Lokanath Rath

Inspirational Children

4.6  

Lokanath Rath

Inspirational Children

ଜେଜେ, ଅଜା ଘର

ଜେଜେ, ଅଜା ଘର

7 mins
410



ଆଜି ସୁନିତା ବହୁତ ବ୍ୟସ୍ତ । ସେ ନିଜର ସ୍ୱାମୀ ଅମର ବାବୁଙ୍କ ସହିତ ମିଶି ସଜା ସଜି କାମରେ ପୁରା ଲାଗି ଯାଇଛି । ଦୀର୍ଘ ପାଞ୍ଚ ବର୍ଷ ପରେ ସେମାନଙ୍କ ଏକମାତ୍ର ସନ୍ତାନ ଅସୀମ ତାର ପାଠ ପଢା ଲଣ୍ଡନ ରୁ ଶେଷ କରି ଆସୁଛି ଓ ଆଜି ତାର ଜନ୍ମଦିନ ମଧ୍ୟ । 


ସୁନିତା ଜଣେ ଅଧ୍ୟାପିକା ଭାବରେ କାମ କରନ୍ତି । ତାଙ୍କର ସ୍ୱାମୀ ଅମର ଜଣେ ଯନ୍ତ୍ରୀ । ଦୁଇ ବର୍ଷ ପୂର୍ବେ ଅମର ନିଜର ଚାକିରୀ ଛାଡି ବ୍ୟବସାୟ ଆରମ୍ଭ କରିଛନ୍ତି ଏବଂ ଏବେ ତାହା ବହୁତ ଭଲ ଚାଲିଛି । ସୁନିତା ଓ ଅମର ଗୋଟିଏ ବିଦ୍ୟାଳୟରେ ପାଠ ପଢୁଥିଲେ । ସେମାନେ ଗୋଟିଏ ସହରରେ ବି ରହୁଥିଲେ । ସେମାଙ୍କର ପିତା ମାତା ମଧ୍ୟବିତ୍ତ ପରିବାରର । ଅମର ସୁନିତା ଠାରୁ ଦୁଇ ବର୍ଷ ବଡ଼ ଓ ସେ ବିଦ୍ୟାଳୟରେ ବି ସୁନିତା ଠାରୁ ଦୁଇଟି ଉପର ଶ୍ରେଣୀରେ ପଢୁଥିଲେ । ଦୁଇଜଣ ଖୁବ ଭଲ ପଢିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଯୋଗ ଦେଇ ପୁରସ୍କୃତ ହେଉଥିଲେ । ଯେତେବେଳେ ସୁନିତାର ଅଷ୍ଟମ ଶ୍ରେଣୀ ଓ ଅମର ର ଦଶମ ଶ୍ରେଣୀ, ସେତେବେଳେ ଉଭୟଙ୍କ ଭିତରେ ଭଲପାଇବାର ସମ୍ପର୍କ ଗଢି ଉଠିଥିଲା । ଦଶମ ପରେ ଅମର ମହାବିଦ୍ୟାଳୟରେ ନାଁ ଲେଖାଇଲେ । ସୁନିତା ବି ମନ ଦେଇ ପାଠ ପଢୁଥିଲା । ଉଭୟ କିନ୍ତୁ ଉଭୟଙ୍କ ସହିତ ଯୋଗାଯୋଗ ରଖିଥିଲେ । ସୁନିତା ଦଶମ ପରେ ମହାବିଦ୍ୟାଳୟରେ ନାଁ ଲେଖାଇଲା ଓ ସେତିକି ବେଳେ ଅମର ଯାନ୍ତ୍ରିକ ମହାବିଦ୍ୟାଳୟରେ ପଢିବାକୁ ଗଲା ।


