Lokanath Rath

Action Classics Thriller

4.1  

Lokanath Rath

Action Classics Thriller

ମୂକ୍ତ ବିହଙ୍ଗ (ଭାଗ -ଚବିଶ )

ମୂକ୍ତ ବିହଙ୍ଗ (ଭାଗ -ଚବିଶ )

4 mins
164



ଆନନ୍ଦ ବାବୁ ନିଜ ଦଳ ବଳ ସହିତ ଆଗେଇ ଚାଲିଥାନ୍ତି | ସେହି ସ୍ଥାନର ଦୁଇ କିଲୋମିଟର ପୂର୍ବରୁ ଆନନ୍ଦ ବାବୁଙ୍କ ଗାଡି ଆଗରେ ଯାଉଥିବା ସୁରକ୍ଷା ବଳଙ୍କ ଗାଡି ଉପରକୁ ହଟାତ ଆକ୍ରମଣ ଆରମ୍ଭ ହୋଇଗଲା | ଆନନ୍ଦ ବାବୁ ସମସ୍ତ ଙ୍କୁ ଅଟକି ରହି ତାର ଜବାବ ଦେବାକୁ ଆନନ୍ଦ ବାବୁ ଆଦେଶ ଦେଲେ | ଗୋଟିଏ ଦଳ ସେଠାରେ ରହି ଆକ୍ରମଣକାରୀ ଙ୍କ ସହିତ ଲଢ଼ିବାରେ ଲାଗିଲେ | ଉଭୟ ତରଫରୁ ଗୁଳି ବିନିମୟ ହେବାରେ ଲାଗିଲା | ଆନନ୍ଦ ବାବୁ ସେହି ଦଳ କୁ କହିଲେ, "ତୁମେ ମାନେ ଏହି ଲୋକ ମାନଙ୍କୁ ଜବାବ ଦେଇ ଏଠାରେ ଅଟକାଇ ରଖ | ସେମାନେ ପରାଜିତ ହେବା ପରେ, ଯେଉଁମାନେ ଆହତ ବା ଠିକ ଥିବେ, ସମସ୍ତଙ୍କୁ ଗିରଫ କରି ଗୋଟିଏ ଗାଡ଼ିରେ ଜେଲକୁ ପଠାଇ ଦେଇ ତୁମେ ଆଗକୁ ବଢି ଯିବ | ମୁଁ ଏବେ ଅନ୍ୟ ଦଳ କୁ ନେଇ ସେଠାରେ କଚା ରାସ୍ତାରେ ଯାଇ ପଛପଟୁ ସେଠାରେ ପହଞ୍ଚିବି | ଆମେ ଗାଡି ଏଠାରେ ଛାଡି ଦେଇ ଚାଲି ଚାଲି ଯାଉଛୁ | ତୁମେମାନେ ଏଠାରୁ ଯିବା ସମୟରେ ଗାଡି ସବୁକୁ ନେଇ ସେଠାରେ ପହଞ୍ଚିବ | ଗାଡି ଚାଳକ ଗାଡ଼ିରେ ଅଛନ୍ତି |" ଏତକ କହି ଆନନ୍ଦ ବାବୁ ଗୋଟିଏ ଦଳ ନେଇ ଚାଲି ଚାଲି କଚା ରାସ୍ତାରେ ଆଗେଇଲେ |ରାସ୍ତା ବହୁତ ଖରାପ ଓ ଅନା ବନା ଗଛ ଲତାରେ ଭରା | କିଛି ଲତା କୁ କାଟି କାଟି ଆଗକୁ ବଢିବାକୁ ହେଉଥାଏ | କିଛି ବାଟ ଯିବା ପରେ ଗୋଟିଏ ଛୋଟ ନାଳ ପଡିଲା | ତାକୁ ପାରି ହେବା ପରେ ସେହି ପୁରୁଣା କୋଠିର ପଛ ଦ୍ୱାର କୁ ଯାଇ ହେବ | ପ୍ରଥମେ ଦୁଇଜଣ ସେହି ନାଳ ଭିତରେ ପଶି ଆରପଟ କୁ ବାହାରିଲେ | ସେଥିରେ ଅଣ୍ଟାଏ ପାଣି | ପ୍ରାୟ ପନ୍ଦର ମିନିଟ ପରେ ସେମାନେ ସେପଟେ ପହଞ୍ଚି ଗଲେ | ତାପରେ ଆନନ୍ଦ ବାବୁ ଓ ଅନ୍ୟ ସମସ୍ତେ ସେହି ନାଳ ପାରି ହେଲେ | ପ୍ରାୟ ଅଧଘଣ୍ଟା ପରେ ସମସ୍ତେ ସେପଟେ ପହଞ୍ଚି ଗଲେ |ସେହୁ ସ୍ଥାନରୁ ଏବେ ମାତ୍ର କିଛି ଦୂରରେ ଲକ୍ଷ ସ୍ଥାନ | ଦୂରରୁ ତାହା ଦେଖା ଯାଉଥିଲା | ଆନନ୍ଦ ବାବୁ ଅଧା ସୁରକ୍ଷା ବଳ କୁ କହିଲେ ପାଦ ଚାପି ଚାପି ଯାଇ ପ୍ରଥମେ ସେହି ମହଲ କୁ ତିନି ପଟୁ ଘେରି ଯିବାକୁ |ଚତୁର୍ଥ ଦିଗରେ ତାଙ୍କର ଗୋଟିଏ ଦଳ ସେମାନଙ୍କ ସହିତ ଲଢ଼ୁଛନ୍ତି | ଆନନ୍ଦ ବାବୁ ଯେଉଁ ଭାବେ କହିଲେ ତାକୁ ତାଙ୍କ ସୁରକ୍ଷା ବଳ ମାନି ଆଗକୁ ବଢିଲେ | ସେମାନେ ସେଠାରେ ପହଞ୍ଚି ତିନି ଦିଗରୁ ଘେରାଉ କରିବା ପରେ ଆନନ୍ଦ ବାବୁ ଙ୍କୁ ଜଣାଇଲେ | ଆନନ୍ଦ ବାବୁ ନିଜେ ଅନ୍ୟ ସୁରକ୍ଷା କର୍ମୀ ଙ୍କୁ ନେଇ ଅସ୍ତ୍ର ସହିତ ଆଗକୁ ବଢିଲେ | ଠିକ ସେହି ସମୟରେ ତାଙ୍କୁ ଫୋନ କରି ଲଢ଼ୁଥିବା ସୁରକ୍ଷା ବଳ ଙ୍କ ମୁଖିଆ କହିଲେ, "ସାର, ଆମେ ଏବେ ସେମାନଙ୍କୁ ପରାଜିତ କରି ଦେଇଛୁ | ତାଙ୍କ ଭିତରୁ ଦୁଇଜଣ ମୃତ, ଚାରି ଜଣ ଆହତ ଓ ବାକୁ ଆଠ ଜଣଙ୍କୁ ଆମେ ଗିରଫ କରି ନେଇଛୁ |ଆମର ତିନି ଜଣ ସାଥି ଆହତ ହୋଇଛନ୍ତି | ଆହତ ଓ ମୃତକ ମାନଙ୍କୁ ଡାକ୍ତରଖାନା ରେ ଛାଡି ବାକି ଆଠ ଜଣଙ୍କୁ ଜେଲ ପଠାଇବାର ବ୍ୟବସ୍ଥା କରି ଦେଇଛି |ଏବେ ଆମେ ସେହି ମହଲ ଆଡକୁ ଯାଉଛୁ | ସବୁ ଗାଡି ବି ସାଙ୍ଗରେ ଅଛି |ଏବେ ଆପଣଙ୍କ ଆଦେଶ କୁ ଅପେକ୍ଷା |"


