Lokanath Rath

Thriller

4.1  

Lokanath Rath

Thriller

ମୂକ୍ତ ବିହଙ୍ଗ (ଭାଗ -ତେଇଶ )

ମୂକ୍ତ ବିହଙ୍ଗ (ଭାଗ -ତେଇଶ )

6 mins
182


ଅବିନାଶ ବାବୁ ଆନନ୍ଦ ବାବୁ ଙ୍କ ସହିତ କଥା ହେଇସାରିବା ପରେ ନିଜକୁ ଟିକେ ଚିନ୍ତା ମୁକ୍ତ କଲେ | କିଛି ସମୟ ଆଖି ବନ୍ଦ କରି କ୍ଷଣକ ପାଇଁ ଟିକେ ବିଶ୍ରାମ ନେବାକୁ ଚେଷ୍ଟା କରୁଥିଲେ | ସେହି ସମୟରେ ତାଙ୍କ ଫୋନର ଘଣ୍ଟି ବାଜିବାକୁ ଲାଗିଲା | ଅବିନାଶ ବାବୁ ଦେଖିଲେ ସମୀର ବାବୁ ଫୋନ କରିଛନ୍ତି | ସେ ଫୋନ ଉଠାଇଲେ |ସେପଟୁ ସମୀର ବାବୁ କହିଲେ, " ମୁଁ ଜାଣିଛି ଏବେ ତୁମେ ବହୁତ କାର୍ଯ୍ୟବ୍ୟସ୍ତ ଥିବ, ତଥାପି ତୁମକୁ କିଛି ଜଣାଇବାକୁ ଫୋନ କଲି | ଏବେ ମୁଁ ଖବର ପାଇଲି ଯେ ବିକ୍ରମ ବିହାରରୁ କିଛି ଅଜ୍ଞାତ ଲୋକଙ୍କୁ ଡକାଇ ତାଙ୍କ ସହିତ ଗୁପ୍ତ ମନ୍ତ୍ରଣା ଚଳାଇଛି | ସେ ହୋଇପାରେ ତା ବିରୁଦ୍ଧରେ ଥିବା ସମସ୍ତ ପ୍ରମାଣକୁ ନଷ୍ଟ କରିବା ପାଇଁ ସେମାନଙ୍କୁ କାମରେ ଲଗାଇବ | ତା ସହିତ ଏବେ କିଛି ଓକିଲଙ୍କୁ ସେ ପରୋକ୍ଷ ଭାବରେ ଲଗାଇଛି ଗିରଫ ହୋଇଥିବା ମାନସ ଓ ତାର ସମସ୍ତ ସହଯୋଗୀଙ୍କୁ ମୁକୁଳାଇବା ପାଇଁ | ତୁମେ ଟିକେ ବହୁତ ସାଵଧାନରେ ଥିବ | ଆଉ ଭଲ ଖବର ହେଲା ଯେ ସଙ୍ଗୀତା ଓ ମମତା ଙ୍କ ନୂତନ ସଂସ୍ଥା ପଞ୍ଜିକରଣ ହୋଇ ଯାଇଛି ଓ ଆମ ଅନାଥ ଆଶ୍ରମର ସମସ୍ତ ଟ୍ରଷ୍ଟିଙ୍କୁ ସ୍ୱୀକୃତି ମଧ୍ୟ ମିଳି ଯାଇଛି | ସଙ୍ଗୀତା ଓ ମମତା ଏବେ ପୁର୍ଣ ରୂପେ ଅନାଥ ଆଶ୍ରମର