Lokanath Rath

Tragedy Crime Others

4  

Lokanath Rath

Tragedy Crime Others

ଆତଙ୍କବାଦୀ

ଆତଙ୍କବାଦୀ

8 mins
732



ଆଜି ପୁରା କଚେରୀରେ ବହୁତ ଭିଡ଼ | ବାହାରେ ବି ବହୁତ ଲୋକ ଭିଡ଼ ଜମାଇଛନ୍ତି | ସମ୍ବାଦପତ୍ର ଓ ସବୁ ଇଲେକଟ୍ରୋନିକ ସମ୍ବାଦ ପ୍ରଚାର ସଂସ୍ଥାର ସାମ୍ବାଦିକ ଓ ଛବି ଉତ୍ତୋଳନକାରୀ ମଧ୍ୟ ଜମା ହେଇଛନ୍ତି | ଆଜି ଏହି କଚେରୀକୁ ଏବେ ଧରା ପଡିଥିବା ବଡ଼ ଆତଙ୍କବାଦୀ ଲତିଫ ଓରଫ ଲଲାଟେନ୍ଦୁ ଜେଲ ରୁ ଆସିବ ଓ ତାର ବିଚାର ହେବ | ସାରା ଦେଶରେ କେତେ କେତେ ଆତଙ୍କ ସୃଷ୍ଟି କରି ,ସରକାରୀ ସମ୍ପତି ଓ କେତେ ବଡ଼ ବଡ଼ ସରକାରୀ ଅଧିକାରୀଙ୍କୁ ସେ ନଷ୍ଟ କରି ଦେଇଛି ବୋଲି ତା ଉପରେ ଆରୋପ ଅଛି | ଆଜି ସାରା ଦେଶରେ କେବଳ ଲତିଫ୍ର ହିଁ ଚର୍ଚ୍ଚା | ସମସ୍ତଙ୍କର ତା ଉପରେ ଭୀଷଣ ରାଗ | ତାକୁ ସମସ୍ତେ ଗଲି ଦେଉଛନ୍ତି ଓ କେତକ ତା ସପକ୍ଷରେ ବି ନିଜ ନିଜର ପକ୍ଷ ରଖୁଛନ୍ତି | ବିଚାରପତି ଏବେଯାଏ ତାର ବିଚାର ଆରମ୍ଭ କରି ନାହାନ୍ତି ,କିନ୍ତୁ ଗଣ ମାଧ୍ୟମରେ ରାଜନୈତିକ ନେତା ,ନିଜକୁ ଦେଶଭକ୍ତର ଠିକାଦାର ବୋଲାଉଥିବା କିଛି ବ୍ୟକ୍ତି ତାକୁ ଆତଙ୍କବାଦୀ ବୋଲି ସିଦ୍ଧ କରି ନିଜର ରାୟ ବି ଶୁଣାଇ ଚାଲିଛନ୍ତି | ଏଥିରେ ଉଭୟ ଗଣ ମାଧ୍ୟମ ଓ ସେହି ବ୍ୟକ୍ତି ମାନଙ୍କର ବହୁତ ଲାଭ ହେଉଛି ,କିନ୍ତୁ କାହାକୁ ପକୃତ ସତ୍ୟ ବିଷୟରେ କିଛି ସଠିକ ଜଣା ନାହିଁ | ଏମାନଙ୍କର ଏହିପରି କାର୍ଯ୍ୟ କଲ୍ପ ପାଇଁ ଦେଶର କିଛି ଜାଗାରେ ବି ଲୋକେ ନିଜ ନିଜ ଭିତରେ ଲଢ଼ି ଦେଶର ସମ୍ପତି କୁ ନଷ୍ଟ କରୁଛନ୍ତି ଓ କେତେକଙ୍କର ବି ଜୀବନ ଗଲାଣି | ସତେ ଯେମିତି ଲାଗୁଛି ଆଉ ଗୋଟିଏ କିଛି ନୂଆ ଆତଙ୍କ ର ବାଦଲ ଦେଶ ଉପରେ ଛାଇ ଯାଇଛି | କିନ୍ତୁ ସେଥିପ୍ରତି କାହାର ବିଶେଷ ଧ୍ୟାନ ନାହିଁ ,କାରଣ ଗଣ ମାଧ୍ୟମ ଓ ନେତା ସେଥିରୁ ନିଜର ଫାଇଦା ଉଠାଇବାରେ ବ୍ୟସ୍ତ | ସବୁ ଗୁଡାକ ପାଇଁ ଯେମିତି ଏହି ଲତିଫ ଦୋଷୀ | ଏବେ କାରାଗାରରେ ସେ ଥିବା ବେଳେ ବାହାରେ ଏତେ ଗଣ୍ଡଗୋଳ ,ଏତେ ହିଂସା ,ଏତେ ପୋଡାଜଳା ,ଏସବୁ ପାଇଁ ବି ଲତିଫ କୁ ଦାୟୀ କର ଯାଉଛି |ଆଉ କିଛି ଲୋକ ଏସବୁ ପ୍ରତି ମୋତେ ଧ୍ୟାନ ନଦେଇ ନିଜ ନିଜ କାମରେ ବ୍ୟସ୍ତ | ଏତେ ସବୁ ଘଟଣା ଘଟି ଗଲାଣି ଯେ ଏବେ ସମସ୍ତେ ସେହି ଲତିଫ କୁ ଦେଖିବାକୁ ବ୍ୟଗ୍ର ଓ ତାକୁ ନେଇ ପୁଣି ଆଉ କିଛି ଦିନ ସମସ୍ତେ ନିଜ ନିଜ ସ୍ୱାର୍ଥକୁ ପୁରା କରିବେ | ଏମିତି ବେ ହେଇଚି ଯେ ସହରର ବହୁତ ଜାଗାରେ ଲତିଫ୍ର ଅସ୍ପଷ୍ଟ ଛବିର ପୋଷ୍ଟର ଲଗାଇ କିଛି ଲୋକମାନେ ନିଜ ନିଜର ରାୟ ତା ଉପରେ ଲେଖି ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛନ୍ତି ନିଜ ସପକ୍ଷରେ ନେବା ପାଇଁ |


