Lokanath Rath

Tragedy Action Thriller

4.3  

Lokanath Rath

Tragedy Action Thriller

ମୂକ୍ତ ବିହଙ୍ଗ (ଭାଗ -ଅଠର )

ମୂକ୍ତ ବିହଙ୍ଗ (ଭାଗ -ଅଠର )

6 mins
303



ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ମାଧ୍ୟାନ୍ନ ଭୋଜନର ଆୟୋଜନ କରା ଯାଇଥିଲା | ସମସ୍ତେ ମାଧ୍ୟାନ୍ନ ଭୋଜନ କରି ସାରିବା ପରେ ଜିଲ୍ଲାପାଳ, ଅବିନାଶ ବାବୁ, ମୁଖ୍ୟ ଯନ୍ତ୍ରୀ, ଆରକ୍ଷୀ ଆନନ୍ଦ ବାବୁ ଓ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ ବାହାରିଲେ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚିବାକୁ | ମୁଖ୍ୟ ଯନ୍ତ୍ରୀ ଫୋନ କରି କନିଷ୍ଠ ଯନ୍ତ୍ରୀଙ୍କୁ କହିଲେ କାର୍ଯ୍ୟାଳୟରେ ରହିବାକୁ | ସେ ମଧ୍ୟ ତତ୍କାଳୀନ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଫୋନ କରି କହିଲେ ସେହି ସ୍ଥାନରେ ପହଞ୍ଚିବାକୁ, ଯିଏ ଏବେ ଅନ୍ୟ ଜାଗାକୁ ବଦଳି ହୋଇ ଯାଇଛନ୍ତି | ଆନନ୍ଦ ବାବୁ ଫୋନ କରି ସୁରକ୍ଷା ର ସମସ୍ତ ବନ୍ଦୋବସ୍ତ ର କଥା ବୁଝିଲେ | ସେ ମଧ୍ୟ ଆଉ ଗୋଟିଏ ସୁରକ୍ଷା କର୍ମୀ ଙ୍କ ଦଳକୁ ସାଙ୍ଗରେ ନେଇ ବାହାରିଲେ | ଆନନ୍ଦ ବାବୁ ଙ୍କୁ ଖବର ମିଳିଲା ଯେ ସେଠାରେ ବହୁତ ପତ୍ରକାର ଆସି ଭିଡ଼ କରିବାରେ ଲାଗି ଗଲେଣି | ସେମାନଙ୍କ ସହିତ ରାଜନୈତିକ ଦଳର ଲୋକେ ଆଉ ସେମାନଙ୍କ ସମର୍ଥକ କିଛି ଗୁଣ୍ଡା ସେଠାରେ ଏକଜୁଟ ହେବାରେ ଲାଗିଲେଣି | ଏହି ସବୁ ଶୁଣି ଆରକ୍ଷୀ ଆନନ୍ଦ ବାବୁ ଜିଲ୍ଲାପାଳ ଙ୍କୁ ଜଣାଇଲେ ଓ କହିଲେ, " ସାର ଆପଣ ମୋତେ ଆଦେଶ ଦେଲେ ମୁଁ ସେଠାରେ ଜମା ହୋଇଥିବା ଗୁଣ୍ଡା ମାନଙ୍କୁ ଆମେ ପହଞ୍ଚିବା ଆଗରୁ ଗିରଫ କରିବାର ଆଦେଶ ଦେବି |ଯାହାଦ୍ୱାରା ଗଣ୍ଡଗୋଳ ହେବାର ଆଶଙ୍କା କମିଯିବ |ବାକି ଜମା ହୋଇଥିବା ରାଜନୈତିକ ବ୍ୟକ୍ତି ଓ ପତ୍ରକାର ମାନଙ୍କୁ ସୁରକ୍ଷା କର୍ମୀ ଙ୍କ ଦ୍ୱାରା କିଛି ଦୂରରେ ରହିବାର ବ୍ୟବସ୍ଥା କରିବି |ଏହା ଦ୍ୱାରା ଆମ ଅନୁସନ୍ଧାନ କାର୍ଯ୍ୟରେ କିଛି ବାଧା ସୃଷ୍ଟି ହେବ ନାହିଁ |" ଆନନ୍ଦ ବାବୁଙ୍କ କଥା ଶୁଣି ଜିଲ୍ଲାପାଳ ସେଥିରେ ସମ୍ମତି ପ୍ରକାଶ କଲେ ଓ ଏହି ବିଷୟରେ ଫୋନ କରି ଅବିନାଶ ବାବୁଙ୍କୁ ଜଣାଇ ଦେଲେ | ଯେହେତୁ ସମସ୍ତେ ନିଜ ନିଜର ସରକାରୀ ଗାଡ଼ିରେ ଯାଉଥିଲେ, ସେଥିପାଇଁ ଫୋନ ମାଧ୍ୟମରେ କଥା ହୋଇ ଏହି ସବୁ କରାଇ ନେଉଥିଲେ | ଅବିନାଶ ବାବୁଙ୍କର ମନେ ପଡିଗଲା ବିକାଶ ବାବୁଙ୍କ କଥା | ତାଙ୍କ ଗାଁ ପାଖ ହରିଜନ ବସ୍ତିରେ ମାନସର ଆଡ୍ଡା ଓ ଗୁଣ୍ଡା ମାନଙ୍କର ଗୁପ୍ତ ମନ୍ତ୍ରଣା ର ମୁଖ୍ୟ ଜାଗା ବୋଲି | ତୁରନ୍ତ ଅବିନାଶ ବାବୁ ଫୋନ କରି ଆନନ୍ଦ ବାବୁଙ୍କୁ ଏହି ବିଷୟରେ ଜଣାଇଲେ |ଆନନ୍ଦ ବାବୁ କହିଲେ, "ସାର ଆପଣ ବହୁତ ଦରକାରି କଥା କହିଲେ | ମୁଁ ଏବେ ଆମ ସେଠିକାର ପୋଲିସ ଅଧିକାରୀ ଙ୍କୁ କହୁଛି ସେହି ହରିଜନ ବସ୍ତି କୁ ଯାଇ ମାନସ ସହିତ ସମସ୍ତ ଗୁଣ୍ଡା ଓ କାର୍ଯ୍ୟକର୍ତ୍ତା ଙ୍କୁ ଅଟକ କରି ରଖିବାକୁ | ଯାହାଦ୍ୱାରା ଆମ କାର୍ଯ୍ୟ ବହୁତ ସହଜ ଓ ସୁବିଧାରେ ହୋଇଯିବ | ଆପଣ ନିଶ୍ଚିନ୍ତ ହୋଇ ଯାଆନ୍ତୁ |ସେ ବିଷୟରେ କିଛି ଚିନ୍ତା କରନ୍ତୁ ନାହିଁ |ହଁ ଆପଣଙ୍କ ଶାଶୁ ଓ ଶ୍ୱଶୁର ସୁରକ୍ଷିତ ଭାବେ ଆପଣଙ୍କ ଘରେ ପହଞ୍ଚି ଯାଇଛନ୍ତି ବୋଲି ମୋତେ ଫୋନ କରି ତାଙ୍କୁ ନେଇକରି ଯାଇଥିବା ଅଧିକାରୀ ଏବେ ଫୋନ କରି ଜଣାଇଲେ | ଆପଣ ଏବେ ଆପଣଙ୍କ ଅନୁସନ୍ଧାନ କାର୍ଯ୍ୟ ସମ୍ବନ୍ଧରେ ଯାହା କରିବା କଥା ସେଥିରେ ଆରାମରେ ଧ୍ୟାନ ଦିଅନ୍ତୁ |ଶୃଙ୍ଖଳା ର ଦାଇତ୍ୱ ମୋ ଉପରେ ଛାଡି ଦିଅନ୍ତୁ | "ଏତକ କହି ଆନନ୍ଦ ବାବୁ ଫୋନ ରଖିଦେଲେ | ଅବିନାଶ ମଧ୍ୟ ବିକାଶ ବାବୁ ଓ ସୁଜାତା ଦେବି ପହଞ୍ଚି ଯିବାର ଖବର ପାଇ ଟିକେ ଚିନ୍ତା ମୂକ୍ତ ହେଲେ | ତଥାପି ସେ ଭାବୁଥିଲେ ଯେ ମମତା କଣ ପାଇଁ ତାଙ୍କ ଫୋନ ର ଉତ୍ତର ଦେଲେ ନାହିଁ ? ତାଙ୍କୁ ସନ୍ଦେହ ହେଲା ଯେ ବୋଧହୁଏ ଆଉ କିଛି ଅଘଟଣ ଘଟିଲା | ବିଭିନ୍ନ ପ୍ରକାରର ଚିନ୍ତା ମୁଣ୍ଡରେ ଗୁଡେଇ ତୁଡେଇ ହୋଉ ମନକୁ ଘାଣ୍ଟିବାରେ ଲାଗିଲେ | ସେ ତାଙ୍କ ଫୋନ କୁ ଚାହିଁ କିଛି ଭାବିବାରେ ଲାଗିଲେ |