ସମୟର ଚକ ଗଡି ଚାଲିଥାଏ । ଦୂରରେ ରହି ମଧ୍ୟ ଉଭୟଙ୍କ ଭଲପାଇବା କମ ହୋଇ ନଥିଲା, ବରଂ ଆହୁରି ବଢି ଯାଇଥିଲା । ଉଭୟ ପାଠ ମଧ୍ୟ ଠିକ ଭାବରେ ପଢୁଥିଲେ । ଅମର ନିଜର ପାଠ ପଢା ସାରି ଚାକିରୀ କରିବାରେ ଲାଗିଲା । ସୁନିତା ଅଧ୍ୟାପିକା ହେବାର ଲକ୍ଷ୍ୟ ନେଇ ପଢି ଚାଲିଥାଏ । ସୁନିତାର ବି ପାଠ ପଢା ସରିଗଲା । ସେ ଚାକିରୀ ଅପେକ୍ଷାରେ ଥାଏ । ଅମର ଦିନେ ସୁନିତା କୁ କହିଲା କି ତାର ଘର ଲୋକେ ବିବାହ ପାଇଁ କହୁଛନ୍ତି । ସୁନିତା ବି ସେଇ କଥା ଅମର କୁ କହିଲା । କିଛି ସମୟ ଉଭୟ ଚୁପ ହୋଇ ବସିବା ପରେ ଅମର କହିଲା, " ଆମେ ଏବେ ଆମ ଘର ଲୋକଙ୍କୁ ଆମର ସମ୍ପର୍କ ବିଷୟରେ କହିବା ଉଚିତ ହେବ । ମୁଁ ବୁଝି ପାରୁଛି ଯେ ସେମାନେ ସହଜରେ ଆମର ବିବାହ ପାଇଁ ରାଜି ହେବେ ନାହିଁ, କାରଣ ଆମ ଦୁଇ ଜଣଙ୍କ ଜାତିଗତ ସମସ୍ୟା ସମସ୍ତଙ୍କୁ ଦେଖା ଯିବ । ତୁମେ ସବର୍ଣ୍ଣ ଓ ମୁଁ ତୁମ ଜାତିର ନୁହେଁ । "ଏହା ଶୁଣି ସୁନିତା କହିଲା, " ମୁଁ ଏହି ଜାତି ଆଉ ଧର୍ମ କୁ ବିଶ୍ୱାସ କରେନି । ଆମେ ଆମ ଘରେ ସବୁ କିଛି କହିବା, ସେମାନେ ରାଜି ହେଲେ ବହୁତ ଭଲ, ନହେଲେ ଆମେ ଆଇନ ଅନୁସାରେ ବିବାହ କରିନେବା ।ତୁମେ କଣ କହୁଛ ?" ଅମର ବି ସୁନିତା କଥାରେ ଏକମତ ହେଲା ।


ଉଭୟ ନିଜ ନିଜର ପରିବାରର ଲୋକଙ୍କୁ ତାଙ୍କର ଭଲପାଇବା ଓ ବିବାହର କଥା ବୁଝାଇ କହିଲେ । କିନ୍ତୁ ଉଭୟ ପରିବାର ସେମାଙ୍କର ବିବାହରେ ରାଜି ହେଲେ ନାହିଁ । ସେଥିପାଇଁ ଉଭୟ ମନ୍ଦିରରେ ବିବାହ କରି ଆଇନ ହିସାବରେ ପଞ୍ଜିକରଣ କରି ନେଲେ । ଯେତେବେଳେ ସେମାନେ ବିବାହ ପରେ ପରସ୍ପର ପିତାମାତା ଙ୍କ ଠାରୁ ଆଶୀର୍ବାଦ ନେବାକୁ ଗଲେ, ସେତେବେଳେ ସେଠାରେ ତିରସ୍କୃତ ହୋଇ ସେମାନଙ୍କ ଦ୍ୱାରା ବିତାଡିତ ହେଲେ । ଉଭୟଙ୍କୁ ବହୁତ କଷ୍ଟ ଦେଇଥିଲା ସେହି ଘଟଣା ।


