Lokanath Rath

Action Classics Thriller

4.4  

Lokanath Rath

Action Classics Thriller

ମୂକ୍ତ ବିହଙ୍ଗ (ଭାଗ -ପଚିଶ )

ମୂକ୍ତ ବିହଙ୍ଗ (ଭାଗ -ପଚିଶ )

6 mins
334


ଅବିନାଶ ବାବୁ ଟିକେ ଆଶ୍ୱସ୍ତ ହେଲେ ଯେ ଆନନ୍ଦ ବାବୁ ତାଙ୍କ କାର୍ଯ୍ୟରେ ସଫଳ ହୋଇ ଏବେ ଫେରୁଛନ୍ତି | ସେ ମମତା ଙ୍କୁ ଫୋନ କଲେ ଓ କହିଲେ, " ଏବେ ଏହି ଅନୁସନ୍ଧାନର କାର୍ଯ୍ୟ ପ୍ରାୟ ଶେଷ ହୋଇଗଲା | ଦିନେ ଦୁଇଦିନ ମଧ୍ୟରେ ସବୁ ବିବରଣୀ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରି ଙ୍କୁ ଦିଆଯିବ | ସବୁ ଅପରାଧୀ ଙ୍କୁ ଉଚିତ ଶାସ୍ତି ଦେବାର ପୁରା ଚେଷ୍ଟା କରାଯିବ | ତୁମେ ସବୁ ଠିକ ଅଛ ତ ? ତୁମ ର ସବୁ କାର୍ଯ୍ୟ କେତେ ଦୂର ଆଗେଇଲା ? ଏବେ ତୁମକୁ ସାହାଯ୍ୟ କରିବାକୁ ସମୀର ଭାଇ, ବାପା ଓ ମା ଅଛନ୍ତି | ସବୁ କିଛି ଠିକ ଭାବରେ ହେବ | ଏବେ ଆତଙ୍କ, ଗୁଣ୍ଡାରାଜ ଓ ଦୁର୍ନୀତି କୁ ଶେଷ କରି ଅପରାଧୀ ମାନଙ୍କୁ କଠୋର ଦଣ୍ଡ ଦେଲେ ଏହି ସମାଜରେ କିଛି ପରିବର୍ତ୍ତନ ଆସିବ | ଅବଶ୍ୟ ସମାଜର ଉଦ୍ଧାର ପାଇଁ କାମ କଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ଓ ତ୍ୟାଗ କରିବାକୁ ହୋଇ ଥାଏ | ମୁଁ ସେସବୁ ନିଜେ ଅଙ୍ଗେ ଲିଭେଇଛି | ତୁମେ ସମସ୍ତ ଙ୍କ ଯତ୍ନ ନେବା ସହିତ ନିଜର ଯତ୍ନ ନେଉଥିବ |ଖୁବ ଶୀଘ୍ର ମୁଁ ଘରକୁ ଫେରିବି |" ମମତା ସବୁ ଶୁଣି ଗଲେ ଓ କହିଲେ, " ସବୁ କାମ ଠିକ ଭାବରେ ଚାଲିଛି | ଆମେ ସମସ୍ତେ ଭଲରେ ଅଛୁ | ତୁମେ ତୁମ କାର୍ଯ୍ୟରେ ସଫଳ ହେବ ବୋଲି ମୁଁ ଜାଣେ | ନିଜର ଯତ୍ନ ନେଉଥିବ ଓ ସତର୍କ ରହିଥିବ | ଆମ ବିଷୟରେ ଚିନ୍ତା କର ନାହିଁ | ଏବେ ରାତି ୯ ଟା ବାଜିଲାଣି | ଖାଇବା ଖସି ଟିକେ ବିଶ୍ରାମ ନିଅ | ମୁଁ ଫୋନ ରଖୁଛି |" ତାପରେ ଉଭୟ ଫୋନ ରଖି ଦେଲେ | ଅବିନାଶ ବାବୁ ଖାଇବା ପାଇଁ ବସିଲା ବେଳେ ଆନନ୍ଦ ବାବୁ ଙ୍କ ଫୋନ ଆସିଲା | ସେ ଅବିନାଶ ବାବୁ ଙ୍କୁ କହିଲେ, " ସାର ଆମେ ସମସ୍ତେ ଆସି ପହଞ୍ଚି ଯାଇଛୁ | ଏବେ ଖାଇବା ସାରି ମୁଁ ପୃଥକ ଭାବେ ଅଲେଖ ଓ ବିକ୍ରମର ଉପଦେଷ୍ଟା କୁ ପଚାରି ଆଜି ରାତି ସୁଦ୍ଧା କଥା ବାହାର କରି ଦେବି | ଆସନ୍ତା ଦିନେ ଦୁଇଦିନ ସୁଦ୍ଧା ଏମାନଙ୍କ ସହିତ ମାନସ, ତାର ସହଯୋଗୀ ଓ ସେହି ବିସ୍ପୋରଣକାରୀ ଗୁଣ୍ଡା ମାନଙ୍କ ଆମର ସମସ୍ତ ବିବରଣୀ ସହିତ କଚେରୀ ରେ ପ୍ରସ୍ତୁତ କରିବାକୁ ହେବ | ଆମ ସରକାରୀ ଓକିଲଙ୍କ ଦ୍ୱାରା ଶୀଘ୍ର ହୋଉ ପାରିବ ନାହିଁ | ଆପଣ ଯଦି କାଲି ସୁଦ୍ଧା ଅନ୍ୟ ବିବରଣୀ ସହିତ ଆପଣଙ୍କ ସୁପାରିଶ ମୁଖ୍ୟମନ୍ତ୍ରୀ ଙ୍କୁ ଦେଇ ସ୍ୱତନ୍ତ୍ର ବରିଷ୍ଠ ଓକିଲ ନିଯୁକ୍ତି ପାଇଁ ଅନୁମତି ନେଇ ପାରନ୍ତି, ତେବେ ସୁବିଧା ହୁଅନ୍ତା |" 