ଏହି ସବୁ ଉତ୍ତେଜନା ଓ ଆବେଗ କୁ ଶେଷ କରି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଲତିଫ କୁ ନେଇ ପୋଲିସ ର ଗାଡି ଆସିଲା |ତା ଭିତରୁ ଲତିଫ ମୁହଁରେ କପଡା ବାନ୍ଧି ବାହାରିଲା ଓ ତାକୁ ସିଧା କଚେରୀ ଭିତରକୁ ନେଇଗଲେ ସୁରକ୍ଷା କର୍ମୀମାନେ | ସେତିକିବେଳେ କିଛି ସମୟ ପାଇଁ ପୁଣି ଆରମ୍ଭ ହେଇଗଲା ଏହି ସବୁ କୁ ନେଇ ଗଣ ମାଧ୍ୟମରେ ଚର୍ଚ୍ଚା | ଏବେ ଚର୍ଚ୍ଚା ର ବିଷୟ ,''କାହିଁକି ଲତିଫ୍ର ମୁହଁ କପଡ଼ାରେ ବାନ୍ଧି ଲୁଚାଇ ରଖିଲେ ? ପକୃତରେ ସେ ଲତିଫ ନ ଆଉ କିଏ ?'' ଦେଖିବାକୁ ଗଲେ ଏମାନେ କେହି ସମାଜର ପକୃତ ଉଦ୍ଧାର ପାଇଁ ଚିନ୍ତିତ ନୁହନ୍ତି ,କେବଳ ନିଜର ସ୍ୱାର୍ଥକୁ ନେଇ ଚିନ୍ତିତ |


