STORYMIRROR

Bidulata Sahoo

Tragedy

3  

Bidulata Sahoo

Tragedy

ଖେଳନା

ଖେଳନା

2 mins
139

ପୁରୀ ଜିଲ୍ଲାର ମଙ୍ଗଳପୁର ଗ୍ରାମର ପାଞ୍ଚ ବର୍ଷର ଝିଅ ରାନୁ । ବାପା ମାଙ୍କର ଗୋଟିଏ ବୋଲି ଝିଅ । ତେଣୁ ଭାରି ଗେଲବସର । ତା ବାପା ମନୋଜ ଦାସ ସୈନ୍ୟ ବିଭାଗରେ କାମ କରନ୍ତି । ବର୍ଷକୁ ମାତ୍ର ଦୁଇ ଥର ଘରକୁ ଆସନ୍ତି । ଥରେ ଖରା ଛୁଟିରେ ଓ ଆଉଥରେ ଦଶହରାରେ ।


ଏବେ ଖରା ଛୁଟିରେ ସେ ଆସିଛନ୍ତି ।ରାନୁର ଗୋଡ ତଳେ ଲାଗୁନି । ପ୍ରତିଦିନ ନୂଆ ନୂଆ ଫର୍ମାସ ।କୋଉଦିନ ପାର୍କ ତ କେତେବେଳେ ବଜାର । ବାପା ବି ଜଣେ ବାଧ୍ୟ ଛାତ୍ର ପରି ତାର ସବୁ କଥା ମାନି ନିଅନ୍ତି । ଚାହୁଁ ଚାହୁଁ ଛୁଟି ସରିଗଲା ।ମନୋଜବାବୁ ଯିବା ପାଇଁ ପ୍ରସ୍ତୁତ ହେଲେ ।ରାନୁ କାନ୍ଦି କାନ୍ଦି ଅଥୟ । ବାପା ବହୁତ ବୁଝାଇଲେ ଯେ ସେ ଆଉ ଅଳ୍ପଦିନ ପରେ ଦଶହରା ସମୟରେ ଆସିବେ । ବହୁ କଷ୍ଟରେ ରାନୁର କାନ୍ଦ ବନ୍ଦ ହେଲା ।


ବାବା ଚାଲିଗଲେ ହେଲେ ରାନୁ ପ୍ରତିଦିନ ପଚାରେ ମାଆ ବାପା ଆଉ କେତେ ଦିନପରେ ଆସିବେ ? ମା କହନ୍ତି ଆଉ ଅଳ୍ପ ଦିନ ଭିତରେ ଆସିବେ |


ଦିନେ ଟିଭିରେ ଖବରରେ ଦେଲାଯେ ପୁରୀ ଜିଲ୍ଲାର ମଙ୍ଗଳପୁର ଗ୍ରାମର ମନୋଜଦାସ ଦେଶ ପାଇଁ ଶହୀଦ ହୋଇଛନ୍ତି ।ରାନୁ କିଛି ବୁଝି ପାରିଲାନି ।ତା ମା, ଜେଜେବାପା, ଜେଜେ ମା ସମସ୍ତେ କାନ୍ଦୁଥାନ୍ତି । ତାଙ୍କ ଘରକୁ ଅନେକ ଲୋକ ଆସି ସେମାନଙ୍କୁ ବୁଝାଉଥାଆନ୍ତି ।

ତାପରେ ଜଣେ ବାବୁ ଆସି କହିଲେ ଆସନ୍ତା ବୁଧବାର ଦିନ ମନୋଜବାବୁଙ୍କ ମରଶରୀର ଆସି ତାଙ୍କ ଗାଁ ରେ ପହଞ୍ଚି ବ ।


ସେଦିନ ଗାଆଁରେ ଭାରି ଭିଡ । ତାଙ୍କ ଦୂଆରେ ବହୁତ ଗାଡ଼ି ମଟର ଲାଗିଲା । ଲୋକମାନେ ଫୁଲ ତୋଡା ଧରି ଗାଁ ଦାଣ୍ଡରେ ଛିଡ଼ା ହୋଇ ଥାଆନ୍ତି ।ରାନୁ କିଛି ବୁଝି ପାରୁନଥାଏ ।ସେ ଜଣେ ବାବୁଙ୍କୁ ପଚାରିଲା ଲୋକମାନେ କାହିଁକି ଫୁଲ ଧରି ଛିଡା ହୋଇଛନ୍ତି ।ସେ ବାଵୁ ତା ମୁଣ୍ଡକୁ ଆଉଁସି ଦେଇ କହିଲେ ତୁମ ବାପା ଦେଶପାଇଁ ଶହୀଦ ହୋଇଥିବାରୁ ତାଙ୍କୁ ସମ୍ମାନ ଜଣାଇବାକୁ ଲୋକମାନେ ଏଠାରେ ଛିଡ଼ା ହୋଇ ଛନ୍ତି ।


ରାନୁ କହିଲା ମତେ ଗୋଟିଏ ଫୁଲତୋଡ଼ା ଦିଅ । ବାବୁ ତା ହାତକୁ ଗୋଟିଏ ଫୁଲତୋଡ଼ା ଧରାଇଦେଲେ । ଏତିକି ବେଳେ ଗୋଟିଏ ଗାଡ଼ି ଆସି ପହଞ୍ଚିଲା । ପୋଲିସ ବାବୁମାନେ ସେ ଗାଡ଼ିରୁ ଜାତୀୟ ପତାକା ଘୋଡାଯାଇଥିବା ଏକ ବାକ୍ସକୁ ଆଣି ତାଙ୍କ ଦୁଆରେ ରଖିଲେ ।ମନୋଜବାବୁ ଅମର ରହେ ଧ୍ୱନିରେ ଚାରିଆଡ଼ ପ୍ରକମ୍ପିତ ହୋଇଉଠିଲା ।



ରାନୁ ସେ ପୋଲିସ ବାବୁଙ୍କୁ ପଚାରିଲା ଅଙ୍କଲ ମୋ ବାପା କାହାନ୍ତି ?ସେ ବାକ୍ସଟିକୁ ଦେଖାଇ କହିଲେ ତା ଭିତରେ ।ରାନୁ ତାଙ୍କର ପାଦଧରି ଖୋଲିବାକୁ ବହୁତ ଅନୁରୋଧ କଲା ।ସେ ବାକ୍ସର ମୁହଁ ଖୋଲିଦେଲେ ।ରାନୁ ହାତରୁ ଫୁଲ ତୋଡାଟି ବାକ୍ସ ଭିତରକୁ ଖସିପଡିଲା ।


ସେ ବାକ୍ସ ଭିତରକୁ ଝୁଙ୍କି ପଡି ତା ବାପାଙ୍କ ମୁହଁକୁ ଦୁଇ ହାତରେ ଧରି କହିଲା ବାପା ଆସ ଖେଳନା ପାଇଁ ଯିବା । ଉପସ୍ଥିତ ଲୋକମାନେ ତାକୁ ଦୂରକୁ ଟେକି ନେଇଗଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy