା, ପବନରେ ଟିକେ ଆଖି ଲାଗିଯାଇଥିଲା, ଉଠିଲା ବେଳକୁ ଆହୁରି ଜୋରରେ ଭୋକ ଲାଗୁଥାଏ କଣ କରିବ କିଛି ଭାବି ପାରୁ ନଥାଏ ଏତିକି ବେଳେ ଗୋଟେ ଟ୍ରେନ ପାସ କରି ଯାଏ କେହି ଜଣେ ଖାଇ ନ ପାରି ଅଧା ଖାଇ ଥିବା ପାଉଁରୁଟି ପ୍ୟାକେଟ ଟି ଫିଙ୍ଗି ଦେଲେ, ଟ୍ରେନ ଯିବା ମାତ୍ରେ କାଳ ବିଳମ୍ବ ନକରି ସେ ପାଉଁରୁଟି କୁ ଝାମ୍ପି ଆଣି ଉଦରସ୍ଥ କରିଦେଲା, ତାପରେ ସେ ଦେଖିଲା ସେ ଏକା ନୁହେଁ ତା ପରି ଓ ତା ଠାରୁ ଆହୁରି ଛୋଟ ଛୋଟ ପିଲା ମଧ୍ୟ ସେମିତି ଭାବେ ଖାଦ୍ୟ ସଂଗ୍ରହ କରୁଛନ୍ତି ।


ସେମାନଙ୍କୁ ହିଁ ଯେ ଭିକାରି କୁହା ଯାଏ ବୋଲିରବି ଜାଣିନଥିଲା,ରବି କୁ ସେମାନେ ବି ଦେଖି ଭାବୁ ଥାନ୍ତି ନୂଆ ପିଲା ଟି କିଏ ବୋଲି, ତେବେରବି ମଧ୍ୟ ସେମାନଙ୍କ ସହ ମିଶିଗଲା, ସେମାନଙ୍କୁ ଯାହା ଯୋଉଠି ମିଳେ ଖାଇ ଦିଅନ୍ତି ଆଉ ଯୋଉଠି ଜାଗା ମିଳେ ଶୋଇ ଯାଆନ୍ତି,ରାତି ନ ପାହୁଣୁ ପୁଣି ସେମାନଙ୍କ ଭିତରେରୀତିମତ ଗୋଟେ ପ୍ରତିଯୋଗିତା ଆରମ୍ଭ ହେଇ ଯାଏ, ତାକୁ କେବଳ ଗୋଟିଏ କଥା ବହୁତ ଭଲ ଲାଗୁଥିଲା ତାକୁ ସେଠି କେହି ଘୃଣା କରୁ ନ ଥିଲେ, କେହି ମାଡ଼ ମାରୁ ନଥିଲେ, ସେଠି ଜଣେ ଅଞ୍ଜନା ନାମ୍ନୀ ବୃଦ୍ଧା ଥିଲେ ଯାହାଙ୍କୁ ତାଙ୍କ ପିଲା ମାନେ ତାଙ୍କୁ ଷ୍ଟେସନରେ ଛାଡି ଚାଲି ଯାଇଥିଲେ, ଆଉ ସେଠି ବାବୁଲା ଥିଲା ଯାହାର ଜନ୍ମରୁ ଗୋଟିଏ ହାତ ନଥିଲା ଆଉ ତାକୁ କିଏ ଜନ୍ମ ଦେଇଛି ସେ ତାହା ମଧ୍ୟ ଜାଣିନି, ଆହୁରି ଏମିତି କଣ । ଏମାନଙ୍କ ଜୀବନ ବିଷୟରେ ଜାଣିଲା ପରେରବି କୁ ନିଜ ଦୁଃଖ ବହୁତ ଗୌଣ ଲାଗିଲା , ତାକୁ ଭିକାରି ମାନଙ୍କ ଭିତରେ ଗୋଟିଏ ପରିବାର ମିଳିଗଲା ଭଳି ଲାଗୁଥାଏ, ତେବେ ଏମିତି ଦିନ ବିତି ଚାଲୁ ଥାଏ ଥରେ ଷ୍ଟେସନରେ ଥିବା ବେଳେ କାହାର କିଛି ଜିନିଷ ଚୋରି ହେଇଥାଏ ସେମାନେରବି କୁ ଚୋର ବୋଲି ଭାବିଲେ ଲୋକେ ବହୁତ ମାରିଲେ ତାକୁ, ମାରି ମାରି ଲହୁ ଲୁହାଣ କରି ଚାଲିଗଲେ, ସେ ସେଠି ସେମିତି ପଡିଥାଏ କାହାର ନଜର ନଥାଏ, ଆସିଲେ ଅଞ୍ଜନା ଆଉରବି କୁ କୋଳେଇ ନେଲେ, ଆଉ ତାର ଯନ୍ତ୍ରଣାରେ ସେକ ଦେଲେ, ମଲମ ଆଣି ଲଗାଇଲେ,ରବିର ଆଖି ଛଳ ଛଳ ହେଇଯାଉଥାଏ, ମାଆ କଥା ମନେ ପଡିଯାଉଥାଏ, ସେମାନେ ସମସ୍ତେ ଅଞ୍ଜନା ଙ୍କୁ ଜେଜେ ମାଆ ବୋଲି ଡାକୁଥିଲେ,ରବି ଦୁଇ ଦିନ ପରେ ଭଲ ହୋଇ ପୁଣି ଭିକ ମାଗିବାକୁ ଆସିଲା, ତେବେ ସେଦିନ ଜଣେ ଭଦ୍ର ବ୍ୟକ୍ତି ଷ୍ଟେସନରେ ବସି ପେପେର ପଢ଼ୁଥାନ୍ତିରବି ଆସି ତାଙ୍କୁ ଟଙ୍କା ମାଗିଲା, ସେ ବାବୁ ଜଣକ କହିଲେ ମୁଁ ଯଦି ତୋତେ 10 ଟଙ୍କା ଦେବି କଣ କରିବୁରବି କହିଲା ଦେଖନ୍ତୁ ବାବୁ ଯଦି ଟଙ୍କା ଦେବାର ଅଛି ଦିଅନ୍ତୁ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ହେବ ପାଇଁ ଚିନ୍ତା କରନ୍ତୁ ନାହିଁ, ଜଣେ ଭିକାରି ପିଲା ଠାରୁ ଏମିତି ଉତ୍ତର ଶୁଣି ବାବୁ ଜଣକ ହଡ଼ବଡେ଼ଇ ଗଲେ, ଆଉ କହିଲେ ତୁ ତ କାମ କରିପାରିବୁ ଭିକ କଣ ପାଇଁ ମାଗୁଛୁ,ରବି ଆଉ କିଛି ନ କହି ସେଠୁ ଚାଲିଗଲା, ଆଉ ସେମିତି ଥରେ ସେ ବାବୁଙ୍କ ପର୍ସ ଟି ପଡି ଯାଇଥିଲା ଷ୍ଟେସନରେ,ରବି ପଚାରି ପଚାରି ନେଇ ତାଙ୍କ ଘରେ ଦେଇକି ଆସିଲା, ପ୍ରଥମ ଥର ପାଇଁ ରବିର ବ୍ୟକ୍ତିତ୍ୱ କାହା ଉପରେ ପ୍ରଭାବ ପକାଇଲା, ସେ ବ୍ୟକ୍ତି ଜଣକ ଥିଲେ ଲେଖକରଂଜିତ ପାଣିଗ୍ରାହୀ, ଏମିତି ପ୍ରାୟତଃ ରଂଜିତ ଷ୍ଟେସନ ଯାଆନ୍ତି ଦେଖନ୍ତିରବି ବହୁତ ଲୋକଙ୍କୁ ସାହାଯ୍ୟ କରୁଛି ନିଜେ ଭିକ ମାଗି ଅନ୍ୟ ଭିକାରି ଯୋଉ ମାନେ ଭିକ ମିଳେ ନାହିଁ ତାଙ୍କୁ ବି ଖାଇବାକୁ ଦଉଛି, ସେରବି କୁ ପାଖ କୁ ଡାକିଲେ ତାକୁ ଭଲରେ ଦେଖିଲେ, ତା ମୁହଁରେ ପୋଡା ଦାଗ ତା କେମ୍ପା ଗୋଡ ଆଉ ଅସୁନ୍ଦର ମୁହଁ ଭିତରେ ଯେ ଏତେ ମାନବିକତା ଲୁଚିରହିଛି, ସେରବି କୁ ତାଙ୍କ ସହ ଘରକୁ ନେଇ ଆସିଲେ, ଆଉ ତାଙ୍କ ଘରେରହିବାକୁ କହିଲେ, ଘରେ ବିରଂଜିତ ବାବୁ ଏକା, ଲେଖା ଲେଖି ଆଉ ପିଲା ଙ୍କୁ ପଢାଇ ସମୟ ବିତାଉଥାନ୍ତି, ସେ ଗୋଟେ ନାଟକ କରିବାକୁ ଚେଷ୍ଟା କରୁଥାନ୍ତି ଆଉରବି କୁ ତାଙ୍କୁ ସାହାଯ୍ୟ କରିବାକୁ କହିଲେରବି ମଧ୍ୟ ସବୁ କାମ କରିବାକୁ ଚେଷ୍ଟା କରୁଥାଏ ଯେମିତି ଫଣ୍ଡ ସଂଗ୍ରହରୁ ଆରମ୍ଭ କରି ସାଜସଜ୍ଜା ପର୍ଯ୍ୟନ୍ତ, ଆଉରବି କୁ ଗୋଟିଏ ଭିକାରି ଚରିତ୍ରରେ ଅଭିନୟ କରିବାକୁ କୁହା ଗଲା, ସେ ପୁଣି ଅଭିନୟ ! ସେ ଟିକେ ଡରିଗଲା କିନ୍ତୁରଂଜିତ ବାବୁ ତାକୁ ସବୁ ବୁଝେଇଦେଲେ, ନାଟକ ମଞ୍ଚସ୍ଥ ହେଲା ଆଉ ନାଟକର ନାମ ଥିଲା" ଧୂସରିତ ପ୍ରାରବ୍ଧ " ।।