ବିଚାରପତି ଅଶୋକ କୁମାର ଆସି ନିଜ ଆସନରେ ବସିଲେ | ସରକାରୀ ଓକିଲ ଅରୁଣ ସାହୁ ଓ ଲତିଫର ଓକିଲ ପ୍ରଶାନ୍ତ ଦାସ ଉପସ୍ଥିତ ଅଛନ୍ତି | କିଛି ସମୟର ନୀରବତା ପରେ ବିଚାରପତି ଆଦେଶ ଦେଲେ ଶୁଣାଣି ଆରମ୍ଭ କରିବା ପାଇଁ | ପ୍ରଥମେ ସରକାରୀ ଓକିଲ ଅରୁଣ ବାବୁ ତାଙ୍କର ପକ୍ଷ ରଖିଲେ ଓ ସମସ୍ତ ଦଲିଲ ତା ସପକ୍ଷରେ ଜମା ଦେଲେ | ଅରୁଣ ବାବୁଙ୍କର ଦଲିଲ ରୁ ଜଣା ପଡୁଥିଲା ଲତିଫ ଗୋଟିଏ ବଡ଼ ଆତଙ୍କବାଦୀ ,ସେ ଇସଲାମ ଧର୍ମର ପ୍ରଚାର ପାଇଁ ଦେଶର ନ୍ୟାୟ ବ୍ୟବସ୍ଥାକୁ ହାତକୁ ନେଇ ଅନେକ ଧାନ ଜୀବନ ନଷ୍ଟ କରିଛି ,ସେ ଶତ୍ରୁ ଦେଶର ସହାୟତା କରି ଆମ ଦେଶରେ ଅଶାନ୍ତି ,ଅରାଜକତା ଖେଳାଇବାକୁ ଚକ୍ରାନ୍ତ କରିଛି ,ସେ କିଛି ବରିଷ୍ଠ ସରକାରୀ ଅଧିକାରୀଙ୍କ ହତ୍ୟା ଷଡଯନ୍ତ୍ରରେ ଲିପ୍ତ ଅଛି | କିନ୍ତୁ ଅରୁଣ ବାବୁ ଲତିଫର ଅନ୍ୟ କିଛି ନିଜସ୍ୱ ପରିଚୟ ଦେଇ ନପାରି କହିଥିଲେ ଯେ ଲତିଫ ଛଦ୍ମ ବେଶରେ ରହି ତାର ଅସଲି ପରିଚୟକୁ ଗୁପ୍ତ ରଖିଛି | ସେ ଗୋଟିଏ ମୁସଲମାନ ଧର୍ମର ହୋଇଥିବାରୁ ,କେହି ତା ବିଷୟରେ ସଠିକ ଭାବରେ କିଛି କହି ପାରୁ ନାହାନ୍ତି | ଏତିକି କହି ଅରୁଣ ବାବୁ ତାଙ୍କ ଯୁକ୍ତି କୁ ସମାପ୍ତ କଲେ | ତାପରେ ବିଚାରପତିଙ୍କ ନିର୍ଦେଶ ରେ ଲତିଫର ଓକିଲ ପ୍ରଶାନ୍ତ ବାବୁ ଉଠି ତାଙ୍କର ଯୁକ୍ତି ଉପସ୍ଥାନ କରିବାକୁ ଲାଗିଲେ | ସେ ପ୍ରଥମେ ଆରମ୍ଭ କଲେ ପ୍ରମାଣ କରିବାକୁ ଯେ ଲତିଫ ମୁସଲମାନ ନୁହେଁ ,ତେଣୁ ସେ ଇସଲାମର ପ୍ରଚାର ବା କାହିଁକି କରିବ ? ଏହା ଶୁଣି ବିଚାରପତି ବି ଆଶ୍ଚର୍ଯ୍ୟ ହେଇ ଲତିଫ କୁ ପଚାରିଲେ ,'' ଏହା କଣ ସତ୍ୟ ? ଯଦି ସତ୍ୟ ତେବେ ନିଜର ପକୃତ ପରିଚୟ ଓ ତାହାର ପ୍ରମାଣ ଦିଅ |'' ଲତିଫ ଟିକେ ସବୁ ଦିଗକୁ ଚାହିଁଲା ଓ ଅନୁରୋଧ କରି ବିଚାରପତିଙ୍କୁ କହିଲା ,'' ହଜୁର ,ମୁଁ ସବୁ ଆପଣଙ୍କୁ କହିବି ଓ ପ୍ରମାଣ ବି ଦେବି,କିନ୍ତୁ ମୋର ଅନୁରୋଧ ତା ଭିତରେ ମୋତେ କିଛି ଯେମିତି ପଚରା ନଯାଏ |ମୁଁ କହି ସାରିବା ପରେ ମୋତେ ଯାହା ପଚାରିବାର ଅଛି ସମସ୍ତେ ପଚାରି ପାରନ୍ତି |'' ବିଚାରପତି ଅଶୋକ କୁମାର ଲତିଫର ଏହି ଅନୁରୋଧ ସ୍ୱୀକାର କଲେ ଓ ତାକୁ କହିବାକୁ ଦେଲେ |


