Bidulata Sahoo

Tragedy

3.6  

Bidulata Sahoo

Tragedy

ଦୀପ

ଦୀପ

6 mins
257


ଘଣ୍ଟା ଦେଖି ଚମକି ପଡ଼ିଲା ଜାଗୃତି । ଏତେ ଡେରି ହୋଇ ଗଲାଣି କହି ତରତରରେ ସେ ବାହାରି ପଡ଼ିଲା ଅଫିସ । ଅଫିସ ରେ ପହଞ୍ଚି ଦେଖିଲା ପିଅନ ଚାରିଆଡ଼ ଝାଡିଝୁଡି ସଫା କରୁଛି ।


ଜାଗୃତି ପଚାରିଲା କାହିଁକି ଆଜି ଏତେ ସଫାସୁତୁର କରୁଛ ? ପିଅନ ଉତ୍ତର ଦେଲା ମାଡାମ୍ କାଲି ଆମ ଅଫିସକୁ ଡାଇରେକ୍ଟର ଆସିବେ ବଡ଼ବାବୁ କହିଛନ୍ତି । କିଛି ସମୟ ପରେ ବଡ଼ବାବୁ ଅଫିସ ର ସମସ୍ତ ଙ୍କୁ ଡାକି ନିଜ ନିଜ କାମ ଅପ୍ ଟୁଡେଟ୍ କରିବାକୁ ନିର୍ଦ୍ଦେଶ ଦେଲେ ।


ସମସ୍ତେ ନିଜ ନିଜ କାମ ରେ ଲାଗି ପଡ଼ିଲେ ।ତା ପରଦିନ ସମସ୍ତେ ଠିକ୍ ସମୟରେ ଅଫିସ ରେ ପହଞ୍ଚି ଗଲେ । ବଡ଼ବାବୁ କହିଲେ ଜାଗୃତି ନିଅ ଏ ଫୁଲତୋଡ଼ା ଟି ଦେଇ ତମେ ପ୍ରଥମେ ଡାଇରେକ୍ଟର ଙ୍କୁ ସ୍ୱାଗତ କରିବ । ତାପରେ ସମସ୍ତେ ଗେଟ୍ ପାଖରେ ଧାଡ଼ି କରି ଛିଡ଼ା ହୋଇ ଗଲେ । ଆଗରେ ଫୁଲ ତୋଡାଟି ଧରି ଜାଗୃତି ଠିଆ ହୋଇଥାଏ ।


ହଠାତ୍ ଡାଇରେକ୍ଟର ଙ୍କ ଗାଡ଼ି ଆସି ଗେଟ୍ ପାଖରେ ରହିଲା ।ଗାଡିର କବାଟ ଖୋଲି ଡାଇରେକ୍ଟର ବାହାରି ଆସିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଜାଗୃତି ତାଙ୍କ ହାତକୁ ଫୁଲତୋଡ଼ା ଟି ଦେଲାବେଳକୁ ଚମକି ପଡ଼ିଲା ଆରେ ଏତ ତାର ସାଙ୍ଗ ପାର୍ଥ । ବହୁ କଷ୍ଟରେ ସେ ନିଜକୁ ସମ୍ଭାଳି ତା ରୁମ୍ କୁ ଚାଲିଗଲା ।


କିଛି ସମୟ ପରେ ଡାଇରେକ୍ଟର ଗଲାପରେ ବଡ଼ବାବୁ ତାକୁ ଡକାଇ ପଠାଇଲେ । ଜାଗୃତି ଯାଇ ପହଁଞ୍ଚିବାରୁ ସେ ତା ହାତକୁ ଗୋଟିଏ ଚିଠି ଧରାଇ କହିଲେ ଜାଗୃତି ଆମ ଡାଇରେକ୍ଟରତୁମ କାମ ଦେଖି ଅତ୍ୟନ୍ତ ଖୁସି ହୋଇଯାଇ ତୁମ ପ୍ରମୋସନ ପାଇଁ ସୁପାରିଶ କରିଛନ୍ତି ।ନିଅ ଏଇଟା ସେ ଚିଠି । ଖୁବ୍ ଶୀଘ୍ର ତୁମର ପ୍ରମୋସନ୍ ହୋଇଯିବ ।