ସେମାନେ ସେହି ସହର ଛାଡି ଅନ୍ୟ ସହରକୁ ଚାଲିଗଲେ ।ସେଠାରେ ସୁନିତାକୁ ଅଧ୍ୟାପିକା ଚାକିରୀ ବି ମିଳିଗଲା ଓ ଅମର ଏକ ଘରୋଇ ସଂସ୍ଥାରେ ଚାକିରୀ କଲେ । ଉଭୟ ଖୁସିରେ ସମୟ କାଟିବାରେ ଲାଗିଲେ । ବିବାହର ଦୁଇ ବର୍ଷ ପରେ ଅସୀମ ର ଜନ୍ମ ହେଲା । ତାକୁ ଆଶୀର୍ବାଦ କରିବାକୁ ସୁନିତା ଓ ଅମର ନିଜ ନିଜର ପିତାମାତା ଙ୍କୁ ବହୁତ ବିନୟ କରି କହିଲେ, କିନ୍ତୁ ଜାତିବାଦ ର ଘୃଣିତ ଭାବନା ସେମାନଙ୍କୁ ଅନ୍ଧ କରି ଦେଇଥିଲା । ସେମାନେ ଉଭୟ ସୁନିତା ଓ ଅମର କୁ ଆଇନ ହିସାବରେ ନିଜ ଠାରୁ ତ୍ୟର୍ଯ୍ୟ କରିଦେଲେ । ସେହି ଦିନ ଠାରୁ ଏବେ ଯାଏ ସେମାଙ୍କର କୌଣସି ସମ୍ପର୍କ ନାହିଁ । ପୁଅ ଅସୀମ ବଡ଼ ହୋଇ ବିଦ୍ୟାଳୟ ଗଲା । ଅନେକ ବେଳେ ଅସୀମ ତା ପିତା ଓ ମାତା ଙ୍କୁ ପିଲାଳିଆମୀ ଢଙ୍ଗରେ ତାର ଜେଜେ ଓ ଅଜା ଙ୍କ ବିଷୟରେ ପଚାରେ କାରଣ ତା ସାଙ୍ଗ ମାନଙ୍କର ଜେଜେ ଓ ଅଜା ଙ୍କୁ ସେ ଦେଖେ । ସେହି ସ୍ନେହ ଓ ଆଦର ତାକୁ ବ୍ୟାକୁଳିତ କରେ । ସୁନିତା ଓ ଅମର ସବୁବେଳେ ଅସୀମର ସେହି ପ୍ରଶ୍ନ କୁ ଏଡାଇ ଦିଅନ୍ତି ।ଅସୀମ ବଡ଼ ହୋଇ ମହାବିଦ୍ୟାଳୟ ଗଲା ଓ ସରକାରୀ ବୃତ୍ତି ପାଇ ଲଣ୍ଡନ ଗଲା ଡାକ୍ତରୀ ପାଠ ପଢିବାକୁ ।ଏହା ଭିତରେ ଅସୀମ ତାର ଜେଜେ ଓ ଅଜା ଙ୍କ ବିଷୟରେ ସବୁ ଜାଣି ପାରିଥିଲା ନିଜର ଅନୁସନ୍ଧାନରୁ, କିନ୍ତୁ ସୁନିତା ଓ ଅମର ଙ୍କୁ କିଛି କହୁ ନଥିଲା । 