ଜୀବନ୍ତ ଅଭିନୟ କରିଥିଲାରବି କାରଣ ଏହା ସେ ଅଭିନୟ ନଥିଲା ସେ ନିଜେ ଭିକାରି ହିଁ ଥିଲା, ଏହି ନାଟକ ପରେରବି କୁ ପ୍ରଶଂସାର ସୁଅ ଛୁଟିଲା, ସେ ଜାଣି ନଥିଲା ଯେରଂଜିତ ବାବୁ ତାକୁ ହିଁ ମୁଖ୍ୟ ଚରିତ୍ର କରିଦେବେ ବୋଲି, ଏହା ପରେରବି କୁ ଅନ୍ୟ ଛୋଟ ମୋଟ ସିନେମାରେ ମଧ୍ୟ ସୁଯୋଗ ମିଳିଗଲା,ରଂଜିତ ବାବୁ ଙ୍କ ଚେଷ୍ଟା କ୍ରମେ ସେ ଦୂର ସହରକୁ ଯାଇ ପାରିଲା ଭଲ ଚଳଚିତ୍ରରେ ହାସ୍ୟଅଭିନେତା ଭାବେ କାମ କରିବାକୁ, ଏମିତି୨୫ ବର୍ଷ ବିତିଗଲାରବି ଚଳଚିତ୍ର ଜଗତରେ ପ୍ରଖ୍ୟାତ ହାସ୍ୟ ଅଭିନେତା ଭାବେ ପରିଚିତ, ଚଳଚିତ୍ରର ଜଣେ ନାୟିକା ଙ୍କୁ ପ୍ରେମ ନିବେଦନ କରି ଉପେକ୍ଷିତ ହେଲା ପରେ ଆଉ ବିବାହ କରି ନାହାନ୍ତି, ନିଜର ଯେତେ ଉପାର୍ଜନ ତାର ଏକ ବଡ ଅଂଶ ସେ ଅନାଥ ଆଶ୍ରମ ତଥା ଗରିବ ପିଲା ଙ୍କ ପଢିବା ପାଇଁ ଖର୍ଚ୍ଚ କରିଦିଅନ୍ତି, ଏହି ସମୟରେ ଗୋଟିଏ ବଡ଼ ଦୁର୍ଘଟଣାରେ ସେ ନିଜର ଗୋଟିଏ ଗୋଡ଼ ହରାନ୍ତି, ଆଉ ନିଜର ବୋଲି ଭାବୁଥିବା ସାହକର୍ମୀ ମଧ୍ୟ ହାତ ଛାଡି ଦିଅନ୍ତି, ଆଉ ତାଙ୍କର ଗଛିତ କିଛି ସେମିତି ସମ୍ବଳ ନଥାଏ ଆଶା ବାଡ଼ିରେ ବହୁ କଷ୍ଟରେ ଚଳୁଥାନ୍ତି, ଏମିତି ଦିନେ କ୍ଲାନ୍ତ ଅପରାହ୍ନରେ ସେ ତାଙ୍କ ଅତୀତର ପୃଷ୍ଠା ଓଲଟାଉ ଥାନ୍ତି, ଦାରିଦ୍ର ଆଉ ସଫଳତା ଉଭୟ ଦେଖିଛନ୍ତି, ଭାବିଲେ ପୁଣି ଥରେ ଅତୀତ କୁ ଫେରିଯିବେ, ଆଉ ଟ୍ରେନ ଯୋଗେ ଆସି ପହଁଚିଲେ ସେଇ ପୁରୁଣା ଷ୍ଟେସନରେ, ବଦଳିଯାଇଛି ଷ୍ଟେସନର ପ୍ରତିରୂପ, ଆଉ ତାଙ୍କ ସାଥୀ ଭିକାରି ମନେ ନାହାନ୍ତି,।


