Bidulata Sahoo

Others

3  

Bidulata Sahoo

Others

ଜଗା ଭରସା

ଜଗା ଭରସା

1 min
183


ଷାଠିଏ ପଉଟି ଯାହା ପାଇଁ ଖଞ୍ଜା ସେ କାହୁଁ ଵୁଝିବ ଭୋକର ଦାଉ,

ପାଟ,ମଠା,ଯୋଡ ନିତି ଲୋଡା ଯାର ସେ କାହୁଁ ବୁଝିବ ଲାଜର ଭାଉ ।


ରତନ ପଲଙ୍କେ ନିଦ ଯାଏ ଯିଏ ସେ କାହୁଁ ବୁଝିବ ଗରିବ କଥା,

ବାରମାସେ ତେର ପରବ ଯେ କରେ ତାକୁ ବା କାହିଁକି ହେବ କା ଚିନ୍ତା ।


ମନ୍ଦିର ର ନାମ ଶ୍ରୀମନ୍ଦିର ଯାରକ୍ଷେତ୍ର ନାମ ଯାର ଶିରୀକ୍ଷେତର,

ଆମେ ହତଶିରୀ ନାହିଁ ଆମ ଶିରୀ ସେ କିଆଁ ବୁଝିବ ଦୁଃଖ ଆମର ।


ଦୁଇ ବର୍ଷ ହେଲା ରହିଛି ଆଡେଇ ଛାର ରୋଗହୁଏ ଜଗତଜିତା,

ସେତ ବେଳାଭୂମି କିବା ତାର ଯାଏ ଢେଉ ଆସି ଯେତେ ପିଟିଲେ ମଥା ।


ଏକୋଇଶି ହେଲା ଆଶା କରିଥିଲୁ ଆମକୁ ନିଶ୍ଚୟ ତାରିବ ଜଗା,

ଆଶା ଫଳ ଆମ ଓଲଟା ଫଳିଲା ଆମ ବେକେ ପୁଣି ପଡ଼ିଲା ପଘା ।


ସମୟ ସରୁଛି ଆଶା ସରୁନାହିଁ ଏବେବି କରୁଛୁ ତୋତେ ଭରସା,

ବାଇସି ଆସିବ ମଧୁ ବରଷିବ ଦୁନିଆକୁଦେବ ନୂତନ ଦିଶା ।


Rate this content
Log in