Lokanath Rath

Action Inspirational Thriller

4.6  

Lokanath Rath

Action Inspirational Thriller

ମୂକ୍ତ ବିହଙ୍ଗ (ଶେଷ ଭାଗ )

ମୂକ୍ତ ବିହଙ୍ଗ (ଶେଷ ଭାଗ )

7 mins
336



ସକାଳୁ ଉଠି ଅବିନାଶ ନିଜର ନିତ୍ୟ କର୍ମ ସାରି ତାଙ୍କର ଅନୁସନ୍ଧାନର ବିବରଣୀ କୁ ପୁରା କରିବାକୁ ଲାଗିଲେ | ସମସ୍ତ ପ୍ରମାଣକୁ ଭିତ୍ତି କରି ସେ ଏକ ବିସ୍ତୃତ ବିବରଣୀ ପ୍ରସ୍ତୁତ କରିବାରେ ଲାଗିଥାନ୍ତି | ସେତିକି ବେଳେ ଆନନ୍ଦ ବାବୁ ଆସି ପହଞ୍ଚି ଗଲେ | ସେ ଅବିନାଶ ବାବୁଙ୍କୁ ଅଲେଖ ର ମୋବାଇଲ ରେ ରେକର୍ଡିଙ୍ଗ ହୋଇଥିବା ବିକ୍ରମର କଥା କୁ ଶୁଣାଇଲେ ଓ ତା ସହିତ ଅଲେଖ ର ଲିଖିତ ସତ୍ୟପାଠ କୁ ମଧ୍ୟ ଦେଲେ | ଆନନ୍ଦ ବାବୁ ଏଥି ସହିତ ସେହି ବଙ୍ଗଳାରୁ ଜବତ ହୋଇଥିବା ସମସ୍ତ କାଗଜ ପତ୍ର ଓ ଜିନିଷର ବିବରଣୀ ସହିତ ଭିଡିଓ ରେକର୍ଡିଙ୍ଗ ମଧ୍ୟ ଅବିନାଶ ବାବୁ ଙ୍କୁ ଦେଲେ | ସେ ଅବିନାଶ ବାବୁଙ୍କୁ କହିଲେ, "ସାର, ମୋତେ ଏବେ ଯାଇ ସମସ୍ତଙ୍କ ବିରୁଦ୍ଧରେ ଅଲଗା ଅଲଗା ମାମଲାର ଚାର୍ଜସିଟ କୁ ଭଲ ଭାବରେ ତନଖି ପ୍ରସ୍ତୁତ କରି ରଖିବାକୁ ହେବ | ସରକାରୀ ସାକ୍ଷୀ ଦୁଇଜଣ ଙ୍କୁ ଭିନ୍ନ ଭାବରେ ଜେରା ପାଇଁ ପ୍ରସ୍ତୁତ କରାଇବାକୁ ହେବ | ଏବେ ମୁଁ ଯାଇ ଏହି ସବୁ ପ୍ରସ୍ତୁତ କରି ଆପଣଙ୍କ ଆଦେଶ କୁ ଅପେକ୍ଷା କରିବି ବିକ୍ରମ କୁ ଗିରଫ କରିବା ପାଇଁ | ତା ସହିତ ଏବେ ଏହା ଏକ ମହତ୍ଵପୁର୍ଣ ଘଟଣା ହୋଇ ଥିବାରୁ ବରିଷ୍ଠ ସ୍ୱତନ୍ତ୍ର ଓକିଲ ଙ୍କ ନିଯୁକ୍ତି ନିତ୍ୟାନ୍ତ ଦରକାର | ଆପଣ ଯେମିତି ହେଲେ ସେଥିପାଇଁ ଅନୁମତି ନେଇ ଆସିବେ | ମୁଁ ଏବେ ଆସୁଛି |" 