ଜାଗୃତି ଚିଠି ଟିକୁ ହାତରେ ଧରି ନିଜ ରୁମକୁ ଚାଲିଗଲା । ଚିଠି ଟିକୁ ଖୋଲି ଦେଖିଲା ଠିକ୍ ସେତେବେଳେ ପାର୍ଥର ଯେମିତି ଅକ୍ଷର ଏବେ ବି ଠିକ୍ ସେମିତି ଅକ୍ଷର ।ପାର୍ଥ ଅକ୍ଷର ଚିହ୍ନିବାରେ ତାର ଟିକିଏ ବି ଭୁଲ ହେଲାନି ।


ଚିଠିଟି ନପଢି ସେ ବୁଡିଗଲା ଭାବନା ରେ ।ସେ କଲେଜ ରେ ପଢୁଥାଏ ପାର୍ଥବି ସେଇଠି ପଢୁଥାଏ । ଜାଗୃତି ଭଲ ପଢେ । ପାର୍ଥ ବି ଭଲ ପଢେ । ତେଣୁ ଲାଇବ୍ରେରୀ ରେ ଅନେକ ସମୟରେ ଦୁହେଁ ପାଠସମ୍ବନ୍ଧରେ ଆଲୋଚନା କରିଥାନ୍ତି । ପାର୍ଥର ଗୁରୁ ଗମ୍ଭୀର ବ୍ୟକ୍ତିତ୍ୱ ଜାଗୃତି କୁ ଭାରି ଭଲଲାଗେ ।


ଜାଗୃତି ଜଣେ ସାଧାରଣ ଘରର ପିଲା । ତେଣୁ କଲେଜ ପଢ଼ା ପରେ ସେ ଚାକିରୀ ଟିଏ ଖୋଜିଲା ।ପାର୍ଥ କିନ୍ତୁ ବଡଘରର ପିଲା । କଲେଜ ପରେ ସେ ଆଇ,ଏ,ଏସ୍, ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଦିଲ୍ଲୀ ଚାଲିଗଲା । ଦିଲ୍ଲୀ ଯିବା ପରେ କିଛି ଦିନ ଧରି ଦୁହେଁ କେବେ କେମିତି ପଦେଅଧେ କଥାବାର୍ତ୍ତା ହେଉଥିଲେ । ଏବେ ବହୁତ ଦିନ ହେଲା କଥାବାର୍ତ୍ତା ବନ୍ଦ ।


କିନ୍ତୁ ଜାଗୃତି କାହିଁକି କେଜାଣି ଆକାଶକୁସୁମ ଜାଣି ମଧ୍ୟ ମାନେ ମନେ ପାର୍ଥକୁ ଭଲପାଏ ।ଆଉ ଏକଥାସେ କାହାକୁ ବି କହିନି । ଏମିତି କି ପାର୍ଥକୁ ବି ।


ଚାକିରି ଟିଏ କଲାପରେ ତାପାଇଁ ଅନେକ ବାହାଘର ପ୍ରସ୍ତାବ ଆସିଛି । କିନ୍ତୁ ଜାଗୃତି ସେଥିରେ ରାଜି ହୋଇନି । ଏବେ ତାର ବିବାହ ବୟସ ଯାଇସାରିଲାଣି । ତଥାପି ସେ ପାର୍ଥର ସ୍ମୃତି କୁ ମନେ ରଖିଛି ।


ହଠାତ୍ ତାର ଅଜାଣତରେ ଦୁଇ ଟୋପା ଲୁହ ଆସି ସେଚିଠି ଉପରେ ପଡ଼ିଲା ।ସେ ପ୍ରକୃସ୍ଥିତହୋଇ ଚିଠିଟି କୁ ବ୍ୟାଗରେ ରଖି ଦେଖିଲା ଅଫିସ ଛୁଟିସମୟ ହୋଇଗଲାଣି ।ସେ ସେଠୁ ଉଠି ଚାଲିଲା ସିଧାସଳଖ ମନ୍ଦିର କୁ ।ସଞ ହୋଇ ଆସୁଥାଏ । ଠାକୁର ଙ୍କ ପାଖରେ ଦୀପ ଟିଏ ଜାଳି ସେ ପ୍ରାର୍ଥନା କଲା ପ୍ରଭୁ ମୋ ପାର୍ଥକୁ ତୁମେ ବହୁତ ଖୁସି ରେ ରଖ ।







Rate this content
Log in

Similar oriya story from Tragedy