ପିଲାମାନଙ୍କୁ ପଢାଇବାରେ ଲାଗିଛନ୍ତି | ବିକାଶ ମଉସା ବି ପ୍ରାୟ ପ୍ରତ୍ୟେକ ଦିନ ଦୁଇ ତିନି ଘଣ୍ଟା ଅନାଥ ଆଶ୍ରମରେ ଦେଉଛନ୍ତି | ସୁଜାତା ମାଉସୀ ଆଜି ଠାରୁ ପ୍ରତ୍ୟେକ ଦିନ ସେହି ଆଶ୍ରମରେ ପିଲାମାନଙ୍କୁ ସଙ୍ଗୀତ ଶିକ୍ଷା ଦେବା ଆରମ୍ଭ କରିବେ | ଅସିତ ବାବୁଙ୍କ ସମୟତାରେ ଆଶ୍ରମରେ ଗୋଟିଏ ବଡ଼ ହଲ ତିଆରି କାମ ଆରମ୍ଭ ହୋଇ ଯାଇଛି |ତୁମେ ତୁମ କାମକୁ ସଫଳତା ସହିତ ଶେଷ କରିବାରେ ଲାଗ | ସୁଜାତା ମାଉସୀ କହୁଥିଲେ ସେହି ହଲ କାମ ସରିବା ପରେ ସେଠାରେ ଆଶ୍ରମର ପିଲାମାନଙ୍କ ସହିତ ଗରିବ ପିଲାମାନଙ୍କୁ ବି ସଙ୍ଗୀତ ଶିକ୍ଷା ଦେବେ ଓ ତାର ନାମ ଶାନ୍ତି ଦେବୀ ସଙ୍ଗୀତ ଶିକ୍ଷା କେନ୍ଦ୍ର ରଖିବେ ବୋଲି |ତୁମ କାମ ସରିବା ପରେ ଆମେ ସବୁ ବସି ନିଷ୍ପତ୍ତି ନେବା | " ଏତିକି କହି ସମୀର ବାବୁ ଫୋନ ରଖିବାକୁ ଯାଉଥିଲେ, କିନ୍ତୁ ଅବିନାଶ କହିଲେ, " ବହୁତ ଧନ୍ୟବାଦ ଭାଇ | ଅନାଥ ଆଶ୍ରମର ସମସ୍ତ କାର୍ଯ୍ୟ ପାଇଁ ଆପଣମାନେ ସମସ୍ତେ ଅଛନ୍ତି |ଯାହା ଠିକ ଭାବିବେ କରିବେ |ମମତା ଓ ସଙ୍ଗୀତା ସେମାନଙ୍କ କାମକୁ ଠିକ ଭାବରେ ତୁଲାଇ ପାରିବେ ଓ ଆପଣ ଅଛନ୍ତି ତାଙ୍କୁ ସାହାଯ୍ୟ କରିବାକୁ |ମୁଁ ମଧ୍ୟ ଏହି କାମକୁ ଶୀଘ୍ର ଶେଷ କରି ଏଥିରୁ ମୁକ୍ତ ହୋଉ ମୁକ୍ତ ବିହଙ୍ଗ ପରି ଉଡିବାକୁ ବ୍ୟଗ୍ର |ଏବେ ଆପଣ ଆଶ୍ରମ ଓ ଅନ୍ୟ ସମସ୍ତଙ୍କର ଦାୟିତ୍ୱ ଟିକେ ବୁଝୁଥିବେ | ଏବେ ଫୋନ ରଖୁଛି |ପରେ କଥା ହେବି | ଏତକ କହି ଅବିନାଶ ଫୋନ କାଟି ଦେଲେ |