ଆନନ୍ଦ ବାବୁ ଚାଲିଯିବା ପରେ ଅବିନାଶ ତାଙ୍କ ବିବରଣୀ ସହିତ ଆନନ୍ଦ ବାବୁ ଦେଇଥିବା ସମସ୍ତ ପ୍ରମାଣ କୁ ଯୋଡି ତାଙ୍କ ବିବରଣୀ ପ୍ରସ୍ତୁତ କଲେ | ସେ ଦୁଇଟି ମୁଖ୍ୟ କାର୍ୟ୍ଯ ପାଇଁ ସୁପାରିଶ କରି ତାହାର ଅନୁମତି ଲୋଡିଲେ |ପ୍ରଥମଟି ହେଲା ଏହି ସମସ୍ତ ଘଟଣାର ମୁଖ୍ୟ ନାୟକ ମନ୍ତ୍ରୀ ବିକ୍ରମ ର ତୁରନ୍ତ ଗିରଫଦାରୀ ର ଆଦେଶ | ଦ୍ଵିତୀୟଟି ହେଲା ସ୍ୱତନ୍ତ୍ର ବରିଷ୍ଠ ଓକିଲଙ୍କ ନିଯୁକ୍ତି ଏହି ସମ୍ବେଦନଶୀଳ ଅପରାଧ ପାଇଁ ସରକାରଙ୍କ ପକ୍ଷରୁ ଲଢ଼ିବା ପାଇଁ ଅନୁମତି ପ୍ରଦାନ କରିବା | ଏହି ସମସ୍ତ କାର୍ୟ୍ଯ ଶେଷ କରି ଅବିନାଶ ମୁଖମନ୍ତ୍ରୀ ଙ୍କ ମୁଖ୍ୟ ସଚିବଙ୍କୁ ଫୋନ କରି ମୁଖ୍ୟମନ୍ତ୍ରୀ ଙ୍କ ସହିତ ଜରୁରୀ ଆଲୋଚନା ପାଇଁ ସମୟ ମାଗିଲେ | ଏହା ଶୁଣି ସଚିବ କିଛି ସମୟ ପରେ କହିଲେ, " ଆପଣ ଏବେ ଶୀଘ୍ର ଆସି ପାରନ୍ତି |ମୁଖ୍ୟମନ୍ତ୍ରୀ ଆପଣଙ୍କ ଅପେକ୍ଷାରେ ଅଛନ୍ତି | ଏବେ ଆପଣ ମୁଖ୍ୟମନ୍ତ୍ରୀ ଙ୍କ ସହିତ କଥା ହୋଇ ଯାଆନ୍ତୁ |"ଏତକ କହି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଫୋନ ଦେଲେ | ଅବିନାଶ ତାଙ୍କୁ ନମସ୍କାର କରି କହିଲେ, " ସାର, ଆପଣ ମୋତେ ଦେଇଥିବା ଦାଇତ୍ୱ ମୁଁ ସମ୍ପୂର୍ଣ ଭାବେ ସଫଳତାର ସହିତ ନିର୍ବାହ କରିଛି | ଏବେ ଆପଣଙ୍କୁ ମୁଁ ଅଧଘଣ୍ଟା ମଧ୍ୟରେ ସମସ୍ତ ବିବରଣୀ ସହିତ ଆସି ଭେଟିବି | ମୋର ଅନୁରୋଧ ଯେ ଆପଣ ଓ ମୋ ମଧ୍ୟରେ ଏକାନ୍ତରେ ଆଲୋଚନା ହେବା ପରେ ଆପଣ ଯାହା ଉଚିତ ବ୍ୟବସ୍ଥା କରିବେ |" ମୁଖ୍ୟମନ୍ତ୍ରୀ ଅବିନାଶ ଙ୍କ କଥାରେ ଏକମତ ହେଲେ ଓ ତୁରନ୍ତ ଆସିବାକୁ କହିଲେ | ଅବିନାଶ ଫୋନ ରଖି ଦେଇ ନିଜର ସୁରକ୍ଷାବଳ ଙ୍କ ସହିତ ସମସ୍ତ ତଥ୍ୟ ପ୍ରମାଣ ଓ ବିବରଣୀ ନେଇ ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ବାହାରି ଗଲେ |


