ଝରକା
ଝରକା
ମନୋଜ ବାବୁଙ୍କର ବାରିପଦାରୁ କଟକକୁ ବଦଳି ହୋଇଗଲା । ବହୁତ ଖୋଜାଖୋଜି କରି ଗୋଟିଏ ଘର ଭଡ଼ା ନେଇ ରହିଲେ । ଦୁଇ ବଖରା ଘର ସହିତ ଗାଧୁଆ ଘର ଓ ପାଇଖାନା । ଜଣେ ଲୋକ ଚଳିବାକୁ ବିଶେଷ ଅସୁବିଧା ହେବ ନାହିଁ । ନିଜର ସବୁ ଜିନିଷ ଧରି ସେ ନୂଆ ଘରକୁ ଆସି ରହିଲେ ।
ଡ୍ରଇଂରୁମର ଝରକା ଟି ଦକ୍ଷିଣ ମୁହାଁ |ଝରକା ପାଖରେ ବସି ଲେ ଖୁବ୍ ସୁନ୍ଦର ପବନ ଆସେ । ଅଫିସରୁ କ୍ଲାନ୍ତ ହୋଇ ଫେରି ଲେ ସେ ସେଇ ଝରକା ପାଖରେ ବସନ୍ତି । କିଛି ଦିନ ପରେ ସେ ଦେଖିଲେ ସେ ବସିଲା ବେଳେ ତାଙ୍କ ଘର ସାମ୍ନାରେ ଥିବା ଘର ଝରକା ଆରପଟେ ଗୋଟିଏ ଝିଅ ଆସି ଛିଡା ହେଉଛି ଓ ତାଙ୍କ ଆଡ଼କୁ ଚାହିଁ ରହୁଛି । ପ୍ରତିଦିନ ଏମିତି ହୁଏ ।
ଆସ୍ତେ ଆସ୍ତେ ମନୋଜବାବୁ ବି ତାଙ୍କ ଅଜାଣତରେ ଝରକା ବାଟେ ସେ ଝିଅ ଟିକୁ ଚାହୁଁ ଥିଲେ, କାରଣ ଯେଉଁ ଦିନ ସେ ଝିଅ ଟି ସେ ଠି ନଥାଏ ସେଦିନ ତାଙ୍କୁ କିଛି ଭଲ ଲାଗେନାହିଁ ।
ଦିନେ ସେ ଝିଅ ଘର ଆଗରେ ଟେଣ୍ଟ ବନ୍ଧାଯାଇ ସଜାସଜି ହେଲା । ମନୋଜ ବାବୁ ତାଙ୍କ ଘରମାଲିକ ଙ୍କୁ ପଚାରିଲେ ।ସେ କହିଲେ ଯେ ସେଘରର ଝିଅ ମିନୁର ଆଜି ବାହାଘର ।ଏ ଖବର ଟା କେଜାଣି କାହିଁକି ମନୋଜ ବାବୁଙ୍କୁ ଭାରି ଅଡ଼ୁଆ ଅଡ଼ୁଆ ଲାଗିଲା । ଦିନସାରା ସେ ଅଫିସ ରେ ଭଲଭାବରେ କାମ କରିପାରିବେ ନାହିଁ ।
ସେ ମନେମନେ ଅନୁଭଵ କଲେ ସତେଯେମିତି ସେ ଝିଅ ଟିର ପ୍ରେମରେ ପଡିଯାଇଛନ୍ତି । ସନ୍ଧ୍ୟା ସମୟରେ ସେ ଘରକୁ ଫେରିଲେ ।ଆଜି ମିନୁର ବାହାଘର । ଆଲୋକ ମାଳାରେ ତାଙ୍କ ଦୁଆର ଝଲସି ଉଠୁଥାଏ । ଗୀତ ର ଶବ୍ଦ ରେ ଚାରିଆଡ଼ କମ୍ପି ଉଠୁଥାଏ ।ଏସବୁଦେଖି ତାଙ୍କୁ ଆହୁରି ଖରାପ ଲାଗୁଥାଏ ।
ରାତି ବଢ଼ିବାରେ ଲାଗିଲା ।ବର ଆସିବାର ପ୍ରସେସନ ବାଜା ଦୂରରୁ ଶୁଭିଲା ।ସେ ଆସି ବାହାରେ ଛିଡ଼ା ହେଲେ । ହଠାତ୍ ଗୋଟିଏ ଛୋଟ ପିଲା ଦୌଡ଼ି ଦୌଡ଼ି ଆସି ତାଙ୍କ ହାତକୁ ଗୋଟିଏ ଛୋଟ କାଗଜ
ବଢାଇ ଦେଇ କହିଲା ମିନୁଅପା ଦେଇଛି । ଏତିକି କହି ସେ ଚାଲି ଗଲା ।
ମନୋଜ ବାବୁ ଘରକୁ ଆସି କାଗଜ ଟି ଖୋଲି ଦେଖିଲେ ଲେଖା ହୋଇଛି ମୁଁ ଆପଣଙ୍କୁ କିଛି ନ କହି ଲେବି ମନେମନେ ଭଲ ପାଇ ବସିଛି । ଆପଣ ଆଜି ମୋତେ ଏଠୁ ଯେମିତି ହେଲେ ନେଇ ଯାଆନ୍ତୁ । ନହେଲେ ମୁଁ ବିଷ ଖାଇଦେବି । ଇତି ତୁମର ମିନୁ । ଏମିତି ଚିଠି ଟିଏ ପାଇବେ ବୋଲି ସେ କେବେ ଆଶା କରିନଥିଲେ ।ସେ କଣ କରିବେ କିଛି ଜାଣି ପାରିଲେ କ'ଣ । ହଠାତ୍ ତାଙ୍କ ମୂଣ୍ଡ ବୁଲାଇ ଦେଲା ।ସେ ଅଚେତ ହୋଇ ପଡିଲେ ।
ସକାଳୁ ଡାକ୍ତରଖାନାରେ ତାଙ୍କ ର ଚେତା ଆସିଲା ବେଳକୁ ଦେଖିଲେ ପାଖରେ ତାଙ୍କର ବାପା ଓ ଘର ମାଲିକ ବସିଛନ୍ତି । ଘରମାଲିକ କହିଲେ ତୁମର କାଲି କ'ଣ ହେଲା? ହଠାତ୍ ଏମିତି ଅଚେତ ହୋଇ ପଡ଼ିଗଲ । ମୁଁ ତୁମ ବାପାଙ୍କୁ ଡକାଇଲି ।
ମନୋଜ ବାବୁ ନିଜ ମନକଥାକୁ ଚାପିରଖି କହିଲେ ଆପଣଙ୍କ ପଡ଼ିଶାଘର ବାହାଘର । ଆପଣ ଏଠି ରାତିସାରା ଅଛନ୍ତି ?ସେ କହିଲେ ଓଃ ତୁମେ ଜାଣିନ ପରା ।ସେ ଝିଅ ଆଉ କାହାକୁ ଭଲ ପାଉଛି । ତେଣୁ କାଲି ସେ ବିଷ ଖାଇଦେଲା ।ବର ଫେରି ଗଲା ।ସେ ଝିଅ ଏଇ ଆରପାଖରୁମ୍ ରେ ଚିକିତ୍ସା ହେଉଛି ।
ହଉ, ତୁମ ବାପାତ ଅଛନ୍ତି ମୁଁ ଏବେ ଘରକୁ ଯାଉଛି ।ସେ ଚାଲିଗଲେ । ମନୋଜ ବାବୁ ବାପାଙ୍କୁ ସବୁ କଥା କହି ମିନୁ ଦେଇଥିବା ଚିଠି ଟିକୁ ଦେଖାଇଲେ ।ଵାପା ସବୁ ଶୁଣିବା ପରେ କହିଲେ ଠିକ୍ ଅଛି ତୁ ଯା ସେ ଝିଅର ଅବସ୍ଥା କିପରି ଅଛି ଆଗ ଦେଖିକରି ଆସେ ।
ବାପାଙ୍କ ସ୍ୱୀକୃତି ପାଇ ମନୋଜ ବାବୁ ପାଖରୁମକୁ ଗଲେ । ବେଡ୍ ରେ ମିନୁ ଶୋଇଥାଏ ।ତା ପାଖ ବେଡ୍ ରେ ତା ସାନଭାଇ ଶୋଇଥାଏ ।ସେ ଧୀରେ ଧୀରେ ଯାଇ ମିନୁର ମୁଣ୍ଡରେ ହାତ ବୁଲାଇଲେ । ମିନୁର ନିଦ ଭାଙ୍ଗିଗଲା । ହଠାତ୍ ଏତେ ପାଖରେ ସେ ମନୋଜ ବାବୁଙ୍କୁ ଦେଖି ଯେତିକି ଆଶ୍ଚର୍ଯ୍ୟ ହେଲା ତାଠାରୁ ବେଶି ଖୁସି ହୋଇ ଦୁଇ ହାତରେ ମନୋଜଙ୍କୁ ଜାବୁଡ଼ି ଧରିଲା ।