ଅବିନାଶ ତୁରନ୍ତ ଆନନ୍ଦ ବାବୁଙ୍କୁ ଫୋନ କରି କହିଲେ, "ଆପଣଙ୍କ ସହଯୋଗୀ ଯେଉଁ ପ୍ରମାଣ ବିକ୍ରମ ଓ ଅଲେଖ ବାବୁଙ୍କର ଦୁର୍ନୀତି ସମ୍ବନ୍ଧରେ ଆଣୁଛନ୍ତି, ତାଙ୍କୁ କୁହନ୍ତୁ ସିଧା ଆସି ମୋତେ ଦେଇ ଦେବେ |ଆଉ ତୁମ ଗୁଇନ୍ଦା ବିଭାଗକୁ ବି ଟିକେ ସତର୍କ କରିଦିଅ |ମୋତେ ଖବର ମିଳିଛି ଯେ ବିକ୍ରମ ରାଜ୍ୟ ବାହାରୁ କିଛି ଅଜ୍ଞାତ ଲୋକଙ୍କ ସମୟତାରେ ଏବେ ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ ଚକ୍ରାନ୍ତ କରୁଛି | ସେ ବି ପରୋକ୍ଷ ଭାବରେ କିଛି ଓକିଲଙ୍କୁ ଲଗାଇଛି ମାନସ ଓ ତାର ସମସ୍ତ ସହଯୋଗୀଙ୍କୁ ମୁକୁଳାଇବା ପାଇଁ | ଆପଣ ସେହି ହିସାବରେ ଯାହା କରିବାର ଅଛି ତାହାର ବ୍ୟବସ୍ଥା କରନ୍ତୁ | ମୋତେ ଯଦି ଆଉ କିଛି ସାହାଯ୍ୟ କରିବାର ଅଛି ତେବେ କୁହନ୍ତୁ |" ଆନନ୍ଦ ବାବୁ କହିଲେ, "ଠିକ ଅଛି ସାର ମୁଁ ଏହାର ପ୍ରତିକାରର ବ୍ୟବସ୍ଥା କରୁଛି |ଏବେ ମୁଁ କହି ଦେଇଛି ଆପଣଙ୍କ ସୁରକ୍ଷା ବଢାଇବା ପାଇଁ |ଆପଣ ବିନା ସୁରକ୍ଷା କର୍ମୀ କୌଣସି ସ୍ଥାନକୁ ଯିବେ ନାହିଁ | ଆପଣ ଓ ମୋ ଭିତରେ ପ୍ରମାଣ ସମ୍ବନ୍ଧୀୟ ଯେଉଁ କଥା ହୋଇଛି, ଆପଣ ମୁଁ ନ ପହଁଚିଲା ପର୍ଯ୍ୟନ୍ତ କାହାକୁ କହିବେ ନାହିଁ |ଏବେ ମୁଁ ମୋର ଲକ୍ଷ ସ୍ଥଳିର ନିକଟତର ହେଉଛି |ପରେ କଥା ହେବି |" ଅବିନାଶ ଙ୍କ ସହିତ କଥା ହୋଇସାରିବା ପରେ ଆନନ୍ଦ ବାବୁ ପ୍ରଥମେ ତାଙ୍କ ସହଯୋଗୀ ଯିଏ ବିକ୍ରମ ଓ ଅଲେଖ ବିରୁଦ୍ଧରେ ପ୍ରମାଣ ନେଇ ଫେରୁଛନ୍ତି, ତାଙ୍କୁ ଫୋନ କରି କହିଲେ ଯେ ସମସ୍ତ ପ୍ରମାଣ ସିଧା ଅବିନାଶ ବାବୁଙ୍କୁ ଦେବାକୁ ଓ ସେଠାରେ ରହି ଅବିନାଶ ବାବୁଙ୍କ ସୁରକ୍ଷାର ଦାଇତ୍ୱ ନେବାକୁ |ତାପରେ ସେ ଗୁଇନ୍ଦା ଅଧିକାରୀଙ୍କୁ କହିଲେ ସମସ୍ତ ବିବରଣୀ ପ୍ରମାଣ ସହିତ ଶୀଘ୍ର ପ୍ରସ୍ତୁତ କରି ଅବିନାଶ ବାବୁଙ୍କୁ ଦେବାକୁ ଓ ସାବଧାନ ରହିବାକୁ ବିକ୍ରମର କିଛି ଅଜ୍ଞାତ ଗୁଣ୍ଡାମାନଙ୍କ ଠାରୁ |"ଏତକ ଶୁଣି ଗୁଇନ୍ଦା ଅଧିକାରୀ କହିଲେ, "ଆପଣ କହିବା ଆଗରୁ ଆମଜୁ ଏହି ଖବର ମିଳି ସାରିଛି | ଆମର ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ ହେଇ ସାରିଛି |ଏବେ ଆମେ ତାକୁ ନେଇ ଅବିନାଶ ସାରଙ୍କୁ ଦେଇ ଆସିବୁ ଓ ବୁଝାଇ କହିବୁ |ଆପଣ ଚିନ୍ତା କରନ୍ତୁ ନାହିଁ ସାର |"ଆନନ୍ଦ ବାବୁ ଏବେ ସମସ୍ତ ଚିନ୍ତାରୁ ମୁକ୍ତ ହୋଇ ତାଙ୍କର ଲକ୍ଷ ହାସଲ କରିବା ପାଇଁ ଚିନ୍ତା କଲେ | 


