Lokanath Rath

Others

4.0  

Lokanath Rath

Others

ମୂକ୍ତ ବିହଙ୍ଗ (ଭାଗ -କୋଡ଼ିଏ )

ମୂକ୍ତ ବିହଙ୍ଗ (ଭାଗ -କୋଡ଼ିଏ )

5 mins
138


ମନ୍ତ୍ରୀ ବିକ୍ରମଙ୍କ ପାଖରେ ଖବର ପହଞ୍ଚି ସାରିଥିଲା ଯେ ମାନସ ଓ ତାର ସହକର୍ମୀ ସମସ୍ତେ ପୋଲିସ ହାଜତରେ ଅଛନ୍ତି | ତା ଛଡା ମନ୍ତ୍ରୀଙ୍କର ବିଶ୍ୱସ୍ତ ସହଯୋଗୀ ଗୁଣ୍ଡାମାନେ ମଧ୍ୟ ପୋଲିସ ଦ୍ୱାରା ଗିରଫ ହୋଇ ସାରିଛନ୍ତି | ସେହି ଜଳଯୋଗାଣ କେନ୍ଦ୍ରରେ ହେବାକୁ ଥିବା ବୋମା ବିସ୍ପୋରଣ ମଧ୍ୟ ଫସର ଫାଟି ଯାଇଛି | ମନ୍ତ୍ରୀ ବିକ୍ରମ ଭାବିଥିଲେ ସେହି ଜାଗାରେ ବିସ୍ପୋରଣ କରାଇ ସମସ୍ତ କାଗଜ ପତ୍ର ଓ ପ୍ରମାଣକୁ ନଷ୍ଟ କରିଦେବେ, କିନ୍ତୁ ସେଇଟା ହୋଇ ପାରିଲା ନାହିଁ | ଏବେ କନିଷ୍ଠ ଯନ୍ତ୍ରୀ ମଧ୍ୟ ଗିରଫ ହୋଇ ପୋଲିସର ହାଜତରେ ଅଛନ୍ତି | ସେପଟେ ତାଙ୍କର ବିଶିଷ୍ଟ ସହଯୋଗୀ ବ୍ୟବସାୟୀ ଅଲେଖ ବାବୁ ଫେରାର ହୋଇ ଯାଇଛନ୍ତି | ମନ୍ତ୍ରୀ ବିକ୍ରମଙ୍କ ମୁଣ୍ଡ କିଛି କାମ କରୁ ନଥିଲା | ଯେଉଁ ପୋଲିସ ଅଧିକାରୀ, ଜିଲ୍ଲାପାଳ, ମୁଖ୍ୟ ଯନ୍ତ୍ରୀ ଓ ଆଞ୍ଚଳିକ ରାଜସ୍ୱ ସଭ୍ୟ ଏହି ଅନୁସନ୍ଧାନରେ ଅଛନ୍ତି, ସମସ୍ତେ ବହୁତ ସଚ୍ଚୋଟ ଓ କଡା ଅଧିକାରୀ | ଏହି ଅନୁସନ୍ଧାନର ମୁଖ୍ୟ ଅବିନାଶଙ୍କୁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି | ଅବିନାଶ ଏହି କାଣ୍ଡର ଅନୁସନ୍ଧାନ କରି ସିଧା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ରିପୋର୍ଟ ଦେବେ | ଏହା ଛଡା ଏବେ ସବୁ ସାମ୍ବାଦିକମାନେ ସବୁଦିନ କିଛି ନା କିଛି ତାଙ୍କୁ ଜଡ଼ିତ କରି ଲେଖିବାରେ ଲାଗିଛନ୍ତି | ଖୋଦ ମୁଖ୍ୟମନ୍ତ୍ରୀ ଏଥିପାଇଁ ମନ୍ତ୍ରୀ ବିକ୍ରମ ଉପରେ ବହୁତ ବିରକ୍ତ ଭାବ ପ୍ରକାଶ କରିଛନ୍ତି | ତା ଭିତରେ ଏବେ ବିରୋଧୀ ଦଳର ନେତାମାନେ ଏହାର ନ୍ୟାୟିକ ଅନୁସନ୍ଧାନ ବି ଦାବି କରି ଚାଲିଛନ୍ତି | ଗୋଟିଏ ସାମାଜିକ ସଂସ୍ଥା ମୁଖ୍ୟ ଅଦାଲତରେ ଏହି ପ୍ରସଙ୍ଗରେ ମୋକଦ୍ଦମା ରୁଜୁ କରି ସାରିଛି | ମନ୍ତ୍ରୀ ବିକ୍ରମ ଭାବିବାକୁ ଲାଗିଲେ ତାଙ୍କର ଏତେ ଦିନର ରାଜନୈତିକ ଜୀବନର ଯେମିତି ଅନ୍ତ ହୋଇଯିବ | ସେ ତ ରାଜନୀତି କରୁଥିଲେ କେବଳ କ୍ଷମତା ବଳରେ ନିଜର ସମସ୍ତ ଅନୈତିକ ବ୍ୟବସାୟିକ ସାମ୍ରାଜ୍ୟକୁ ବିସ୍ତାର କରିବାକୁ ଓ ତାକୁ ସୁରୁଖୁରରେ ଆଗକୁ ବଢାଇବାକୁ | ସେଥିପାଇଁ ବିକ୍ରମକୁ କେତେ ହତ୍ୟା, ବୋମା ବିସ୍ପୋରଣ, ଅପହରଣ ଆଦି ଅପରାଧ କରିବାକୁ ପଡିଛି | ସମସ୍ତେ ଜାଣି ମଧ୍ୟ ଆଜି ପର୍ଯ୍ୟନ୍ତ ସେ କେବେ ଧରାପଡ଼ି ଦଣ୍ଡ ପାଇ ନାହାନ୍ତି | ଏବେ କେମିତି ସେ ଏହି କାଣ୍ଡରେ ଫସିଯିବେ ? ତାଙ୍କର ସମସ୍ତ ଅପରାଧିକ କାର୍ୟ୍ଯର ଚିତ୍ର ସାରା ଦୁନିୟା ଜାଣିବ, ଏହା ତାଙ୍କୁ ବ୍ୟଥିତ କରୁଥିଲା ଓ ବହୁତ ଚିନ୍ତାରେ ମଧ୍ୟ ପକାଇଥିଲା |ସେତିକିବେଳେ ତାଙ୍କର ମୁଖ୍ୟ ଉପଦେଷ୍ଟା ଆସି ପହଞ୍ଚି ଗଲେ | ସେ ମନ୍ତ୍ରୀ ବିକ୍ରମଙ୍କୁ ଚିନ୍ତିତ ଥିବାର ଦେଖି କହିଲେ, "ଆଜ୍ଞା, ମୁଁ ଗୋଟିଏ କଥା ଭାବୁଛି କହିବାକୁ |ଆପଣ ଅନୁମତି ଦେଲେ ସାହସ କରି କହିବି |" ଏତକ ସେ ଡରି ଡରି ମନ୍ତ୍ରୀ ବିକ୍ରମଙ୍କୁ କହୁଥିଲେ |ସେ ବିକ୍ରମର ଜଣେ ବହୁତ ପୁରୁଣା ଓ ଘନିଷ୍ଠ ସହଯୋଗୀ | ତାଙ୍କୁ ଜଣା ଅଛି ଯେ ବିକ୍ରମ କେତେ ସ୍ୱାର୍ଥପର | ଏହି ବିକ୍ରମ ରାଜନୀତିରେ ପଶି ବିଧାୟକ ହେବା ପାଇଁ ତାର ରାଜନୈତିକ ଗୁରୁଙ୍କୁ ଦୁର୍ଘଟଣା କରାଇ ସବୁଦିନ ପାଇଁ ଏହି ଦୁନିଆରୁ ବିଦା କରି ଦେଇଛି | ଏହି ବିକ୍ରମ ଅପରାଧ ଜଗତର ଗୋଟିଏ ବହୁତ ବଡ଼ ରାକ୍ଷସ | ନିଜର ଅପରାଧକୁ ବଢାଇବା ପାଇଁ ଓ ଅନୈତିକ କାର୍ଯ୍ୟ କରିବା ପାଇଁ ତାକୁ ବୁଝାଇ ସେଥିରୁ ନିବୃତ ହେବାକୁ କହୁଥିବା ନିଜର ପିତା ମାତାଙ୍କୁ ସେ ଖାଦ୍ୟରେ ବିଷ ମିଶାଇ ଚିରନିଦ୍ରାରେ ଶୁଆଇ ଦେଇଛି | ବିକ୍ରମର ଏହି କାର୍ୟ୍ଯକୁ ବିରୋଧ କରି ତାର ପତ୍ନୀ ଏକ ମାତ୍ର ପୁଅକୁ ନେଇ ଘର ଛାଡି ଆଜିକୁ ଦଶ ବର୍ଷ ହେବ ଚାଲି ଯାଇଛି | ତାଙ୍କର କୌଣସି ସନ୍ଧାନ ଏବେ ଯାଏ ବିକ୍ରମ ପାଇ ପରି ନାହିଁ | ଏବେ ବିକ୍ରମ ଆଉ ଗୋଟିଏ ସ୍ତ୍ରୀ ସହିତ ରହୁଛି | ଏହି ପ୍ରକାରର ଲୋକ ସାଙ୍ଗରେ ଏପରି ମୁହୂର୍ତ୍ତରେ ଜଗି ରଖି କଥା ହେବାକୁ ପଡିବ |ଏହା ଭାବି ସେହି ଉପଦେଷ୍ଟା ଡରି ଡରି କହୁଥିଲେ | ତାଙ୍କ କଥା ସରିବା ପରେ ବିକ୍ରମ କିଛି ସମୟ ଚୁପ ରହି ତାଙ୍କୁ କହିଲା, " ଏବେ ଆଉ କଣ କହିବ ? ଏହି ଛୋଟ କଥାକୁ ବି ସମ୍ଭାଳି ପାରିଲ ନାହିଁ | କେତେ କଷ୍ଟରେ ମୁଁ ଏତେବାଟ ଆସିଛି ତୁମେ ଜାଣିଛ | କେମିତି ଗୋଟିଏ ଧକ୍କାରେ ତାକୁ ନଷ୍ଟ ହେବାକୁ ଦେବି | ମୋତେ କିଛି କରିବାକୁ ପଡିବ | ଏବେ କୁହ ତୁମେ କଣ କହିବାକୁ ଚାହୁଁଚ ?"


