STORYMIRROR

Bidulata Sahoo

Tragedy

3  

Bidulata Sahoo

Tragedy

ମାୟା ।

ମାୟା ।

2 mins
340

ହରି ପୁର ଗାଆଁ ର ଦାସିଆ ବେହେରା ରିକ୍ସା ଟାଣି ପରିବାର ପୋଷିଥାଏ ।ତାର ଗୋଟିଏ ପୁଅ ଓ ଗୋଟିଏ ଝିଅ । ପିଲା ମାନେ କ୍ରମେ ବଡ଼ ହେଲେ । ଖର୍ଚ୍ଚ ବଢିଲା । ତେଣୁ ତା ସ୍ତ୍ରୀ ରମା ପରଘରେ କାମକରି କିଛି ପଇସା ରୋଜଗାର କରି ଘର ଚଳାଇବା ରେ ସାହାଯ୍ୟ କଲା ।


ପୁଅଟି ତାର ଭଲ ପଢିଲା । ଦିନେ ଶିକ୍ଷକ ଦାସିଆକୁ ସ୍କୁଲ କୁ ଡାକି କହିଲେ ତୋ ପୁଅ ବହୁତ ଭଲ ପଢୁଛି ।ତୁ କେବେ ତା ପାଠପଢା ଅଧାରୁ ବନ୍ଦ କରିବୁ ନାହିଁ ।


ଶିକ୍ଷକ ଙ୍କ କଥା ମାନି ଦାସିଆ ପୁଅର ଅଧିକ ଯତ୍ନ ନେବା ସହ ତାକୁ ସବୁପଢାସାମଗ୍ରୀ ସହିତ ଟିଉସନ ବି ଦେଲା । ଫଳରେ ଝିଅ ଟିର ପଢା ତାକୁ ବନ୍ଦ କରି ବାକୁ ପଡ଼ିଲା ।


କିଛି ଦିନ ପରେ ଦାସିଆ ରୋଗରେ ପଡି ଆରପାରିକୁ ଚାଲିଗଲା । ରମା ଉପରେ ଘରର ସବୁ ଦାୟିତ୍ୱ । ତାକୁ ଘର ଚଳାଇବା ପାଇଁ ବହୁତ କଷ୍ଟ ହେଲା । ତେଣୁ ସେ ଆସ୍ତେ ଆସ୍ତେ ଝିଅ ଟିକୁ ସାଥିରେ ନେଇ ବାବୁମାନଙ୍କ ଘରେ କାମ କରାଇଲା । କିନ୍ତୁ ପୁଅର ପଢା ବନ୍ଦ କଲାନାହିଁ ।


ରମାର ପୁଅ ମୁନା ମାଟ୍ରିକ ପରୀକ୍ଷା ରେ ଭଲ ନମ୍ବର ରଖି ପାସ କଲା ।ରମା ଧାରକରଜ କରି ତାକୁ କଲେଜ ରେ ପଢାଇଲା । କଲେଜ ରୁ ବି ସୈ ଭଲ ନମ୍ବର ରଖି ପାସ କଲା ଓ ଇଞ୍ଜିନିୟରିଂ ପଢିଲା ।ରମା ଲୋନ୍ କରି ତାକୁ ପଢାଉଥାଏ ।


ମୁନା ପଢିସାରିବା ପରେ ବାଙ୍ଗାଲୋର ର ଏକ ଭଲ କମ୍ପାନୀ ରେ ଚାକିରି କଲା ।ସେ ମା ପାଖକୁ କିଛି କିଛି ଟଙ୍କା ପଠାଏ । କ୍ରମେ ରମା ଧାରକରଜ ଓ ଲୋନ୍ ଟଙ୍କା ପ୍ରାୟ ସୂଝିଦେଲା । ତାପରେ ଝିଅ ଟିକୁ ବାହାକରିଦେଲା ।