ଆନନ୍ଦ ବାବୁଙ୍କ କଥା ଶୁଣି ଅବିନାଶ ବାବୁ କହିଲେ, " ଆପଣ ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ | ମୁଁ ଆପଣଙ୍କ ଗୁଇନ୍ଦାବିଭାଗ, ଆପଣଙ୍କ ସ୍ୱତନ୍ତ୍ର ଦଳ, ଦୁର୍ନୀତି ନିବାରଣ ବିଭାଗ, ମୁଖ୍ୟ ଯନ୍ତ୍ରୀ, ଏ ସମସ୍ତଙ୍କ ବିବରଣୀ କୁ ନେଇ ମୋର ସ୍ୱତନ୍ତ୍ର ବିବରଣୀ ପ୍ରସ୍ତୁତ କରି ସାରିଛି | ଏବେ ଆପଣ ଏହି ଦୁଇଜଣ ଙ୍କ ଠାରୁ କଥା ଆଦାୟ କରି ମୋତେ ବିବରଣୀ ଦେଲେ, ମୁଁ ତାକୁ ଯୋଡି ମୋର ଏକ ସମ୍ପୂର୍ଣ ବିବରଣୀ ସହିତ ବିକ୍ରମ ଉପରେ କଠୋର ପଦକ୍ଷେପ ନେବା ପାଇଁ ମୋର ସୁପାରିଶ ଦେଇ ପାରିବି | ଯଦି ବିକ୍ରମ କୁ ଆଇନ ହିସାବରେ ଉଚିତ ଦଣ୍ଡ ନ ମିଳେ, ତେବେ ସେ ବହୁତ କିଛି ଗଣ୍ଡଗୋଳ କରି ପାରେ | ତାକୁ ଗିରଫ କରିବା ପାଇଁ ଆମ ପାଖରେ ବହୁତ ପ୍ରମାଣ ଅଛି, କିନ୍ତୁ ଏହି ଦୁଇ ଜଣଙ୍କ ବୟାନ କୁ ଟା ସହିତ ଯୋଡି ଦେଇ ପାରିଲେ ତାହା ବହୁତ ବଳିଷ୍ଠ ହେବ | ବିକ୍ରମ ମନ୍ତ୍ରୀ ପଦ ହରାଇବା ସହିତ କଠୋର ଦଣ୍ଡ ପାଇବା ପାଇଁ ଆଇନ ପାଇଁ ସୁବିଧା ହେବ | ଆପଣ ମୋତେ ଆସନ୍ତା କାଲି ଦିନ ଦଶଟା ସୁଦ୍ଧା ଜଣାଇଲେ, ମୁଁ ଆପଣଙ୍କୁ ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ଜଣାଇବି | ଏବେ ଆପଣ ଖାଇ ନିଅନ୍ତୁ, ମୁଁ ବି ଖାଇ ନେଉଛି |" ଏତିକି କଥା ହେଇ ସାରିବା ପରେ ଉଭୟ ଫୋନ ରଖି ଦେଲେ ଓ ନିଜର ଭୋଜନ କରିବା ଆରମ୍ଭ କରି ଦେଲେ |

ବିକ୍ରମ ନିଜର ପୃଥକ ଫୋନ କୁ ନେଇ ଉଭୟ ଅଲେଖ ଓ ତାର ଉପଦେଷ୍ଟା ଙ୍କୁ ବାରମ୍ବାର ଫୋନ କରି ଯାଉଛି, କିନ୍ତୁ ଫୋନ ଲାଗୁ ନାହିଁ | ସେ ଭାବିଲା ବୋଧ ହୁଏ କିଛି ଅସୁବିଧା ହୋଇଛି | କିନ୍ତୁ ଜାଣିବା ପାଇଁ କଣ କରିବ ଭାବିବାରେ ଲାଗିଲା | ଏପଟେ ସେହି ଜଳ ଯୋଗାଣ କେନ୍ଦ୍ର ର ଦୁର୍ଘଟଣା ଓ ସେଠାରୁ ଜୀବନ୍ତ ବୋମା ଜବତ ହେବା ପରେ, ମୁଖ୍ୟମନ୍ତ୍ରୀ ବିକ୍ରମ କୁ କଡା ପୋଲିସ ସୁରକ୍ଷା ମଧ୍ୟରେ ରଖିଛନ୍ତି | କେହି ତାର ଅପରାଧିକ ସହଯୋଗୀ ଙ୍କୁ ଡକାଇ କାମରେ ଲଗାଇବା ସମ୍ଭବ ନୁହେଁ | କାହାକୁ ଫୋନ କରିବା ବି ବଡ଼ କଷ୍ଟକର | ବହୁତ ଚିନ୍ତିତ ହୋଇ ପଡିଲା ବିକ୍ରମ | ଯେଉଁ ଓକିଲ ମାନଙ୍କୁ ସେ ପରୋକ୍ଷ ଭାବେ ଯୋଗା ଯୋଗ କରିଥିଲା ତାର ଲୋକ ମାନଙ୍କୁ ମୁକୁଳାଇବା ପାଇଁ, ଏବେ ସୁଦ୍ଧା ମାତ୍ର ଜଣେ ଓକିଲ ରାଜି ହୋଇଛନ୍ତି | ବିକ୍ରମ ବଡ଼ ବିଚଳିତ ହୋଇ ପଡିଲା |ରାତି ବି ବଢ଼ିବାରେ ଲାଗିଥାଏ | ରାତି ପ୍ରାୟ ଏଗାରଟା ବେଳେ ବିକ୍ରମ ଭାବିଲା ଆଉ ଥରେ ସେ ଫୋନ କରିବ ଅଲେଖ କୁ |

ସେତେବେଳକୁ ଆନନ୍ଦ ବାବୁ ଅଲେଖକୁ ତାଙ୍କ ନିଜ ଉପାୟରେ ପ୍ରାୟ କାବୁ କରି ନେଇଥିଲେ | ସେ ଅଲେଖ କୁ ମାନସ ଓ ତାର ସହଯୋଗୀ ଙ୍କ ଗିରଫ ହେବା ସହିତ ତାଙ୍କ ବିରୁଦ୍ଧରେ ମିଳିଥିବା ପ୍ରମାଣ ବିଷୟରେ କହିଲେ | ରାଜସାକ୍ଷୀ ହୋଇଥିବା ଲୋକର ସାକ୍ଷ ପ୍ରମାଣ ସହିତ ସମସ୍ତ ଦେଇଥିବା ଲିଖିତ ବିବୃତି ପଢି ଶୁଣାଇଲେ | ଅଲେଖ ସହିତ ମନ୍ତ୍ରୀ ବିକ୍ରମ ର ସହଯୋଗୀତାରେ ହୋଇଥିବା ଅପରାଧ ବିଷୟରେ ଅବଗତ କରାଇ ବହୁତ ମାନସିକ ଚାପ ଦ୍ୱାରା ଅଲେଖ ଠାରୁ ତାର ଲିଖିତ ବିବୃତି ନେଇ ଗଲେ | ଆନନ୍ଦ ବାବୁ ଯେତେ ଚେଷ୍ଟା କଲେ ମଧ୍ୟ ବିକ୍ରମର ଉପଦେଷ୍ଟା କିଛି ବି ମାନୁ ନଥିଲା |ସେ ବିକ୍ରମର ଏହି ସବୁ ଘଟଣା ସହିତ ସମ୍ପୃତି କୁ ପୁରା ମନା କରି ଦେଉଥିଲା | କିନ୍ତୁ ଯେତେବେଳେ ଆନନ୍ଦ ବାବୁ ତାକୁ ଅଲେଖ ର ବିବୃତି ଦେଖାଇ ଦେଲେ ଓ ତାଙ୍କ ପାଖରେ ଥିବା ପ୍ରମାଣ ବିଷୟରେ କହିଲେ, ସେତେବେଳେ ବିକ୍ରମର ଉପଦେଷ୍ଟା ଅବାକ ହୋଇ ଗଲା ଓ ଚୁପ ରହିଲା | ଏମିତି କରୁ କରୁ ରାତି ପ୍ରାୟ ବାରଟା ବାଜି ଗଲା | ଆନନ୍ଦ ବାବୁ ଅଲେଖ କୁ କହିଲେ, "ଏବେ ତୁମର ମୋବାଇଲ ଫୋନ କୁ ମୁଁ ଅନ କରିଦେବି | ଯଦି ବିକ୍ରମ ଫୋନ କରିବ ତୁମେ ତା ସହିତ ଯେମିତି କଥା ହୁଅ ହେବ | କହିବ ନାହିଁ କି ତୁମକୁ ଓ ତାର ଉପଦେଷ୍ଟା କୁ ପୋଲିସ ଧରି ନେଇଛି ବୋଲି | ଯେହେତୁ ତାର ଉପଦେଷ୍ଠାର ଫୋନ କୁ ଆମେ ବନ୍ଦ କରି ରଖିଛୁ, ସେବିଷୟରେ ସେ ପଚାରିଲେ କହିବ ଯେ ବୋଧ ହୁଏ ତାର ବ୍ୟାଟେରୀ କ୍ଷମତା ସରି ଯାଇଛି ଓ ସେ ଏବେ ବାହାରକୁ ଯାଇଛି | ଆମେ ତୁମ ଫୋନ ର ସ୍ପିକର କୁ ଅନ କରି ରଖିବୁ ଓ ସେ ସବୁ ରେକର୍ଡିଙ୍ଗ ହେବ |ଯଦି ତୁମେ ଆମ କଥା ମାନି କାମ କରିବ, ତେବେ ତୁମ ଦଣ୍ଡ କୁ କୋହଳ କରିବା ପାଇଁ ସୁପାରିଶ କରିବୁ |" ଏତକ କହି ଆନନ୍ଦ ବାବୁ ଅଲେଖ କୁ ଦେଖିଲେ, ସେ ଟିକେ ଚିନ୍ତା କଲା |ଏବେ ତା ପାଖରେ କୌଣସି ରାସ୍ତା ନାହିଁ ନିଜକୁ ଏଥିରୁ ମୁକୁଳାଇବା ପାଇଁ |ଏବେ ମନ୍ତ୍ରୀ ବିକ୍ରମ ବି ଖସି ଯାଇ ପାରିବ ନାହିଁ |ତେଣୁ ସେ ବାଧ୍ୟ ହୋଇ ଭାବିଲା ଯେ ଯଦି ପୋଲିସ ର ସହାୟତା କରିବ ତେବେ ହୁଏତ ସେମାନେ କିଛି ଦୟା କରି ପାରନ୍ତି |ଏହା ଭାବି ଅଲେଖ ନୀରବରେ ଆନନ୍ଦ ବାବୁଙ୍କ କଥାରେ ରାଜି ହୋଇ ଗଲା | 