ମନ୍ତ୍ରୀ ବିକ୍ରମ ଠାରୁ ଏତକ ଶୁଣି ଗୋଟିଏ ଦୀର୍ଘ ନିଶ୍ଵାସ ମାରି ତାର ଉପଦେଷ୍ଟା କହିଲେ, " ଏବେ ପ୍ରଥମେ ଆମକୁ ମାନସ ଓ ତାର ସହଯୋଗୀ ମାନଙ୍କୁ ପୋଲିସ କବଳରୁ ମୂକ୍ତ କରିବାକୁ ହେବ | ତାପରେ କୌଶଳ କରି ଅନୁସନ୍ଧାନର ଗୁପ୍ତ ତଥ୍ୟକୁ ହାସଲ କରିବାକୁ ହେବ | ଏହି ସବୁ କାର୍ଯ୍ୟରେ ଆପଣ ପ୍ରତ୍ୟେକ୍ଷ ଭାବେ ଜଡ଼ିତ ହେବେ ନାହିଁ | ମୁଁ ଭଲ ଆଇନୀଜୀବୀଙ୍କୁ ସମ୍ପର୍କ କରିଛି | ଆପଣ ମୋତେ କାର୍ୟ୍ଯରୁ ବର୍ଖାସ୍ତ କରି ଦିଅନ୍ତୁ, କାରଣ ହୋଇପାରେ ସେମାନେ ମୋତେ ସନ୍ଦେହର ବଳୟ ଭିତରେ ରଖି ଥାଇ ପାରନ୍ତି | ମୋତେ ଯଦି ଗିରଫ କରିବେ, ତେବେ ମୁଁ ସବୁ କଥାକୁ ଫାଙ୍କି ଦେବି ଓ ଦରକାର ହେଲେ ସବୁ କିଛି ନିଜ ଉପରେ ନେଇ ନେବି |ଏହା ଦ୍ୱାରା ଆପଣଙ୍କୁ କେହି ଦୋଷ ଦେଇ ପାରିବେ ନାହିଁ | ମାନସ ଓ ତାର ସାଥିମାନଙ୍କୁ ମୁକୁଳାଇ ଆପଣ ସେମାନଙ୍କୁ ନିଜ ସପକ୍ଷରେ ନେଇ ନେବେ ଓ ଅନୁସନ୍ଧାନର ଦିଗକୁ ବଦଳାଇ ଦେଇ ପାରିବେ | " ବିକ୍ରମ ଧ୍ୟାନ ଦେଇ ସବୁ ଶୁଣିଲା ଓ ଚିନ୍ତା କରି କହିଲା, " ତୁମେ ଏବେ ଏହି ସହର ଛାଡି ଚାଲିଯାଅ | ମୋର ସେହି ପୁରୁଣା ଜାଗାରେ ଯାଇ ରୁହ | ତୁମ ଫୋନକୁ ବଦଳାଇ ଦିଅ | ମୋତେ ମୋର ଦ୍ୱିତୀୟ ଫୋନ ଯେଉଁଟି ବେନାମୀ, ସେଥିରେ ଯୋଗାଯୋଗ କରିବ | ମୁଁ ଏବେ ଚିଠି କରି ତୁମକୁ ବର୍ଖାସ୍ତ କରି ଦେଉଛି |" ଏତକ କହି ବିକ୍ରମ ସଙ୍ଗେ ସଙ୍ଗେ ତାର କିରାଣୀଙ୍କୁ ଡାକି କହିଲେ, " ଏବେ ଏଇ ମୁହୂର୍ତ୍ତରୁ ଆଙ୍କୁ ମୋର ଉପଦେଷ୍ଟା ପଦରୁ ବର୍ଖାସ୍ତ କରାଗଲା ବୋଲି ତୁରନ୍ତ ଚିଠି କରି ନେଇକରି ଆସ " କିରାଣୀ ତୁରନ୍ତ ଯାଇ ଚିଠି ତିଆରି କରି ଆଣି ମନ୍ତ୍ରୀ ବିକ୍ରମକୁ ଦେଲେ | ତାକୁ ଦସ୍ତଖତ କରି ବିରକ୍ତି ଭାବର ନାଟକ କରି ବିକ୍ରମ ତାହା ତାଙ୍କ ଉପଦେଷ୍ଟାଙ୍କୁ ଧରାଇ ଦେଇ କହିଲେ, "ତୁରନ୍ତ ଏଠାରୁ ଚାଲିଯାଅ |" ସେହି ଚିଠି ନେଇ ସେହି ଉପଦେଷ୍ଟା ସେଠାରୁ ଚାଲିଗଲେ | କିଛି ସମୟ ପରେ ମନ୍ତ୍ରୀ ବିକ୍ରମ ତାଙ୍କ କିରାଣୀକୁ ଡାକି କହିଲେ, "ଦୁଇ ତିନି ଜଣ ସାମ୍ବାଦିକଙ୍କୁ ଡ଼ାକ, ମୋତେ ସେମାନଙ୍କୁ କିଛି ଜରୁରୀ କଥା କହିବାର ଅଛି |" ଏହା ଶୁଣି କିରାଣୀ ଜଣକ ଚାଲିଗଲେ ଓ ସାମ୍ବାଦିକ ସମ୍ମିଳନୀର ଆୟୋଜନ କଲେ | ଦୀର୍ଘ ଏକ ଘଣ୍ଟା ପରେ କିଛି ସାମ୍ବାଦିକ ଆସି ଉପସ୍ଥିତ ହେଲେ | ତା ଭିତରେ ସମୀର ବାବୁଙ୍କ ସହଯୋଗୀ ବି ଉପସ୍ଥିତ ଥିଲେ | ମନ୍ତ୍ରୀ ବିକ୍ରମ ଆସି ସାମ୍ବାଦିକ ମାନଙ୍କୁ କହିଲେ, "ଯେଉଁ ନୂତନ ଜଳ ଯୋଗାଣ କେନ୍ଦ୍ରରେ ଦୁର୍ଘଟଣା ଘଟିଲା, ତାହା ଅତ୍ୟନ୍ତ ଦୁଃଖ ଦାୟକ ଓ କିଛି ଲୋକଙ୍କର ଷଡଯନ୍ତ୍ର | ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ ଏହାର ତଦନ୍ତ କରିବାର ଆଦେଶ ଦେଇ ସାରିଛନ୍ତି ଓ ଏହାର ତଦନ୍ତ ହେଉଛି |ପକୃତ ଦୋଷୀକୁ ନିଶ୍ଚୟ ଦଣ୍ଡ ମିଳିବ | ମୁଁ ଜାଣିବାକୁ ପାଇଲି ସେଠାକାର କନିଷ୍ଠ ଯନ୍ତ୍ରୀ ଓ ମୋର ଉପଦେଷ୍ଟାଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଅଛି | ସେଥିପାଇଁ ମୁଁ ମୋର ଉପଦେଷ୍ଟାଙ୍କୁ ତୁରନ୍ତ ବର୍ଖାସ୍ତ କରି ଦେଇଛି | ଏହି ହେଉଛି ସେଇ ଚିଠିର ଏକ ନକଲ | ଏବେ ଆଇନ ଯାହା କହିବ, ସେହି ହିସାବରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ | ଜନସାଧାରଣଙ୍କ ସେବା ପାଇଁ ହେଉଥିବା ପ୍ରକଳ୍ପକୁ ଏପରି ନଷ୍ଟ କରିବା କେବେ ବି କ୍ଷମା କରା ଯାଇ ପାରିବ ନାହିଁ |" ଏତକ ଶୁଣି କିଛି ସାମ୍ବାଦିକ ତାଙ୍କୁ ପ୍ରଶ୍ନ କଲେ, "ଶୁଣିବାକୁ ମିଳୁଛି ସେହି ଜାଗାରୁ ପୋଲିସ କିଛି ଜୀବନ୍ତ ବୋମାକୁ ନିଷ୍କ୍ରିୟ କରି ଜବତ କରିଛି ଓ କିଛି ଆପଣଙ୍କ ସହଯୋଗୀ ସେଥିରେ ସଂଶ୍ଲିଷ୍ଟ ଅଛନ୍ତି | ଏହା ଉପରେ ଆପଣ କଣ କହିବେ ?" ଏତକ ଶୁଣି ବିକ୍ରମ ଉତ୍ତର ଦେଲେ, " ହଁ ଆମ ପୋଲିସ ବହୁତ ସାହସର ସହିତ ସେହି ଜାଗାକୁ ବୋମା ବିସ୍ପୋରଣରୁ ରକ୍ଷା କରି ପାରିଛନ୍ତି | ବହୁତ ବଡ଼ ଅଘଟଣରୁ ଆମେ ସମସ୍ତେ ରକ୍ଷା ପାଇ ଯାଇଛେ | ଆଉ ମୋର ବିରୋଧୀ ଅକାରଣରେ ମୋତେ ବଦନାମ କରିବାକୁ ମୋର ସହଯୋଗୀଙ୍କ ନାମ ନେଉଛନ୍ତି |ଆପଣମାନେ ତଦନ୍ତ ପରେ ସବୁ କଥା ଠିକ ଭାବରେ ଜାଣି ପାରିବେ |" ଏତିକିରେ ସାମ୍ବାଦିକ ସମ୍ମିଳନୀ ଶେଷ କରି ମନ୍ତ୍ରୀ ବିକ୍ରମ ଘର ଭିତରକୁ ଚାଲି ଗଲେ |ଏହି ସାମ୍ବାଦିକ ସମ୍ମିଳନୀ ଟି.ଭି.ରେ ପ୍ରସାରଣ ହେଉଥିଲା | ଏହାକୁ ମୁଖ୍ୟମନ୍ତ୍ରୀ, ଅବିନାଶ, ଜିଲ୍ଲାପାଳ, ମୁଖ୍ୟ ଯନ୍ତ୍ରୀ, ଆନନ୍ଦ ବାବୁ, ମମତା, ବିକାଶ ବାବୁ, ସୁଜାତା ଓ ଅନାଥ ଆଶ୍ରମର ସମସ୍ତ ପିଲା ଦେଖୁଥିଲେ |

ଘର ଭିତରକୁ ଯାଇ ମନ୍ତ୍ରୀ ବିକ୍ରମ ଫୋନ କରି ତାଙ୍କ ଉପଦେଷ୍ଟାଙ୍କୁ କହିଲେ ଆସନ୍ତା କାଲି ସୁଦ୍ଧା ମାନସ ଓ ତାର ସହଯୋଗୀଙ୍କୁ ମୁକୁଳାଇବାର ବ୍ୟବସ୍ଥା କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ | ଏତକ କହି ସାରି ବିକ୍ରମ ଚୌକି ଉପରେ ବସି ଆଖି ବନ୍ଦ କରି ପରବର୍ତ୍ତୀ ପଦକ୍ଷେପ ସମ୍ବନ୍ଧରେ ଭାବିବାକୁ ଲାଗିଲେ ଓ ତାଙ୍କ ମୁଣ୍ଡରେ ଘୁରି ବୁଲୁଥିବା କିଛି ଚିନ୍ତାକୁ ମୁକ୍ତ କରି ମୁକ୍ତ ବିହଙ୍ଗ ପରି ଉଡିବାକୁ ଦେଲେ |



Rate this content
Log in