Lokanath Rath

Action Classics Thriller

4.4  

Lokanath Rath

Action Classics Thriller

ମୂକ୍ତ ବିହଙ୍ଗ (ଭାଗ -ବାଇଶ )

ମୂକ୍ତ ବିହଙ୍ଗ (ଭାଗ -ବାଇଶ )

6 mins
1K



ଆନନ୍ଦ ବାବୁ ଯେଉଁ ପ୍ରକାର ଯୋଜନା କରିଥିଲେ ତାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳ ଙ୍କ ପାଖକୁ ଯାଇ ତାଙ୍କ ଠାରୁ ଆଦେଶନାମାରେ ଦସ୍ତଖତ କରି ଆଣିଲେ | ସେ ତୁରନ୍ତ ମାନସ କୁ ଏକ ସ୍ୱତନ୍ତ୍ର କାରାଗାର କୁ ପଠାଇ ଦେଲେ |ତାର ସମସ୍ତ ସହଯୋଗୀ ଙ୍କୁ ଅଲଗା ଅଲଗା କାରାଗାର କୁ ପଠାଇ ଦେଲେ |ସେହି ସମୟ ଭିତରେ ଖବର ଆସିଲା ଯେ ମନ୍ତ୍ରୀ ବିକ୍ରମ ଙ୍କ ବର୍ଖାସ୍ତ ହୋଇଥିବା ଉପଦେଷ୍ଟା ମଧ୍ୟ ଅଲେଖ ରହିଥିବା ଗୁପ୍ତ ସ୍ଥାନ କୁ ପଳାୟନ କରିଛି | ସେହି ସ୍ଥାନଟି ସହର ଠାରୁ ଦୂରରେ ଏବଂ ସେଠାରେ ବିଭିନ୍ନ ଅନୈତିକ କାରୋବାର ର ସମସ୍ତ କାର୍ଯ୍ୟ କରାଯାଏ | ସେହି ଜାଗା କୁ ଯିବା ଅତ୍ୟନ୍ତ କଠିନ, କାରଣ ସେହି ରାସ୍ତା ବହୁତ ଖରାପ ଓ ତାହା ଅସ୍ତ୍ର ଶସ୍ତ୍ର ଧାରୀ ଗୁଣ୍ଡା ମାନଙ୍କ ଘେରାବନ୍ଦୀରେ ଅଛି | ଏହା ଜାଣି ପରି ଆରକ୍ଷୀ ଆନନ୍ଦ ବାବୁ ସେହି ଜାଗାକୁ ପୋଲିସ ଓ ଅର୍ଦ୍ଧସୈନିକ ବଳ ପଠାଇ ଚାରି ଦିଗରୁ ଘେରି ସମସ୍ତ ଅପରାଧୀ ଙ୍କ ସହିତ ଅଲେଖ ଓ ବିକ୍ରମ ର ଉପଦେଷ୍ଟା କୁ ଗିରଫ କରିବାର ଯୋଜନା କଲେ | ସେହି ଅଭିଯାନ ର ନେତୃତ୍ୱ ସେ ନିଜେ ନେବା ପାଇଁ ସ୍ଥିର କରିଛନ୍ତି | ସେହି ଯୋଜନା କୁ କାର୍ଯ୍ୟକାରୀ କରିବାକୁ ସେ ସମସ୍ତ ବ୍ୟବସ୍ଥା କରିବା ଆରମ୍ଭ କରିଦେଲେ |