ଠିକ ସେତିକିବେଳେ ଅବିନାଶ ଙ୍କ ଫୋନ ଘଣ୍ଟି ବାଜିଲା ଓ ସେ ଦେଖିଲେ ମମତାଙ୍କ ଫୋନ | ତୁରନ୍ତ ସେ ଫୋନ ଉଠାଇଲେ | ଅବିନାଶ କିଛି କହିବା ଆଗରୁ ମମତା କହିଲେ, "ତୁମେ ଯେତେ ବେଳେ ଫୋନ କରିଥିଲ ମୁଁ ମା ପାଖରେ ଥିଲି | ଯେତେବେଳେ ବାପା ଓ ମା ଆସି ଘରେ ପହଞ୍ଚିଲେ, ଠିକ ସେତିକିବେଳେ ମୁଁ ମଧ୍ୟ ଆସି ଘରେ ପହଞ୍ଚିଲି | ସେମାନଙ୍କୁ ତାଙ୍କ କୋଠରୀ ରେ ଛାଡି ମୁଁ ଯେତେବେଳେ ଗୋଡ଼ ହାତ ଧୋଇବାକୁ ଗଲି, ସେତିକିବେଳେ ମୋ ଭାଇ ମାନସ ର ଫୋନ ମା କୁ ଆସିଲା |ସେ ମା କୁ ବହୁତ କିଛି କଥା କହିଗଲା ଓ ଧମକ ମଧ୍ୟ ଦେଲା | ସେସବୁ ଶୁଣି ମା ହଟାତ ବେହୋସ ହୋଇଗଲା |ବାପାଙ୍କ ଡ଼ାକ ଶୁଣି ମୁଁ ଦୌଡ଼ି କରି ଗଲି |ମୋ ଫୋନ କୁ ନେବାକୁ ଭୁଲି ଯାଇଥିଲି ଯେଉଁଟା ଖଟ ଉପରେ ମୁଁ ରଖିଥିଲି |ମୁଁ ଓ ବାପା ମିଶି ମା ଉପରେ ପାଣି ଛିଞ୍ଚି ତାକୁ ଠିକ କରାଇଲୁ | ସେ ବହୁତ କାନ୍ଦିବାରେ ଲାଗିଲା | ତାକୁ ବୁଝାଇବା ପରେ ସେ କହିଲା ଯେ ମାନସ ଭାଇ ତୁମ ଉପରେ ଆକ୍ରମଣ କରିବାର ଯୋଜନା କରୁଛି ଓ ସେଠାରେ ସବୁ ବ୍ୟବସ୍ଥା କରିଛି | ତୁମେ ଏବେ କେଉଁଠି ? ମାନସ ଭାଇ ବହୁତ ଏବେ ନଷ୍ଟ ହୋଇ ଗଲାଣି |ସେ କିଛି ବି କରିପାରେ | ସେ କିନ୍ତୁ ତାର ଯୋଜନା ବିଷୟରେ କିଛି କହିଲା ନାହିଁ | ମୋତେ ବି ଡର ଲାଗୁଛି |ବାପା ଓ ମା ଉଭୟ ବହୁତ ଡରି ଯାଇଛନ୍ତି | ବହୁତ ସାବଧାନ ରେ ରହିବ | ସେ ମନ୍ତ୍ରୀ ବିକ୍ରମ ସହିତ ବହୁତ ଗୁଣ୍ଡା ଅଛନ୍ତି | ସେମାନେ ସେଠାରେ ଆତଙ୍କ ସୃଷ୍ଟି କରାଇ ପାରନ୍ତି | ମୋତେ କିଛି ବୁଦ୍ଧି ଦିଶୁ ନାହିଁ |"ଏତକ କହି ମମତା ବି ବହୁତ ବ୍ୟସ୍ତ ହୋଇ ପଡିଲେ ଓ ଟିକେ କାନ୍ଦିବାକୁ ଲାଗିଲେ | ଅବିନାଶ ଏହା ଜାଣିପାରି କହିଲେ, "ମମତା ତୁମେମାନେ ଆଦୌ ବ୍ୟସ୍ତ ହୁଅ ନାହିଁ |ସେଠାରେ ସବୁ ସୁରକ୍ଷା ର କଡା ବନ୍ଦୋବସ୍ତ କରା ଯାଇଛି | କିଛି ଅଘଟଣ ଘଟିବ ନାହିଁ |ତୁମେ ବାପା ଓ ମା ଙ୍କର ଯତ୍ନ ନିଅ |ହଁ, ଆକାଶ ଓ ଆରତୀ ଙ୍କୁ ଆଣିବାକୁ ଆମ ଗାଡି ସହିତ ସୁରକ୍ଷା କର୍ମୀ ଯିବେ | ଏବେ ତୁମେ ସବୁ ଧର୍ଯ୍ୟ ଧରି ରୁହ |ମୁଁ ଏବେ ରାସ୍ତାରେ ଅଛି | ଅଳ୍ପ ସମୟ ଭିତରେ ସେହି ଜାଗାରେ ଆମେ ପହଞ୍ଚି ଯିବୁ | ମୁଁ ଏବେ ଫୋନ ରଖୁଛି | " ଏତକ କହି ଅବିନାଶ ବାବୁ ଫୋନ କାଟିଦେଲେ | ସେ ତୁରନ୍ତ ଫୋନ କରି ଆରକ୍ଷୀ ଆନନ୍ଦ ବାବୁଙ୍କୁ ମାନସ ବିଷୟରେ କହିଲେ | ତାପରେ ସେ ଜିଲ୍ଲାପାଳ ଙ୍କୁ ଫୋନ କରି ସତର୍କତା ଅବଲମ୍ବନ କରିବାକୁ କହିଲେ | ମନେ ମନେ ଅବିନାଶ ବାବୁ ଭାବିବାକୁ ଲାଗିଲେ ମାନସ ର କଣ ଯୋଜନା ହୋଇ ପାରିଥିବ | ଏତିକି ସମୟ ଭିତରେ ଅବିନାଶ ବାବୁ ଦେଖିଲେ ତାଙ୍କ ଗାଡି ସେହି ଘଟଣା ସ୍ଥଳ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ପହଞ୍ଚି ଗଲାଣି | ସବା ଆଗରେ ଆନନ୍ଦ ବାବୁଙ୍କ ଗାଡି, ତା ପଛରେ ଅଵିନାଶଙ୍କ ଗାଡି, ତାଙ୍କ ଗାଡି ପଛରେ ଜିଲ୍ଲାପାଳ ଙ୍କ ଗାଡି, ଜିଲ୍ଲାପାଳ ଙ୍କ ପଛରେ ମୁଖ୍ୟଯନ୍ତ୍ରୀ ଙ୍କ ଗାଡି, ସେ ଗାଡି ପଛରେ ଦୁର୍ନୀତି ନିବାରଣ ଅଧିକାରୀ ଙ୍କ ଗାଡି ଓ ଶେଷରେ ଏକ ସୁରକ୍ଷା କର୍ମୀ ଦଳ ଙ୍କ ଗାଡି | ହଟାତ ଆରକ୍ଷୀ ଆନନ୍ଦ ବାବୁଙ୍କ ଗାଡି ଅଟକି ଗଲା ଓ ଅନ୍ୟ ସବୁ ଗାଡି କୁ ରହିବାକୁ ଆନନ୍ଦ ବାବୁ କହିଲେ |ଆନନ୍ଦ ବାବୁ ସମସ୍ତଙ୍କୁ ଗାଡି ଭିତରେ ବସି ରହିବାକୁ କହିଲେ | ଦେଖୁ ଦେଖୁ ସମସ୍ତଙ୍କ ଗାଡି କୁ ସୁରକ୍ଷା କର୍ମୀ ଘେରି ସୁରକ୍ଷା ଦେବା ପାଇଁ ପହଞ୍ଚି ଗଲେ | ସେତିକି ବେଳେ ଆନନ୍ଦ ବାବୁ ଫୋନ କରି ଅବିନାଶ ବାବୁଙ୍କୁ କହିଲେ, " ସାର ଏବେ ଟିକେ ଅପେକ୍ଷା କରନ୍ତୁ | ଆମ ବୋମା ନିୟନ୍ତ୍ରଣ କରିବା ଦଳ ସବୁ ନିରୀକ୍ଷଣ କରୁଛନ୍ତି | ସେମାନେ ଦୁଇଟି ଜୀବନ୍ତ ବୋମା କୁ ନିଷ୍କ୍ରିୟ କରି ଦେଇଛନ୍ତି | ଏବେ ସବୁ ଜାଗା ନିରୀକ୍ଷଣ କରି ସାରିବା ପରେ ଆମେ ଆଗକୁ ବଢିବା | ଆମ ପୋଲିସ ଅଧିକାରୀ ଏବେ ମାନସ ସହିତ ଦଶ ଜଣ ଙ୍କୁ ଆୟତ୍ତ କରି ସେହି ଜାଗାରୁ ଥାନା କୁ ନେଇ ସାରିଛନ୍ତି |ତାଙ୍କ ସମସ୍ତଙ୍କ ଫୋନ ମଧ୍ୟ ଜବତ କରି ନେଇଛନ୍ତି | ସେହି ହରିଜନ ବସ୍ତିରେ ଆମ ସୁରକ୍ଷା କର୍ମୀ ଏବେ ପହରା ଦେଉଛନ୍ତି |ଘଟଣା ସ୍ଥଳରେ ଥିବା ପାଞ୍ଚ ଜଣ ଗୁଣ୍ଡାଙ୍କ ଆମ ପୋଲିସ ଗିରଫ କରିଛି |ତାଙ୍କ ପାଖରୁ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ କରା ଯାଇଛି | ଏବେ ସେହି ଜାଗାରୁ ରାଜନୈତିକ ଦଳର ନେତାମାନେ ଛତ୍ରଭଙ୍ଗ ଦେବା ଆରମ୍ଭ କଲେଣି | ମିଡ଼ିଆ ବି ଏହି ସବୁର ସିଧା ପ୍ରସାରଣ କରୁଛି | ନିଶ୍ଚୟ ଏବେ ମନ୍ତ୍ରୀ ବିକ୍ରମର ଫୋନ ଆସିପାରେ | ଆପଣ ସବୁ କିଛି ସୁରକ୍ଷା ପାଇଁ କରା ଯାଇଛି ବୋଲି କହିଦେବେ |ମୁଁ ଏହି ବିଷୟରେ ଜିଲ୍ଲାପାଳଙ୍କୁ ବି ଅବଗତ କରାଇ ଦେଇଛି | " ଆନନ୍ଦ ବାବୁଙ୍କ ଠାରୁ ଏତକ ଶୁଣି ଅବିନାଶ ବହୁତ ବିବ୍ରତ ହୋଇ ପଡିଲେ | ମାନସ ଏତେ ତଳକୁ ଖସି ଯିବ ବୋଲି ସେ କେବେ ଚିନ୍ତା କରି ନଥିଲେ | ଏହି ନେତା ମାନେ ଏତେ ଦୁର୍ନୀତିଖୋର ହେଇ ଗଲେଣି ଯେ ଆତଙ୍କବାଦୀ ଙ୍କ ପରି କାମ କରିବାକୁ ପଛାଉ ନାହାନ୍ତି | ଠିକ ସେତିକି ବେଳ ଅବିନାଶ ବାବୁଙ୍କ ଫୋନ ର ଘଣ୍ଟି ବାଜିଲା | ସେ ଫୋନ ଉଠାଇଲେ | ଫୋନ କରିଥିବା ବ୍ୟକ୍ତି କହିଲେ ଯେ ସେ ମନ୍ତ୍ରୀ ବିକ୍ରମ ଙ୍କ ନିଜସ୍ୱ ଉପଦେଷ୍ଟା ଓ ମନ୍ତ୍ରୀ ତାଙ୍କ ସହିତ କଥା ହେବେ | ଏତକ କହି ସାରିବା ପରେ ମନ୍ତ୍ରୀ ବିକ୍ରମ କହିବାକୁ ଲାଗିଲେ, " ସେଠାରେ ସବୁ କଣ ହେଉଛି ? ବିନା କିଛି କାରଣ ନିର୍ଦୋଷ ଲୋକଙ୍କୁ ପୋଲିସ ଗିରଫ କରୁଛି କାହିଁକି ? ଆମ ଦଳର ନେତାଙ୍କୁ ବି କାହିଁକି ଗିରଫ କରି ଅଟକ ରଖା ଯାଇଛି ? ଆପଣ ସେଠାରେ ଅନୁସନ୍ଧାନ କରିବାକୁ ଯାଇଛନ୍ତି ନା ଆଉ କିଛି କରିବାକୁ ଯାଇଛନ୍ତି ? ଆପଣଙ୍କୁ ଏହାର ଉତ୍ତର ଦେବାକୁ ହେବ |" ମନ୍ତ୍ରୀ ବିକ୍ରମର କଥା ଶୁଣି ଅବିନାଶ ଉତ୍ତର ଦେଲେ, " ଆଜ୍ଞା ଆମେ ଏହି ଜାଗାକୁ ଅନୁସନ୍ଧାନ କରିବାକୁ ଆସିଛୁ | ଯେହେତୁ ଏଠାରେ ଗଣ୍ଡଗୋଳ ହେବାର ଆଶଙ୍କା ଥିଲା, ସୁରକ୍ଷା ପାଇଁ ଓ ସମସ୍ତଙ୍କ ମଙ୍ଗଳ ପାଇଁ ଏହା କରା ଯାଇଛି | ଆମ କାର୍ଯ୍ୟ ସରିଗଲା ପରେ ପୋଲିସ ଯେଉଁମାନେ ନିର୍ଦୋଷ, ସେମାନଙ୍କୁ ନିଶ୍ଚୟ ଛାଡି ଦେବ | ଆପଣ ନିଶ୍ଚିନ୍ତ ରୁହନ୍ତୁ |ଆମ ଉପରେ ଭରୋସା ରଖନ୍ତୁ |" ଅବିନାଶ ଙ୍କ କଥା ଶୁଣି ମନ୍ତ୍ରୀ ବିକ୍ରମ ରାଗମିଶା ଶାନ୍ତ ସ୍ୱର ରେ କହିଲା, "ଠିକ ଅଛି | କିନ୍ତୁ ଯେପରି କାହାକୁ କିଛି ଦୁର୍ବ୍ୟବହାର କରା ନଯାଏ |" ଏତିକିରେ ଫୋନ କଟିଗଲା | ଅବିନାଶ ମନ୍ତ୍ରୀ ବିକ୍ରମ ସହିତ ହୋଇଥିବା ସମସ୍ତ ବାର୍ତ୍ତାଳାପ କୁ ରେକର୍ଡ କରି ନେଇଥିଲେ | 