ଅବିନାଶ ବାବୁ ଫୋନ କରି ମମତାଙ୍କୁ କହିଲେ, "ମୋତେ ସମୀର ଭାଇ ଏବେ ଫୋନ କରି ସବୁ କଥା କହିଛନ୍ତି | ତୁମେ, ପିଲାମାନେ ଓ ବାପା ମା ବିନା ସୁରକ୍ଷା କର୍ମୀ କେଉଁ ଜାଗାକୁ ଯିବ ନାହିଁ | ଏବେ ମୁଁ ଅନାଥ ଆଶ୍ରମର ସୁରକ୍ଷା ପାଇଁ କହିଛି ଓ ସେଠାରେ ବି ସୁରକ୍ଷାବଳ ପହଞ୍ଚି ଯିବେ | ମୁଁ ଠିକ ଅଛି | ହେଇପାରେ ମୋର ଆସିବାରେ କିଛି ବିଳମ୍ବ ହୋଇପାରେ, ସେଥିପାଇଁ ଆଦୌ ଚିନ୍ତା କରିବ ନାହିଁ | ତୁମକୁ ପିଲା ମାନଙ୍କ ସହିତ ବାପା ଓ ମାଆଙ୍କ ଦାୟିତ୍ୱ ଠିକ ଭାବରେ ନେବାକୁ ହେବ | ଏମିତି ତ ଏବେ ଏହି କାମ ପାଇଁ ଦେଖୁ ଦେଖୁ ଦୁଇ ସପ୍ତାହ ବିତି ଗଲାଣି | ସବୁ ଠିକ ହେଇଯିବ |" ମମତା ବୁଝି ପାରୁଥିଲେ ଅଵିନାଶଙ୍କ ଚିନ୍ତା |ତେଣୁ ସେ ଅଵିନାଶଙ୍କୁ କହିଲେ, " ତୁମେ ଆମ ବିଷୟରେ ମୋଟେ ଚିନ୍ତା କର ନାହିଁ | ତୁମେ କହିବା ଆଗରୁ ମୁଁ ଓ ଆମେ ସମସ୍ତେ ସୁରକ୍ଷା କର୍ମୀଙ୍କ ସହିତ ଯିବା ଆସିବା କରୁଛୁ | ସମୀର ଭାଇ ମଧ୍ୟ ବହୁତ ସହଯୋଗ କରୁଛନ୍ତି | ତୁମ ସାଙ୍ଗ ଆଇନଜୀବୀ ଅସିତ ବାବୁ ମଧ୍ୟ କିଛି ଘରୋଇ ସୁରକ୍ଷା କର୍ମୀଙ୍କୁ ଅନାଥ ଆଶ୍ରମ ଓ ଆମ ଚିତ୍ରକଳା ବିଦ୍ୟାଳୟରେ ମୁତୟନ କରିଛନ୍ତି | ଆମେ ସମସ୍ତେ ସୁରକ୍ଷିତ ଅଛୁ |ତୁମେ ତୁମର ଦାଇତ୍ୱ ଠିକ ଭାବରେ ନେଉଥିବ | କିଛି ଚିନ୍ତା କର ନାହିଁ | ଏବେ ତୁମ କାମରେ ମନ ଦିଅ |ମୁଁ ଫୋନ ରଖୁଛି |"ଏତିକି କହି ମମତା ଫୋନ ରଖିଦେଲେ | ସେ ବୁଝି ପାରୁଥିଲେ ତାଙ୍କ ଅବିନାଶଙ୍କ ଚିନ୍ତା ଓ ଦାୟିତ୍ୱକୁ | ମମତା ଭାବୁଥିଲେ ତାଙ୍କ ଅବିନାଶ ଖାଲି ଜଣେ ଦକ୍ଷ ଅଧିକାରୀ ନୁହନ୍ତି, ସେ ଜଣେ ଅତି ସୁନ୍ଦର ସ୍ୱାମୀ, ପିତା, ଜାମାତା, ବନ୍ଧୁ ଓ ସମାଜସେବୀ |ସେଥିପାଇଁ ସେ ନିଜକୁ ତାଙ୍କ ପତ୍ନୀ ହିସାବରେ ଧନ୍ୟ ମନେ କରୁଥିଲେ |