ମାନସ ସହିତ ଗିରଫ ହୋଇଥିବା ସମସ୍ତ ତାର ସହଯୋଗୀ ଙ୍କୁ ଅଲଗା କରିବା ପରେ ନିଜେ ଆନନ୍ଦ ବାବୁ ତାର ଜଣେ ସହଯୋଗୀ କୁ ଜେରା କରିବା ଆରମ୍ଭ କରିଦେଲେ | ତାଙ୍କ ପ୍ରଶ୍ନ ରେ ସେ ବହୁତ ଭୟଭୀତ ହୋଇ ମାନସ, ବିକ୍ରମ, ବିକ୍ରମ ର ଉପଦେଷ୍ଟା ଓ ଅଲେଖ ଙ୍କ ବିଷୟରେ ସବୁ କହିବାକୁ ଲାଗିଲା | ତାକୁ ଭିଡ଼ିଓ ରେକର୍ଡିଙ୍ଗ କରିବା ସହିତ ହାତରେ ଲେଖିବା ବି ଜାରି ରହିଲା |ସେ କହୁ କହୁ କହିଲା ବୋମା ଲଗାଇବା ର ଯୋଜନା ବିକ୍ରମ କରିଥିଲା ଓ ସେଥିପାଇଁ ବିହାର ରୁ ଲୋକ ଆଣି ମାନସର ଦାଇତ୍ୱ ରେ ଦେଇଥିଲା |ସେମାନଙ୍କ ଖର୍ଚ୍ଚ କୁ ଅଲେଖ ବହନ କରୁଥିଲା | ଯୋଜନା କୁ କାର୍ଯ୍ୟକାରୀ କରିବା ପାଇଁ ବିକ୍ରମର ଉପଦେଷ୍ଟା ସବୁବେଳେ ଯୋଗାଯୋଗ କରୁଥିଲା | ଏହି ବୋମା ବିସ୍ପୋରଣ କରିବା ଯୋଜନର ପଛରେ ଉଦ୍ଦେଶ୍ୟ ଥିଲା କି ସମସ୍ତ ସରକାରୀ କାଗଜ ପତ୍ର କୁ ନଷ୍ଟ କରିବା ସହିତ ଅବିନାଶ ବାବୁଙ୍କୁ ହତ୍ୟା କରିବା | କନିଷ୍ଠ ଯନ୍ତ୍ରୀ ସେହି ଉପଦେଷ୍ଟା ଙ୍କ ଅତି ଘନିଷ୍ଠ ବ୍ୟକ୍ତି | ଅଲେଖ ବାବୁଙ୍କ ସମସ୍ତ ଠିକା କାର୍ଯ୍ୟ କରିବା ପାଇଁ ସିମେଣ୍ଟ ଓ ଲୁହା ଛଡ଼ ଯୋଗାଇବା ପାଇଁ ଦୁଇଟି ଅଲଗା ଅଲଗା ସଂସ୍ଥା ଅଛନ୍ତି |ସେମାନେ ଅପମିଶ୍ରିତ ସିମେଣ୍ଟ ଓ ନିମ୍ନ ମାନର ଛଡ଼ ଅଲେଖ ବାବୁଙ୍କୁ ଦିଅନ୍ତି | ଯାହା ଦ୍ୱାରା ଉଚିତ କାର୍ଯ୍ୟ ହୁଏ ନାହିଁ ଓ ବିକ୍ରମ କୁ ମଧ୍ୟ ସେହି ଲାଭରୁ ଅଂଶ ମିଳିଥାଏ | ଏହି ଜାଗାରେ ଯେଉଁ ଦୁର୍ଘଟଣା ଘଟିଲା ସେଥିପାଇଁ ଆଉ ଗୋଟିଏ କାରଣ ହେଲା ଯେ ନିମ୍ନ ମାନର ସିମେଣ୍ଟ ଓ ଛଡ଼ ରୁ ମଧ୍ୟ କନିଷ୍ଠ ଯନ୍ତ୍ରୀ ଏବଂ ମାନସ କିଛି ଲୁଚାଇ ବିକ୍ରି କରିଦେଲେ |ସେହି ସବୁ ବିକ୍ରି ସେ ନିଜେ କରିଛି | କାହାକୁ ସେ ବିକ୍ରି