ଲତିଫ ଆରମ୍ଭ କଲା ତାହାର ନିଜ ପରିଚୟ |

'' ମୋର ପକୃତ ନାମ ହେଉଛି ଲଲାଟେନ୍ଦୁ ବିଶ୍ୱାସ | ମୋର ପିତାଙ୍କ ନାମ ସ୍ବର୍ଗୀୟ ଅମର ବିଶ୍ୱାସ ଓ ମାତାଙ୍କ ନାମ ସ୍ବର୍ଗୀୟ କମଳା ବିଶ୍ୱାସ | ମୋର ପିତା ଜଣେ ସରକାରୀ ଅଧ୍ୟାପକ ଥିଲେ ଓ ମାତା ଜଣେ ସମାଜ ସେବିକା | ଆମେ ସମସ୍ତେ ଏହି ସହର ବାସିନ୍ଦା ଥିଲୁ ଆଜିକୁ ଦୀର୍ଘ ୩୫ ବର୍ଷ ତଳେ | ଯେତେବେଳେ ମୋତେ ୧୦ ବର୍ଷ ବୟସ ସେତେବେଳେ ଏହି ସହରରେ ଗୋଟିଏ ବହୁତ ବଡ଼ ହିନ୍ଦୁ ମୁସଲମାନ ଦଙ୍ଗା ହୋଇଥିଲା | ମୋ ମାତା କମଳା ଦେବି ସବୁ ଧର୍ମର ଗରିବ ଲୋକ ମାନଙ୍କର ପିଲା ମାନଙ୍କୁ ଆମ ଘରେ ମାଗଣାରେ ଶିକ୍ଷା ଦେଉଥିଲେ ଓ ଗୋଟିଏ ବିଦ୍ୟାଳୟ ଖୋଲିଥିଲେ | ମୋର ପିତା ଅମର ବାବୁ ମଧ୍ୟ ସେହି ଶିକ୍ଷାଦାନରେ ମାତାଙ୍କୁ ସାହାଯ୍ୟ କରୁଥିଲେ | ସେମାଙ୍କ ସହିତ ଆଉ କିଛି ଶିକ୍ଷିତ ବ୍ୟକ୍ତି ,ରମେଶ ପ୍ରଧାନ ,ଶେଖ ଅବଦୁଲ ମଧ୍ୟ ଯୋଡି ହୋଇଥିଲେ | ସେହି ଦଙ୍ଗାରେ ସହରରେ ବହୁତ ସରକାରୀ ବେସରକାରୀ ସମ୍ପତି ଜାଳି ପୋଡି ଧ୍ବଂସ ହୋଇଗଲା | ଡରରେ ଆମ ଘରେ କିଛି ଗରିବ ନିଃସହାୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ର ଲୋକେ ଆଶ୍ରୟ ନେଇଥିଲେ | ମୋର ପିତା ମାତା ଏବଂ ତାଙ୍କର ସାଥି ମାନେ ସେମାନଙ୍କୁ ରକ୍ଷା କରୁଥିଲେ ଓ ସାହାରା ଦେଇଥିଲେ | ସେତିକି ବେଳେ କିଛି ସ୍ୱାର୍ଥପର ଅତ୍ୟାଚାରୀ ରାଜନୈତିକ ନେତା ,ପଦସ୍ଥ ଅଧିକାରୀ ଆସି ମୋର ପିତା ମାତା ଙ୍କୁ ବନ୍ଧୁକ ମୁନରେ ଧମକ ଦେଇ ସମସ୍ତ ଆଶ୍ରିତଙ୍କ ସେଠାରୁ ବିଦା କରିଦେବାକୁ କହିଥିଲେ | ସେମାନେ ସେହି ବନ୍ଧୁକ ମୁନରେ ଧମକାଇ ମୋର ପିତା ଓ ତାଙ୍କ ସାଥି ମାନଙ୍କୁ ବାନ୍ଧି ପକାଇ ମୋର ମାତା ଓ ଅନ୍ୟ କିଛି ମହିଳା ଙ୍କୁ ଦୁର୍ବ୍ୟବହାର କରିଥିଲେ | ସମସ୍ତ ଘଟଣା ମୋ ଆଖି ଆଗରେ ଘଟିଥିଲା ,ମୁଁ କିଛି କରିବାକୁ ଅସମର୍ଥ ଥିଲି କାରଣ ମୋତେ ମୋ ମା ଗମ୍ଭୀର ଘରେ ପୁରାଇ ବାହାରୁ ତାଲା ପକାଇ ଦେଇଥିଲେ | ଶେଷରେ ସେହି ରାକ୍ଷସ ମାନେ ସେଠାରୁ ଗଲେ ଓ ଆମ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ | ନିଆଁରେ ଜଳି ମୋ ମା ,ବନ୍ଧା ହୋଇଥିବା ମୋର ବାପା ଓ ତାଙ୍କ ସାଥି ମାନଙ୍କୁ ଖୋଲିବାକୁ ଚେଷ୍ଟା କଲେ |କିନ୍ତୁ କେବଳ ଅବଦୁଲ ଚାଚା ଙ୍କୁ ଖୋଲି ସେହିଠାରେ ଟଳି ପଡିଲେ | ଅବଦୁଲ ଚାଚା ବାପା ଓ ଅନ୍ୟ ମାନଙ୍କୁ ଖୋଲି ଦେଲେ ,କିନ୍ତୁ ସେମାନଙ୍କୁ ବଞ୍ଚାଇ ପାରିଲେ ନାହିଁ | ଶେଷରେ ମୋର ପାଟି ଶୁଣି ସେ ଗୋଟିଏ କମ୍ବଳ ନେଇ ,ତାଲା ଭାଙ୍ଗି ମୋତେ ଉଦ୍ଧାର କରି ସେଠାରୁ ଲୁଚି ପଳାଇଲେ | ମୋର ମନେ ଅଛି ଅବଦୁଲ ଚାଚା ଡରିକରି ନିଜ ଘରକୁ ବି ଗଲେ ନାହିଁ || ଆମେ ଦୁଇଜଣ ଏଇ ସହରର ମଶାଣି ପାଖରେ ପାଞ୍ଚ ଦିନ ଲୁଚି ରହିଲୁ ,ସେଠାରୁ ଶବ ପାଖରେ ରଖା ହୋଇଥିବା ଅର୍ଦ୍ଧ ଦଗ୍ଧ ଖାଦ୍ୟ ଖାଇ ଜୀବନ ରଖିଲୁ | ଲାଗୁଥାଏ ଯେମିତି ଆମ ଜୀବନଟା ସବୁବେଳେ ବନ୍ଧୁକ ମୁନ ଆଗରେ ଅଛି | ଦଙ୍ଗା ଶେଷ ହୋଇଯିବା ପରେ ,ଅବଦୁଲ ଚାଚା ତାଙ୍କ ଘରକୁ ମୋତେ ନେଇଗଲେ ,ସେଠାରେ ବି ସବୁ କିଛି ଜାଳି ପୋଡି ପାଉଁଶ ହେଇ ଯାଇଥିଲା | ଶେଷରେ ଅବଦୁଲ ଚାଚା ତାଙ୍କ ମା ଙ୍କର ଗହଣା ବାକ୍ସ ପାଇଲେ ଓ ଦେଖିଲେ ସେଠିଏ ଗହଣା