ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
ହରିବାବୁ ତାଙ୍କ ପୁଅ ଓ ଝିଅକୁ ନେଇ ଦୁର୍ଗାପୂଜା ଦେଖାଇବାକୁ ଯାଉଥାନ୍ତି |କଟକରେ ଦୁର୍ଗା ପୂଜାକୁ ଭାରି ଭିଡ ହୁଏ |ହଠାତ୍ ତାଙ୍କ ବାଇକ୍ ପାଖକୁ ଅନ୍ଧ ଭିକାରୀଟିଏ ଆସି କହିଲା ବାବୁ ଅନ୍ଧକୁ କିଛି ସାହାଯ୍ୟ କରନ୍ତୁ |
ହରିବାବୁ ସଙ୍ଗେସଙ୍ଗେ ଗାଡି ରଖି ତାକୁ ଦଶଟଙ୍କା ଦେଇ ଗାଡିଚଲାଇଲେ |ପିଲାମାନେ ବିରକ୍ତହୋଇ କହିଲେ ଆମବାପାଙ୍କର କଣ ହୁଏ କେଜାଣି ଗୋଟେ ଅନ୍ଧ ଭିକାରୀକୁ ଦେଖିଲେ ତାକୁ କିଛି ନଦେଲାଯାଏ ସେ ଜିବେନି |ସତେ ଅବା ସେ ଆମର ବନ୍ଧୁ କି ବାନ୍ଧବ |
ପୂଜାମଣ୍ଡପ ପାଖେଇ ଆସିଲା |ହରିବାବୁ କହିଲେ ତୁମେଯାଅ ମେଢଦେଖି ଯାହା କିଣାକିଣି କରି ଆସ, ମୁଁ ଏଇଠି ବସିଛି |ପିଲାମାନେ ମେଢପାଖକୁ ଚାଲିଗଲେ |ହରିବାବୁ ଫେରିଗଲେ ତାଙ୍କ ଅତୀତକୁ |ତାଙ୍କ ବାପା ଜଣେ ରିକ୍ସା ବାଲା |ତିନିଝିଅ, ଗୋଟିଏପୁଅ ଓ ବାପା ମାଙ୍କୁ ନେଇ ତାଙ୍କ ପରିବାର |
ରିକ୍ସାଟାଣି ବାପା ଯାହା ରୋଜଗାର କରନ୍ତି ବହୁକଷ୍ଟରେ ଘର ଚଳେ |ଥରେ ତାଙ୍କବାପା ରିକ୍ସାଟାଣି ଫେରିଲାବେଳକୁ ଅସୁସ୍ଥ ହୋଇ ପଡିଲେ |ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ନିଆଗଲା |ହରିବାବୁ ସେତେବେଳକୁ ଦଶମଶ୍ରେଣୀରେ ପଢୁଥାନ୍ତି |ଡାକ୍ତରହଜାରେଟଙ୍କାର ଔଷଧ ଲେଖିଦେଲେ |ହଜାରେଟଙ୍କା ତାଙ୍କୁ କିଏ ବା ଦେବ ?ବୋଉ ସାଇପଡିସା ଓ ବନ୍ଧୁମାନଙ୍କ ପାଖକୁ ଦୌଡିଦୌଡି ନିରାଶ ହେଲା |
ବାପାଙ୍କର ଯନ୍ତ୍ରଣା ବଢିବଢି ଯାଉଥାଏ |ସେ ମଧ୍ୟ କେତେକ ସାଙ୍ଗସାଥୀଙ୍କୁ କହି ନିରାଶ ହେଲେ |ହଠାତ୍ ତାଙ୍କର ଗୋଟିଏ କଥା ମନେ ପଡିଲା |ସେ ସ୍କୁଲ୍ ଗଲାବେଳେ ବାଟରେ ଗୋଟିଏ ମନ୍ଦିର ପଡେ |ସେଠାରେ ଗୋଟିଏ ଅନ୍ଧଭିକାରୀ ବସିଥାଏ |ତାକୁସେ ମଉସାବୋଲି ଡାକନ୍ତି |ସେଭିକାରୀଟି ତାଙ୍କୁ ବହୁତ ବିଶ୍ୱାସ କରେ |
ପ୍ରତିଦିନ ଭିକ୍ଷାକରିଥିବା ଟଙ୍କାକୁ ଗଣି ତାର ଏକଛୋଟବାକ୍ସରେସେ ସାଇତି ରଖିବାକୁ କହେ |ହରିବାବୁବି ଖୁବ୍ ଶ୍ରଦ୍ଧାରେ ସେ କାମ କରନ୍ତି |ବେଳେବେଳେ ଭିକାରୀଟି
ତାଙ୍କୁ କହେ ତୁ ପାଞ୍ଚଟଙ୍କାନେ କଣ କିଣି ଖାଇବୁ |କିନ୍ତୁ ସେ ତାଠୁ କେବେବି କିଛି ନିଅନ୍ତି ନାହିଁ |
