Bidulata Sahoo

Abstract Romance

4  

Bidulata Sahoo

Abstract Romance

ଖୁସି

ଖୁସି

2 mins
249



ଅଫିସ ରୁ ଫେରି ଲିପି ତା କ୍ଲାନ୍ତ ଶରୀରଟିକୁ ଖଟ ଉପରେ ଗଡାଇ ଦେଇଛି । ହଠାତ୍ ତା ଫୋନ୍ ବାଜିଲା । ସେ ଫୋନ୍ ଉଠାଇଲା । ସେପଟୁ ତା ବାପା। କହିଲେ କାଲି ସକାଳ ବସ୍ ରେଆସି ଶୀଘ୍ର ଆଠଟା ସୁଦ୍ଧା ଘରେ ପହଞ୍ଚିବୁ । ଜରୁରୀ କାମ ଅଛି । ଏତିକି କହି ସେ ଫୋନ୍ ରଖି ଦେଲେ ।

ଲିପି ର ଏ ରବିବାର ଦିନ ଘରକୁ ଯିବା ପ୍ରୋଗ୍ରାମ ନଥିଲା । ବାପା ଙ୍କ କଥା ଶୁଣି ସେ ମନେ ମନେ ଭାବିଲା କି ଜରୁରୀ କାମ ପାଇଁ ବାପା ତାକୁ ଡକାଇଛନ୍ତି ? ବାପାଙ୍କୁ ପାଲଟା ପ୍ରଶ୍ନ କଲା ପରି ସାହାସ ତାର ନାହିଁ । ସେ ବହୁତ ଭାବିଚିନ୍ତି ବୋଉ କୁ ଫୋନ୍ କରି ଏ ବିଷୟରେ ପଚାରିବାରୁ ବୋଉ ଟିକିଏ ଥତମତ ହୋଇ କହିଲା କାଲି ତୋତେ ଦେଖିବାକୁ କୁଣିଆ ଆସିବେ ତ ସେଇଥିପାଇଁ ।


ଏକଥା ଶୁଣି ଲିପି ପାଦତଳୁ ମାଟି ଖସିଗଲା ପରି ତାକୁ ଲାଗିଲା । କାରଣ ସେ ଦୀପକ୍ କୁ ବିବାହ କରିବାକୁ ମନେ ମନେ ସ୍ଥିର କରି ସାରିଛି । ଦୀପକ୍ ଏହି ସହରରେ ରହନ୍ତି । ଭଲ ଚାକିରୀ କରନ୍ତି । ଥରେ ଲିପି ଅଫିସ ରୁ ଫେରି ବା ବେଳେ ବର୍ଷା ହେଲା । ସେ ଗୋଟିଏ ଗଛମୂଳେ ଠିଆ ହୋଇଗଲା । ଏତିକି ବେଳେ ଦୀପକ୍ ତାଙ୍କ ବାଇକ୍ ଧରି ସେଠାରେ ପହଞ୍ଚିଲେ ।


କିଛି ସମୟପରେ ବର୍ଷା ଛାଡି ଗଲା । ସେତେବେଳକୁ ସନ୍ଧ୍ୟା ହୋଇ ଆସୁଥିଲା । ଦୀପକ୍ ତାଙ୍କ ଗାଡ଼ି ଷ୍ଟାର୍ଟ କଲେ । ତାପରେ କ'ଣ ଭାବିଲେ କେଜାଣି ଲିପି କୁ ପଚାରିଲେ ତୁମ ଘର ଟା କେଉଁଠି ? ଲିପି ଆଗକୁ ହାତ ବଢ଼େଇ ଦେଖାଇଲା ।


ସେ କହିଲେ ମୁଁ ବି ସେଇବାଟେ ଯିବି । ଆସ ବାଟରେ ଓହ୍ଲାଇ ଯିବ । ଲିପି ଯାଇ ଗାଡ଼ି ରେ ବସିଲା । କିଛି ସମୟ ପରେ ତା ଘର ଆସିଲା । ସେ ସେଠାରେ ଓହ୍ଲାଇ ପଡ଼ିଲା । ବାଟରେ ଦୀପକ୍ ତାକୁ କିଛି ବି ପାରିନାହାନ୍ତି ।


ତାଙ୍କର ଭଦ୍ର ବ୍ୟବହାର ଲିପି କୁ ବହୁତ ଭଲ ଲାଗିଲା । ପୁଣି ଚାରି ପାଞ୍ଚ ଦିନ ପରେ ବାଟରେ ଫେରି ବା ବେଳେ ଦୀପକ୍ ଲିପି କୁ ଦେଖି ଗାଡ଼ି ଅଟକାଇଲେ ଓ ତା ଘର ପାଖରେ ତାକୁ ଛାଡି ଦେଲେ । ତା ପରଠୁ ଦୀପକ୍ ଯେତେବେଳେ ବାଟରେ ତାକୁ ଦେଖନ୍ତି ତାକୁ ଆଣି ତା ଘରେ ଛାଡ଼ି ଦିଅନ୍ତି ।


ଦିନେ ଦୀପକ୍ ତାକୁ ପଚାରିଲେ ତମେ କଣ କରୁଛ? ଲିପି ତା ଅଫିସ ଠିକଣା କହିବା ପରେ ସେ ତାକୁ ତାଙ୍କ ଘର ଓ ବାପାଙ୍କ ବିଷୟରେ ପଚାରିଥିଲେ । ଏତିକି ବ୍ୟତୀତ ସେମାନଙ୍କ ମଧ୍ୟରେ ଆଉକିଛି ଆଲୋଚନା ହୋଇନଥିଲା ।

କିନ୍ତୁ ଲିପି ମନେ ମନେ ଠିକ୍ କରିଥାଏ ଯେ ଯଦି ସେ ବିବାହ କରେ ତେବେ ଦୀପକ୍ କୁ ହିଁ କରିବ ।

ତେଣୁ ଘରୁ ହଠାତ୍ ବିବାହ ପ୍ରସ୍ତାବ ଶୁଣି ସେ ଅପ୍ରତିଭ ହୋଇ ପଡ଼ିଲା । ତାକୁ ରାତି ରେ ନିଜ ଲାଗିଲା ନାହିଁ । ସକାଳ ହେଲା । ତା ମୁହଁଟି ଦୁଃଖ ରେ ଝାଉଁଳି ଯାଇ ଥାଏ । ସେ ବସ୍ ଧରି ଘରେ ପହଞ୍ଚିଲା ।


କିଛି ସମୟ ପରେ ତାଙ୍କ ଘରକୁ ଅତିଥି ମାନେ ଆସିଲେ । ବୋଉ ବାଧ୍ୟ କରିବାରୁ ସେ ଶାଢ଼ୀ ଟିଏ ପିନ୍ଧି ତଳକୁ ମୁହଁ କରିଯାଇ ସେମାନଙ୍କ ପାଖରେ ବସିଲା । ତାର ଭାବି ଶାଶୁ ଆସି ତା ମୁହଁଟିକୁ ଉଠାଇ ଦେଲେ । ହଠାତ୍ ଲିପି ଆଶ୍ଚର୍ଯ୍ୟ ହୋଇ ଗଲା । ଏକଣ ? ଦୀପକ୍ ତା ସାମ୍ନା ରେ ବସି ମୁରୁକି ମୁରୁକି ହସୁଛନ୍ତି । ତାଙ୍କ ମା ମୁଦିଟିଏ ଆଣି ତା ହାତରେ ପିନ୍ଧାଇ ଦେଲେ ଲିପି ର ଝାଉଁଳା ମୁହଁ ରେ ଖେଳିଗଲା ଇନ୍ଦ୍ରଧନୁର ରଙ୍ଗ ମନରେ ଭରିଗଲା ପୁଲକ ଆଉ ଓଠରେ ଖେଳି ଗଲା ଖୁସିର ଲହରୀ ।


Rate this content
Log in

Similar oriya story from Abstract