ଅଛି | ସେ ମୋତେ ଧରି ସେହିଦିନ ଗହଣା ବିକ୍ରି କରି ଏହି ସହର ଛାଡି ଦେଲେ | ମୁଁ ତାଙ୍କ ସାଙ୍ଗରେ ଦିଲ୍ଲୀ ଚାଲିଗଲି | ସେଠାରେ ତାଙ୍କ ସାଙ୍ଗ ଅନିଲ କୁମାର ଜଣେ ବ୍ୟବସାୟୀ ଥିଲେ ,ଅବଦୁଲ ଚାଚା ତାଙ୍କୁ ସବୁ କଥା ଶୁଣାଇଲେ ଓ ସେ ଆମକୁ ଗୋଟିଏ ଘର ଭଡାରେ ଦେଲେ | ଯିବା ଆଗରୁ ଅବଦୁଲ ଚାଚା ମୋ ବିଦ୍ୟାଳୟରୁ ମୋର ସବୁ ପରିଚୟ ପତ୍ର ବିଦ୍ୟାଳୟ ଛାଡିବା ପତ୍ର ନେଇ ଯାଇଥିଲେ | ଯେଉଁଥିରେ ମୋର ଜନ୍ମ ତାରିଖ ,ପିତା ମାତାଙ୍କ ନାମ ଓ ଠିକଣା ଲେଖା ହୋଇଛି | ଦିଲ୍ଲୀ ରେ ଅବଦୁଲ ଚାଚା ଗୋଟିଏ ମୁସଲିମ ବିଦ୍ୟାଳୟରେ କିରାଣୀ ଚାକିରୀ ପାଇଗଲେ | ସେହି ବିଦ୍ୟାଳୟରେ ମୋତେ ପଢ଼ିବା ପାଇଁ ମୋର ନାମ ସେ ଶେଖ ଲତିଫ ବୋଲି କରିଦେଲେ | ସେ ବହୁତ କାନ୍ଦି କାନ୍ଦି କହିଥିଲେ ମୋତେ ଯେ ମୋତେ ପାଠ ପଢି ମଣିଷ ହେବାକୁ ଅଛି ନାମରୁ କଣ ମିଳିବ ଓ ସେ ବାଧ୍ୟ ହୋଇ ଏପରି କରିଛନ୍ତି | ମୁଁ ବୁଝି ପାରୁଥିଲି ତାଙ୍କର ବିବଶତା | କିନ୍ତୁ ମୁଁ ସବୁବେଳେ ସବୁ ହିନ୍ଦୁ ଢମାର ପାଳନ କରୁଥିଲି ଓ ଏବେ ଯାଏ ବି ହିନ୍ଦୁ ଦେବତାଙ୍କୁ ପୂଜା କରେ | ମୁଁ ଦିଲ୍ଲୀ ବିଶ୍ଵବିଦ୍ୟଳରୁ ପାଠ ପଢି ଏହି ସହରରେ ଅଧ୍ୟାପକ ଚାକିରୀ ପାଇଲି | ଯେଉଁଦିନ ଏହି ଖବର ଶୁଣାଇବାକୁ ମୁଁ ଅବଦୁଲ ଚାଚା ଙ୍କୁ ଯାଇଥିଲି ,ସେତେବେଳେ ତାଙ୍କୁ ପୋଲିସ ବାନ୍ଧି ନେଇ ଯାଉଥିଲା ଆତଙ୍କବାଦୀ ବୋଲି କହି | ମୁଁ କିଛି ଭାବି ପାରିଲି ନାହିଁ ,ସେତିକିବେଳେ ମୋତେ ତାଙ୍କର ବନ୍ଧୁ ଅନିଲ କୁମାର ମୋତେ କହିଲେ ଦିଲ୍ଲୀ ସହର ଛାଡି ଚାଲି ଯିବାକୁ | ମୁଁ ବହୁତ ଦୁଃଖରେ ଏହି ସହର ଆସି ଅଧ୍ୟାପକ ଚାକିରୀ କଲି | ଅବଦୁଲ ଚାଚା ଏବେବି କାରାଗାରରେ ଅଛନ୍ତି ,ତାଙ୍କ ବିଚାର ଦୀର୍ଘ 20 ବର୍ଷ ହେଇଗଲାଣି ,କାରଣ ତାଙ୍କ ବିରୁଦ୍ଧରେ ଆତଙ୍କବାଦୀର ପ୍ରମାଣ ମିଳୁ ନାହିଁ | ମୁଁ ତାଙ୍କ ପାଇଁ ଜଣେ ଓକିଲ ଙ୍କୁ ଏହି ୫ ବର୍ଷ ହେଲା ଦାଇତ୍ୱ ଦେଇଛି | ମୁଁ ବି ମୋ ମା ଙ୍କ ପରି ସବୁ ଧର୍ମର ଲୋକଙ୍କ ସେବାରେ ଲାଗିଥିଲି | ଏବେ ଯେଉଁ ଅଧିକାରୀଙ୍କ ହତ୍ୟା ଆରୋପ ମୋ ଉପରେ ଲାଗିଛି ,ମୁଁ ସେମାନଙ୍କୁ ବଞ୍ଚାଇବାକୁ ଯାଇଥିଲି ,ଯାହାର ପ୍ରମାଣ ହେଉଛି ମୁଁ ସେମାନଙ୍କୁ ମୋବାଇଲ ରେ ବାର୍ତ୍ତା ଦେଇଥିଲି ଯେ ତାଙ୍କ ଜୀବନ ପ୍ରତି ବିପଦ ଅଛି ଓ ସେମାନେ ସୁରକ୍ଷିତ ଜାଗାକୁ ଚାଲି ଯାଆନ୍ତୁ | ସେମାନେ ମୋତେ ମୁସଲମାନ ବୋଲି ଭାବି ବିଶ୍ୱାସ କଲେ ନାହିଁ | ତେଣୁ ବାଧ୍ୟ ହୋଇ ମୁଁ ଯାଇଥିଲି ତାଙ୍କୁ ବଞ୍ଚାଇବାକୁ | ତାଙ୍କ ଜୀବନ ନେଇଥିବା ଓ ଆତଙ୍କରାଜ ସୃଷ୍ଟି କରୁଥିବାର ବ୍ୟକ୍ତି କୌଣସି ଗୋଟିଏ ସମ୍ପ୍ରଦାୟର ନୁହନ୍ତି | ସେମାନେ ଉଭୟ ହିନ୍ଦୁ ଓ ମୁସଲମାନ | ଏହାର ସବୁ ପ୍ରମାଣ ତଥ୍ୟ ମୁଁ ସଂଗ୍ରହ କରିଥିଲି ମସଜିଦ ଭିତରୁ ଏବଂ ସେସବୁ ଆପଣଙ୍କୁ ମୋର ଓକିଲ ପ୍ରଶାନ୍ତ ବାବୁ ଦେବେ | ମୋତେ ସେଠାରେ କିଛି ପୋଲିସ ଅଧିକାରୀ ଦେଖି ଧରି ନେଇଥିଲେ ଓ ଲତିଫ ବୋଲି ଜାଣି ,ଆତଙ୍କବାଦୀର ନାମ ଦେଇଥିଲେ | ସେମାନଙ୍କ ଭିତରୁ କିଛି ଅଧିକାରୀ ବି ଏହି ହତ୍ୟା ଷଡଯନ୍ତ୍ର ଓ ଆତଙ୍କ ସହିତ ସମ୍ପୃକ୍ତ | ଆପଣ ସବୁ ଏବେ ନିଜେ ଦେଖନ୍ତୁ ଓ ବିଚାର କରନ୍ତୁ ଆତଙ୍କବାଦୀ କିଏ ?ଆପଣଙ୍କୁ ବହୁତ ଧନ୍ୟବାଦ |''