ଆନନ୍ଦ ବାବୁ ଅଲେଖର ଫୋନ କୁ ଅନ କରିବା ସହିତ ତାର ସ୍ପିକର ଓ ରେକର୍ଡିଙ୍ଗ ବ୍ୟବସ୍ଥା କୁ ବି ଅନ କରିଦେଲେ | ଠିକ ପାଞ୍ଚ ମିନିଟ ପରେ ଫୋନ ଆସିଲା ବିକ୍ରମର |ସେ ବହୁତ ରାଗରେ କହିଲା, "ଆରେ ଅଲେଖ କୋଉଠି ସବୁ ତୁମେ ଆଉ ମୋର ଶଳା ସେହି ଉପଦେଷ୍ଟା ଅଛ ? ମୁଁ ବ୍ୟସ୍ତ ହୋଇ ଫୋନ କରୁଛି, କିନ୍ତୁ ଲାଗୁ ନାହିଁ | ଏବେ ମୋ କଥା ଶୁଣ | ତୁମେ ଦୁଇଜଣ ସମସ୍ତଙ୍କୁ ନେଇ ଶୀଘ୍ର ସେହି ଜାଗା ଛାଡି ଚାଲିଯାଅ |ପୋଲିସ କେତେବେଳେ ସେଠାରେ ପହଞ୍ଚି ପାରେ | ମୁଁ ମୋ ଘରୁ ବାହାରି କିଛି କରିବା ଏବେ ସମ୍ଭବ ନୁହେଁ | ବହୁତ ପୋଲିସ ସୁରକ୍ଷା ଭିତରେ ଅଛି | ଶଳା ଯଦି ସେହି ଜଳ ଯୋଗାଣ କେନ୍ଦ୍ର ରେ ବୋମା ବିସ୍ପୋରଣ ହେଇଥାନ୍ତା, ତେବେ ସବୁ କିଛି ପ୍ରମାଣ ନଷ୍ଟ ହେଇ ଯାଇଥାନ୍ତା | ତୁମ ଜ୍ୱାଇଁ ମାନସ ବି ଶଳା କୋଉ କାମର ନୁହେଁ | କିଛି କରି ପାରିଲା ନାହିଁ, ଏବେ ବନ୍ଧା ହୋଇ ହାଜତରେ ଅଛି | ଚେଷ୍ଟା କରୁଛି ତା ସହିତ ଅନ୍ୟ ସମସ୍ତଙ୍କୁ ମୁକୁଳାଇବା ପାଇଁ | ହଁ ଆମର ଯେଉଁ କଳାଧନ କୁ ବ୍ୟାଙ୍କର ବେନାମୀ ଖାତାରେ ଜମା କରା ଯାଇଛି, ତାର ଦାଇତ୍ୱ ତୁମ ଉପରେ | ମୁଁ ପରେ କହିବି ସେହି କଳାଧନ କୁ କେମିତି ବ୍ୟବହାର କରିବା | ଆଉ ସେ କୁଆଡେ ଗଲା ? ଶଳା ମୋର ଉପଦେଷ୍ଟା ହେଇଥିଲା, ଠିକ ସମୟରେ ଦେଖା ନାହିଁ |" ଏତକ ବିକ୍ରମ ପାଖରୁ ଶୁଣି ଅଲେଖ କହିଲା, "ତାର ବ୍ୟାଟେରୀ ବୋଧେ ସରି ଯାଇଥିବ |ସେ ବାହାରକୁ ଯାଇଛି, ଆସିଲେ ମୁଁ କହିବି କଥା ହେବାକୁ |ଏବେ ଆମେ ଏଠାରୁ ଯିବାର ବ୍ୟବସ୍ଥା କରୁଛୁ | ଅନ୍ୟ ଜାଗାରେ ପହଞ୍ଚିବା ପରେ ଜଣାଇବି |" ବିକ୍ରମ କହିଲା, "ହଁ, ଶୀଘ୍ର ବାହାରି ଯାଅ |ମୁଁ ଏବେ ଫୋନ ରଖୁଛି |" ତାପରେ ଫୋନ କଟିଗଲା | ଏହି କଥା ବିକ୍ରମର ଉପଦେଷ୍ଟା ବି ଶୁଣୁଥିଲା |ଯେହେତୁ ତାର ପାଟି ଓ ହାତ ବନ୍ଧା ହୋଇଥିଲା, ସେ କିଛି କହି ପାରିଲା ନାହିଁ |ଶେଷରେ ସେ ଆନନ୍ଦ ବାବୁ ଙ୍କୁ ବିକଳରେ ଚାହିଁଲା | ତା ପାଖରେ ଆନନ୍ଦ ବାବୁଙ୍କ ପ୍ରଶ୍ନର ଉତ୍ତର ନଥିଲା | ଏବେ ସେ ବାଧ୍ୟ ହେଲା ସବୁ କଥା ମାନି ଯିବାକୁ ଓ ସବୁ କିଛି ଲିଖିତ ଭାବରେ ମଧ୍ୟ ଦେଇ ଦେଲା |