କରିଛି ମଧ୍ୟ ଜଣାଇ ଦେଲା | ଏତକ କହି ସାରି ସେହି ବ୍ୟକ୍ତି ତାର ଲେଖା ହୋଇଥିବା ବିବରଣୀରେ ଦସ୍ତଖତ କରିଦେଲା | ତାକୁ ଆନନ୍ଦ ବାବୁ କହିଲେ, "ତୁମେ ଏବେ ଯାହା କହିଲ, ଯଦି ଅଦାଲତରେ ସବୁ ଠିକ କରି କହିବ, ତେବେ ତୁମକୁ ଆମେ ରାଜସାକ୍ଷୀ କରି ଦେବୁ ଓ ତୁମର ଦଣ୍ଡ ବି କୋହଳ ହୋଇଯିବ | ତୁମେ ଅଳ୍ପ ଦିନ ଜେଲରେ ରହି ନିଜ ଘରକୁ ଫେରି ଯିବ |ତାପରେ ବି ତୁମକୁ ସୁରକ୍ଷା ଓ ରୋଜଗାର ପାଇଁ ତୁମର କିଛି ବ୍ୟବସ୍ଥା କରାଯିବ |ତୁମେ ଏଥିରେ ରାଜି ତ ?"ଏହା ଶୁଣି ସେ କିଛି ସମୟ ଭାବି କହିଲା, "ଆଜ୍ଞା ମୋ ପରିବାରର କାହାର କ୍ଷତି ହେବ ନାହିଁ ତ ?କାରଣ ବିକ୍ରମ ଓ ତାର ସହଯୋଗୀ ମୋତେ ଓ ମୋ ପରିବାରକୁ ସମାପ୍ତ କରିଦେବେ | ବିକ୍ରମ ବହୁତ ଶକ୍ତିଶାଳୀ ଓ ସେ ଯାହା ଚାହିଁବ ତାହା କରି ପାରିବ |ମୁଁ ଅତ୍ୟନ୍ତ ଗରିବ ପରିବାରର ଲୋକ | ମୁଁ ସ୍ନାତକ ଡିଗ୍ରୀ କରି ସାରିବା ପରେ ଚାକିରୀ ନପାଇ ବାର ଆଡେ ବୁଲୁ ଥିଲି | ମୋତେ ମାନସ ନେଇ ବିକ୍ରମ ସହିତ ସାକ୍ଷାତ କରାଇଲା ଓ ସେ ମୋତେ କହିଛନ୍ତି ସୁବିଧା ସୁଯୋଗ ଦେଖି ମୋତେ ଚାକିରୀ କରାଇ ଦେବେ |ଏବେ ତାଙ୍କ ପାଇଁ କାମ କରୁଛି ଓ ସେଥିପାଇଁ ଅଲେଖ ବାବୁ ମୋତେ ମାସିକ ଦଶ ହଜାର ଟଙ୍କା ଦେଉଛନ୍ତି | ମୋ ଘରେ ଅଲେଖ ବାବୁ ଙ୍କ ଓ ବିକ୍ରମର ତାଙ୍କ ଚୋରା କାରବାର ର କାଗଜ ପତ୍ର ଅଛି | ଆପଣ ମୋତେ ସମ୍ପୂର୍ଣ ଆଶ୍ଵାସନ ଦେଲେ ମୁଁ ରାଜସାକ୍ଷୀ ହେବାକୁ ଡରିବି ନାହିଁ |" ଆନନ୍ଦ ବାବୁ ତାକୁ ଆଶ୍ଵାସନ ଦେଲେ ଓ ସେଠାରୁ ଚାଲି ଯାଇ ତାଙ୍କର ବିଶ୍ୱସ୍ତ ସହକର୍ମୀ କୁ ସେହି ବ୍ୟକ୍ତି ଘରକୁ ପୁରା ଦଳ ନେଇ ଯାଇ ଅଲେଖ ଓ ବିକ୍ରମ ର ସମସ୍ତ କାଗଜ ଜବତ କରିବାକୁ ଆଦେଶ ଦେଲେ |