ଠିକ ସେତିକିବେଳେ ଆନନ୍ଦ ବାବୁଙ୍କ ଫୋନ ଆସିଲା ଓ ସେ ଅଵିନାଶଙ୍କୁ କହିଲେ, " ସାର, ସମସ୍ତ ଜୀବନ୍ତ ବୋମା କୁ ନିଷ୍କ୍ରିୟ କରି ଦିଆ ଯାଇଛି | ଏବେ ଆମେ ସେହି ଜାଗାକୁ ଯାଇ ଶୀଘ୍ର କାମ ସାରି ଫେରିଯିବା |" ଅବିନାଶ ତାଙ୍କ କଥାରେ ରାଜି ହୋଇ ଆଗକୁ ବଢିଲେ | ମନ ଭିତରେ ବହୁତ ପ୍ରଶ୍ନ ଲହଡି ମାରି ଖେଳୁଥାନ୍ତି | ଆଜିର ଏହି କାର୍ୟ୍ଯ ସମାପ୍ତ ହେବା ପରେ ନିଶ୍ଚୟ ସେହି ପ୍ରଶ୍ନ ସବୁର ଉତ୍ତର ମିଳିଯିବ | ସବୁ ଦ୍ଵନ୍ଦ ର ସମାଧାନ ହେବାର ମାର୍ଗ ଖୋଲି ଯିବ ଓ ଏହି ଯେତେ ସବୁ ଅଶାନ୍ତ ଭାବନା ମୂକ୍ତ ହୋଇ ମୁକ୍ତ ବିହଙ୍ଗ ପରି ଉଡିଯିବେ | ଏହା ଭାବି ଅବିନାଶ ତାଙ୍କ ଗାଡି କୁ ଆଗକୁ ବଢାଇବାକୁ କହିଲେ |


Rate this content
Log in

Similar oriya story from Tragedy