ଆନନ୍ଦ ବାବୁ ତାଙ୍କୁ କହିଲେ, "ସେଠାରେ ପହଞ୍ଚି ମୋର ପରବର୍ତ୍ତୀ ଆଦେଶ କୁ ଅପେକ୍ଷା କରିବ |ଆମେ ଏବେ ସେହି ମହଲ ର ପଛପଟୁ ପଶିବାକୁ ଯିବୁ | ସେତିକି ବେଳେ ମୁଁ କହିବି ଓ ତୁମେ ମାନେ ଆଗ ପଟୁ ପଶିବ|ସେଠାରେ ସମସ୍ତଙ୍କୁ ଜୀବନ୍ତ ଗିରଫ କରିବା ଆବଶ୍ୟକ |" ଏତିକି କହି ଆନନ୍ଦ ବାବୁ ଆଗକୁ ବଢ଼ିବାରେ ଲାଗିଲେ | ପ୍ରାୟ ପନ୍ଦର ମିନିଟ ପରେ ପଛ ଦ୍ୱାର ର ପାଖରେ ପହଞ୍ଚିଲେ | ସେଠାରୁ ସେ ସେହି ଦ୍ୱାର ର ପାଖରେ ଥିବା ଫାଙ୍କରୁ ଦୁର୍ବୀନ ଦ୍ୱାରା ଦେଖିଲେ ଯେ ମହଲ ଭିତରେ ପ୍ରାୟ ପାଞ୍ଚ ଜଣ ଅଛନ୍ତି | ଅଲେଖ ଓ ବିକ୍ରମ ର ଉପଦେଷ୍ଟା ବସି କିଛି ମନ୍ତ୍ରଣା କରୁଛନ୍ତି | ଆନନ୍ଦ ବାବୁ ଙ୍କ ପାଇଁ ଏହା ସୁବର୍ଣ ସୁଯୋଗ | ସେ ତାଙ୍କର ଅନ୍ୟ ଦଳର ମୁଖିଆ କୁ ଫୋନ କରି ବୁଝିଲେ ଯେ ସେମାନେ ପହଞ୍ଚି ଯାଇଛନ୍ତି ମୁଖ୍ୟ ଦ୍ୱାର ପାଖରେ |ସେତିକି ବେଳେ ଆନନ୍ଦ ବାବୁ ଆଦେଶ ଦେଲେ ଯେ ଦ୍ୱାର କୁ ଭାଙ୍ଗି ଭିତରେ ପ୍ରବେଶ କରିବାକୁ |


ପ୍ରବେଶ ଦ୍ୱାର ଦେଇ ଯେତେବେଳେ ବିରାଟ ସୁରକ୍ଷା ବଳ ଏକା ସାଙ୍ଗରେ ମହଲ ଭିତରକୁ ପଶିଲେ, ସେତେବେଳେ ଅଲେଖ ଓ ବିକ୍ରମର ଉପଦେଷ୍ଟା ଦୁଇଟି ବଡ଼ ବ୍ୟାଗ ନେଇ ପଛ ପଟ ଦ୍ୱାର ଆଡ଼କୁ ଲୁଚି ଲୁଚି ତୀବ୍ର ଗତିରେ ଦୌଡିଲେ | ସେପଟେ ତାଙ୍କର ସମସ୍ତ ଲୋକଙ୍କୁ ସୁରକ୍ଷା ବଳ କାବୁ କରି ନେଇଥିଲେ | ପଛ ପଟ ଦ୍ୱାର ପାଖରେ ଅଲେଖ ଓ ବିକ୍ରମର ଉପଦେଷ୍ଟା ପହଞ୍ଚି ଦ୍ୱାର ଖୋଲୁ ଖୋଲୁ ଦେଖିଲେ ତାଙ୍କ ସମ୍ମୁଖରେ ଆନନ୍ଦ ବାବୁ ଓ ପୁରା ସୁରକ୍ଷା ବଳ | ସେମାନେ କିଛି ବୁଝି ପାରିଲେ ନାହିଁ | ଆଶ୍ଚର୍ୟ୍ଯ ହୋଇ ପକଟରୁ ବନ୍ଧୁକ ବାହାର କରିବାକୁ ଯାଉଥିଲେ, ଠିକ ସମୟରେ ତାଙ୍କୁ ଆନନ୍ଦ ବାବୁ ଓ ଅନ୍ୟ ସୁରକ୍ଷା କର୍ମୀ ଧରି ପକାଇ କାବୁ କଲେ |ସଙ୍ଗେ ସଙ୍ଗେ ତାଙ୍କୁ ଗିରଫ କରାଗଲା |ତାଙ୍କ ପାଖରୁ ସେହି ଦୁଇଟି ବ୍ୟାଗ ଓ ମୋବାଇଲ ଫୋନ ଜବତ କରାଗଲା |ସେହି ମହଲ ଭିତରେ ବହୁତ ତନଖି କରିବା ପରେ ସେଠାରୁ କିଛି ଜୀବନ୍ତ ବୋମା, କିଛି ବନ୍ଧୁକ ଓ କିଛି ମାଦକ ଦ୍ରବ୍ୟ ମିଳିଲା |ସେ ସବୁର ବିଡ଼ିଓ ରେକର୍ଡିଙ୍ଗ କରାଗଲା | ସେଠାରେ ଅଲେଖ ଓ ବିକ୍ରମର ଉପଦେଷ୍ଟା କୁ ଠିଆ କରାଇ ସମସ୍ତ ଜବତ କରା ଯାଇଥିବା ସାମଗ୍ରୀ ସହିତ ବିଡ଼ିଓ ରେକର୍ଡିଙ୍ଗ କରାଗଲା | ତାପରେ ସେହି ମହଲ କୁ ଜଉମୁଦ ଦ୍ୱାରା ବନ୍ଦ କରି ଆନନ୍ଦ ବାବୁ ସମସ୍ତ ଅପରାଧୀ ମାନଙ୍କୁ ନେଇ ଫେରିବାରେ ଲାଗିଲେ |ସେତେବେଳକୁ ସମୟ ସନ୍ଧ୍ୟା ସାତଟା ବାଜି ସାରିଥାଏ |


ଆନନ୍ଦ ବାବୁ ଫୋନ କରି ଅବିନାଶ ବାବୁଙ୍କୁ କହିଲେ, "ସାର, ଆମ ଅଭିଯାନ ସମ୍ପୂର୍ଣ ଭାବେ ସଫଳ ହୋଇଛି | ମୁଁ ଏବେ ଫେରୁଛି | ଆପଣଙ୍କୁ ଦେଖା କରି ସମ୍ପୂର୍ଣ ବିବରଣୀ ଦେବି |" ଏତକ ଶୁଣି ଅବିନାଶ ବହୁତ ଖୁସି ହୋଇଗଲେ ଓ କହିଲେ, "ବହୁତ ଧନ୍ୟବାଦ ଆନନ୍ଦ ବାବୁ | ଏତେବଡ଼ ଅପରାଧ ର ଏବେ ସମ୍ପୂର୍ଣ ବିବରଣୀ ଦେଇ ଆଇନ ଦ୍ୱାରା ସମସ୍ତ ଅପରାଧୀ ଙ୍କୁ ଦଣ୍ଡିତ କରିବାରେ ଆମକୁ କୌଣସି ଅସୁବିଧା ହେବ ନାହିଁ | ଆପଣ ଆସନ୍ତୁ, ଆମେ ବସି ସମସ୍ତ ବ୍ୟବସ୍ଥା କରିବା |" ଏତକ କହିବା ପରେ ଉଭୟଙ୍କ ଫୋନ କଟିଗଲା | ଅବିନାଶ ଟିକେ ଆନନ୍ଦିତ ହୋଉ ସୋଫା ଉପରେ ବସି ଭାବିଲେ ସତେ ଯେମିତି ତାଙ୍କ ମୁଣ୍ଡ ଭିତରୁ ବହୁତ ଗୁଡିଏ ଚିନ୍ତା ହଟାତ ମୂକ୍ତ ହୋଇ ବାହାରି ଗଲା ଓ ତାଙ୍କ ମନ ମୂକ୍ତ ବିହଙ୍ଗ ପରି ଉଡିବାକୁ ଲାଗିଲା |



Rate this content
Log in

Similar oriya story from Action