ପରଦିନ ସକାଳୁ ଅବିନାଶ ଫୋନ କରି ଆନନ୍ଦ ବାବୁଙ୍କୁ ପଚାରିଲେ, "ଆପଣଙ୍କ ଯୋଜନା କେତେ ଦୂର ଗଲା ? ଆଜି ଏଗାରଟା ସମୟରେ ଥିବା ସଭାକୁ ଆପଣ ଆସୁଛନ୍ତି ତ ?" ଏହା ଶୁଣି ଆନନ୍ଦ ବାବୁ କହିଲେ, "ସାର, ଆପଣ ଅନ୍ୟ ସମସ୍ତ ବିବରଣୀ କୁ ନେଇ ରିପୋର୍ଟ ପ୍ରସ୍ତୁତ କରନ୍ତୁ | ମୁଁ ଗୋଟିଏ ଗୁରୁତ୍ୱପୂର୍ଣ ଚଢ଼ାଉ କାର୍ଯ୍ୟରେ ଯାଉଛି ଅଲେଖ ଓ ବିକ୍ରମର ସହଯୋଗୀ କୁ ଗିରଫ କରିବାକୁ | ଅନ୍ୟ କିଛି ପ୍ରମାଣ ବି ଯୋଗାଡ଼ କରିବାରେ ଲାଗିଛି |ହେଇପାରେ ସନ୍ଧ୍ୟା ସୁଦ୍ଧା ମୁଁ ଆପଣଙ୍କୁ ସୁସମ୍ବାଦ ସହିତ ଭେଟିବି କିମ୍ବା ଆସନ୍ତା କାଲି ଭେଟିବି |"ଅବିନାଶ ବୁଝି ପାରୁଥିଲେ ଆନନ୍ଦ ଙ୍କ କଥା | ସେ ତାଙ୍କୁ ଶୁଭେଚ୍ଛା ସହିତ ଆଗକୁ ବଢିବା ପାଇଁ କହି ଫୋନ ରଖିଦେଲେ |