ଏପଟେ ବିକ୍ରମର କିଛି ଗୁଣ୍ଡା ମାନସ ଓ ତାର ଅନୁଚରଙ୍କ ଗିରଫ ପ୍ରତିବାଦ ରେ ଅନାଥ ଆଶ୍ରମ ରେ ପଶି ଭଙ୍ଗା ରୁଜା କରିବା ସମୟରେ ପୋଲିସ ଦ୍ୱାରା ଗିରଫ ହେଲେ | ମମତା, ସଙ୍ଗୀତା, ବିକାଶ ବାବୁ ଓ ସୁଜାତା ଦେବୀ ଙ୍କୁ କଡା ସୁରକ୍ଷା ସହିତ ତାଙ୍କ ସ୍ବଗୃହକୁ ପଠାଇ ଦିଆଗଲା |ସମସ୍ତଙ୍କୁ ସୁରକ୍ଷା ମଧ୍ୟ ପ୍ରଦାନ କରାଗଲା | ସେହିଦିନ ଦଶମ ପରୀକ୍ଷାର ଫଳ ବାହାରି ଥାଏ | ଅରୁଣ ଓ ଅନିତା ପ୍ରଥମ ଶ୍ରେଣୀରେ ପାସ କରି ଥାନ୍ତି | ସଙ୍ଗୀତା ଓ ସମୀର ଙ୍କ ପୁଅ ଶରତ ମଧ୍ୟ ପ୍ରଥମ ଶ୍ରେଣୀରେ ଉନ୍ନୀତ ହୋଇଥାଏ | ଆକାଶ ଓ ଆରତୀ ନିଜ ବିଦ୍ୟାଳୟ ପରୀକ୍ଷାରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥାନ୍ତି | ସଙ୍ଗୀତା ଓ ମମତା ଙ୍କ "ଶାନ୍ତି" ସଂସ୍ଥା କୁ ଆଗାମୀ ମାସରେ ରାଜ୍ୟ ସାହିତ୍ୟ ଓ କଳା ପରିଷଦ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବାର ପ୍ରଥମ କାମ ମଧ୍ୟ ମିଳି ଯାଇଥାଏ |ସମସ୍ତେ ବହୁତ ଖୁସି ଓ ଆନନ୍ଦ ହେଉଥାନ୍ତି, କିନ୍ତୁ ଅବିନାଶ ଙ୍କ ଅନୁପସ୍ଥିତି ସମସ୍ତଙ୍କୁ କଷ୍ଟ ଦେଉଥାଏ | ସମସ୍ତେ ଅବିନାଶ ଙ୍କ ଅପେକ୍ଷାରେ ଥାଆନ୍ତି |


ଅବିନାଶ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ପହଞ୍ଚି ଗଲେ | ଏକାନ୍ତରେ ଅବିନାଶ ଓ ମୁଖ୍ୟମନ୍ତ୍ରୀ ଙ୍କ ପ୍ରାୟ ଏକ ଘଣ୍ଟା ଆଲୋଚନା ହେବା ପରେ ମୁଖ୍ୟମନ୍ତ୍ରୀ କହିଲେ, " ତେବେ ବର୍ତ୍ତମାନ ଶୀଘ୍ର ବିକ୍ରମ କୁ ଗିରଫ କରିବା ଆବଶ୍ୟକ | ତାକୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ଆଗରୁ ଆପଣ ତାର ଘର କୁ ଚାରି ଆଡୁ ପୋଲିସ କର୍ମୀ ଙ୍କ ଦ୍ୱାରା କଡା କଡ଼ି ଭାବେ ଘେରି ରଖିବାର ବ୍ୟବସ୍ଥା କରନ୍ତୁ | ଏବେ ମୁଁ ଆମ ରାଜ୍ୟ ସରକାରଙ୍କ ମୁଖ୍ୟ ଆଇନ ଉପଦେଷ୍ଟା ଙ୍କୁ ଡାକୁଛି, ସିଏ ଏହି ସମସ୍ତ ଅପରାଧୀ ଙ୍କୁ କଡା ଦଣ୍ଡ ଦେବା ପାଇଁ ସର୍କସରଙ୍କ ପକ୍ଷରୁ ଲଢ଼ିବେ | ଆପଣ ଟିକେ ପାଞ୍ଚ ମିନିଟ ଅପେକ୍ଷା କରନ୍ତୁ ମୁଁ ବିକ୍ରମର ବହିଷ୍କାର ଚିଠିର ନକଲ ସହିତ ତାକୁ ଗିରଫ କରିବା ପାଇଁ ଅନୁମତି ପତ୍ର ଆପଣଙ୍କୁ ଦେବି |ଏବେ ଏହି ରାଜ୍ୟ କୁ ଅପରାଧୀଙ୍କ କବଳରୁ ମୂକ୍ତ କରିବାକୁ ହେବ |" ଏତିକି କହି ମୁଖ୍ୟମନ୍ତ୍ରୀ ତାଙ୍କ ସଚିବଙ୍କୁ ଡାକି ବିକ୍ରମର ବର୍ଖାସ୍ତ ଚିଠି ଶୀଘ୍ର ତିଆରି କରିବାକୁ ଆଦେଶ ଦେଲେ |ସେ ମୁଖ୍ୟ ଆଇନ ଉପଦେଷ୍ଟା ଙ୍କୁ ମଧ୍ୟ ଫୋନ କରି ଶୀଘ୍ର ଆସିବାକୁ ଅନୁରୋଧ କଲେ |