ଅସୀମ ବିଦେଶ ଗଲା ପରେ ସୁନିତା ଓ ଅମର ନିଜକୁ ଏକା ଏକା ମନେ କରୁଥିଲେ । ଦିନେ ବଜାରରେ ସଉଦା କିଣିଲା ବେଳେ ପାଖ ଦୋକାନ ପାଖରେ ଜଣେ ବୃଦ୍ଧ ବ୍ୟକ୍ତି ଙ୍କୁ ସୁନିତା ଦେଖି ଅମର କୁ କହିଲା, " ଦେଖିଲ ସେହି ବୃଦ୍ଧ ମଉସାଙ୍କୁ । ମତେ ଲାଗୁଛି ବୋଧେ ସେ ଆମ ବିଦ୍ୟାଳୟର ସେହି ରାମ ମଉସା । ଯିଏ ସବୁବେଳେ ଆମ ସମସ୍ତଙ୍କ ଯତ୍ନ ନେଉଥିଲେ, ବହୁତ ଆଦର କରି ଆମ ପାଇଁ ଠିଆ ହେଇ ରହୁଥିଲେ ଆମକୁ ସୁରକ୍ଷିତ ଭାବେ ଘରକୁ ପଠାଇବାକୁ । ତାଙ୍କୁ ଆମେ ସମସ୍ତେ ମଉସା ବୋଲି ଡାକୁଥିଲେ ।" ଅମର ସେହି ବ୍ୟକ୍ତି ଙ୍କୁ ଦେଖି କହିଲେ, " ହଁ, ମୋତେ ବି ସେଇଆ ଲାଗୁଛି ।କିନ୍ତୁ ତାଙ୍କ ପୁଅ ତ ଜଣେ ବଡ଼ ସରକାରୀ ଅଧିକାରୀ । ଆଉ ଏବେ ମଉସା ଏହି ଅବସ୍ଥାରେ ଏଠାରେ ବୁଲୁଛନ୍ତି । ଚାଲ ତାଙ୍କ ପାଖକୁ ଯିବା ।" ସେମାନେ ସେହି ବୃଦ୍ଧ ଙ୍କ ପାଖକୁ ଯାଇ ଡାକିଲେ, "ରାମ ମଉସା !" ଏହା ଶୁଣି ସେହି ବୃଦ୍ଧ ଜଣଙ୍କ ନିଜ ମୁହଁ ଲୁଚାଇ ସେଠାରୁ ଯିବାକୁ ବାହାରିଲେ । ଏହା ଦେଖି ସୁନିତା ଓ ଅମର ଙ୍କୁ ବିଶ୍ୱାସ ହେଇଗଲା କି ସେ ହିଁ ତାଙ୍କର ରାମ ମଉସା । ସେମାନେ ବି ସେଇ ବୃଦ୍ଧ ଙ୍କ ପିଛା କଲେ । କିଛି ବାଟ ପରେ ଗୋଟିଏ ଛୋଟିଆ ବସ୍ତି ଭିତରେ ସେହି ବୃଦ୍ଧ ପଶି ଗଲେ । ସୁନିତା ଓ ଅମର ବି ସେହି ବସ୍ତି ଭିତରେ ପଶି ତାଙ୍କ ମଉସା ଙ୍କ ପଛରେ ଯାଇ ଦେଖିଲେ, ଗୋଟିଏ ଛୋଟ କୁଡ଼ିଆ ଭିତରକୁ ସେଇ ବୃଦ୍ଧ ପଶି ଗଲେ । ଏହା ଦେଖି ସୁନିତା ଓ ଅମର କିଛି କ୍ଷଣ ଭାବିଲେ ଓ ଶେଷରେ ସେମାନେ ବି ଯାଇ ସେହି କୁଡ଼ିଆ ଭିତରେ ପଶି ଗଲେ । ତାଙ୍କୁ ଦେଖି ସେହି ବୃଦ୍ଧ ଅବାକ ହୋଇ ଗଲେ । ତାଙ୍କ ପାଖରେ ବୃଦ୍ଧା ପତ୍ନୀ ଶୋଇ ଥିଲେ । ତାଙ୍କୁ ଲଜ୍ଜ୍ୟା ଲାଗୁ ଥିଲା । ସେ କିଛି କହିବା ଆଗରୁ ସୁନିତା କହିଲା, "ମଉସା ଆପଣ ଏଠାରେ ମାଉସୀଙ୍କ ସହିତ ଏପରି ଅବସ୍ଥାରେ ! ଆମେ ଦୁହେଁ ପାଠ ପଢିଲା ବେଳେ ସବୁବେଳେ ଆପଣ ଆମ ସମସ୍ତଙ୍କୁ କେତେ ଆଦର ଓ ସ୍ନେହ କରୁଥିଲେ ? ଆମେ ଆପଣଙ୍କୁ ଭୁଲି ନାହୁଁ । ମୁଁ ସୁନିତା ଓ ଇଏ ମୋର ସ୍ୱାମୀ ଅମର । ଆପଣଙ୍କ ପୁଅ ତ ଜଣେ ବଡ଼ ସରକାରୀ ଚାକିରିଆ !" ଏତକ ଶୁଣି କାନ୍ଦି କାନ୍ଦି ବୃଦ୍ଧ ଅମର କହିଲା, " ମୁଁ ତୁମକୁ ମୋଟେ ଭୁଲି ନାହିଁ । ତୁମେ ତ ଆମ ବିଦ୍ୟାଳୟର ସମ୍ମାନ ଥିଲ । କିନ୍ତୁ ଆମ ଭାଗ୍ୟ ଖରାପ । ଆମେ ଦୁହେଁ ପୁଅକୁ ପାଠ ପଢାଇଲୁ, ମୋର ସବୁ ଅର୍ଥ ଓ ସାମର୍ଥ ଲଗାଇ ତାକୁ ମୁଁ ତାର ସ୍ବପ୍ନ ପୂରଣ କରାଇବାରେ ସାମର୍ଥ ହେଲି । କିନ୍ତୁ ସେ ବିବାହ କରିବା ପରେ ଆମକୁ ନିର୍ଯ୍ୟାତନା ଦେଇ ବିତାଡିତ କରି ଦେଇଛି । ମୁଁ ବହୁତ ନିସ୍ବ ଓ ଅସହାୟ ଅବସ୍ଥାରେ ମୋର ପତ୍ନୀ ସହିତ ଆସି ଏଠାରେ ଆଶ୍ରୟ ନେଇଛି । ମୋତେ ଲାଜ ଲାଗିଲା ତୁମକୁ ଦେଖି । ମୁଁ ସେହି ବଜାରରେ ବୁଲେ, ଯାହା କିଛି ମିଳେ ଆଣି ଆମେ ଦୁହେଁ ଖାଉ । ବେଳେ ବେଳେ ଉପବାସରେ ବି ଶୋଉ ।"ଏତକ କହି ସେ କାନ୍ଦିବାରେ ଲାଗିଲେ । ସୁନିତା ଓ ଅମର ତାଙ୍କ ପାଖରେ ବସି ବୁଝାଇଲେ ଓ କହିଲେ, " ବ୍ୟସ୍ତ ହୁଅନି ମଉସା, ଆମେ ଅଛୁ ।" ଏତକ ଶୁଣି ରାମ ମଉସା କହିଲେ, "ଆମ ପରି ଆହୁରି ଚାରୋଟି ବୃଦ୍ଧ ଓ ବୃଦ୍ଧା ଯୋଡି ଏହି ବସ୍ତିରେ ଅଛନ୍ତି ।" ସୁନିତା କହିଲା, "ଆମେ କାଲି ଆସିବୁ ଏବଂ କିଛି ବ୍ୟବସ୍ତା କରି ଆପଣ ସମସ୍ତଙ୍କୁ ନେଇ ଯିବୁ ।" 