ଅଵିନାଶଙ୍କ ସହିତ କଥା ହୋଇ ସାରିବା ପରେ ଆନନ୍ଦ ବାବୁ ତାଙ୍କ ଗୁଇନ୍ଦା ବିଭାଗ ର ଅଧିକାରୀ ଙ୍କୁ ଡାକି ପଚାରିଲେ, " ଆଛା ସେହି ଘଟଣା ସ୍ଥଳରୁ ଗିରଫ ହୋଇଥିବା ଅଣଓଡ଼ିଆ ଗୁଣ୍ଡା ମାନଙ୍କ ସମ୍ପର୍କରେ କିଛି ତଥ୍ୟ ମିଳିଲା ?" ସେହି ଅଧିକାରୀ କହିଲେ, "ସାର, ଏମାନେ ସମସ୍ତେ ବିହାର ର ଲୋକ | ସେଠାରେ ଏମାନଙ୍କ ବିରୁଦ୍ଧରେ ଅନେକ ଅପରାଧିକ ମାମଲା ରହିଛି | ଏମାନଙ୍କ ଆହୁରି କିଛି ସାଥି ବି ଏବେ ଧରା ପଡି ନାହାନ୍ତି |ସେମାନେ ସମସ୍ତେ ଅଲେଖ ର ସହାୟତା ପାଉଛନ୍ତି | ଏମାନଙ୍କୁ ମନ୍ତ୍ରୀ ବିକ୍ରମ ଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାର ପ୍ରମାଣ ମିଳୁଛି | ଏମାନେ ସମସ୍ତେ ପେଷାଦାର ଅପରାଧୀ |କିଛି ଆତଙ୍କବାଦୀ ସଂସ୍ଥା ସହିତ ଏମାନଙ୍କର ନିବିଡ଼ ସମ୍ପର୍କ ଅଛି | ବିଭିନ୍ନ ଆତଙ୍କ ସୃଷ୍ଟି କରିବା ପାଇଁ ଏମାନେ ଅର୍ଥ ବିନିମୟରେ ଆତଙ୍କବାଦୀ ଙ୍କ ପାଇଁ କାର୍ଯ୍ୟ କରନ୍ତି | ରାଜ୍ୟରେ ଗତ ବର୍ଷ ଘଟିଥିବା ଦୁଇଟି ବଡ଼ ବୀମା ବିସ୍ପୋରଣ ଏମାନେ କରିଛନ୍ତି, ତାହାର ପ୍ରମାଣ ଓ କିଛି ଭିଡ଼ିଓ ଆମର ହସ୍ତଗତ ହୋଇଛି |ଆଜି ସନ୍ଧ୍ୟା ସୁଦ୍ଧା ଏହାର ବିସ୍ତୃତ ବିବରଣୀ ମୁଁ ଆପଣଙ୍କୁ ଦେଇ ଦେବି ସମସ୍ତ ପ୍ରମାଣ ସହିତ |" ଆନନ୍ଦ ବାବୁ ସେହି ଅଧିକାରୀ ଙ୍କୁ ଧନ୍ୟବାଦ ଦେଲେ ଓ ଯିବାକୁ ଅନୁମତି ମଧ୍ୟ ଦେଲେ |