କିଛିଦିନ ପରେ ମୁନା ତା କମ୍ପାନୀ ରେ କାମ କରୁଥିବା ଜଣେ ସାଙ୍ଗ କୁ ବାହାହେଲା ।ତା ଶଶୁର ଘର ବହୁତ ବଡ ଲୋକ । ତେଣୁ ବାହାଘର କୁ ମୁନା ତା ମା କି ଭଉଣୀ କୁ ସେଠାକୁ ଡାକିବାକୁ ଉଚିତ ମନେ କଲାନାହିଁ ।


ଆସ୍ତେ ଆସ୍ତେ ସେ ଘର ସହ କିଛି ସମ୍ପର୍କ ରଖି ଲାନି କି ପଇସା ବି ପଠାଇଲାନି । ଧିରେ ଧିରେ ରମା ବାର୍ଦ୍ଧକ୍ୟ ରେ ପହଞ୍ଚିଲା । ଅନ୍ୟଘରେ କାମ କରିବାକୁ ଆଉ ତାର ବଳ ପାଇଲା ନାହିଁ । କ୍ରମେ ସେ ଶଯ୍ୟା ଶାଇହେଲା ।


ଝିଅଟି ମା ର ଏପରି ଅବସ୍ଥା ଦେଖି ତାକୁ ନିଜ ପାଖକୁ ନେଇ ଗଲା । ପ୍ରଥମେ କିଛି ଦିନ ଭଲରେ ଗଲା । କିନ୍ତୁ ରମା ଦେଖିଲା ଜୋଇଁ କିଛି କଥା ନଥାଇଝିଅ ଉପରେ ବିରକ୍ତ ହେଉଛନ୍ତି ।


ଦିନେ ରାତିରେ ରମା ଶୁଣିଲା ଜୋଇଁ କହୁଛନ୍ତି ତମ ମା ପୁଅ ପଢିବା ପାଇଁ ତମ ପଢା ବନ୍ଦ କରି ପରଘରେ କାମ କରାଇଲେ । ଏବେ ଏଠି କାହିଁକି ?ପୁଅ ପାଖରୁ ଯାଉ ନାହାଁନ୍ତି ।


ରମା ଏକଥା ଶୁଣି କଣ କରିବ ଜାଣିପାରୁନି । ଜୋଇଁ ବି କିଛି ମିଛ କହୁନାହାନ୍ତି ।ସେ ନିଜ ଘରକୁ ଯାଇ ପାରୁନି କିଝିଅ ପାଖରେ ବି ଶାନ୍ତି ରେ ରହି ପାରୁନି ।


ରମା ଏବେ ଭାବୁଛି ସତରେ ସେ ତା ପୁଅ ପାଇଁ ସମସ୍ତଙ୍କ ସ୍ୱାର୍ଥକୁ ବଳିଦେଇ ଏକ ମସ୍ତବଡ ଭୁଲ କରିଛି ।ପୁଅ ପରି ଝିଅ ଯଦି ଆଜି ପାଠ ପଢି ଚାକିରି ଟିଏ କରିଥାନ୍ତା ତେବେ ତାକୁ ଆଜି ଏପରି କଥା ଶୁଣି ବାକୁ ପଡି ନଥାନ୍ତା ।


ଆଜି ସମାଜ ରେ ଗୋଟିଏ ରମାନୁହେଁ, ଏମିତି ଅନେକ ରମା ଅଛନ୍ତି । ଯେଉଁ ମାନେ ପୁଅ ମାୟାରେ ବାୟା ହୋଇ ଏମିତି ଧୋକା ଖାଉଛନ୍ତି । ତେଣୁ ମୋର ସମାଜକୁ କହିବାର କଥା ହେଲା ବାପା ମା ପୁଅ ଝିଅ ଙ୍କ ମଧ୍ୟ ରେ ଫରକ୍ ନରଖି ଉଭୟଙ୍କୁ ସମାନଭାବେ ଦେଖିବା ଉଚିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy