Bidulata Sahoo

Thriller

3.6  

Bidulata Sahoo

Thriller

ମା ମୋତେ ମାରନି

ମା ମୋତେ ମାରନି

3 mins
269


ବାହାଘରର ଦୁଇ ବର୍ଷ ପରେ ଅନୁ ଯେବେ ମା ହେବବୋଲି ଜାଣିଲା ଖୁସିରେ ତା ଗୋଡ଼ ତଳେ ଲାଗିଲାନି ।ସ୍ୱାମୀ ଗୌତମ ଏକ କମ୍ପାନୀରେ ଚାକିରି କରନ୍ତି ।ଦିଅର ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ । ଶାଶୁ କହିଲେ ତତେ କାଲି ନେଇ ସାନପୁଅ ପାଖରେ ଚେକ୍ ଅପ୍ କରି ଆଣିବି ।


ତା ପରଦିନ ସେ ଶାଶୁଙ୍କ ସହ ଯାଇ ଦିଅରଙ୍କ କ୍ଲିନିକ୍ ରେ ପହଞ୍ଚିଲେ ।ଦିଅର ତାକୁ ଚେକ୍ ଅପ୍ କରି କିଛି ଔଷଧ ଖାଇବାକୁ ଦେଲେ । ଔଷଧ ଖାଇବା ପରେ ତାର ପୁଣି ମାସିକ ପିରିୟଡ଼ ହେଲା ।ସେ ଆଶ୍ଚର୍ଯ୍ୟ ହୋଇ ସ୍ୱାମୀଙ୍କୁ ପଚାରିବାରୁ ସ୍ୱାମୀ କହିଲେ କିଛି ଅସୁବିଧା ଥିବାରୁ ସେ ପିଲାଟିକୁ ଔଷଧ ଦେଇ ନଷ୍ଟ କରିଦେଲେ ।ଅନୁ ମନଦୁଃଖରେ ଭାଙ୍ଗି ପଡିଲା ।


ପୁଣି ଛମାସ ପରେ ଅନୁ ଜାଣିଲା ସେ ମା ହେବାକୁ ଯାଉଛି ।ଏଥର ତାକୁ ଶାଶୁ ଯେତେବେଳେ ଚେକ୍ ଅପ୍ କରିବାକୁ ଡାକିଲେ ସେ ମୋଟେ ରାଜି ହେଲା ନାହିଁ । ଶେଷରେ ସ୍ୱାମୀ ବହୁତ ବୁଝେଇ ତାକୁ ନେଲେ ।ଦିଅର ଚେକ୍ ଅପ୍ କରିସାରି ମୁହଁ ଶୁଖେଇ କହିଲେ ଏଥର ଛୁଆ ରହିଲେ ହୁଏତ ସେ ବିକଳାଙ୍ଗ ହୋଇପାରେ। ଏହାକୁ ନଷ୍ଟ କରିଦେଲେ ଭଲ ।ଅନୁ ଏଥିରେ ରାଜି ହେଉନଥିଲା । କିନ୍ତୁ ସ୍ୱାମୀ ବହୁତ ବୁଝାସୁଝା କରିବା ପରେ ସେ ରାଜିହୋଇ ଔଷଧ ଖାଇଲା ।


ବହୁତ ଦିନ ପରେ ସେ ଜାଣି ବାକୁ ପାଇଲା ଯେ ଏଥରବି ତା ପେଟରେ ଝିଅଟିଏ ଥିବାରୁ ତାକୁ ସେମାନେ ନଷ୍ଟ କରିଦେଲେ ।ଅନୁ ଏହାର କାରଣ ଖୋଜିବାରେ ଲାଗିଲା । ଶେଷରେ ସେ ଜାଣିବାକୁ ପାଇଲା ଯେ ତାର ଏକ ମାତ୍ର ନଣନ୍ଦ ଲଭ୍ ମ୍ୟାରେଜ କରି ଛୋଟ ଜାତିରେ ବିବାହ କରିଥିବାରୁ ଶାଶୁ ଆଉ ତାଙ୍କ ବଂଶରେ ଝିଅ ହେଉ ବୋଲି ଚାହାନ୍ତି ନାହିଁ ।


ଅନୁ ଏଥିରେ ନିଜକୁ ଦୃଢ କଲା ।ତାର ଦୁଇଟି ପିଲାଙ୍କୁ ସେମାନେ ମାରିସାରିଲେଣି ।ଏଥର ଯେମିତି ହେଲେ ସେ ମାତୃତ୍ୱ ଲାଭ କରିବାକୁ ଦୃଢ ନିଷ୍ପତ୍ତି ନେଲା ।


ଛ ମାସ ପରେ ତାର ପିରିୟଡ଼ ବନ୍ଦ ହେବାରୁ ସେ କିଟ୍ ଘରକୁ ଆଣି ପରୀକ୍ଷା କରି ଜାଣି ପାରିଲାଯେ ସେ ମା ହେବାକୁ ଯାଉଛି । ଏଥର ସେ କାହାକୁ ବି ଏକଥା ଜଣାଇଲା ନାହିଁ । ତାକୁ ଲାଗିଲା ସତେ ଯେମିତି ତା ପେଟ ରୁ ଛୁଆଟିଏ କହୁଛି ମା ମୋତେ ମାରନି । ମୁଁ ଦୁନିଆର ଆଲୋକ ଦେଖିବାକୁ ଚାହେଁ ।ଅନୁ ପେଟ ଉପରେ ହାତ ବୁଲେଇ ଆଣିଲା ତାକୁ ଲାଗିଲା ସତେ ଯେମିତି ସେ ତା ପିଲାର କଅଁଳ ସ୍ପର୍ଶ ଅନୁଭବ କରୁଛି ।


ସେ ତା ମାଆକୁ ଫୋନ କରି କହିଲା ତୁ ଯେ କୌଣସି ଉପାୟ କରି ମୋତେ ଏଠୁ ଘରକୁ ନେଇଯା । ସେ ମନେ ମନେ ସ୍ଥିର କଲାଯେ ସ୍ୱାମୀ ନ ପଚାରି ଲେବିସେ ଚାକିରି କରି ହେଉ ବା ଟିଉସନ କରି ତା ପିଲାକୁ ମଣିଷ କରିବ ପଛେ କିନ୍ତୁ ତାକୁ ମାରିବ ନାହିଁ ।



କିଛି ଦିନ ପରେ ତା ବାପା ଆସି ତାକୁ ଘରକୁ ନେଇଗଲେ ।ଶାଶୁ ତାକୁ ଯେତେ ବେଳେ ଆସିବା ପାଇଁ ଫୋନ କରନ୍ତି ସେ କିଛି ନା କିଛି କାରଣ ଦେଖାଇ ସେ କଥାକୁ ଟାଳିଦିଏ ।ଏ ଭିତରେ ପାଞ ମାସପୁରି ଗଲାଣି ।ଦିନେ ତା ସ୍ୱାମୀ ହଠାତ୍ ଯାଇ ସେଠାରେ ପହଞ୍ଚିଲେ ।ଅନୁଠାରୁ ସବୁ ଶୁଣିବା ପରେ କହିଲେ ତୁ ପୁଅ କି ଝିଅ ହେବ ଜାଣିଛୁ ?ଅନୁ ସହଜରେ ଉତ୍ତର ଦେଲା ଯାହା ବି ହେଉ ମୁଁ ମା ହେବାକୁ ଚାହୁଁଛି । ଝିଅ ହେଲେ ଅସୁବିଧା କଣ ?ସ୍ୱାମୀ ଏକଥା ଶୁଣି ବିରକ୍ତ ହୋଇ ଚାଲିଗଲେ ।


କିଛି ଦିନ ପରେ ଅନୁର ଗର୍ଭ ଯନ୍ତ୍ରଣା ଆରମ୍ଭ ହେଲା ।ସେ ଡାକ୍ତର ଖାନା ଗଲା ।ତାର ଝିଅ ଟିଏ ହେଲା ।ଅନୁର ମନ ଭରି ଖୁସି । ମାତୃତ୍ଵ ର ପହିଲି ସ୍ପର୍ଶରେ ସେ ଯେମିତି ପାଗଳୀ ହୋଇ ଯାଉଥାଏ |


                  ଗୌତମ ଅଫିସରୁ ଫେରି ଘରେ ବିଶ୍ରାମ ନେଉଥାନ୍ତି । ଏତିକି ବେଳେ ଫୋନ ରିଙ୍ଗ ହେଲା । ସେ ଉଠାଇଲେ ।ସେପଟୁ ଶାଶୁମା କହିଲେ ବାପା ତୁମର ଝିଅ ଟିଏ ହୋଇଛି । ଏତିକି ବେଳେ ଗୋଟିଏ କଅଁଳ ଶିଶୁ ର କାନ୍ଦ ଫୋନ୍ ରୁ ଶୁଭିଲା । ତାଙ୍କୁ ଲାଗିଲା ସତେ ଯେମିତି ପିଲା ଟି କାନ୍ଦୁନି ଯେ ତାଙ୍କୁ ବାପା ବାପା ବୋଲି ଡାକୁଛି ।


ଗୌତମଙ୍କ ମନ ଭିତରେ ପିତୃତ୍ ଜାଗି ଉଠିଲା ।ସେ ହଠାତ୍ ଉଠିପଡ଼ି କାହାକୂ କିଛି ନ କହି ବାଇକ୍ ଷ୍ଟାର୍ଟ କରି ବାହାରିଗଲେ । ଡାକ୍ତର ଖାନାରେ ପହଞ୍ଚି  ଝିଅଟିକୁ ନିର୍ନିମେଷ ନୟନରେ ଚାହିଁ ରହିଲେ । ଝିଅଟି ଅବିକଳ ତାଙ୍କରି ପରି ହୋଇଥାଏ ।ସେ କିଛି ନକହି ତାକୁ ଟେକି ନେଇ ଗେଲ କରୁଥାନ୍ତି ।ଅନୁ ଆଖିରେ ଲୁହ ଓ ଓଠରେ କୃଷ୍ଣ ଚୁଡାର ହସ ଝଟକି ଉଠିଲା ।


Rate this content
Log in

Similar oriya story from Thriller