ଏହି ସମସ୍ତ କାର୍ଯ୍ୟ କରୁ କରୁ ରାତି ଦୁଇଟା ବାଜି ଗଲା | ଆନନ୍ଦ ବାବୁ ଅଲେଖ ଓ ବିକ୍ରମର ଉପଦେଷ୍ଟା କୁ କଡା ସୁରକ୍ଷା ସହିତ ଅଲଗା ଅଲଗା ସ୍ଥାନରେ ବନ୍ଦୀ ଭାବରେ ରଖିଲେ |ନିଜେ ବିକ୍ରମ ର ରେକର୍ଡିଙ୍ଗ ହୋଇଥିବା କଥା କୁ ସାଙ୍ଗରେ ନେଇ ବିଶ୍ରାମ ନେବାକୁ ଗଲେ | ମନେ ମନେ ଆନନ୍ଦ ବାବୁ ବହୁତ ଖୁସି ହେଉଥିଲେ ଯେ ତାଙ୍କ ପରିଶ୍ରମ ସଫଳ ହୋଇଛି | ଏବେ କାଲି ସକାଳୁ ଶୀଘ୍ର ଅବିନାଶ ବାବୁଙ୍କୁ ବିକ୍ରମ ବିରୁଦ୍ଧରେ ଏହି ସମସ୍ତ ପ୍ରମାଣ ଦେଇ ତାକୁ ଶୀଘ୍ର ଗିରଫ କରିବାର ବ୍ୟବସ୍ଥା କରିବେ | ତାଙ୍କ ମନରୁ ବହୁତ ଚିନ୍ତା ଏବେ ମୂକ୍ତ ବିହଙ୍ଗ ପରି ଉଡି ମୂକ୍ତ ହେବାକୁ ଲାଗିଲେ |


Rate this content
Log in

Similar oriya story from Action