ଆନନ୍ଦ ବାବୁ ଏବେ ଚିନ୍ତା କଲେ ଏହି ବିହାରର ବାକି ଅପରାଧୀ ନିଶ୍ଚୟ ଅଲେଖ ଓ ବିକ୍ରମର ଉପଦେଷ୍ଟା ଲୁଚି ରହିଥବା ସ୍ଥାନରେ ଥିବେ | ସେମାନେ ଦରକାର ହେଲେ ବୋମା ବିସ୍ପୋରଣ ମଧ୍ୟ କରି ପାରନ୍ତି | ତେଣୁ ଆନନ୍ଦ ବାବୁ ସେହି ସ୍ଥାନକୁ ଚଢ଼ାଉ କରିବା ପାଇଁ ଯେଉଁ ଯବାନ ମାନଙ୍କୁ ନେଉଛନ୍ତି, ସେମାନଙ୍କ ପ୍ରତ୍ୟେକ ଦଳ ସହିତ ବୋମା ନିଷ୍କ୍ରିୟ କରିବା ଲୋକଙ୍କୁ ଓ ସନ୍ଧାନୀ କୁକୁର ଙ୍କୁ ବି ପଠାଇବାର ବ୍ୟବସ୍ଥା କଲେ | ସବୁ କିଛି ବ୍ୟବସ୍ଥା କରି ପୁରା ଦଳ ବଳ ଙ୍କୁ ନେଇ ଆନନ୍ଦ ବାବୁ ବାହାରିଲେ | ତାଙ୍କୁ ସେହି ସମୟରେ ସେ ପଠାଇ ଥିବା ତାଙ୍କ ସହଯୋଗୀର ଫୋନ ଆସିଲା, "ସାର, ଏଠାରୁ ଆମେ ଅଲେଖ ଓ ବିକ୍ରମର ବିଭିନ୍ନ ବ୍ୟାଙ୍କ ଖାତା, କିଛି ବେନାମୀ ସମ୍ପତିର କାଗଜ, କିଛି ଆତଙ୍କ ସୃଷ୍ଟି କରିବାର ନକ୍ସା, ତିନୋଟି ବ୍ୟାଙ୍କର ଲକର ଚାବି ଆଦି ଜବତ କରିଛୁ | ଜବତ କାଗଜରେ ସେହି ମାନସର ସହଯୋଗୀ ର ପିତା ଓ ମାତାଙ୍କ ଦସ୍ତଖତ ମଧ୍ୟ ନେଇ ନେଇଛୁ |"ଏତକ ଶୁଣି ଆନନ୍ଦ ବାବୁ ବହୁତ ଖୁସି ହୋଇଗଲେ ଓ କହିଲେ, "ବହୁତ ବଢିଆ କାମ କରିଛ | ତୁମେ ନିଜ ଦପ୍ତର କୁ ଯାଇ ଏହାର ପୁରା ବିସ୍ତୃତ ବିବରଣୀ ପ୍ରସ୍ତୁତ କର | ମୁଁ ସନ୍ଧ୍ୟା ସୁଦ୍ଧା ଫେରିଲେ ମୋତେ ଦେବ |ଯଦି ମୋର ଆସିବାରେ ବିଳମ୍ବ ହୁଏ ବା ଅନ୍ୟ କିଛି, ତେବେ ସନ୍ଧ୍ୟା ପରେ ଏହାକୁ ସବୁ ନେଇ ଅବିନାଶ ସାରଙ୍କୁ ଅତି ଗୁପ୍ତ ଭାବରେ ଦେବ ଓ କହିବ ଯେ ମୁଁ ଏହା କରିବାକୁ କହିଛି |ଠିକ ଅଛି, ଏବେ ଯାଅ ନିଜ କାମରେ ଲାଗିଯାଅ |" ଏତିକି କହି ଆନନ୍ଦ ବାବୁ ଫୋନ ରଖିଦେଲେ | ସେ କିଛି ସମୟ ପରେ ଅବିନାଶ ବାବୁଙ୍କୁ ଫୋନ କରି କହିଲେ, "ସାର, ବହୁତ ଶୁଭ ଖବର |ମୋର ସହଯୋଗୀ ଅଲେଖ ଓ ବିକ୍ରମ ଙ୍କର ଅପରାଧ ସମ୍ବନ୍ଧୀୟ ବହୁତ କିଛି ପ୍ରମାଣ ଏବେ ଜବତ କରିଛନ୍ତି |ଯଦି ସନ୍ଧ୍ୟା ସୁଦ୍ଧା ମୁଁ ଆସି ନପାରେ, ତେବେ ମୁଁ କହିଛି ସେସବୁକୁ ବିବରଣୀ ସହିତ ଆପଣଙ୍କୁ ଦେବା ପାଇଁ |ଆମ ଗୁଇନ୍ଦା ବିଭାଗ ମଧ୍ୟ ଗୋଟିଏ ବିବରଣୀ ସମସ୍ତ ପ୍ରମାଣ ସହିତ ପ୍ରସ୍ତୁତ କରୁଛି ବୋମା ବିସ୍ପୋରଣ, ଆତଙ୍କ ଓ ଅପରାଧ ସମ୍ବନ୍ଧରେ | ମୁଁ ତାଙ୍କୁ ବି କହି ଦେଉଛି ସନ୍ଧ୍ୟା ପରେ ମୁଁ ଆସିବାରେ ବିଳମ୍ବ ହେଲେ ସେମାନେ ସେହି ସବୁ ଆପଣଙ୍କୁ ଦେଇ ଦେବେ | ବାକି ମୁଁ ଏହି ଦୁଇଜଣ ଙ୍କୁ ନେଇ ଫେରିଲେ କଥା ହେବା |" ଏତକ କହି ଆନନ୍ଦ ବାବୁ ଫୋନ ରଖି ଦେଲେ ଓ ତୁରନ୍ତ ଫୋନ କରି ତାଙ୍କ ଗୁଇନ୍ଦା ଅଧିକାରୀ ଙ୍କୁ କହିଲେ ଯେ ସନ୍ଧ୍ୟା ସୁଦ୍ଧା ବିବରଣୀ ସହିତ ସମସ୍ତ ପ୍ରମାଣ ଅବିନାଶ ବାବୁ ଙ୍କୁ ଦେବା ପାଇଁ | ଏତକ କହି ଆନନ୍ଦ ବାବୁ ଫୋନ ରଖି ଦେଲେ ଓ ଆଖି ବନ୍ଦ କରି ଭାବିଲେ |ଯେମିତି ତାଙ୍କ ମୁଣ୍ଡରେ ଘୁରି ବୁଲୁଥିବା କିଛି ଚିନ୍ତା ମୂକ୍ତ ହୋଇ ମୂକ୍ତ ବିହଙ୍ଗ ପରି ଉଡିବାରେ ଲାଗିଲେ | ଗୋଟିଏ ଦୀର୍ଘ ନିଶ୍ବାସ ନେଇ ମୁହଁରେ ଟିକେ ହସ ଫୁଟାଇଲେ |ତାଙ୍କ ଗାଡି ସହିତ ତିନୋଟି ଗାଡି ଯବାନ ମାନଙ୍କୁ ନେଇ ଆଗେଇ ଚାଲିଲା ଲକ୍ଷ ପଥରେ ।


Rate this content
Log in

Similar oriya story from Action