ଅବିନାଶ ଫୋନ କରି ଆନନ୍ଦ ବାବୁ ଙ୍କୁ କହିଲେ, " ଆପଣ ବିକ୍ରମର ଘରକୁ ଚାରି ଦିଗରୁ ପୋଲିସ ସୁରକ୍ଷା କର୍ମୀଙ୍କ ଦ୍ୱାର ଘେରାଉ କରି ନିଅନ୍ତୁ |ସିଏ ପଚାରିଲେ କହିବେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରା ଯାଉଛି | ସାଙ୍ଗରେ ତାର ଗିରଫ ପାଇଁ ୱାରେଣ୍ଟ ନେଇ ଯାଇଥିବେ, ସେଥିରେ ସମୟ ଛାଡି ଦେଇଥିବେ ମୁଁ କହିଲେ ସମୟ ପକାଇ ତାକୁ ଗିରଫ କରି ନେବେ | ଅନ୍ୟ ସମସ୍ତ କାର୍ଯ୍ୟ ମଧ୍ୟ ହୋଇଗଲା | ଏବେ ସମସ୍ତ ଅପରାଧୀ ବହୁତ କଠୋର ଦଣ୍ଡ ନିଶ୍ଚୟ ପାଇବେ | ମୋର ପରବର୍ତ୍ତୀ ଫୋନ କୁ ଅପେକ୍ଷା କରନ୍ତୁ |"ଏତିକି କହି ଅବିନାଶ ଫୋନ ରଖି ଦେଲେ | କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଅବିନାଶ ଙ୍କୁ ଡାକି ବିକ୍ରମର ବର୍ଖାସ୍ତ ଚିଠି ସହିତ ଗିରଫ କରିବା ପାଇଁ ଅନୁମତି ପତ୍ର ଦେଲେ |ସେ ଅବିନାଶ ଙ୍କ ସହିତ ମୁଖ୍ୟ ଆଇନ ପରମର୍ଶଦାତା ଙ୍କ ସହିତ ପରିଚୟ କରାଇ ଦେଲେ | ଦୀର୍ଘ ଏକ ଘଣ୍ଟା ସମସ୍ତ କଥା ତାଙ୍କ ସହିତ ଆଲୋଚନା କରି ଅବିନାଶ ତାଙ୍କୁ ସମସ୍ତ ତଥ୍ୟ ପ୍ରମାଣ ମୁଖ୍ୟମନ୍ତ୍ରୀ ଙ୍କ ସମ୍ମୁଖରେ ଦେଲେ ଓ ଲିଖିତ ଚିଠାରେ ତାଙ୍କ ଠାରୁ ଦସ୍ତଖତ କରି ନିଜ ପାଖରେ ରଖିଲେ | ଏବେ ତାଙ୍କୁ ଆନନ୍ଦ ବାବୁ ଦେଖା କରି ସମସ୍ତ ଅପରାଧୀଙ୍କ ଅପରାଧିକ ମାମଲା ବିଷୟରେ ଅବଗତ କରାଇ ଚାର୍ଜସିଟ ବିଷୟରେ ଜଣାଇବେ ବୋଲି କହି ବରିଷ୍ଠ ଆଇନଜୀବୀ ଙ୍କ ଠାରୁ ସମୟ ନେଲେ | ସେଠାରୁ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ବିଦାୟ ନେଇ ଅବିନାଶ ବାହାରି ପ୍ରଥମେ ଆନନ୍ଦ ବାବୁ ଙ୍କୁ ଫୋନ କରି କହିଲେ, " ଆପଣ ଏବେ ବିକ୍ରମ କୁ ଗିରଫ କରନ୍ତୁ | ମୋଠାରୁ ଆସି ତାର ଗିରଫ ଆଦେଶ ର ଚିଠି ନେଇଯିବେ | ଆପଣ ଆମ ସରକାରଙ୍କ ମୁଖ୍ୟ ଆଇନ ଉପଦେଷ୍ଟା ଙ୍କୁ ଦେଖା କରି ସମସ୍ତ ଅପରାଧୀଙ୍କ ବିଷୟରେ ଅବଗତ କରାଇବେ | ସିଏ ସମସ୍ତ ମାମଲା ସରକାରଙ୍କ ତରଫରୁ ଲଢ଼ିବେ | ମୁଁ ଏବେ ଘରକୁ ଯାଉଛି | ବିକ୍ରମ କୁ ଗିରଫ କରିବା ପରେ ମୋତେ ଜଣାଇବେ |" ଏତକ କହି ଅବିନାଶ ଫୋନ ରଖିଦେଲେ | ସେ ନିଜ ଗାଡ଼ିରେ ବସିଲେ ଓ ଘରକୁ ବାହାରିଲେ | ଆଜି ତାଙ୍କ ମନ ଏକ ମୂକ୍ତ ବିହଙ୍ଗ ପରି ଆନନ୍ଦରେ ଉଡିବାରେ ଲାଗିଲା |