ତାଙ୍କୁ ଦେଖି ତାଙ୍କ ପ୍ରଶଂସକ ମାନଙ୍କର ଭିଡ ଜମିଲା, ସେ ସେମାନଙ୍କ ସହ ଔପଚାରିକ କଥା ସାରି ତାଙ୍କ ସାଥୀ ମାନଙ୍କୁ ଖୋଜିଲେ, କାହାକୁ ପାଇଲେନି, ଆଶାବାଡି ଧରି କେତେବା ଖୋଜିପାରିବେ, ପାଖରେ ଗୋଟିଏ ଚାହା ଦୋକାନ ଥିଲା ସେଠୁ ଚାହା କପେ ପିଇଲେ ଆଉ ପଇସା ଦେଲାବେଳକୁ ଦେଖିଲେ ତାର ମଧ୍ୟ ଗୋଟିଏ ହାତ ନାହିଁ, ଆଉ ଏହା ଜାଣିବା ବାକି ନଥିଲା ସେ ଥିଲା ବାବୁଲା ବୋଲି, ଆଉ ସେ ଅଞ୍ଜନା ଙ୍କୁ ଭେଟିବାକୁ ଚାହିଁଲେ ଜାଣିଲେ ଯେ ସେ ଏବେରୋଗ ଶଯ୍ୟାରବି କୁ ଏତେ ଦିନ ପରେ ଦେଖି ତାଙ୍କର ଆନନ୍ଦରେ ଅଶ୍ରୁ ଝରିବାକୁ ଲାଗିଲା, ଆଉ ସେ ତାପରେରଂଜିତ ବାବୁ ଙ୍କୁ ଦେଖା କରିବାକୁ ଚାହିଁଲେ ଆଉ ବାବୁଲା କୁ ଧରିରଂଜିତ ଙ୍କ ବାସ ଭବନରେ ପହଁଚିଲେ, ଆଉ ଦେଖିଲେ ଯେ ଘରେ କେହି ନାହାନ୍ତି, ଆଉରବି ମଧ୍ୟ ସହରରେ ଥିବା ବେଳେ ତାଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରିଛି କିନ୍ତୁ କରି ପାରେନି, ସେ ଜାଣିବାକୁ ପାଇଲେ ଯେ ସେ ବହୁ ଦିନରୁ ସେଠିରହୁ ନାହାନ୍ତି, ସେ ନିରାଶ ହେଇ ଫେରି ଆସିଲେ, ଏବଂ କିଛି ଦିନ ବାବୁଲାର ଘରେରହିଲେ, ଆଉ ସବୁ ଦିନ ସେ ଷ୍ଟେସନ କୁ ଯାଉଥାନ୍ତି ଆଉ ଏମିତି ବସିଥାନ୍ତି ଆଉ ଜଣେ ବୃଦ୍ଧ ଙ୍କୁ ଭେଟିଲେ ଯିଏ ସେଠାରେ କିଛି ଦୂରରେ ବସି ଗଛ, ଆଉରବି ସେଠାକୁ କୌତୁହଳ ବଶତଃ ଯାଇ ପହଁଚିଲେ ଆଉ ବୃଦ୍ଧ ଜଣକୁ ଚିହ୍ନି ଗଲେ ଯେ ସେ ହିଁ ହେଉଛନ୍ତିରଂଜିତ ପାଣିଗ୍ରାହୀ ବୋଲି କିନ୍ତୁ ସେ ଜାଣି ପାରୁ ନଥାନ୍ତି, ସେ କହିଲେ ଆପଣ କିଏ ମୁଁ ଜାଣିପାରୁନି, ବାବୁଲା କହିଲେ ଏ ଜଣେ ପାଗଳ ବୋଲି,ରବି କହିଲା ନା ସେ ପାଗଳ ନୁହନ୍ତି, ସେ ତାଙ୍କୁ ନେଇ ଗୋଟିଏ ଜାଗାରେ ବସାଇଲେ ଆଉ କହିଲେ ଏବେ ବି ମୁଁ ଆପଣଙ୍କ ନାଟକରେ ଭିକାରି ଅଭିନୟ ପାଇଁ ପ୍ରସ୍ତୁତ,ରଂଜିତ ତତକ୍ଷଣାତ କହି ଉଠିଲେରବି ତୁମେ? , ହଁ sir ମୁଁ, ଏ ଘଟଣା ବହୁତ ଦିନ ବିତିଗଲାଣି ଏବେରଂଜିତ ବାବୁ ବି ଆଉ ଦୁନିଆରେ ନାହାନ୍ତି, ଆଉରବି? ସେ ଏବେ ଲେଖକ, ଆଉ ନିଜ ଜୀବନରେ ଘଟିଥିବା ନିଚ୍ଛକ ସତ କୁ କାହାଣୀରେରୂପାନ୍ତରିତ କରିବାର ପ୍ରଚେଷ୍ଟା ଜାରିରଖି ଆଜି ବି ସେ ନିସ୍ବ  ।



Rate this content
Log in

Similar oriya story from Tragedy