ବିଚାରପତି ଅଶୋକ କୁମାର ଲତିଫ ଓରଫ ଲଲାଟେନ୍ଦୁ ର ସମସ୍ତ ଦଲିଲ କୁ ଦେଖି ଥିଲେ | ସେ ଗୋଟିଏ ଅଡିଓ ଓ ଭିଡିଓ ମଧ୍ୟ ଦେଖିଲେ | ଯେଉଁଥିରୁ ପ୍ରମାଣ ମିଳୁଥିଲା ଯେ ଲତିଫ ର ପକୃତ ନାମ ଲଲାଟେନ୍ଦୁ ବିଶ୍ୱାସ ଓ ସେ ହିନ୍ଦୁ | ସେ କୌଣସି ହତ୍ୟା ବା ଆତଙ୍କ ସହିତ ଜଡିତ ନାହିଁ | ସେ ଜଣେ ଅଧ୍ୟାପକ ଓ ସମାଜ ସେବକ | କିଛି ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ନେତା ,ଅଧିକାରୀ ଏଥିରେ ସମ୍ପୃକ୍ତ ଅଛନ୍ତି |

ସେହରେ ବିଚାରପତି ତାଙ୍କ ରାୟ ଶୁଣାଇଲେ ,'' ଲତିଫ ପକୃତରେ ହିନ୍ଦୁ ଓ ତାର ନାମ ଲଲାଟେନ୍ଦୁ ବିଶ୍ୱାସ | ସେ ଜଣେ ଅଧ୍ୟାପକ ଓ ସମାଜସେବି | ମୃତ ଅଧିକାରୀଙ୍କୁ ବଞ୍ଚାଇବାକୁ ସବୁ ପ୍ରୟାସ କରି ସେ କେବଳ ତାଙ୍କର ମୁସଲମାନ ନାମ ପାଇଁ ମିଥ୍ୟାରେ ଆତଙ୍କବାଦୀ ବୋଲି ଘୋଷିତ ହୋଇଛନ୍ତି | ତନୁ ସମ୍ମାନର ସହିତ ଦୋଷମୁକ୍ତ କରା ଯାଉଛି | ପିଲାଦିନର ଘଟିଥିବା ତାଙ୍କ ପରିବାର ଓ ଅନ୍ୟମାନଙ୍କର ମୃତ୍ୟୁ ଓ ସେମାନଙ୍କ ପ୍ରତି ହୋଇଥିବା ଅମାନୁଷିକ ବ୍ୟବହାର୍ର ପୁଣି ତଦନ୍ତ ହେବ ଆବଶ୍ୟକ | ତାଙ୍କୁ ରକ୍ଷା କରି ,ପାଳି ପୋଷି ବଡ଼ କରିଥିବା ଶେଖ ଅବଦୁଲ କେବେ ଆତଙ୍କବାଦୀ ହେଇ ନପାରନ୍ତି | ସେ ମୁସଲମାନ ହୋଇ ସୁଦ୍ଧା ଜଣେ ହିନ୍ଦୁ ପିଲାକୁ ବଞ୍ଚାଇ ତାର ଭବିଷ୍ୟତ ଗଢ଼ିଛନ୍ତି | ତାଙ୍କୁ ମୁକ୍ତ କରାଯାଉ ସମ୍ମାନର ସହିତ | ସମସ୍ତ ଅଧିକାରୀ ,ସମାଜ ,ଗଣ ମାଧ୍ୟମ ଓ ପତ୍ରକାର ମାନଙ୍କୁ ଚେତାବନୀ ଏହି ଅଦାଲତ ଦେଉଛି ଯେ କେବଳ ନାମ ଦେଖି କାହାକୁ ଆତଙ୍କବାଦୀ ର ଆଖ୍ୟା ଦେବା ବହୁତ ଭୁଲ ଓ ସେଥିପାଇଁ ସେମାନେ ଲଲାତେନ୍ଦୁଙ୍କୁ କ୍ଷମା ମାଗିବା ଉଚିତ |ଭବିଷ୍ୟତରେ ଏପରି ଭୁଲ୍ର ଯେପରି ପୁନରାବୃତି ନହୁଏ |ଅଦାଲତ ଆଜି ପାଇଁ ଏଠାରେ ଶେଷ ହେଲା |''


ଶେଷରେ ଲତିଫ ଓରଫ ଲଲାଟେନ୍ଦୁ ସେଠାରୁ ବାହାରି ଆଜି ଚାଲିଲେ ନିଜ ଅବଦୁଲ ଚାଚା ଙ୍କୁ ଆଣିବାକୁ | ଆତଙ୍କବାଦୀର ଦାଗ ସବୁଦିନ ପାଇଁ ସେମାଙ୍କ ଦେହରୁ ଲିଭିଗଲା | ସବୁ ଗଣ ମାଧ୍ୟମ ଓ ସମ୍ବାଦପତ୍ର ଏବେ ଲଜ୍ଜ୍ୟାରେ ଖାଲି ଛୋଟ କ୍ଷମା ମାଗିବାକୁ ଲାଗିଲେ ଲଲାଟେନ୍ଦୁ ଙ୍କୁ |


Rate this content
Log in

Similar oriya story from Tragedy