ଅବିନାଶ ତାଙ୍କ ଘର ଠାରୁ ଅଳ୍ପ କିଛି ଦୂରରେ ଅଛନ୍ତି ତାଙ୍କ ଫୋନ ର ଘଣ୍ଟି ବାଜିଲା |ସେ ଦେଖିଲେ ଆନନ୍ଦ ବାବୁ ଫୋନ କରିଛନ୍ତି |ତୁରନ୍ତ ଫୋନ ଉଠାଇଲେ | ସେପଟୁ ଆନନ୍ଦ ବାବୁ କହିଲେ, " ସାର, ଆମର ଅଭିଯାନ ସଫଳ ହେଲା |ବହୁତ କଷ୍ଟରେ ବିକ୍ରମକୁ ଗିରଫ କରି କାରାବାସ କୁ ନେଇ ଯାଉଛୁ | ମୋ ଠାରୁ ସମସ୍ତ ମିଡ଼ିଆ ଓ ପତ୍ରକାର ଏହି ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ନେଇ ସାରିଛନ୍ତି |ତାହା ବୋଧେ ସିଧା ପ୍ରସାରିତ ହୋଇ ସାରିଥିବ | ମୁଁ ଆପଙ୍କ ଆସି ଘରେ ଭେଟିବି | " ଆନନ୍ଦ ବାବୁ ଙ୍କୁ ଧନ୍ୟବାଦ ଦେଇ ଅବିନାଶ ଫୋନ ରଖିଲେ | ସେହି ସମୟରେ ତାଙ୍କ ଗାଡି ଘର ଭିତରେ ପ୍ରବେଶ କଲା |ଅବିନାଶ ଗାଡ଼ିରୁ ବାହାରି ଘର ଭିତରକୁ ଗଲେ |ସେତେବେଳେ ସନ୍ଧ୍ୟା ପାଞ୍ଚଟା ହୋଇଥାଏ | ଅବିନାଶ ଘରେ ପଶୁ ପଶୁ ତାଙ୍କୁ ବିକାଶ ବାବୁ ଆନନ୍ଦରେ ଆଲିଙ୍ଗନ କରି କହିଲେ, "ମୁଁ ଆଜି ବହୁତ ଗର୍ବିତ ତୁମ ପାଇଁ |" ମମତା, ସୁଜାତା ଦେବି, ଆକାଶ ଓ ଆରତୀ ସମସ୍ତେ ଅବିନାଶ ଙ୍କୁ ଘେରି ଯାଇଥାନ୍ତି | ସମସ୍ତଙ୍କ ମୁହଁରେ ହସ | ଟିଭି ରେ ବିକ୍ରମର ଗିରଫ ହେବାର ଭିଡ଼ିଓ ପ୍ରସାରିତ ହେଉଥାଏ ଓ ଆନନ୍ଦ ବାବୁଙ୍କ ବକ୍ତବ୍ୟ ବି ଦେଖଉଥାଏ |ଆନନ୍ଦ ବାବୁ କହୁଥିଲେ, " ଆମ ଦକ୍ଷ ଅଧିକାରୀ ଅବିନାଶ ସାରଙ୍କ ନେତୃତ୍ୱରେ ଆଜି ଆମ ରାଜ୍ୟରେ ବିଭିନ୍ନ ଅପରାଧ ସହିତ ଲିପ୍ତ ଥିବା ଅପରାଧୀମାନେ ଧରା ପଡିଛନ୍ତି | ସେହି ଜଳଯୋଗାଣ କେନ୍ଦ୍ର ଭୁଶୁଡିବା ସହିତ ଅନେକ ଅପରାଧିକ ଘଟଣା ସହିତ ବିକ୍ରମ ଓ ତାଙ୍କ ସହଯୋଗୀ ଙ୍କୁ ପୋଲିସ ଗିରଫ କରିଛି |" ଏହା ସବୁ ଶୁଣି ଘର ଭିତରେ ସମସ୍ତେ ଆନନ୍ଦରେ ମୁକ୍ତ ବିହଙ୍ଗ ପରି ଉଡିବାରେ ଲାଗିଲେ | 