ଆଜି ସେ ଭାବିଲେ ମୁଁ ଯଦି ଭିକାରୀବାକ୍ସରୁ ପଇସା ଗଣି ରଖିଲାବେଳେ ସେଥିରୁ ହଜାରେଟଙ୍କା ଆଣି ଔଷଧ କିଣିଦେବି ଓ ପରେ ବାପା ଭଲହୋଇଗଲେ ମୁଁ ପ୍ରତିଦିନ କିଛିକିଛି ପଇସା ନେଇ ତାଙ୍କ ଟଙ୍କା ସୁଝି ଦେବି |
ଏହାଭାବି ସେ ପ୍ରେସକିପସନଟିଧରି ଭିକାରୀ ପାଖରେ ପହଞ୍ଚିଲେ |ଭିକାରୀ ତାଙ୍କୁଦେଖି ପଇସାତକ ଗଣିବାକୁ ଦେଲା |ସେ ପଇସା ଗଣି ବାକ୍ସରେ ରଖିଲାବେଳେ ସେଥିରୁ ହଜାରେଟଙ୍କା ନିଜ ପକେଟରେ ରଖିଦେଲେ | ଭୟରେ ଛାତି ଧଡଧଡ ହେଉଥାଏ |
କିଛିବାଟ ଯିବାପରେ ସେ ଦୌଡିଦୌଡି ଯାଇ ଔଷଧଦୋକାନରେ ପହଞ୍ଚି ଔଷଧ କିଣି ଘରକୁଫେରିଲେ |ବୋଉ ପଚାରିଲେ ତୁ ପଇସା କେଉଁଠୁ ଆଣିଲୁ ?ସେ କହିଲେ ମୋର ଜଣେ ସାଙ୍ଗଠୁ ଧାର ଆଣିଛି |
ଔଷଧ ଖାଇବାପରେ ବାପା ଆସ୍ତେଆସ୍ତେ ଭଲହେଲେ |କିନ୍ତୁଡାକ୍ତର ତାଙ୍କୁ ଭିଡକାମ କରିବାକୁ ମନାକଲେ |ତେଣୁ ସେ ବେଶି ଭଡା ବୋହିପାରିଲେ ନାହିଁ |ବୋଉ ବାଧ୍ୟ ହୋଇ ପରଘରେ କାମକରିବାକୁ ଗଲା |
ବହୁକଷ୍ଟରେ ହରି ମାଟ୍ରିକ୍ ପାସ୍ କଲେ |ଭଲ ନମ୍ବର ବି ରଖିଥାନ୍ତି |କିନ୍ତୁ ଅଧିକ ପଢିବାକୁ ତାଙ୍କର ସମ୍ବଳ ନଥାଏ |ସେ ବାଧ୍ୟହୋଇ ସି.ଟି ତାଲିମ ପାଇଁ ଆବେଦନ କଲେ ||ଓ ମନୋନିତ ବି ହେଲେ |ସି.ଟି ପଢିବାପାଇଁ ସେ ଦୂରକୁ ଚାଲିଗଲେ |କିନ୍ତୁ ପ୍ରତିଦିନ ସେ କିପରି ଭିକାରୀର ଟଙ୍କା ଶୁଝିବେ ସେ କଥା ଭାବୁଥାଆନ୍ତି |
ଦୁଇବର୍ଷପରେ ଟ୍ରେନିଂ ସରିଗଲା |ସେ ଏକ ପ୍ରାଇମେରି ସ୍କୁଲରେ ଶିକ୍ଷକ ପଦରେ ନିଯୁକ୍ତ ହେଲେ |
ମାସଶେଷରେ ଦରମା ମିଳିଲା |ସେ ଅତି ଖୁସିରେ ଆଗ ଘରକୁ ନଯାଇ ମନ୍ଦିରପାଖକୁ ଦୌଡିଲେ |କିନ୍ତୁ ସେଠାରେ ସେ ଭିକାରୀଟିକୁ ପାଇଲେନାହିଁ ସମସ୍ତଙ୍କୁ ପଚାରିବାରେ ବୁଝିଲେ ଯେ ସେ ଦୁଇମାସହେବ ମରିଗଲାଣି |ଏକଥାଶୁଣି ସେ ଦୁଃଖରେ ଭାଙ୍ଗି ପଡିଲେ |ସେ ଭାବୁଥାଆନ୍ତି ସତେ ଯେମିତିଭିକାରୀ ପାଖରେ ସେ ହାରିଯାଇଛନ୍ତି |
ଏକଥାସେ ଆଜିଯାଏଁ ବାପା,ମା ସ୍ତ୍ରୀ,ପୁଅ,ଝିଅ କାହା ଆଗରେ ବି କହିପାରି ନାହାନ୍ତି |କିନ୍ତୁ ପରାଜୟର ଗ୍ଲାନିରେ ସେସବୁବେଳେ ଛଟପଟ ହେଉଥାନ୍ତି |ଆଉ ସେଇଦିନଠୁ ସତେ ଯେମିତି ତାର ପ୍ରାୟଶ୍ଚିତ ସ୍ୱରୂପ ଯେ କୌଣସି ଅନ୍ଧ ଭିକାରୀକୁ ଦେଖିଲେ ତାକୁ କିଛିନାକିଛି ସାହାଯ୍ୟ କରିଥାଆନ୍ତି |
ଏତିକିବେଳେ ପିଲାମାନେ ଆସି କହିଲେ ବାପା ଚାଲ ଆଗ ମଣ୍ଡପକୁ ଯିବା |ହରିବାବୁ କଳ୍ପନାରାଜ୍ୟରୁ ଫେରି ଆସିଲେ |