ଅବିନାଶ ତାଙ୍କ ଟେବୁଲ ଉପରେ ନିଜର ଲେଖୁଥିବା ଖାତାକୁ ବାହାର କରି ସବୁଦିନ ପରି କିଛି ଲେଖିବାକୁ ଲାଗିଲେ | ସେ ଲେଖିବାରେ ଏତେ ହଜି ଯାଇଥିଲେ କି ତାଙ୍କୁ ସମୟ ଜଣା ପଡିଲା ନାହିଁ | ତାଙ୍କୁ ଯେତେବେଳେ ଖାଇବା କଥା ପଚାରିବାକୁ ପରିଚାରକ ଆସିଲା, ସେତେବେଳେ ସେ ଦେଖିଲେ ସମୟ ଦିନ ଦୁଇଟା ବାଜି ଗଲାଣି | ସେ ଲେଖିବା ବନ୍ଦ କରି ଖାଇବାକୁ ଗଲେ |ଶୀଘ୍ର ଖାଇ ସେ ନିଜ କକ୍ଷକୁ ଫେରୁଥିଲେ ଓ ସେହି ସମୟରେ ଦେଖିଲେ କିଛି ଗୁଇନ୍ଦା ଅଧିକାରୀ ତାଙ୍କ ଅପେକ୍ଷାରେ ବସିଛନ୍ତି |ଅବିନାଶ ତାଙ୍କ ପାଖକୁ ଗଲେ |ଗୁଇନ୍ଦା ଅଧିକାରୀ ଅବିନାଶଙ୍କୁ ନମସ୍କାର କରିବା ସହିତ ବୋମା ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ଲିଖିତ ଭାବରେ ଉପସ୍ଥାପନା କଲେ | ତା ସହିତ ଏବେ ଯେଉଁ ବିହାରର ଗୁଣ୍ଡାମାନେ ଗିରଫ ହୋଇଛନ୍ତି, ସେମାନଙ୍କର ସମସ୍ତ ତଥ୍ୟ ପ୍ରମାଣ ସହିତ ଦେଲେ | ବିକ୍ରମର ଏହି ଗୁଣ୍ଡାମାନଙ୍କ ସହିତ ହୋଇଥିବା ଆଲୋଚନାର ବି ସମ୍ପୂର୍ଣ୍ଣ ତଥ୍ୟ ପ୍ରମାଣ ସହିତ ଦେଲେ | ସେ ସବୁକିଛି ଅଵିନାଶଙ୍କୁ ବିସ୍ତୃତ ଭାବରେ ବୁଝାଇ କହିଲେ ଓ ବିବରଣୀ ସହିତ ପ୍ରମାଣ ସବୁକୁ ହସ୍ତାନ୍ତର କରି ସେଠାରୁ ପ୍ରସ୍ଥାନ କଲେ | ଅବିନାଶ ସେ ସମସ୍ତକୁ ନେଇ ନିଜ କକ୍ଷରେ ସୁରକ୍ଷିତ କରି ରଖିଲେ | ସେହି ସମୟରେ ତାଙ୍କୁ ତାଙ୍କ ସହକର୍ମୀ କହିଲେ ଯେ କିଛି ପୋଲିସ ଅଧିକାରୀ ତାଙ୍କୁ ଦେଖା କରିବାକୁ ଆସିଛନ୍ତି | ଅବିନାଶ ତୁରନ୍ତ ଗଲେ ତାଙ୍କୁ ଦେଖା କରିବାକୁ |ସେ ଅଧିକାରୀ ଅବିନାଶଙ୍କୁ ନମସ୍କାର କରି କହିଲେ, "ସାର ମୁଁ ଆରକ୍ଷୀ ସାରଙ୍କ ସହଯୋଗୀ |ମୋତେ ସାର କହିଥିଲେ ବିକ୍ରମ ଓ ଅଲେଖ ବିରୁଦ୍ଧରେ ଜବତ କରିଥିବା ସମସ୍ତ ପ୍ରମାଣ ଓ କାଗଜ ପତ୍ର ଆପଣଙ୍କୁ ଦେବାକୁ |ସେଥିପାଇଁ ମୁଁ ସିଧା ଆପଣଙ୍କ ପାଖକୁ ଆସିଛି| ମୁଁ ଆପଣଙ୍କୁ ଏହି ପୁରା ଫାଇଲ ଦେଉଛି, ଏହା ଭିତରେ ସବୁ କିଛି ରହିଛି |ତା ସହିତ ଆପଣଙ୍କ ସୁରକ୍ଷା ଦାଇତ୍ୱ ମଧ୍ୟ ସାର ମୋତେ ଦେଇଛନ୍ତି | " ଅବିନାଶ ତାଙ୍କ ଠାରୁ ସେହି ଫାଇଲ ନେଲେ ଓ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଲେ | ସେ ତାଙ୍କୁ ତାଙ୍କ ଖାଇବା ବିଷୟରେ ପଚାରି ବୁଝିଲେ | ସେମାନେ ଖାଇ ସାରିଛନ୍ତି ବୋଲି ଜାଣି ଅବିନାଶ ଖୁସି ହେଲେ ଓ ନିଜ କକ୍ଷକୁ ଚାଲି ଗଲେ | ସେହି ଫାଇଲକୁ ଖୋଲି ସମସ୍ତ କାଗଜ ଓ ପ୍ରମାଣକୁ ଦେଖି ଅବିନାଶ ଆଶ୍ଚର୍ଯ୍ୟ ହୋଇଗଲେ |ସେଥିରେ ଅଲେଖ ଓ ବିକ୍ରମଙ୍କ ସହିତ ମାନସ ନାମରେ ବି କିଛି ବେନାମୀ କାଗଜ ପାଇଲେ |ଫାଇଲକୁ ବନ୍ଦ କରି ସୁରକ୍ଷିତ ସ୍ଥାନରେ ରଖିଲେ | ପାଖ ସୋଫାରେ ବସୁ ବସୁ ଭାବିଲେ ମାନସ କିପରି ଏତେ ତଳକୁ ଚାଲି ଯାଇ ପାରିଲା |ମନ ଭିତରେ ବହୁତ ପ୍ରଶ୍ନ ଉଙ୍କି ମାରୁଥିଲା ଓ ଉତ୍ତର ଖୋଜୁଥିଲା ମନରୁ ମୁକ୍ତ ହୋଉ ଯିବାକୁ |



Rate this content
Log in

Similar oriya story from Thriller