×××××××××××××××××××××××


ଏହି ଘଟଣାର ଆଲୋଚନା ସାରା ସହରରେ ଦୀର୍ଘ ପନ୍ଦର ଦିନ ଧରି ବଡ଼ ଚର୍ଚ୍ଚାର ବିଷୟ ହୋଇ ରହିଲା | ରାଜ୍ୟ ସାହିତ୍ୟ ଓ କଳା ପରିଷଦ ର କାର୍ଯ୍ୟକ୍ରମ ପାଖେଇ ଆସୁଥାଏ | ସେହି କାର୍ଯ୍ୟକ୍ରମରେ ଚିତ୍ରକଳା ପ୍ରଦର୍ଶନୀ ହେବ, ଯେଉଁଥିରେ ମମତାଙ୍କ ଦଶଟି ଚିତ୍ରକଳା, ତାଙ୍କ "ଜାହ୍ନବୀ " ଚିତ୍ରକଳା ବିଦ୍ୟାଳୟର ପିଲାମାନଙ୍କର ଚିତ୍ର କଳା ଓ ଅନ୍ୟ ଶିଳ୍ପୀ ମାନଙ୍କର ଚିତ୍ରକଳା ପ୍ରଦର୍ଶନୀ ହେବ |ତା ସହିତ ସୁଜାତା ଦେବୀଙ୍କ ନେତୃତ୍ୱରେ ତାଙ୍କ ଛାତ୍ର ଛାତ୍ରୀ ସଙ୍ଗୀତ ପାଇବେଷଣ କରିବେ |ଏହା ସହିତ ଶ୍ରେଷ୍ଠ ସାହିତ୍ୟିକ ମାନଙ୍କୁ ସେମାନଙ୍କ ଗଳ୍ପ ସଂକଳନ, କବିତା ସଂକଳନ ଓ ଉପନ୍ୟାସ ପାଇଁ ସମ୍ମାନ ସହିତ ପୁରସ୍କୃତ କରାଯିବ | ଏଥିପାଇଁ ସଙ୍ଗୀତା, ମମତା, ସୁଜାତା ଦେବୀ ଓ ସମୀର ବାବୁ ବହୁତ ବ୍ୟସ୍ତ | ବିକାଶ ବାବୁ ସକାଳୁ ଖବରକାଗଜ ପଢୁ ପଢୁ ଦେଖିଲେ ଯେ ଏହି ବର୍ଷର ଶ୍ରେଷ୍ଠ ଉପନ୍ୟାସ "ମୁକ୍ତ ବିହଙ୍ଗ " ପାଇଁ ଲେଖକ ଆଇ ଏ ସ ଅଧିକାରୀ ଅବିନାଶ ଦାସ ଙ୍କୁ ମନୋନୀତ କରା ଯାଇଛି | ଯାହା କି ବର୍ତ୍ତମାନ ପରିସ୍ଥିତିରେ ସାମାଜିକ, ରାଜନୈତିକ ଓ ପାରିବାରିକ ବିଷୟ କୁ ନେଇ ଏକ ଜୀବନ୍ତ ଶିକ୍ଷଣୀୟ ଲେଖା | ଏହା ପଢି ବିକାଶ ବାବୁ ବଡ଼ ପାଟିରେ ସମସ୍ତଙ୍କୁ କହିଲେ, ଆରେ ସମସ୍ତେ ଶୁଣ | ତୁମର ଏହି କାର୍ଯ୍ୟକ୍ରମରେ ଆମ ଅବିନାଶ ତାଙ୍କ ଉପନ୍ୟାସ "ମୁକ୍ତ ବିହଙ୍ଗ" ପାଇଁ ଶ୍ରେଷ୍ଠ ଔପନ୍ୟାସିକ ଭାବେ ସମ୍ମାନିତ ଓ ପୁରସ୍କୃତ ହେବେ |" ସମସ୍ତେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁଲେ ଓ ଖବରକାଗଜ କୁ ପଢିଲେ |କିନ୍ତୁ ମମତା ବହୁତ ଖୁସି ହେଉଥିଲେ ତାଙ୍କ ସ୍ୱାମୀ ଅବିନାଶ ଙ୍କ ସଫଳତା ପାଇଁ |ସେ ଜାଣିଥିଲେ ଯେ ଅବିନାଶ କିଛି ସବୁଦିନେ ବସି ଲେଖୁଥିଲେ, କିନ୍ତୁ ଏହି ଉପନ୍ୟାସ ବୋଲି ଆଜି ଜାଣିଲେ |ଦୂରରୁ ଅବିନାଶ ଠିଆ ହୋଇ ହସୁଥିଲେ ଓ କହିଲେ, " ମୋର ଏହି ଉପନ୍ୟାସ ଆପଣ ମାନଙ୍କ ସମସ୍ତଙ୍କର ପ୍ରେରଣା ଓ ସହଯୋଗ ପାଇଁ ଲେଖି ପାରିଲି | ଏହି ଦୁନିଆରେ ସମସ୍ତେ ଚାହାନ୍ତି ନିଜ ନିଜ ସ୍ବପ୍ନ କୁ ପୂରଣ କରି ଆନନ୍ଦରେ ମୂକ୍ତ ବିହଙ୍ଗ ପରି ଏହି ସମାଜରେ ଘୁରି ବୁଲିବାକୁ କିନ୍ତୁ ଏହା ଯେ କେତେ କଷ୍ଟକର ଆଜିର ପରିପ୍ରେକ୍ଷୀରେ, ତାକୁ ମୁଁ ମୋର ଏହି ଲେଖା ମାଧ୍ୟମରେ ଜଣାଇବାକୁ ପ୍ରୟାସ କରିଛି |" 


ସମସ୍ତେ ଏବେ ବହୁତ ଆନନ୍ଦ ଓ ଖୁସିରେ ଅବିନାଶ ଙ୍କୁ ଅଭିନନ୍ଦନ ଜଣାଇବାରେ ଲାଗିଲେ | ସମସ୍ତେ ଅପେକ୍ଷା କରି ରହିଲେ ଆଗାମୀ ଦିନକୁ |



Rate this content
Log in

Similar oriya story from Action