ଏତକ କହି ସୁନିତା ଓ ଅମର ସେଠାରୁ ଫେରି ନିଜ ଘରକୁ ଆସିଲେ । ସେତେବେଳେ ପୁଅ ଅସୀମ ର ଫୋନ ଆସିଲା, ସେ କହିଲା, " ମା ମୁଁ ଆଉ ଦୁଇ ଦିନ ପରେ ଫେରିବି ।ମୋର ଏଠାରେ ପଢା ସରିଗଲା ।ମୁଁ ତୁମ ଦୁଇଜଣ ଙ୍କ ପାଖରେ ରହି ଡାକ୍ତର ହିସାବରେ ଲୋକଙ୍କ ସେବା କରିବି । ସେମାନଙ୍କ ଭିତରେ ମୁଁ ମୋର ଜେଜେ, ଅଜା, ଜେଜେ ମା ଓ ଆଇ ଙ୍କୁ ପାଇବି । ମୋର ଜନ୍ମଦିନ ତୁମ ମାନଙ୍କ ସହିତ ବିତାଇବି ।" ଏତିକି କହି ଅସୀମ ଫୋନ ରଖିଦେଲା । ଅସୀମ ର କଥା ସାରିବା ପରେ ଉଭୟ ସୁନିତା ଓ ଅମର ପରସ୍ପର କୁ ଚାହିଁ ହସ ହସ ମୁହଁରେ ଏକା ସାଙ୍ଗରେ କହିଲେ, " ଅସୀମ ପାଇଁ ଗୋଟିଏ ସୁନ୍ଦର ଉପହାର ଦେବା । ଅମର କହିଲେ, " ଏବେ ଚାଲ ଅସୀମ ର କ୍ଲିନିକ ପାଇଁ କରିଥିବା ଘରକୁ ଠିକ କରିଦେବା ।ସେଠାରେ ରାମ ମଉସା, ତାଙ୍କ ପତ୍ନୀ ଓ ଅନ୍ୟ ସମସ୍ତ ପରିତ୍ୟକ୍ତ ବୃଦ୍ଧ ବୃଦ୍ଧା ଙ୍କୁ ଆଣି କାଲି ଠାରୁ ରଖିବା । ଏହାର ନାମ ଦେବା "ଜେଜେ , ଅଜା ଘର "। ଅସୀମ ତା ଜନ୍ମ ଦିନରେ ଏତେ ଜେଜେ, ଅଜା, ଜେଜେ ମା ଓ ଆଇ ପାଇ ବହୁତ ଖୁସି ହେବ । ଏହି ଘରକୁ ତା ହାତରେ ଉଦଘାଟନ କରାଇବା ।" ସୁନିତା ବହୁତ ଖୁସି ହୋଇ ଯାଇ ଅମର ଙ୍କୁ କୁଣ୍ଢାଇ ପକାଇଲା । କହିଲା, "ମୋ ପୁଅ କୁ ତାର ଜେଜେ ଓ ଅଜା ଙ୍କ ସ୍ନେହ ମିଳିବ । ଅନ୍ୟ ମାନଙ୍କୁ ମଧ୍ୟ ମିଳିବ ।ଏହି ସମ୍ପର୍କର ନୂଆ ମୁହଁ ଏବେ ସମାଜରେ ସମସ୍ତଙ୍କୁ ଜାଗ୍ରତ କରିବ ହଜି ଯାଇଥିବା ଜେଜେ, ଅଜା, ଜେଜେ ମା ଓ ଆଇ ଙ୍କ ସ୍ନେହ ଆଉ ମମତା କୁ । ଏତିକି କହି ସେମାନେ ସେହି କ୍ଲିନିକ ର ଘର କୁ ଠିକ କରିବାରେ ଲାଗିଲେ । ରାତି ସୁଦ୍ଧା ଖଟ ଓ ବିଛଣା ସବୁ ପକାଇ ସେମାନେ ବିଶ୍ରାମ ନେଲେ ।ପରଦିନ ଉଭୟ ସୁନିତା ଓ ଅମର ସେହି ବସ୍ତି କୁ ଯାଇ ରାମ ମଉସା, ତାଙ୍କ ପତ୍ନୀ ଓ ଅନ୍ୟ ଚାରି ଯୋଡ଼ା ବୃଦ୍ଧ ଓ ବୃଦ୍ଧା ଙ୍କୁ ସେହି ଘରକୁ ନେଇ ଆସିଲେ । ସେଠାରେ ତାଙ୍କର ରହିବାର ସବୁ ବ୍ୟବସ୍ଥା କରି ଦେଲେ । 


ରାମ ମଉସା ସୁନିତା କୁ ପଚାରିଲେ, "ଆରେ ମା, ଆମ ମାନଙ୍କ ପାଇଁ ତୁମେ ଦୁଇଜଣ ଏତେ କଷ୍ଟ କାହିଁକି କରୁଛ ?" ଏହା ଶୁଣି ଅମର କହିଲା, " ମଉସା, ଆମ ପୁଅ କାଲି ଡାକ୍ତରୀ ପାଠ ସାରି ଲଣ୍ଡନ ରୁ ଫେରୁଛି ।କାଲି ତାର ଜନ୍ନଦିନ । ସେ ଜନନରୁ ଜେଜେ , ଅଜା, ଜେଜେ ମା ଓ ଆଇ ଙ୍କ ସ୍ନେହ ପାଇଁ ବ୍ୟାକୁଳ । ଆପଣମାନେ କଣ ତାର ଜେଜେ, ଅଜା, ଜେଜେ ମା ଓ ଆଇ ହେଇ ତା ସହିତ ସ୍ନେହ, ଆଦର ଓ ମମତା ବାଣ୍ଟିବେନି ? ଏହି ଘର ଏବେ ଠାରୁ "ଜେଜେ, ଅଜା ଘର " ଭାବରେ ପରିଚିତ ହେବ । ଆପଣ ମାନଙ୍କୁ ବି ବହୁତ ନାତି ଓ ନାତୁଣୀ ମିଳିବେ।" 

ଏତିକି କହି ସେହି ଘରକୁ ଉଭୟ ସୁନିତା ଓ ଅମର ସଜାଇବାରେ ଲାଗିଲେ । ଆସନ୍ତା କାଲି ଅସୀମ ଆସି ଏହାକୁ ଉଦଘାଟନ କରିବ । ତାକୁ ବି ଭଲ ଲାଗିବ ।



Rate this content
Log in

Similar oriya story from Inspirational